< ମାଥିଉ 11 >
1 ଯୀଶୁ ଆପଣା ବାର ଜଣ ଶିଷ୍ୟଙ୍କୁ ଆଦେଶ ଦେବାର ସମାପ୍ତ କଲା ପରେ ଗାଲିଲୀର ନଗରସମୂହରେ ଶିକ୍ଷା ଦେବାକୁ ଓ ଘୋଷଣା କରିବାକୁ ସେ ସ୍ଥାନରୁ ବାହାରିଗଲେ।
୧ଜିସୁ ବାର୍ଟା ସିସ୍ମନ୍କେ ସିକାଇ କରି କଇ ପାଟାଇ ସାର୍ଲା ପଚେ, ସେ ଜାଗା ଚାଡିକରି ଲଗେ ରଇଲା ଗଡ୍ମନର୍ ଲକ୍ମନ୍କେ ଜାଇ ସିକାଇଲା ଆରି ମାପ୍ରୁର୍ କାତା ସୁନାଇବାର୍ ଦାର୍ଲା ।
2 ଏଥିମଧ୍ୟରେ ବାପ୍ତିଜକ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ,
୨ସେ ବେଲା ଡୁବନ୍ଦେଉ ଜଅନ୍ ବନ୍ଦିଗରେ ରଇଲା । ଜିସୁ ଜନ୍ କାମ୍ମନ୍ ସବୁ କର୍ତେ ରଇଲା, ତାର୍ କବର୍ ସୁନି ତାର୍ କେତେଟା ସିସ୍ମନ୍କେ ଜିସୁର୍ ଲଗେ ପାଟାଇଲା ।
3 ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
୩ସେମନ୍ ଜାଇ ଜିସୁକେ ପାଚାର୍ଲାଇ, “ଜନ୍ ଲକ୍ ଆଇସି ବଲି ଜଅନ୍ କଇରଇଲା, ସେ ଲକ୍ ତମେ କି? ନଇଲେ, ଆମେ ଆରି ବିନ୍ ଲକ୍କେ ଜାଗ୍ବୁ କି?”
4 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଶୁଣିଅଛ ଓ ଦେଖିଅଛ, ସେହିସବୁ ଯୋହନଙ୍କୁ ଜଣାଅ;
୪ଜିସୁ ସେମନ୍କେ କଇଲା, “ତମେ ବାଉଡି ଜାଇ ଜନ୍ଟା ସବୁ ଦେକ୍ଲାସ୍ ଆରି ସୁନ୍ଲାସ୍, ଜଅନ୍କେ କଇଦିଆସ୍ ।
5 ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ପୁଣି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
୫କାଣାମନ୍ ଦେକିପାର୍ଲାଇନି, ଚଟାମନ୍ ଇଣ୍ଡ୍ଲାଇନି, ବଡ୍ ରଗିମନ୍ ନିମାନ୍ ଅଇଲାଇନି, ବଇରାମନ୍ ସୁନ୍ଲାଇନି, ମଲା ଲକ୍ମନ୍ ଜିବନ୍ ଅଇଲାଇନି ଆରି ଗରିବ୍ ଲକ୍ମନର୍ ଲଗେ ନିମାନ୍ କବର୍ କେଟ୍ଲାନି ।
6 ଆଉ, ଯେ କେହି ମୋʼ ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ।”
୬ଜେ ମର୍ ବିସଇ ନେଇକରି, ‘ସେ କି ନଏଁ ଆଲେ’ ବଲି ନ ବାବେ, ସେ କେଡେ ନିକ କରମର୍ ଲକ୍ । ଜେ ମକେ ନାମ୍ସି ଆରି ମକେ ସବୁ ବେଲା ବିସ୍ବାସ୍ କର୍ସି ତାକେ ପର୍ମେସର୍ ଆସିର୍ବାଦ୍ କର୍ସି ।” ବଲି କଇଲା ।
7 ସେମାନେ ଚାଲିଯାଉଥିବା ସମୟରେ ଯୀଶୁ ଯୋହନଙ୍କ ସମ୍ବନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, “ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରିଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
୭ଜଅନର୍ ସିସ୍ମନ୍ ବାଉଡି ଗାଲାବେଲେ ଜିସୁ ଲକ୍ମନ୍କେ ଜଅନର୍ ବିସଇ କଇଲା, ତମେ ଜଅନ୍କେ ଦେକ୍ବାକେ ଜେଡେବଲ୍ ମରୁବାଲିବୁଏଁ ଜାଇରଇଲାସ୍, କାଇଟା ଦେକ୍ବାକେ ଆସା କରିରଇଲାସ୍? ପବନ୍ ମାର୍ଲେ ଜୁଲ୍ବା ଗାଁସ୍ ପତର୍?
8 ତାହାହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ସୂକ୍ଷ୍ମ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୂକ୍ଷ୍ମ ବସ୍ତ୍ର ପିନ୍ଧନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
୮କାକେ ଦେକ୍ବାକେ ଜାଇ ରଇଲାସ୍? କାଇ ସୁନ୍ଦର୍ ବସ୍ତର୍ ପିନ୍ଦିରଇବା ଲକ୍କେ ଦେକ୍ବୁ ବଲି ଜାଇ ରଇଲାସ୍ କି? ସେନ୍ତି ବସ୍ତର୍ ପିନ୍ଦ୍ବା ଲକ୍ ରାଜାର୍ ଗରେ ରଇବାଇ ।
9 ତାହା ନ ହେଲେ କି ନିମନ୍ତେ ବାହାରିଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ ଦେଖିବାକୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ;
୯ମକେ କୁଆ, କାଇଟା ଦେକ୍ବାକେ ଜାଇ ରଇଲାସ୍? ଗଟେକ୍ ବବିସତ୍ବକ୍ତାକେ ଦେକ୍ବୁ ବଲିକରି କି? ସେଟା ତ ସତ୍, ମାତର୍ ଅବ୍କା ବବିସତ୍ବକ୍ତା ଟାନେଅନି ଗଟେକ୍ ଅଦିକ୍ ବଡ୍ ଲକ୍କେ ବେଟ୍ପାଇଆଚାସ୍ ।
10 ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
୧୦କାଇକେ ବଇଲେ ଏ ଜଅନର୍ ବିସଇ ସାସ୍ତରେ ଲେକାଅଇଲା ଆଚେ । ପର୍ମେସର୍ କଇଲା, “ତମର୍ ପାଇ ବାଟ୍ ତିଆର୍ କର୍ବାକେ ମୁଇ ପର୍ତୁମ୍ ମର୍ ଦୁତ୍କେ ପାଟାଇବି ।”
11 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ତ୍ରୀଗର୍ଭଜାତ ସମସ୍ତଙ୍କ ମଧ୍ୟରେ ବାପ୍ତିଜକ ଯୋହନଙ୍କଠାରୁ ମହାନ କେହି ଉତ୍ପନ୍ନ ହୋଇ ନାହାନ୍ତି; ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।
୧୧ମୁଇ ତମ୍କେ ସତ୍ କଇଲିନି, ଏ ଦୁନିଆଇ ପୁର୍ବେ ଅନି ଆଜିକେ ଜାକ ଜେତେକ୍ ଲକ୍ ସବୁ ଜନମ୍ ଅଇଲାଇଆଚତ୍, ସବୁ ଲକ୍ମନର୍ ବିତ୍ରେଅନି ଡୁବନ୍ ଦେଉ ଜଅନ୍ ବଡ୍ । ମାତର୍ ସରଗ୍ ରାଇଜେ ଜେ ସବୁର୍ଟାନେଅନି ସାନ୍, ସେ ଜଅନର୍ତେଇ ଅନି ବଡ୍ ।
12 ଆଉ, ବାପ୍ତିଜକ ଯୋହନଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ବଳରେ ଆକ୍ରାନ୍ତ ହେଉଅଛି; ପୁଣି, ବଳରେ ଆକ୍ରମଣକାରୀମାନେ ପରାକ୍ରମରେ ତାହା ଅଧିକାର କରୁଅଛନ୍ତି।
୧୨ଡୁବନ୍ ଦେଉ ଜଅନ୍ ପର୍ମେସରର୍ ନିକ କାତା ଜାନାଇବାଟା ଆରାମ୍ କଲାବେଲେ ଅନି ଆଜିକେ ଜାକ ସରଗ୍ ରାଇଜ୍ ନେଇକରି ବେସି ଜୁଇଦ୍ ଚାଲ୍ଲାଆଚେ । ଦୟା ମାୟା ନଇଲା ଲକ୍ମନ୍ ତାକର୍ ବପୁସଙ୍ଗ୍ ସରଗ୍ ରାଇଜ୍ ଅଦିକାର୍ କର୍ବାକେ ଚେସ୍ଟା କଲାଇନି ।
13 କାରଣ ସମସ୍ତ ଭାବବାଦୀ ଓ ମୋଶାଙ୍କ ବ୍ୟବସ୍ଥା ବାପ୍ତିଜକ ଯୋହନଙ୍କ ସମୟ ପର୍ଯ୍ୟନ୍ତ ଭାବବାଣୀ କରୁଥିଲେ।
୧୩ଜଅନ୍ ଆଇବା ଜାକ ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ ସରଗ୍ ରାଇଜର୍ ବିସଇ କଇତେ ରଇଲାଇ ।
14 ଆଉ, ତୁମ୍ଭେମାନେ ଯେବେ ଗ୍ରହଣ କରିବାକୁ ଇଚ୍ଛା କର, ତେବେ ଯେଉଁ ଏଲୀୟଙ୍କ ଆସିବାର ଅଛି, ଏ ସେହି।
୧୪ଜଦି ସେମନର୍ କାତା ତମେ ବିସ୍ବାସ୍ କର୍ସା, ତେବେ ଜଅନ୍ ଅଇଲାନି ସେ ଏଲିୟ, ଜେ କି ପର୍ତୁମ୍ ଆଇବାର୍ ରଇଲା ।
15 ଯାହାର କାନ ଅଛି, ସେ ଶୁଣୁ।
୧୫ଜାକେ କାନ୍ଆଚେ, ସେ ସୁନ ।
16 କିନ୍ତୁ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ତୁଳନା କରିବି? ପିଲାମାନଙ୍କ ପରି ଯେଉଁମାନେ ହାଟବଜାରରେ ବସି ଅନ୍ୟମାନଙ୍କୁ ଡାକି କହନ୍ତି,
୧୬ଏ ଜୁଗର୍ ଲକ୍ମନ୍କେ କାର୍ ସଙ୍ଗ୍ ସମାନ୍ କର୍ବି? ସେମନ୍ ଆଟ୍ ମଜାଇ ବସିକରି କେଲ୍ବା ପିଲାମନର୍ ପାରା । ଗଟେକ୍ ଦଲର୍ ପିଲାମନ୍ ଆରି ଗଟେକ୍ ଦଲ୍କେ କଇବାଇ,
17 ‘ଆମ୍ଭେମାନେ ତୁମ୍ଭମାନଙ୍କ ପାଖରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ ଛାତିରେ ମାରି ହେଲ ନାହିଁ ବର୍ତ୍ତମାନ ପୁରୁଷ ସେମାନଙ୍କ ପରି।’
୧୭“ଆମେ ବିବା ବାଜା ବାଜାଇଲୁ, ମାତର୍ ତମେ ନାଟ୍ କରାସ୍ ନାଇ । ଦୁକର୍ ଗିତ୍ ଗାଇଲୁ ତମେ କାନ୍ଦାସ୍ ନାଇ ।
18 କାରଣ ଯୋହନ ଆସି ଭୋଜନପାନ କଲେ ନାହିଁ, ଆଉ ଲୋକେ କହନ୍ତି, ‘ସେ ଭୂତଗ୍ରସ୍ତ।’
୧୮ଜଅନ୍ ତର୍କେ ତର୍ ଉପାସ୍ କର୍ତେ ରଇଲା ଆରି କେବେ ମିସା ମଦ୍ ନ କାଇତେ ରଇଲା, ମାତର୍ ତମେ ତାକେ ଡୁମା ଦାର୍ଲା ଲକ୍ ବଲି କଇଲାସ୍ନି ।
19 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ଲୋକେ କହନ୍ତି, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ; ମାତ୍ର ଜ୍ଞାନ ଆପଣା କର୍ମ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହେଲା।”
୧୯ମାତର୍ ନର୍ପିଲା ମୁଇ କାଇଲେ କି ପିଇଲେ ମକେ କାଉରାଟା ଆରି ମଦୁଆଟା ବଲି କଇଲାସ୍ନି । ସିସ୍ତୁ ମାଙ୍ଗୁମନର୍ ଆରି ପାପି ଲକ୍ମନର୍ ମଇତର୍ ବଲି କଇଲାସ୍ନି । ସେଟା ଜନ୍ଟା ଅବେ ଚାଡା, ପର୍ମେସରର୍ ବିଚାର୍ ସତ୍ ଆକା । ଏଟା ତାର୍ କାମେଅନି ଜାନାପଡ୍ସି ।”
20 ସେତେବେଳେ ଯେଉଁ ଯେଉଁ ନଗରରେ ତାହାଙ୍କର ଅଧିକାଂଶ ଆଶ୍ଚର୍ଯ୍ୟର କାର୍ଯ୍ୟ କରାଯାଇଥିଲା, ସେହି ସେହି ନଗରକୁ ସେ ତିରସ୍କାର କରିବାକୁ ଲାଗିଲେ, କାରଣ ସେମାନେ ମନ-ପରିବର୍ତ୍ତନ କରି ନ ଥିଲେ।
୨୦ଜନ୍ ଗଡ୍ମନ୍କେ ଜିସୁ ତାର୍ ବେସି କାବାଅଇଜିବା କାମ୍ମନ୍ କରିରଇଲା, ସେ ଗଡର୍ ଲକ୍ମନ୍ ନିଜେ କରିରଇବା ପାପ୍ଲାଗି ମନ୍ ନ ବାଦ୍ଲାଇଲାଟା ଦେକି, ଜିସୁ ସେ ଗଡର୍ ଲକ୍ମନ୍କେ ନିନ୍ଦା କରି କଇଲା,
21 “ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନ ସହରମାନଙ୍କରେ କରାଯାଇଥାଆନ୍ତା, ତେବେ ସେମାନେ ସମୟ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
୨୧“ଏ କରାଜିନର୍ ଲକ୍ମନ୍, ତମେ କେଡେ ଇନସ୍ତା ଅଇ ଡଣ୍ଡ୍ ପାଇସା! ଏ ବେତ୍ସାଇଦାର୍ ଲକ୍ମନ୍, ତମର୍ ଦସା ମିସା ସେନ୍ତିସେ । ତମର୍ ବିତରେ ଜନ୍ କାବାଅଇଜିବା କାମ୍ମନ୍ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍ ଗଡେ କରି ରଇଲେ, ସେ ଗଡର୍ ଲକ୍ମନ୍ ପାପେଅନି ବାଅଡ୍ଲୁ ବଲି ଦେକାଇବାକେ ଗାଗ୍ଡେ ଚାର୍ ଡାଲିଅଇ, ବାସ୍ତା ପିନ୍ଦିକରି ମନ୍ ବାଦ୍ଲାଇତାଇ ।”
22 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୁମ୍ଭମାନଙ୍କ ଦଶା ଅପେକ୍ଷା ସୋର ଓ ସୀଦୋନର ଦଶା ସହନୀୟ ହେବ।
୨୨“ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ବିଚାରର୍ ଦିନେ ତମର୍ତେଇଅନି ସର୍ ଆରି ସିଦନ୍ ଗଡର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।”
23 ଆଉ ରେ କଫର୍ନାହୂମ, ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ଅଧୋଗତି ହେବ, କାରଣ ତୋʼ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସଦୋମରେ କରାଯାଇଥାଆନ୍ତା, ତେବେ ତାହା ଆଜି ପର୍ଯ୍ୟନ୍ତ ରହିଥାଆନ୍ତା। (Hadēs )
୨୩ଏ କପର୍ନାଉମର୍ ଲକ୍ମନ୍! ତମେ କାଇ ନିଜେ ସର୍ଗେ ଜିବାକେ ଚେସ୍ଟା କଲାସ୍ନି? ତମେ ନର୍କେ ପିଙ୍ଗା ଅଇସି । ତମର୍ ବିତ୍ରେ ମୁଇ ଜନ୍ କାବାଅଇଜିବା କାମ୍ମନ୍ କରିରଇଲି, ସେଟା ଜଦି ସଦମ୍ ଗଡେ କରି ରଇଲେ, ସେ ଗଡ୍ ଆଜିକେ ଜାକ ରଇତା । (Hadēs )
24 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ତୋର ଦଶା ଅପେକ୍ଷା ସଦୋମ ଦେଶର ଦଶା ସହନୀୟ ହେବ।”
୨୪“ମୁଇ ତମ୍କେ ସତ୍ କାତା କଇଲିନି, ପର୍ମେସରର୍ ବିଚାର୍ନା ଦିନେ ତମର୍ତେଇଅନି ସଦମର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।”
25 ସେହି ସମୟରେ ଯୀଶୁ ଉତ୍ତର ଦେଲେ, “ପିତଃ, ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଅଛି;
୨୫ଜିସୁ ସେବେଲାଇ ପାର୍ତନା କରି କଇଲା, “ଏ ବାବା, ତମେ ସରଗ୍ ଆରି ମଚ୍ପୁରର୍ ମାପ୍ରୁ । ଏ ସବୁ ବିସଇ ସିକ୍ଲା ଲକ୍ ଆରି ଗିଆନି ରଇବା ଲକର୍ତେଇଅନି ଲୁଚାଇ ସଙ୍ଗଇ, ନସିକ୍ଲା ଲକ୍ମନର୍ ତେଇ ଜାନାଇ ଆଚୁସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
26 ହଁ, ପିତଃ, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।
୨୬ଉଁ ବାବା, ତମର୍ ମନ୍ କଲା ଇସାବେ ଏ ସବୁ ଗଟ୍ଲାନି ।”
27 ମୋହର ପିତାଙ୍କ କର୍ତ୍ତୃକ ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି, ଆଉ ପୁତ୍ରଙ୍କୁ କେହି ଜାଣେ ନାହିଁ, କେବଳ ପିତା ଜାଣନ୍ତି, ପୁଣି, ପିତାଙ୍କୁ କେହି ଜାଣେ ନାହିଁ, କେବଳ ପୁତ୍ର ଜାଣନ୍ତି, ଆଉ ପୁତ୍ର ଯାହା ପାଖରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।
୨୭“ମର୍ ବାବା ମକେ ସବୁ ବିସଇ ଦାନ୍ କଲାଆଚେ । ବାବାକେ ଚାଡି କେ ମିସା ତାର୍ ପିଲା, ମକେ ନାଜାନତ୍ । ଆରି ତାର୍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍ । ତାର୍ ପିଲା ମୁଇ, ଜନ୍ ଲକ୍ମନର୍ ଲଗେ ବାବାକେ ଦେକାଇବି, ସେମନ୍ସେ ବାବାକେ ଚିନି ପାରତ୍ ।
28 ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।
୨୮“ବେସି ବଜ୍ ବଇକରି ତାକ୍ଲା ଲକ୍ମନ୍, ମର୍ ଲଗେ ଆସା । ମୁଇ ତମ୍କେ ପୁଣ୍ଡାଇବି ।
29 ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି, ମୋʼ ନିକଟରୁ ଶିଖ, କାରଣ, ମୁଁ ମୃଦୁଶୀଳ ଓ ନମ୍ରଚିତ୍ତ, ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ;
୨୯ମର୍ ଜୁଆଡି ବଇ ମର୍ଟାନେଅନି ସିକା । କାଇକେବଇଲେ ମୁଇ ନିଜେ ସୁଆଲ୍ ଆରି ମର୍ ମନ୍ କୁଉଁଲ୍ ଅଇଲାର୍ ଲାଗି ତମେ ମର୍ଲଗେ ପୁଣ୍ଡ୍ସା ।
30 ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ।”
୩୦ମୁଇ ତମର୍ ଉପ୍ରେ ଜନ୍ ଜୁଆଡି ସଙ୍ଗଇବି ସେଟା ତମ୍କେ ବଇବାକେ ସଅଜ୍ ଅଇସି । ଆରି ତମ୍କେ ଜନ୍ ବଜ୍ ଦେବି, ସେଟା ମିସା ବେସି ଉସାସ୍ ।”