< ମାଥିଉ 1 >

1 ଅବ୍ରହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ।
ଏଟା ଅଇଲାନି ଜିସୁକିରିସ୍‌ଟର୍‌ ଆନିଦାଦିମନର୍‌ ନାଉଁ ତାଲିକା । ସେ ଦାଉଦ୍‌ ବଁସର୍‌ ରଇଲା ଆରି ଦାଉଦ୍‌ ଅବ୍‌ରାଆମ୍ ବଁସର୍‌ ରଇଲା ।
2 ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଲେ, ଇସ୍‌ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ,
ଅବ୍‌ରାଅମର୍‌ ପଅ ଇସାକ୍‌, ଇସାକର୍‌ ପଅ ଜାକୁବ୍‌, ଜାକୁବର୍‌ ପଅ ଜିଉଦା ଆରି ତାର୍‌ ବାଇମନ୍‌ ।
3 ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,
ଜିଉଦା ପେରସ୍‌ ଆରି ଜେରଅର୍‌ ବାବା ରଇଲା, ତାକର୍‌ ମାଆ ଅଇଲାନି ତାମର୍‌ । ପେରସର୍‌ ପଅ ଏସ୍‌ରନ୍‌ ।
4 ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ,
ଏସ୍‌ରନର୍‌ ପଅ ଆରାମ୍‌, ଆରାମର୍‌ ପଅ ଅମିନାଦବ୍‌ ଅମିନାଦବର୍‌ ପଅ ନଅସନ୍‌, ନଅସନର୍‌ ପିଲା ସଲ୍‌ମନ୍‌
5 ସଲମୋନ ରାହାବଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ,
ସଲ୍‌ମନର୍‌ ପଅର୍‌ ନାଉଁ ବୟଜ୍‌, ବୟଜର୍‌ ମାଆ ରାଅବ୍‌ । ବୟଜର୍‌ ପଅର୍‌ ନାଉଁ ଅବେଦ୍‌ ଆରି ଅବେଦର୍‌ ମାଆର୍‌ ନାଉଁ ରୁତ୍‌ । ଅବେଦର୍‌ ପଅ ଜସୟ,
6 ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ,
ଦାଉଦ୍‌ ରାଜାର୍‌ ସାସନ୍‌ ବେଲେ ଅନି ଜେଡେବଲ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ ବାବିଲନ୍‌ ଦେସେ ବାନ୍ଦି ନେଇରଇଲା ଜାକ ସେତ୍‌କି ଆନିଦାଦିମନର୍‌ ତାଲିକା ଆଚେ । ଜସୟର୍‌ ପଅ ଦାଉଦ୍‌ ରାଜା । ଉରିୟର୍‌ ମାଇଜିର୍‌ ପେଟେ ଅନି ସଲ୍‌ମନ୍‌କେ ଜନମ୍‌ ଦେଲା,
7 ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ,
ସଲମନର୍‌ ପଅ ରିଅବିୟାମ୍‌ ରିଅବିୟାମର୍‌ ପଅ ଅବିୟ ।
8 ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ,
ଅବିୟର୍‌ ପଅ ଆସା, ଆସାର୍‌ ପଅ ଜିଅସାପଟ୍‌, ଜିଅସାପଟର୍‌ ପଅ ଜରାମ୍‌, ଜରାମର୍‌ ପଅ ଉଜିୟ ।
9 ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସ୍‌ଙ୍କୁ ଜନ୍ମ ଦେଲେ, ଆହସ୍‌ ହିଜକୀୟଙ୍କୁ ଜନ୍ମ ଦେଲେ,
ଉଜିୟର୍‌ ପଅ ଜତାମ୍‌, ଜତାମର୍‌ ପଅ ଆଅସ୍‌, ଆଅସର୍‌ ପଅ ଇଜକିୟ ।
10 ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ,
୧୦ଇଜକିୟର୍‌ ପଅ ମନସେଅ, ମନସେଅର୍‌ ପଅ ଆମନ୍‌, ଆମନର୍‌ ପଅ ଜସିୟ ।
11 ବାବିଲକୁ ନିର୍ବାସିତ ହେବା ସମୟରେ ଯୋଶୀୟ ଯିକନୀୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ।
୧୧ଜସିୟ ବାବିଲନ୍‌ ନଅରେ ବାସା ଅଇରଇଲା ବେଲେ, ଜିକନିୟ ଆରି ତାର୍‌ ବାଇମନ୍‌ ଜନମ୍‌ ଅଇଲାଇ ।
12 ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍‍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ,
୧୨ବାବିଲନେ ବନ୍ଦିଅଇ ସାର୍‌ଲା ପଚେଅନି ଜିସୁର୍‌ ଜନମ୍‌ ଜାକ ଏତ୍‌କି ଆନିଦାଦିମନର୍‌ ତାଲିକା ଆଚେ । ଜିକନିୟ ବାବିଲନେ ବାସାଅଇରଇଲା ବେଲେ, ସଲ୍‌ଟିଏଲ୍‌ ଜନମ୍‌ ଅଇଲା, ସଲ୍‌ଟିଏଲର୍‌ ପଅ ଜିରୁବାବେଲ୍‌,
13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ,
୧୩ଜିରୁବାବେଲର୍‌ ପଅ ଅବିଉଦ୍‌, ଅବିଉଦର୍‌ ପଅ ଏଲିୟାକିମ୍‌, ଏଲିୟାକିମର୍‌ ପଅ ଅଜୁର୍‌ ।
14 ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ,
୧୪ଅଜୁର୍‌ ପଅ ସାଦକ୍‌, ସାଦକର୍‌ ପଅ ଆକିମ୍‌, ଜାକିନର୍‌ ପଅ ଏଲିଉଦ୍‌, ଏଲିଉଦର୍‌ ପଅ ଏଲାଜାର୍‌, ଏଲାଜାରର୍‌ ପଅ ମତ୍‌ତାନ୍‌ ।
15 ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ,
୧୫ମତ୍‌ତାନର୍‌ ପଅ ଜାକୁବ୍‌, ଜାକୁବର୍‌ ପଅ ଜସେପ୍‌ ।
16 ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରୀୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରୀୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ।
୧୬ଏ ଜସେପ୍‌ ମରିୟମ୍‌କେ ବିବା ଅଇରଇଲା । ମରିୟମର୍‌ ପେଟେଅନି ଜିସୁ ଜନମ୍‌ ଅଇରଇଲା । ଜିସୁ କିରିସ୍‌ଟକେ ମସିଅ ବଲି ମିସା ନାଉଁ ଆଚେ ।
17 ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ।
୧୭ଏନ୍ତାରି ଅବ୍‌ରାଆମର୍‌ତେଇ ଅନି ଦାଉଦ୍‍ ରାଜାର୍‌ ଜାକ ଚଉଦ ଉତାର୍‌, ଦାଉଦର୍‌ତେଇ ଅନି ବାବିଲନ୍‌ ବନ୍ଦିରଇଲା ଜାକ ଚଉଦ ଉତାର୍‌, ଆରି ବାବିଲନେ ବନ୍ଦିଅଇରଇଲା ବେଲେଅନି ଜିସୁକିରିସ୍‌ଟର୍‌ ଜନମ୍‌ ଜାକ ଚଉଦ ଉତାର୍‌ ।
18 ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।
୧୮ଏଟା ଅଇଲାନି ଜିସୁ କିରିସ୍‌ଟର୍‌ ଜନମ୍‌ ବିସଇ । ଜିସୁର୍‌ ମା ମରିୟମର୍‌ ସଙ୍ଗ୍‌ ଜସେପ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡାର୍‌ ପାଇ ବିବା ମାଙ୍ଗ୍‌ନି ଅଇରଇଲା । ମାତର୍‌ ସେମନର୍‌ ବିବା ନ ଅଇତେ ସୁକଲ୍‌ ଆତ୍‌ମାଇ ଅନି ଗାଗ୍‌ଡେ ଅଇରଇବାଟା ମରିୟମ୍‌ ଜାନିପାର୍‌ଲା ।
19 ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ।
୧୯ଜସେପ୍‌ ଗଟେକ୍‌ ଦରମ୍‌ ଲକ୍‌ ରଇଲା ଆରି ସବୁବେଲେ ସତ୍‌ କାମ୍‌ କର୍‌ତେରଇଲା । ଆରି ମରିୟମ୍‌କେ ଲକ୍‌ମନର୍‌ ଟାନେ ନିନ୍ଦା କାତା ସୁନାଇବାକେ ମନ୍‍ ନ କର୍‌ତେ ରଇଲା । ସେଟାର୍‌ପାଇ କେ ନାଜାନ୍‌ତେ ତାର୍‌ ବିବା ମାଙ୍ଗ୍‌ନି ପିଟାଇଦେବାକେ ଉପାଇ ପାଁଚ୍‌ତେ ରଇଲା ।
20 କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରୀୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି।
୨୦ସେ ଏନ୍ତି ଉପାଇ ପାଁଚ୍‌ଲା ବେଲେ, ଜସେପ୍‌କେ ଗଟେକ୍‌ ପର୍‌ମେସରର୍‌ ଦୁତ୍‌ ସପ୍‍ନେ ଦେକାଇ ଅଇ କଇଲା, ଏ ଦାଉଦର୍‌ ନାତିର୍‌ ତିତି ଜସେପ୍‌, ଡର୍‌ନାଇ । ମରିୟମ୍‌କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍‌ ଆତ୍‌ମାଇ ଅନି ସେ ଗାଗ୍‌ଡେ ଅଇଲାଆଚେ ।
21 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।”
୨୧ତାର୍‌ଟାନେଅନି ଗଟେକ୍‌ ପିଲା ଜନମ୍‌ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍‌, କାଇକେବଇଲେ ସେ ତାର୍‌ ଲକ୍‌ମନ୍‌କେ ସେମନର୍‌ ପାପେଅନି ଉଦାର୍‌ କର୍‌ସି ।
22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା,
୨୨ଆଇବା ଦିନ୍‌ମନ୍‌କେ କାଇଟା ଅଇସି ବଲି, ପର୍‌ମେସର୍‌ ଗଟେକ୍‌ ବବିସତ୍‌ବକ୍‌ତାକେ ପାଟାଇ ଜନ୍‌ କାତା ସୁନାଇରଇଲା, ସେଟା ପୁରାପୁରୁନ୍‌ ଅଇବାକେ ଏ ସବୁ ଅଇଲା ।
23 “ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ,” ଏହି ନାମର ଅର୍ଥ “ଆମ୍ଭମାନଙ୍କ ସହିତ ଈଶ୍ବର।”
୨୩ଗଟେକ୍‌ ଦାଙ୍ଗ୍‌ଡି ଗାଗ୍‌ଡେ ଅଇ ପିଲା ଜନମ୍‌ କର୍‌ସି, ଆରି ସେ ପିଲା ଲକ୍‌ମନର୍‌ ଟାନେ ଇମାନୁଏଲ୍‌ ବଲି ନାମାଇ ଅଇସି, ଏ ନାଉଁର୍‌ ଅରତ୍‌ ଅଇଲାନି, ପର୍‌ମେସର୍‌ ଆମର୍‌ ସଙ୍ଗ୍‌ ଆଚେ ।
24 ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ;
୨୪ଜସେପ୍‌ ସଇଲା ଟାନେଅନି ଉଟି, ପର୍‌ମେସରର୍‌ ଦୁତ୍‌ ଜେନ୍ତି କଇରଇଲା, ସେନ୍ତି କଲା । ମରିୟମ୍‌କେ ବିବା ଅଇଲା ।
25 କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।
୨୫ମାତର୍‌ ସେ ପିଲା ଜନମ୍‌ ନ ଅଇବା ଜାକ ମରିୟମ୍‌ ସଙ୍ଗ୍‍ ସୁଆବସା କରେନାଇ । ଜସେପ୍‌ ସେ ପିଲାକେ ଜିସୁ ବଲି ନାଉଁ ଦେଲା ।

< ମାଥିଉ 1 >