< ମାର୍କ 9 >
1 ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।
୧ଆରିତରେକ୍ ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କାତା କଇଲିନି । ସେଟାର୍ପାଇ ସୁନା, ଏବେ ଇତି ରଇବା କେତେ ଲକ୍ମନ୍, ପର୍ମେସର୍ ରାଜା ଅଇକରି ତାର୍ ରାଇଜ୍ ସାସନ୍ କର୍ବାଟା ନ ଦେକ୍ବା ଜାକ ନ ମରାସ୍ ।
2 ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।
୨ଚଅ ଦିନ୍ ପଚେ ଜିସୁ ପିତର୍ ଜାକୁବ୍ ଆରି ଜଅନକେ ତାର୍ ସଙ୍ଗ୍ ମିସ୍ତେ ଡାକିକରି କେ ନଇବା ଗଟେକ୍ ଡେଙ୍ଗ୍ ପର୍ବତ୍ ଉପ୍ରେ ଗାଲା । ସିତି ସେମନର୍ ମୁଆଟେ ତାର୍ ରୁପ୍ ବଦ୍ଲିଗାଲା ।
3 ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରିପାରେ ନାହିଁ।
୩ଆରି ତାର୍ ପଚିଆ ବେସି ଜଗ୍ଜଗି ଜାଇ, ଦବ୍ ଅଇଗାଲା । ଆରି ଏ ଦୁନିଆ ଇସାବେ କେ ମିସା ସେନ୍ତି ଦବ୍ କରି ଦଇନାପାରତ୍ ।
4 ପୁଣି, ମୋଶା ଏବଂ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ।
୪ଆରି ମସାର୍ ସଙ୍ଗ୍ ଏଲିୟ ଆରି ଜିସୁ ମିସ୍ତେ କାତାବାର୍ତା ଅଇବାଟା ସେମନ୍କେ ଡିସ୍ଲା ।
5 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।
୫ତେଇ ପିତର୍ ଜିସୁକେ କଇଲା, “ଏ ଗୁରୁ ଆମେ ଇତି ରଇବାଟା ନିକ । ଇତି ତିନ୍ଟା କୁଡିଆ ତିଆର୍ କରୁ । ତମର୍ପାଇ ଗଟେକ୍, ମସାର୍ପାଇ ଗଟେକ୍ ଆରି ଏଲିୟର୍ ପାଇ ଗଟେକ୍ ।”
6 କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ସେଥିପାଇଁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ।
୬ପିତର୍ କଇବା ବିସଇ କାଇଟା ବଲି ନିଜେ ନାଜାନି ରଇଲା । କାଇକେବଇଲେ ସେମନ୍ ବେସି ଡରିଜାଇରଇଲାଇ ।
7 ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର।
୭ଆରି ସେମନ୍କେ ମେଗର୍ ଚାଇ ଡାବିଅଇଦେଲା । ସେ ମେଗେଅନି ଏନ୍ତାରି କାତା ଅଇଲା, “ଏ ମର୍ ଆଲାଦର୍ ପ, ଆର୍ କାତା ସୁନା ।”
8 ପୁଣି, ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।
୮ଆରି ଅଟାତ୍ ସେମନ୍ ଚାରିବେଡ୍ତି ଦେକ୍ଲାଇ, ତାକର୍ ସଙ୍ଗ୍ ଜିସୁକେ ଚାଡି ଆରି କାକେ ମିସା ଦେକତ୍ ନାଇ ।
9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ।
୯ସେମନ୍ ପର୍ବତେ ଅନି ଉତର୍ଲାବେଲେ ଜିସୁ ସେମନ୍କେ ଡାଟ୍ ସଙ୍ଗ୍ ଆଦେସ୍ ଦେଇ ଏନ୍ତି ବଲି କଇଲା, “ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମୁଇ, ମଲାଟାନେଅନି ଆରିତରେକ୍ ନ ଉଟ୍ବା ଜାକ ଇତି କାଇକାଇଟା ତମେ ଦେକ୍ଲାସ୍, ସେ ବିସଇ କାକେମିସା ନ କୁଆ ।”
10 ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ।
୧୦ସେଟାର୍ପାଇ ପର୍ବତ୍ ଉପ୍ରେ ଜାଇଟା ସେମନ୍ ଦେକ୍ଲାଇ, ସେ ବିସଇ କାକେମିସା କଅତ୍ ନାଇ । ମାତର୍ ମଲାଟାନେଅନି ଆରିତରେକ୍ ଉଟ୍ବା ଅରତ୍ କାଇଟା ବଲିକରି ସେମନ୍ କାତାବାର୍ତା ଅଇତେରଇଲାଇ ।
11 ଆଉ, ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି?
୧୧ସିସ୍ମନ୍ ଜିସୁକେ ପାଚାର୍ଲାଇ, “ଏଲିୟ ପର୍ତୁମ୍ ଆଇବାର୍ ଆଚେ ବଲି ନିୟମ୍ ସିକାଇଦେବା ଲକ୍ମନ୍ କାଇକେ କଇଲାଇନି?”
12 ସେଥିରେ ସେ ସେମାନଙ୍କୁ କହିଲେ, ଏଲୀୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖାଅଛି?
୧୨ଜିସୁ ତାର୍ ସିସ୍ମନ୍କେ କଇଲା, “ଉଁ ପର୍ମେସରର୍ ବଇତେଇ ଏଲିୟ ଆଗ୍ତୁ ଆଇସି ବଲି ଲେକା ଅଇଲାକାତା ସତ୍ସେ । ଏଲିୟ ପର୍ତୁମ୍ ଆସିକରି ସବୁ ବିସଇ ଟିକ୍ କର୍ସି, ମାତର୍ ପର୍ମେସର୍ ଅନି ଆସିରଇବା ନର୍ପିଲା ମୁଇ ବେସି ବେସି କସ୍ଟ ପାଇବି ଆରି ଲକ୍ମନ୍ ମକେ ନ ନାମତ୍ ବଲି ମିସା କାଇ ପର୍ମେସରର୍ ବଇଟାନେ ଲେକା ଅଏନାଇ କି?
13 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖାଅଛି, ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଅଛନ୍ତି।
୧୩ମୁଇ ତମ୍କେ ସତ୍ କଇଲିନି, ଏବେ ଏଲିୟ ଆସି ସାର୍ଲା ଆଚେ । ଆରି ତାର୍ ବିସଇ ପର୍ମେସର୍ ଟାନେ କାଇଟା ଲେକା ଅଇଲା ଆଚେ, ସେ ସେନ୍ତିସେ ଲକ୍ମନ୍ ମିସା ତାକର୍ ନିଜର୍ ମନ୍ କଲା ଇସାବେ କରାପ୍ ଚଲାଚଲ୍ତି କଲାଇ ।”
14 ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦ୍ଦିଗରେ ବହୁସଂଖ୍ୟକ ଲୋକ, ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି।
୧୪ତାର୍ପଚେ ଜିସୁ, ପିତର୍, ଜାକୁବ୍ ଆରି ଜଅନ୍ ବିନ୍ ସିସ୍ମନର୍ ଲଗେ କେଟ୍ଲାବେଲେ ତେଇ ବେସି ଲକ୍ମନ୍ ରୁଣ୍ଡିରଇବାଟା ଦେକ୍ଲାଇ । ଆରି ନିୟମ୍ ସିକାଇଦେବା ଲକ୍ମନ୍ ସିସ୍ମନର୍ ସଙ୍ଗ୍ ଦଦାପେଲା ଅଇତେରଇଲାଇ ।
15 ଲୋକସମୂହ ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ୱିତ ହେଲେ ଓ ଦୌଡ଼ିଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ।
୧୫ଲକ୍ମନ୍ ଜେଡେବେଲ୍ ଜିସୁ ତେଇ ଆଇବାଟା ଦେକ୍ଲାଇ, ସାର୍ଦାରେ କାବା ଅଇଗାଲାଇ ଆରି ଜିସୁକେ ଦୁକ୍ ସୁକ୍ ପାଚାର୍ବାକେ ତାର୍ଲଗେ ପାଲାଇ ଆସି ଜୁଆର୍ କର୍ବାର୍ ଦାର୍ଲାଇ ।
16 ସେଥିରେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଅଣ ବାଦାନୁବାଦ କରୁଅଛ?
୧୬ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା, “ତମେ ନିୟମ୍ ସିକାଇବା ଲକ୍, ମର୍ ସିସ୍ମନର୍ ସଙ୍ଗ୍ କାଇ ବିସଇନେଇ ଦଦାପେଲା ଅଇତେରଇଲାସ୍?”
17 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋହର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି;
୧୭ସେ ମାନ୍ଦା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଡାକି କଇଲା, “ଏ ଗୁରୁ, ମୁଇ ମର୍ ପିଲାକେ ନିକ କର୍ବାକେ ତମର୍ ଟାନେ ଆନିରଇଲି । ତାର୍ ବିତ୍ରେ ଗଟେକ୍ କାରାପ୍ ଆତ୍ମା ପୁରିକରି ତାକେ କାତା ଅଇବାକେ ଦେଏ ନାଇ ।
18 ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
୧୮ସେ କରାପ୍ ଆତ୍ମା ପିଲାକେ ଦାର୍ଲାବେଲେ, ତାକେ ମଡିକରି ଅଦ୍ରାଇଦେଲାନି ଆରି ତାର୍ ଟଣ୍ଡେଅନି ପେପୁଲ୍ ବାରଇଲାନି ଆରି ସେ ଦାତ୍ କାତର୍ସି । ଆରି ତାର୍ ଗାଗଡ୍ ସିଦା ଅଇଜାଇସି । ମୁଇ ତାର୍ତେଇ ଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଇ ବଲି ତମର୍ ସିସ୍ମନର୍ ଲଗେ ଆନିରଇଲି । ମାତର୍ ତମର୍ ସିସ୍ମନ୍ ନାପାର୍ଲାଇ ।”
19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋʼ ପାଖକୁ ଆଣ।
୧୯ଜିସୁ ସେମନ୍କେ କଇଲା, “ଏ ପର୍ମେସର୍କେ ବିସ୍ବାସ୍ ନ ରଇବା ଆଜିକାଲିର୍ ଲକ୍ମନ୍, ତମେ ବିସ୍ବାସ୍ କର୍ବାକେ ଆରି କେତେ ଦିନ୍ ମୁଇ ତମର୍ ସଙ୍ଗ୍ ରଇବାର୍ ଆଚେ? ଆରି କେତେଦିନ୍ ମୁଇ ସାଆସ୍ ଦାରି ତମର୍ ସଙ୍ଗ୍ ରଇବାର୍ ଆଚେ? ସେ ପିଲାକେ ମର୍ଲଗେ ଆନା ।”
20 ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ। ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା।
୨୦ଆରି ଲକ୍ମନ୍ ସେ ପିଲାକେ ଜିସୁର୍ଲଗେ ଆନ୍ଲାଇ । ସେ କରାପ୍ ଆତ୍ମା ଜିସୁକେ ଦେକ୍ଲା ଦାପ୍ରେ ପିଲାକେ ତଲେ ମଡିକରି ଅଦ୍ରାଇଲା । ଆରି ଗୁଣ୍ଡ୍ଲି ଗୁଣ୍ଡ୍ଲି କରି ତାର୍ ଟଣ୍ଡେଅନି ପେପୁଲ୍ ବାରଇ ଜାଇତେରଇଲା ।
21 ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ;
୨୧ଜିସୁ ସେ ପିଲାର୍ ବାବାକେ ପାଚାର୍ଲା, “ଏ ପିଲା ଏନ୍ତି ଅଇ କେତେଦିନ୍ ଅଇଲା?” ପିଲାର୍ ବାବା କଇଲା, “ସାନ୍ବେଲେଅନି” ବଲି ।
22 ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ।
୨୨ଆରି ସେ କଇଲା, “ସେ କାରାପ୍ ଆତ୍ମା ପିଲାକେ ମରାଇବାକେ ବେସିତର୍ ପାନିଟାନେ ଆରି ଜଇଟାନେ ମଡିକରି ଅଦ୍ରାଇ ଆଚେ । ମାତର୍ ତୁଇ ଜଦି କାଇଟା କର୍ବାକେ ପାରୁସ୍ ବଇଲେ ଆମର୍ ପାଇ ଦୟାକରି ସାଇଜ କର୍ ।”
23 ସେଥିରେ ଯୀଶୁ ତାହାକୁ କହିଲେ, କଅଣ କହିଲ? ଯଦି କରିପାରନ୍ତି! ଯିଏ ବିଶ୍ୱାସ କରେ, ତାʼ ପକ୍ଷରେ ସମସ୍ତ ସମ୍ଭବ।
୨୩ଜିସୁ ତାକେ କଇଲା, “କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।”
24 ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ।
୨୪ସେ ଦାପ୍ରେ ପିଲାର୍ ବାବା ଆଉଲିଅଇକରି, “ମୁଇ ବିସ୍ବାସ୍ କଲିନି, ଆରି ଅଦିକ୍ ବିସ୍ବାସ୍ କର୍ବାକେ ମକେ ସାଇଜ କର୍ ।” ବଲିକରି କଇଲା ।
25 ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଥିବା ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ।
୨୫ଏ ଗଟ୍ନାର୍ କାମ୍ ଦେକ୍ବାକେ ଲକ୍ମନ୍ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍ ଆତ୍ମାକେ ଦମ୍କାଇକରି କଇଲା, “ଏ କରାପ୍ ଆତ୍ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍ । ଏ ପିଲାର୍ ଗାଗ୍ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍ ଗାଗ୍ଡେ ନ ପୁର୍, ବଲି ମୁଇ ତକେ ଆଦେସ୍ ଦେଲିନି ।”
26 ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା।
୨୬ଆରି କାରାପ୍ ଆତ୍ମା ବେସି ଆଉଲିଅଇକରି ପିଲାକେ ମଡିକରି ଅଦ୍ରାଇ, ତାର୍ଟାନେଅନି ବାରଇଗାଲା । ଆରି ପିଲା ମରିଗାଲା ଲକର୍ ପାରା ଡିସ୍ଲା, ଏନ୍ତିକି କେତେକ୍ ଲକ୍ମନ୍ “ସେ ମରିଗାଲା ।” ବଲିକରି କଇଲାଇ ।
27 କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା।
୨୭ମାତର୍ ଜିସୁ ସେ ପିଲାକେ ଆତେଦାରି ଉଟାଇକରି ତାକେ ଟିଆ କରାଇଲାକେ ସେ ଟିଆଅଇଲା ।
28 ପୁଣି, ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ?
୨୮ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଗର୍ ବିତ୍ରେ ଗାଲାପଚେ, ଲକ୍ମନ୍ କେ ନଇଲାବେଲେ ତାକେ ପାଚାର୍ଲାଇ, “ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ?”
29 ସେ ସେମାନଙ୍କୁ କହିଲେ, ପ୍ରାର୍ଥନା (ଏବଂ ଉପବାସ) ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ।
୨୯ଏ କାତା ସୁନି ଜିସୁ ସେମନ୍କେ କଇଲା, “ଏନ୍ତାରି କାରାପ୍ ଆତ୍ମା ପର୍ମେସର୍କେ ପାର୍ତନା କରିସେ କେଦ୍ବାର୍ ଅଇସି, ଆରି କାଇ ବାଟ୍ ନାଇ ।”
30 ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟ ଦେଇ ଯାତ୍ରା କଲେ, ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନ ଥିଲା;
୩୦ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ସେ ଜାଗା ଚାଡିକରି ଉଟିଗାଲାଇ । ସେମନ୍ ଗାଲିଲି ଦେସର୍ ବାଟ୍ଦେଇକରି ଜାଇତେରଇଲାଇ । ସେମନ୍ କନ୍ ଜାଗାଇ ଆଚତ୍ ବଲିକରି ଲକ୍ମନ୍ ନ ଜାନତ୍ ବଲି ଜିସୁ ମନ୍ କର୍ତେରଇଲା
31 କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ।
୩୧କାଇକେବଇଲେ ସେ ତାର୍ ସିସ୍ମନ୍କେ ସିକାଇ ଦେବାକେ ମନ୍ କର୍ତେରଇଲା । ଜିସୁ ତାର୍ ସିସ୍ମନ୍କେ କଇଲା, “ସତ୍ ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମକେ, ଲକ୍ମନର୍ ଆତେ ସର୍ପି ଦେବାଇ ଆରି ସେମନ୍ ମକେ ମରାଇଦେବାଇ । ମାତର୍ ମୁଇ ମରିକରି ତିନ୍ଦିନ୍ ଗାଲାପଚେ ଆରି ତରେକ୍ ମଲାଟାନେଅନି ଜିବନ୍ ଅଇ ଉଟ୍ବି ।”
32 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ ଏବଂ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
୩୨ମାତର୍ ଜିସୁ କଇବା ଏ କାତାର୍ ଅରତ୍ ସିସ୍ମନ୍ ବୁଜତ୍ ନାଇ ଆରି ସେମନ୍ ସେ କାତାର୍ ଅରତ୍ ପାଚାର୍ବାକେ ଡର୍ଲାଇ ।
33 ପରେ ସେମାନେ କଫର୍ନାହୂମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ଶିଷ୍ୟମାନଙ୍କୁ ପଚାରିଲେ, ତୁମ୍ଭେମାନେ ବାଟରେ କଅଣ ତର୍କବିତର୍କ କରୁଥିଲ?
୩୩ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଆଇଲାଇ ଆରି ସେମନ୍ ଗର୍ ବିତ୍ରେ ଗାଲାଇ । ତାର୍ପଚେ ଜିସୁ ସେମନ୍କେ ପାଚାର୍ଲା, “ତମେ ବାଟେ କନ୍ ବିସଇନେଇ ଦଦାପେଲା ଅଇତେରଇଲାସ୍?”
34 କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ, ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ।
୩୪ମାତର୍ ତାର୍ ସିସ୍ମନ୍ ଚିମ୍ରା ଅଇଦେଲାଇ । କାଇକେବଇଲେ ସେମନ୍ ବାଟେ, ଆମର୍ ବିତ୍ରେ ସବୁର୍ଟାନେଅନି କେ ବଡ୍ ବଲି ଦଦାପେଲା ଅଇତେରଇଲାଇ ।
35 ସେଥିରେ ଯୀଶୁ ଉପବେଶନ କରି ଦ୍ୱାଦଶ ଶିଷ୍ୟମାନଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ।
୩୫ଜିସୁ ବସ୍ଲା ଆରି ତାର୍ ବାର୍ଟା ସିସ୍ମନ୍କେ ତାର୍ଲଗେ ଡାକାଇ ସେମନ୍କେ କଇଲା, “ଜଦି କେ ମୁକିଆ ଅଇବାକେ ମନ୍ କଲେ, ସେ ସବୁର୍ଟାନେଅନି ସାନ୍ ଅଇବାର୍ ଆଚେ, ଆରି ସବୁଲକର୍ ସେବା କର୍ବାର୍ ଆଚେ ।”
36 ପୁଣି, ସେ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ,
୩୬ତାର୍ପଚେ ଜିସୁ ଗଟେକ୍ ସାନ୍ଟା ପିଲାକେ ନେଇକରି ସେମନର୍ ମୁଆଟେ ଟିଆ କରାଇ ସେମନ୍କେ କଇଲା,
37 ଯେ କେହି ମୋʼ ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେ କେହି ମୋତେ ଗ୍ରହଣ କରେ, ସେ କେବଳ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
୩୭“କେ କେ ମର୍ ଲାଗି ଏନ୍ତାରି ଗଟେକ୍ ସାନ୍ଟା ପିଲାକେ ନାମ୍ବାଇ, ସେମନ୍ ମକେ ନାମ୍ଲାଇନି, ଆରି କେ କେ ମକେ ନାମ୍ଲାଇନି, ସେମନ୍ ମକେ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବାକେ ନାମ୍ଲାଇନି ।”
38 ଯୋହନ ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭମାନଙ୍କ ଦଳରେ ନ ଥିବା ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ଦଳରେ ନ ଥିବାରୁ ତାହାକୁ ମନା କଲୁ।
୩୮ଜଅନ୍ ଜିସୁକେ କଇଲା, “ଏ ଗୁରୁ, ଗଟେକ୍ ଲକ୍ ତର୍ନାଉଁ ଦାରି ଲକ୍ମନର୍ଟାନେଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଟା ଆମେ ଦେକିକରି, ତାକେ ସେନ୍ତି ନ କର୍ ବଲି କଇଲୁ, କାଇକେବଇଲେ ସେ ଆମର୍ ନିଜର୍ ଲକ୍ ନଏଁ ।”
39 କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋʼ ନାମରେ ମହତର କାର୍ଯ୍ୟ କରି ହଠାତ୍ ମୋହର ନିନ୍ଦା କରିପାରିବ, ଏପରି ଲୋକ କେହି ନାହିଁ;
୩୯ମାତର୍ ଜିସୁ କଇଲା, “ତାକେ ଏନ୍ତି ନ କର୍ ବଲି ତେବାଆ ନାଇ କାଇକେବଇଲେ, ମର୍ ନାଉଁର୍ ବପୁ ପାଇକରି କାବା ଅଇଜିବା କାମ୍ମନ୍ କରିପାର୍ବା ଲକ୍, ମର୍ ବିରୁଦେ କାରାପ୍ କାତା ନ କଏ ।
40 କାରଣ ଯେ ଆମ୍ଭମାନଙ୍କ ବିପକ୍ଷ ନୁହେଁ, ସେ ଆମ୍ଭମାନଙ୍କର ସପକ୍ଷ।
୪୦କାଇକେବଇଲେ ଜେ ଆମ୍କେ ବିରଦ୍ ନ କରେ, ସେ ଆମର୍ ନିଜର୍ ଲକ୍ ।
41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେ କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।
୪୧ଆରି ମୁଇ ତମ୍କେ ସତ୍ କଇଲିନି, କେ ତମ୍କେ ମର୍ନାଉଁ ଦାରି ଗଟେକ୍ ଗିଲାସ୍ ପାନି କାଇବାକେ ଦେଇସିବଇଲେ, ସେଟାର୍ପାଇ ସତ୍ସେ ତାକେ ପୁରୁସ୍କାର୍ ମିଲ୍ସି ।”
42 ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
୪୨ଜିସୁ କଇବାର୍ ଦାର୍ଲା “ଜଦି କେ ମର୍ତେଇ ବିସ୍ବାସ୍ କରିରଇବା ଗଟେକ୍ ଲକ୍କେ, ସେ କରିରଇବା ବିସ୍ବାସ୍ ଚାଡିଦେବାକେ ପାପ୍କାମ୍ କରାଇଲାଇନି ବଇଲେ, ସେ ଲକର୍ ଗାଲାଇ ଜତା ପାକ୍ନା ବାନ୍ଦିକରି ତାକେ ସମ୍ଦୁରେ ପିଙ୍ଗିଦେବାଟା ତାର୍ପାଇ ନିକ ଅଇତା ।
43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
୪୩ଜଦି ତମର୍ ଆତ୍ ତମ୍କେ ପାପ୍ କରାଇଲାନି ବଇଲେ, ସେ ଆତ୍ କାଟିପାକାଆ । କାଇକେବଇଲେ ଜଡେକ୍ ଆତ୍ ରଇକରି ସବୁଦିନର୍ପାଇ ଜଇଲାଗ୍ବା ନର୍କେ ପେଲାଇଅଇବା ବାଦୁଲେ ଗଟେକ୍ ଆତ୍ ନ ରଇକରି ସର୍ଗେ କେଟ୍ବାଟା ନିକ ଅଇସି । (Geenna )
44 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] ()
୪୪କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ ।
45 ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ, ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
୪୫ଜଦି ତମର୍ ପାଦ୍ ତମ୍କେ ପାପ୍କାମ୍ କରାଇଲାନି ବଇଲେ, ସେ ପାଦ୍ କାଟି ପିଙ୍ଗିଦିଆସ୍ । ଜଡେକ୍ ପାଦ୍ ରଇକରି ନର୍କେ ପେଲାଇଅଇବା ବାଦୁଲେ ଚଟା ଅଇକରି ସର୍ଗେ କେଟ୍ବାଟା ତମର୍ପାଇ ନିକଅଇସି । (Geenna )
46 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] ()
୪୬କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ ।
47 ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ; (Geenna )
୪୭ଜଦି ତମର୍ ଆଁକିର୍ ଲାଗି ତମେ ବିସ୍ବାସ୍ ଆରାଇଲାସ୍ନି ବଇଲେ, ସେ ଆଁକି ବେଟି ପିଙ୍ଗିଦିଆସ୍ । କାଇକେବଇଲେ ଜଡେକ୍ ଆଁକି ରଇ ନର୍କେ ପେଲାଇଅଇବା ବାଦୁଲେ, ଗଟେକ୍ ଆଁକି ରଇକରି ସରଗ୍ ରାଇଜେ କେଟ୍ବାଟା ତମର୍ପାଇ ନିକରଇସି । (Geenna )
48 କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ()
୪୮କାଇକେବଇଲେ ନର୍କେ ସେମନର୍ କିଡା ନସ୍ଟ ନ ଅଅତ୍ ଆରି ଜଇ ନ ଲିବେ ।”
49 ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ।
୪୯“ଜେନ୍ତିକି ସୁନା ଜଇଟାନେ ପଡାଇକରି ନିର୍ମଲ୍ କଲାପାରା ସବୁ ଲକ୍ମନ୍କେ ଜଇସଙ୍ଗ୍ ନିର୍ମଲ୍ କର୍ବାଇ ।”
50 ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମ୍ଭେମାନେ ଆପଣାଠାରେ ଲବଣତ୍ଵ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।
୫୦“ନୁନ୍ ଗଟେକ୍ ନିମାନ୍ ଜିନିସ୍ । ମାତର୍ ନୁନ୍ ଜଦି ତାର୍ କରିଆ ଅଇବାଟା ଆରାଇସି ବଇଲେ ସେ ଆରି ତରେକ୍ କେନ୍ତାର୍ କରିଆ ଅଇପାର୍ସି? ତମେ ନୁନ୍ ପାରା ନିମାନ୍ ଗୁନେ ପୁରାପୁରୁନ୍ ଅଇ ସବୁଲକ୍ମନର୍ ସଙ୍ଗ୍ ମିସି ବିଡି କରି ସୁଆଲେ ରୁଆ” ବଲି କଇଲା ।