< ମାଥିଉ 12 >
1 ସେହି ସମୟରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଗଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ଶିଁଷା ଛିଣ୍ଡାଇ ଖାଇବାକୁ ଲାଗିଲେ।
ତିଆଡିନ୍ନା ଜିସୁନ୍ ଲୋଲୋନେ ଡିନ୍ନାଇଙନ୍ ଜନ୍ରୋମ୍ଆଲ୍ଗଡ୍ ଜିରେନ୍, ଆରି ଆ ଞଙ୍ନେମରଞ୍ଜି ଆଡ୍ରୋଲଜେଞ୍ଜି ଜନ୍ରୋମନ୍ ଆ ସିସା ତତ୍ତଡ୍ଲେ ଜୋମେଞ୍ଜି ।
2 କିନ୍ତୁ ଫାରୂଶୀମାନେ ତାହା ଦେଖି ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି।
ବନ୍ଡ ପାରୁସିଞ୍ଜି ତିଆତେ ଗିୟ୍ଲେ ଜିସୁନ୍ଆଡଙ୍ ବରେଞ୍ଜି, “ଗିଜା, ଅଙ୍ଗାତେ ଲୋଲୋନେ ଡିନ୍ନାଇଙନ୍ ଅଃଲ୍ଲୁମ୍ବୋ ଗାମ୍ଲେ ବନାଁୟ୍ବର୍ଲୋଙନ୍ ଆଇଡିଡ୍, ତିଆତେ ଞଙ୍ନେମର୍ନମ୍ଜି ଲୁମ୍ତଜି ।”
3 ମାତ୍ର ସେ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କଅଣ କରୁଥିଲେ, ତାହା କି ତୁମ୍ଭେମାନେ ପାଠ କରି ନାହଁ?
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଦାଉଦନ୍ ଡ ଆ ଗଡ଼ିଞ୍ଜି ଆଡ୍ରୋଲଜେଞ୍ଜି ଆଡିଡ୍, ଆନିନ୍ ଇନି ଏଙ୍ଗାଲନ୍, ତିଆତେ ଆମ୍ୱେନ୍ ସାସ୍ତ୍ରଲୋଙନ୍ ଅଣ୍ଡ୍ରଙ୍ ଏପଡ଼େନେ ପଙ୍?
4 ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାହାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ।
ଅଙ୍ଗା ଅନମଙ୍ ରୁଟିନ୍ ରାଓଡ଼ାଞ୍ଜି ତୁମ୍ ଜୋମ୍ତଜି ଆରି ଆନ୍ନିଙ୍ ଅଃଜ୍ଜୋମେଜି ଗାମ୍ଲେ ବନାଁୟ୍ବର୍ଲୋଙ୍ ଆଇଡିଡ୍, ଏଙ୍ଗାଲେ ଦାଉଦନ୍ ଡ ଆ ଗଡ଼ିଞ୍ଜି ଇସ୍ୱରନ୍ ଆ ସରେବାସିଂ ଗନ୍ଲେ ତି ଆ ରୁଟି ଜୋମେଞ୍ଜି?
5 କିମ୍ବା ବିଶ୍ରାମବାର ଦିନରେ ଯାଜକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରକୁ ଅପବିତ୍ର କଲେ ହେଁ ନିର୍ଦ୍ଦୋଷ ଅଟନ୍ତି, ମୋଶାଙ୍କ ବ୍ୟବସ୍ଥାରେ ତୁମ୍ଭେମାନେ କଅଣ ଏହା ପାଠ କରି ନାହଁ?
ଲୋଲୋନେ ଡିନ୍ନାଇଙନ୍ ରାଓଡ଼ାଞ୍ଜି ସରେବାସିଂଲୋଙନ୍ ଲୋଲୋନେ ଡିନ୍ନାନ୍ ଅଲାତ ଏମ୍ମେଏଞ୍ଜି ଜନଙ୍ଡେନ୍ ଆନିଞ୍ଜି ଆସନ୍ ଡୋସା ତଡ୍, ବନାଁୟ୍ବର୍ଲୋଙନ୍ କେନ୍ଆତେ ଆମ୍ୱେନ୍ ଅଣ୍ଡ୍ରଙ୍ ଏପଡ଼େନେ ପଙ୍?
6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି।
ବନ୍ଡ ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ସରେବାସିଙନ୍ ସିଲଡ୍ ଅବୟ୍ ସୋଡ଼ା ବର୍ନେନ୍ କେନ୍ତେନ୍ନେ ଡକୋ ।
7 କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏ ଉକ୍ତିର ଅର୍ଥ ଯେବେ ଜାଣିଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାଆନ୍ତ।
ସାସ୍ତ୍ରଲୋଙନ୍ ଆଇଡିଡ୍, ‘ଞେନ୍ ଅନମଙନ୍ ଅଃଲ୍ଲଡଜିଁୟ୍, ଆର୍ପାୟ୍ ସନାୟୁମନ୍ ଲଡୟ୍ତିଁୟ୍,’ କେନ୍ ଆ ବର୍ନେ ଆ ଗରାମ୍ଗାମ୍ ଆମ୍ୱେଞ୍ଜି ଜନାଲବେନ୍ ନଙ୍, ଏତ୍ତେଲ୍ଡେନ୍ କେନ୍ ଏର୍ଡୋସାମରଞ୍ଜିଆଡଙ୍ ଏଃନ୍ନବ୍ଡୋସାଏଜି ବନ୍ ।
8 କାରଣ ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି।”
ଇନିଆସନ୍ଗାମେଣ୍ଡେନ୍ ମନ୍ରା ଡାଙ୍ଗଡ଼ାଅନନ୍ ଲୋଲୋନେ ଡିନ୍ନାଇଙନ୍ ଆ ପ୍ରବୁ ।”
9 ସେ ସେହି ସ୍ଥାନରୁ ଚାଲିଯାଇ ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ।
ଜିସୁନ୍ ତେତ୍ତେ ସିଲଡ୍ ଜିର୍ରେ ଆ ରନୁକ୍କୁସିଙଞ୍ଜି ଇୟ୍ଲେ ଗନେ ।
10 ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା। ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାର ଦିନରେ ସୁସ୍ଥ କରିବା କଅଣ ବିଧିସଙ୍ଗତ?
ଆରି ତେତ୍ତେ ଅବୟ୍ ମନ୍ରାନ୍ ଡକୋଏନ୍, ଆସିନ୍ ଅବୟ୍ ଆସର୍ । ଆରି, ଲାଙ୍ଲେଡ୍ ମନ୍ରାଞ୍ଜି ଜିସୁନ୍ଆଡଙ୍ ଅବ୍ଡୋସାଲେ କନାୟ୍କାୟ୍ବରନ୍ ଆସନ୍ ତଙରନ୍ ସାୟ୍ଲେ ଡକୋଲଞ୍ଜି, ତି ଆ ମନ୍ରାଜି ଜିସୁନ୍ଆଡଙ୍ ବରେଞ୍ଜି, “ଲୋଲୋନେ ଡିନ୍ନାଇଙନ୍ ମନବ୍ନଙନ୍ ଆସନ୍ ବନାଁୟ୍ବରନ୍ ଅଡ଼େତେ ପଙ୍?”
11 କିନ୍ତୁ ସେ ସେମାନଙ୍କୁ କହିଲେ, “ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାର ଦିନରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରି ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି?
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଆନ୍ନିଙ୍ଆତେ ଅବୟ୍ ମେଣ୍ଡାନ୍ ଡକୋତେ, ଆରି ତିଆତେ ଲୋଲୋନେ ଡିନ୍ନାଇଙନ୍ ଲୋଓଙ୍ଲୋଙନ୍ ଗଲୋଏନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ତିଆତେ ଞମ୍ଲେ ଅଃତ୍ତବେ, ତିଅନ୍ତମ୍ ଆ ମନ୍ରା ଅମଙ୍ଲୋଙ୍ବେନ୍ ସିଲଡ୍ ଆନା ଡକୋ?
12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ। ଏଣୁ ବିଶ୍ରାମବାର ଦିନରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ।
ଏତ୍ତେଲ୍ଡେନ୍ ମେଣ୍ଡାନ୍ ସିଲଡ୍ ମନ୍ରାନ୍ ଆରି ଗୋଗୋୟ୍ ମଡ଼ଗା । ତିଆସନ୍ ଲୋଲୋନେ ଡିନ୍ନାଇଙନ୍ ମନଙ୍ କାବ୍ବାଡ଼ାନ୍ ଲନୁମନ୍ ଆସନ୍ ବନାଁୟ୍ବର୍ଲେନ୍ ଅଡ଼େତେ ।”
13 ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ।” ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା।
ସିଲଡ୍ଲ୍ଲନ୍ ଜିସୁନ୍ ତି ମନ୍ରାନ୍ଆଡଙ୍ ବରେନ୍, “ଅସିନମ୍ ତେକ୍କେଆ ।” ସିଲତ୍ତେ ତି ମନ୍ରାନ୍ ଆସିନ୍ ତେକ୍କେଏନ୍, ସିଲଡ୍ଲ୍ଲନ୍ ତିଆତେ ଆରି ଅବୟ୍ ଆସି ଅନ୍ତମ୍ ମନଙେନ୍ ।
14 କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ।
ବନ୍ଡ ପାରୁସିଞ୍ଜି ଡୁଙ୍ଲନ୍ ଜିର୍ରେ ଜିସୁନ୍ଆଡଙ୍ ରନବ୍ବୁନ୍ ଆସନ୍ ଏରେଞ୍ଜି ଗୋଜେଞ୍ଜି ।
15 ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ
ଜିସୁନ୍ ତିଆତେ ଜନାଡାଲେ, ତେତ୍ତେ ସିଲଡ୍ ଆନ୍ନାଡାଲନ୍ ଡୁଙ୍ଲନ୍ ଜିରେନ୍, ଆରି ଜବ୍ର ମନ୍ରା ଆନିନ୍ଆଡଙ୍ ସଣ୍ଡୋଙ୍ଲେ ପାଙେଞ୍ଜି, ସିଲଡ୍ଲ୍ଲନ୍ ଆନିନ୍ ଅଡ଼୍କୋଞ୍ଜିଆଡଙ୍ ମବ୍ନଙେଞ୍ଜି ।
16 ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ,
ଆରି ସିଲତ୍ତେ ଜିସୁନ୍, ଆନିନ୍ ଆନା ତିଆତେ ଏବର୍ଡଙ୍ନେ ଗାମ୍ଲେ ଏର୍ମଡ଼ିର୍ ପୁରାଡ଼ାଞ୍ଜିଆଡଙ୍ ଆକ୍ରାନ୍ ବରେଞ୍ଜି ।
17 ଯେପରି, ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
ତିଆସନ୍ ପୁର୍ବାଃତେ ବର୍ନେମର୍ ଜିସାୟନ୍ ଆବର୍ରନେନ୍ ଆ ବର୍ନେ କେନ୍ଆତେ ଡେଡମେନ୍,
18 ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ; ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରାଇବା, ଆଉ ସେ ଅଣଯିହୁଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ।
“ଗିୟ୍ବା, କେନ୍ଆନିନ୍ କମ୍ୱାରିମର୍ଞେନ୍, ଆନିନ୍ଆଡଙ୍ ଞେନ୍ ସେଡାଲାୟ୍, ଆନିନ୍ଆଡଙ୍ ଞେନ୍ ଡୁଙ୍ୟମ୍ତାୟ୍, ଆମଙନ୍ ଞେନ୍ ଜବ୍ର ମଅଁୟ୍ଡାତିଁୟ୍ । ପୁରାଡ଼ାଞେନ୍ ଆ ଡଅଙ୍ଲୋଙନ୍ ଇୟ୍ତାୟ୍ ପନ୍ନେ, ଆରି ଆନିନ୍ ଏର୍ଡର୍ନେମରଞ୍ଜି ଆମଙ୍ ଆଜାଡ଼ି ପନ୍ସୁଆତିନ୍ ଅପ୍ପୁଙ୍ବର୍ତେ ।
19 ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ।
ଆନିନ୍ ଗୋଡ଼େନ୍ ଅଃନ୍ନମ୍ଡୁଙେ, କି ଆକ୍ରାନ୍ ଅଃବ୍ବାବ୍ବାବେ, ଆରି ଆନିନ୍ ମଡ୍ଡି ସାଇନ୍ ତନଙ୍ଡାଲେ ସୋଡ଼ା ସର୍ରଙନ୍ ବାତ୍ତେ ନିୟ୍ ଅଃବ୍ବର୍ନେ ।
20 ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା-ନଳ ଭାଙ୍ଗିବେ ନାହିଁ, ପୁଣି, ସଧୂମ ସଳିତା ଲିଭାଇବେ ନାହିଁ।
ଆଜାଡ଼ି ପନ୍ସୁଆତିନ୍ ଅଣ୍ଡ୍ରଙ୍ ଜିନୟେନ୍ ଜାୟ୍ ଆନିନ୍ ଡାଆଜିଙନ୍ ଅଃଲ୍ଲବ୍ଗଡେ, ଆରି ଓମୋଡ୍ପିଙ୍କନ୍ ଅଃପ୍ପପ୍ଞିଡେ ।
21 ଆଉ, ତାହାଙ୍କ ନାମରେ ଅଣଯିହୁଦୀମାନେ ଭରସା ରଖିବେ।
ଆରି ଆଞୁମ୍ଲୋଙନ୍ ଏର୍ଡର୍ନେମରଞ୍ଜି ଆସାତଞ୍ଜି ।”
22 ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକକୁ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା।
ତିଆଡିଡ୍ ବୁତନ୍ ଆସୁମ୍ସୁମନ୍ ଅବୟ୍ ମନ୍ରାନ୍ ଜିସୁନ୍ ଆମଙ୍ ଓରୋଙ୍ଲାଜି, ତି ଆ ମନ୍ରା ଆକାଡ଼ୁ ଆରି ଆଜାଡ୍ଡା, ଜିସୁନ୍ ଆନିନ୍ଆଡଙ୍ ମବ୍ନଙେନ୍, ସିଲତ୍ତେ ତି ଆଜାଡ୍ଡାମରନ୍ ରପ୍ତି କଡାଡ଼ିଲନ୍ ଆରି ଗିୟ୍ଲେ ରପ୍ତିଏନ୍ ।
23 ପୁଣି, ଲୋକସମୂହ ଆଚମ୍ଭିତ ହୋଇ କହିବାକୁ ଲାଗିଲେ ଏ କଅଣ ଦାଉଦଙ୍କ ସନ୍ତାନ ନୁହଁନ୍ତି?
ଆରି, କେନ୍ଆତେ ଗିୟ୍ଲେ ଅଡ଼୍କୋ ମନ୍ରାନ୍ ସାନ୍ନିଡାଲେ ବର୍ରଞ୍ଜି, “କେନ୍ଆନିନ୍ ତି ଦାଉଦନ୍ ଆ ଡାଙ୍ଗଡ଼ାଅନ୍ ତଡ୍ ପଙ୍?”
24 ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତପତି ବାଲ୍ଜିବୂଲ୍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ।
ବନ୍ଡ ପାରୁସିଞ୍ଜି ତିଆତେ ଅମ୍ଡଙ୍ଡାଲେ ବର୍ରଞ୍ଜି, “କେନ୍ ଆ ମନ୍ରା ବୁତଞ୍ଜି ଆ ସୋଡ଼ା ବାଲ୍ଜିବୁଲନ୍ ତଡ୍ ଡେନ୍ ବୁତନ୍ ଗଙ୍ଲେ ଅଃର୍ରପ୍ତିଏ ।”
25 କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ।
ବନ୍ଡ ଆନିଞ୍ଜି ଆରିଃୟମେଞ୍ଜିଆତେ ଜିସୁନ୍ ଜନାଡାଲେ ଆନିଞ୍ଜିଆଡଙ୍ ବରେଞ୍ଜି, “ଅନ୍ନିଙ୍ ଆ ରାଜ୍ୟ ତରଙ୍ଆନ୍ନା ଡେଲୋଙ୍ ଡେଲେ ଆ ବିରୁଦଲୋଙନ୍ ଡୋଲନ୍ ଡେନ୍, ତିଆତେ ନିଅଂସ ଡେତେ, ଆରି ଅନ୍ନିଙ୍ ଆ ଗଡ଼ା କି ଅନ୍ନିଙ୍ ଆସିଂ ତରଙ୍ଆନ୍ନା ଡେଲୋଙ୍ ଡେଲେ ଆ ବିରୁଦଲୋଙନ୍ ଡୋଲନ୍ ଡେନ୍, ତିଆତେ ରିଙ୍ ଗାମ୍ଲେ ଡକୋଲନ୍ ଅଃର୍ରପ୍ତିଏ ।
26 ଆଉ, ଶୟତାନ ଯଦି ଶୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ?
ଆରି ସନୁମନ୍ ସନୁମନ୍ଆଡଙ୍ ଗଙେନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ଡମ୍ ଆ ବିରୁଦଲୋଙନ୍ ଡୋଲନ୍ନି, ଆରି ତି ଆ ରାଜ୍ୟ ଏଙ୍ଗାଡାଲେ ରିଙ୍ ଗାମ୍ଲେ ଅଲ୍ଡକୋନେ?
27 ମୁଁ ଯେବେ ବାଲ୍ଜିବୂଲ୍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରେ ତେବେ ତୁମ୍ଭମାନଙ୍କ ସନ୍ତାନଗଣ କାହା ସାହାଯ୍ୟରେ ସେମାନଙ୍କୁ ବାହାର କରନ୍ତି। ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।
ଞେନ୍ ବାଲ୍ଜିବୁଲନ୍ ଆ ବୋର୍ସା ବାତ୍ତେ ବୁତନ୍ ଗଙ୍ଲାୟ୍ ଡେନ୍, ଏତ୍ତେଲ୍ଡେନ୍ ଞଙ୍ନେମର୍ବେଞ୍ଜି ଆନା ଆ ବୋର୍ସା ବାତ୍ତେ ବୁତଞ୍ଜି ଗଙ୍ତଜି? ତିଆସନ୍ ଆନିଞ୍ଜି ମା ପନ୍ସୁଆତିମର୍ବେଞ୍ଜି ଡେତଜି ।
28 କିନ୍ତୁ ମୁଁ ଯଦି ଈଶ୍ବରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି।
ବନ୍ଡ ଞେନ୍ ଇସ୍ୱରନ୍ ଆ ପୁରାଡ଼ା ଆ ବୋର୍ସା ବାତ୍ତେ ବୁତଞ୍ଜି ଗଙ୍ତାୟ୍, ତିଆସନ୍ ଇସ୍ୱରନ୍ ଆ ରାଜ୍ୟ ଅମଙ୍ବେନ୍ ଅଡ଼ୋଲାୟ୍ନି ।”
29 ଅବା କେହି ପ୍ରଥମେ ବଳବାନ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଘରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଚୋରି କରିପାରେ? ତାହାକୁ ଆଗେ ବାନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ।
“ଅଡ଼େ ଆନ୍ନିଙ୍ ଆ ବପ୍ପୁମରନ୍ଆଡଙ୍ ଆମ୍ମୁଙ୍ ଅଃଜ୍ଜିଲୋ ଡେନ୍, ଏଙ୍ଗାଡାଲେ ଆସିଙନ୍ ଗନ୍ଲେ ଆ ଜନବଞ୍ଜି ଅଡ଼୍କୋନ୍ ରାଉଲନ୍ ପାଙ୍ଲେ ଅଲ୍ରପ୍ତିଏ? ଆନିନ୍ଆଡଙ୍ ଆମ୍ମୁଙ୍ ଜିଏନ୍ ଡେନ୍ ସିନା ଆସିଙନ୍ ଅଲ୍ରାଉନେ ।”
30 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।
“ଆନା ଡନେମର୍ଞେନ୍ ତଡ୍, ଆନିନ୍ ବନେରାମର୍ଞେନ୍, ଆରି ଆନା ଞେନ୍ ସରିନ୍ ଅଃତ୍ତର୍ତୁମେ, ଆନିନ୍ ବୁର୍ବୁରାୟ୍ତେ ।
31 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ।
ତିଆସନ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, ମନ୍ରାଞ୍ଜି ଆ ଇର୍ସେ ଅଡ଼୍କୋନ୍ ଆରି ପରାନ୍ସାତ୍ତିବରନ୍ କେମାନ୍ ତନିୟନ୍ ଡେତେ, ବନ୍ଡ ପୁରାଡ଼ାନ୍ ଆ ବିରୁଦଲୋଙ୍ ନିଣ୍ଡୟ୍ବରନ୍ କେମାନ୍ ତନିୟନ୍ ଅଃଡ୍ଡେଏ ।
32 ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ।” (aiōn )
ଆରି, ଆନା ମନ୍ରା ଡାଙ୍ଗଡ଼ାଅନନ୍ ଆ ବିରୁଦଲୋଙ୍ ବର୍ତନେ, ଆନିନ୍ କେମାନ୍ ଞାଙ୍ତେ, ବନ୍ଡ ଆନା ମଡ଼ିର୍ ପୁରାଡ଼ାନ୍ ଆ ବିରୁଦଲୋଙ୍ ବର୍ତନେ, ଆନିନ୍ ନମି ଆ ଜୁଗଲୋଙ୍ ଡେଏତୋ କି ତିକ୍କି ଆ ଜୁଗଲୋଙ୍ ଜନଙ୍ କେମାନ୍ ଅଃଞାଙେ ।” (aiōn )
33 “ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ ନ ହେଲେ ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ।
“ମନଙ୍ ଅରାନୁବନ୍ ମନଙ୍ ଜଅନ୍ ଅଜତେ, ଆରି ମନଙ୍ତଡନ୍ ଆରାନୁବ୍ ମନଙ୍ତଡନ୍ ଆ ଜଅ ଅଜତେ, ଇନିଆସନ୍ଗାମେଣ୍ଡେନ୍ ଆଜନ୍ ଗିୟ୍ଲେ ଅନୁବନ୍ ଅମ୍ମଡ୍ତବୋ ।
34 ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପ୍ରକାରେ ଭଲ କଥା କହିପାର? କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ।
ଏ ବିସଜଡନ୍ ଆଅନ୍ଜି, ଆମ୍ୱେଞ୍ଜି ତ ପେଲ୍ଲାଜି, ଏଙ୍ଗାଡାଲେ ଆମ୍ୱେଞ୍ଜି ମନଙ୍ ବର୍ନେନ୍ ବର୍ରନ୍ ଏରପ୍ତିତେ? ଇନିଆସନ୍ଗାମେଣ୍ଡେନ୍ ଉଗରନ୍ ଆ ବନରିୟ୍ଲୋଙ୍ ତଅଡନ୍ ବର୍ନେନ୍ ବର୍ତନେ ।
35 ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ।
ମନଙ୍ମରନ୍ ମନଙ୍ ଡରକ୍କୋସିଙନ୍ ସିଲଡ୍ ମନଙଞ୍ଜିଆତେ ଅମ୍ଡୁଙ୍ତାୟ୍, ଆରି ଏର୍ମନଙ୍ମରନ୍ ଏର୍ମନଙ୍ ଡରକ୍କୋସିଙନ୍ ସିଲଡ୍ ଏର୍ମନଙନ୍ଆତେ ଅମ୍ଡୁଙ୍ତାୟ୍ ।”
36 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ;
“ବନ୍ଡ ଞେନ୍ ଆମ୍ବେଞ୍ଜିଆଡଙ୍ ବର୍ତବେନ୍, ମନ୍ରାଞ୍ଜି ଡିଅଙ୍ଗା ଏର୍ମନଙ୍ବରନ୍ ବର୍ତଞ୍ଜି, ତି ଅଡ଼୍କୋନ୍ ଆସନ୍ ପନ୍ସୁଆତି ଡିନ୍ନାଇଙନ୍ ଆନିଞ୍ଜି ଇସାବନ୍ ତିୟ୍ତଜି ।
37 ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ।”
ଇନିଆସନ୍ଗାମେଣ୍ଡେନ୍ ବର୍ନେବେନ୍ ବାତ୍ତେ ଆମ୍ୱେଞ୍ଜି ଏର୍ଡୋସା ଡେତବେନ୍, ଆରି ବର୍ନେବେନ୍ ବାତ୍ତେ ଆମ୍ୱେଞ୍ଜି ଡୋସାମର୍ ଡେତବେନ୍ ।”
38 ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ।
ତିଆଡିଡ୍ ସାସ୍ତ୍ରିଞ୍ଜି ଡ ପାରୁସିଞ୍ଜି ଆମଙ୍ଲୋଙ୍ ସିଲଡ୍ ଲାଙ୍ଲେନ୍ନେ ଜିସୁନ୍ଆଡଙ୍ ବରେଞ୍ଜି, “ଏ, ଞନଙ୍ତିୟ୍ମର୍, ଇନ୍ଲେଞ୍ଜି ଅମଙ୍ନମ୍ ସିଲଡ୍ ଅବୟ୍ ଅରମ୍ମଡନ୍ ଗିୟ୍ଗିଜନ୍ ଏସାୟ୍ତାୟ୍ ।”
39 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ପେଲ୍ଲାମରଞ୍ଜି ଡ ଏର୍ଡର୍ନେ କେଜ୍ଜାମରଞ୍ଜି ଅରମ୍ମଡନ୍ ସାୟ୍ତଜି, ବନ୍ଡ ପୁର୍ବାଃତେ ବର୍ନେମର୍ ଜୁନସନ୍ ଆରମ୍ମଡ୍ ତୁମ୍ ଆନିଞ୍ଜିଆଡଙ୍ ତନିୟନ୍ ଡେତେ, ଆରି ଅନ୍ନିଙ୍ ଆରମ୍ମଡ୍ ଆନିଞ୍ଜିଆଡଙ୍ ତନିୟନ୍ ଅଃଡ୍ଡେଏ ।
40 କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତି ଏକ ବୃହତ୍ ମତ୍ସ୍ୟର ପେଟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତି ଭୂଗର୍ଭରେ ରହିବେ।
ଇନିଆସନ୍ଗାମେଣ୍ଡେନ୍ ଜୁନସନ୍ ଏଙ୍ଗାଲେ ୟାଗି ତମ୍ବା ଆରି ୟାଗି ତଗଲ୍ ସୋଡ଼ା ଅୟନ୍ ଆ କିମ୍ପୋଙ୍ଲୋଙ୍ ଡକୋଲନ୍, ମନ୍ରା ଡାଙ୍ଗଡ଼ାଅନନ୍ ନିୟ୍ ତିଅନ୍ତମ୍ ୟାଗି ତମ୍ବା ଆରି ୟାଗି ତଗଲ୍ ଅମ୍ମ ଲବନ୍ ଡକୋତନ୍ ।
41 ନୀନିବୀ ସହରର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
ନିନିବିନ୍ ଆ ମନ୍ରାଜି ପନ୍ସୁଆତି ଡିନ୍ନାଇଙନ୍ କେନ୍ ନମି ଆ ମନ୍ରାଜି ସରିନ୍ ଡୋଲନ୍ କେନ୍ଆନିଞ୍ଜିଆଡଙ୍ ଅବ୍ଡୋସାତଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଜୁନସନ୍ ଆନପ୍ପୁଙ୍ବର୍ ଅମ୍ମେଲେ ଆବ୍ୟର୍ବୁଡ୍ଡିଲଞ୍ଜି, ଆରି ଗିୟ୍ବା, ଜୁନସନ୍ ସିଲଡ୍ ସୋଡ଼ା ବର୍ନେନ୍ କେନ୍ତେନ୍ନେ ଡକୋ ।
42 ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
ଆରି, ଅର୍ଜଡ଼ୋମ୍ ଡେସାନ୍ ଆ ରାଣି ପନ୍ସୁଆତି ଡିନ୍ନାଇଙନ୍ କେନ୍ ନମି ଆ ମନ୍ରାଜି ସରିନ୍ ଡୋଲନ୍ କେନ୍ଆନିଞ୍ଜିଆଡଙ୍ ଅବ୍ଡୋସାତଜି, ଇନିଆସନ୍ଗାମେଣ୍ଡେନ୍ ଆନିନ୍ ସୋଲମନନ୍ ଆ ଜନନାବର୍ ଅନମ୍ଡଙନ୍ ଆସନ୍ ପୁର୍ତିନ୍ ଆନେଙ୍ ସିଲଡ୍ ଇୟ୍ଲାୟ୍, ଆରି ଗିୟ୍ବା, ସୋଲମନନ୍ ସିଲଡ୍ ସୋଡ଼ା ବର୍ନେନ୍ କେନ୍ତେନ୍ନେ ଡକୋ ।”
43 “ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ପରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ।
“ଏର୍ମଡ଼ିର୍ ପୁରାଡ଼ାନ୍ ଅବୟ୍ ମନ୍ରାନ୍ ଆମଙ୍ ସିଲଡ୍ ଡୁଙ୍ଲନ୍ ଜିରେନ୍ ସିଲଡ୍ଲ୍ଲନ୍, ଆନିନ୍ ଡାଆ ତଡ୍ ରେଙନ୍ ବୁଲ୍ଲେ ବୁଲ୍ଲେଲେ ଲୋଲୋନେନ୍ ଆସନ୍ ଡରକୋନେନ୍ ଇୟ୍ତେ ସାଜେ, ଆନିନ୍ ତିଆତେ ଅଃନ୍ନିୟ୍ଞାଙେ ।
44 ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ଫେରିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ।
ସିଲତ୍ତେ ଆନିନ୍ ଗାମ୍ତେ, ‘ଞେନ୍ ଅଙ୍ଗାସିଂ ସିଲଡ୍ ଡୁଙ୍ଲନ୍ ଜିର୍ରାୟ୍, ତି ଅସିଂଞେନ୍ ୟର୍ତନେ,’ ଆନିନ୍ ୟର୍ରନ୍ ତିଆତେ ଆରିକ୍କା, ଆଜଜ, ମନଙ୍ଡମ୍ ଇୟ୍ତାୟ୍ ଗିଜେ ।
45 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ। ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ।”
ସିଲଡ୍ଲ୍ଲନ୍ ଆନିନ୍ ଜିର୍ରେ ଆନିନ୍ ସିଲଡ୍ ମାଡ୍ଡ ପେଲ୍ଲା ଆରି ସାତଟା ପୁରାଡ଼ାଞ୍ଜି ଆନିନ୍ ସରିନ୍ ଇୟ୍ତେ ଓରୋଙେଜି, ସିଲଡ୍ଲ୍ଲନ୍ ତେତ୍ତେ ଗନ୍ଲନ୍ ଇୟ୍ତାୟ୍ ଡକୋନେଜି, ଆରି ତି ଆ ମନ୍ରା ଆମ୍ମୁଙ୍ ଆ ଡଣ୍ଡ ସିଲଡ୍ ତିକ୍କି ଆ ଡଣ୍ଡ ଆରି ଗୋଗୋୟ୍ ପରାନ୍ସାତ୍ତିନ୍ ଡେତେ । କେନ୍ ପେଲ୍ଲାମରଞ୍ଜି ନିୟ୍ ତି ଅନ୍ତମ୍ ଡେତଜି ।”
46 ସେ ଲୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ।
ଜିସୁନ୍ ମନ୍ରାଞ୍ଜିଆଡଙ୍ ଆବର୍ରେଞ୍ଜି ଆଡିଡ୍, ଆୟୋଙନ୍ ଡ ଆ ବୋଞାଙଞ୍ଜି ଆନିନ୍ ସରିନ୍ କଡାଡ଼ିନେନ୍ ଆସନ୍ ଡୁଆରାନ୍ ତନଙ୍ଲେ ଡକୋଲଞ୍ଜି ।
47 ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି।
ସିଲତ୍ତେ ଅବୟ୍ନେ ଜିସୁନ୍ଆଡଙ୍ ବରେନ୍, “ଗିଜା, ଅୟୋଙ୍ନମ୍ ଡ ବୋଞାଙ୍ନମ୍ଜି ଆମନ୍ ସରିନ୍ କଡାଡ଼ିନେନ୍ ଆସନ୍ ଡୁଆରାନ୍ ଆତନଙ୍ଜି ।”
48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, “ମୋହର ମାଆ କିଏ? ଆଉ, ମୋହର ଭାଇମାନେ କିଏ?”
ବନ୍ଡ ଆନା କେନ୍ ଆ ବର୍ନେ ବର୍ରନେ, ଜିସୁନ୍ ଆନିନ୍ଆଡଙ୍ ଜାଲଙେନ୍, “ଆନା ଅୟୋଙ୍ଞେନ୍? ଆରି ଆନାଜି ବୋଞାଙ୍ଞେଞ୍ଜି?”
49 ପୁଣି, ସେ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ,
ଆରି, ଆନିନ୍ ଆ ଞଙ୍ନେମରଞ୍ଜି ଆମଙ୍ରେଙ୍ ରସିଡାଲେ ବର୍ରନେ, “ଗିଜା, ଅୟୋଙ୍ଞେନ୍ ଡ ବୋଞାଙ୍ଞେଞ୍ଜି,
50 କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଆ।”
ଇନିଆସନ୍ଗାମେଣ୍ଡେନ୍ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଞେନ୍ ଆ ଇସ୍ସୁମ୍ ବାତ୍ତେ ଆନା କାବ୍ବାଡ଼ାତନେ, ଆନିନ୍ ବୋଞାଙ୍ଞେନ୍, ତନାନ୍ଞେନ୍ ଆରି ଅୟୋଙ୍ଞେନ୍ ।”