< ମାଥିଉ 10 >
1 ଇତିମଧ୍ୟରେ ସେ ଆପଣା ବାର ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କୁ ଅଶୁଚି ଆତ୍ମା ଛଡ଼ାଇବା ନିମନ୍ତେ ସେମାନଙ୍କ ଉପରେ ଅଧିକାର ଦେଲେ, ପୁଣି, ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ।
୧ଏମ୍ବାଟିଏ ଜୀସୁ ତାମି ବା଼ରଜା଼ଣା ସୀସୁୟାଁଇଁ ଡାଗେ ହା଼ଟାନା ବୂତୁୟାଁ ପିସ୍ପି କିହାଲି, ଇଞ୍ଜାଁ ବାରେ ର଼ଗ କସ୍ତଟି ନେହିଁ କିହାଲି ଏ଼ୱାରାକି ଅଦିକାରା ହୀତେସି ।
2 ସେହି ଦ୍ୱାଦଶ ପ୍ରେରିତମାନଙ୍କ ନାମ ଏହି, ପ୍ରଥମରେ ଶିମୋନ, ଯାହାକୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ,
୨ଏ଼ ବା଼ରଜା଼ଣା ପାଣ୍ତ୍ୱିଆ଼ତି ସୀସୁୟାଁ ଦ଼ର୍କା ଆ଼ତୁ, ସିମନ, ଆମ୍ବାଆରାଇଁ ପିତର ଇନେରି, ଅ଼ଡ଼େ ତାମି ତାୟି ଆନ୍ଦ୍ରିୟ, ଜେବଦି ମୀର୍ଏସି ଜାକୁବ ଅ଼ଡ଼େ ତାମି ତାୟି ଜହନ,
3 ଫିଲିପ୍ପ ଓ ବାର୍ଥଲମୀ, ଥୋମା ଓ କରଗ୍ରାହୀ ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ ଓ ଥଦ୍ଦୀୟ,
୩ପିଲିପ ଅ଼ଡ଼େ ବାର୍ତଲମି, ତ଼ମା ଅ଼ଡ଼େ ସିସ୍ତୁ ରୀହ୍ନି ମାତିୟୁ, ଆଲେପି ମୀର୍ଏସି ଜାକୁବ ଅ଼ଡ଼େ ତଦିୟ,
4 କିଣାନୀୟ ଦଳର ଶିମୋନ ଓ ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
୪ଦେ଼ସାତି ଜୀୱୁ ନ଼ନି ସିମନ ଅ଼ଡ଼େ ଇସ୍କାରିୟତ ଜୀହୁଦା ଆମ୍ବାଆସି ଜୀସୁଇଁ ସାତ୍ରୁ କେୟୁତା ହେର୍ପିତେସି ।
5 ଯୀଶୁ ଏହି ବାର ଜଣଙ୍କୁ ପଠାଇ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଅଣଯିହୁଦୀମାନଙ୍କ ପାଖକୁ ଯାଅ ନାହିଁ ଏବଂ ଶମିରୋଣୀୟମାନଙ୍କର କୌଣସି ନଗରରେ ପ୍ରବେଶ କର ନାହିଁ,
୫ଜୀସୁ ଈ ବା଼ରଜା଼ଣାତି ପାଣ୍ତାନା ହୁକୁମି ହୀହାଁ ଏଲେଇଚେସି, ମୀରୁ ଜୀହୁଦିଆ଼ଆତି ଲ଼କୁତା଼ଣା ହାଲାଆଦୁ, ଅ଼ଡ଼େ ଆମିନି ସମିରଣି ନା଼ସ୍କାଣାଁ ହ଼ଡ଼୍ଆଦୁ,
6 ବରଂ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ଯାଅ।
୬ସାମା ଜା଼ଙ୍ଗାମାନି ମେ଼ଣ୍ତାୟାଁ ଇଚିହିଁ ଇସ୍ରାୟେଲ ଲ଼କୁତା଼ଣା ହାଜୁ ।
7 ପୁଣି, ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର।
୭ଏ଼ୱାରିତା଼ଣା ହାଜୁ ଅ଼ଡ଼େ ୱେ଼କ୍ଦୁ ଲାକପୂରୁ ରା଼ଜି ଏଗାୱା଼ହିମାନେ ।
8 ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠରୋଗୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ବାହାର କର। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।
୮ଅ଼ଡ଼େ ନ଼ମେରି ଗାଟାରାଇଁ ନେହିଁ କିଦୁ, ହା଼ତାରାଇଁ ନିକ୍ଦୁ, କାଜା ର଼ଗ ଗାଟାରାଇଁ ନେହିଁ କିଦୁ, ବୂତୁୟାଁଇଁ ପେ଼ର୍ଦୁ । ମୀରୁ ଉଜେଏ ବେଟା ଆ଼ହାମାଞ୍ଜେରି ଏ଼ଦାଆଁ ଉଜେଏ ହୀଦୁ ।
9 ତୁମ୍ଭମାନଙ୍କ ଗାଞ୍ଜିଆରେ ସୁନା କି ରୂପା କି ତମ୍ବା, ଆଉ ଯାତ୍ରା ନିମନ୍ତେ ଝୋଲି
୯ମୀ ତଲେ ବାଂଗାରା ୱେଣ୍ଡି କି ଅଟଡ଼ିତା ଟାକାୟାଁ ଅ଼ଆଦୁ,
10 କିମ୍ବା ଦୁଇଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ।
୧୦ଅ଼ଡ଼େ ହାନାଟି ଲେଚା କଡିନି ମ଼ଣା, ରୀ ଜ଼ଡ଼ୁ ସକାୟାଁ କି ସେପୁୟାଁ କି କୁତା ବାଡ଼୍ଗା ଜିକେଏ ପାରାଆଦୁ, କାମାକିନାସି ତାନି ରା଼ନ୍ଦା ବେଟା ଆ଼ନେସି ।
11 ଆଉ ତୁମ୍ଭେମାନେ ଯେକୌଣସି ନଗରରେ କି ଗ୍ରାମରେ ପ୍ରବେଶ କରିବ, ସେଠାରେ କେଉଁ ଲୋକ ଯୋଗ୍ୟ, ତାହା ଅନୁସନ୍ଧାନ କର, ପୁଣି, ନ ଯିବା ପର୍ଯ୍ୟନ୍ତ ସେଠାରେ ରୁହ।
୧୧ଅ଼ଡ଼େ ମୀରୁ ଆମିନି ନା଼ୟୁଁତା କି ଗା଼ଡ଼ାତା ହାଜେରି ଏମ୍ବାଆଁ ନେହାଁଣାଇଁ ପାରାଦୁ, ଅ଼ଡ଼େ ଏମ୍ବାଟି ୱେଣ୍ତାହାନି ପାତେକା ଏ଼ୱାଣି ଇଜ ଡ଼ୟାଦୁ ।
12 ଆଉ ଗୃହରେ ପ୍ରବେଶ କରିବା ସମୟରେ ତାହାକୁ ଆଶୀର୍ବାଦ କର;
୧୨ଅ଼ଡ଼େ ଇଜ ହ଼ଡ଼ନାଟି ଏ଼ୱାରାଇଁ ହିତ୍ଡ଼ି ଜୀୱୁ ମିଙ୍ଗେ ଆୟାପେ ଇଞ୍ଜୁ;
13 ସେହି ଗୃହ ଯଦି ଯୋଗ୍ୟ, ତେବେ ତାହା ପ୍ରତି ତୁମ୍ଭମାନଙ୍କ ଶାନ୍ତି ବର୍ତ୍ତୁ, କିନ୍ତୁ ତାହା ଯଦି ଯୋଗ୍ୟ ନୁହେଁ, ତାହାହେଲେ ତୁମ୍ଭମାନଙ୍କ ଶାନ୍ତି ତୁମ୍ଭମାନଙ୍କ ପାଖକୁ ଫେରିଆସୁ।
୧୩ଏ଼ୱାରି ଇଜତାରି ନେହାଁରି ଇଚିହିଁ ଏ଼ୱାରିତଲେ ମୀ ହିତ୍ଡ଼ି ଡ଼ୟାପେ, ସାମା ଏ଼ୱାରି ନେହାଁରି ଆ଼ଆତିଁ ମୀ ହିତ୍ଡ଼ି ମିଙ୍ଗେ ୱେଣ୍ଡା ୱା଼ପେ ।
14 ପୁଣି, ଯେ କେହି ତୁମ୍ଭମାନଙ୍କୁ ଗ୍ରହଣ କରିବ ନାହିଁ ଅବା ତୁମ୍ଭମାନଙ୍କ କଥା ଶୁଣିବ ନାହିଁ, ସେହି ଗୃହରୁ କିମ୍ବା ସେହି ନଗରରୁ ବାହାରିଯିବା ବେଳେ ତୁମ୍ଭମାନଙ୍କ ପାଦଧୂଳି ଝାଡ଼ିଦିଅ।
୧୪ଅ଼ଡ଼େ ଆମିନି ଇଲୁତାକି ନା଼ସ୍କାଣାଁ ମିଙ୍ଗ ଲ଼କୁ ଅ଼ପଅରି, ମୀ କାତାତି ୱେନଅରି, ଏ଼ ଇଲୁଟି କି ଏ଼ ଗା଼ଡ଼ାଟି ହ଼ଚାୱାନାଟି ମୀ କଡାତି ଦୂଡ଼ି ହାଣ୍ହା କଡାନା ଏ଼ ଟା଼ୟୁ ପିହ୍ଦୁ ।
15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବିଚାର ଦିନରେ ସେହି ନଗରର ଦଶା ଅପେକ୍ଷା ସଦୋମ ଓ ଗମୋରା ଦେଶର ଦଶା ସହନୀୟ ହେବ।”
୧୫ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ମାହାପୂରୁତି ନୀହାଁୟି ଦିନାତା ଏ଼ ଗା଼ଡ଼ାତି ଡଣ୍ତ କିହାଁ ସଦମ ଅ଼ଡ଼େ ଗମରା ଦେ଼ସାତି ଡଣ୍ତ ଊଣା କିୱିଆ଼ନେ ।
16 “ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ।
୧୬ହେଣ୍ତୁ ମେ଼ଣ୍ତାୟାଁଣି କ୍ଡାଃନିୟାଁ ବିତ୍ରା ପାଣ୍ତିନିଲେହେଁ ନା଼ନୁ ମିଙ୍ଗେ ପାଣ୍ତିମାଞ୍ଜାଇଁ, ଏ଼ଦାଆଁତାକି ମୀରୁ ରା଼ଚୁ ଲେହେଁ ବୁଦି ଗାଟାତେରି, ଅ଼ଡ଼େ ପା଼ର୍ୱା ପଟାଲେହେଁ କ଼ପା ହିଲାଆ ଗାଟାତେରି ଆ଼ଦୁ ।
17 ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ହୋଇଥାଅ, କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହ ସମୂହରେ କୋରଡ଼ା ମାରିବେ,
୧୭ସାମା ମାଣ୍ସିୟାଁ ତା଼ଣାଟି ଜାଗ୍ରାତା ଆ଼ହାନା ଡ଼ୟାଦୁ, ଏ଼ନାଆଁତାକି ଇଚିହିଁ ଏ଼ୱାରି ମିଙ୍ଗେ ଆସାନା ନୀହାଁୟି କିନି ତା଼ଣା ହେର୍ପାନେରି, ଇଞ୍ଜାଁ ଜୀହୁଦି ଲ଼କୁତି କୁଟମି ଇଲ୍କାଣା ଏ଼ୱାରି ମିଙ୍ଗେ ସା଼ଟ୍ଣି ତଲେ ୱେ଼ତାନେରି,
18 ପୁଣି, ତୁମ୍ଭେମାନେ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ପାଖକୁ ଅଣାଯିବ; ତାହା ସେମାନଙ୍କ ଓ ଅଣଯିହୁଦୀମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହେବ।
୧୮ଅ଼ଡ଼େ ମୀରୁ ନା଼ ତାକି ରାଜା ଅ଼ଡ଼େ ସା଼ଲୱି କିନି ଲ଼କୁତା଼ଣା ଅ଼ହାନା ନୀହାଁୟି କିୱିଆ଼ଦେରି; ଏ଼ଦି ଏ଼ୱାରାକି ଅ଼ଡ଼େ ଜୀହୁଦିଆ଼ଆତି ଲ଼କୁକି ମାହାପୂରୁତି ନେହିଁ କାବ୍ରୁ ୱେସାଲି ସା଼କି ଆ଼ନେ ।
19 କିନ୍ତୁ ଯେତେବେଳେ ସେମାନେ ତୁମ୍ଭମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କିପରି ବା କି କଥା କହିବ, ସେ ବିଷୟରେ ଚିନ୍ତିତ ହୁଅ ନାହିଁ, କାରଣ କଅଣ କହିବ, ତାହା ସେହି ସମୟରେ ତୁମ୍ଭମାନଙ୍କୁ ଦିଆଯିବ।
୧୯ସାମା ଏଚିବେ଼ଲା ଏ଼ୱାରି ମିଙ୍ଗେ ହେର୍ପାନେରି, ମୀରୁ ନୀହାଁୟି ଆ଼ନିବେଲା ଏ଼ନାଆଁ ଜ଼ଲିଦେରି ଅ଼ଡ଼େ ଏ଼ନିକିଁ ଜ଼ଲିଦେରି, ଏ଼ କାତା ଅଣ୍ପାଆଦୁ, ଇଚିହିଁ ମୀରୁ ଏ଼ନାଆଁ ଜ଼ଲିଦେରି ଏ଼ ବେ଼ଲାତେଏ ମିଙ୍ଗେ ୱେସ୍ତାନେସି ।
20 ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମ୍ଭମାନଙ୍କ ପିତାଙ୍କ ଆତ୍ମା ଯେ କି ତୁମ୍ଭମାନଙ୍କ ଅନ୍ତରରେ କଥା କହନ୍ତି, ସେ ବକ୍ତା ଅଟନ୍ତି।
୨୦। ଇଚିହିଁ ମୀରୁ ଜ଼ଲିନାତେରି ଆ଼ଏ, ଆ଼ବା ମାହାପୂରୁତି ସୁଦୁଜୀୱୁ ମୀ ଗୂତି ହୀହାନା ହା଼ଡା ଜ଼ଲିନେ, ଏ଼ଦି ଜ଼ଲିନାୟି ।
21 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ, ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ।
୨୧ତାୟି ତାୟିଇଁ ଆ଼ବା ମୀର୍ଏଣାଇଁ ପା଼ୟାଲି ହେର୍ପିନେସି, ମା଼ସ୍କା, ମୀର୍କା ଏ଼ୱାରି ତାମି ଇୟା ଆ଼ବା କ଼ପାଟି ହ଼ଚାନା, ଏ଼ୱାରାଇଁ ପା଼ୟିନେରି ।
22 ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।
୨୨ଅ଼ଡ଼େ ନା଼ ଦ଼ରୁ ତାକି ମୀରୁ ବାରେତା଼ଣା ଅ଼ପାଆ ଗାଟାତେରି ଆ଼ଦେରି, ସାମା ଆମ୍ବାଆସି ରା଼ନି ପାତେକା ସା଼ସା ତଲେ ମାନେସି ଏ଼ୱାସି ଗେଲ୍ପି ଆ଼ନେସି ।
23 କିନ୍ତୁ ସେମାନେ ଯେତେବେଳେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରିବେ, ସେତେବେଳେ ଅନ୍ୟ ନଗରକୁ ପଳାଇଯାଅ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ନଗରଗୁଡ଼ିକରେ ତୁମ୍ଭମାନଙ୍କ ଭ୍ରମଣ ଶେଷ ନ ହେବା ପୂର୍ବରୁ ମନୁଷ୍ୟପୁତ୍ର ଆଗମନ କରିବେ।
୨୩ସାମା ଏ଼ୱାରି ଏଚିବେ଼ଲା ର଼ ଗା଼ଡ଼ାତା ମିଙ୍ଗେ ନିନ୍ଦା କିୟାନେରି, ଏଚିବେ଼ଲା ଏଟ୍କା ଗା଼ଡ଼ାତା ହାଜୁ, ଇଚିହିଁ ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ମୀରୁ ଇସ୍ରାୟେଲତି ବାରେ ଗା଼ଡ଼ାୟାଁତା କାମା ରା଼ପ୍ଆ ନ଼କେଏ ମାଣ୍ସି ମୀର୍ଏସି ୱା଼ନେସି ।
24 ଶିଷ୍ୟ ଗୁରୁଠାରୁ କିମ୍ବା ଦାସ କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ।
୨୪“ସୀସୁ ତାନି ଗୂରୁ କିହାଁ ହ଼ଲେଏସି ସା଼ୱୁକାରି କିହାଁ କାଜାସି ଆ଼ଏ ।
25 ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତା ପରି ହେଲେ ସେମାନଙ୍କ ପକ୍ଷରେ ଯଥେଷ୍ଟ। ସେମାନେ ଯେବେ ଗୃହ କର୍ତ୍ତାଙ୍କୁ ବାଲ୍ଜିବୂଲ୍ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନଙ୍କୁ ତ ଆହୁରି ଅଧିକ କହିବେ।”
୨୫ସୀସୁ ତାନି ଗୂରୁ ଅ଼ଡ଼େ ହ଼ଲେଏସି ତାନି ସା଼ୱୁକାରି ଲେହେଁ ଆତିହିଁ ଏ଼ୱାରାକି ସମାନା ଆ଼ନେ, ଏ଼ୱାରି ଇଲୁତି ସା଼ୱୁକାରିଇଁ ବାଲ୍ଜିବୁଲ୍ ଇନେରି ଇଚିହିଁ ଏ଼ୱାଣି ଇଲୁତି ଲ଼କୁବା଼କାଆଁ ହା଼ରେକା ପ଼ଲ୍ଆ କାତା ଜ଼ଲିନେରି!”
26 “ଅତଏବ ସେମାନଙ୍କୁ ଭୟ କର ନାହିଁ; କାରଣ ଯାହା ପ୍ରକାଶିତ ନ ହେବ, ଏପରି ଆଚ୍ଛାଦିତ କିଛି ନାହିଁ, ଆଉ ଯାହା ଜଣା ନ ଯିବ, ଏପରି ଗୁପ୍ତ କିଛି ନାହିଁ।
୨୬“ଏ଼ଦାଆଁତାକି ଲ଼କୁଇଁ ଆଜାଆଦୁ; ଇଚିହିଁ ଡ଼ୁଗାମାନାୟି ଏ଼ନାୟିୱା ର଼ ଦିନା ତ଼ଞ୍ଜାଆ଼ନେ, ଏଲେକିଁ ତ଼ଞ୍ଜାଆ଼ଆନା ଡ଼ୁଗାମାନାୟି ଏ଼ନାୟିୱା ହିଲେଏ, ଇଞ୍ଜାଁ ପୁଣ୍ମ୍ବି କିୱିଆ଼ଆଗାଟାୟି ଇଲେକିଁ ଏ଼ନାୟି ଡ଼ୁଗା ହିଲେଏ ।
27 ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର।
୨୭ନା଼ନୁ ମିଙ୍ଗ ଏ଼ନାଆଁ ଆନ୍ଦେରିତା ୱେସ୍ତାଇଁ ଏ଼ଦାଆଁ ଉଜେଡ଼ିତା ୱେହ୍ଦୁ, ଅ଼ଡ଼େ ଏ଼ନାଆଁ ଡ଼ୁଗାନା ୱେଞ୍ଜେରି ଏ଼ଦାଆଁ ଇଲୁ ତୂଡ଼ିୟା ଲାକ ହ଼ଚାନା ୱେହ୍ଦୁ ।
28 ଆଉ ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନର୍କରେ ବିନଷ୍ଟ କରିପାରନ୍ତି, ତାହାଙ୍କୁ ହିଁ ଭୟ କର। (Geenna )
୨୮ଅ଼ଡ଼େ ଆମ୍ବାଆରି ୱାର୍ଇ ଆଙ୍ଗାତି ପା଼ୟିନେରି, ସାମା ଜୀୱୁତି ପା଼ୟାଲି ଆ଼ଡଅରି, ଏ଼ୱାରାଇଁ ଆଜାଆଦୁ; ସାମା ଆମ୍ବାଆସି ମୀ ଜୀୱୁ ଅ଼ଡ଼େ ଆଙ୍ଗା ବାରେତି ନର୍କତା ନା଼ସା କିହାଲି ଆ଼ଡିମାନେସି ଏ଼ୱାଣାଇଁ ଆଜାଦୁ । (Geenna )
29 ଦୁଇଟି ଘରଚଟିଆ କଅଣ ଗୋଟିଏ ପଇସାରେ ବିକାଯାଆନ୍ତି ନାହିଁ? ଆଉ ତୁମ୍ଭମାନଙ୍କର ପିତାଙ୍କର ଅନୁମତି ବିନା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲେ ତଳେ ପଡ଼େ ନାହିଁ;
୨୯ରୀ ଜେତା ପଟାୟାଁ ର଼ କା଼ନି ତାକି ପାର୍ପି ଆ଼ଉ କି? ଅ଼ଡ଼େ ମୀ ଲାକପୂରୁତି ଆ଼ବା ହେଲ ହୀଆତି ଏ଼ୱାସିକା ବିତ୍ରାଟି ରଣ୍ତି ଜିକେଏ ଡ଼଼ଇ ତର୍ଗେଏ ।
30 କିନ୍ତୁ ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି।
୩୦ସାମା ମୀ ତା଼ର୍ୟୁଁତି ବାରେ ବା଼ଣାୟାଁ ଜିକେଏ ଏଜିକିୱି ଆ଼ହାମାନୁ ।
31 ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ।”
୩୧ଏ଼ଦାଆଁତାକି ଆଜାଆଦୁ, ମୀରୁ ହା଼ରେକା ଜେତା ପଟାୟାଁ ତା଼ଣାଟି ମୀ ଦାରା ହା଼ରେକା ।”
32 “ଆଉ, ଯେ କେହି ଲୋକଙ୍କ ଆଗରେ ମୋତେ ସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ସ୍ୱୀକାର କରିବି।
୩୨“ଅ଼ଡ଼େ ଆମ୍ବାଆସି ଲ଼କୁ ନ଼କିତା ନାଙ୍ଗେ ଆବାନେସି, ଇଞ୍ଜାଁ ନା଼ନୁ ଜିକେଏ ନା଼ ଲାକପୂରୁତି ଆ଼ବା ନ଼କିତା ଆବିଇଁ ।
33 ମାତ୍ର ଯେ କେହି ଲୋକଙ୍କ ଆଗରେ ମୋତେ ଅସ୍ୱୀକାର କରିବ, ମୁଁ ମଧ୍ୟ ମୋହର ସ୍ୱର୍ଗସ୍ଥ ପିତାଙ୍କ ଆଗରେ ତାହାକୁ ଅସ୍ୱୀକାର କରିବି।”
୩୩ସାମା ଆମ୍ବାଆସି ଲ଼କୁ ନ଼କିତା ନାଙ୍ଗେ ଆବଅସି, ନା଼ନୁ ଜିକେଏ ନା଼ ଲାକପୂରୁତି ଆ଼ବା ନ଼କିତା ଆବଅଁ ।”
34 “ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ୍ଗ ଦେବାକୁ ଆସିଅଛି।
୩୪“ନା଼ନୁ ଦାର୍ତିତା ହିତ୍ଡ଼ି ହୀହାଲି ୱା଼ହାମାଇଁ ଇଞ୍ଜିଁ ମ଼ନ କିଆଦୁ; ହିତ୍ଡ଼ି ହୀହାଲି ୱା଼ଆନା, କାଣ୍ତା ହୀହାଲି ୱା଼ହାମାଇଁ ।
35 କାରଣ ମୁଁ ‘ପିତାଙ୍କ ସହିତ ପୁତ୍ରର ଓ ମାତା ସହିତ କନ୍ୟାର ପୁଣି, ଶାଶୁ ସହିତ ବୋହୁର ବିରୋଧ ବଢ଼ାଇବାକୁ ଆସିଅଛି,
୩୫ଇଚିହିଁ ନା଼ନୁ ଆ଼ବା କ଼ପାଟି ମୀର୍ଏଣାଇଁ, ଅ଼ଡ଼େ ଇୟାନି କ଼ପାଟି ମା଼ଙ୍ଗା ଇଞ୍ଜାଁ ପ଼ୟାନି କ଼ପାଟି କୁଡ଼ିୟାନି ଗଡ଼୍ହା କିହାଲି ୱା଼ହାମାଇଁ ।
36 ଆଉ ମନୁଷ୍ୟର ନିଜ ପରିଜନ ହିଁ ତାହାର ଶତ୍ରୁ ହେବେ।’
୩୬ଅ଼ଡ଼େ ମାଣ୍ସିତି ତାମି ଇଲୁତି ଲ଼କୁଏ ବାରେଜା଼ଣା ତାନି ସାତ୍ରୁ ଆ଼ନେରି ।”
37 ଯେ ପିତା କି ମାତାକୁ ମୋʼଠାରୁ ଅଧିକ ପ୍ରିୟ ଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ, ପୁଣି, ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ପ୍ରେମ କରେ, ସେ ମୋହର ଯୋଗ୍ୟ ନୁହେଁ।
୩୭“ଆମ୍ବାଆସି ଆ଼ବା କି ଇୟାନି ନା଼ କିହାଁ ହା଼ରେକା ଜୀୱୁ ନ଼ନେସି, ଏ଼ୱାସି ନା଼ ସୀସୁ ଆୟାଲି ପା଼ଡ଼ାଆ଼ଅସି, ଅ଼ଡ଼େ ଆମ୍ବାଆସି ନିଜେତି ମା଼ଙ୍ଗା କି ମୀର୍ଏଣାଇଁ ହା଼ରେକା ଜୀୱୁ ନ଼ନେସି ଏ଼ୱାସି ନା଼ ସୀସୁ ଆୟାଲି ପା଼ଡ଼ାଆ଼ଅସି ।
38 ଆଉ ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ।
୩୮ଆମ୍ବାଆସି ନିଜେତି କ୍ରୁସ ଡେ଼କାନା ନା଼ ଜେ଼ଚ ୱା଼ଅସି, ଏ଼ୱାସି ନା଼ ସୀସୁ ଆୟାଲି ପା଼ଡ଼ାଆ଼ଅସି ।
39 ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ।”
୩୯ଆମ୍ବାଆସି ନିଜେତି ଜୀୱୁ ନୀଟ୍ହା କଡିନେସି ଏ଼ୱାସି ହା଼ନେସି, ଅ଼ଡ଼େ ଆମ୍ବାଆସି ନା଼ ତାକି ନିଜେତି ଜୀୱୁ ହୀନେସି, ଏ଼ୱାସି ନୀଡିନେସି ।”
40 “ଯେ ତୁମ୍ଭମାନଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
୪୦“ଆମ୍ବାଆସି ମିଙ୍ଗେ ଆବାନେସି, ଏ଼ୱାସି ନାଙ୍ଗେ ଆବାନେସି; ଆମ୍ବାଆସି ନାଙ୍ଗେ ଆବାନେସି, ଏ଼ୱାସି ନାଙ୍ଗେ ପାଣ୍ତାତାଣାଇଁ ଆବିନେସି ।
41 ଯେ ଭାବବାଦୀଙ୍କୁ ଭାବବାଦୀ ବୋଲି ଗ୍ରହଣ କରେ, ସେ ଭାବବାଦୀଙ୍କ ପୁରସ୍କାର ପାଇବ। ଆଉ ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବୋଲି ଗ୍ରହଣ କରେ, ସେ ଧାର୍ମିକ ବ୍ୟକ୍ତିଙ୍କ ପୁରସ୍କାର ପାଇବ।
୪୧ଆମ୍ବାଆସି ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରାଇଁ, ମାହାପୂରୁ ବ଼ଲୁ ୱେହ୍ନାରି ଇଞ୍ଜିଁ ଆବିନେସି, ଏ଼ୱାସି ଏ଼ ବ଼ଲୁ ୱେହ୍ନାରି ଦା଼ନା ବେଟା ଆ଼ନେସି, ଅ଼ଡ଼େ ଆମ୍ବାଆସି କି ତୀରିଗାଟାରାଇଁ, ତୀରିଗାଟାସି ଇଞ୍ଜିଁ ଆବିନେସି ଏ଼ୱାସି ତୀରିଗାଟାରି ଦା଼ନା ବେଟା ଆ଼ନେସି ।
42 ପୁଣି, ଯେ କେହି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ମୋହର ଶିଷ୍ୟ ବୋଲି ଯଦି ଗିନାଏ ଥଣ୍ଡା ପାଣି ମଧ୍ୟ ପିଇବାକୁ ଦେବ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।”
୪୨ଅ଼ଡ଼େ ଆମ୍ବାଆସି ନା଼ ସୀସୁୟାଁ ବିତ୍ରାଟି ରଅଣାଇଁ ନା଼ ସୀସୁ ଇଞ୍ଜିଁ ଗିନାତା ଏ଼ୟୁ ଗସାଲି ହୀନେସି, ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ଏ଼ୱାସି ତାନି ଦା଼ନାତି ଜା଼କ୍ଅସି ।”