< ମାଥିଉ 16 >
1 ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ।
ପାରୁସି ଆର୍ ସାଦୁକିମଃନ୍ ଜିସୁକ୍ ହାନ୍ଦାୟ୍ ହଃକାଉଁକ୍ ତାର୍ହାକ୍ ଆୟ୍ଲାୟ୍ । ସେମଃନ୍ ତାକ୍ ଇସ୍ୱର୍ ବାଚ୍ଲା ଆଚେ ବଃଲି ସାକି ଦେଉଁକେ ସେ ଅଃଗାସ୍ ଉହ୍ରେ ଗଟେକ୍ କାବା ଅଃଉତା ଚିନ୍ କଃରି ଦଃକାଅ ବଃଲି କୟ୍ଲାୟ୍ ।
2 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ‘ଭଲ ପାଗ ହେବ, କାରଣ ଆକାଶ ଲାଲ୍ ହୋଇଅଛି।’
ମଃତର୍ ଜିସୁ ସେମଃନ୍କେ କୟ୍ଲା, “ବେଳ୍ ବୁଡ୍ତା ବଃଳ୍ ତୁମିମଃନ୍ କଃଉତି ରିଆସ୍, ‘ନିକ ହାଗ୍ ଅୟ୍ଦ୍, କାୟ୍ତାକ୍ବଃଲେକ୍ ଅଃଗାସ୍ ବଃନି ହର୍ ରଃଙ୍ଗ୍ ଅୟ୍ଆଚେ ।’
3 ଆଉ ପ୍ରାତଃକାଳରେ କହିଥାଅ, ‘ଆଜି ଝଡ଼ ହେବ, କାରଣ ଆକାଶ ଲାଲ୍ ଓ ମେଘୁଆ ହୋଇଅଛି।’ ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
ଆର୍ ସଃକାଳ୍ୟା ବଃଳ୍ କଃଉଆସ୍, ‘ଆଜି ବାଉହାଣି ଅୟ୍ଦ୍, କାୟ୍ତାକ୍ବଃଲେକ୍ ଅଃଗାସ୍ ବଃନି ହର୍ ରଃଙ୍ଗ୍ ଆର୍ ବାଦୁଳ୍ୟା ଅୟ୍ଆଚେ ।’ ତୁମିମଃନ୍ ଅଃଗାସାର୍ ରଃକମ୍ ଦଃକି ଅଃନ୍ ଅୟ୍ଦ୍ ବଃଲି ଆନ୍ମାନ୍ ହାରୁଲାସ୍, ମଃତର୍ ଅଃବେ ଗଃଟ୍ତା କାଳାର୍ ଚିନ୍ ଦଃକି କାୟ୍ତାକ୍ ବୁଜୁ ନଃହାରୁଲାସ୍?
4 ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।” ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ।
ଦୁସ୍ଟ୍ ଆର୍ ଇସ୍ୱର୍କେ ବିସ୍ୱାସ୍ ନଃକେର୍ତା ଲକ୍ମଃନ୍ ଚିନ୍ ଲଳ୍ତି, ମଃତର୍ ଜୁନସାର୍ ଚିନ୍ ଚାଡି ଆର୍ କାୟ୍ ଚିନ୍ ହେଁ ସେମଃନ୍କେ ଦିଆ ନୟ୍ ।” ତାର୍ହଃଚେ ଜିସୁ ସେମଃନ୍କେ ଚାଡି ବିନ୍ ଟାଣେ ଗଃଲା ।
5 ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି।
ଚେଲାମଃନ୍ ସଃମ୍ନ୍ଦାର୍ ସେହାଟି ହଚ୍ଲାୟ୍, ମଃତର୍ ରୁଟି ନେଉଁକେ ହାସୁର୍ଲାୟ୍ ।
6 ଯୀଶୁ ସେମାନଙ୍କୁ କହିଲେ, “ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
ଜିସୁ ସେମଃନ୍କେ କୟ୍ଲା, “ପାରୁସି ଆର୍ ସାଦୁକିମଃନାର୍ କମିର୍ ତଃୟ୍ହୁଣି ଦୁରିକ୍ ରିଆ ।”
7 ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି।
ସେତାକ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, “ଅଃମି ରୁଟି ଆଣୁକେ ହାସୁର୍ଲାକେ ସେ ଇରି କଃଉଁଲା ।”
8 କିନ୍ତୁ ଯୀଶୁ ତାହା ଜାଣି କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ?
ମଃତର୍ ଜିସୁ ସେରି ଜାଣି କୟ୍ଲା, “ଏ ଅଃଳକ୍ ବିସ୍ୱାସିମଃନ୍, ତୁମାର୍ ତଃୟ୍ ରୁଟି ନାୟ୍ ବଃଲି କାୟ୍ତାକ୍ ତୁମାର୍ ତୁମାର୍ ବିତ୍ରେ କଃତା ଅଃଉଁଲାସ୍?
9 ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକେଇ ଉଠାଇଲ,
ତୁମିମଃନ୍ କାୟ୍ ଅଃବେ ହଃତେକ୍ ବୁଜୁ ନଃହାରୁଲାସ୍? ସେ ହାଁଚ୍ ଅଃଜାର୍ ଲକ୍ ହାଁଚ୍ଗଟ୍ ରୁଟି କାୟ୍ଲା ହଃଚେ, ଉବୁର୍ଲା ବାଙ୍ଗ୍ଲାରିମଃନ୍ କଃତି ଡଃଲା ବେଟ୍ଲାସ୍? ଇରି କାୟ୍ ତୁମାର୍ ଏତୁ ନାୟ୍ ।
10 କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହିସବୁ କି ତୁମ୍ଭର ମନେ ନାହିଁ?
ଆରେକ୍ ଚାରି ଅଃଜାର୍ ଲକ୍ ସାତ୍ଗଟ୍ ରୁଟି କାୟ୍ ସଃର୍ଲା ହଃଚେ ଉବୁର୍ଲା ବାଙ୍ଗ୍ଲା ରୁଟିମଃନ୍ କଃତି ଡଃଲା ବେଟ୍ଲାସ୍?
11 ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ।”
ମୁଁୟ୍ ତୁମିମଃନ୍କେ ରୁଟି କଃତା କୟ୍ନଃରିଲେ, ଇରି କଃନ୍କଃରି ବୁଜୁ ନଃହାରୁଲାସ୍? ମଃତର୍ ମୁଁୟ୍ ପାରୁସି ଆର୍ ସାଦୁକିମଃନାର୍ କମିର୍ ତଃୟ୍ହୁଣି ଦୁରିକ୍ ରିଆ ବଃଲି କୟ୍ରିଲେ ।”
12 ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ।
ଜିସୁ ରୁଟାୟ୍ ମିସାଉତା କମିର୍ କଃତା କୟ୍ ନଃରିଲା, ମଃତର୍ ପାରୁସି ଆର୍ ସାଦୁକିମଃନାର୍ ସିକ୍ୟା ତଃୟ୍ହୁଣି ଜଃଗ୍ରାତ୍ ଅୟ୍ ରେଉଁକେ ସେମଃନ୍କେ କୟ୍ରିଲା, ସେରି ସେମଃନ୍ ସଃଡେବଃଳ୍ ବୁଜ୍ଲାୟ୍ ।
13 ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି?”
ତାର୍ହଃଚେ ଜିସୁ କାଇସରିଆ ପିଲିପି ଗଃଳେ ଆସି ଅଃହ୍ଣାର୍ ଚେଲାମଃନ୍କେ ହଃଚାର୍ଲା, “ନଃରାର୍ ହୟ୍ସି କେ ବଃଲି ଲକ୍ମଃନ୍ କାୟ୍ରି କଃଉଁଲାୟ୍?”
14 ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
ଇତାକ୍ ସେମଃନ୍ କୟ୍ଲାୟ୍, “କେ କେ କଃଉଁଲାୟ୍, ବାପ୍ତିସମ୍ ଦେତା ଜହନ୍, କେ କେ ଏଲିୟ, ଆରେକ୍ କେ କେ ଜିରିମିୟ ଆର୍ ବାବ୍ବାଦିମଃନାର୍ ବିତ୍ରେ ଗଟେକ୍ ।”
15 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?”
ଜିସୁ ସେମଃନ୍କେ ହଃଚାର୍ଲା, “ମଃତର୍ ମୁଁୟ୍ କେ ବଃଲି ତୁମିମଃନ୍ କାୟ୍ରି କଃଉଁଲାସ୍?”
16 ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ବରଙ୍କ ପୁତ୍ର।
ସିମନ୍ ପିତର୍ କୟ୍ଲା, “ତୁୟ୍ କ୍ରିସ୍ଟ, ଜିବନ୍ ଇସ୍ୱରାର୍ ହୟ୍ସି ।”
17 ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ଈଶ୍ବର ପ୍ରକାଶ କରିଅଛନ୍ତି।
ତାର୍ହଃଚେ ଜିସୁ କୟ୍ଲା, “ଏ ଜୁନସାର୍ ହୟ୍ସି ସିମନ୍ ତର୍ ବାୟ୍ଗ୍, ବଃନି ଆର୍ ମାସ୍ ବଃଲେକ୍ ମାନାୟ୍ ତକେ ଇରି କଃଉଁକେ ନଃକୟ୍କଃରି, ମଃତର୍ ମର୍ ସଃର୍ଗାର୍ ଉବା ନିଜେ ଇରି ତର୍ ମୁଏଁ କୟ୍ ଆଚେ ।
18 ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ। (Hadēs )
ଆର୍ ମୁଁୟ୍ ହେଁ ତକେ କଃଉଁଲେ, ତୁୟ୍ ପିତର୍, ବଃଲେକ୍ ଟେଳା, ମଃତର୍ ଇ ଟେଳା ଉହ୍ରେ ମୁଁୟ୍ ମର୍ ମଣ୍ଡ୍ଳି ତିଆର୍ କଃରିନ୍ଦ୍, ଆର୍ ନଃର୍କାର୍ ବଃଳ୍ ତାକେ ଆରାଉଁକ୍ ନାହାରେ । (Hadēs )
19 ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।”
ମୁଁୟ୍ ତକେ ସଃର୍ଗ୍ ରାଇଜାର୍ କୁଚିକାଡା ଦଃୟ୍ନ୍ଦ୍, ତୁୟ୍ ହୁର୍ତିବିଏ ଜାୟ୍ରି ବଃନ୍ଦ୍ କଃର୍ସି ସଃର୍ଗେ ହେଁ ସେରି ବଃନ୍ଦ୍ ରଃୟ୍ଦ୍, ଆରେକ୍ ହୁର୍ତିୟେ ଜାୟ୍ରି ମେଲା କଃର୍ସି ସଃର୍ଗେ ହେଁ ସେରି ମେଲା ଅୟ୍ଦ୍ ।”
20 ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ।
ସଃଡେବଃଳ୍ ସେ ଜେ କ୍ରିସ୍ଟ ହଃକା ମଃସିଆ, ଇ କଃତା କାକେ ହେଁ ନଃକଉଁକ୍ ତାର୍ ଚେଲାମଃନ୍କେ କୟ୍ଲା ।
21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମ ସହରକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ପୁନରୁତ୍ଥାନ ହେବାକୁ ହେବ।
ସଃଡେବଃଳ୍ ହୁଣି ଜିସୁ ଅଃହ୍ଣାର୍ ଚେଲାମଃନ୍କେ କଃଉଁକେ ଦଃର୍ଲା, “ମକ୍ ଜଃନ୍କଃରି ହେଁ ଜିରୁସାଲମ୍ ଜଃଉଁକେ ଅୟ୍ଦ୍ । ଆର୍ ପାରାଚିନ୍, ବଃଡ୍ ଜାଜକ୍, ଆର୍ ଦଃର୍ମ୍ଗୁରୁ ଆତେ ବଃଡେ ଦୁକ୍ ଡଃଣ୍ଡ୍ ହାୟ୍ନ୍ଦ୍ । ଆର୍ ମଃରିନ୍ଦ୍ ଆରେକ୍ ତିନିଦିନାର୍ ହଃଚେ ମଃର୍ନେହୁଣି ଉଟୁକ୍ ଅୟ୍ଦ୍ ।”
22 ସେଥିରେ ପିତର ତାହାଙ୍କୁ ଅନ୍ୟ ଆଡ଼କୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ବର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ।
ସେତାକ୍ ପିତର୍ ଜିସୁକେ ଗଟ୍ ହାକ୍ କୁଦିନିଲା ଆର୍ ଦଃକା ଦଃୟ୍ କଃଉଁକେ ଦଃର୍ଲା, “ଏ ମାପ୍ରୁ, ଇସ୍ୱର୍ ତକେ ଦଃୟା କଃର, ଇରିମଃନ୍ ତକେ କଃବେ ହେଁ ନଃଉଅ ।”
23 କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋହର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
ମଃତର୍ ଜିସୁ ଉଲ୍ଟି ଦଃକି ପିତର୍କେ କୟ୍ଲା, “ମର୍ ଚଃମେହୁଣି ଦୁର୍ ଅଃଉ ସୟ୍ତାନ୍, ତୁୟ୍ ମର୍ ବାଦାହର୍ ମଃଜାୟ୍ କାୟ୍ତାକ୍ ଅଃଉଁଲିସ୍, ବଃଲେକ୍ ତୁୟ୍ ଇସ୍ୱରାର୍ କଃତା ନଃବାବି ମାନାୟ୍ର୍ କଃତା ବାବୁଲିସ୍ ।”
24 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ।
ସଃଡେବଃଳ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, “କେ ମର୍ ହଃଚେ ହଃଚେ ଆସୁକ୍ ମଃନ୍ କଃରେଦ୍, ତଃବେ ସେ ଅଃହ୍ଣାର୍ ଇଚାକ୍ ଚାଡ୍, ଆର୍ ଅଃହ୍ଣାର୍ କ୍ରୁସ୍ ବୟ୍କଃରି ମର୍ ହଃଚେ ହଃଚେ ଆସ ।
25 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ।
ବଃଲେକ୍ କୁୟ୍ ମାନାୟ୍ ଅଃହ୍ଣାର୍ ଜିବନ୍ ବଚାଉଁକେ ମଃନ୍ କଃରେଦ୍, ସେ ତାର୍ ଜିବନ୍ ଆରାୟ୍ଦ୍, ମଃତର୍ କୁୟ୍ ମାନାୟ୍ ମର୍ ଗିନେ ଅଃହ୍ଣାର୍ ଜିବନ୍ ଆରାୟ୍ଦ୍, ସେ ତାର୍ ଜିବନ୍ ରଃକ୍ୟା କଃରେଦ୍ ।
26 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
ଆର୍ ଜଦି କେ ଜଃଗତାର୍ ସଃବୁ ଲାବ୍କଃରି ଅଃହ୍ଣାର୍ ଜିବନ୍ ଆରାୟ୍ଦ୍, ତଃବେ ତାର୍ କାୟ୍ ଲାବ୍ ଅୟ୍ଦ୍, ଆର୍ ଅଃହ୍ଣାର୍ ଜିବନ୍ ଲେଉଟି ହାଉତା ହାୟ୍ ସେ କାୟ୍ରି ଦେଉଁ ହାରେ?
27 ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ।
ଆରେକ୍ ନଃରାର୍ ହୟ୍ସି ଅଃହ୍ଣାର୍ ଉବାସିର୍ ଜଃଜ୍ମାନ୍ ସଃଙ୍ଗ୍ ଅଃହ୍ଣାର୍ ଦୁତ୍ମଃନାର୍ ସଃଙ୍ଗ୍ ଆରେକ୍ ଗଟ୍ତର୍ ଆସେଦ୍ ଆର୍ ସଃଡେବଃଳ୍ ସେ ହଃତି ଲକ୍ମଃନ୍କେ ତାର୍ କାମ୍ ହଃର୍କାରେ ହଃଳ୍ ଦଃୟଃଦ୍ ।
28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ।”
ମୁଁୟ୍ ତୁମିକେ ସଃତ୍ କଃଉଁଲେ, ନଃରାର୍ ହୟ୍ସି ଅଃହ୍ଣାର୍ ରାଇଜେ ଆସ୍ତାର୍ ନଃଦେକ୍ତା ହଃତେକ୍, ଇତି ଟିଆ ଅୟ୍ରିଲା ଲକ୍ମଃନାର୍ ବିତ୍ରେ କଃତେକ୍ ଲକ୍ କଃନ୍କଃରି ହେଁ ନଃମେର୍ତି ।”