< ମାଥିଉ 12 >

1 ସେହି ସମୟରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଗଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ଶିଁଷା ଛିଣ୍ଡାଇ ଖାଇବାକୁ ଲାଗିଲେ।
ହେୱାଡ଼ାଂ ଜିସୁ ଜମ୍‌ନିବାର୍‌ ନାଜିଂ ତାସ୍‌ ଜମିତିଂ ହିଜ଼ି ତାଙ୍ଗ୍‌ଜି ହାଲ୍‌ଜି ମାଚାନ୍‌, ଆରେ ତା ଚେଲାହିର୍‌ ନାସ୍‌କି ଆଜ଼ି ତାସ୍‌ନି ଜିକି ନାଡ଼୍‌ଚି ଚିଞ୍ଜେଙ୍ଗ୍‌ ଲାଗାତାର୍‌ ।
2 କିନ୍ତୁ ଫାରୂଶୀମାନେ ତାହା ଦେଖି ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି।
ମାତର୍‌ ପାରୁସିର୍‌ ହେଦାଂ ହୁଡ଼୍‌ଜି ଜିସୁଙ୍ଗ୍‌ ଇଚାର୍‌, “ହୁଡ଼ାଟ୍‌, ଜମ୍‌ନିବାର୍‌ ନାଜିଂ ଇନାକା କିନି ବିଦି ଆକାୟ୍‌, ହେଦାଂ ନି ଚେଲାର୍‌ କିନାରା ।”
3 ମାତ୍ର ସେ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କଅଣ କରୁଥିଲେ, ତାହା କି ତୁମ୍ଭେମାନେ ପାଠ କରି ନାହଁ?
ମତର୍‌ ହେୱାନ୍‌ ହେୱାରିଂ ଇଚାନ୍‌, “ଦାଉଦ୍‌ ଆରି ତା ହାଙ୍ଗ୍‌ଦାକାର୍‌ ନାସ୍‌କି ଆନିହିଙ୍ଗ୍‌ ହେୱାନ୍‌ ଇନାକା କିଜ଼ି ମାଚାନ୍‌, ହେଦାଂକି ଏପେଙ୍ଗ୍‌ ପଡ଼ି କିୱାତାଦେର୍ଣ୍ଣା?
4 ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାହାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ।
ହେୱାନ୍‌ ଇନେସ୍‌ କିଜ଼ି ଇସ୍ୱର୍‌ ଇଞ୍ଜ ହଣ୍‌ଜି, ଇମ୍‌ଣି ଦର୍ସନି ରୁଟି କେବଲ୍‌ ମାପ୍ରୁହେବାକିନାକାର୍‌ ତିନି ବିଦି ମାଚାତ୍‌, ମାତାର୍‌ ତା ଆରି ସାଙ୍ଗହିର୍‌ ତିକାନା ବିଦି ହିଲ୍‌ୱାତାତ୍‌, ହେଦାଂ ହେୱାର୍‌ ଚିଞ୍ଜି ମାଚାର୍‌ ।
5 କିମ୍ବା ବିଶ୍ରାମବାର ଦିନରେ ଯାଜକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରକୁ ଅପବିତ୍ର କଲେ ହେଁ ନିର୍ଦ୍ଦୋଷ ଅଟନ୍ତି, ମୋଶାଙ୍କ ବ୍ୟବସ୍ଥାରେ ତୁମ୍ଭେମାନେ କଅଣ ଏହା ପାଠ କରି ନାହଁ?
ମାତର୍‌ ଜମ୍‌ନିବାର୍‌ ନାଜିଂ ମାପ୍ରୁହେବାକିନାକାର୍‌ ମନ୍ଦିର୍‌ ବିତ୍ରେ ଜମ୍‌ନିବାର୍‌ତିଂ ବିଟାଡ଼୍‌ କିୱିତିସ୍‌ ପା ହେୱାର୍‌ ଦସ୍‌ ଆଉର୍‌, ବିଦିତାଂ ଏପେଙ୍ଗ୍‌ ଇନାକା ଇଦାଂ ପଡ଼ି କିୱାତାଦେର୍ଣ୍ଣା?
6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି।
ମତର୍‌ ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, ମନ୍ଦିର୍‌ ତାଙ୍ଗ୍‌ ଗାଜା ବିସ୍ରେ ଇବେ ମାନାତ୍‌ ।
7 କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏ ଉକ୍ତିର ଅର୍ଥ ଯେବେ ଜାଣିଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାଆନ୍ତ।
ସାସ୍ତର୍‌ ଇନାତ୍‌ ଆନ୍‌ ପୁନାଙ୍ଗ୍‌ ପୁଜା ମାନ୍‌ କିୱାଦାଂ ଦୟା ମାନ୍‌ କିନାଙ୍ଗ୍‌, ଇ କାତାନି ଅରତ୍‌ ଜଦି ସତ୍‌ ବୁଜାନାଦେର୍‌ ଦସିଲଗାରିଂ ଏପେଙ୍ଗ୍‌ ଦସ୍‌ କିୱାତାଦେର୍‌ମା ।
8 କାରଣ ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି।”
ଇନାକିଦେଂକି ମାନାୟ୍‌ ମାଜ଼ି ଜମ୍‌ନିବାର୍‌ ନାଜିଂ ପା ମାପ୍ରୁ ଆନାନ୍‌ ।”
9 ସେ ସେହି ସ୍ଥାନରୁ ଚାଲିଯାଇ ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ।
ଜିସୁ ହେ ବାହାତାଂ ହାଲ୍‌ଜି ହେୱାର୍‌ କୁଟୁମ୍‌ ଇଞ୍ଜ ହଣ୍‌ଗାତାନ୍‌ ।
10 ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା। ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାର ଦିନରେ ସୁସ୍ଥ କରିବା କଅଣ ବିଧିସଙ୍ଗତ?
ଆରେ ହୁଡ଼ାଟ୍‌, ହେବେ ରୱାନ୍‌ ଲକ୍‌ ମାଚାନ୍‌, ତା ର କେଇ ୱାଜ୍‌ଜି ମାଚାତ୍‌ । ଆରେ, ହେୱାର୍‌ “ତା ବେରଣ୍‌ତାଂ ଦାବା କିନି ହେଦାଂ କାଜିଂ ଜିସୁଙ୍ଗ୍‌ ୱେନ୍‌ବାତାର୍‌, ଜମ୍‌ନିବାର୍‌ ନାଜିଂ ଉଜ୍‌ କିନାକା ଇନାକା ବିଦି ମାନାତ୍‌?”
11 କିନ୍ତୁ ସେ ସେମାନଙ୍କୁ କହିଲେ, “ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାର ଦିନରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରି ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି?
ମାତର୍‌ ଜିସୁ ହେୱାରିଂ ଇଚାନ୍‌, ଜଦି “ଇନେର୍‌ତି ରଞ୍ଜାଙ୍ଗ୍‌ ମେଣ୍ଡା ମାନାତ୍‌ ଆରି ହେଦାଂ ଜମ୍‌ନିବାର୍‌ ନାଜିଂ କୁଇତାକେ ଆର୍ତିସ୍‌ ଇନାକା ହେଦେଲିଂ ଜେ ତାଙ୍ଗେଙ୍ଗ୍‌ ଆସ୍ତି ନିକୁନ୍‌, ଏଲେଙ୍ଗ୍‌ ମାନାୟ୍‌ ମି ବିତ୍ରେ ଇନେନ୍‌ ମାନାନ୍‌?
12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ। ଏଣୁ ବିଶ୍ରାମବାର ଦିନରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ।
ଲାଗିଂ, ମେଣ୍ଡା ତାଙ୍ଗ୍‌ ମାନାୟ୍‌ ଆରେ ଏଚେକ୍‌ ଆଦେକ୍‌ ଗାଜା । ବିଦି ଲାକେ ଜମ୍‌ନିବାର୍‌ ନାଜିଂ ହାର୍‌ କିନାକା ବିଦି ମାନାତ୍‌ ।”
13 ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ।” ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା।
ହେୱାଡ଼ାଂ ହେୱାନ୍‌ ହେ ମାନାୟ୍‌ତିଂ ଇଚାନ୍‌, ନି କେଇ ଲାମାୟ୍‍ କିଦା । ହେବେ ହେୱାନ୍‌ କେଇ ଲାମାୟ୍‌ କିତାନ୍‌, “ଆରେ ହେଦାଂ ଅଲ୍‌ଗା କେଇ ଲାକେ ଆରେ ହାରା ଆତାତ୍‌ ।”
14 କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ।
ମାତର୍‌ ପାରୁସିର୍‌ ବାର୍ତ ହାଲ୍‌ଜି ହେୱାନିଂ ବୁଡାୟ୍‌ କିନି କାଜିଂ ତା ବେରଣ୍‌ତାଂ ମାନ୍‌ପାଚି କିତାର୍‌ ।
15 ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ
ଜିସୁ ହେଦାଂ ପୁଞ୍ଜି ହେବେତାଂ ହେ ବାହା ପିସ୍ତି ହସି ହାଚାନ୍‌, ହେନି ତା ପାଚେ ପାଚେ ହାଚାର୍‌, ଆରେ ହେୱାନ୍‌ ୱିଜ଼ାର୍‌ ରଗ୍ୟାରିଂ ଉଜ୍‌ କିତାନ୍‌ ।
16 ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ,
ଆରେ, ତାଙ୍ଗେଙ୍ଗ୍‌ ୱେଚ୍‌ୱି କାଜିଂ ହେୱାନ୍‌ ହେ ବାନ୍ୟା ପୁଦାକାଂ ବେସି ଡାଟ୍‌ କିଜ଼ି ବଲ୍‌ ହିତାନ୍‌,
17 ଯେପରି, ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
ଇନେସ୍‌କି ଜିସାୟ୍‌ ବେଣ୍‌ବାକ୍‌ଣାୟ୍‌ କାଜିଂ ଏକାତାର୍‌ ପୁରା ଆନାତ୍‌,
18 ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ; ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରାଇବା, ଆଉ ସେ ଅଣଯିହୁଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ।
“ହୁଡ଼ାଟ୍‌, ମା ଆଡ଼ିଏନ୍‌, ଇନେରିଂକି ଆପେଙ୍ଗ୍‌ ବାଚି କିତାପ୍‌ନ୍ନା; ମା ୱାରିନି ମାଜ଼ି ଇନେର୍‌ ତାକେ କି ଆପେଂ ଜିବୁନ୍‌ନି ବେସି ୱାରି ଆସେଙ୍ଗ୍‌ ତା ଜପି ନା ଜିବୁନ୍‌ ଜୁଦ୍‌ନାତ୍‌, ଆରେ ହେୱାନ୍‌ ପାର୍ତିକିୱି ଜିହୁଦିର୍‌ ଲାଗାଂ ନ୍ୟାୟ୍‌ ବିଚାର୍‌ କିଜ଼ି ସୁଣାୟ୍‌ କିନାନ୍‌ ।
19 ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ।
ହେୱାନ୍‌ କୁର୍ଲି କିଉନ୍‌ କି ଗାଜା କାଟ୍‌ ସୁଣାୟ୍‌ କିଉନ୍‌, କି ହାକ୍‌ଡ଼ିତ ହେୱାନ୍ତି କାଟ୍‌ ଇନେର୍‌ ୱେନୁର୍‌
20 ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା-ନଳ ଭାଙ୍ଗିବେ ନାହିଁ, ପୁଣି, ସଧୂମ ସଳିତା ଲିଭାଇବେ ନାହିଁ।
ନାଦାର୍‌ କାଟାକାରିଂ କାଜିଂ ହେୱାନ୍‌ ହୁଦାର୍‌ ବେବାର୍‌ କିନାନ୍‌ ନାଡ଼ା ଆରି ସାଇଜ ହିଲ୍‌ୱାକାରିଂ ଉପ୍‌କାର୍‌ କିନାନ୍‌ । ନ୍ୟାୟ୍‌ ବିଚାର୍‌ ଆୱି ପାତେକ୍‌ ହେୱାନ୍‌ କି ସଦୁମ୍‌ ନୁଲ୍‌କଦାନି ବଇଟାତିଂ ପାଗୁନ୍‌ ।
21 ଆଉ, ତାହାଙ୍କ ନାମରେ ଅଣଯିହୁଦୀମାନେ ଭରସା ରଖିବେ।
ଆରେ ତା ତର୍‌ଦ ପାର୍ତିକିୱି ଜିହୁଦିର୍‌ ଆହା କିତାର୍‌ ।”
22 ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକକୁ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା।
ହେୱାଡ଼ାଂ ରୱାନ୍‌ ପୁଦା ଆହ୍‌ୟାତି କାଣାଂ ଆରି କନ୍ଦାଲଗାଂ ତା ତାକେ ତାହିୱାତାର୍‌, ଆରେ ଜିସୁ ତାଙ୍ଗେଙ୍ଗ୍‌ ଉଜ୍‌ କିତାନ୍‌; ହେବେ ହେ କନ୍ଦା ବେଣ୍‌ ଇଞ୍ଜେଙ୍ଗ୍‌ ଆଡ଼୍‌ତାନ୍‌ ଆରି ହୁଡ଼୍‌ଦେଂ ଆଡ଼୍‌ତାନ୍‌ ।
23 ପୁଣି, ଲୋକସମୂହ ଆଚମ୍ଭିତ ହୋଇ କହିବାକୁ ଲାଗିଲେ ଏ କଅଣ ଦାଉଦଙ୍କ ସନ୍ତାନ ନୁହଁନ୍ତି?
ଆରେ, ମାନାୟାର୍‌ କାବା ଆଜ଼ି ଇଞ୍ଜେଙ୍ଗ୍‌ ଲାଗାତାର୍‌, “ଇୱାନ୍‌ ଇନାକା ଦାଉଦ୍‌ ମାଜ଼ି ଆକାୟ୍‌?”
24 ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତପତି ବାଲ୍‌ଜିବୂଲ୍‍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ।
ମତର୍‌ ପାରୁସିର୍‌ ହେଦାଂ ୱେନ୍‌ଞ୍ଜି ଇଚାର୍‌, “ଇ ମୁଣିକା ଗାଜାପୁଦା ବାଲ୍‌ଜିବୁଲ୍‌ ଉପ୍‌କାର୍‌ତାଂ ପୁଦାଂ ପିହିକିଉନା ।”
25 କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ।
ମାତର୍‌ ଜିସୁ ହେୱାର୍‌ ମାନ୍ତି ଏତ୍‌ ପୁଞ୍ଜି ହେୱାରିଂ ଇଚାନ୍‌, “ଇମ୍‌ଣି ରାଜି ରିବାଗ୍‌ ଆଜ଼ି ଜାର୍‌ ବେରୁତାଂ ନିଙ୍ଗ୍‌ନାତ୍‌, ହେଦାଂ ଦୁଡ଼ି ଆଜ଼ି ହାନାତ୍‌; ଆରେ, ଇମ୍‌ଣି ଗାଡ଼୍‌ କି ଇଲ୍‌ ରିବାଗ୍‌ ଆଜ଼ି ଜାର୍‌ ବେରୁତାଂ ନିଙ୍ଗ୍‌ନାତ୍‌ ହେଦାଂ ତିର୍‌ ଆଜ଼ି ମାଞ୍ଜେଙ୍ଗ୍‌ ଆଡୁତ୍‌ ।
26 ଆଉ, ଶୟତାନ ଯଦି ଶୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ?
ଆରେ, ସୟ୍‌ତାନ୍‌ ଜଦି ସୟ୍‌ତାନ୍‌ତିଂ ପିହିକିତିସ୍‌, ତା ଆତିସ୍‌ ହେଦାଂ ରିବାଗ୍‌ ଆଜ଼ି ଜାର୍‌ ବିରୁତ୍‌ତାଂ ନିଙ୍ଗ୍‌ତାତେ; ଲାଗିଂ ତା ରାଜି ଇନେସ୍‌ ତିର୍‌ ଆଜ଼ି ମାନାତ୍‌?
27 ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରେ ତେବେ ତୁମ୍ଭମାନଙ୍କ ସନ୍ତାନଗଣ କାହା ସାହାଯ୍ୟରେ ସେମାନଙ୍କୁ ବାହାର କରନ୍ତି। ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।
ଆନ୍‌ ଏଚେକାଡ଼୍‌ଦ ବାଲ୍‌ଜିବୁଲ୍‌ ଉପ୍‌କାର୍‌ତାଂ ପୁଦାକାଂ ପିହିକିନାଙ୍ଗ୍‌, ଲାଗିଂ ମି ମାଜ଼ିର୍‌ ଇନେର୍‌ ଉପ୍‌କାର୍‌ତାଂ ହେୱାକାଂ ପିହିକିନାର୍‌ । ଲାଗିଂ ହେୱାର୍‌ ନେ ମିଙ୍ଗେଙ୍ଗ୍‌ ବିଚାର୍‌କାର୍‌ୟାର୍‌ ଆଦ୍‌ନାର୍‌!
28 କିନ୍ତୁ ମୁଁ ଯଦି ଈଶ୍ବରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି।
ମାତର୍‌ ଆନ୍‌ ଜଦି ଇସ୍ୱର୍‌ ୱାସ୍କି ସାଇଜତାଂ ପୁଦାକାଂ ପିହିକିନାଙ୍ଗ୍‌, ଇଦାଂ କାଜିଂ ପାର୍ମାଣ୍‌ ଆନାତ୍‌ ସାର୍ଗେ ରାଜି ମି କାଜିଂ ଏକା ୱାତାତେ ।”
29 ଅବା କେହି ପ୍ରଥମେ ବଳବାନ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଘରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଚୋରି କରିପାରେ? ତାହାକୁ ଆଗେ ବାନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ।
“କି ଇନେର୍‌ ପର୍ତୁମ୍‌ ସାକ୍ତି ଲଗାଂ ଗାଚ୍‌ୱିତିସ୍‌ ଇନେସ୍‌ କିଜ଼ି ତାଞ୍ଜ ହଣ୍‌ଗିସ୍‌ ତା ଦାନ୍‌ ସବୁ ଚର୍‌ କିଦେଙ୍ଗ୍‌ ଆଡ୍‌ନାନ୍‌? ତାଙ୍ଗେଙ୍ଗ୍‌ ଆଗେ ଗାଚ୍‌ଚିସ୍‌ ହିନା ତା ଇଲ୍‌ ଚର୍‌ କିଦେଙ୍ଗ୍‌ ଆଡ୍‌ନାନ୍‌ ।”
30 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।
“ଇନେନ୍‌ ନା ପାକ୍ୟା ଆକାୟ୍‌, ହେୱାନ୍‌ ନା ବେରିୟା, ଆରେ ଇନେନ୍‌ ନାଲାହାଂ ରୁଣ୍ଡାୟ୍‌ କିଉନ୍‌, ହେୱାନ୍‌ ଜେଡ଼େ କେତେ କିନାନ୍‌ ।
31 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ।
ଆତିସ୍‌ପା, ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା ମାନାୟାର୍‌ ୱିଜ଼ୁ ପାପ୍‌ ଆରି ନିନ୍ଦା କାତା କେମା କିୟା ଆନାତ୍‌, ମାତର୍‌ ୱାସ୍କି ବେରୁ ନିନ୍ଦା କେମା କିୟା ଆଉତ୍‌ ।
32 ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ।” (aiōn g165)
ଆରେ, ଇନେର୍‌ ଆୟେତ୍‌ ମାନାୟ୍‌ ମାଜ଼ି ବେରୁତାଂ କାତା ଇନାନ୍‌, ତାଙ୍ଗେଙ୍ଗ୍‌ କେମା ହିୟା ଆନାତ୍‌, ମାତର୍‌ ଇନେର୍‌ ଆୟେତ୍‌ ପୁଇପୁୟା ଜିବୁନ୍‌ ବେରୁତାଂ କାତା ଇନାନ୍‌, ଇ ଜୁଗ୍‌ତ କି ପାଚେନି ଜୁଗ୍‌ତ ତାଙ୍ଗେଙ୍ଗ୍‌ କେମା ହିୟା ଆଉତ୍‌ ।” (aiōn g165)
33 “ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ ନ ହେଲେ ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ।
“ହାର୍ଦି ପାଡ଼୍‌ ଆହ୍‌ନି କାଜିଂ ମାର୍‌ ବାଡ଼୍‌କାସ୍‌ ଆନାକା ମାନାତ୍‌ । ମିଦାଙ୍ଗ୍‌ ବାନ୍ୟା ମାର୍‌ ମାଚିସ୍‌ ହେବେତାଂ ଏପେଙ୍ଗ୍‌ ବାନ୍ୟା ପାଡ଼୍‌ ପାୟା ଆନାଦେର୍‌ । ଇନାକିଦେଂକି ପାଡ଼୍‌ କାଜିଂ ମାର୍‌ତିଂ ପୁନ୍ୟା ଆନାତ୍‌ ।
34 ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପ୍ରକାରେ ଭଲ କଥା କହିପାର? କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ।
ଆଡ଼େ କାଲାଟିରାଚ୍‌ନି ଲାତ୍ରା, ଏପେଙ୍ଗ୍‌ ବାନ୍ୟା ଆଜ଼ି ଇନେସ୍‌ ବାର୍ତି ହାର୍‌ଦି କାତା ଇଞ୍ଜେଙ୍ଗ୍‌ ଆଡ୍‌ନାଦେର୍‌? ଇନାକିଦେଂକି ମାନ୍‌ନି ବାର୍ତିତାଂ ୱେଇଦି କାତା ଇନାନ୍‌ ।
35 ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ।
ହାର୍ଦି ଲଗୁ ହାର୍‌ଦି ୱାସ୍କିତାଂ ହାର୍ଦି ଆଡ଼୍‌ମାଡ଼୍‌ ହପ୍‌ନାନ୍‌ । ଆରେ ବାନ୍ୟା ଲଗୁ ବାନ୍ୟା ୱାସ୍କିତାଂ ବାନ୍ୟା ଆଡ଼୍‌ମାଡ଼୍‌ ହପ୍‌ନାନ୍‌ ।”
36 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ;
“ମାତର୍‌ ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, ମାନାୟାର୍‌ ଇନେସ୍‌ ବାର୍ତି ପଲ୍ୟା କାତା ଇନାର୍‌, ବିଚାର୍ଣ୍ଣା-ନାଜିଂ ହେୱାର୍‌ ହେବେନି ଉତର୍‌ ହିନାର୍‌;
37 ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ।”
ମି କାତା କାଜିଂ ଏପେଙ୍ଗ୍‌ ବିଚାର୍‌ କିୟା ଆଜ଼ି ଦସିଆକାଇ ଦସି ଇଞ୍ଜି ପାର୍ମାଣ୍‌ ଆନାତ୍‌ ।”
38 ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ।
ହେ ପାଦ୍‌ନା ସାସ୍ତ୍ରିର୍‌ ଆରି ପାରୁସିର୍‌ ବିତ୍ରେ କେତ୍‌ ଜାଣ୍‌ ତାଙ୍ଗେଙ୍ଗ୍‌ ଉତର୍‌ ହିତାର୍‌, “ଏ ଗୁରୁ, ଆପେଂ ନିତାକେନ୍‌ଣ୍ଡାଙ୍ଗ୍‌ ର ଚିନ୍‌ ହୁଡ଼୍‌ଦେଂ ମାନ୍‌କିନାପା ।”
39 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।
ଜିସୁ ହେୱାରିଂ ଉତର୍‌ ହିତାନ୍‌, “କେତେକ୍‌ ଦାରି ଆରି ଇସ୍ୱର୍‌ତିଂ ପାର୍ତି କିୱାକାନ୍ ଡେକ୍‌ନାର୍‌, ମତର୍‌ ବେଣ୍‌ବାକ୍‌ଣାୟ୍‌କିନାକାନ୍‌ ଜୁନସ୍‌ ଚିନ୍‌ ପିସ୍‌ସି ଅଲ୍‌ଗା ଇନା ଚିନ୍‌ ହେୱାରିଂ ହିୟା ଆଉତ୍‌ ।
40 କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତି ଏକ ବୃହତ୍ ମତ୍ସ୍ୟର ପେଟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତି ଭୂଗର୍ଭରେ ରହିବେ।
ଜୁନସ୍‌ ଇନେସ୍‌ ତିନ୍‌ ଦିନ୍‌ ଆରି ତିନ୍‌ ରାତି ଗାଜା ମିନ୍‌ ପଟ ବିତ୍ରେ ମାଚାନ୍‌, ମାନାୟ୍‌ ମାଜ଼ି ହେ ଲାକେ ତିନ୍‌ ଦିନ୍‌ ଆରି ତିନ୍‌ ରାତି ମେଦ୍‌ନି ପୁର୍ତିନି ଗରବ୍‌ ବିତ୍ରେ ମାନ୍‌ଗାନାନ୍‌ ।
41 ନୀନିବୀ ସହରର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
ବିଚାର୍ଣ୍ଣାତ ଦିନ୍ତ ନିନିବିନି ମାନାୟାର୍‌ ମି ବିରୁଦ୍‌ତ ଦାବା କିଦେଙ୍ଗ୍‌ ନିଲ୍‌ନାର୍‌, ଇନାକିଦେଂକି ହେୱାର୍‌ ଜୁନସ୍‌ତି ସୁଣାୟ୍‌ କିନାକା ୱେନ୍‌ଞ୍ଜି ହେୱାର୍‌ ପାପ୍‌ ହାଜ଼ିତାଂ ମାନ୍‌ବାଦ୍‌ଲାୟ୍‌ କିତାର୍‌ ଆନ୍‌ ମିଙ୍ଗେଙ୍ଗ୍‌ ଇଞ୍ଜ୍‌ନାଙ୍ଗା, ଜୁନସ୍‌ ତାଙ୍ଗ୍‌ ଗାଜାକାନ୍‌ ରୱାନ୍‌ ଇବେ ମାନାନ୍‌ ।
42 ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
ଆରେ, ଜେନ୍‌ବାଗାଙ୍ଗ୍‌ ଦେସ୍‌ନି ରାଣି ବିଚାର୍ଣ୍ଣାତ ଇ ନଙ୍ଗ୍‌ନି ଆଣ୍ଡ୍ରାଙ୍ଗ୍‌ ଲାହାଙ୍ଗ୍‌ ନିଙ୍ଗ୍‌ଜି ଇୱାରିଂ ଦସି କିନାତ୍‌, ଇନାକିଦେଂକି ହେଦେଲ୍‌ ସଲମନ୍‌ତି ବୁଦିନି କାତା ୱେଞ୍ଜେଙ୍ଗ୍‌ ପୁର୍ତିନି ବାଟାତାଂ ୱାଜ଼ି ମାଚାତ୍‌, ଆରେ ହୁଡ଼ା, ସଲମନ୍‌ତାଂ ଗାଜା ବିସ୍ରେ ଇ ବାହାତ ମାନାତ୍‌ ।”
43 “ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ପରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ।
“ବାନ୍ୟା ଜିବୁନିଂ ରକାନ୍‌ ମାନାୟ୍‌ତିଂ ହସି ହାଚି ପାଚେ ଏଜ଼ୁଂ ହିଲ୍‍ୱି ବାହା ସବୁ ବୁଲା ଆଜ଼ି ଜମ୍‌ଦେଂ ଡେକ୍‌ନାତ୍‌ ଆରି ହେଦାଂ ଗାଟା ଆଉତ୍‌ ।
44 ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ଫେରିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ।
ହେବେ ହେଦାଂ ଇନାତ୍‌, ଆନ୍‌ ଇମ୍‌ଣି ଇଞ୍ଜାଙ୍ଗ୍‌ ହସି ୱାତାଂନା, ଆନ୍‌ ହେ ଇଞ୍ଜ ମାସ୍‌ଦି ହାନାଙ୍ଗ୍‌; ଆରେ, ହେଦାଂ ୱାଜ଼ି ହେ ବାହା ୱାରାକା, ଆରି ନିର୍ମଲ୍‌ ହୁଡ଼୍‌ତାତ୍‌ ।
45 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ। ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ।”
ହେପାଦ୍‌ନା ହେଦାଂ ହାଲ୍‌ଜି ଜାର୍‌ତାଂ ଆଦିକ୍‌ ବାନ୍ୟା ଆରେ ସାତ୍‌ଗଟା ପୁଦାଂ ରଚେ ତାସି ୱାନାତ୍‌, ଆରେ, ହେୱାଙ୍ଗ୍‌ ହଣ୍‌ଜି ହେବେ ବାହାକିନିକ୍‌, ଆରେ ହେ ଲକ୍‌ତି ପର୍ତୁମ୍‌ ଦସା ତାଙ୍ଗ୍‌ ହାରିହାରା ଦସା ଆଦେକ୍‌ ବାନ୍ୟା ଆନାନ୍‌ । ଇ ବାନ୍ୟା ଆଣ୍ଡ୍ରେନ୍‌ ଇ ଜୁଗ୍‌ନି ମାନାୟାର୍‌ ହାର୍‌ ଗିଟା ଆନାତ୍‌ ।”
46 ସେ ଲୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ।
ଜିସୁ ମାନାୟାର୍‌ ଲାହାଙ୍ଗ୍‌ କାତା ଆନିୱେଡ଼ାଂ, ତାଞ୍ଜି ଆୟା ଆରି ଟଣ୍ଡାହିର୍‌ ବାର୍‌ତ ନିଲ୍‌ଚି ତା ଲାହାଙ୍ଗ୍‌ ବେଣ୍‌ କିଦେଙ୍ଗ୍‌ ଇଚା କିଜ଼ି ମାଚାର୍‌ ।
47 ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି।
ହେବେ ରକାନ୍‌ ତାଙ୍ଗେଙ୍ଗ୍‌ ଇଚାନ୍‌, “ହୁଡ଼ା, ମିଞ୍ଜି ଆୟା ଆରି ଟଣ୍ଡାର୍‌ ବାର୍ତ ନିଲ୍‌ଚି ନି ଲାହାଙ୍ଗ୍‌ ବେଣ୍‌ କିଦେଙ୍ଗ୍‌ ମାନ୍‌ କିନାରା ।”
48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, “ମୋହର ମାଆ କିଏ? ଆଉ, ମୋହର ଭାଇମାନେ କିଏ?”
ମାତର୍‌ ଜେ ତାଙ୍ଗେଙ୍ଗ୍‌ ଇ କାତା ଇଚାନ୍‌, ତାଙ୍ଗେଙ୍ଗ୍‌ ଜିସୁ ଉତର୍‌ ହିତାନ୍‌, “ମାଞ୍ଜି ଆୟା ଇନ୍ଦେଲ୍‌? ଆରେ, ନା ଟଣ୍ଡାର୍‌ ଇନେର୍‌?”
49 ପୁଣି, ସେ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ,
ଆରେ, ଜିସୁ ତା ଚେଲାହିର୍‌ ନିପ କେଇ ଚଚ୍‌ଚି ଇଚାନ୍‌, “ହୁଡ଼ା, ମାଞ୍ଜି ଆୟା ଆରି ମାଞ୍ଜି ଟଣ୍ଡାର୍‌,
50 କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଆ।”
ଇନେର୍‌କି ସାର୍ଗେନି ଆବାତି ଇଚା କିନାନ୍‌, ହେୱାନ୍‌ ନା ଟଣ୍ଡାର୍‌, ତଣ୍‌ଦେକ୍‌ ଆରି ଆୟା ।”

< ମାଥିଉ 12 >