< ମାଥିଉ 21 >
1 ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ବୈଥ୍ଫାଗୀ ଓ ଜୀତପର୍ବତ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଦୁଇ ଶିଷ୍ୟଙ୍କୁ ଏହି କଥା କହି ପଠାଇଲେ।
ହେ ପାଦ୍ନା ଜିସୁ ଆରି ଚେଲାର୍ ଜିରୁସାଲମ୍ କଚଣ୍ ବେତ୍ପାଗି ନାସ୍ତାଂ ଏକାତାର୍ ହେ ପାଦ୍ନା ରିୟାର୍ ଚେଲାର୍ ଜିତ୍ମାଡ଼ି ଏକାତାର୍ ।
2 “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ଯିବା ମାତ୍ରେ ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଦଭୀ ଓ ତାହା ସହିତ ଗୋଟିଏ ଶାବକକୁ ଦେଖିବ; ସେମାନଙ୍କୁ ଫିଟାଇ ମୋ ନିକଟକୁ ନେଇଆସ।
ମି “ଲାଗେ ହେ ନାସ୍ତ ହାଲାଟ୍, ଆରେ ହାନିଲାଡ଼େ ଗାଚ୍ୟା ଆଜ଼ି ମାନି ର ଗଦ ହିମ୍ଣା ଆରି ତା ଲାହାଙ୍ଗ୍ ର ହିମ୍ଣା ହୁଡ଼୍ନାଦେର୍; ହେୱେକିୟାଙ୍ଗ୍ ରିକ୍ଚି ନା କଚଣ୍ ତାହିୱାଡୁ ।”
3 ଆଉ ଯେବେ କେହି ତୁମ୍ଭମାନଙ୍କୁ କିଛି କହେ, ତେବେ କହିବ ଏମାନଙ୍କଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି। ସେହିକ୍ଷଣି ସେ ସେମାନଙ୍କୁ ପଠାଇଦେବ।”
ଆରେ, ଇନାୱାଡ଼ାଂ ଇନେର୍ ମିଙ୍ଗେଙ୍ଗ୍ ଇନାକା ଇନାର୍, “ଲାଗିଂ ଇନାଦେର୍, ଇୱାଙ୍ଗ୍ ତାକେ ମାପ୍ରୁ ଲଡ଼ା ମାନାତ୍ । ହେ ଦାପ୍ରେ ହେୱେନ୍ ହେୱେକିୟାଙ୍ଗ୍ ପକ୍ତାନାନ୍ ।”
4 ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହା ଘଟିଲା,
ବେଣ୍ବାକ୍ଣାୟ୍କିନାକାର୍ କାଜିଂ ଇଦାଂ ଇ ବଚନ୍ ଇନେସ୍ ପୁରା ଆନାତ୍, ହେଦାଂ କାଜିଂ ଇଦାଂ ଗିଟା ଆତାତ୍,
5 ସିୟୋନର କନ୍ୟାକୁ କୁହ, ଦେଖ୍, ତୋର ରାଜା ତୋʼ ନିକଟକୁ ଆସୁଅଛନ୍ତି; ସେ ନମ୍ର ଓ ଗର୍ଦ୍ଦଭାରୋହୀ, ଶାବକ, ଗର୍ଦ୍ଦଭଶାବକାରୋହୀ।
“ସିୟନ୍ନି ଗାଡ଼୍ଚେଂ ୱେଚାଟ୍, ହୁଡ଼ା, ମି ରାଜା ନି କଚଣ୍ ୱାନାନା; ହେୱାନ୍ ହୁଦାର୍ ଆରି ଗଦ ହିମ୍ଣା ଜପି କୁଚ୍ଚାନ୍ନା ଗଦ ଜପି କୁଚ୍ଚାକାନ୍ ।”
6 ସେଥିରେ ଶିଷ୍ୟମାନେ ଯାଇ ଯୀଶୁଙ୍କ ଆଦେଶ ଅନୁସାରେ କାମ କଲେ,
ହେବେ ଚେଲାହିର୍ ହାଲ୍ଜି ଜିସୁଙ୍ଗ୍ ବଲ୍ ତାଙ୍ଗ୍ କାମାୟ୍ କିତାର୍,
7 ପୁଣି, ଗର୍ଦ୍ଦଭୀ ଓ ଶାବକଟି ଆଣି ସେମାନଙ୍କ ଉପରେ ବସ୍ତ୍ର ପାତିଦେଲେ, ଆଉ ସେ ତାହା ଉପରେ ବସିଲେ।
ଆରେ ଗଦ ହିମ୍ଣା ତାସି ହେୱାଙ୍ଗ୍ ଜପି ହେନ୍ଦ୍ରା ପାସ୍ସି ହିତାର୍, ଆରେ ଜିସୁ ତା ଜପି କୁଚ୍ଚାନ୍ ।
8 ପୁଣି, ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଆପଣା ଆପଣା ଲୁଗା ପଥରେ ବିଛାଇଲେ ଓ ଅନ୍ୟମାନେ ଗଛରୁ ଡାଳ କାଟି ଆଣି ବାଟରେ ବିଛାଇ ଦେବାକୁ ଲାଗିଲେ।
ଆରେ, ମାନାୟାର୍ ବିତ୍ରେ କେତେଜାଣ୍ ଜାର୍ ଜାର୍ ହେନ୍ଦ୍ରା ହାସ୍ଦ ପାସ୍ତାର୍ ଆରି କେତେଜାଣ୍ ମାର୍ଦାଂ ଡାଡ଼୍ କାଦ୍ଦି ତାସି ହାସ୍ଦ ପାସ୍ସି ହିଦେଂ ଲାଗାତାର୍ ।
9 ଆଉ ତାହାଙ୍କ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା ଦାଉଦଙ୍କ ସନ୍ତାନ! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା।
ଆରେ ତା ଆଗେ ଆରି ପାଚେ ହାଲ୍ଜି ମାନି ମାନାୟାର୍ ଗାଜା କାଟ୍ତାଂ ଇଞ୍ଜେଙ୍ଗ୍ ଲାଗାତାର୍, ହସାନ୍ନା “ଦାଉଦ୍ତି ହିମ୍ଣା ଦନ୍ୟବାଦ୍ କିୟାଟ୍! ମାପ୍ରୁ ତର୍ଦାଂ ଇନେର୍ ୱାନାରା, ହେୱେନ୍ ଦନ୍ୟ ମାପ୍ରୁ କେର୍କଣ୍ ଆୟେତ୍ ।”
10 ଆଉ ସେ ଯିରୂଶାଲମ ସହରରେ ପ୍ରବେଶ କରନ୍ତେ ନଗରଯାକ ଏ କିଏ ବୋଲି ଚହଳ ପଡ଼ିଗଲା।
ଆରେ, ହେୱେନ୍ ଜିରୁସାଲମ୍ତ ହଣ୍ଗାତାନ୍, ଗାଡ଼୍ନିକାର୍ ଇୱାନ୍ ଇନେନ୍ ଇଞ୍ଜି ବିଙ୍ଗ୍ବିଙ୍ଗ୍ ଆତାତ୍ ।
11 ସେଥିରେ ଲୋକସମୂହ କହିଲେ, ଏ ଗାଲିଲୀସ୍ଥ ନାଜରିତର ଭାବବାଦୀ ଯୀଶୁ।
ହେବେତାଂ ମାନାୟାର୍ ଇଚାର୍, “ଇୱେନ୍ ଗାଲିଲିନି ନାଜରିତ୍ତ ର ବେଣ୍ବାକ୍ଣାୟ୍କିନାକାନ୍ ଜିସୁ ।”
12 ପରେ ଯୀଶୁ ଈଶ୍ବରଙ୍କ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କିଣାବିକା କରୁଥିବା ସମସ୍ତ ଲୋକଙ୍କୁ ବାହାର କରିଦେଲେ, ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା-ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
ପାଚେ ଜିସୁ ମନ୍ଦିର୍ତ ହଣ୍ଜି ହେ ବାହାତ କଡ଼୍ନାକା ପ୍ରନାକାରିଂ ୱିଜ଼ାର୍ ମାନାୟାରିଂ ହପ୍ତାନ୍, ଆରେ ଡାବୁଙ୍ଗ୍ ବେପ୍ରିୟାର୍ତି ପାଟା ଆରି ପାଣ୍ଡ୍କା ବେପ୍ରିୟାର୍ତି କୁଚ୍ନି ବାହା ଉଲ୍ଟାୟ୍ କିତାନ୍,
13 ଆଉ ଯୀଶୁ ସେମାନଙ୍କୁ କହିଲେ, “ଲେଖାଅଛି, ‘ଆମ୍ଭର ଗୃହ ପ୍ରାର୍ଥନାର ଗୃହ ବୋଲି ପରିଚିତ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଡକାଇତମାନଙ୍କ ବାସସ୍ଥାନ କରୁଅଛ।’”
ଆରେ ଜିସୁ ହେୱାରିଂ ଇଚାନ୍, ଦର୍ମ ସାସ୍ତର୍ତ ଲେକା ମାନାତ୍, “ମା ଇଲ୍ ପାର୍ତାନା ଇଲ୍ ଇଞ୍ଜି ପୁଟା ଆନାତ୍ ମାତର୍ ଏପେଙ୍ଗ୍ ତାଙ୍ଗେଙ୍ଗ୍ ଚର୍କୁ ଇଲ୍ କିତାଦେର୍ଣ୍ଣା ।”
14 ପୁଣି, ମନ୍ଦିରରେ ଅନ୍ଧ ଓ ଖଞ୍ଜ ଲୋକେ ତାହାଙ୍କ ପାଖକୁ ଆସନ୍ତେ ସେ ସେମାନଙ୍କୁ ସୁସ୍ଥ କଲେ।
ଆରେ, ମନ୍ଦିର୍ତ କାଣା ଆରି ହିର୍କଲ୍ ରଗି ମାନାୟ୍ ତା କଚଣ୍ ୱାତିଲେ, ହେୱେନ୍ ହେୱାରିଂ ଉଜ୍ କିତାନ୍ ।
15 କିନ୍ତୁ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ତାହାଙ୍କ କରିଥିବା ଆଶ୍ଚର୍ଯ୍ୟକର୍ମଗୁଡ଼ିକୁ ଓ ମନ୍ଦିର ମଧ୍ୟରେ ହୋଶାନ୍ନା ଦାଉଦଙ୍କ ସନ୍ତାନ ବୋଲି ଉଚ୍ଚସ୍ୱର କରୁଥିବା ପିଲାମାନଙ୍କୁ ଦେଖି ବିରକ୍ତ ହେଲେ,
ମାତର୍ ମୁଡ଼୍ ମାପ୍ରୁହେବାକିନାକାନ୍ ଆରି ଗୁରୁର୍ ତା କିତି କାବା ଆନି କାମାୟ୍ ସବୁ ଆରି ମନ୍ଦିର୍ ବିତ୍ରେ ହସାନ୍ନା “ଦାଉଦ୍ନି ହିମ୍ଣା” ଇଞ୍ଜି ଗାଜା କାଟ୍ କିଜ଼ି ମାନି କାଡ଼୍ଦେରିଂ ହୁଡ଼୍ଜି ରିସା ଆତାନ୍ ।
16 ପୁଣି, ତାହାଙ୍କୁ ପଚାରିଲେ, ଏମାନେ କଅଣ କହୁଅଛନ୍ତି, ତାହା କି ତୁମ୍ଭେ ଶୁଣୁଅଛ? ଯୀଶୁ ସେମାନଙ୍କୁ କହିଲେ, “ହଁ, ‘ତୁମ୍ଭେ ଶିଶୁ ଓ ସ୍ତନ୍ୟପାୟୀମାନଙ୍କ ମୁଖ ଦ୍ୱାରା ଆପଣା ଉଦ୍ଦେଶ୍ୟରେ ସ୍ତବ ସିଦ୍ଧ କରିଅଛ,’ ଏହି କଥା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ?”
ହେୱାର୍ ଜିସୁଙ୍ଗ୍ ୱେନ୍ବାତାର୍, “ଇୱାର୍ ଇନାକା ଇଞ୍ଜ୍ନାରା, ଏପେଙ୍ଗ୍ ୱେନାଦେରା?” ଜିସୁ ହେୱାରିଂ ଇଚାନ୍, “ଆଁ, ଏନେଙ୍ଗ୍ ହିମ୍ଣା ଆରି ଉଣାକାର୍ ୱେଇ କାଜିଂ ମିଦାଙ୍ଗ୍ ଇନାକା ଦରମ୍ ସାସ୍ତର୍ତ ଲେକାତାତ୍ନା ପଡ଼ି କିୱାତାଇନା କି, ଏନ୍ ହିମ୍ଣାଂ ଆରି କଡ଼୍ଗେ ହିମ୍ଣାକାଂ ଆଦିକ୍ ୱାରି କିଦେଙ୍ଗ୍ ହିକ୍ୟା ହିତାୟ୍ନା?”
17 ଆଉ, ସେ ସେମାନଙ୍କୁ ଛାଡ଼ିଦେଇ ଯିରୂଶାଲମ ସହରରୁ ବାହାରି ବେଥନୀୟାକୁ ଯାଇ ସେଠାରେ ରାତି କଟାଇଲେ।
ଇଦାଂ ଇଞ୍ଜି ଜିସୁ ହେୱାରିଂ ପିସ୍ତି ଜିରୁସାଲମ୍ତାଂ ହସି ବେତ୍ନିୟା ହାଚାର୍ । ହେବେ ଜିସୁ ନାଣା ମାଚାନ୍ ।
18 ସକାଳେ ସେ ଯିରୂଶାଲମ ସହରକୁ ଫେରିବା ସମୟରେ କ୍ଷୁଧିତ ହେଲେ,
ହେ ଆର୍କାତ୍ ନାଜିଂ ଜିସୁ ଜିରୁସାଲମ୍ତାଂ ୱାନିହିଂ ନାସ୍କି ଆତାନ୍ ।
19 ଆଉ ବାଟ ପାଖରେ ଗୋଟିଏ ଡିମ୍ବିରିବୃକ୍ଷ ଦେଖି ତାହା ନିକଟକୁ ଗଲେ, ପୁଣି, କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, “ଆଉ କଦାପି ତୋʼଠାରେ ଫଳ ନ ହେଉ।” ସେଥିରେ ସେହିକ୍ଷଣି ସେହି ଡିମ୍ବିରିବୃକ୍ଷ ଶୁଖିଗଲା। (aiōn )
ହାଜ଼ି କଚଣ୍ ର ତଗା ମାର୍ ମାଚାତ୍ । ଜିସୁ ତା ଲାଗାଂ ହାଲ୍ଜି ହେବେ ଆକିଂ ପିସ୍ତି ଆରି ଇନାକା ହୁଡ଼୍ୱାତାନ୍ । ଲାଗିଂ ଜିସୁ ମାର୍ତିଂ ଇଚାନ୍, “ଏନ୍ ଆରେ ମୁଡ଼୍କେ ପାଡ଼୍ ଆହ୍ମା ।” ହେ ଦାପ୍ରେ ତଗା ମାର୍ ୱାଜ୍ଜି ହାଚାତ୍ । (aiōn )
20 ଶିଷ୍ୟମାନେ ତାହା ଦେଖି ଚମତ୍କୃତ ହୋଇ କହିଲେ, ଡିମ୍ବିରିବୃକ୍ଷଟି କିପରି ସେହିକ୍ଷଣି ଶୁଖିଗଲା?
ଚେଲାହିର୍ ଇଦାଂ ହୁଡ଼୍ଜି କାବା ଆଜ଼ି ୱେନ୍ବାତାର୍, “ତଗା ମାର୍ ଏଚେଚାଣ୍ଡ୍ ୱାଚ୍ଚାତ୍ ଇନେସ୍?”
21 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ଆଉ ତୁମ୍ଭେମାନେ ସନ୍ଦେହ ନ କର, ତେବେ ଏହି ଡିମ୍ବିରିବୃକ୍ଷ ପ୍ରତି ଯେପରି ହୋଇଅଛି, କେବଳ ଯେ ସେପରି ହେବ, ତାହା ନୁହେଁ, ମାତ୍ର ଯଦି ଏ ପର୍ବତକୁ ସୁଦ୍ଧା ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ତାହାହେଲେ ତାହା ହେବ।
ଜିସୁ ଉତର୍ ହିତାନ୍, “ଆନ୍ ମିଙ୍ଗେଙ୍ଗ୍ ହାତ୍ପା ଇଞ୍ଜ୍ନାଙ୍ଗା, ଜଦି ମି ପାର୍ତି ମାନାତ୍, ଆରେ ଏପେଙ୍ଗ୍ ପାର୍ତି କିଉଦେର୍, ଲାଗିଂ ଇ ତଗା ମାର୍ କାଜିଂ ଇନେସ୍ କିୟାଆତାତ୍ନା, କେବଲ୍ ଇନେର୍ ହେ ଲାକେ କିନାଦେର୍, ହେଦାଂ ଆକାୟ୍, ମତର୍ ଜଦି ଇ ମାଡ଼ିତିଂ ପା ଏନ୍ ନିଙ୍ଗ୍ଜି ହାମ୍ଦୁର୍ତ ହାଲ୍ଜି ଆରା ଇଞ୍ଜି ଇନାଦେର୍, ତା ଆତିସ୍ ହେଦାଂ ଗିଟା ଆନାତ୍ ।
22 ପୁଣି, ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।”
ଆରେ, ପାର୍ତି କିଜ଼ି ପାର୍ତାନାତାଂ ଇନାକା ପା ଏନ୍ନାଦେର୍ ହେ ସବୁ ପାୟାନାଦେର୍ ।”
23 ପରେ ସେ ମନ୍ଦିରରେ ପ୍ରବେଶ କରି ଶିକ୍ଷା ଦେବା ସମୟରେ ପ୍ରଧାନ ଯାଜକମାନେ ଓ ଲୋକଙ୍କର ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଆଉ ତୁମ୍ଭକୁ କିଏ ଏହି ଅଧିକାର ଦେଲା?
ପାଚେ ଜିସୁ ମନ୍ଦିର୍ତ ହଣ୍ଜି ହିକ୍ୟା ହିନି ୱେଡ଼ାଲିଂ ମୁଡ଼୍ ମାପ୍ରୁହେବା କିନାକାର୍ ଆରି ମାନାୟାର୍ତି ବୁଡ଼ାଲୁର୍ ତା କଚଣ୍ ୱାଜ଼ି ୱେନ୍ବାତାର୍, ଏନ୍ “ଇମ୍ଣି ଆଦିକାର୍ତାଂ ଇ ୱିଜ଼ୁ କିନାୟା? ଆରେ, ନିଙ୍ଗେଙ୍ଗ୍ ଇନେର୍ ଇ ଆଦିକାର୍ ହିତ୍ତାର୍?”
24 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ଯଦି ତୁମ୍ଭେମାନେ ମୋତେ ତାହା କହିବ, ତେବେ କେଉଁ ଅଧିକାରରେ ମୁଁ ଏହି ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି।
ଜିସୁ ହେୱାରିଂ ଉତର୍ ହିତାନ୍, “ଆନ୍ ମିଙ୍ଗେଙ୍ଗ୍ କେବଲ୍ ର ପର୍ସନ୍ ଗୱାରି କିଦ୍ନାଙ୍ଗ୍ ହେ ଉତର୍ ହିଦେଂ ଆଡ଼୍ତିସ୍, ଆନ୍ ଇମ୍ଣି ଆଦିକାର୍ ଇ ୱିଜ଼ୁ କାମାୟ୍ କିନାଙ୍ଗା, ମିଙ୍ଗେଙ୍ଗ୍ ୱେଚ୍ନାଙ୍ଗ୍ ।
25 ଯୋହନଙ୍କର ବାପ୍ତିସ୍ମ କେଉଁଠାରୁ ହୋଇଥିଲା? ସ୍ୱର୍ଗରୁ ବା ମନୁଷ୍ୟଠାରୁ?” ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ ଆମ୍ଭମାନଙ୍କୁ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
ବାପ୍ତିସିମ୍ ହିନାକା ଆଦିକାର୍ ଜହନ୍ ଇନେର୍ତାଂ ଗାଟା ଆଜ଼ି ମାଚାନ୍? ସାର୍ଗେତାଂ କି ମାନାୟ୍ତିଂ?” ହେବେ ହେୱାର୍ ହେୱାର୍ ବିତ୍ରେ ବେଣ୍କିତାର୍ “ଇ ବିସ୍ରେ ଇନାକା ଇନାସ୍? ଜଦି ଇନାସ୍ ଇସ୍ୱର୍ତାଂ, ଲାଗିଂ ଜହନ୍ତିଂ ଇନାକିଦେଂ ପାର୍ତି କିଉଦେରା ଇଞ୍ଜି ହେୱାନ୍ ମାଙ୍ଗେଙ୍ଗ୍ ୱେନ୍ବାଦାନାନ୍ ।
26 କିନ୍ତୁ ଯଦି ମନୁଷ୍ୟଠାରୁ ବୋଲି କହିବୁ, ତେବେ ଲୋକସମୂହକୁ ତ ଭୟ! କାରଣ ସମସ୍ତେ ଯୋହନଙ୍କୁ ଭାବବାଦୀ ବୋଲି ମାନନ୍ତି।
ମାନାୟ୍ତିଂ ଇଞ୍ଜି ଜଦି ଇନାସ୍, ଲାଗିଂ ମାନାୟାରିଂ ମାଙ୍ଗ୍ ପାଣ୍ଡ୍ରୁ ହତ୍ନାତା, ଇନାକିଦେଂକି ୱିଜ଼ାର୍ ମାନାୟାର୍ ଜହନ୍ ରକାନ୍ ବେଣ୍ବାକ୍ଣାୟ୍ କିନାକାନ୍ ଇଞ୍ଜି ହେୱାର୍ ପାର୍ତି କିନାରା ।”
27 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ। ସେ ମଧ୍ୟ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
ହେଦାଂ କାଜିଂ ହେୱାର୍ ଜିସୁ ଉତର୍ ହିଜ଼ି ଇଚାର୍, “ଆପେଂ ପୁନୁପ୍ ।” ଜିସୁ ହେୱାରିଂ ଇଚାନ୍, “ଇନେର୍ ଆଦିକାର୍ତାଂ ଇ ସବୁ କିନାଙ୍ଗା, ଆନ୍ ପା ମିଙ୍ଗେଙ୍ଗ୍ ୱେଚ୍ଚୁଙ୍ଗ୍ ।”
28 “ମାତ୍ର ତୁମ୍ଭେମାନେ କଅଣ ମନେ କର? ଜଣେ ବ୍ୟକ୍ତିଙ୍କର ଦୁଇଟି ପୁତ୍ର ଥିଲେ। ସେ ପ୍ରଥମ ନିକଟକୁ ଆସି କହିଲେ, ‘ପୁଅ, ଯା, ଆଜି ଦ୍ରାକ୍ଷାକ୍ଷେତ୍ରରେ କାମ କର।’”
“ମତର୍ ଏପେଙ୍ଗ୍ ଇନାକା ମାନେ କିୟା? ରୱାନ୍ ମାନାୟ୍ତିଂ ରିୟାର୍ ମାଜ଼ି ମାଚାର୍ । ହେୱେନ୍ ପର୍ତୁମ୍ କଚଣ୍ ୱାଜ଼ି ଗାଜା ମାଜ଼ି ଇଚାନ୍, ମାଜ଼ି, ହାଲା, ନେଞ୍ଜେଙ୍ଗ୍ ଅଙ୍ଗୁର୍ ବାଡ଼୍ଦ କାମାୟ୍ କିୟା ।
29 ସେ ଉତ୍ତର ଦେଲା, “‘ମୋହର ଇଚ୍ଛା ନାହିଁ,’ କିନ୍ତୁ ପରେ ଅନୁତାପ କରି ଗଲା।
ହେୱେନ୍ ଉତର୍ ହିତାନ୍, ନା ଇଚା ଆକାୟ୍, ମାତର୍ ପାଚେ ମାନ୍ବାଦ୍ଲାୟ୍ କିଜ଼ି ହାଚାନ୍ ।
30 ପୁଣି, ସେ ଦ୍ୱିତୀୟ ପାଖକୁ ଆସି ସେହି ପ୍ରକାର କହିଲେ। ସେ ଉତ୍ତର ଦେଲା, ‘ମହାଶୟ, ମୁଁ ଯାଉଅଛି, କିନ୍ତୁ ଗଲା ନାହିଁ।’
ଆରେ, ଆବା ଆରେ ରକାନ୍ କଚଣ୍ ୱାଜ଼ି ହେ ଲାକେ ଇଚାନ୍ । ହେୱାନ୍ ଉତର୍ ହିତାନ୍, ଗୁରୁ, ଆନ୍ ହାନାଙ୍ଗା, ମାତର୍ ହାଲ୍ୱାତାନ୍ ।
31 ଏହି ଦୁହିଁଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା?” ସେମାନେ କହିଲେ, “ପ୍ରଥମ ଜଣକ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟାମାନେ ତୁମ୍ଭମାନଙ୍କ ଆଗେ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି।
ଇନା, ଇ ରିୟାର୍ ମେହିର୍ ବିତ୍ରେ ଇନେର୍ ତା ଆବାତି ବଲ୍ ମାନି କିଜ଼ି ମାଚାନ୍?” ହେୱାର୍ ଇଚାର୍, “ଗାଜା ମେହି ।” ଜିସୁ ହେୱାରିଂ ଇଚାନ୍, “ଆନ୍ ହାତ୍ପା ଇଞ୍ଜ୍ନାଙ୍ଗା ସିସ୍ତୁଏନ୍ନାକାର୍ ଆରି ଦାରୁଲାର୍ ମିଙ୍ଗେଙ୍ଗ୍ ତାଙ୍ଗ୍ ଆଗେ ଇସ୍ୱର୍ ରାଜିତ ହଣାର୍ ।
32 କାରଣ ଯୋହନ ତୁମ୍ଭମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମ୍ଭେମାନେ ତାହାଙ୍କୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ଓ ବେଶ୍ୟାମାନେ ତାହାଙ୍କୁ ବିଶ୍ୱାସ କଲେ, କିନ୍ତୁ ତୁମ୍ଭେମାନେ ଯେପରି ତାହାଙ୍କୁ ବିଶ୍ୱାସ କରିପାର, ଏଥିନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ।”
ଇନାକିଦେଂକି ଜହନ୍ ମି କଚଣ୍ ଦାର୍ମିନି ହାଜ଼ି ହିଜ଼ି ୱାତାନ୍, ଆରେ ଏପେଙ୍ଗ୍ ତାଙ୍ଗେଙ୍ଗ୍ ପାର୍ତି କିୱାତାଦେର୍, ମତର୍ ସିସ୍ତୁଏନ୍ନାକାର୍ ଆରି ଦାରୁଲାର୍ ତାଙ୍ଗେଙ୍ଗ୍ ପାର୍ତି କିତାର୍, ମାତର୍ ଏପେଙ୍ଗ୍ ଇନେସ୍ ତାଙ୍ଗେଙ୍ଗ୍ ପାର୍ତି କିଦେଙ୍ଗ୍ ଆଡ୍ନାଦେର୍, ଇଦାଂ କାଜିଂ ହେଦାଂ ହୁଡ଼୍ଜି ପା ମାନ୍ବାଦ୍ଲାୟ୍ କିୱାତାଦେର୍ ।”
33 “ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଗୃହକର୍ତ୍ତା ଥିଲେ, ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ଚାରିଆଡ଼େ ବାଡ଼ ଦେଲେ ଓ ତହିଁ ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ତିଆରି କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଇ ବିଦେଶକୁ ଚାଲିଗଲେ।
“ଆରେ ର ଉତର୍ମୁଡ଼୍ ୱେନାଟ୍ । ରୱାନ୍ ଇଲ୍ ହାଉକାର୍ ମାଚାନ୍, ହେୱାନ୍ ର ଅଙ୍ଗୁର୍ ବାଡ଼୍ କିଜ଼ି ଚାରିବେଣ୍ତାଂ ବାଡ଼୍ ଡ଼ଚ୍ଚାନ୍ ଆରି ହେ ବିତ୍ରେ ଅଙ୍ଗୁର୍କୁଣ୍ଡି କାର୍ଚି ମାଚା ରଚ୍ଚାନ୍, ଆରେ କାମ୍ଲିୟାରିଂ ହେ ବାଡ଼୍ ବାଗ୍ ହିଜ଼ି ବିଦେସ୍ ହାଚାନ୍ ।
34 ପରେ ଫଳର ସମୟ ପାଖେଇ ଆସନ୍ତେ ସେ ଆପଣା ଫଳ ପାଇବା ପାଇଁ କୃଷକମାନଙ୍କ ପାଖକୁ ନିଜ ଦାସମାନଙ୍କୁ ପଠାଇଲେ।
ପାଚେ ପାଡ଼୍ନି ସମୁ ଲାଗେ ୱାତିଲେ, ହେୱାନ୍ ଜାର୍ ପାଡ଼୍ ଗାଟାଆଦେଂ କାଜିଂ କାମ୍ଲିୟାର୍ ଲାଗାଂ ଜାର୍ ଆଡ଼ିୟାରିଂ ପକ୍ତାନ୍ ।
35 କିନ୍ତୁ କୃଷକମାନେ ତାହାଙ୍କ ଦାସମାନଙ୍କୁ ଧରି ଜଣକୁ ପ୍ରହାର କଲେ, ଅନ୍ୟ ଜଣକୁ ବଧ କଲେ, ପୁଣି, ଆଉ ଜଣକୁ ପଥର ଫୋପାଡ଼ି ମାରିପକାଇଲେ।
ମାତର୍ କାମ୍ଲିୟାର୍ ହେୱାନ୍ତି ଆଡ଼ିୟାରିଂ ଆସ୍ତି ରକାନିଂ ଟ୍ରାକ୍ତାର୍, ଆରେ ରକାନିଂ ଅସ୍ତାର୍, ଆରେ ରକାନିଂ କାଲ୍କୁ ଇଡ଼୍ଜି ଅସ୍ତାର୍ ।
36 ପୁଣି, ଥରେ ସେ ପ୍ରଥମ ଥର ଅପେକ୍ଷା ଅଧିକ ସଂଖ୍ୟକ ଦାସ ପଠାଇଲେ, ଆଉ ସେମାନେ ସେମାନଙ୍କ ପ୍ରତି ସେହି ପ୍ରକାର କଲେ।
ଆରେ ରଗ ବାଡ଼୍ ମାଲିକ୍ ହିଗ୍ଦତାଂ ବେସିହେନି ଆଡ଼ିୟାରିଂ ପକ୍ତାନ୍, ଆରେ ବାଗ୍ କାମ୍ଲିୟାର୍ ହେୱାର୍ ହେୱାର୍ କାଜିଂ ହେ ଲାକେ କିତାର୍ ।
37 ‘କିନ୍ତୁ ମୋହର ପୁଅକୁ ସେମାନେ ମାନ୍ୟ କରିବେ,’ ଏହା କହି ସେ ପରେ ଆପଣା ପୁତ୍ରକୁ ସେମାନଙ୍କ ନିକଟକୁ ପଠାଇଲେ।
ମାତର୍ ନା ମେହିଙ୍ଗ୍ ହେୱାର୍ ମାନି କିନାର୍, ଇଦାଂ ଇଞ୍ଜି ୱିସ୍ତିହିଙ୍ଗ୍ ହେୱାନ୍ ପାଚେ ଜାର୍ ମାଜ଼ି ହେୱାର୍ ତାକେ ପକ୍ତାନ୍ ।”
38 ମାତ୍ର ସେହି କୃଷକମାନେ ପୁତ୍ରଙ୍କୁ ଦେଖି ପରସ୍ପର କହିଲେ, ‘ଏ ତ ଉତ୍ତରାଧିକାରୀ; ଆସ, ଏହାକୁ ମାରି ଦେଇ ଆମ୍ଭେମାନେ ଏହାର ଅଧିକାର ଦଖଲ କରୁ।’
“ମତର୍ ହେ କାମ୍ଲିୟାର୍ ମେହିଙ୍ଗ୍ ହୁଡ଼୍ଜି ରୱାନ୍ ଆରେ ରୱାନିଂ ଇଚାର୍, ‘ଇୱାନ୍ ହୁଡ଼ାଟ୍ ହାଉକାର୍ ମେହି; ୱାଡୁ, ଇୱାନିଂ ଅଜ଼ି ଆସେଙ୍ଗ୍ ଇୱାନ୍ତି ଆଦିକାର୍ କେଇଦ ଅନାସ୍ ।’
39 ଆଉ ସେମାନେ ତାହାଙ୍କୁ ଧରି ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇ ମାରିଦେଲେ।
ହେବେ ହେୱାର୍ ହେୱାନିଂ ଅଜ଼ି ଅଙ୍ଗୁର୍ ବାଡ଼୍ନି ବାର୍ତ ତୁଇଜ଼ି ଅସ୍ତାର୍ ।
40 ଅତଏବ ଯେତେବେଳେ ସେହି ଦ୍ରାକ୍ଷାକ୍ଷେତ୍ରର ମାଲିକ ଆସିବେ, ସେତେବେଳେ ସେହି କୃଷକମାନଙ୍କ ପ୍ରତି ସେ କଅଣ କରିବେ?”
ଜିସୁ ୱେନ୍ବାତାନ୍, ଏଚେକାଡ଼୍ଦ ହେ ଅଙ୍ଗୁର୍ ବାଡ଼୍ନି ହାଉକାର୍ ୱାନାନ୍, ହେୱାଡ଼ାଂ ହେ କାମ୍ଲିୟାର୍ କାଜିଂ ହେୱାନ୍ ଇନାକା କିନାନ୍?”
41 ସେମାନେ ତାହାଙ୍କୁ କହିଲେ, ସେ ସେହି ଦୁଷ୍ଟମାନଙ୍କୁ ନିଷ୍ଠୁର ଭାବରେ ବିନାଶ କରିବେ ଓ ଯେଉଁ ଅନ୍ୟ କୃଷକମାନେ ତାହାଙ୍କୁ ଠିକ୍ ସମୟରେ ଫଳ ଯୋଗାଇବେ, ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଭାଗରେ ଦେବେ।
ହେୱାର୍ ହେୱାନିଂ ଇଚାର୍ “ହେୱାନ୍ ହେ ବାନିୟାରିଂ ହେୱାନ୍ ହାତେନେ ଅହ୍ନାର୍ ଆରି ଇମ୍ଣି ବିନ୍ ବାଗ୍ କାମ୍ଲିୟାର୍ ହେୱାନିଂ ସମାନ୍ ସମୁତ ବାଗ୍ନି ପାଡ଼୍ ହିନାର୍, ହେୱାରିଂ ଅଙ୍ଗୁର୍ ବାଡ଼୍ ବାଗ୍ ହିନାନାନ୍ ।”
42 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କି କେବେ ହେଁ ଧର୍ମଶାସ୍ତ୍ରରେ ଏହି କଥା ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା; ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’
ଜିସୁ ହେୱାରିଂ ଇଚାନ୍, “ଏପେଙ୍ଗ୍ କି ଇନାୱାଡ଼ାଂପା ଦରମ୍ ସାସ୍ତର୍ତ ଇ କାତା ପଡ଼ି କିୱାତାଦେର୍ଣ୍ଣା, ‘ଇଲ୍ ରଚ୍ନାକାର୍ ଇମ୍ଣି କାଲ୍ଦିଂ ମୁନାକିତାନ୍, ହେଦାଂ କନାନି ମୁଡ଼୍କାଲ୍ ଆତାତ୍; ମାପ୍ରୁତାଂ ଇଦାଂ ଆତାତ୍, ଆରେ ହେଦାଂ ମା କାଣ୍କୁତ କାବାଆନାକା?’
43 ଏଣୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ କାଢ଼ି ନିଆଯିବ, ପୁଣି, ଯେଉଁ ଜାତି ସେଥିର ଫଳ ଫଳିବ, ତାହାକୁ ଦିଆଯିବ।
ଇଦାଂ କାଜିଂ ଆନ୍ ମିଙ୍ଗେଙ୍ଗ୍ ଇଞ୍ଜ୍ନାଙ୍ଗା, ଇସ୍ୱର୍ତି ରାଜି ମିତାଙ୍ଗ୍ ଉନ୍ଦିୟାନାତ୍, ଆରେ ଇମ୍ଣି ଜାତି ହେବେନି ପାଡ଼୍ ଆହ୍ନାତ୍, ହେୱାନିଂ ହିୟାନାତ୍ ।
44 ଆଉ ଯେ ଏହି ପ୍ରସ୍ତର ଉପରେ ପଡ଼ିବ, ସେ ଖଣ୍ଡବିଖଣ୍ଡ ହେବ, ପୁଣି, ଏହି ପ୍ରସ୍ତର ଯାହା ଉପରେ ପଡ଼ିବ, ତାହାକୁ ତାହା ଚୂର୍ଣ୍ଣବିଚୂର୍ଣ୍ଣ କରିବ।”
ଆରେ, ଇନେର୍ ଇ କାଲ୍ ଜପି ଆର୍ନାର୍, ହେୱାନ୍ ବିରାଆନାନ୍, ଆରେ ଇ କାଲ୍ ଇନେର୍ ଜପି ଆର୍ନାତ୍, ହେୱାନିଂ ହେଦାଂ ବିରାୟ୍ କିନାତ୍ ।”
45 ପ୍ରଧାନ ଯାଜକ ଓ ଫାରୂଶୀମାନେ ତାହାଙ୍କର ଏହି ସମସ୍ତ ଦୃଷ୍ଟାନ୍ତ ଶୁଣି, ସେ ଯେ ସେମାନଙ୍କ ବିଷୟରେ କହୁଅଛନ୍ତି, ଏହା ବୁଝିଲେ।
ମୁଡ଼୍ମାପ୍ରୁହେବାକିନାକାର୍ ଆରି ପାରୁସିର୍ ଜିସୁତି ଇ ସବୁ ଉତର୍ମୁଡ଼୍ ୱେନ୍ଞ୍ଜି, ଜିସୁ ଜେ ହେୱାର୍ ବିସ୍ରେ ଇଟ୍କାଡ଼୍ କିତାର୍ଣ୍ଣା ଇଞ୍ଜି, ବୁଜାଆତାର୍ ।
46 ଆଉ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ।
ଆରେ, ହେୱାର୍ ହେୱାନିଂ ଆସ୍ତେଙ୍ଗ୍ ସେସ୍ଟା କିତାର୍, ମାତର୍ ମାନାୟାରିଂ ପାଣ୍ଡ୍ରାତାର୍, ଇନାକିଦେଂକି ହେୱାର୍ ହେୱାନିଂ ବେଣ୍ବାକ୍ଣାୟ୍ କିନାକାନ୍ ଇଞ୍ଜି ମାନି କିଜ଼ି ମାଚାର୍ ।