< ମାଥିଉ 17 >

1 ଛଅ ଦିନ ପରେ ଯୀଶୁ ପିତର, ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ସାଙ୍ଗରେ ନେଇ ପୃଥକ୍ କରି ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।
ⲁ̅ⲙⲛⲛⲥⲁⲥⲟⲟⲩ ⲇⲉ ⲛϩⲟⲟⲩ ⲁϥϫⲓ ⲛϭⲓⲓ̅ⲥ̅ ⲙⲡⲉⲧⲣⲟⲥ ⲙⲛⲓⲁⲕⲱⲃⲟⲥ ⲙⲛⲓⲱϩⲁⲛⲛⲏⲥ ⲡⲉϥⲥⲟⲛ ⲉϩⲣⲁⲓ ⲉϫⲛⲟⲩⲧⲟⲟⲩ ⲉϥϫⲟⲥⲉ ⲙⲁⲩⲁⲁⲩ.
2 ଆଉ ସେ ସେମାନଙ୍କ ଆଗରେ ରୂପାନ୍ତରିତ ହେଲେ; ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ତାହାଙ୍କ ବସ୍ତ୍ର ଆଲୋକ ପରି ଶୁଭ୍ରବର୍ଣ୍ଣ ହେଲା।
ⲃ̅ⲁϥϣⲃⲧϥ ⲙⲡⲉⲩⲙⲧⲟ ⲉⲃⲟⲗ. ⲡⲉϥϩⲟ ⲁϥⲧⲁⲁⲧⲉ ⲛⲑⲉ ⲙⲡⲣⲏ. ⲁⲩⲱ ⲛⲉϥϩⲟⲓⲧⲉ ⲁⲩⲟⲩⲃⲁϣ ⲛⲑⲉ ⲙⲡⲟⲩⲟⲉⲓⲛ.
3 ପୁଣି, ଦେଖ, ମୋଶା ଓ ଏଲୀୟ ତାହାଙ୍କ ସହିତ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା।
ⲅ̅ⲉⲓⲥϩⲏⲏⲧⲉ ⲁⲩⲟⲩⲱⲛϩ ⲛⲁϥ ⲉⲃⲟⲗ ⲛϭⲓⲙⲱⲩⲥⲏⲥ ⲙⲛϩⲏⲗⲓⲁⲥ ⲉⲩϣⲁϫⲉ ⲛⲙⲙⲁϥ.
4 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆପଣଙ୍କର ଇଚ୍ଛା ହେଲେ ମୁଁ ଏଠାରେ ତିନୋଟି କୁଟୀର ନିର୍ମାଣ କରିବି, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।
ⲇ̅ⲁϥⲟⲩⲱϣⲃ ⲇⲉ ⲛϭⲓⲡⲉⲧⲣⲟⲥ ⲉϥϫⲱ ⲙⲙⲟⲥ ⲛⲓ̅ⲥ̅. ϫⲉ ⲡϫⲟⲉⲓⲥ ⲛⲁⲛⲟⲩⲥ ⲛⲁⲛ ⲉⲧⲣⲉⲛϭⲱ ⲙⲡⲉⲓⲙⲁ. ⲕⲟⲩⲱϣ ⲉⲧⲣⲉⲛⲧⲁⲙⲉⲓⲟ ⲙⲡⲉⲓⲙⲁ ⲛϣⲟⲙⲧⲉ ⲛⲥⲕⲩⲛⲏ. ⲟⲩⲉⲓ ⲛⲁⲕ. ⲟⲩⲉⲓ ⲙⲙⲱⲩⲥⲏⲥ. ⲟⲩⲉⲓ ⲛϩⲏⲗⲓⲁⲥ.
5 ସେ ଏହି କଥା କହୁ କହୁ, ଦେଖ, ଖଣ୍ଡେ ମେଘ ସେମାନଙ୍କୁ ଆଚ୍ଛାଦନ କଲା, ଆଉ ଦେଖ, ସେହି ମେଘରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ ଏହାଙ୍କ ବାକ୍ୟ ଶୁଣ।”
ⲉ̅ⲉⲧⲓ ⲉϥϣⲁϫⲉ ⲉⲓⲥϩⲏⲏⲧⲉ ⲉⲓⲥⲟⲩⲕⲗⲟⲟⲗⲉ ⲛⲟⲩⲟⲉⲓⲛ ⲁⲥⲣϩⲁⲓⲃⲉⲥ ⲉϩⲣⲁⲓ ⲉϫⲱⲟⲩ. ⲁⲩⲱ ⲉⲓⲥⲟⲩⲥⲙⲏ ⲉⲃⲟⲗ ϩⲛⲧⲉⲕⲗⲟⲟⲗⲉ ⲉⲥϫⲱ ⲙⲙⲟⲥ. ϫⲉ ⲡⲁⲓ ⲡⲉ ⲡⲁϣⲏⲣⲉ ⲡⲁⲙⲉⲣⲓⲧ ⲡⲉⲛⲧⲁⲡⲁⲟⲩⲱϣ ϣⲱⲡⲉ ϩⲣⲁⲓ ⲛϩⲏⲧϥ. ⲥⲱⲧⲙ ⲛⲥⲱϥ.
6 ଏହା ଶୁଣି ଶିଷ୍ୟମାନେ ମୁହଁ ମାଡ଼ି ପଡ଼ିଗଲେ ଓ ଅତିଶୟ ଭୀତ ହେଲେ।
ⲋ̅ⲁⲩⲥⲱⲧⲙ ⲇⲉ ⲛϭⲓⲙⲙⲁⲑⲏⲧⲏⲥ ⲁⲩϩⲉ ⲉϩⲣⲁⲓ ⲉϫⲙⲡⲉⲩϩⲟ ⲁⲩⲱ ⲁⲩⲣϩⲟⲧⲉ ⲉⲙⲁⲧⲉ.
7 ସେଥିରେ ଯୀଶୁ ଆସି ସେମାନଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୟ କର ନାହିଁ।”
ⲍ̅ⲁϥϯⲡⲉϥⲟⲩⲟⲓ ⲛϭⲓⲓ̅ⲥ̅ ⲁϥϫⲱϩ ⲉⲣⲟⲟⲩ ⲉϥϫⲱ ⲙⲙⲟⲥ. ϫⲉ ⲧⲱⲟⲩⲛ ⲙⲡⲣⲣϩⲟⲧⲉ.
8 ପୁଣି, ସେମାନେ ଉପରକୁ ଚାହିଁ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।
ⲏ̅ⲁⲩϥⲓ ⲇⲉ ⲛⲛⲉⲩⲃⲁⲗ ⲉϩⲣⲁⲓ ⲙⲡⲟⲩⲛⲁⲩ ⲉⲗⲁⲁⲩ ⲉⲓⲙⲏⲧⲉⲓ ⲓ̅ⲥ̅ ⲙⲁⲩⲁⲁϥ.
9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ନ ଉଠିବା ପର୍ଯ୍ୟନ୍ତ ଏ ଦର୍ଶନର କଥା କାହାରିକୁ କୁହ ନାହିଁ।”
ⲑ̅ⲉⲩⲛⲏⲩ ⲇⲉ ⲉⲡⲉⲥⲏⲧ ϩⲓⲡⲧⲟⲟⲩ ⲁϥϩⲱⲛ ⲉⲧⲟⲟⲧⲟⲩ ⲛϭⲓⲓ̅ⲥ̅ ⲉϥϫⲱ ⲙⲙⲟⲥ ϫⲉ ⲙⲡⲣϫⲱ ⲉⲗⲁⲁⲩ ⲙⲡϩⲟⲣⲁⲙⲁ ϣⲁⲛⲧⲉⲡϣⲏⲣⲉ ⲙⲡⲣⲱⲙⲉ ⲧⲱⲟⲩⲛ ⲉⲃⲟⲗ ϩⲛⲛⲉⲧⲙⲟⲟⲩⲧ.
10 ପୁଣି, ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ତେବେ ଶାସ୍ତ୍ରୀମାନେ କାହିଁକି କହନ୍ତି ଯେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ?
ⲓ̅ⲁⲩϫⲛⲟⲩϥ ⲇⲉ ⲛϭⲓⲙⲙⲁⲑⲏⲧⲏⲥ ⲉⲩϫⲱ ⲙⲙⲟⲥ. ϫⲉ ⲁϩⲣⲟⲟⲩ ϭⲉ ⲛⲉⲅⲣⲁⲙⲙⲁⲧⲉⲩⲥ ϫⲱ ⲙⲙⲟⲥ. ϫⲉ ϩⲁⲡⲥ ⲉⲧⲣⲉϩⲏⲗⲓⲁⲥ ⲉⲓ ⲛϣⲟⲣⲡ.
11 ସେ ଉତ୍ତର ଦେଲେ, “ଏଲୀୟ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ,
ⲓ̅ⲁ̅ⲛⲧⲟϥ ⲇⲉ ⲁϥⲟⲩⲱϣⲃ ⲉϥϫⲱ ⲙⲙⲟⲥ ⲛⲁⲩ. ϫⲉ ϩⲏⲗⲓⲁⲥ ⲙⲉⲛ ⲛⲏⲩ ⲛϥⲁⲡⲟⲕⲁⲑⲓⲥⲧⲁ ⲛϩⲱⲃ ⲛⲓⲙ.
12 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ତ ଆସି ସାରିଲେଣି, ମାତ୍ର ଲୋକେ ତାହାଙ୍କୁ ନ ଚିହ୍ନି ଯାହା ଇଚ୍ଛା, ତାହା ହିଁ ତାହାଙ୍କ ପ୍ରତି କରିଅଛନ୍ତି। ସେହି ପ୍ରକାରେ ମନୁଷ୍ୟପୁତ୍ର ମଧ୍ୟ ସେମାନଙ୍କ ହାତରେ ଦୁଃଖଭୋଗ କରିବାକୁ ଯାଉଅଛନ୍ତି।”
ⲓ̅ⲃ̅ϯϫⲱ ⲙⲙⲟⲥ ⲛⲏⲧⲛ ϫⲉ ⲁϩⲏⲗⲓⲁⲥ ⲟⲩⲱ ⲉϥⲉⲓ ⲁⲩⲱ ⲙⲡⲟⲩⲥⲟⲩⲱⲛϥ. ⲁⲗⲗⲁ ⲁⲩⲉⲓⲣⲉ ⲛⲁϥ ⲛⲛⲉⲛⲧⲁⲩⲟⲩⲁϣⲟⲩ. ⲧⲁⲓ ⲟⲛ ⲧⲉ ⲑⲉ ⲙⲡϣⲏⲣⲉ ⲙⲡϣⲏⲣⲉ ⲙⲡⲣⲱⲙⲉ ⲉϥⲛⲁϣⲡϩⲓⲥⲉ ⲉⲃⲟⲗ ϩⲓⲧⲟⲟⲧⲟⲩ.
13 ସେ ଯେ ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ବିଷୟରେ କହିଲେ, ଶିଷ୍ୟମାନେ ସେତେବେଳେ ତାହା ବୁଝିଲେ।
ⲓ̅ⲅ̅ⲧⲟⲧⲉ ⲁⲩⲉⲓⲙⲉ ⲛϭⲓⲙⲙⲁⲑⲏⲧⲏⲥ ϫⲉ ⲛⲧⲁϥϫⲟⲟⲥ ⲛⲁⲩ ⲉⲧⲃⲉⲓⲱϩⲁⲛⲛⲏⲥ ⲡⲃⲁⲡⲧⲓⲥⲧⲏⲥ.
14 ପରେ ସେମାନେ ଲୋକମାନଙ୍କ ନିକଟକୁ ଆସନ୍ତେ ଜଣେ ଲୋକ ତାହାଙ୍କ ନିକଟକୁ ଆସି ଆଣ୍ଠୋଇପଡ଼ି କହିଲା,
ⲓ̅ⲇ̅ⲛⲧⲉⲣⲉϥⲉⲓ ⲇⲉ ϣⲁⲡⲙⲏⲏϣⲉ ⲁⲩⲣⲱⲙⲉ ϯⲡⲉϥⲟⲩⲟⲓ ⲉⲣⲟϥ ⲉϥⲥⲟⲡⲥ ⲙⲙⲟϥ
15 ହେ ପ୍ରଭୁ, ମୋହର ପୁଅକୁ ଦୟା କରନ୍ତୁ, କାରଣ ସେ ମୂର୍ଚ୍ଛାରୋଗରେ ବଡ଼ କଷ୍ଟ ପାଉଅଛି, ଯେଣୁ ସେ ଥରକୁଥର ନିଆଁରେ ଓ ଥରକୁଥର ପାଣିରେ ପଡ଼ୁଅଛି।
ⲓ̅ⲉ̅ⲉϥϫⲱ ⲙⲙⲟⲥ ϫⲉ ⲡϫⲟⲉⲓⲥ ⲛⲁ ⲙⲡⲁϣⲏⲣⲉ ϫⲉ ϥϩⲓⲧⲉ ⲁⲩⲱ ϥⲙⲟⲕϩ. ϩⲁϩ ⲅⲁⲣ ⲛⲥⲟⲡ ϣⲁϥϩⲉ ⲉϩⲣⲁⲓ ⲉⲡⲕⲱϩⲧ ⲁⲩⲱ ϩⲁϩ ⲛⲥⲟⲡ ⲉϩⲣⲁⲓ ⲉⲡⲙⲟⲟⲩ.
16 ମୁଁ ଆପଣଙ୍କ ଶିଷ୍ୟମାନଙ୍କ ନିକଟକୁ ତାହାକୁ ଆଣିଥିଲି, ମାତ୍ର ସେମାନେ ତାହାକୁ ସୁସ୍ଥ କରିପାରିଲେ ନାହିଁ।
ⲓ̅ⲋ̅ⲁⲓⲉⲓⲛⲉ ⲇⲉ ⲙⲙⲟϥ ⲛⲛⲉⲕⲙⲁⲑⲏⲧⲏⲥ ⲙⲡⲟⲩⲉϣϭⲙϭⲟⲙ ⲉⲣⲡⲁϩⲣⲉ ⲉⲣⲟϥ.
17 ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ଏଠିକି ମୋ ପାଖକୁ ଆଣ।”
ⲓ̅ⲍ̅ⲁϥⲟⲩⲱϣⲃ ⲇⲉ ⲛϭⲓⲓ̅ⲥ̅ ⲉϥϫⲱ ⲙⲙⲟⲥ. ϫⲉ ⲱ ⲧⲅⲉⲛⲉⲁ ⲛⲁⲡⲓⲥⲧⲟⲥ. ⲁⲩⲱ ⲉⲧϭⲟⲟⲙⲉ. ϣⲁⲧⲛⲁⲩ ϯⲛⲁϣⲱⲡⲉ ⲛⲙⲙⲏⲧⲛ. ϣⲁⲧⲛⲁⲩ ϯⲛⲁⲁⲛⲉⲓⲭⲉ ⲙⲙⲱⲧⲛ ⲁⲩⲉⲓⲥϥ ⲛⲁⲓ ⲉⲡⲉⲓⲙⲁ.
18 ଆଉ ଯୀଶୁ ଭୂତକୁ ଧମକାନ୍ତେ ସେ ତାହାଠାରୁ ବାହାରିଗଲା ଓ ବାଳକଟି ସେହି ମୁହୂର୍ତ୍ତରୁ ସୁସ୍ଥ ହେଲା।
ⲓ̅ⲏ̅ⲁϥⲉⲡⲓⲧⲓⲙⲁ ⲛⲁϥ ⲛϭⲓⲓ̅ⲥ̅ ⲁϥⲉⲓ ⲉⲃⲟⲗ ⲛϩⲏⲧϥ ⲛϭⲓⲡⲇⲁⲓⲙⲱⲛⲓⲟⲛ. ⲁⲡϣⲏⲣⲉ ϣⲏⲙ ⲗⲟ ϫⲓⲛⲧⲉⲩⲛⲟⲩ ⲉⲧⲙⲙⲁⲩ.
19 ଏହାପରେ ଶିଷ୍ୟମାନେ ଗୋପନରେ ଯୀଶୁଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ।
ⲓ̅ⲑ̅ⲧⲟⲧⲉ ⲙⲙⲁⲑⲏⲧⲏⲥ ⲁⲩϯⲡⲉⲩⲟⲩⲟⲓ ⲉⲓ̅ⲥ̅ ⲛⲥⲁⲟⲩⲥⲁ ⲡⲉϫⲁⲩ ⲛⲁϥ. ϫⲉ ⲉⲧⲃⲉⲟⲩ ⲁⲛⲟⲛ ⲙⲡⲉⲛⲉϣϭⲙϭⲟⲙ ⲉⲛⲟϫϥ ⲉⲃⲟⲗ.
20 ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଅଳ୍ପ ବିଶ୍ୱାସ ସକାଶେ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ପର୍ବତକୁ ‘ଏଠାରୁ ସେଠାକୁ ଘୁଞ୍ଚିଯା’ ବୋଲି କହିଲେ ତାହା ଘୁଞ୍ଚିଯିବ, ଆଉ କିଛି ହିଁ ତୁମ୍ଭମାନଙ୍କର ଅସାଧ୍ୟ ହେବ ନାହିଁ।
ⲕ̅ⲛⲧⲟϥ ⲇⲉ ⲡⲉϫⲁϥ ⲛⲁⲩ ϫⲉ ⲉⲧⲃⲉⲧⲉⲧⲛⲕⲟⲩⲓ ⲙⲡⲓⲥⲧⲓⲥ. ϩⲁⲙⲏⲛ ⲅⲁⲣ ϯϫⲱ ⲙⲙⲟⲥ ⲛⲏⲧⲛ. ϫⲉ ⲉϣⲱⲡⲉ ⲟⲩⲛⲧⲏⲧⲛⲡⲓⲥⲧⲓⲥ ⲙⲙⲁⲩ ⲛⲑⲉ ⲛⲟⲩⲃⲗⲃⲓⲗⲉ ⲛϣⲗⲧⲏⲙ. ⲧⲉⲧⲛⲛⲁϫⲟⲟⲥ ⲙⲡⲉⲓⲧⲟⲟⲩ. ϫⲉ ⲡⲱⲱⲛⲉ ⲉⲃⲟⲗ ϩⲙⲡⲉⲓⲙⲁ ⲉⲡⲏ ⲛϥⲡⲱⲱⲛⲉ ⲛⲧⲉⲧⲙⲗⲁⲁⲩ ⲣⲁⲧϭⲟⲙ ⲛⲏⲧⲛ.
21 କିନ୍ତୁ ପ୍ରାର୍ଥନା ଓ ଉପବାସ ବିନା ଅନ୍ୟ କୌଣସି ଉପାୟରେ ଏପ୍ରକାର ଭୂତ ବାହାରିଯାଏ ନାହିଁ।”
ⲕ̅ⲁ̅
22 ଆଉ ସେମାନେ ଗାଲିଲୀରେ ଏକତ୍ର ହେବା ସମୟରେ ଯୀଶୁ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି,
ⲕ̅ⲃ̅ⲉⲩⲙⲟⲟϣⲉ ⲇⲉ ϩⲛⲧⲅⲁⲗⲓⲗⲁⲓⲁ ⲡⲉϫⲁϥ ⲛⲁⲩ ⲛϭⲓⲓ̅ⲥ̅. ϫⲉ ⲡϣⲏⲣⲉ ⲙⲡⲣⲱⲙⲉ ⲥⲉⲛⲁⲡⲁⲣⲁⲇⲓⲇⲟⲩ ⲙⲙⲟϥ ⲉⲧⲟⲟⲧⲟⲩ ⲛⲛⲣⲱⲙⲉ.
23 ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ତୃତୀୟ ଦିବସରେ ସେ ଉଠିବେ। ଏଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହେଲେ।”
ⲕ̅ⲅ̅ⲛⲥⲉⲙⲟⲟⲩⲧϥ ⲛϥⲧⲱⲟⲩⲛ ϩⲙⲡⲙⲉϩϣⲟⲙⲛⲧ ⲛϩⲟⲟⲩ. ⲛⲧⲟⲟⲩ ⲇⲉ ⲁⲩⲗⲩⲡⲉⲓ ⲉⲙⲁⲧⲉ.
24 ଏଥିମଧ୍ୟରେ ସେମାନେ କଫର୍ନାହୂମ ନଗରକୁ ଆସନ୍ତେ ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମ୍ଭମାନଙ୍କର ଗୁରୁ କଅଣ ମନ୍ଦିରର କର ଦିଅନ୍ତି ନାହିଁ?
ⲕ̅ⲇ̅ⲛⲧⲉⲣⲟⲩⲉⲓ ⲇⲉ ⲉϩⲣⲁⲓ ⲉⲕⲁⲫⲁⲣⲛⲁⲟⲩⲙ ⲁⲛⲉⲧϫⲓⲕⲓⲧⲉ ϯⲡⲉⲩⲟⲩⲟⲓ ⲉⲡⲉⲧⲣⲟⲥ ⲉⲩϫⲱ ⲙⲙⲟⲥ. ϫⲉ ⲙⲉⲣⲉⲡⲉⲧⲛⲥⲁϩ ϯⲧⲉϥⲕⲓⲧⲉ.
25 ସେ କହିଲେ, ହଁ, ଦିଅନ୍ତି। ଆଉ ସେ ଘରକୁ ଆସିଲା ପରେ ଯୀଶୁ ଆଗେ ତାହାକୁ କହିଲେ, “ଶିମୋନ, ତୁମ୍ଭର ମତ କଅଣ? ପୃଥିବୀର ରାଜାମାନେ କାହା ପାଖରୁ କର ବା ରାଜସ୍ୱ ନିଅନ୍ତି? ସେମାନଙ୍କ ସନ୍ତାନଗଣଙ୍କଠାରୁ କିମ୍ବା ବିଦେଶୀମାନଙ୍କଠାରୁ?”
ⲕ̅ⲉ̅ⲡⲉϫⲁϥ ϫⲉ ϣⲱ. ⲛⲧⲉⲣⲉϥⲉⲓ ⲇⲉ ⲉϩⲣⲁⲓ ⲉⲡⲏⲓ ⲁⲓ̅ⲥ̅ ⲣϣⲟⲣⲡ ⲉⲣⲟϥ ⲉϥϫⲱ ⲙⲙⲟⲥ. ϫⲉ ⲟⲩ ⲡⲉⲧⲥⲇⲟⲕⲉⲓ ⲛⲁⲕ ⲥⲓⲙⲱⲛ. ⲛⲣⲣⲱⲟⲩ ⲛⲧⲉⲡⲕⲁϩ ⲉⲩϫⲓⲧⲉⲗⲟⲥ ⲛⲧⲛⲛⲓⲙ ⲏ ⲕⲩⲛⲥⲟⲥ. ⲉⲩϫⲓ ⲛⲧⲛⲛⲉⲩϣⲏⲣⲉ. ϫⲛⲉⲩϫⲓ ⲛⲧⲛⲛϣⲙⲙⲟ.
26 ସେ ବିଦେଶୀମାନଙ୍କଠାରୁ ବୋଲି କହନ୍ତେ ଯୀଶୁ ତାହାଙ୍କୁ କହିଲେ, “ତେବେ ତ ପୁତ୍ରମାନେ ମୁକ୍ତ।
ⲕ̅ⲋ̅ⲛⲧⲉⲣⲉϥϫⲟⲟⲥ ⲇⲉ ϫⲉ ⲛⲧⲛⲛϣⲙⲙⲟ ⲡⲉϫⲁϥ ⲛⲁϥ ⲛϭⲓⲓ̅ⲥ̅ ϫⲉ ⲉⲓⲉ ϩⲉⲛⲣⲙϩⲉ ⲛⲉ ⲛϣⲏⲣⲉ.
27 କିନ୍ତୁ ଆମ୍ଭେମାନେ ଯେପରି ସେମାନଙ୍କ ବିଘ୍ନର କାରଣ ନ ହେଉ, ଏଥିପାଇଁ ସମୁଦ୍ରକୁ ଯାଇ ବନଶି ପକାଅ, ଆଉ ପ୍ରଥମେ ଯେଉଁ ମାଛ ପଡ଼ିବ, ତାହାକୁ ଧରି ତାହାର ମୁଖ ଫିଟାଇଲେ ଗୋଟିଏ ରୌପ୍ୟ-ମୁଦ୍ରା ପାଇବ; ତାହା ନେଇ ମୋ ପାଇଁ ଓ ତୁମ୍ଭ ପାଇଁ ସେମାନଙ୍କୁ ଦିଅ।”
ⲕ̅ⲍ̅ϫⲉⲕⲁⲥ ⲇⲉ ⲛⲛⲉⲛⲥⲕⲁⲛⲇⲁⲗⲓⲍⲉ ⲙⲙⲟⲟⲩ. ⲃⲱⲕ ⲉⲑⲁⲗⲁⲥⲥⲁ ⲛⲅⲛⲟⲩϫⲉ ⲛⲟⲩⲟⲓⲙⲉ ⲛⲅϥⲓ ⲙⲡⲧⲏⲃⲧ ⲉⲧⲛⲏⲩ ⲉϩⲣⲁⲓ ⲛϣⲟⲣⲡ. ⲁⲩⲱ ⲉⲕϣⲁⲛⲟⲩⲱⲛ ⲉⲣⲱϥ ⲕ(ⲛ)ⲁϩⲉ ⲉⲩⲥⲁⲧⲉⲉⲣⲉ. ϥⲓ ⲛⲧⲉⲧⲙⲙⲁⲩ ⲛⲅⲧⲁⲁⲥ ϩⲁⲣⲟⲓ ⲛⲙⲙⲁⲕ.

< ମାଥିଉ 17 >