< ମାର୍କ 9 >
1 ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।
Ó sì wí fún wọn pé, “Lóòótọ́ ni mo wí fún un yín àwọn mìíràn wa nínú àwọn tó dúró níhìn-ín yìí, tí kì yóò tọ́ ikú wò, títí yóò fi rí ìjọba Ọlọ́run tí yóò fi dé pẹ̀lú agbára.”
2 ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।
Lẹ́yìn ọjọ́ mẹ́fà tí Jesu sọ̀rọ̀ yìí, Jesu mú Peteru, Jakọbu àti Johanu lọ sí orí òkè gíga ní apá kan. Kò sí ẹlòmíràn pẹ̀lú wọn, ara rẹ̀ sì yípadà níwájú wọn.
3 ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରିପାରେ ନାହିଁ।
Aṣọ rẹ̀ sì di dídán, ó sì funfun gbòò, tí alágbàfọ̀ kan ní ayé kò lè sọ di funfun bẹ́ẹ̀.
4 ପୁଣି, ମୋଶା ଏବଂ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ।
Nígbà náà ni Elijah àti Mose farahàn fún wọn, wọ́n sì bẹ̀rẹ̀ sí sọ̀rọ̀ pẹ̀lú Jesu.
5 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।
Peteru sì wí fún Jesu pé, “Rabbi, ó dára fún wa láti máa gbé níhìn-ín, si jẹ́ kí a pa àgọ́ mẹ́ta, ọ̀kan fun ọ, ọ̀kan fún Mose, àti ọ̀kan fún Elijah.”
6 କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ସେଥିପାଇଁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ।
Nítorí òun kò mọ ohun tí òun ìbá sọ, nítorí ẹ̀rù bà wọ́n gidigidi.
7 ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର।
Ìkùùkuu kan sì bò wọ́n, ohùn kan sì ti inú ìkùùkuu náà wá wí pé, “Èyí ni àyànfẹ́ ọmọ mi. Ẹ máa gbọ́ ti rẹ̀!”
8 ପୁଣି, ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।
Lójijì, wọ́n wo àyíká wọn, wọn kò sì rí ẹnìkankan mọ́, bí kò ṣe Jesu nìkan ṣoṣo ni ó sì wà pẹ̀lú wọn.
9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ।
Bí wọ́n ti ń sọ̀kalẹ̀ láti orí òkè, Jesu kìlọ̀ fún wọn kí wọ́n má ṣe sọ ohun tí wọ́n ti rí fún ẹnikẹ́ni títí Ọmọ Ènìyàn yóò fi jíǹde kúrò nínú òkú.
10 ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ।
Nítorí náà, wọ́n pa nǹkan náà mọ́ ní ọkàn wọn. Ṣùgbọ́n wọ́n ń béèrè lọ́wọ́ ara wọn ohun tí àjíǹde kúrò nínú òkú túmọ̀ sí.
11 ଆଉ, ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି?
Nísinsin yìí, wọ́n bẹ̀rẹ̀ sí í béèrè lọ́wọ́ rẹ̀, èéṣe tí àwọn olùkọ́ òfin ń sọ wí pé, “Elijah ní yóò kọ́kọ́ dé.”
12 ସେଥିରେ ସେ ସେମାନଙ୍କୁ କହିଲେ, ଏଲୀୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖାଅଛି?
Ó sì dáhùn ó sì wí fún wọn pé, “Lóòótọ́ ni Elijah yóò kọ́kọ́ dé yóò sì mú nǹkan gbogbo padà bọ̀ sípò. Àní gẹ́gẹ́ bí a ti kọ̀wé rẹ nípa ti Ọmọ Ènìyàn pé kò le ṣàìmá jìyà ohun púpọ̀ àti pé a ó sì kọ̀ ọ́ sílẹ̀.
13 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖାଅଛି, ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଅଛନ୍ତି।
Ṣùgbọ́n mo wí fún yín pé, Elijah ti wa ná, wọ́n sì ti ṣe ohunkóhun tí ó wù wọ́n sí i, gẹ́gẹ́ bí a ti kọ̀wé nípa rẹ̀.”
14 ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦ୍ଦିଗରେ ବହୁସଂଖ୍ୟକ ଲୋକ, ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି।
Nígbà tí wọ́n sọ̀kalẹ̀ pátápátá sí ẹsẹ̀ òkè náà, wọ́n bá ọ̀pọ̀lọpọ̀ ènìyàn tí wọ́n yí àwọn ọmọ-ẹ̀yìn mẹ́sàn-án ìyókù ká. Àwọn olùkọ́ òfin díẹ̀ sì ń bá wọn jiyàn.
15 ଲୋକସମୂହ ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ୱିତ ହେଲେ ଓ ଦୌଡ଼ିଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ।
Bí Jesu ti ń súnmọ́ ọ̀pọ̀ ènìyàn wọ̀nyí ni wọ́n ti bẹ̀rẹ̀ sí í wò ó pẹ̀lú ìbẹ̀rù, nígbà náà ni wọ́n sáré lọ kí i.
16 ସେଥିରେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଅଣ ବାଦାନୁବାଦ କରୁଅଛ?
Jesu béèrè lọ́wọ́ wọn pé, “Kí ló fa àríyànjiyàn?”
17 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋହର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି;
Ọkùnrin kan láàrín ọ̀pọ̀ ènìyàn dáhùn pé, “Olùkọ́, èmi ni mo mú ọmọ yìí wá fún ọ láti wò ó sàn. Kò lè sọ̀rọ̀ rárá, nítorí tí ó ní ẹ̀mí àìmọ́.
18 ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
Àti pé, nígbàkígbà tí ó bá mú un, á gbé e ṣánlẹ̀, a sì máa hó itọ́ lẹ́nu, a sì máa lọ́ eyín rẹ̀. Òun pàápàá a wá le gbagidi. Mo sì bẹ àwọn ọmọ-ẹ̀yìn rẹ kí wọn lé ẹ̀mí àìmọ́ náà jáde, ṣùgbọ́n wọ́n kò lè ṣe é.”
19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋʼ ପାଖକୁ ଆଣ।
Ó sì dá wọn lóhùn, ó wí pé, “Ẹ̀yin ìran aláìgbàgbọ́ yìí, èmi yóò ti bá a yín gbé pẹ́ tó? Èmi yóò sì ti mú sùúrù fún un yín pẹ́ tó? Ẹ mú ọmọ náà wá sọ́dọ̀ mi.”
20 ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ। ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା।
Wọ́n sì mú un wá sọ́dọ̀ rẹ̀: nígbà tí ó sì rí i, lójúkan náà ẹ̀mí náà nà án tàntàn ó sì ṣubú lu ilẹ̀, ó sì ń fi ara yílẹ̀, ó sì ń yọ ìfófó lẹ́nu.
21 ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ;
Jesu béèrè lọ́wọ́ baba ọmọ náà pé, “Ó tó ìgbà wo tí ọmọ rẹ̀ ti wà nínú irú ipò báyìí?” Baba ọmọ náà dáhùn pé, “Láti kékeré ni.”
22 ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ।
Nígbàkígbà ni ó sì máa ń gbé e sínú iná àti sínú omi, láti pa á run, ṣùgbọ́n bí ìwọ bá lè ṣe ohunkóhun, ṣàánú fún wa, kí o sì ràn wá lọ́wọ́.
23 ସେଥିରେ ଯୀଶୁ ତାହାକୁ କହିଲେ, କଅଣ କହିଲ? ଯଦି କରିପାରନ୍ତି! ଯିଏ ବିଶ୍ୱାସ କରେ, ତାʼ ପକ୍ଷରେ ସମସ୍ତ ସମ୍ଭବ।
“Jesu sì wí fún un pé, ‘Bí ìwọ bá le gbàgbọ́: ohun gbogbo ni ó ṣe é ṣe fún ẹni tí ó bá gbàgbọ́.’”
24 ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ।
Lójúkan náà baba ọmọ náà kígbe ní ohùn rara, ó sì wí pé, “Olúwa, mo gbàgbọ́, ran àìgbàgbọ́ mi lọ́wọ́.”
25 ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଥିବା ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ।
Nígbà tí Jesu rí i pé ọ̀pọ̀ ènìyàn ń péjọ sọ́dọ̀ wọn, ó bá ẹ̀mí àìmọ́ náà wí pé, “Ìwọ ẹ̀mí àìmọ́, adití àti odi, mo pàṣẹ fún ọ, kí ó jáde kúrò lára ọmọ yìí, kí ó má ṣe padà sí ibẹ̀ mọ́.”
26 ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା।
Òun sì kígbe ńlá, ó sì nà án tàntàn, ó sì jáde kúrò lára rẹ̀, ọmọ náà sì dàbí ẹni tí ó kú tó bẹ́ẹ̀ tí ọ̀pọ̀ ènìyàn ké wí pé, “Hé è, ọmọ náà ti kú.”
27 କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା।
Ṣùgbọ́n Jesu fà á lọ́wọ́, ó sì ràn án lọ́wọ́ láti dúró lórí ẹsẹ̀ rẹ̀. Ó dìde dúró.
28 ପୁଣି, ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ?
Nígbà tí ó sì wọ ilé, àwọn ọmọ-ẹ̀yìn rẹ̀ bi í léèrè níkọ̀kọ̀ wí pé, “Èéṣe tí àwa kò fi lè lé e jáde?”
29 ସେ ସେମାନଙ୍କୁ କହିଲେ, ପ୍ରାର୍ଥନା (ଏବଂ ଉପବାସ) ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ।
Ó sì wí fún wọn pé, “Irú èyí kò le ti ipa ohun kan jáde, bí kò ṣe nípa àdúrà.”
30 ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟ ଦେଇ ଯାତ୍ରା କଲେ, ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନ ଥିଲା;
Wọ́n sì kúrò níbẹ̀, wọ́n gba Galili kọjá. Níbẹ̀ ni Jesu ti gbìyànjú láti yẹra kí ó bá à lè wà pẹ̀lú àwọn ọmọ-ẹ̀yìn rẹ̀, kí ó lè ráàyè kọ́ wọn lẹ́kọ̀ọ́ sí i.
31 କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ।
Nítorí ó kọ́ àwọn ọmọ-ẹ̀yìn rẹ̀, ó sì wí fun wọn pe, “A ó fi Ọmọ Ènìyàn lé àwọn ènìyàn lọ́wọ́, wọn ó sì pa á, lẹ́yìn ìgbà tí a bá sì pa á tan yóò jíǹde ní ọjọ́ kẹta.”
32 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ ଏବଂ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
Ṣùgbọ́n ọ̀rọ̀ náà kò yé wọn, ẹ̀rù sì bà wọ́n láti béèrè lọ́wọ́ rẹ̀, ìtumọ̀ ohun tí ó sọ náà.
33 ପରେ ସେମାନେ କଫର୍ନାହୂମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ଶିଷ୍ୟମାନଙ୍କୁ ପଚାରିଲେ, ତୁମ୍ଭେମାନେ ବାଟରେ କଅଣ ତର୍କବିତର୍କ କରୁଥିଲ?
Wọ́n dé sí Kapernaumu. Lẹ́yìn tí wọ́n sinmi tán nínú ilé tí wọ́n wọ̀, Jesu béèrè lọ́wọ́ wọn pé, “Kí ni ohun tí ẹ́ ń bá ara yín jiyàn lé lórí?”
34 କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ, ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ।
Ṣùgbọ́n wọ́n dákẹ́; nítorí wọn ti ń bá ara wọn jiyàn pé, ta ni ẹni tí ó pọ̀jù?
35 ସେଥିରେ ଯୀଶୁ ଉପବେଶନ କରି ଦ୍ୱାଦଶ ଶିଷ୍ୟମାନଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ।
Ó jókòó, ó sì pè àwọn méjìlá náà, ó sọ fún wọn pé, “Bí ẹnikẹ́ni bá fẹ́ ṣe ẹni ìṣáájú, òun ni yóò ṣe ẹni ìkẹyìn gbogbo wọn. Ó ní láti jẹ́ ìránṣẹ́ gbogbo ènìyàn.”
36 ପୁଣି, ସେ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ,
Ó sì mú ọmọ kékeré kan, ó fi sáàárín wọn, nígbà tí ó sì gbé e sí apá rẹ̀, ó wí fún wọn pé,
37 ଯେ କେହି ମୋʼ ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେ କେହି ମୋତେ ଗ୍ରହଣ କରେ, ସେ କେବଳ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
“Ẹnikẹ́ni tí ó bá tẹ́wọ́gbà ọmọ kékeré bí èyí ní orúkọ mi, òun gbà mí. Ẹnikẹ́ni tí ó bá sì gbà mi, ó gba Baba mi, tí ó rán mi.”
38 ଯୋହନ ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭମାନଙ୍କ ଦଳରେ ନ ଥିବା ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ଦଳରେ ନ ଥିବାରୁ ତାହାକୁ ମନା କଲୁ।
Ọ̀kan nínú àwọn ọmọ-ẹ̀yìn rẹ̀, Johanu sọ fún un ní ọjọ́ kan pé, “Olùkọ́, àwa rí ọkùnrin kan, tí ń fi orúkọ rẹ̀ lé àwọn ẹ̀mí àìmọ́ jáde, ṣùgbọ́n a sọ fún un pé kò gbọdọ̀ ṣe bẹ́ẹ̀ mọ́, nítorí kì í ṣe ọ̀kan nínú wa.”
39 କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋʼ ନାମରେ ମହତର କାର୍ଯ୍ୟ କରି ହଠାତ୍ ମୋହର ନିନ୍ଦା କରିପାରିବ, ଏପରି ଲୋକ କେହି ନାହିଁ;
Jesu sì sọ fún un pé, “Má ṣe dá irú ènìyàn bẹ́ẹ̀ dúró, nítorí kò sí ẹnìkan ti ó fi orúkọ mi ṣe iṣẹ́ ìyanu tí yóò tún lè máa sọ ohun búburú nípa mi.
40 କାରଣ ଯେ ଆମ୍ଭମାନଙ୍କ ବିପକ୍ଷ ନୁହେଁ, ସେ ଆମ୍ଭମାନଙ୍କର ସପକ୍ଷ।
Nítorí ẹni tí kò bá kọ ojú ìjà sí wa, ó wà ní ìhà tiwa.
41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେ କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।
Lóòótọ́ ni mo sọ fún ún yín bí ẹnikẹ́ni bá fún un yín ní ife omi kan nítorí pé ẹ jẹ́ ti Kristi, dájúdájú ẹni náà kì yóò sọ èrè rẹ̀ nù bí ó ti wù kí ó rí.
42 ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
“Ṣùgbọ́n ti ẹnikẹ́ni bá mú ọ̀kan nínú àwọn ọmọ kékeré wọ̀nyí tí ó gbà mí gbọ́ ṣìnà nínú ìgbàgbọ́ rẹ́, ó sàn fún un kí a so òkúta ńlá mọ́ ọn ni ọ̀run, kí a sì sọ ọ́ sínú òkun.
43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
Bí ọwọ́ rẹ bá sì mú ọ kọsẹ̀, gé e sọnù, ó sàn fún ọ kí o ṣe akéwọ́ lọ sí ibi ìyè, ju kí o ní ọwọ́ méjèèjì, kí o lọ sí ọ̀run àpáàdì, sínú iná àjóòkú. (Geenna )
44 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] ()
45 ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ, ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
Bí ẹsẹ̀ rẹ bá sì mú ọ kọsẹ̀, gé é sọnù, ó sàn kí ó di akesẹ̀, kí o sì gbé títí ayé àìnípẹ̀kun ju kí o ní ẹsẹ̀ méjì tí ó gbé ọ lọ sí ọ̀run àpáàdì. (Geenna )
46 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] ()
47 ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ; (Geenna )
Bí ojú rẹ bá sì mú ọ kọsẹ̀, yọ ọ́ sọnù, ó sàn kí o wọ ìjọba Ọlọ́run pẹ̀lú ojú kan ju kí ó ní ojú méjì kí ó sì lọ sínú iná ọ̀run àpáàdì. (Geenna )
48 କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ()
Níbi ti “‘kòkòrò wọn kì í kú, tí iná kì í sì í kú.’
49 ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ।
Níbẹ̀ ni a ó ti fi iná dán ẹnìkọ̀ọ̀kan wò.
50 ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମ୍ଭେମାନେ ଆପଣାଠାରେ ଲବଣତ୍ଵ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।
“Iyọ̀ dára, ṣùgbọ́n tí ó bá sọ adùn rẹ̀ nù, báwo ni ẹ ṣè lè padà mú un dùn? Ẹ ni iyọ̀ nínú ara yín, ki ẹ sì máa gbé ní àlàáfíà pẹ̀lú ara yín.”