< ମାଥିଉ 24 >
1 ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦସମୂହ ଦେଖାଇବା ପାଇଁ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ସେ ସେମାନଙ୍କୁ କହିଲେ,
ଜିସୁ ମନ୍ଦିର୍ ବିତ୍ରେହୁଣି ବାରାୟ୍ ଜାତିରିଲା ବଃଳ୍, ତାର୍ ଚେଲାମଃନ୍ ମନ୍ଦିରାର୍ ମେଳ୍ଗଃର୍ମଃନ୍ ଦଃକାଉଁକ୍ ତାର୍ ହାକ୍ ଆୟ୍ଲାୟ୍ ।
2 “ତୁମ୍ଭେମାନେ କଅଣ ଏହି ସମସ୍ତ ଦେଖୁ ନାହଁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ।”
ତଃବେ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ କାୟ୍ରି ଇସଃବୁ ନଃଦେକୁଲାସ୍? ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ଗଟେ ଟେଳା ଆରେକ୍ ଗଟେକ୍ ଟେଳା ଉହ୍ରେ ନଃରେୟ୍, ସଃବୁ ହେଁ ବୁୟେଁକୁଳାୟ୍ ଅୟ୍ଦ୍ ।”
3 ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ। (aiōn )
ତାର୍ହଃଚେ ଜିସୁ ଜିତ୍ ଡଙ୍ଗ୍ରେ ବଃସ୍ଲାକେ ଚେଲାମଃନ୍ ତାର୍ ଲଃଗେ ଲୁକ୍ଣେ ଆସି ତାକ୍ ହଃଚାର୍ଲାୟ୍, “ଅଃମିମଃନ୍କେ କଃଉ, ଇ ସଃବୁ ଗଃଟ୍ଣା କଃବେ ଗଃଟେଦ୍? ଆର୍ ତର୍ ଆସ୍ତାର୍ ଆର୍ ଜୁଗ୍ ସେସ୍ ଅଃଉତା ଚିନ୍ କାୟ୍ରି ସେରି ଅଃମିକ୍ କଃଉ ।” (aiōn )
4 ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।
ତଃବେ ଜିସୁ ସେମଃନ୍କେ କୟ୍ଲା, “ଜଃଗ୍ରାତ୍ ଅୟ୍ରିଆ, ଜଃନ୍କଃରି କେ ହେଁ ତୁମିକେ ନଃବୁଲ୍କାଉତି ।
5 କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ।
ବଃଲେକ୍ କଃତେକ୍ ଲକ୍ମଃନ୍ ମର୍ ନାଉଁଏ ଆସି ‘ମୁଁୟ୍ କ୍ରିସ୍ଟ ବଃଲେକ୍ ମଃସିଆ!’ ବଃଲି କୟ୍କଃରି ଗାଦି ଲକ୍ମଃନ୍କେ ବୁଲ୍କାଉତି ।
6 ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ।
ତୁମିମଃନ୍ ଜୁଜ୍ ଅଃଉତା କଃତା ସୁଣାସ୍ ଆର୍ ଜୁଜ୍ ଅଃଉତିରିଲାର୍ କବୁର୍ ସୁଣାସ୍, ମଃତର୍ ଜଃଗ୍ରାତ୍, ଡିରା ନାୟ୍, ବଃଲେକ୍ ଇ ସଃବୁ ବାୟ୍ଦ୍ରେ ଗଃଟେଦ୍, ମଃତର୍ ସଃଡେବଃଳ୍ ଜୁଗ୍ ନଃବୁଡେ ।
7 କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ।
କାୟ୍ତାକ୍ବଃଲେକ୍ ଦେସ୍ ବିରଦେ ଦେସ୍, ଲକ୍ ବିରଦେ ଲକ୍ ଉଟ୍ତି, ଆରେକ୍ ଟାଣେ ଟାଣେ କଃତାର୍ ଅୟ୍ଦ୍ ଆର୍ ଦଃର୍ତି ଲଃଦ୍ବଃଦେଦ୍ ।
8 କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର।
ମଃତର୍ ଇ ସଃବୁ ଗଃଟ୍ଣା ମାୟ୍ଜିର୍ ହିଲା ଜଃଲମ୍ କଃର୍ତା ଆଗ୍ତୁ ଆରୁମ୍ ଦୁକା ହର୍ ।”
9 ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ।
“ମଃତର୍ ସଃଡେବଃଳ୍ ଲକ୍ମଃନ୍ ତୁମିକେ କଃସ୍ଟ୍ବଗ୍ କଃରୁକେ ସଃହ୍ରି ଦେତି, ଆର୍ ସେମଃନ୍ ତୁମିକେ ମଃର୍ନେ ମାର୍ତି, ଆର୍ ମର୍ ନାଉଁଏ ବିସ୍ୱାସ୍ କଃର୍ତା ଗିନେ ସଃବୁ ଜାତିର୍ ଲକ୍ମଃନ୍ ତୁମିକେ ଗିଣ୍ କଃର୍ତି ।
10 ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ,
ସଃଡେବଃଳ୍ ଗାଦେକ୍ ଲକ୍ମଃନ୍ ବାଦା ହାଉତି ଆର୍ ମାପ୍ରୁ ବିସ୍ୱାସ୍ ଚାଡି ସେମଃନ୍ ତାକାର୍ ତାକାର୍ ବିତ୍ରେ ଦଃରାୟ୍ଦେତି ଆର୍ ତାକାର୍ ତାକାର୍ ବିତ୍ରେ ଗିଣ୍ କଃରାକଃରି ଅଃଉତି ।
11 ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ,
ଆର୍ ସଃଡେବଃଳ୍ ବୁତେକ୍ ବାମାଉତା ବାବ୍ବାଦିମଃନ୍ ବାରାୟ୍କଃରି ଗାଦେକ୍ ଲକ୍ମଃନ୍କେ ବୁଲ୍କାଉତି ।
12 ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ।
ସଃଡେବଃଳ୍ ଅଃଦଃର୍ମ୍ କାମ୍ ଜଃବର୍ ଅୟ୍ଦ୍, ଇତାକ୍ ଇସ୍ୱରାର୍ ଗିନେ ଗାଦେକ୍ ଲକାର୍ ଲାଡ୍ ଉଣା ଅୟ୍ଦ୍ ।
13 ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।
ମଃତର୍ ଜେ ସେସ୍ ହଃତେକ୍ ସାସ୍ ଦଃରି ରଃୟ୍ଦ୍, ସେ ନିଜ୍କେ ବଚାଉ ହାରେ ।
14 ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ।
ଆର୍ ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ସାକି ଦେଉଁକେ ସଃର୍ଗ୍ ରାଇଜାର୍ ଇ ନିକ କବୁର୍ ହୁର୍ତି ସଃରା ପର୍ଚାର୍ କଃରା ଅୟ୍ଦ୍, ତାର୍ହଃଚେ ଜୁଗ୍ ସେସ୍ ଅୟ୍ଦ୍ ।”
15 ଏଣୁ ତୁମ୍ଭେମାନେ ଯେତେବେଳେ ଦାନିୟେଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ),
“ଇତାକ୍ ତୁମିମଃନ୍ ଜଃଡେବଃଳ୍ ଦାନିଏଲ୍ ବାବ୍ବାଦି କୟ୍ଲା, ସେ ନାସ୍କାରି ଗିଣ୍ ଆସ୍ତିକ୍ ମନ୍ଦିରାର୍ ପବିତ୍ର ଟାଣେ ରେତାର୍ ଦଃକାସ୍ ।” ହଳ୍ତା ଲକ୍ ଇରି ବୁଜତ୍ ।
16 ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ;
“ସଃଡେବଃଳ୍ ଜୁୟ୍ ଲକ୍ମଃନ୍ ଜିଉଦା ରାଜାୟ୍ ରେତି ସେମଃନ୍ ଡଙ୍ଗ୍ରେ ହଃଳାୟ୍ ଜଃଉଅତ୍ ।
17 ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ;
ସଃଡେବଃଳ୍ ଜୁୟ୍ ଲକ୍ମଃନ୍ ଚାନି ଉହ୍ରେ ରେତି ସେମଃନ୍ ନିଜାର୍ ଗଃର୍ ବିତ୍ରାର୍ ଆସ୍ତିବାଡି ନେଉଁକେ ଉତ୍ରି ନାସତ୍ ।
18 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ନେଇଯିବା ପାଇଁ ଲେଉଟି ନ ଯାଉ।
ଆର୍ ସଃଡେବଃଳ୍ ଜେ ତାସ୍ ହଃଦାୟ୍ ରଃୟ୍ଦ୍, ସେ ତାର୍ ହଃଚ୍ୟା ଆଣୁକେ ଗଃରେ ବାଉଳି ଜଃଉଅ ନାୟ୍ ।
19 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର,
ସଃଡେବଃଳ୍ ଜୁୟ୍ ମାୟ୍ଜିମଃନ୍ ଆଙ୍ଗେ ରେତି ଆର୍ ଦୁଦ୍ କାଳାଉତିରେତି, ସେମଃନ୍ ଜଃବର୍ ଡଃଣ୍ଡ୍ ହାଉତି ।
20 କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାର ଦିନରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର।
ମଃତର୍ ତୁମାର୍ ହଃଳାଉତାର୍ ଜଃନ୍କଃରି ସିତ୍ ବଃଳ୍ କି ବିସାଉଁଣିବାର୍ ଦିନ୍ ନଃଉଅ, ଇତାକ୍ ଇସ୍ୱର୍କେ ପାର୍ତ୍ନା କଃରା ।
21 କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ।
ବଃଲେକ୍ ସଃଡେବଃଳ୍ ଇ ରଃକମ୍ ଜଃବର୍ ଡଃଣ୍ଡ୍ ଗଃଟେଦ୍ ଜେ, ଜଃଗତାର୍ ଆରୁମେ ହୁଣି ଆଜି ହଃତେକ୍ ନଃଗେଟେ, ଆର୍ କଃବେ ହେଁ ନଃଗେଟେ ।
22 ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ।
ମଃତର୍ ଇସ୍ୱର୍ ସେ କଃସ୍ଟାର୍ ଦିନ୍ ଉଣା କଃରି ନଃରିଲେକ୍ କେହେଁ ମୁକ୍ତି ହାଉଁକେ ନଃହାର୍ଲାୟ୍ ହୁଣି । ମଃତର୍ ଇସ୍ୱର୍ ବାଚ୍ଲାର୍ ଲକ୍ମଃନାର୍ ଗିନେ ସେ ଦିନ୍କେ ଉଣା କଃରାଅୟ୍ଦ୍ ।”
23 ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ବା ‘ସେଠାରେ’, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ।
“ଆର୍ ସଃଡେବଃଳ୍ କେ ତୁମିମଃନ୍କେ ‘କ୍ରିସ୍ଟ ଇତି ଆଚେ,’ କି, ସେତିଆଚେ,' ବଃଲି କୟ୍ଲେକ୍, ତୁମି ତାକ୍ ବିସ୍ୱାସ୍ କଃରାନାୟ୍ ।
24 କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ।
ବଃଲେକ୍ ସଃଡେବଃଳ୍ ବାମାଉତା କ୍ରିସ୍ଟ ଆର୍ ବାମାଉତା ବାବ୍ବାଦିମଃନ୍ ଉଟି ବଃଡ୍ ବଃଡ୍ ଚିନ୍ ଆର୍ କାବା ଅଃଉତା କାମ୍ମଃନ୍ ଦଃକାଉତି, ଜଦି ଅଃଉଁ ହାରେ ଇସ୍ୱର୍ ବାଚ୍ଲା ଲକ୍ମଃନ୍କେ ହେଁ ବୁଲ୍କାଉତି ।
25 ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି।
ଦଃକା, ମୁଁୟ୍ ଗଃଟ୍ଣା ଗଃଟ୍ତା ଆଗ୍ତୁ ତୁମିମଃନ୍କେ ସଃବୁ ଜାଣାୟ୍ଲେ ।”
26 ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତି,’ ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି,’ ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ।
“ତଃବେ ଦଃକା, ଲକ୍ମଃନ୍ ତୁମିକେ ମାପ୍ରୁ ବଃଟାୟ୍ ଆଚେ ବଃଲି କଃଉତି, ତଃବେ ବାରାୟ୍ ଜାହା ନାୟ୍, ଦଃକା ସେ ବିତୁର୍ ଗଃରେ ଲୁକି ଆଚେ ବଃଲି କଃଉତି, ତଃବେ ତାକାର୍ କଃତା ବିସ୍ୱାସ୍ କଃରା ନାୟ୍ ।
27 କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ।
ବଃଲେକ୍ ବିଜ୍ଲି ଜଃନ୍କଃରି ହୁର୍ବ୍ ଦିଗେ ମଃଲ୍କାୟ୍ ବେଳ୍ ବୁଡ୍ତି ଦିଗ୍ ହଃତେକ୍ ଉଜାଳ୍ ଦଃକାଜାୟ୍ଦ୍, ନଃରାର୍ ହୟ୍ସି ହେଁ ସଃନ୍କଃରି ଆସେଦ୍ ।”
28 ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।”
“ବଃଲେକ୍ ଜୁୟ୍ଟାଣେ ମଃଲା ଗଃଗାଳ୍ ରଃୟ୍ଦ୍, ସେଟାଣେ ରାବଣ୍ମଃନ୍ ହେଁ ଗଟେତଃୟ୍ ରୁଣ୍ଡ୍ତି ।”
29 “ମାତ୍ର ସେହି ସମୟର କଷ୍ଟ ପରେ ‘ହଠାତ୍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ।’
“ମଃତର୍ ସେ ଦିନାର୍ ଡଃଣ୍ଡ୍ ହଃଚେ, ସେଦାହ୍ରେ ବେଳ୍ ଅଃନ୍ଦାର୍ ଅୟ୍ଦ୍ ଆର୍ ଜଃନ୍ ଉଜାଳ୍ ନଃଦେୟ୍, ତାରାମଃନ୍ ସଃର୍ଗେ ହୁଣି ଅଦୁର୍ତି ଆର୍ ଅଃଗାସାର୍ ସଃବୁ ସଃକ୍ତିମଃନ୍ ଏଣେ ତେଣେ ଅଃଉତି ।
30 ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।
ସଃଡେବଃଳ୍ ଅଃଗାସ୍ ଉହ୍ରେ ନଃରାର୍ ହୟ୍ସିର୍ ଚିନ୍ମଃନ୍ ଡିସେଦ୍ ଆର୍ ସଃଡେବଃଳ୍ ହୁର୍ତିବିର୍ ସଃବୁ ବାସାର୍ ଲକ୍ମଃନ୍ କାନ୍ଦ୍ତି ଆର୍ ନଃରାର୍ ହୟ୍ସିକେ ସଃକ୍ତି ଆର୍ ବଃଡେ ଜଃଜ୍ମାନ୍ ସଃଙ୍ଗ୍ ଅଃଗାସାର୍ ମେଗେ ଆସ୍ତାର୍ ଦଃକ୍ତି ।
31 ଆଉ, ସେ ମହାତୂରୀଧ୍ୱନୀ ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”
ଆର୍ ତୁରି ହୁକି ଅଃହ୍ଣାର୍ ସଃର୍ଗ୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ଦୁତ୍ମଃନ୍ ହୁର୍ତିବିର୍ ଗଟ୍ କନେହୁଣି ଆରେକ୍ ଗଟ୍ କଃନ୍ ହଃତେକ୍ ଚାରିହଃକାର୍ ତାର୍ ବାଚ୍ଲା ଲକ୍ମଃନ୍କେ ରୁଣ୍ଡାଉତି ।”
32 “ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
“ଡୁମ୍ବୁର୍ ଗଃଚାର୍ ଗଟେକ୍ କଃତା ସିକା, ଜଃଡେବଃଳ୍ ତାର୍ କଃନ୍ଦାୟ୍ କଃଉଁଣା ହଃତାର୍ ଦଃରେଦ୍ ଆର୍ ଡାଳ୍ ହଃତାର୍ ଅୟ୍ ବାଡି ଆସେଦ୍, ସଃଡେବଃଳ୍ ତୁମି କଃରା ଦିନ୍ ଆସୁଲି ବଃଲି ଜାଣାସ୍ ।
33 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ।
ସେରଃକମ୍ ତୁମିମଃନ୍ ଜଃଡେବଃଳ୍ ଇସଃବୁ ଗଃଟ୍ଣା ଦଃକ୍ଲେକ୍, ନଃରାର୍ ହୟ୍ସି ଦୁଆର୍ ଚଃମେ ବଃଲି ଜାଣା ।
34 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ।
ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ସଃବୁ କଃତା ନଃଗଟ୍ତା ହଃତେକ୍ ଅଃବେ ଇ କାଳାର୍ ଲକ୍ମଃନ୍ କଃନ୍କଃରି ହେଁ ନଃମେର୍ତି ।
35 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
ଅଃଗାସ୍ ଆର୍ ହୁର୍ତିବି ନଃସ୍ଟ୍ ଅୟ୍ଦ୍, ମଃତର୍ ମର୍ କଃତା କଃବେ ନଃସ୍ଟ୍ ନୟେ ।”
36 “କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି।
“ମଃତର୍ ସେ କଃବେ ଆସେଦ୍, ସେ ଦିନ୍ ଆର୍ ବେଳା କେ ନଃଜାଣ୍ତି, ସଃର୍ଗାର୍ ଦୁତ୍ମଃନ୍ କି ହୟ୍ସି ହେଁ ନଃଜାଣେ, ମଃତର୍ ସଃର୍ଗାର୍ ଉବା ହଃକା ଏକ୍ଲା ଜାଣେଦ୍ ।
37 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ।
ଆର୍ ନହର୍ ବଃଳ୍ ଜୁୟ୍ରଃକମ୍ ଗଃଟିରିଲି ନଃରାର୍ ହୟ୍ସି ଆସ୍ତା ବଃଳ୍ହେଁ ସେରଃକମ୍ ଅୟ୍ଦ୍ ।
38 କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ,
ହାଣି ମାରି ହୁର୍ତି ବୁଡ୍ତା ଆଗ୍ତୁ ନହ ଜାଜେ ହୁର୍ତା ଦିନ୍ ହଃତେକ୍ ଲକ୍ମଃନ୍ ଜଃନ୍କଃରି କାଉଆ ହିଉଆ ଆର୍ ବିବା କଃରୁକ୍ ଆର୍ ବିବା ଦେଉଁକେ ମାତି ରିଲାୟ୍ ।
39 ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ।
ହୁର୍ ହାଣି ଆସି ସଃବୁଲକେ ବଳାୟ୍ ନଃନେତା ହଃତେକ୍ ଜଃନ୍କଃରି କାୟ୍ରି ଅୟ୍ଦ୍, ସେରି କେ ଜାଣି ନଃରିଲାୟ୍, ନଃରାର୍ ହୟ୍ସି ଆସ୍ତା ବଃଳ୍ ହେଁ ସେରଃକମ୍ ଅୟ୍ଦ୍ ।
40 ସେତେବେଳେ ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ;
ସଃଡେବଃଳ୍ ଦୁୟ୍ ଲକ୍ ତାସ୍ ହଃଦାୟ୍ ରେତି, ଗଟେକ୍ ଲକ୍କେ ନିଆ ଅୟ୍ଦ୍ ଆର୍ ଗଟ୍ ଲକ୍କେ ଚାଡି ଦିଆ ଅୟ୍ଦ୍ ।
41 ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ।
ଜଳେକ୍ ମାୟ୍ଜିମଃନ୍ ଜଃତାୟ୍ ରୁଚ୍ତି ରେତି, ଏକ୍ଲାକେ ନିଆ ଅୟ୍ଦ୍, ଆରେକ୍ ଏକ୍ଲାକେ ଚାଡି ଦିଆ ଅୟ୍ଦ୍ ।”
42 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ।
“ଇତାର୍ ଗିନେ ତୁମିମଃନ୍ ଜଃଗ୍ରାତ୍ ଅୟ୍ରିଆ, ବଃଲେକ୍ ତୁମାର୍ ମାପ୍ରୁ କୁୟ୍ ଦିନ୍ ଆସେଦ୍ ସେରି ତୁମିମଃନ୍ ନଃଜାଣାସ୍ ।
43 କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ।
ମଃତର୍ ତୁମିମଃନ୍ ଇରି ଜାଣିରିଆ ଜେ, କୁୟ୍ ବେଳାୟ୍ ଚର୍ ଆସେଦ୍ ଇରି ଗଃରାର୍ ମୁଳିକା ଜାଣି ରିଲେକ୍, ସେ ଜଃଗ୍ରାତ୍ ଅୟ୍ରିଲା ହୁଣି ଆର୍ ଗଃରେ ସିନ୍ଦ୍ ମାରୁକ୍ ନଃଦିଲା ହୁଣି ।
44 ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।”
ତଃବାର୍ଗିନେ ତୁମିମଃନ୍ ହେଁ ଜଃଗ୍ରାତ୍ ଅୟ୍ରିଆ ବଃଲେକ୍ ଜୁୟ୍ ବେଳାୟ୍ ତୁମିମଃନ୍ ମଃନେ ବାବି ନଃରିଆସ୍ ସେ ବେଳାୟ୍ ନଃରାର୍ ହୟ୍ସି ଆସେଦ୍ ।”
45 “ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ?
“ତଃବେ ସାଉକାର୍ ତାର୍ ଲକ୍ମଃନ୍କେ ଟିକ୍ ବେଳାୟ୍ ହଃଳିବାତ୍ୟା ଦେଉଁକେ ଜାକେ ସେମଃନାର୍ ଉହ୍ରେ ବାଚ୍ଲା ଆଚେ, ଇବାନ୍ୟା ସଃତ୍ ଆର୍ ବୁଦିର୍ ଗତିଦଃଙ୍ଗ୍ଳା କେ?
46 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ।
ସାଉକାର୍ ଆସି ତାର୍ ଜୁୟ୍ ଗତିଦଃଙ୍ଗ୍ଳାକ୍ ସେରଃକମ୍ କାମ୍ କଃର୍ତି ରିଲାର୍ ଦଃକେଦ୍, ତଃବେ ସେ ଦଃଙ୍ଗ୍ଳାର୍ ବାୟ୍ଗ୍ ।
47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ।
ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସାଉକାର୍ ସେ ଦଃଙ୍ଗ୍ଳାକେ ତାର୍ ସଃବୁ ସଃମ୍ପତି ଉହ୍ରେ ଅଃଦିକାର୍ ଦଃୟ୍ଦ୍ ।
48 କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି
ମଃତର୍ ଜଦି ସେ ଦୁସ୍ଟ୍ ଗତିଦଃଙ୍ଗ୍ଳା ମର୍ ସାଉକାର୍ ଆସ୍ତାର୍ ବିଲମ୍ କଃରେଦ୍ ବଃଲି ମଃନ୍ ବିତ୍ରେ କୟ୍,
49 ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ,
ଅଃହ୍ଣାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳାମଃନ୍କ୍ ମାଡ୍ ମାରୁକ୍ ଦଃରେଦ୍ ଆର୍ ମଃଦୁଆ ମଃନାର୍ ସଃଙ୍ଗ୍ କାଉଆ ହିଉଆ କଃରେଦ୍,
50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ,
ସେବାନ୍ୟା ଅୟ୍ଲେକ୍ ଜୁୟ୍ ଦିନ୍ ସେ ଜାଗି ନଃରେୟ୍, ଆର୍ ଜୁୟ୍ ବେଳା ଗତିଦଃଙ୍ଗ୍ଳା ଜାଣି ନଃରେୟ୍, ସେ ଦିନ୍ ଆର୍ ସେ ବେଳାୟ୍ ତାର୍ ସାଉକାର୍ ଆସେଦ୍ ।
51 ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”
ଆରେକ୍ ସାଉକାର୍ ସେ ଗତିଦଃଙ୍ଗ୍ଳାକ୍ କଃଣ୍ଡ୍ କଃଣ୍ଡ୍ କଃରି କାଟି ହେଟ୍କପଟ୍ୟା ମଃନାର୍ ସଃଙ୍ଗ୍ ବାଗ୍ ବାଟା ଟିକ୍ କଃରେଦ୍; ସେତି ସେ କାନ୍ଦି କାନ୍ଦି ଦାତ୍ ଚାବି ଅୟ୍ଦ୍ ।”