< ମାଥିଉ 11 >
1 ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ପରେ ଗାଲିଲୀର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ବାହାରିଗଲେ।
ଇତ୍ଥଂ ଯୀଶୁଃ ସ୍ୱଦ୍ୱାଦଶଶିଷ୍ୟାଣାମାଜ୍ଞାପନଂ ସମାପ୍ୟ ପୁରେ ପୁର ଉପଦେଷ୍ଟୁଂ ସୁସଂୱାଦଂ ପ୍ରଚାରଯିତୁଂ ତତ୍ସ୍ଥାନାତ୍ ପ୍ରତସ୍ଥେ|
2 ଏଥିମଧ୍ୟରେ ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ,
ଅନନ୍ତରଂ ଯୋହନ୍ କାରାଯାଂ ତିଷ୍ଠନ୍ ଖ୍ରିଷ୍ଟସ୍ୟ କର୍ମ୍ମଣାଂ ୱାର୍ତ୍ତଂ ପ୍ରାପ୍ୟ ଯସ୍ୟାଗମନୱାର୍ତ୍ତାସୀତ୍ ସଏୱ କିଂ ତ୍ୱଂ? ୱା ୱଯମନ୍ୟମ୍ ଅପେକ୍ଷିଷ୍ୟାମହେ?
3 ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
ଏତତ୍ ପ୍ରଷ୍ଟୁଂ ନିଜୌ ଦ୍ୱୌ ଶିଷ୍ୟୌ ପ୍ରାହିଣୋତ୍|
4 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହିସବୁ ଯୋହନଙ୍କୁ ଜଣାଅ;
ଯୀଶୁଃ ପ୍ରତ୍ୟୱୋଚତ୍, ଅନ୍ଧା ନେତ୍ରାଣି ଲଭନ୍ତେ, ଖଞ୍ଚା ଗଚ୍ଛନ୍ତି, କୁଷ୍ଠିନଃ ସ୍ୱସ୍ଥା ଭୱନ୍ତି, ବଧିରାଃ ଶୃଣ୍ୱନ୍ତି, ମୃତା ଜୀୱନ୍ତ ଉତ୍ତିଷ୍ଠନ୍ତି, ଦରିଦ୍ରାଣାଂ ସମୀପେ ସୁସଂୱାଦଃ ପ୍ରଚାର୍ୟ୍ୟତ,
5 ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
ଏତାନି ଯଦ୍ୟଦ୍ ଯୁୱାଂ ଶୃଣୁଥଃ ପଶ୍ୟଥଶ୍ଚ ଗତ୍ୱା ତଦ୍ୱାର୍ତ୍ତାଂ ଯୋହନଂ ଗଦତଂ|
6 ଆଉ, ଯେ କେହି ମୋʼ ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।”
ଯସ୍ୟାହଂ ନ ୱିଘ୍ନୀଭୱାମି, ସଏୱ ଧନ୍ୟଃ|
7 ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, “ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
ଅନନ୍ତରଂ ତଯୋଃ ପ୍ରସ୍ଥିତଯୋ ର୍ୟୀଶୁ ର୍ୟୋହନମ୍ ଉଦ୍ଦିଶ୍ୟ ଜନାନ୍ ଜଗାଦ, ଯୂଯଂ କିଂ ଦ୍ରଷ୍ଟୁଂ ୱହିର୍ମଧ୍ୟେପ୍ରାନ୍ତରମ୍ ଅଗଚ୍ଛତ? କିଂ ୱାତେନ କମ୍ପିତଂ ନଲଂ?
8 ତାହାହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
ୱା କିଂ ୱୀକ୍ଷିତୁଂ ୱହିର୍ଗତୱନ୍ତଃ? କିଂ ପରିହିତସୂକ୍ଷ୍ମୱସନଂ ମନୁଜମେକଂ? ପଶ୍ୟତ, ଯେ ସୂକ୍ଷ୍ମୱସନାନି ପରିଦଧତି, ତେ ରାଜଧାନ୍ୟାଂ ତିଷ୍ଠନ୍ତି|
9 ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ ଦେଖିବାକୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ;
ତର୍ହି ଯୂଯଂ କିଂ ଦ୍ରଷ୍ଟୁଂ ବହିରଗମତ, କିମେକଂ ଭୱିଷ୍ୟଦ୍ୱାଦିନଂ? ତଦେୱ ସତ୍ୟଂ| ଯୁଷ୍ମାନହଂ ୱଦାମି, ସ ଭୱିଷ୍ୟଦ୍ୱାଦିନୋପି ମହାନ୍;
10 ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
ଯତଃ, ପଶ୍ୟ ସ୍ୱକୀଯଦୂତୋଯଂ ତ୍ୱଦଗ୍ରେ ପ୍ରେଷ୍ୟତେ ମଯା| ସ ଗତ୍ୱା ତୱ ପନ୍ଥାନଂ ସ୍ମଯକ୍ ପରିଷ୍କରିଷ୍ୟତି|| ଏତଦ୍ୱଚନଂ ଯମଧି ଲିଖିତମାସ୍ତେ ସୋଽଯଂ ଯୋହନ୍|
11 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।
ଅପରଂ ଯୁଷ୍ମାନହଂ ତଥ୍ୟଂ ବ୍ରୱୀମି, ମଜ୍ଜଯିତୁ ର୍ୟୋହନଃ ଶ୍ରେଷ୍ଠଃ କୋପି ନାରୀତୋ ନାଜାଯତ; ତଥାପି ସ୍ୱର୍ଗରାଜ୍ୟମଧ୍ୟେ ସର୍ୱ୍ୱେଭ୍ୟୋ ଯଃ କ୍ଷୁଦ୍ରଃ ସ ଯୋହନଃ ଶ୍ରେଷ୍ଠଃ|
12 ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି।
ଅପରଞ୍ଚ ଆ ଯୋହନୋଽଦ୍ୟ ଯାୱତ୍ ସ୍ୱର୍ଗରାଜ୍ୟଂ ବଲାଦାକ୍ରାନ୍ତଂ ଭୱତି ଆକ୍ରମିନଶ୍ଚ ଜନା ବଲେନ ତଦଧିକୁର୍ୱ୍ୱନ୍ତି|
13 କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ବାପ୍ତିଜକ ଯୋହନଙ୍କ ସମୟ ପର୍ଯ୍ୟନ୍ତ ଭାବବାଣୀ କରୁଥିଲେ।
ଯତୋ ଯୋହନଂ ଯାୱତ୍ ସର୍ୱ୍ୱଭୱିଷ୍ୟଦ୍ୱାଦିଭି ର୍ୱ୍ୟୱସ୍ଥଯା ଚ ଉପଦେଶଃ ପ୍ରାକାଶ୍ୟତ|
14 ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲୀୟଙ୍କ ଆସିବାର ଅଛି, ଏ ସେହି।
ଯଦି ଯୂଯମିଦଂ ୱାକ୍ୟଂ ଗ୍ରହୀତୁଂ ଶକ୍ନୁଥ, ତର୍ହି ଶ୍ରେଯଃ, ଯସ୍ୟାଗମନସ୍ୟ ୱଚନମାସ୍ତେ ସୋଽଯମ୍ ଏଲିଯଃ|
15 ଯାହାର କାନ ଅଛି, ସେ ଶୁଣୁ।
ଯସ୍ୟ ଶ୍ରୋତୁଂ କର୍ଣୌ ସ୍ତଃ ସ ଶୃଣୋତୁ|
16 କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ପିଲାମାନଙ୍କ ପରି ଯେଉଁମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,
ଏତେ ୱିଦ୍ୟମାନଜନାଃ କୈ ର୍ମଯୋପମୀଯନ୍ତେ? ଯେ ବାଲକା ହଟ୍ଟ ଉପୱିଶ୍ୟ ସ୍ୱଂ ସ୍ୱଂ ବନ୍ଧୁମାହୂଯ ୱଦନ୍ତି,
17 ‘ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ ବର୍ତ୍ତମାନ ପୁରୁଷ ସେମାନଙ୍କ ପରି।’
ୱଯଂ ଯୁଷ୍ମାକଂ ସମୀପେ ୱଂଶୀରୱାଦଯାମ, କିନ୍ତୁ ଯୂଯଂ ନାନୃତ୍ୟତ; ଯୁଷ୍ମାକଂ ସମୀପେ ଚ ୱଯମରୋଦିମ, କିନ୍ତୁ ଯୂଯଂ ନ ୱ୍ୟଲପତ, ତାଦୃଶୈ ର୍ବାଲକୈସ୍ତ ଉପମାଯିଷ୍ୟନ୍ତେ|
18 କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ‘ସେ ଭୂତଗ୍ରସ୍ତ।’
ଯତୋ ଯୋହନ୍ ଆଗତ୍ୟ ନ ଭୁକ୍ତୱାନ୍ ନ ପୀତୱାଂଶ୍ଚ, ତେନ ଲୋକା ୱଦନ୍ତି, ସ ଭୂତଗ୍ରସ୍ତ ଇତି|
19 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ; ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା।”
ମନୁଜସୁତ ଆଗତ୍ୟ ଭୁକ୍ତୱାନ୍ ପୀତୱାଂଶ୍ଚ, ତେନ ଲୋକା ୱଦନ୍ତି, ପଶ୍ୟତ ଏଷ ଭୋକ୍ତା ମଦ୍ୟପାତା ଚଣ୍ଡାଲପାପିନାଂ ବନ୍ଧଶ୍ଚ, କିନ୍ତୁ ଜ୍ଞାନିନୋ ଜ୍ଞାନୱ୍ୟୱହାରଂ ନିର୍ଦୋଷଂ ଜାନନ୍ତି|
20 ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ-ପରିବର୍ତ୍ତନ କରି ନ ଥିଲେ।
ସ ଯତ୍ର ଯତ୍ର ପୁରେ ବହ୍ୱାଶ୍ଚର୍ୟ୍ୟଂ କର୍ମ୍ମ କୃତୱାନ୍, ତନ୍ନିୱାସିନାଂ ମନଃପରାୱୃତ୍ତ୍ୟଭାୱାତ୍ ତାନି ନଗରାଣି ପ୍ରତି ହନ୍ତେତ୍ୟୁକ୍ତା କଥିତୱାନ୍,
21 “ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇଥାଆନ୍ତା, ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
ହା କୋରାସୀନ୍, ହା ବୈତ୍ସୈଦେ, ଯୁଷ୍ମନ୍ମଧ୍ୟେ ଯଦ୍ୟଦାଶ୍ଚର୍ୟ୍ୟଂ କର୍ମ୍ମ କୃତଂ ଯଦି ତତ୍ ସୋରସୀଦୋନ୍ନଗର ଅକାରିଷ୍ୟତ, ତର୍ହି ପୂର୍ୱ୍ୱମେୱ ତନ୍ନିୱାସିନଃ ଶାଣୱସନେ ଭସ୍ମନି ଚୋପୱିଶନ୍ତୋ ମନାଂସି ପରାୱର୍ତ୍ତିଷ୍ୟନ୍ତ|
22 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ।
ତସ୍ମାଦହଂ ଯୁଷ୍ମାନ୍ ୱଦାମି, ୱିଚାରଦିନେ ଯୁଷ୍ମାକଂ ଦଶାତଃ ସୋରସୀଦୋନୋ ର୍ଦଶା ସହ୍ୟତରା ଭୱିଷ୍ୟତି|
23 ଆଉ ରେ କଫର୍ନାହୂମ, ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋʼ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସଦୋମରେ କରାଯାଇଥାଆନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାଆନ୍ତା। (Hadēs )
ଅପରଞ୍ଚ ବତ କଫର୍ନାହୂମ୍, ତ୍ୱଂ ସ୍ୱର୍ଗଂ ଯାୱଦୁନ୍ନତୋସି, କିନ୍ତୁ ନରକେ ନିକ୍ଷେପ୍ସ୍ୟସେ, ଯସ୍ମାତ୍ ତ୍ୱଯି ଯାନ୍ୟାଶ୍ଚର୍ୟ୍ୟାଣି କର୍ମ୍ମଣ୍ୟକାରିଷତ, ଯଦି ତାନି ସିଦୋମ୍ନଗର ଅକାରିଷ୍ୟନ୍ତ, ତର୍ହି ତଦଦ୍ୟ ଯାୱଦସ୍ଥାସ୍ୟତ୍| (Hadēs )
24 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମ ଦେଶର ଦଶା ସହନୀୟ ହେବ।”
କିନ୍ତ୍ୱହଂ ଯୁଷ୍ମାନ୍ ୱଦାମି, ୱିଚାରଦିନେ ତୱ ଦଣ୍ଡତଃ ସିଦୋମୋ ଦଣ୍ଡୋ ସହ୍ୟତରୋ ଭୱିଷ୍ୟତି|
25 ସେହି ସମୟରେ ଯୀଶୁ ଉତ୍ତର ଦେଲେ, “ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି;
ଏତସ୍ମିନ୍ନେୱ ସମଯେ ଯୀଶୁଃ ପୁନରୁୱାଚ, ହେ ସ୍ୱର୍ଗପୃଥିୱ୍ୟୋରେକାଧିପତେ ପିତସ୍ତ୍ୱଂ ଜ୍ଞାନୱତୋ ୱିଦୁଷଶ୍ଚ ଲୋକାନ୍ ପ୍ରତ୍ୟେତାନି ନ ପ୍ରକାଶ୍ୟ ବାଲକାନ୍ ପ୍ରତି ପ୍ରକାଶିତୱାନ୍, ଇତି ହେତୋସ୍ତ୍ୱାଂ ଧନ୍ୟଂ ୱଦାମି|
26 ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।
ହେ ପିତଃ, ଇତ୍ଥଂ ଭୱେତ୍ ଯତ ଇଦଂ ତ୍ୱଦୃଷ୍ଟାୱୁତ୍ତମଂ|
27 ମୋହର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।
ପିତ୍ରା ମଯି ସର୍ୱ୍ୱାଣି ସମର୍ପିତାନି, ପିତରଂ ୱିନା କୋପି ପୁତ୍ରଂ ନ ଜାନାତି, ଯାନ୍ ପ୍ରତି ପୁତ୍ରେଣ ପିତା ପ୍ରକାଶ୍ୟତେ ତାନ୍ ୱିନା ପୁତ୍ରାଦ୍ ଅନ୍ୟଃ କୋପି ପିତରଂ ନ ଜାନାତି|
28 ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।
ହେ ପରିଶ୍ରାନ୍ତା ଭାରାକ୍ରାନ୍ତାଶ୍ଚ ଲୋକା ଯୂଯଂ ମତ୍ସନ୍ନିଧିମ୍ ଆଗଚ୍ଛତ, ଅହଂ ଯୁଷ୍ମାନ୍ ୱିଶ୍ରମଯିଷ୍ୟାମି|
29 ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ;
ଅହଂ କ୍ଷମଣଶୀଲୋ ନମ୍ରମନାଶ୍ଚ, ତସ୍ମାତ୍ ମମ ଯୁଗଂ ସ୍ୱେଷାମୁପରି ଧାରଯତ ମତ୍ତଃ ଶିକ୍ଷଧ୍ୱଞ୍ଚ, ତେନ ଯୂଯଂ ସ୍ୱେ ସ୍ୱେ ମନସି ୱିଶ୍ରାମଂ ଲପ୍ସ୍ୟଧ୍ବେ|
30 ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ।”
ଯତୋ ମମ ଯୁଗମ୍ ଅନାଯାସଂ ମମ ଭାରଶ୍ଚ ଲଘୁଃ|