< ମାର୍କ 8 >

1 ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ,
ଏନ୍‌ ଦିପିଲିରେ ଆଡଃଗି ଗାଦେଲ୍‌ ହଡ଼କ ହୁଣ୍ଡିୟାନା, ଆଡଃ ଜଜମାଃକ ବାନଃ ହରାତେ, ୟୀଶୁ ଚେଲାକକେ ଆୟାଃତାଃତେ ହାକାଅକେଦ୍‌ତେ କାଜିୟାଦ୍‌କଆଏ,
2 “ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋʼ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ।
“ନେ ଗାଦେଲ୍‌ ହଡ଼କ ନାଗେନ୍ତେ ଆଇଁୟାଃ ଜୀଉ ବିଲ୍‌କାଅଃତାନା, ଚିୟାଃଚି ଆପି ମାହାଁଏତେ ଆଇଁୟାଃଲଃ ମେନାକଆ, ଆଡଃ ନାହାଁଃ ଇନ୍‌କୁତାଃରେ ଜମେୟାଃଁ ଜେତ୍‌ନାଃ ବାନଃଆ ।
3 ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି।”
ଇନ୍‌କୁକେ ସାମାଲାହିଦ୍ ଅଡ଼ାଃତେଇଙ୍ଗ୍‌ କୁଲ୍‌ତାକୁରେ ହରାକରେ ଲାଗାଉତାରଃଆକ, ଚିୟାଃଚି ଇନ୍‌କୁଏତେ ଚିମିନ୍‌କ ସାଙ୍ଗିନ୍‌କଏତେ ହିଜୁଆକାନାକ ।”
4 ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ?
ଇନିୟାଃ ଚେଲାକ କାଜିରୁହାଡ଼୍‌କିୟା, “ଅକଏ ନେ ସିଃସଏଃ ଠାୟାଦ୍‌ରେ ନିମିନାଙ୍ଗ୍‌ ଗାଦେଲ୍‌ ହଡ଼କ ନାଗେନ୍ତେ ବିୟଃଗି ଜମେୟାଃଁ ଏମ୍‌ଦାଡ଼ିୟାଏ?”
5 ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, ସାତୋଟି।
ୟୀଶୁ କୁଲିକେଦ୍‌କଆଏ, “ଆପେତାଃରେ ଚିମିନାଙ୍ଗ୍‌ ହଲଙ୍ଗ୍‌ ମେନା?” ଇନ୍‌କୁ କାଜିରୁହାଡ଼୍‌କିୟା, “ସାତ୍‌ଠୁ ହଲଙ୍ଗ୍‌ ।”
6 ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହିସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ।
ଇନିଃ ସବେନ୍‌ ହଡ଼କକେ ଅତେରେ ଦୁବ୍‌ପେ ମେତାଦ୍‌କଆଏ । ଏନ୍ତେ ଏନ୍‌ ସାତ୍‌ଠୁ ହଲଙ୍ଗ୍‌ ଇଦିକେଦ୍‌ତେ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମ୍‌କିୟାଏ, ଆଡଃ ଏନା କେଚାଃକେଦ୍‌ତେ ହଡ଼କକେ ହାଟିଙ୍ଗ୍‌ଆଁକ ନାଗେନ୍ତେ ଚେଲାତାୟାଃକକେ ଏମାଦ୍‌କଆଏ, ଆଡଃ ଇନ୍‌କୁକେ ହାଟିଙ୍ଗ୍‌ଆଁଁଦ୍‌କଆକ ।
7 ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ।
ଇନ୍‌କୁତାଃରେ ହୁଡିଙ୍ଗ୍‌ଲେକା ହୁପ୍‌ଡିଙ୍ଗ୍‌ ହାକୁ ତାଇକେନାକ, ଏନ୍‌ ହାକୁ ନାଗେନ୍ତେ ପାର୍‌ମେଶ୍ୱାର୍‌କେ ଧାନ୍ୟାବାଦ୍‌ ଏମ୍‌କିୟାଏ, ଆଡଃ ଏନାକେ ହାଟିଙ୍ଗ୍‌ ନାଗେନ୍ତେ ଚେଲାକକେ କାଜିକେଦ୍‌କଆଏ ।
8 ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ଟୋକେଇ ବଳକା ଭଙ୍ଗା ରୁଟି ଉଠାଇଲେ।
ଏନା ଜମ୍‌କେଦ୍‌ତେ ସବେନ୍‌କ ବି'ୟାନାକ, ଆଡଃ ସାରେଜାକାନ୍ କେଚାଃତେୟାଃକ ସାତ୍‌ ଟୁଙ୍କି ହାଲାଙ୍ଗ୍‌କେଦାଃକ ।
9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ।
ଏନ୍ତାଃରେ ଉପୁନ୍‌ ହାଜାର୍‌ ଲେକା ହଡ଼କ ତାଇକେନା ।
10 ତାହା ପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍‌ମନୂଥା ଅଞ୍ଚଳକୁ ଆସିଲେ।
୧୦ଆଡଃ ଇନିଃ ଇନ୍‌କୁକେ ବିଦାକେଦ୍‌କଚି, ଇମ୍‌ତାଗି ୟୀଶୁ ଆୟାଃ ଚେଲାକଲଃ ଲାଉକାରେ ଦେଏଃୟାନାଏ, ଆଡଃ ଦାଲ୍‌ମାନୁଥା ସିମ୍‌ନାତେ ସେନଃୟାନା ।
11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।
୧୧ଆଡଃ ଫାରୁଶୀକ ହିଜୁଃକେଦ୍‌ତେ ୟୀଶୁଲଃ ଏପ୍‌ରାଙ୍ଗ୍‌ଜାଗାର୍‌ ତାନ୍‌ଲଃ, ଇନିଃକେ ବିଡ଼ାଅ ନାଗେନ୍ତେ ଇନିଃ ସିର୍ମାଏତେ ହିଜୁଆକାନାଏ, ନେଆଁଁ ଉଦୁବ୍‌ ନାଗେନ୍ତେ ସିର୍ମାଏତେ ମିଆଁଦ୍‌ ଚିହ୍ନାଁକ ଆସିକିୟା ।
12 ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, “ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନ୍ୱେଷଣ କରୁଅଛି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ।”
୧୨ୟୀଶୁ ଜୀଉରେ ମାରାଙ୍ଗ୍‌ ସାହେଁଦ୍‌କେଦ୍‌ତେ କାଜିୟାଦ୍‌କଆଏ, “ଚିନାଃମେନ୍ତେ ନେ ପାରିୟାରେନ୍‌ ହଡ଼କ ପେଡ଼େଃରାଃ କାମିକ ରିକା ନାଗେନ୍ତେ କୁଲିତାନା? ଆଇଙ୍ଗ୍‌ ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ନେ ପାରିୟାରେନ୍‌ ହଡ଼କଆଃ ନାଗେନ୍ତେ ମିଆଁଦ୍‌ ଚିହ୍ନାଁହ କା ଏମଃଆ ।”
13 ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକୁ ବାହାରିଗଲେ।
୧୩ଇନିଃ ଇନ୍‌କୁକେ ବାଗିକେଦ୍‌ତେ, ଲାଉକାରେ ଦେଏଃରୁହାଡ଼୍‌ୟାନାଏ ଆଡଃ ଦରେୟା ହାନ୍‌ସାଃ ପାରମ୍‌ୟାନାଏ ।
14 ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା।
୧୪ୟୀଶୁଆଃ ଚେଲାକ ହଲଙ୍ଗ୍‌ ଇଦି ନାଙ୍ଗ୍‌କ ରିଡ଼ିଙ୍ଗ୍‌କେଦା ଆଡଃ ଲାଉକାରେ ମିଆଁଦ୍‌ଗି ହଲଙ୍ଗ୍‌ ଆକତାଃରେ ତାଇକେନା,
15 ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
୧୫ୟୀଶୁ କେଟେୟାନ୍‌ଗି କାଜିୟାଦ୍‌କଆଏ, “ନେଲେପେ, ଫାରୁଶୀକଆଃ ଆଡଃ ହେରୋଦ୍‌ଆଃ ହସଡ଼ ଇନିତୁ, ଅକଆଃଚି ରାନୁ ଲେକାଃ ଏନାଏତେ ଚିର୍ଗାଲାକାନ୍‌ ତାଇନ୍‌ପେ ।”
16 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ସେ ଏହା କହୁଅଛନ୍ତି।
୧୬ଇନ୍‌କୁଦ ଆକ ଆକରେକ ମେନ୍‌କେଦା, “ଆବୁତାଃରେ ହଲଙ୍ଗ୍‌କ ବାନଆଃ ଏନାମେନ୍ତେ ଇନିଃ ଆବୁକେ କାଜିୟାବୁତାନାଏ ।”
17 ସେ ତାହା ଜାଣି ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ?
୧୭ୟୀଶୁ ଇନ୍‌କୁଆଃ ଜୀଉରାଃ କାଜି ସାରିକେଦ୍‌ତେ ମେତାଦ୍‌କଆଏ, “ଆପେତାଃରେ ହଲଙ୍ଗ୍‌ ବାନଃ ମେନ୍ତେ ଚିକାନାଙ୍ଗ୍‌ ଆପେଗି ଉଡ଼ୁଃତାନା? ନାହାଁଃ ଜାକେଦ୍‌ କାପେଚି ସାରିକାଦା ଆଡଃ ଆଟ୍‌କାର୍‌ଉରୁମାକାଦା? ଆପେୟାଃ ମନ୍‌ ନାହାଁଃ ଜାକେଦ୍‌ଚି କେଟେଦ୍‌ଗିୟା?
18 ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ?
୧୮ମେଦ୍‌ ମେନାଃତେହ କା ଚିପେ ନେଲେତାନା? ଆଡଃ ଲୁତୁର୍‌ ମେନାଃତେହ କା ଚିପେ ଆୟୁମେତାନା? ଆଡଃ କା ଚିପେ ପାହାମେତାନା?
19 ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗାଯାଇଥିବା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ?” ସେମାନେ ତାହାଙ୍କୁ କହିଲେ, ବାର ଟୋକେଇ।
୧୯ମଣେୟାଁ ହଲଙ୍ଗ୍‌କେ କେଚାଃକେଦ୍‌ତେ ପାଞ୍ଚ୍‌ ହାଜାର୍‌ ହଡ଼କକେ ହାଟିଙ୍ଗ୍‌ଆଁଁଦ୍‌କଆ, ଜମ୍‌ ସାରେଜ୍‌କେଚାଃ ଚିମିନ୍‌ ଟୁଙ୍କିପେ ହାଲାଙ୍ଗ୍‌କେଦାଃ?” ଚେଲାକ କାଜିକିୟାଃ, “ବାରା ଟୁଙ୍କି ।”
20 “ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ?” ସେମାନେ କହିଲେ, ସାତ ଟୋକେଇ।
୨୦ଆଡଃ ଆଇଙ୍ଗ୍‌ “ଉପୁନ୍‌ ହାଜାର୍‌ ହଡ଼କ ନାଗେନ୍ତେ ସାତ୍‌ଠୁ ହଲଙ୍ଗ୍‌ କେଚାଃକେଦ୍‌ ଇମ୍‌ତାଙ୍ଗ୍‌, ସାରେଜାକାନ୍ କେଚାଃତେୟାଃ ଚିମିନ୍‌ ଟୁଙ୍କିପେ ହାଲାଙ୍ଗ୍‌କେଦାଃ?” ଇନ୍‌କୁଦ କାଜିକିୟାଃ “ସାତ୍‌ ଟୁଙ୍କିଲେ ହାଲାଙ୍ଗ୍‌କେଦା ।”
21 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ?”
୨୧ୟୀଶୁ ମେତାଦ୍‌କଆଏ, “ନାହାଁଃ ଜାକେଦ୍‌ ଚି କାପେ ଆଟ୍‌କାର୍‌ ଉରୁମେତାନା?”
22 ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।
୨୨ଏନ୍ତେ ଇନ୍‌କୁ ବେଥ୍‌ସାଇଦା ତେବାଃୟାନାକ, ଆଡଃ ହଡ଼କ ମିଆଁଦ୍‌ କାଏ ନେଲ୍‌ ଦାଡ଼ିତାନ୍‌ ହଡ଼କେ ୟୀଶୁତାଃତେକ ଆଉକିୟା ଆଡଃ ଇନିଃକେ ଜୁଟିଦ୍‌କେଦ୍‌ତେ ବୁଗିମେ ମେନ୍ତେକ ବିନ୍ତିକିୟା ।
23 ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ?
୨୩ୟୀଶୁ, ଏନ୍‌ କା ନେଲ୍‌ ଦାଡ଼ିତାନ୍‌ ହଡ଼ରାଃ ତିଃଇ ସାବ୍‌କେଦ୍‌ତେ ହାତୁଏତେ ଅଡଙ୍ଗ୍‌କିୟା । ଇନିୟାଃ ମେଦ୍‌ରେ ବେଏକ୍‌କିୟାଏ ଆଡଃ ଆୟାଃ ତିଃଇ ଇନିଃରେ ଦହକେଦ୍‌ତେ କୁଲିକିୟାଏ, “ଚିୟାଃ ଆମ୍‌ ଜେତ୍‌ନାଃମ୍‌ ନେଲେତାନା?”
24 ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଅଣ ଚାଲୁଥିବା ଦେଖୁଅଛି।
୨୪ଏନ୍‌ ହଡ଼ଦ ଆରିଦ୍‌କେଦାଏ ଆଡଃ କାଜିକେଦାଏ, “ଆଇଙ୍ଗ୍‌ ହଡ଼କକେ ସେନ୍‌ବାଡ଼ାତାନ୍‌ ଦାରୁଲେକାଇଙ୍ଗ୍‌ ନେଲ୍‌କତାନା ।”
25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା।
୨୫ୟୀଶୁ ଆଡଃମିସା ଇନିୟାଃ ମେଦ୍‌କେ ଜୁଟିଦ୍‌କେଦାଏ, ଏନ୍ତେ ଇନିଃ ନେଲ୍‌ ଦାଡ଼ିକେନାଏ, ଇନିଃ ବୁଗିୟାନାଏ ଆଡଃ ସବେନାଃ ଫାର୍‌ଚିଗି ନେଲ୍‌କେଦାଏ ।
26 ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, “ଏ ଗାଁ ଭିତରକୁ ସୁଦ୍ଧା ଯାଅ ନାହିଁ।”
୨୬ୟୀଶୁ ଇନିଃକେ ଅଡ଼ାଃତେ କୁଲ୍‌ ରୁହାଡ଼ିତାନ୍‌ଲଃ କାଜିକିୟାଏ, “ନେ ହାତୁତେ ଆଲମ୍‌ ସେନାଃ ।”
27 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମୁଁ କିଏ ବୋଲି ଲୋକେ କଅଣ କହନ୍ତି?”
୨୭ଏନ୍ତେ ୟୀଶୁ ଆୟାଃ ଚେଲାକଲଃ କାଇସରିୟା ଫିଲିପି ଦିଶୁମ୍‌ରାଃ ହାତୁକ ସେନଃତାନ୍‌ ଇମ୍‌ତା ଚେଲାକକେ କୁଲିକେଦ୍‌କଆ, “ଆଇଙ୍ଗ୍‌ ଅକଏ ତାନିଙ୍ଗ୍‌ ମେନ୍ତେ ହଡ଼କ କାଜିତାନା?”
28 ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲୀୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
୨୮ଇନ୍‌କୁ କାଜିରୁହାଡ଼୍‌କିୟାକ, “ଚିମିନ୍‌କ ବାପ୍ତିସ୍ମା ଏମଃନିଃ ଯୋହାନ୍‌, ଚିମିନ୍‌କ ଏଲିୟ ମେନ୍‌ଦ ଚିମିନ୍‌କ ନାବୀକଏତେ ମିହୁଡ଼୍‌ ତାନିଃ ମେନ୍ତେକ କାଜିତାନା ।”
29 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ।
୨୯ୟୀଶୁ ଇନ୍‌କୁକେ କୁଲିକେଦ୍‌କଆ, “ଆଇଙ୍ଗ୍‌ ଅକଏ ତାନିଙ୍ଗ୍‌ ମେନ୍ତେପେ କାଜିତାନା?” ପାତ୍‌ରାସ୍‌ କାଜିରୁହାଡ଼୍‌କିୟାଏ, “ଆମ୍‌ଗି ଖ୍ରୀଷ୍ଟ୍‌, ତାନ୍‌ମେ ।”
30 ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ।
୩୦ଏନ୍ତେ ୟୀଶୁ ଇନ୍‌କୁକେ ହୁକୁମ୍‌କେଦ୍‌କଆ, “ଆଇଙ୍ଗ୍‌ ଅକଏ ତାନିଙ୍ଗ୍‌ ନେ କାଜି ଜେତାଏତାଃରେ ଆଲ୍‌ପେ ଉଦୁବେୟାଃ ।”
31 ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ ହେବାକୁ ହେବ।
୩୧ଏନ୍ତେ ୟୀଶୁ ଆୟାଃ ଚେଲାକକେ ଇତୁ ଏଟେଦ୍‌କେଦ୍‌ଆଏ, “ଆଇଙ୍ଗ୍‌ ମାନୱାହନ୍‌ ତାନାଇଙ୍ଗ୍‌, ଆଇଙ୍ଗ୍‌କେ ପୁରାଃ ଦୁକୁ ସାହାତିଙ୍ଗ୍‌ ଲାଗାତିୟାଃଁ, ଆଡଃ ପ୍ରାଚିନ୍‌କ, ମୁଲ୍‌ ଯାଜାକ୍‌କ ଆଡଃ ଆଇନ୍‌ ଇତୁକ ଆଇଙ୍ଗ୍‌କେ ହିଲାଙ୍ଗ୍‌ଇଁୟା ଆଡଃ ଗଜିୟାଁ, ଆଡଃ ଆଇଙ୍ଗ୍‌ ଆପି ମାହାଁ ତାୟମ୍‌ତେ ଜୀଉ ବିରିଦାଇଙ୍ଗ୍‌ ।”
32 ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ।
୩୨ଆଡଃ ଇନିଃ ନେ ବିଷାଏ ଫାର୍‌ଚିଆନ୍‌ଗି ଇନ୍‌କୁକେ ଉଦୁବାଦ୍‌କଆ । ଏନ୍ତେ ପାତ୍‌ରାସ୍‌ ୟୀଶୁକେ ଗେନାତେ ଇଦିକିଃତେ ଏଗେର୍‌ଏଟେଦ୍‌କିୟାଏ ।
33 କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
୩୩ମେନ୍‌ଦ ୟୀଶୁ ହେତାରୁହାଡ଼୍‌କେଦ୍‌ତେ ଆୟାଃ ଚେଲାକସାଃ ଆରିଦ୍‌କେଦ୍‌ତେ, ପାତ୍‌ରାସ୍‌କେ ଏଗେର୍‌କିୟା, “ଏ ସାଏତାନ୍‌ ଆଇଁୟାଃତାଃଏତେ ଆତମେନ୍‌ମେ ଆମ୍‌ଦ ପାର୍‌ମେଶ୍ୱାର୍‌ଆଃ ଲେକା କାହା ମେନ୍‌ଦ ହଡ଼କଆଃ ଲେକାମ୍ ଉଡ଼ୁଃତାନା ।”
34 ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
୩୪ଏନ୍ତେ, ଗାଦେଲ୍‌ ହଡ଼କକେ ଆଡଃ ଚେଲାକକେ, ୟୀଶୁ କେଡ଼ାକେଦ୍‌କଆଏ ଆଡଃ ମେତାଦ୍‌କଆଏ, “ଜେତାଏ ହଡ଼ ଆଇଙ୍ଗ୍‌କେ ଅତଙ୍ଗ୍‌ ସାନାଙ୍ଗ୍‌ରେଦ ଇନିଃ ଆଇଃକ୍‌ ଆପାନ୍‌କେ ହିଲାଙ୍ଗ୍‌ଇକାଏ, ଆଡଃ ଆୟାଃ କ୍ରୁଶ୍‌ ଗଅଃକେଦ୍‌ତେ ଅତଙ୍ଗ୍‌ଇଙ୍ଗ୍‌କାଏ ।
35 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
୩୫ଚିୟାଃଚି ଆୟାଃ ଜୀଉ ବାଞ୍ଚାଅ ସାନାଙ୍ଗ୍‌ତାନ୍‌ନିଃ ଏନାଏ ଆଦେୟା, ମେନ୍‌ଦ ଆଇଙ୍ଗ୍‌ ମେନ୍ତେ ଆଡଃ ସୁକୁକାଜି ମେନ୍ତେ ଆୟାଃ ଜୀଉ ଆଦେନିଃ, ଏନାଏ ବାଞ୍ଚାଏୟା ।
36 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
୩୬ଜେତାଏ ହଡ଼ ଗଟା ଅତେଦିଶୁମ୍‌ ନାମ୍‌କେଦ୍‌ରେୟ ଆୟାଃ ଜୀଉକେ ଆଦେରେଦ ଇନିୟାଃ ଚିକାନ୍‌ ଫାଏଦା ହବାଅଆଃ?
37 ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ?
୩୭ଚାଏ ଜେତାଏ ହଡ଼ ଆୟାଃ ଜୀଉ ନାମ୍‌ରୁହାଡ଼େ ନାଗେନ୍ତେ ଚିନାଃଏ ଏମ୍‌ ଦାଡ଼ିୟା?
38 ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ।”
୩୮ନେ ପାରିୟାରେନ୍‌ ଆପାଙ୍ଗିର୍‌ ଆଡଃ ପାପିହଡ଼କଆଃ ଥାଲାରେ ଆଇଙ୍ଗ୍‌ ଆଡଃ ଆଇଁୟାଃ କାଜି ବିଷାଏରେ ଅକଏ ଗିହୁଗଃଆଏ, ଆଇଙ୍ଗ୍‌ ମାନୱାହନ୍‌ ତାନିଙ୍ଗ୍‌, ଆଇଙ୍ଗ୍‌ ପାବିତାର୍‌ ଦୁଁତ୍‌କଲଃ ଆପୁଇଁୟାଃ ମାନାରାଙ୍ଗ୍‌ରେ ହିଜୁଃରୁହାଡ଼୍‌ ଦିପିଲିରେ ଆଇଙ୍ଗ୍‌ହଗି ଏନ୍‌ ବିଷାଏରେ ଗିହୁଗଃଆଇଙ୍ଗ୍‌ ।”

< ମାର୍କ 8 >