< ମାଥିଉ 16 >
1 ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ।
୧ଫାରୁଶୀକ ଆଡଃ ସାଦୁକିକ ୟୀଶୁତାଃ ହିଜୁଃକେଦ୍ତେ, ଇନିଃକେ ଚିଟାଇ ନାଗେନ୍ତେ ବିଡ଼ାଅତାନ୍ଲଃ ସିର୍ମାଏତେ ମିଆଁଦ୍ ଚିହ୍ନାଁ ଉଦୁବାଲେମେ ମେନ୍ତେକ କାଜିକିୟା ।
2 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ‘ଭଲ ପାଗ ହେବ, କାରଣ ଆକାଶ ଲାଲ୍ ହୋଇଅଛି।’
୨ୟୀଶୁ କାଜିରୁହାଡ଼ାଦ୍କଆଏ, “ଆପେ ଆୟୁବ୍ତାନ୍ରେ ସିର୍ମା ଆରାଃଗିପେ ନେଲେରେଦ, କାଜିୟାଃପେ ତିସିଙ୍ଗ୍ ଫାର୍ଚିଗିୟା ।
3 ଆଉ ପ୍ରାତଃକାଳରେ କହିଥାଅ, ‘ଆଜି ଝଡ଼ ହେବ, କାରଣ ଆକାଶ ଲାଲ୍ ଓ ମେଘୁଆ ହୋଇଅଛି।’ ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
୩ଆଡଃ ସେତାଃ ଇଦାନ୍ରେ ସିର୍ମା ଆରାଃଗି ଆଡଃ ରିମିଲାକାଦ୍ଗିପେ ନେଲେରେଦ, କାଜିୟାଃପେ, ତିସିଙ୍ଗ୍ ଦୁଦୁଗାର୍ ହୟ ହିଜୁଃଆ । ଆପେଦ ସିର୍ମାରେୟାଃ ଚିହ୍ନାଁପେ ନେଲ୍ଉରୁମେତାନା ମେନ୍ଦ ଦିପିଲିରାଃ ଚିହ୍ନାଁକ କାପେ ନେଲ୍ଉରୁମ୍ ଦାଡ଼ିତାନ୍ ।
4 ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।” ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ।
୪ଏତ୍କାନ୍ ଆଡଃ ପାର୍ମେଶ୍ୱାର୍କେ କା ବିଶ୍ୱାସ୍ତାନ୍ ହଡ଼କ ଚିହ୍ନାଁକ ଦାଣାଁଁ, ମେନ୍ଦ ଯୁନୁସ୍ ନାବୀଆଃ ଚିହ୍ନାଁ ବାଗିକେଦ୍ତେ ଇନ୍କୁନାଙ୍ଗ୍ ଏଟାଃ ଚିହ୍ନାଁ କା ଏମଃଆ ।” ଆଡଃ ଇନ୍କୁକେ ବାଗିକେଦ୍ତେ ଇନିଃ ସେନଃୟାନାଏ ।
5 ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି।
୫ଚେଲାକ ଦରେୟା ହାନ୍ ପାରମ୍ତେ ସେଟେର୍ୟାନ୍ଚି ହଲଙ୍ଗ୍ ଇଦି ନାଙ୍ଗ୍କ ରିଡ଼ିଙ୍ଗ୍କେଦା ।
6 ଯୀଶୁ ସେମାନଙ୍କୁ କହିଲେ, “ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
୬ୟୀଶୁ ଇନ୍କୁକେ କାଜିୟାଦ୍କଆଏ, “ଫାରୁଶୀକଆଃ ଆଡଃ ସାଦୁକିକଆଃ ରାନୁଏତେ ଚିର୍ଗାଲାକାନ୍ ତାଇନ୍ପେ ।”
7 ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି।
୭ଇନ୍କୁ ଆକ ଆକରେକ ମେନ୍କେଦା, “ଆବୁ ହଲଙ୍ଗ୍ କାବୁ ଆଉକାଦା ଏନାମେନ୍ତେ ଇନିଃ ଆବୁକେ କାଜିୟାବୁତାନାଏ ।”
8 କିନ୍ତୁ ଯୀଶୁ ତାହା ଜାଣି କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ?
୮ୟୀଶୁ, ଇନ୍କୁ କାଜିତାନ୍ତେୟାଃ ଆଟ୍କାର୍କେଦ୍ତେ କାଜିକେଦ୍କଆଏ, “ଏ ହୁଡିଙ୍ଗ୍ ବିଶ୍ୱାସ୍ତାନ୍କ, ଆପେତାଃରେ ହଲଙ୍ଗ୍ ବାନଃ ମେନ୍ତେ ଚିକାନାଙ୍ଗ୍ ଆପେଗି ଉଡ଼ୁଃତାନା? ନାହାଁଃ ଜାକେଦ୍ କାପେଚି ସାରିକାଦା ଆଡଃ ଆଟ୍କାର୍ଉରୁମାକାଦା?
9 ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକେଇ ଉଠାଇଲ,
୯ଏନ୍ ପାଞ୍ଚ୍ ହାଜାର୍ ହଡ଼କ, ମଣେୟାଁ ହଲଙ୍ଗ୍ ଜମ୍କେଦ୍ତେ, ଚିମିନ୍ ଟୁଙ୍କି ସାରେଃୟାନା ଏନା କାପେଚି ପାହାମେତାନା?
10 କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହିସବୁ କି ତୁମ୍ଭର ମନେ ନାହିଁ?
୧୦ଆଡଃ ଏନ୍ ଉପୁନ୍ ହାଜାର୍ ହଡ଼କ, ସାତ୍ଠୁ ହଲଙ୍ଗ୍ ଜମ୍କେଦ୍ତେୟାଃ କାପେଚି ପାହାମେତାନା? ଚିମିନ୍ ଟୁଙ୍କି ସାରେଃୟାନା?
11 ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ।”
୧୧ହଲଙ୍ଗ୍ ନାଗେନ୍ତେ କାଇଙ୍ଗ୍ କାଜିୟାପେତାନା, ଚିଲ୍କାତେ ନେଆଁଁ କାପେ ଆଟ୍କାର୍ଉରୁମେତାନା? ମେନ୍ଦ ଫାରୁଶୀକଆଃ ଆଡଃ ସାଦୁକିକଆଃ ରାନୁଏତେ ଚିର୍ଗାଲାକାନ୍ ତାଇନ୍ପେ ।”
12 ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ।
୧୨ଏନ୍ତେ ଇନ୍କୁ ହଲଙ୍ଗ୍ରାଃ ରାନୁଏତେଦ କା ମେନ୍ଦ ଫାରୁଶୀକଆଃ ଆଡଃ ସାଦୁକିକଆଃ ଇନିତୁଏତେ ଚିର୍ଗାଲାକାନ୍ପେ ମେନ୍ତେ ଇନିଃ କାଜିୟାଦ୍ବୁଆଏ ମେନ୍ତେକ ଆଟ୍କାର୍ଉରୁମ୍କେଦା ।
13 ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି?”
୧୩କାଇସରିୟା ଫିଲିପି ପାର୍ଗାନ୍ରାଃ ସାହାର୍ତେ ସେଟେର୍ୟାନ୍ଚି ୟୀଶୁ ଆୟାଃ ଚେଲାକକେ କୁଲିକେଦ୍କଆ, “ମାନୱାହନ୍ ଅକଏ ତାନିଃ ମେନ୍ତେ ହଡ଼କ କାଜିତାନା?”
14 ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
୧୪ଇନ୍କୁ କାଜିରୁହାଡ଼୍କିୟାକ, “ଚିମିନ୍କ ବାପ୍ତିସ୍ମା ଏମଃନିଃ ଯୋହାନ୍, ଚିମିନ୍କ ଏଲିୟ, ଚିମିନ୍କ ଯିରିମିୟ ଚାଏ ନାବୀକଏତେ ମିଆଁଦ୍ନିଃ ତାନିଃ ମେନ୍ତେକ କାଜିତାନା ।”
15 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?”
୧୫ୟୀଶୁ ଇନ୍କୁକେ କୁଲିକେଦ୍କଆ, “ମେନ୍ଦ ଆପେ ଚିନାଃ ମେନେତାନାପେ? ଆଇଙ୍ଗ୍ ଅକଏ ତାନିଙ୍ଗ୍ ମେନ୍ତେପେ କାଜିତାନା?”
16 ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ବରଙ୍କ ପୁତ୍ର।
୧୬ଶିମୋନ୍ ପାତ୍ରାସ୍ କାଜିରୁହାଡ଼୍କିୟାଏ, “ଆମ୍ଗି ଖ୍ରୀଷ୍ଟ୍, ଜୀନିଦ୍ ପାର୍ମେଶ୍ୱାର୍ଆଃ ହନ୍ ତାନ୍ମେ ।”
17 ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ଈଶ୍ବର ପ୍ରକାଶ କରିଅଛନ୍ତି।
୧୭ୟୀଶୁ କାଜିରୁହାଡ଼୍କିୟାଏ, “ହେ ଯୁନୁସ୍ରାଃ ହନ୍ ଶିମୋନ୍, ଆମ୍ ସୁକୁତାନ୍ଗିୟାମ୍, ନେଆଁଦ ହଡ଼ହନ୍ ଆମାଃତାଃ କାଏ ଉଦୁବ୍, ମେନ୍ଦ ସିର୍ମାରେନ୍ ଆପୁ ଉଦୁବାଦ୍ମେୟାଏ ।
18 ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ। (Hadēs )
୧୮ଆଡଃ ଆଇଙ୍ଗ୍ହଁ ଆମ୍କେ କାଜିୟାମେ ତାନାଇଙ୍ଗ୍, ଆମ୍ ପାତ୍ରାସ୍ ତାନ୍ମେ ଏନାରାଃ ମୁଣ୍ଡି ଚାଟେନ୍ ତାନାଃ ମେନ୍ଦ ଆଇଙ୍ଗ୍ ନେ ଚାଟେନ୍ରେ ଆଇଁୟାଃ କାଲିସିୟା ବାଇୟାଇଙ୍ଗ୍ ଆଡଃ ନାରାକ୍ରାଃ ପେଡ଼େଃ ଏନାକେ କାଏ ହାଦୁଡ଼୍ ଦାଡ଼ିୟା । (Hadēs )
19 ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।”
୧୯ଆଇଙ୍ଗ୍ ସିର୍ମା ରାଇଜ୍ରେୟାଃ ଚାଭି ଏମାମେୟାଁ, ଆମ୍ ଅତେରେ ଅକ୍ନାଃମ୍ ତଲେତେୟାଃ, ସିର୍ମାରେ ଏନା ତଲଃଆ, ଆଡଃ ଆମ୍ ଅତେରେ ଅକ୍ନାଃମ୍ ରାଡ଼ାଏତେୟାଃ, ସିର୍ମାରେ ଏନା ରାଡ଼ାଅଃଆ ।”
20 ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ।
୨୦ଏନ୍ତେ ଆଇଙ୍ଗ୍ ମାସି ତାନିଙ୍ଗ୍, ନେଆଁଁ ଜେତାଏତାଃ ଆଲ୍ପେ ଉଦୁବିୟାଁ ମେନ୍ତେ ୟୀଶୁ ଆୟାଃ ଚେଲାକକେ ଆଚୁକେଦ୍କଆ ।
21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମ ସହରକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ପୁନରୁତ୍ଥାନ ହେବାକୁ ହେବ।
୨୧ଏନ୍ ଦିପିଲିଏତେ ୟୀଶୁ ଆୟାଃ ଚେଲାକକେ ଫାର୍ଚିତେ କାଜିକେଦ୍କଆଏ, “ଆଇଙ୍ଗ୍କେ ଯୀରୁଶାଲେମ୍ତେ ସେନ୍ ଲାଗାତିଙ୍ଗ୍ୟାଁଃ, ଏନ୍ତାଃରେ ପ୍ରାଚିନ୍କ, ମୁଲ୍ ଯାଜାକ୍କ ଆଡଃ ଆଇନ୍ ଇତୁକଆଃ ତିଃଇରେ ସାବ୍ଇଚିକେଦ୍ତେ ପୁରାଃ ଦୁକୁ ସାହାତିଙ୍ଗ୍ ଆଡଃ ଗଜଃ ଲାଗାତିଙ୍ଗ୍ୟାଁଃ ଏନ୍ତେ ଆପି ମାହାଁ ତାୟମ୍ତେ ଜୀଉବିନିରିଦ୍ ହବାଅଆଃ ।”
22 ସେଥିରେ ପିତର ତାହାଙ୍କୁ ଅନ୍ୟ ଆଡ଼କୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ବର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ।
୨୨ପାତ୍ରାସ୍ ୟୀଶୁକେ ଗେନାତେ ଇଦିକିଃତେ ଏଗେର୍ଏଟେଦ୍କିୟାଏ । “ହେ ପ୍ରାଭୁ, ପାର୍ମେଶ୍ୱାର୍ ଆମ୍କେ ଲିବୁଇମେକାଏ, ନେଆଁଁ ଆମାଃରେ ଚିଉଲାଅ ଆଲକା ହବାଅଃକା ।”
23 କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋହର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
୨୩ୟୀଶୁ ହେତାରୁହାଡ଼୍କେଦ୍ତେ ପାତ୍ରାସ୍କେ କାଜିରୁହାଡ଼୍କିୟାଏ, “ଏ ସାଏତାନ୍ ଆଇଁୟାଃତାଃଏତେ ଆତମେନ୍ମେ, ଆମ୍ ଆଇଙ୍ଗ୍କେ ତହଦ୍ଇଚିଙ୍ଗ୍ତାନାମ୍, ଚିୟାଃଚି ଆମ୍ଦ ପାର୍ମେଶ୍ୱାର୍ଆଃ କା ମେନ୍ଦ ହଡ଼କଆଃ ଲେକାମ୍ ଉଡ଼ୁଃତାନା ।”
24 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ।
୨୪ଏନ୍ତେ ୟୀଶୁ ଆୟାଃ ଚେଲାକକେ କାଜିୟାଦ୍କଆଏ, “ଜେତାଏ ହଡ଼ ଆଇଙ୍ଗ୍କେ ଅତଙ୍ଗ୍ ସାନାଙ୍ଗ୍ରେଦ ଇନିଃ ଆୟାଃ ମନେ ବାଗିତାକାଏ ଆଡଃ ଆୟାଃ କ୍ରୁଶ୍ ଗଅଃକେଦ୍ତେ ଅତଙ୍ଗ୍ଇଙ୍ଗ୍କାଏ ।
25 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ।
୨୫ଚିୟାଃଚି ଜେତାଏ ଆୟାଃ ଜୀଉକେ ବାଞ୍ଚାଅ ସାନାଙ୍ଗ୍ନିଃଦ ଏନାଏ ଆଦେୟା ମେନ୍ଦ ଜେତାଏ ଆୟାଃ ଜୀଉକେ ଆଇଙ୍ଗ୍ ନାଙ୍ଗ୍ ଆଦେନିଃ ଏନାଏ ବାଞ୍ଚାଅୟା ।
26 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
୨୬ଜେତାଏ ହଡ଼ ଗଟା ଅତେଦିଶୁମ୍ ନାମ୍କେଦ୍ରେୟ ଆୟାଃ ଜୀଉକେ ଆଦେରେଦ ଇନିୟାଃ ଚିକାନ୍ ଫାଏଦା ହବାଅଆଃ? ଚାଏ ଜେତାଏ ହଡ଼ ଆୟାଃ ଜୀଉ ନାମ୍ରୁହାଡ଼େ ନାଗେନ୍ତେ ଚିନାଃଏ ଏମ୍ ଦାଡ଼ିୟା?
27 ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ।
୨୭ମାନୱାହନ୍ଦ ଆୟାଃ ସିର୍ମାରେନ୍ ଦୁଁତ୍କଲଃ ଆୟାଃ ଆପୁଆଃ ମାନାରାଙ୍ଗ୍ରେ ହିଜୁଃ ଇମ୍ତା ଇନିଃ ମିଆଁଦ୍ ହଡ଼କେ ଆୟାଃ କାମିଲେକାଏ ଏମାଇୟା ।
28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ।”
୨୮ଆଇଙ୍ଗ୍ ସାର୍ତିଗିଙ୍ଗ୍ କାଜିୟାପେତାନା, ନେତାଃରେ ମେନାକଏତେ ଚିମିନ୍ ହଡ଼କ ମାନୱାହନ୍ ଆୟାଃ ରାଇଜ୍ରେ ହିଜୁଃତାନ୍ ଆଉରିକ ନେଲେ ଜାକେଦ୍ କାକ ଗଜଃଆ ।”