< ମାଥିଉ 13 >
1 ସେହି ଦିନ ଯୀଶୁ ଘରୁ ବାହାରିଯାଇ ସମୁଦ୍ରକୂଳରେ ବସିଲେ।
ଅପରଞ୍ଚ ତସ୍ମିନ୍ ଦିନେ ଯୀଶୁଃ ସଦ୍ମନୋ ଗତ୍ୱା ସରିତ୍ପତେ ରୋଧସି ସମୁପୱିୱେଶ|
2 ସେଥିରେ ତାହାଙ୍କ ପାଖରେ ବହୁସଂଖ୍ୟକ ଲୋକ ଏକତ୍ର ହେବାରୁ ସେ ଯାଇ ଗୋଟିଏ ନୌକାରେ ବସିଲେ, ପୁଣି, ଲୋକସମୂହ କୂଳରେ ଠିଆ ହୋଇ ରହିଲେ।
ତତ୍ର ତତ୍ସନ୍ନିଧୌ ବହୁଜନାନାଂ ନିୱହୋପସ୍ଥିତେଃ ସ ତରଣିମାରୁହ୍ୟ ସମୁପାୱିଶତ୍, ତେନ ମାନୱା ରୋଧସି ସ୍ଥିତୱନ୍ତଃ|
3 ଆଉ, ସେ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଅନେକ କଥା କହିଲେ ଦେଖ “ଜଣେ ବୁଣାଳୀ ବୁଣିବାକୁ ବାହାରିଗଲା।
ତଦାନୀଂ ସ ଦୃଷ୍ଟାନ୍ତୈସ୍ତାନ୍ ଇତ୍ଥଂ ବହୁଶ ଉପଦିଷ୍ଟୱାନ୍| ପଶ୍ୟତ, କଶ୍ଚିତ୍ କୃଷୀୱଲୋ ବୀଜାନି ୱପ୍ତୁଂ ବହିର୍ଜଗାମ,
4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ।
ତସ୍ୟ ୱପନକାଲେ କତିପଯବୀଜେଷୁ ମାର୍ଗପାର୍ଶ୍ୱେ ପତିତେଷୁ ୱିହଗାସ୍ତାନି ଭକ୍ଷିତୱନ୍ତଃ|
5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
ଅପରଂ କତିପଯବୀଜେଷୁ ସ୍ତୋକମୃଦ୍ୟୁକ୍ତପାଷାଣେ ପତିତେଷୁ ମୃଦଲ୍ପତ୍ୱାତ୍ ତତ୍କ୍ଷଣାତ୍ ତାନ୍ୟଙ୍କୁରିତାନି,
6 କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା।
କିନ୍ତୁ ରୱାୱୁଦିତେ ଦଗ୍ଧାନି ତେଷାଂ ମୂଲାପ୍ରୱିଷ୍ଟତ୍ୱାତ୍ ଶୁଷ୍କତାଂ ଗତାନି ଚ|
7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଝିରେ ପଡ଼ିଲା ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା।
ଅପରଂ କତିପଯବୀଜେଷୁ କଣ୍ଟକାନାଂ ମଧ୍ୟେ ପତିତେଷୁ କଣ୍ଟକାନ୍ୟେଧିତ୍ୱା ତାନି ଜଗ୍ରସୁଃ|
8 ମାତ୍ର ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା ଓ ଫଳ ଫଳିଲା, କେତେକ ଶହେ ଗୁଣ କେତେକ ଷାଠିଏ ଗୁଣ କେତେକ ତିରିଶ ଗୁଣ।
ଅପରଞ୍ଚ କତିପଯବୀଜାନି ଉର୍ୱ୍ୱରାଯାଂ ପତିତାନି; ତେଷାଂ ମଧ୍ୟେ କାନିଚିତ୍ ଶତଗୁଣାନି କାନିଚିତ୍ ଷଷ୍ଟିଗୁଣାନି କାନିଚିତ୍ ତ୍ରିଂଶଗୁଂଣାନି ଫଲାନି ଫଲିତୱନ୍ତି|
9 ଯିଏ ଶୁଣିବାକୁ ଇଚ୍ଛା କରୁଅଛି, ସେ ଶୁଣୁ।”
ଶ୍ରୋତୁଂ ଯସ୍ୟ ଶ୍ରୁତୀ ଆସାତେ ସ ଶୃଣୁଯାତ୍|
10 ଏହାପରେ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି ପଚାରିଲେ, ଆପଣ କାହିଁକି ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛନ୍ତି?
ଅନନ୍ତରଂ ଶିଷ୍ୟୈରାଗତ୍ୟ ସୋଽପୃଚ୍ଛ୍ୟତ, ଭୱତା ତେଭ୍ୟଃ କୁତୋ ଦୃଷ୍ଟାନ୍ତକଥା କଥ୍ୟତେ?
11 ସେ ଉତ୍ତର ଦେଲେ, “କାରଣ ସ୍ୱର୍ଗରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେମାନଙ୍କୁ ଦିଆଯାଇନାହିଁ।
ତତଃ ସ ପ୍ରତ୍ୟୱଦତ୍, ସ୍ୱର୍ଗରାଜ୍ୟସ୍ୟ ନିଗୂଢାଂ କଥାଂ ୱେଦିତୁଂ ଯୁଷ୍ମଭ୍ୟଂ ସାମର୍ଥ୍ୟମଦାଯି, କିନ୍ତୁ ତେଭ୍ୟୋ ନାଦାଯି|
12 ଯେଣୁ ଯାହାର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
ଯସ୍ମାଦ୍ ଯସ୍ୟାନ୍ତିକେ ୱର୍ଦ୍ଧତେ, ତସ୍ମାଯେୱ ଦାଯିଷ୍ୟତେ, ତସ୍ମାତ୍ ତସ୍ୟ ବାହୁଲ୍ୟଂ ଭୱିଷ୍ୟତି, କିନ୍ତୁ ଯସ୍ୟାନ୍ତିକେ ନ ୱର୍ଦ୍ଧତେ, ତସ୍ୟ ଯତ୍ କିଞ୍ଚନାସ୍ତେ, ତଦପି ତସ୍ମାଦ୍ ଆଦାଯିଷ୍ୟତେ|
13 ‘ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ ଓ ଶୁଣୁ ଶୁଣୁ ଶୁଣନ୍ତି ନାହିଁ କି ବୁଝନ୍ତି ନାହିଁ; ଏଣୁ ମୁଁ ସେମାନଙ୍କୁ ଦୃଷ୍ଟାନ୍ତ ଦ୍ୱାରା କଥା କହୁଅଛି।
ତେ ପଶ୍ୟନ୍ତୋପି ନ ପଶ୍ୟନ୍ତି, ଶୃଣ୍ୱନ୍ତୋପି ନ ଶୃଣ୍ୱନ୍ତି, ବୁଧ୍ୟମାନା ଅପି ନ ବୁଧ୍ୟନ୍ତେ ଚ, ତସ୍ମାତ୍ ତେଭ୍ୟୋ ଦୃଷ୍ଟାନ୍ତକଥା କଥ୍ୟତେ|
14 ଆଉ ଯିଶାଇୟ ଭାବବାଦୀଙ୍କର ଏହି ଭାବବାଣୀ ସେମାନଙ୍କ ସମ୍ବନ୍ଧରେ ସଫଳ ହେଉଅଛି, ତୁମ୍ଭେମାନେ ଶୁଣୁ ଶୁଣୁ ଶୁଣିବ, କିନ୍ତୁ କୌଣସି ପ୍ରକାରେ ବୁଝିବ ନାହିଁ, ପୁଣି, ଦେଖୁ ଦେଖୁ ଦେଖିବ, କିନ୍ତୁ କୌଣସି ପ୍ରକାରେ ଜ୍ଞାତ ହେବ ନାହିଁ;
ଯଥା କର୍ଣୈଃ ଶ୍ରୋଷ୍ୟଥ ଯୂଯଂ ୱୈ କିନ୍ତୁ ଯୂଯଂ ନ ଭୋତ୍ସ୍ୟଥ| ନେତ୍ରୈର୍ଦ୍ରକ୍ଷ୍ୟଥ ଯୂଯଞ୍ଚ ପରିଜ୍ଞାତୁଂ ନ ଶକ୍ଷ୍ୟଥ| ତେ ମାନୁଷା ଯଥା ନୈୱ ପରିପଶ୍ୟନ୍ତି ଲୋଚନୈଃ| କର୍ଣୈ ର୍ୟଥା ନ ଶୃଣ୍ୱନ୍ତି ନ ବୁଧ୍ୟନ୍ତେ ଚ ମାନସୈଃ| ୱ୍ୟାୱର୍ତ୍ତିତେଷୁ ଚିତ୍ତେଷୁ କାଲେ କୁତ୍ରାପି ତୈର୍ଜନୈଃ| ମତ୍ତସ୍ତେ ମନୁଜାଃ ସ୍ୱସ୍ଥା ଯଥା ନୈୱ ଭୱନ୍ତି ଚ| ତଥା ତେଷାଂ ମନୁଷ୍ୟାଣାଂ କ୍ରିଯନ୍ତେ ସ୍ଥୂଲବୁଦ୍ଧଯଃ| ବଧିରୀଭୂତକର୍ଣାଶ୍ଚ ଜାତାଶ୍ଚ ମୁଦ୍ରିତା ଦୃଶଃ|
15 କାରଣ ଏହି ଲୋକଙ୍କର ହୃଦୟ ଜଡ଼ ହେଲା, ସେମାନେ କାନରେ କଷ୍ଟରେ ଶୁଣିଲେ ଓ ଆପଣା ଆପଣା ଆଖି ବୁଜିଲେ, ଯେପରି ସେମାନେ ଆଖିରେ ଦେଖିବେ ନାହିଁ ଓ କାନରେ ଶୁଣିବେ ନାହିଁ, ଆଉ ହୃଦୟରେ ବୁଝିବେ ନାହିଁ, ପୁଣି, ଫେରି ଆସିବେ ନାହିଁ, ଆଉ ଆମ୍ଭେ ସେମାନଙ୍କୁ ସୁସ୍ଥ କରିବୁ ନାହିଁ।’
ଯଦେତାନି ୱଚନାନି ଯିଶଯିଯଭୱିଷ୍ୟଦ୍ୱାଦିନା ପ୍ରୋକ୍ତାନି ତେଷୁ ତାନି ଫଲନ୍ତି|
16 କିନ୍ତୁ ଧନ୍ୟ ତୁମ୍ଭମାନଙ୍କର ଚକ୍ଷୁ, ଯେଣୁ ତାହା ଦେଖେ; ଧନ୍ୟ ତୁମ୍ଭମାନଙ୍କ କର୍ଣ୍ଣ, ଯେଣୁ ତାହା ଶୁଣେ।
କିନ୍ତୁ ଯୁଷ୍ମାକଂ ନଯନାନି ଧନ୍ୟାନି, ଯସ୍ମାତ୍ ତାନି ୱୀକ୍ଷନ୍ତେ; ଧନ୍ୟାଶ୍ଚ ଯୁଷ୍ମାକଂ ଶବ୍ଦଗ୍ରହାଃ, ଯସ୍ମାତ୍ ତୈରାକର୍ଣ୍ୟତେ|
17 କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଅନେକ ଭାବବାଦୀ ଓ ଧାର୍ମିକ ଲୋକ ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଶୁଣୁଅଛ, ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।”
ମଯା ଯୂଯଂ ତଥ୍ୟଂ ୱଚାମି ଯୁଷ୍ମାଭି ର୍ୟଦ୍ୟଦ୍ ୱୀକ୍ଷ୍ୟତେ, ତଦ୍ ବହୱୋ ଭୱିଷ୍ୟଦ୍ୱାଦିନୋ ଧାର୍ମ୍ମିକାଶ୍ଚ ମାନୱା ଦିଦୃକ୍ଷନ୍ତୋପି ଦ୍ରଷ୍ଟୁଂ ନାଲଭନ୍ତ, ପୁନଶ୍ଚ ଯୂଯଂ ଯଦ୍ୟତ୍ ଶୃଣୁଥ, ତତ୍ ତେ ଶୁଶ୍ରୂଷମାଣା ଅପି ଶ୍ରୋତୁଂ ନାଲଭନ୍ତ|
18 “ତେବେ ତୁମ୍ଭେମାନେ ବୀଜ ବୁଣାଳୀର ଦୃଷ୍ଟାନ୍ତ ଶୁଣ।
କୃଷୀୱଲୀଯଦୃଷ୍ଟାନ୍ତସ୍ୟାର୍ଥଂ ଶୃଣୁତ|
19 ଯେ କେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ, ପାପାତ୍ମା ଆସି ତାହାର ହୃଦୟରେ ଯାହା ବୁଣାଯାଇଥିଲା, ତାହା ହରଣ କରିନିଏ, ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ।
ମାର୍ଗପାର୍ଶ୍ୱେ ବୀଜାନ୍ୟୁପ୍ତାନି ତସ୍ୟାର୍ଥ ଏଷଃ, ଯଦା କଶ୍ଚିତ୍ ରାଜ୍ୟସ୍ୟ କଥାଂ ନିଶମ୍ୟ ନ ବୁଧ୍ୟତେ, ତଦା ପାପାତ୍ମାଗତ୍ୟ ତଦୀଯମନସ ଉପ୍ତାଂ କଥାଂ ହରନ୍ ନଯତି|
20 ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, କିନ୍ତୁ ତାହାଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ହୋଇ ରୁହେ,
ଅପରଂ ପାଷାଣସ୍ଥଲେ ବୀଜାନ୍ୟୁପ୍ତାନି ତସ୍ୟାର୍ଥ ଏଷଃ; କଶ୍ଚିତ୍ କଥାଂ ଶ୍ରୁତ୍ୱୈୱ ହର୍ଷଚିତ୍ତେନ ଗୃହ୍ଲାତି,
21 ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଏ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ।
କିନ୍ତୁ ତସ୍ୟ ମନସି ମୂଲାପ୍ରୱିଷ୍ଟତ୍ୱାତ୍ ସ କିଞ୍ଚିତ୍କାଲମାତ୍ରଂ ସ୍ଥିରସ୍ତିଷ୍ଠତି; ପଶ୍ଚାତ ତତ୍କଥାକାରଣାତ୍ କୋପି କ୍ଲେସ୍ତାଡନା ୱା ଚେତ୍ ଜାଯତେ, ତର୍ହି ସ ତତ୍କ୍ଷଣାଦ୍ ୱିଘ୍ନମେତି|
22 ଯେ ବାକ୍ୟ ଶୁଣେ, ପୁଣି, ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ଆଉ ସେ ଫଳହୀନ ହୁଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ। (aiōn )
ଅପରଂ କଣ୍ଟକାନାଂ ମଧ୍ୟେ ବୀଜାନ୍ୟୁପ୍ତାନି ତଦର୍ଥ ଏଷଃ; କେନଚିତ୍ କଥାଯାଂ ଶ୍ରୁତାଯାଂ ସାଂସାରିକଚିନ୍ତାଭି ର୍ଭ୍ରାନ୍ତିଭିଶ୍ଚ ସା ଗ୍ରସ୍ୟତେ, ତେନ ସା ମା ୱିଫଲା ଭୱତି| (aiōn )
23 କିନ୍ତୁ ଯେ ବାକ୍ୟ ଶୁଣି ବୁଝେ ଓ ପ୍ରକୃତରେ ଫଳ ଫଳେ, କେହି ଶହେ ଗୁଣ, କେହି ଷାଠିଏ ଗୁଣ, କେହି ତିରିଶ ଗୁଣ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ।”
ଅପରମ୍ ଉର୍ୱ୍ୱରାଯାଂ ବୀଜାନ୍ୟୁପ୍ତାନି ତଦର୍ଥ ଏଷଃ; ଯେ ତାଂ କଥାଂ ଶ୍ରୁତ୍ୱା ୱୁଧ୍ୟନ୍ତେ, ତେ ଫଲିତାଃ ସନ୍ତଃ କେଚିତ୍ ଶତଗୁଣାନି କେଚିତ ଷଷ୍ଟିଗୁଣାନି କେଚିଚ୍ଚ ତ୍ରିଂଶଦ୍ଗୁଣାନି ଫଲାନି ଜନଯନ୍ତି|
24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ୱର୍ଗରାଜ୍ୟ ଆପଣା କ୍ଷେତରେ ଭଲ ବିହନ ବୁଣାଯାଇଥିବା ଜଣେ ବ୍ୟକ୍ତିଙ୍କ ସଦୃଶ;
ଅନନ୍ତରଂ ସୋପରାମେକାଂ ଦୃଷ୍ଟାନ୍ତକଥାମୁପସ୍ଥାପ୍ୟ ତେଭ୍ୟଃ କଥଯାମାସ; ସ୍ୱର୍ଗୀଯରାଜ୍ୟଂ ତାଦୃଶେନ କେନଚିଦ୍ ଗୃହସ୍ଥେନୋପମୀଯତେ, ଯେନ ସ୍ୱୀଯକ୍ଷେତ୍ରେ ପ୍ରଶସ୍ତବୀଜାନ୍ୟୌପ୍ୟନ୍ତ|
25 ମାତ୍ର ଲୋକେ ନିଦ୍ରା ଯାଇଥିବା ସମୟରେ ତାହାଙ୍କ ଶତ୍ରୁ ଆସି ସେହି ଗହମ ମଧ୍ୟରେ ବାଳୁଙ୍ଗା ବୁଣିଦେଇ ଚାଲିଗଲେ।
କିନ୍ତୁ କ୍ଷଣଦାଯାଂ ସକଲଲୋକେଷୁ ସୁପ୍ତେଷୁ ତସ୍ୟ ରିପୁରାଗତ୍ୟ ତେଷାଂ ଗୋଧୂମବୀଜାନାଂ ମଧ୍ୟେ ୱନ୍ୟଯୱମବୀଜାନ୍ୟୁପ୍ତ୍ୱା ୱୱ୍ରାଜ|
26 ଯେତେବେଳେ ପତ୍ର ବାହାରି ଫଳ ଫଳିବାକୁ ଲାଗିଲା, ସେତେବେଳେ ବାଳୁଙ୍ଗା ମଧ୍ୟ ଦେଖାଗଲା।
ତତୋ ଯଦା ବୀଜେଭ୍ୟୋଽଙ୍କରା ଜାଯମାନାଃ କଣିଶାନି ଘୃତୱନ୍ତଃ; ତଦା ୱନ୍ୟଯୱସାନ୍ୟପି ଦୃଶ୍ୟମାନାନ୍ୟଭୱନ୍|
27 ସେଥିରେ ଘରମାଲିକଙ୍କ ଦାସମାନେ ତାହାଙ୍କ ପାଖକୁ ଆସି କହିଲେ, ‘ସାଆନ୍ତେ, ଆପଣ କଅଣ ନିଜ କ୍ଷେତରେ ଭଲ ବିହନ ବୁଣି ନ ଥିଲେ? ତେବେ ବାଳୁଙ୍ଗାଗୁଡ଼ାକ କେଉଁଠାରୁ ହେଲା?’
ତତୋ ଗୃହସ୍ଥସ୍ୟ ଦାସେଯା ଆଗମ୍ୟ ତସ୍ମୈ କଥଯାଞ୍ଚକ୍ରୁଃ, ହେ ମହେଚ୍ଛ, ଭୱତା କିଂ କ୍ଷେତ୍ରେ ଭଦ୍ରବୀଜାନି ନୌପ୍ୟନ୍ତ? ତଥାତ୍ୱେ ୱନ୍ୟଯୱସାନି କୃତ ଆଯନ୍?
28 ସେ ସେମାନଙ୍କୁ କହିଲେ, ‘ଜଣେ ଶତ୍ରୁ ଏହା କରିଅଛି।’ ପୁଣି, ଦାସମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ଯାଇ ସେଗୁଡ଼ାକ ଉପାଡ଼ି ଏକାଠି କରୁ, ଏହା କଅଣ ଆପଣଙ୍କର ଇଚ୍ଛା?
ତଦାନୀଂ ତେନ ତେ ପ୍ରତିଗଦିତାଃ, କେନଚିତ୍ ରିପୁଣା କର୍ମ୍ମଦମକାରି| ଦାସେଯାଃ କଥଯାମାସୁଃ, ୱଯଂ ଗତ୍ୱା ତାନ୍ୟୁତ୍ପାଯ୍ୟ କ୍ଷିପାମୋ ଭୱତଃ କୀଦୃଶୀଚ୍ଛା ଜାଯତେ?
29 କିନ୍ତୁ ସେ କହିଲେ, ‘ନା, କାଳେ ତୁମ୍ଭେମାନେ ବାଳୁଙ୍ଗା ଏକାଠି କରୁ କରୁ ସେଗୁଡ଼ାକ ସାଙ୍ଗରେ ଗହମ ଉପାଡ଼ି ପକାଇବ।
ତେନାୱାଦି, ନହି, ଶଙ୍କେଽହଂ ୱନ୍ୟଯୱସୋତ୍ପାଟନକାଲେ ଯୁଷ୍ମାଭିସ୍ତୈଃ ସାକଂ ଗୋଧୂମା ଅପ୍ୟୁତ୍ପାଟିଷ୍ୟନ୍ତେ|
30 ଶସ୍ୟ ନ କାଟିବା ଯାଏ ଦୁହିଁକୁ ଏକାଠି ବଢ଼ିବାକୁ ଛାଡ଼ିଦିଅ, ଆଉ ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ, କିନ୍ତୁ ଗହମ ମୋ ଅମାରରେ ସଂଗ୍ରହ କରି ରଖ।’”
ଅତଃ ଶ୍ସ୍ୟକର୍ତ୍ତନକାଲଂ ଯାୱଦ୍ ଉଭଯାନ୍ୟପି ସହ ୱର୍ଦ୍ଧନ୍ତାଂ, ପଶ୍ଚାତ୍ କର୍ତ୍ତନକାଲେ କର୍ତ୍ତକାନ୍ ୱକ୍ଷ୍ୟାମି, ଯୂଯମାଦୌ ୱନ୍ୟଯୱସାନି ସଂଗୃହ୍ୟ ଦାହଯିତୁଂ ୱୀଟିକା ବଦ୍ୱ୍ୱା ସ୍ଥାପଯତ; କିନ୍ତୁ ସର୍ୱ୍ୱେ ଗୋଧୂମା ଯୁଷ୍ମାଭି ର୍ଭାଣ୍ଡାଗାରଂ ନୀତ୍ୱା ସ୍ଥାପ୍ୟନ୍ତାମ୍|
31 ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ସ୍ୱର୍ଗରାଜ୍ୟ ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା କ୍ଷେତ୍ରରେ ବୁଣିଲା।
ଅନନ୍ତରଂ ସୋପରାମେକାଂ ଦୃଷ୍ଟାନ୍ତକଥାମୁତ୍ଥାପ୍ୟ ତେଭ୍ୟଃ କଥିତୱାନ୍ କଶ୍ଚିନ୍ମନୁଜଃ ସର୍ଷପବୀଜମେକଂ ନୀତ୍ୱା ସ୍ୱକ୍ଷେତ୍ର ଉୱାପ|
32 ତାହା ତ ସବୁ ବୀଜଠାରୁ କ୍ଷୁଦ୍ର, ମାତ୍ର ତାହା ବଢ଼ିଲେ ସବୁ ଶାକଠାରୁ ବଡ଼ ହୋଇ ଏପରି ଗଛ ହୁଏ ଯେ, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କରନ୍ତି।”
ସର୍ଷପବୀଜଂ ସର୍ୱ୍ୱସ୍ମାଦ୍ ବୀଜାତ୍ କ୍ଷୁଦ୍ରମପି ସଦଙ୍କୁରିତଂ ସର୍ୱ୍ୱସ୍ମାତ୍ ଶାକାତ୍ ବୃହଦ୍ ଭୱତି; ସ ତାଦୃଶସ୍ତରୁ ର୍ଭୱତି, ଯସ୍ୟ ଶାଖାସୁ ନଭସଃ ଖଗା ଆଗତ୍ୟ ନିୱସନ୍ତି; ସ୍ୱର୍ଗୀଯରାଜ୍ୟଂ ତାଦୃଶସ୍ୟ ସର୍ଷପୈକସ୍ୟ ସମମ୍|
33 ସେ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ, “ସ୍ୱର୍ଗରାଜ୍ୟ ଖମୀର ସଦୃଶ; ଜଣେ ସ୍ତ୍ରୀ ତାହା ନେଇ ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା ଆଉ ସେ ଶେଷରେ ସମସ୍ତ ଖମୀରମୟ ହେଲା।”
ପୁନରପି ସ ଉପମାକଥାମେକାଂ ତେଭ୍ୟଃ କଥଯାଞ୍ଚକାର; କାଚନ ଯୋଷିତ୍ ଯତ୍ କିଣ୍ୱମାଦାଯ ଦ୍ରୋଣତ୍ରଯମିତଗୋଧୂମଚୂର୍ଣାନାଂ ମଧ୍ୟେ ସର୍ୱ୍ୱେଷାଂ ମିଶ୍ରୀଭୱନପର୍ୟ୍ୟନ୍ତଂ ସମାଚ୍ଛାଦ୍ୟ ନିଧତ୍ତୱତୀ, ତତ୍କିଣ୍ୱମିୱ ସ୍ୱର୍ଗରାଜ୍ୟଂ|
34 ଏହି ସମସ୍ତ କଥା ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ଲୋକସମୂହକୁ କହିଲେ, ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ,
ଇତ୍ଥଂ ଯୀଶୁ ର୍ମନୁଜନିୱହାନାଂ ସନ୍ନିଧାୱୁପମାକଥାଭିରେତାନ୍ୟାଖ୍ୟାନାନି କଥିତୱାନ୍ ଉପମାଂ ୱିନା ତେଭ୍ୟଃ କିମପି କଥାଂ ନାକଥଯତ୍|
35 ଯେପରି ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ଆମ୍ଭେ ଆପଣା ମୁଖ ଫିଟାଇ ଦୃଷ୍ଟାନ୍ତ ଦ୍ୱାରା କଥା କହିବା, ଜଗତ ସୃଷ୍ଟି ଦିନରୁ ଗୁପ୍ତ ବିଷୟସବୁ ବ୍ୟକ୍ତ କରିବା।
ଏତେନ ଦୃଷ୍ଟାନ୍ତୀଯେନ ୱାକ୍ୟେନ ୱ୍ୟାଦାଯ ୱଦନଂ ନିଜଂ| ଅହଂ ପ୍ରକାଶଯିଷ୍ୟାମି ଗୁପ୍ତୱାକ୍ୟଂ ପୁରାଭୱଂ| ଯଦେତଦ୍ୱଚନଂ ଭୱିଷ୍ୟଦ୍ୱାଦିନା ପ୍ରୋକ୍ତମାସୀତ୍, ତତ୍ ସିଦ୍ଧମଭୱତ୍|
36 ପରେ ସେ ଲୋକମାନଙ୍କୁ ପରିତ୍ୟାଗ କରି ଗୃହରେ ପ୍ରବେଶ କଲେ, ଆଉ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, କ୍ଷେତର ବାଳୁଙ୍ଗାର ଦୃଷ୍ଟାନ୍ତ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ ବୁଝାଇ ଦିଅନ୍ତୁ।
ସର୍ୱ୍ୱାନ୍ ମନୁଜାନ୍ ୱିସୃଜ୍ୟ ଯୀଶୌ ଗୃହଂ ପ୍ରୱିଷ୍ଟେ ତଚ୍ଛିଷ୍ୟା ଆଗତ୍ୟ ଯୀଶୱେ କଥିତୱନ୍ତଃ, କ୍ଷେତ୍ରସ୍ୟ ୱନ୍ୟଯୱସୀଯଦୃଷ୍ଟାନ୍ତକଥାମ୍ ଭୱାନ ଅସ୍ମାନ୍ ସ୍ପଷ୍ଟୀକୃତ୍ୟ ୱଦତୁ|
37 ସେ ଉତ୍ତର ଦେଲେ, “ଉତ୍ତମ ବିହନ ଯେ ବୁଣନ୍ତି ସେ ମନୁଷ୍ୟପୁତ୍ର;
ତତଃ ସ ପ୍ରତ୍ୟୁୱାଚ, ଯେନ ଭଦ୍ରବୀଜାନ୍ୟୁପ୍ୟନ୍ତେ ସ ମନୁଜପୁତ୍ରଃ,
38 କ୍ଷେତ ଜଗତ; ଭଲ ବିହନ ରାଜ୍ୟର ସନ୍ତାନମାନେ; ବାଳୁଙ୍ଗା ପାପାତ୍ମାର ସନ୍ତାନମାନେ;
କ୍ଷେତ୍ରଂ ଜଗତ୍, ଭଦ୍ରବୀଜାନୀ ରାଜ୍ୟସ୍ୟ ସନ୍ତାନାଃ,
39 ଯେଉଁ ଶତ୍ରୁ ତାହା ବୁଣିଲା, ସେ ଶୟତାନ; ଶସ୍ୟ କାଟିବା ସମୟ ଯୁଗାନ୍ତ, ପୁଣି, କଟାଳିସବୁ ଦୂତମାନେ। (aiōn )
ୱନ୍ୟଯୱସାନି ପାପାତ୍ମନଃ ସନ୍ତାନାଃ| ଯେନ ରିପୁଣା ତାନ୍ୟୁପ୍ତାନି ସ ଶଯତାନଃ, କର୍ତ୍ତନସମଯଶ୍ଚ ଜଗତଃ ଶେଷଃ, କର୍ତ୍ତକାଃ ସ୍ୱର୍ଗୀଯଦୂତାଃ| (aiōn )
40 ଅତଏବ, ବାଳୁଙ୍ଗା ଯେପରି ଏକାଠି କରାଯାଇ ନିଆଁରେ ପୋଡ଼ାଯାଏ ଯୁଗାନ୍ତ ସମୟରେ ସେପରି ଘଟିବ। (aiōn )
ଯଥା ୱନ୍ୟଯୱସାନି ସଂଗୃହ୍ୟ ଦାହ୍ୟନ୍ତେ, ତଥା ଜଗତଃ ଶେଷେ ଭୱିଷ୍ୟତି; (aiōn )
41 ମନୁଷ୍ୟପୁତ୍ର ଆପଣା ଦୂତମାନଙ୍କୁ ପଠାଇବେ, ଆଉ ସେମାନେ ତାହାଙ୍କ ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ କରିବେ,
ଅର୍ଥାତ୍ ମନୁଜସୁତଃ ସ୍ୱାଂଯଦୂତାନ୍ ପ୍ରେଷଯିଷ୍ୟତି, ତେନ ତେ ଚ ତସ୍ୟ ରାଜ୍ୟାତ୍ ସର୍ୱ୍ୱାନ୍ ୱିଘ୍ନକାରିଣୋଽଧାର୍ମ୍ମିକଲୋକାଂଶ୍ଚ ସଂଗୃହ୍ୟ
42 ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ଫୋପାଡ଼ି ଦେବେ, ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ।
ଯତ୍ର ରୋଦନଂ ଦନ୍ତଘର୍ଷଣଞ୍ଚ ଭୱତି, ତତ୍ରାଗ୍ନିକୁଣ୍ଡେ ନିକ୍ଷେପ୍ସ୍ୟନ୍ତି|
43 ସେତେବେଳେ ଧାର୍ମିକମାନେ ସେମାନଙ୍କ ପିତାଙ୍କ ରାଜ୍ୟରେ ସୂର୍ଯ୍ୟ ପରି ତେଜୋମୟ ଦେଖାଯିବେ। ଯାହାର କାନ ଅଛି, ସେ ଶୁଣୁ।”
ତଦାନୀଂ ଧାର୍ମ୍ମିକଲୋକାଃ ସ୍ୱେଷାଂ ପିତୂ ରାଜ୍ୟେ ଭାସ୍କରଇୱ ତେଜସ୍ୱିନୋ ଭୱିଷ୍ୟନ୍ତି| ଶ୍ରୋତୁଂ ଯସ୍ୟ ଶ୍ରୁତୀ ଆସାତେ, ମ ଶୃଣୁଯାତ୍|
44 “ସ୍ୱର୍ଗରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ। ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା।”
ଅପରଞ୍ଚ କ୍ଷେତ୍ରମଧ୍ୟେ ନିଧିଂ ପଶ୍ୟନ୍ ଯୋ ଗୋପଯତି, ତତଃ ପରଂ ସାନନ୍ଦୋ ଗତ୍ୱା ସ୍ୱୀଯସର୍ୱ୍ୱସ୍ୱଂ ୱିକ୍ରୀଯ ତ୍ତକ୍ଷେତ୍ରଂ କ୍ରୀଣାତି, ସ ଇୱ ସ୍ୱର୍ଗରାଜ୍ୟଂ|
45 “ପୁନଶ୍ଚ, ସ୍ୱର୍ଗରାଜ୍ୟ ଉତ୍ତମ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ଭଳି।
ଅନ୍ୟଞ୍ଚ ଯୋ ୱଣିକ୍ ଉତ୍ତମାଂ ମୁକ୍ତାଂ ଗୱେଷଯନ୍
46 ଗୋଟିଏ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା।”
ମହାର୍ଘାଂ ମୁକ୍ତାଂ ୱିଲୋକ୍ୟ ନିଜସର୍ୱ୍ୱସ୍ୱଂ ୱିକ୍ରୀଯ ତାଂ କ୍ରୀଣାତି, ସ ଇୱ ସ୍ୱର୍ଗରାଜ୍ୟଂ|
47 “ପୁନଶ୍ଚ, ସ୍ୱର୍ଗରାଜ୍ୟ ସମୁଦ୍ରରେ ନିକ୍ଷିପ୍ତ ସର୍ବ ପ୍ରକାର ମତ୍ସ୍ୟ ସଂଗ୍ରହକାରୀ ଗୋଟିଏ ଟଣା ଜାଲ ସଦୃଶ।
ପୁନଶ୍ଚ ସମୁଦ୍ରୋ ନିକ୍ଷିପ୍ତଃ ସର୍ୱ୍ୱପ୍ରକାରମୀନସଂଗ୍ରାହ୍ୟାନାଯଇୱ ସ୍ୱର୍ଗରାଜ୍ୟଂ|
48 ତାହା ପୂର୍ଣ୍ଣ ହୁଅନ୍ତେ ଲୋକେ କୂଳକୁ ଟାଣି ଆଣିଲେ ପୁଣି, ବସି ଭଲଯାକ ଖାଳୋଇରେ ଏକାଠି କରି ରଖିଲେ କିନ୍ତୁ ମନ୍ଦଗୁଡ଼ାକ ଫୋପାଡ଼ିଦେଲେ।
ତସ୍ମିନ୍ ଆନାଯେ ପୂର୍ଣେ ଜନା ଯଥା ରୋଧସ୍ୟୁତ୍ତୋଲ୍ୟ ସମୁପୱିଶ୍ୟ ପ୍ରଶସ୍ତମୀନାନ୍ ସଂଗ୍ରହ୍ୟ ଭାଜନେଷୁ ନିଦଧତେ, କୁତ୍ସିତାନ୍ ନିକ୍ଷିପନ୍ତି;
49 ଯୁଗାନ୍ତ ସମୟରେ ସେହିପରି ଘଟିବ; ଦୂତମାନେ ବାହାରି ଆସି ଧାର୍ମିକମାନଙ୍କ ମଧ୍ୟରୁ ଦୁଷ୍ଟମାନଙ୍କୁ ପୃଥକ୍ କରିବେ, (aiōn )
ତଥୈୱ ଜଗତଃ ଶେଷେ ଭୱିଷ୍ୟତି, ଫଲତଃ ସ୍ୱର୍ଗୀଯଦୂତା ଆଗତ୍ୟ ପୁଣ୍ୟୱଜ୍ଜନାନାଂ ମଧ୍ୟାତ୍ ପାପିନଃ ପୃଥକ୍ କୃତ୍ୱା ୱହ୍ନିକୁଣ୍ଡେ ନିକ୍ଷେପ୍ସ୍ୟନ୍ତି, (aiōn )
50 ପୁଣି, ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇଦେବେ; ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ।”
ତତ୍ର ରୋଦନଂ ଦନ୍ତୈ ର୍ଦନ୍ତଘର୍ଷଣଞ୍ଚ ଭୱିଷ୍ୟତଃ|
51 “ତୁମ୍ଭେମାନେ କଅଣ ଏହିସବୁ କଥା ବୁଝିଲ” ସେମାନେ ତାହାଙ୍କୁ କହିଲେ ହଁ।
ଯୀଶୁନା ତେ ପୃଷ୍ଟା ଯୁଷ୍ମାଭିଃ କିମେତାନ୍ୟାଖ୍ୟାନାନ୍ୟବୁଧ୍ୟନ୍ତ? ତଦା ତେ ପ୍ରତ୍ୟୱଦନ୍, ସତ୍ୟଂ ପ୍ରଭୋ|
52 ସେଥିରେ ସେ ସେମାନଙ୍କୁ କହିଲେ, “ତେବେ ଯେଉଁ ଗୃହକର୍ତ୍ତା ଆପଣା ଭଣ୍ଡାରରୁ ନୂଆ ଓ ପୁରୁଣା ପଦାର୍ଥ ବାହାର କରେ, ସ୍ୱର୍ଗରାଜ୍ୟର ଶିଷ୍ୟ ହୋଇଥିବା ପ୍ରତ୍ୟେକ ଶାସ୍ତ୍ରୀ ତାହାରି ସଦୃଶ।”
ତଦାନୀଂ ସ କଥିତୱାନ୍, ନିଜଭାଣ୍ଡାଗାରାତ୍ ନୱୀନପୁରାତନାନି ୱସ୍ତୂନି ନିର୍ଗମଯତି ଯୋ ଗୃହସ୍ଥଃ ସ ଇୱ ସ୍ୱର୍ଗରାଜ୍ୟମଧି ଶିକ୍ଷିତାଃ ସ୍ୱର୍ୱ ଉପଦେଷ୍ଟାରଃ|
53 ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ପରେ ସେହି ସ୍ଥାନରୁ ଚାଲିଗଲେ।
ଅନନ୍ତରଂ ଯୀଶୁରେତାଃ ସର୍ୱ୍ୱା ଦୃଷ୍ଟାନ୍ତକଥାଃ ସମାପ୍ୟ ତସ୍ମାତ୍ ସ୍ଥାନାତ୍ ପ୍ରତସ୍ଥେ| ଅପରଂ ସ୍ୱଦେଶମାଗତ୍ୟ ଜନାନ୍ ଭଜନଭୱନ ଉପଦିଷ୍ଟୱାନ୍;
54 ଆଉ, ସେ ନିଜ ପୈତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜଗୃହରେ ଏପରି ଶିକ୍ଷା ଦେଲେ ଯେ, ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା?
ତେ ୱିସ୍ମଯଂ ଗତ୍ୱା କଥିତୱନ୍ତ ଏତସ୍ୟୈତାଦୃଶଂ ଜ୍ଞାନମ୍ ଆଶ୍ଚର୍ୟ୍ୟଂ କର୍ମ୍ମ ଚ କସ୍ମାଦ୍ ଅଜାଯତ?
55 ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଆ ନାମ କଅଣ ମରୀୟମ ନୁହେଁ? ପୁଣି, ଏହାର ଭାଇମାନଙ୍କ ନାମ କଅଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ?
କିମଯଂ ସୂତ୍ରଧାରସ୍ୟ ପୁତ୍ରୋ ନହି? ଏତସ୍ୟ ମାତୁ ର୍ନାମ ଚ କିଂ ମରିଯମ୍ ନହି? ଯାକୁବ୍-ଯୂଷଫ୍-ଶିମୋନ୍-ଯିହୂଦାଶ୍ଚ କିମେତସ୍ୟ ଭ୍ରାତରୋ ନହି?
56 ଆଉ, ଏହାର ଭଉଣୀମାନେ କଅଣ ସମସ୍ତେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ତେବେ ସେ ଏହିସବୁ କେଉଁଠୁ ପାଇଲା?
ଏତସ୍ୟ ଭଗିନ୍ୟଶ୍ଚ କିମସ୍ମାକଂ ମଧ୍ୟେ ନ ସନ୍ତି? ତର୍ହି କସ୍ମାଦଯମେତାନି ଲବ୍ଧୱାନ୍? ଇତ୍ଥଂ ସ ତେଷାଂ ୱିଘ୍ନରୂପୋ ବଭୂୱ;
57 ଆଉ, ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ପୈତୃକ ନଗର ଓ ସ୍ୱପରିବାର ବିନା ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।”
ତତୋ ଯୀଶୁନା ନିଗଦିତଂ ସ୍ୱଦେଶୀଯଜନାନାଂ ମଧ୍ୟଂ ୱିନା ଭୱିଷ୍ୟଦ୍ୱାଦୀ କୁତ୍ରାପ୍ୟନ୍ୟତ୍ର ନାସମ୍ମାନ୍ୟୋ ଭୱତୀ|
58 ଆଉ, ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ମହତର କାର୍ଯ୍ୟ କଲେ ନାହିଁ।
ତେଷାମୱିଶ୍ୱାସହେତୋଃ ସ ତତ୍ର ସ୍ଥାନେ ବହ୍ୱାଶ୍ଚର୍ୟ୍ୟକର୍ମ୍ମାଣି ନ କୃତୱାନ୍|