< ମାର୍କ 8 >
1 ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ,
୧ସେବେଲେ ଆରି ତରେକ୍ ବେସି ଲକ୍ମନ୍ ମିସ୍ଲାଇ, ଆରି ସେମନର୍ ଲଗେ କାଇବା ପିଇବାକେ କାଇଟା ନ ରଇଲାଜେ ଜିସୁ ସିସ୍ମନ୍କେ ଲଗେଡାକି କଇଲା,
2 “ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋʼ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ।
୨“ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେବଇଲେ ଏମନ୍ ତିନ୍ଦିନ୍ ଅଇଲାନି ମର୍ ସଙ୍ଗ୍ ଆଚତ୍ ଆରି ଏମନର୍ ଲଗେ କାଇବାକେ କାଇଟା ମିସା ନାଇ ।
3 ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି।”
୩ତେବେ ମୁଇ ସେମନ୍କେ ନ କୁଆଇତେ ଗରେ ପାଟାଇଲେ, ବାଟେ ସେମନର୍ ଚେତା ଆଜିଜାଇସି, ସେମନର୍ ବିତ୍ରେ କେତେକ୍ ଲକ୍ ଦୁରେଅନି ଆସି ଆଚତ୍ ।”
4 ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ?
୪ସିସ୍ମନ୍ ତାକେ କଇଲାଇ, “ଇତି ଏ ଚିମ୍ରା ଜାଗାଇ ଲକ୍ ନ ରଇବାଟାନେ କନ୍ତିଅନି ରୁଟି ଆନି ଏମନ୍କେ ପେଟ୍ ପୁରାଇବାର୍?”
5 ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, ସାତୋଟି।
୫ଜିସୁ ସେମନ୍କେ ପାଚାର୍ଲା, “ତମର୍ଲଗେ କେତେଟା ରୁଟିଆଚେ?” ସେମନ୍ କଇଲାଇ, “ସାତ୍ଟା ।”
6 ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହିସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ।
୬ତେଇ ଜିସୁ ସେ ସବୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା, ଆରି ସେ ସାତ୍ଟା ରୁଟି ଦାରିକରି ପର୍ମେସର୍କେ ଦନିଅବାଦ୍ ଦେଇ ସେଟା ସବୁ ବାଙ୍ଗାଇକରି ବାଟାକରିଦେବାକେ ତାର୍ ସିସ୍ମନ୍କେ ଦେଲା । ଆରି ସେମନ୍ ଲକ୍ମନ୍କେ ସେଟା ବାଟାକଲାଇ ।
7 ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ।
୭ସେମନର୍ ଲଗେ ଜଡେକ୍ ପାରା କେତେଟା ସାନ୍ ମାଚ୍ ରଇଲା, ସେଟା ମିସା ସେ ପର୍ମେସର୍କେ ଦନିଅବାଦ୍ ଦେଇ ବାଟାକର୍ବାକେ କଇଲା ।
8 ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ଟୋକେଇ ବଳକା ଭଙ୍ଗା ରୁଟି ଉଠାଇଲେ।
୮ତେଇ ସେମନ୍ ସବୁ ଲକ୍ ପେଟ୍ପୁର୍ତେ କାଇଲାଇ ଆରି ଅଗଲ୍ଲାଟା ସାତ୍ଡାଲା ବେଟ୍ଲାଇ ।
9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ।
୯ତେଇ ଚାରିଅଜାର୍ ଲକ୍ମନ୍ ରଇଲାଇ ।
10 ତାହା ପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍ମନୂଥା ଅଞ୍ଚଳକୁ ଆସିଲେ।
୧୦ତାର୍ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଲା ଆରି ନିଜର୍ ସିସ୍ମନର୍ ସଙ୍ଗ୍ ଡଙ୍ଗାଇ ଚଗି ଦଲ୍ମନୁତା ନାଉଁର୍ ଗଟେକ୍ ଜାଗାଇ ଆଇଲା ।
11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।
୧୧ପଚେ ପାରୁସିମନ୍ ବାରଇ ଆସି ଜିସୁର୍ ସଙ୍ଗ୍ ଦଦାପେଲା ଅଇବାର୍ ଦାର୍ଲାଇ । ତାକେ ପରିକା କର୍ବାକେ ପାନ୍ଦେ ପାକାଉଁ ବଲି ମନ୍କରି, ସେ ଜେ ପର୍ମେସର୍ଟାନେଅନି ଆସିଆଚେ, ଏଟା ଦେକାଇବାକେ ଆକାସେଅନି ଗଟେକ୍ କାବାଅଇଜିବା ଚିନ୍ ଦେକାଆ ବଲି କଇଲାଇ ।
12 ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, “ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନ୍ୱେଷଣ କରୁଅଛି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ।”
୧୨ଜିସୁ ଗଟେକ୍ ଡେଙ୍ଗ୍ପୁଣ୍ଡା ପୁଣ୍ଡିକରି କଇଲା, “ଏବର୍ ଲକ୍ମନ୍ କାଇକେ କାବା ଅଇବା ଚିନ୍ ମାଙ୍ଗ୍ଲାଇନି? ମୁଇ ତମ୍କେ ସତ୍ କଇଲିନି, ଆଜିକାଲିର୍ ଏ ଲକ୍ମନ୍କେ କାବା ଅଇବା କାଇ ଚିନ୍ ମିସା ଦେକାଇ ନଏଁ ।”
13 ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକୁ ବାହାରିଗଲେ।
୧୩ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ ସେମନ୍କେ ତେଇ ଚାଡି ଡଙ୍ଗାଇ ଚଗି ଆରି ତରେକ୍ ଗାଡ୍ ସେପାଟେ ଗାଲା ।
14 ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା।
୧୪ଜିସୁର୍ ସିସ୍ମନ୍ ଡଙ୍ଗାଇ ଗାଲାବେଲେ କାଇବାକେ ରୁଟି ନେବାକେ ପାସ୍ରିଜାଇରଇଲାଇ । ସେମନର୍ଟାନେ ଏକାଇ ଗଟେକ୍ ସେ ରୁଟି ରଇଲା ।
15 ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
୧୫ଜିସୁ ସେମନ୍କେ ଜାଗ୍ରତ୍ କରାଇ କଇଲା, “ପାରୁସିମନର୍ ଆରି ଏରଦର୍କମିର୍ ଅନି ତରିକ୍ନା ଅଇ ରୁଆ ।”
16 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ସେ ଏହା କହୁଅଛନ୍ତି।
୧୬ଏଟା ସୁନି ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କାତାବାର୍ତା ଅଇକରି କଇଲାଇ, “ଆମର୍ଲଗେ କାଇବାକେ ରୁଟିନାଇ ବଲି ସେ ଏନ୍ତାରି କଇଲାଇନି ।”
17 ସେ ତାହା ଜାଣି ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ?
୧୭ସେମନ୍ କାଇ ବିସଇନେଇ କାତାବାର୍ତା ଅଇଲାଇନି ବଲି ଜିସୁ ଜାନିକରି ସେମନ୍କେ କଇଲା, “ତମର୍ ଲଗେ ଜେତ୍କି ଦର୍କାର୍ ଆଚେ, ସେତ୍କି ରୁଟିନାଇ ବଲିକରି ତମେ କାଇକେ କାତାବାର୍ତା ଅଇଲାସ୍ନି? ଏବେଜାକ ତମେ କାଇ ଦେକାସ୍ ନାଇ କି ବୁଜାସ୍ନାଇ? ତମର୍ ମନ୍ କାଇ ଆଁଟ୍ ଅଇଗାଲା ଆଚେ କି?
18 ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ?
୧୮ଆଁକି ରଉ ରଉ ଦେକାସ୍ ନାଇ? ଆରି, କାନ୍ ରଉ ରଉ ସୁନାସ୍ ନାଇ? ଆମର୍ଟାନେ ଜେଡେବେଲେ କାଇବାକେ ଉନା ରଇଲା, ସେ ବେଲେ ମୁଇ କାଇଟା କରିରଇଲି? ସେ ବିସଇ ତମେ ଏତାଆସ୍ ନାଇକି?
19 ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗାଯାଇଥିବା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ?” ସେମାନେ ତାହାଙ୍କୁ କହିଲେ, ବାର ଟୋକେଇ।
୧୯ମୁଇ ଜେଡେବେଲେ ପାଁଚ୍ ଅଜାର୍ ଲକର୍ ବିତ୍ରେ ପାଁଚ୍ଟା ରୁଟିବାଙ୍ଗାଇ ରଇଲି, ସେଡ୍କି ବେଲେ ତମେମନ୍ ସବୁ କେତେକ୍ ଡାଲା ବାଙ୍ଗ୍ଲା କଣ୍ଡ୍ ବେଟି ନେଇ ରଇଲାସ୍, ସେଟାକାଇ ତମର୍ ମନେ ନାଇ?” ସେମନ୍ ତାକେ କଇଲାଇ, “ବାର ଡାଲା ।”
20 “ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ?” ସେମାନେ କହିଲେ, ସାତ ଟୋକେଇ।
୨୦“ଆରି, ସେ ଚାରି ଅଜାର୍ ଲକର୍ ବିତ୍ରେ ମୁଇଁ ଜେଡେବେଲ୍ ସାତଟା ରୁଟି ବାଙ୍ଗାଇ ରଇଲି, ସେଡ୍କିବେଲେ ତମେମନ୍ ସବୁ କେତେକ୍ ଡାଲା ବାଙ୍ଗ୍ଲା କଣ୍ଡ୍ ଟୁଲିଆଇ ରଇଲାସ୍?” ସେମନ୍ କଇଲାଇ “ସାତ୍ ଡାଲା ।”
21 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ?”
୨୧ଆରି ଜିସୁ ସେମନ୍କେ ପାଚାର୍ଲା, “ମୁଇ କାଇଟା କଇଲିନି, ତମେ କେନ୍ତି ବୁଜାସ୍ ନାଇ?”
22 ପରେ ସେମାନେ ବେଥ୍ସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।
୨୨ପଚେ ସେମନ୍ ବେତସାଇଦାଇ ଉଟି ଆଇଲାଇ, ଆରି ତେଇ କେତେକ୍ ଲକ୍ମନ୍ ଗଟେକ୍ କାଣାଲକ୍କେ ଜିସୁର୍ ଲଗେ ଆନିକରି ତାକେ ଚିଇକରି ନିକ କର୍ବାକେ କଇଲାଇ ।
23 ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ?
୨୩ଜିସୁ ତାକେ ଆତେଦାରି ଗାଉଁ ବାଇରେ ଡାକିନେଲା, ଆରି ତୁକିକରି ତାର୍ ଲାଲ୍ ସେ କାଣାର୍ ଆଁକିତେଇ ଲାଗାଇଲା । ତାର୍ମୁଣ୍ଡେ ଆତ୍ ସଙ୍ଗଇକରି “ତୁଇ ଅଲପ୍ ମିସା ଦେକି ପାର୍ଲୁସ୍ନି କି?” ବଲି ପାଚାର୍ଲା ।
24 ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଅଣ ଚାଲୁଥିବା ଦେଖୁଅଛି।
୨୪ସେ ଚାରିବେଡ୍ତି ଦେକିକରି କଇଲା, “ମୁଇ ଲକ୍ମନ୍ ଇଣ୍ଡ୍ବାଟା ଦେକିପାର୍ଲିନି, ମାତର୍ ସେମନ୍ ଗଚ୍ପାରା ଡିସ୍ଲାଇନି” ବଲିକରି କଇଲା ।
25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା।
୨୫ଜିସୁ ଆରିତରେକ୍ ସେ କାଣାଲକର୍ ଆଁକିତେଇ ଆତ୍ସଙ୍ଗ୍ ଚିଇଲା । ସେଦାପ୍ରେ ଅନି ତାର୍ ଆଁକି ନିମାନ୍ ଅଇଗାଲା ଆରି ପୁରାପୁରୁନ୍ ନିମାନ୍ ଦେକିପାର୍ଲା ।
26 ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, “ଏ ଗାଁ ଭିତରକୁ ସୁଦ୍ଧା ଯାଅ ନାହିଁ।”
୨୬ଆରି ଜିସୁ ତାକେ କଇଲା, “ଏବେ ତୁଇ ଗାଏଁ ନ ଜାଆ, ମାତର୍ ତର୍ ନିଜର୍ ଗରେ ଉଟିଜା” ବଲିକରି ପାଟାଇଦେଲା ।
27 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମୁଁ କିଏ ବୋଲି ଲୋକେ କଅଣ କହନ୍ତି?”
୨୭ତାର୍ପଚେ ଜିସୁ ଆରି ତାର୍ ସିସ୍ମନ୍ କାଇସେରିଆ ପିଲିପ୍ ନାଉଁର୍ ଗଡ୍ଲଗେ ରଇବା ଚାରିବେଡ୍ତିର୍ ଗାଉଁ ମନ୍କେ ଗାଲାଇ । ବାଟେ ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା, “ଲକ୍ମନ୍ ମକେ କେ ବଲିକରି ବାବ୍ଲାଇନି?”
28 ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲୀୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
୨୮ସେମନ୍ ତାକେ କଇଲାଇ, “କେତେ ଲକ୍ମନ୍ ତମ୍କେ ଡୁବନ୍ ଦେଉ ଜଅନ୍ ବଲିକରି କଇଲାଇନି, ଆରି ଅଦେକ୍ ଲକ୍ମନ୍ ତମ୍କେ ଆଗର୍ ଏଲିୟ ବଲି କଇଲାଇନି ଆରି କେତେଲକ୍ ତମ୍କେ ପର୍ମେସରର୍ଟାନେଅନି ଆଦେସ୍ ପାଇ ଆସି, କାତାଅଇବା ବବିସତ୍ବକ୍ତା ମନର୍ଟାନେଅନି ଗଟେକ୍ଲକ୍ ବଲି କଇଲାଇନି ।”
29 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ।
୨୯ଆରି ତମେ ମକେ କେ ବଲିକରି ବାବ୍ଲାସ୍ନି? ବଲି ଜିସୁ ସେମନ୍କେ ପାଚାର୍ଲା । ପିତର୍ କଇଲା, “ତୁଇ ପର୍ମେସର୍ ପାଟାଇରଇବା ଉଦାର୍କାରିଆ କିରିସ୍ଟ” ବଲି କଇଲା ।
30 ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ।
୩୦ତେଇ ଜିସୁ ସେମନ୍କେ ଡାଟ୍ସଙ୍ଗ୍ ଜାଗ୍ରତା କରାଇ କଇଲା, “ମୁଇ କେ ବଲି କାକେ ନ କୁଆ ।”
31 ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ ହେବାକୁ ହେବ।
୩୧ତାର୍ପଚେ ଜିସୁ, ପର୍ମେସର୍ ଅନି ଆଇଲା ନର୍ପିଲାକେ କାଇ କାଇଟା ଅଇସି ବଲି ତାର୍ ସିସ୍ମନ୍କେ ସିକାଇଦେବାର୍ ଦାର୍ଲା । ସେ କଇଲା, “ପର୍ମେସରର୍ଟାନେଅନି ଆଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ପାଇବାର୍ ଆଚେ । ମୁକିଅ ନେତାମନ୍, ମୁକିଅ ପୁଜାରିମନ୍, ଆରି ନିୟମ୍ ସିକାଇଦେବା ଲକ୍ମନ୍ ମକେ ନ ନାମତ୍ । ସେମନ୍ ମକେ ମରାଇବାଇ ଆରି ତିନ୍ଦିନ୍ ଗାଲାପଚେ ମୁଇ ଆରି ତରେକ୍ ମଲାତେଇଅନି ଜିବନ୍ ଅଇ ଉଟ୍ବି ।”
32 ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ।
୩୨ଏ ସବୁ ବିସଇର୍ କାତା ଜିସୁ ତାର୍ ସିସ୍ମନ୍କେ କାଇଟାମିସା ନ ଲୁଚାଇକରି କୁଲାକୁଲି ବାବେ କଇଦେଲା । ସେ ବେଲା ପିତର୍ ଜିସୁକେ ଅଁତ୍ରେ ଡାକିନେଇକରି କଇଲା, “ତମେ କଇବା କାତା ସବୁ ସେନ୍ତି ନ ଅ ।”
33 କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
୩୩ଜିସୁ ପିଟିବାଟେ ପାସ୍ଲି ତାର୍ ସିସ୍ମନ୍କେ ଦେକ୍ଲା ଆରି ପିତର୍କେ କଇଲାଇ, “ତୁଇ ଏ କାତା ସଇତାନେଅନି କଇଲୁସ୍ନି, ତୁଇ ମର୍ଟାନେଅନି ଉଟି ଜା । ତୁଇ ପର୍ମେସର୍ ପାରା ଚିନ୍ତା ନ କରି ଲକ୍ମନର୍ ପାରା ଚିନ୍ତା କଲୁସ୍ନି ।” ବଲି କଇଲାଇ ।
34 ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
୩୪ତାର୍ପଚେ ଜିସୁ ସିସ୍ମନ୍କେ ଆରି ଲକ୍ମନ୍କେ ତାର୍ଲଗେ ଡାକିକରି କଇଲାଇ “କେ ମର୍ ସିସ୍ ଅଇବାକେ ମନ୍ କଲାନି ବଇଲେ, ସେ ତାର୍ ନିଜର୍ ମନ୍ କଲାଟା ଚାଡିଦେଇକରି କୁର୍ସତେଇ ମର୍ବା ଲକ୍ମନ୍ ପାଇବା ଦୁକ୍ କସ୍ଟ ପାରା ଦୁକ୍ କସ୍ଟ ପାଇବାକେ, ତିଆର୍ ଅଇକରି ମର୍ସଙ୍ଗ୍ ଆଇବାର୍ ଆଚେ ।
35 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
୩୫ମାତର୍ କେ ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି, ସେ ସେଟା ଆରାଇସି, ମାତର୍ ଜେ ମର୍ ଲାଗି ଆରି ସୁବ୍କବର୍ ଜାନାଇବାକେ ତାର୍ ଜିବନ ଆରାଇସି ବଇଲେ, ସେ ତାର୍ ଜିବନ୍ ରକିଆ କର୍ସି ।
36 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
୩୬ଜଦି ଗଟେକ୍ ଲକ୍ ଦୁନିଆର୍ ସବୁ ଜିନିସ୍ ପାଇକରି, ନିଜର୍ ଜିବନ୍ ଆରାଇସି, ସେଟା ତାର୍ପାଇ କାଇ ଲାବ୍ ନାଇ ।
37 ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ?
୩୭ଆରି ତାର୍ ଆତ୍ମାର୍ ବାଦୁଲେ କାଇଟା ଦେଲେ ମିସା ସମାନ୍ ନ ଅଏ ।
38 ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ।”
୩୮ପର୍ମେସର୍କେ ଚାଡିକରି ରଇବା ଏ କାରାପ୍ ଦୁନିଆଇ, ଲକ୍ମନ୍ ଜଦି ମର୍ ଲାଗି ଆରି ମର୍ କାତାର୍ ଲାଗି ଲାଜ୍ ଅଇବାଇ, ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ ମିସା ମର୍ ବାବାର୍ ବେସି ଉଜଲ୍ ଆରି ଡାକ୍ପୁଟା ସଙ୍ଗ୍ ଆରି ସରଗର୍ ସୁକଲ୍ ଦୁତ୍ମନର୍ ସଙ୍ଗ୍ ଆଇଲାବେଲେ, ସେମନ୍କେ ମର୍ଲକ୍ମନ୍ ବଲି କଇବାକେ ମୁଇ ମିସା ଲାଜ୍ ଅଇବି ।”