< ମାର୍କ 6 >
1 ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ।
୧ଜୀସୁ ଏ଼ ଟା଼ୟୁ ପିସାନା ତା଼ନୁ ପାଡାଆ଼ତି ନା଼ୟୁଁତା ହାଚେସି ଇଞ୍ଜାଁ ତାନି ସୀସୁୟାଁ ତାନି ଜେ଼ଚ ହାଚେରି ।
2 ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ; ଆଉ ଅନେକେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହିସବୁ କେଉଁଠାରୁ ହେଲା? ପୁଣି, ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କଅଣ?
୨ଜ଼ମିନି ଦିନା ୱା଼ହାଲିଏ, ଏ଼ୱାସି ଜୀହୁଦି ଲ଼କୁତି କୁଟମି ଇଲୁତା ଜା଼ପ୍ହାଲି ମା଼ଟ୍ହେସି; ଇଞ୍ଜାଁ ହା଼ରେକା ତାନି କାତା ୱେଞ୍ଜାନା କାବା ଆ଼ହାଁ ଏଲେଇଚେରି, “ଈୱାଣାକି ଈ ବାରେ ଏମ୍ବିଟି ଆ଼ତେ? ଈୱାସି ଇଲେତି ବୁଦି ଏ଼ନିକିଁ ପୁଚେସି? ଇଞ୍ଜାଁ ଇଲେତି କାବାଆ଼ନି କାମା ଏ଼ନି ବା଼ଡ଼୍ୟୁ ତଲେ କିହିମାନେସି?”
3 ଏ କି ସେହି ବଢ଼େଇ ନୁହେଁ? ଏ କି ମରୀୟମର ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନର ଭାଇ ନୁହେଁ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ।
୩ଈୱାସି ଏ଼ ବାଡିୟାତି ମୀର୍ଏସି ଆ଼ଏକି? ଈୱାସି ମରିୟମନି ମୀର୍ଏସି ଇଞ୍ଜାଁ ଜାକୁବ, ଜସି, ଜୀହୁଦା ଇଞ୍ଜାଁ ସିମନତି ତାୟି ଆ଼ଏକି? ଇଞ୍ଜାଁ ତାମି ତାଙ୍ଗିସ୍କା ଇମ୍ବାଆଁ ମା଼ ତଲେ ହିଲାଉ କି? ଅ଼ଡ଼େ ଏ଼ୱାରି ଏ଼ୱାଣାଇଁ ଅ଼ପାଆତେରି ।
4 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।”
୪ଏମ୍ବାଟିଏ ଜୀସୁ ଏ଼ୱାରାଇଁ ଏଲେଇଚେସି, “ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି ଏଟ୍କା ଲ଼କୁ ତା଼ଣାଟି ମା଼ନି ବେଟାଆ଼ନେରି ସାମା ତାମି ନା଼ୟୁଁତି ଲ଼କୁ ଇଞ୍ଜାଁ ତାମି ଇଲୁ କୁଟମିତି ଲ଼କୁ ଏ଼ୱାଣାଇଁ ମା଼ନି କିଅରି ।”
5 ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରିପାରିଲେ ନାହିଁ।
୫ଇଞ୍ଜାଁ ଏଚରଜା଼ଣା ର଼ଗ ଗାଟାରାଇଁ କେୟୁ ଇଟାନା ନେହିଁ କିନାଣି ପିସ୍ପେ ଏ଼ ଟା଼ୟୁତା ଏ଼ନି ବା଼ଡ଼୍ୟୁତି କାମା କିହାଲି ଆ଼ଡାଆତେସି ।
6 ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ।
୬ଇଞ୍ଜାଁ ଏ଼ୱାରି ନାମାଆତାକି ଜୀସୁ ହା଼ରେକା କାବା ଆ଼ତେସି ଏମ୍ବାଟି ବାରେ ନା଼ସ୍କାଣାଁ ହାଜାନା ଜା଼ପ୍ହେସି ।
7 ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ବାର ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ,
୭ଡା଼ୟୁ ଏ଼ୱାସି ନା଼ସ୍କା ନା଼ସ୍କାଣାଁ ରେ଼ଜି ରେ଼ଜିହିଁ ଜା଼ପ୍ହାଲି ମା଼ଟ୍ହେସି, ଏମ୍ବାଟିଏ ବା଼ରଜା଼ଣାତି ଡାଗେ ହା଼ଟାନା ଏ଼ୱାରାଇଁ ରିଆରି ଲାକା କିହାନା ପାଣ୍ତାଲି ମା଼ଟ୍ହେସି ଇଞ୍ଜାଁ ଲାଗେଏ ପ଼ଲେଏତି ଜୀୱୁୟାଁ ଲାକ ଏ଼ୱାରାକି ଅଦିକାରା ହୀତେସି,
8 ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;
୮ଅ଼ଡ଼େ ହାଜାଲିତାକି ବାଡ଼୍ଗା ପିସ୍ପେ, ଲ଼ହଡ଼ି କି ମ଼ଣା କି ଅଟଡ଼ିତା ଟାକାୟାଁ ଅ଼ଆଦୁ ଇଞ୍ଜିଁ ହୁକୁମି ହୀତେସି;
9 କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ।
୯ସାମା ଏ଼ୱାରାଇଁ କଡାତା ସେପୁୟାଁ ତୁର୍ହାଲି ଏଲେଇଚେସି, ଇଞ୍ଜାଁ ରୀ ସକାୟାଁ ତୁର୍ହାଲି କା଼ହି କିତେସି ।
10 ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ।
୧୦ଇଞ୍ଜାଁ ଜୀସୁ ଏ଼ୱାରାଇଁ ଏଲେଇଚେସି, “ମିଙ୍ଗ ଆମିନି ଇଲୁତା ହା଼ଟାନେରି, ଏମ୍ବାଟି ୱେଣ୍ତା ୱା଼ଆ ପାତେକା ଏମ୍ବାଆଁ ଡ଼ୟାଦୁ ।
11 ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।”
୧୧ସାମା ଆମିନି ଟା଼ୟୁତି ଲ଼କୁ ମିଙ୍ଗ ଆବଅରି, କି ମୀ କାତା ୱେନଅରି, ଏମ୍ବାଟି ୱେଣ୍ତା ୱା଼ନାଟି ଏ଼ୱାରି ନ଼କିତା ସା଼କି ହୀହାଲି ତାକି ମୀ କଡାତି ଦୂଡ଼ି ହାଣ୍ଦୁ ।”
12 ସେଥିରେ ସେମାନେ ପ୍ରସ୍ଥାନ କରି ମନ-ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ,
୧୨ଏମ୍ବାଟିଏ ଏ଼ୱାରି ରେ଼ଜି ରେ଼ଜିହିଁ ପା଼ପୁ ପିସାନା ମ଼ନ ୱେଟ୍ନି କାତା ୱେ଼କ୍ହେରି,
13 ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ।
୧୩ଇଞ୍ଜାଁ ହା଼ରେକା ବୂତୁଣି ପିସ୍ପି କିତେରି, ଇଞ୍ଜାଁ ହା଼ରେକା ର଼ଗ ଗାଟାରାଇଁ ନିୟୁଁ ରୁବାନା ନେହିଁ କିତେରି ।
14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।
୧୪ଏମ୍ବାଟିଏ ଜୀସୁ ଦ଼ରୁ ସା଼ରି ୱାକି ୱେ଼ଙ୍ଗା ହାଜାଲିଏ ହେରଦ ରାଜା ଏ଼ୱାଣି କାତା ୱେଚେସି, ଇଞ୍ଜାଁ ଲ଼କୁ ଏଲେଇଞ୍ଜିମାଚେରି, “ବାପ୍ତିସ୍ମ ହୀନି ଜହନ ହା଼ତାରି ତା଼ଣାଟି ନିଙ୍ଗାମାନେସି, ଏ଼ଦାଆଁତାକି ଈ ବାରେ କାବାଆ଼ନି ବା଼ଡ଼୍ୟୁତି କାମା ଏ଼ୱାଣି ତା଼ଣା ଆ଼ହିମାନେ ।”
15 କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲୀୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ।
୧୫ସାମା ଏଟ୍କାତାରି ଏଲେଇଞ୍ଜିମାଚେରି, “ଈୱାସି ଏଲିୟ ।” ଇଞ୍ଜାଁ ଅ଼ଡ଼େ ଏଚରଜା଼ଣା ଏଲେଇଞ୍ଜିମାଚେରି, “ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି ଲେହେଁ ଈୱାସି ଜିକେଏ ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାସି ।”
16 କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି।
୧୬ସାମା ହେରଦ ଈଦାଆଁ ୱେଞ୍ଜାନା ଏଲେଇଚେସି, “ଆମିନି ଜହନତି ତା଼ର୍ୟୁଁ ନା଼ନୁ ଦା଼ପି କିହାମାଇଁ, ଏ଼ୱାସି ନିଙ୍ଗାମାନେସି!”
17 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ।
୧୭ଇଚିହିଁ ହେରଦ ତାନି ତାୟି ପିଲିପ ଡକ୍ରି ହେରଦିୟାନି ବୀହା ଆ଼ହାମାଚାକି, ଏ଼ଦାନି ତାକି ତା଼ନୁ ଲ଼କୁଣି ପାଣ୍ତାନା ଜହନଇଁ ଦସ୍ପା ତାଚାନା କା଼ୟିଦିତା ଇଟାମାଚେସି ।
18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।
୧୮ଇଚିହିଁ ଜହନ ହେରଦଇଁ ଏଲେଇଞ୍ଜାମାଚେସି, “ନୀ ତାୟି ଡକ୍ରିନି ଇଟିନାୟି ନୀ ମେ଼ରା ହିଲାଆତେ ।”
19 ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ;
୧୯ଏମ୍ବାଟିଏ ହେରଦିୟା କାର୍ବି ଆ଼ହାନା ଜହନଇଁ ପା଼ୟାଲି ମ଼ନ କିହିମାଚେ ସାମା ଏ଼ଦି ଏ଼ନାଆଁ କିହାଲି ଆ଼ଡିହିଲାଆତେ ।
20 କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ।
୨୦ଇଚିହିଁ ହେରଦ ଜହନଇଁ ର଼ ଦାର୍ମୁଗାଟାସି ଅ଼ଡ଼େ ସୁଦୁଗାଟାସି ଇଞ୍ଜିଁ ଆଜିମାଚେସି, ଇଞ୍ଜାଁ ଏ଼ୱାଣାଇଁ ଗେଲ୍ପାଲି ଅଣ୍ପିମାଚେସି, ଏ଼ୱାଣି କାତା ୱେଞ୍ଜାନା ଆଜିତିହିଁ ଜିକେଏ ଏ଼ୱାଣି କାତା ୱେଞ୍ଜାଲି ମ଼ନ କିହିମାଚେସି ।
21 ପରେ ସୁଯୋଗର ଦିନ ଉପସ୍ଥିତ ହେଲା। ହେରୋଦ ଆପଣା ଜନ୍ମ ଦିନରେ ପାତ୍ର-ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ;
୨୧ଡା଼ୟୁ ହେରଦିୟାକି ର଼ ପାରୁ ମେ଼ଡ଼ାଆ଼ତେ, ହେରଦ ତାନି ଜାର୍ନା ଦିନାତା କାଜା କାଜା ମନ୍ତ୍ରିୟାଁଣି ଇଞ୍ଜାଁ ଗାଲିଲିତି କାଜା କାଜାରାଇଁ ଲା଼ଆଁ ବେ଼ଲାତା ର଼ ବ଼ଜିତା ହା଼ଟିତେସି;
22 ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା।
୨୨ଇଞ୍ଜାଁ ହେରଦିୟାନି ମା଼ଙ୍ଗା ବିତ୍ରା ହାଜାନା ଏ଼ନ୍ଦାହାଁ ହେରଦ ଇଞ୍ଜାଁ ତାନିତଲେ ବ଼ଜିତା କୁଗାମାଚି ଲ଼କୁଣି ରା଼ହାଁ କିୱିକିତେ, ଏମ୍ବାଟିଏ ରାଜା ଏ଼ ପ଼ଦାନି ଏଲେଇଚେସି, “ଏ଼ନାଆଁ ମ଼ନ କିହିମାଞ୍ଜି ରୀସ୍ତାମୁ ନା଼ନୁ ଏ଼ଦାଆଁ ନିଙ୍ଗେ ହିୟାଇଁ ।”
23 ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା।
୨୩ଇଞ୍ଜାଁ ଏ଼ୱାସି ପ଼ଦା ନ଼କିତା ପାର୍ମାଣା କିତେସି, “ନୀନୁ ନାଙ୍ଗେ ଏ଼ନାଆଁ ରୀସ୍ତାଦି, ରା଼ଜିତି ଆଦା ଜିକେଏ ନା଼ନୁ ନିଙ୍ଗେ ହିୟାଇଁ!”
24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କଅଣ ମାଗିବି? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ।
୨୪ଏମ୍ବାଟିଏ ଏ଼ ପ଼ଦା ହାଜାନା ତାମି ଇୟାନି ୱେଚେ, “ନା଼ନୁ ଏ଼ନାଆଁ ରୀହ୍ଇଁ?” ଏମ୍ବାଟିଏ ଏ଼ଦି ଏଲେଇଚେ, “ବାପ୍ତିସ୍ମ ହୀନି ଜହନତି ତା଼ର୍ୟୁଁ ।”
25 ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ।
୨୫ଏ଼ ଦେବୁଣିଏ ରାଜା ତା଼ଣା ତବେ ୱା଼ହାନା ଏଲେଇଞ୍ଜି ରୀସ୍ତେ, “ନାଙ୍ଗେ ନୀନୁ ବାପ୍ତିସ୍ମ ହୀନି ଜହନତି ତା଼ର୍ୟୁଁ ର଼ ସାଡ଼୍ୱାତା ନୀଏଁ ନାଙ୍ଗେ ହିୟାମୁ ।”
26 ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ।
୨୬ଏମ୍ବାଟିଏ ରାଜା ହା଼ରେକା ଦୁକୁ ଆ଼ତିହିଁ ଜିକେଏ, ତା଼ନୁ କିତି ପାର୍ମାଣା ଅ଼ଡ଼େ ବ଼ଜିତା କୁଗାମାଚାରି ତାକି ଆ଼ଏ ଇଞ୍ଜାଲି ଆ଼ଡାଆତେସି ।
27 ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
୨୭ଏ଼ଦାଆଁତାକି ରାଜା ଦେବୁଣିଏ ର଼ କ଼ହ୍ଏଁଣାଇଁ ପାଣ୍ତାନା ତାନି ତା଼ର୍ୟୁଁ ତାଚାଲି ହୁକୁମି ହୀତେସି, ଏମ୍ବାଟିଏ ଏ଼ୱାସି ହାଜାନା କା଼ୟିଦି ଇଲୁତା ତାନି ତା଼ର୍ୟୁଁ ଦା଼ତେସି;
28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା।
୨୮ଅ଼ଡ଼େ ଏ଼ଦାଆଁ ର଼ ସାଡ଼୍ୱାତା ତାଚାନା ପ଼ଦାନାକି ହୀତେସି, ଇଞ୍ଜାଁ ପ଼ଦା ଏ଼ଦାଆଁ ଅ଼ହାନା ତାମି ଇୟାନାକି ହୀତେ ।
29 ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ।
୨୯ଇଞ୍ଜାଁ ଜହନତି ସୀସୁୟାଁ ଏ଼ କାତା ୱେଞ୍ଜାନା ୱା଼ତେରି, ଇଞ୍ଜାଁ ତାନି ମାଡ଼୍ହାତି ଅ଼ହାନା ମାଡ଼୍ହା ଇଟିନି ଟା଼ୟୁତା ଇଟିତେରି ।
30 ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହିସବୁ ତାହାଙ୍କୁ ଜଣାଇଲେ।
୩୦ଡା଼ୟୁ ପାଣ୍ତ୍ୱି ଆ଼ହାମାଚାରି ଜୀସୁ ତା଼ଣା ୱା଼ତେରି, ଇଞ୍ଜାଁ ଏ଼ୱାରି ଏ଼ନା ଏ଼ନାଆଁ କିହାମାଚେରି, ଇଞ୍ଜାଁ ଏ଼ନା ଏ଼ନାଆଁ ଜା଼ପ୍ହା ମାଚେରି, ଏ଼ ବାରେ ଏ଼ୱାଣାଇଁ ୱେସ୍ତେରି ।
31 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର।” କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା।
୩୧ଏମ୍ବାଟିଏ ଜୀସୁ ଏ଼ୱାରାଇଁ ଏଲେଇଚେସି, “ମା଼ର ଇମ୍ବାଟି ଲ଼କୁ ହିଲାଆ ଟା଼ୟୁତା ହାନ, ଏମ୍ବାଆଁ ମୀରୁ ଗା଼ଡ଼େକା ଜ଼ମାଦୁ ।” ଇଚିହିଁ ହା଼ରେକା ଲ଼କୁ ହାଜି ୱା଼ହି ଆ଼ହିମାଚାକି ଏ଼ୱାରାକି ତିଞ୍ଜାଲି ଜିକେଏ ମ୍ଣିଆତେ ।
32 ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ।
୩୨ଏମ୍ବାଟିଏ ଏ଼ୱାରି ଏଟ୍କା ଆ଼ହାନା ର଼ ଡଂଗତା ହ଼ଚାନା ଲ଼କୁ ହିଲାଆ ଟା଼ୟୁତା ହାଚେରି ।
33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ।
୩୩ସାମା ହା଼ରେକା ଲ଼କୁ ଏ଼ୱାରି ହ଼ଚା ହାଚାଣି ମେସ୍ତେରି ଅ଼ଡ଼େ ପୁଚେରି, ଇଞ୍ଜାଁ ଲ଼କୁ ବାରେ ଗା଼ଡ଼ାୟାଁଟି ତା଼କିହିଁ ହାଜାନା ଏ଼ୱାରି ନ଼କିତା ଏଗାହାଚେରି ।
34 ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ।
୩୪ଏ଼ୱାସି ଡଂଗଟି ରେ଼ଚାନା ହା଼ରେକା ଲ଼କୁଣି ମେସାନା ଏ଼ୱାରାଇଁ କାର୍ମା ଆ଼ତେସି, ଇଚିହିଁ ଏ଼ୱାରି ଗ଼ଡ଼ୁ ହିଲାଆ ମେ଼ଣ୍ତାୟାଁ ଲେହେଁ ମାଚେରି; ଇଞ୍ଜାଁ ଏ଼ୱାସି ଏ଼ୱାରାଇଁ ହା଼ରେକା କାତା ଜା଼ପ୍ହେସି ।
35 ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
୩୫ଗାଡି ୱେଡ଼ାଆୟାଲିଏ ତାନି ସୀସୁୟାଁ ତାନି ତା଼ଣା ୱା଼ହାନା ଏଲେଇଚେରି, “ଈ ଟା଼ୟୁ ଲ଼କୁ ହିଲାଆ ଟା଼ୟୁ ଇଞ୍ଜାଁ ଆନ୍ଦେରି ଜିକେଏ ଆ଼ହିମାନେ;
36 ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ।
୩୬ଲ଼କୁ ଏ଼ନିକିଁ ସା଼ରିୱାକି ମାନି ୱାଲ୍ହାୱା଼ଡ଼ି ଅ଼ଡ଼େ ଗା଼ଡ଼ାତା ହାଜାନା ତାମ୍ଙ୍ଗେ ତାକି ତିଞ୍ଜାଲି ରା଼ନ୍ଦା କଡାପେରିୱା, ଏ଼ଦାଆଁତାକି ଏ଼ୱାରାଇଁ ହେଲ ହୀହାନା ପାଣ୍ତାମୁ ।”
37 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କଅଣ ଯାଇ ଦୁଇ ଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା?
୩୭ସାମା ଜୀସୁ ତାନି ସୀସୁୟାଁଇଁ ଏଲେଇଚେସି, “ମୀରୁ ଏ଼ୱାରାକି ତିଞ୍ଜାଲି ହୀଦୁ ।” ଏ଼ୱାରି ଏଲେଇଚେରି, “ମା଼ର ରୀ ୱାଞ୍ଜା ୱେଣ୍ତି ଟାକାୟାଁତି ରୂଟି ତାଚାନା ଈୱାରାକି ତିଞ୍ଜାଲି ହୀନାୟି କି?”
38 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ଯାଇ ଦେଖ।” ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚୋଟି, ପୁଣି, ଦୁଇଟି ମାଛ।
୩୮ଜୀସୁ ଏ଼ୱାରାଇଁ ଏଲେଇଚେସି, “ମୀ ତା଼ଣା ଏଚରଗଟା ରୂଟି ମାନୁ? ହାଜାନା ସିନିକିଦୁ ।” ଏ଼ୱାରି ୱେଞ୍ଜା ୱା଼ହାନା ଜୀସୁଇଁ ଏଲେଇଚେରି, “ପା଼ସାଗଟା ରୂଟି ଇଞ୍ଜାଁ ରୀ ମୀଣ୍କା ମାନୁ ।”
39 ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ।
୩୯ଇଞ୍ଜାଁ ଜୀସୁ ତାନି ସୀସୁୟାଁଇଁ ଏଲେଇଚେସି, ବାରେ ଲ଼କୁଇଁ ଗଚି ଗଚି କିହିଁ କ୍ଡଗି ଜା଼ଡ଼ା ଲାକ କୁଗିକିହାଲି ୱେସ୍ତେସି ।
40 ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ।
୪୦ଏଚେଟିଏ ଏ଼ୱାରି ପା଼ସାକ଼ଡ଼ି ଜା଼ଣା ରୀ କ଼ଡ଼ି ଦସ ଜା଼ଣା ଲାକା ମାନ୍ଦା ମାନ୍ଦା ଆ଼ହିଁ କୁଗିତେରି ।
41 ପୁଣି ଯୀଶୁ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ। ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ।
୪୧ଡା଼ୟୁ ଜୀସୁ ଏ଼ ପା଼ସାଗଟା ରୂଟି ଇଞ୍ଜାଁ ରୀ ମୀଣ୍କା ଅ଼ହାନା ଲାକପୂରୁ ୱାକି ସିନିକିହାଁ ମାହାପୂରୁଇଁ ଜହରା କିତେସି, ଅ଼ଡ଼େ ରୂଟି ଡ଼ିକ୍ହାନା ଲ଼କୁତାକି ବା଼ଟି କିହା ହୀହାଲି ତାନି ସୀସୁୟାଁକି ହୀତେସି, ଇଞ୍ଜାଁ ରୀ ମୀଣ୍କା ଜିକେଏ ଏଲେକିହିଁଏ ବା଼ଗା କିହାନା ହୀତେସି ।
42 ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ,
୪୨ଏମ୍ବାଆଁ ବାରେଜା଼ଣା ତିଞ୍ଜାନା ପାଞ୍ଜିତେରି,
43 ଆଉ ସେମାନେ ଭଙ୍ଗା ରୁଟିର ବଳକା ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ଭାଗ କରାଯାଇଥିବା ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ।
୪୩ଇଞ୍ଜାଁ ଏ଼ୱାରି ହା଼ରାମାଚି ରୂଟି ଅ଼ଡ଼େ ମୀଣ୍କା କୂଡ଼ି କିହାନା ବା଼ରଗଟା ଡାଲିତା ନେଞ୍ଜିକିତେରି ।
44 ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ।
୪୪ରୂଟି ତିଚି ଲ଼କୁ ପା଼ସାମା଼ଣା ୱାର୍ଇ ଆ଼ବାୟାଁ ମାଚେରି ।
45 ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍ସାଇଦା ଆଡ଼କୁ ଅପର ପାରିକୁ ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ।
୪୫ଏ଼ ଦେବୁଣିଏ ଏ଼ୱାସି ତାନି ସୀସୁୟାଁଣି ଡଂଗତା ହ଼ଚାନା ଆତାଲାୱାକି ମାନି ବେତ୍ସାୟିଦା ଗା଼ଡ଼ାତା ହାଜାଲି ତାନି ନ଼କେଏ ପାଣ୍ତିତେସି, ଏମ୍ବାଟିଏ ବାରେ ଲ଼କୁଣି ହାଜାଲିତାକି ହେଲ ହୀହାଁ ପାଣ୍ତିତେସି ।
46 ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ।
୪୬ଏ଼ୱାରି ତା଼ଣାଟି ହେଲ ଅ଼ତି ଡା଼ୟୁ ଏ଼ୱାସି ପ୍ରା଼ତାନା କିହାଲି ହ଼ରୁତା ହାଚେସି ।
47 ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ।
୪୭ମିଡ଼୍ଅଲା ଆ଼ହାଲିଏ ଡଂଗ ସାମ୍ଦୁରି ମାଦିଏ ମାଚେ, ଇଞ୍ଜାଁ ଜୀସୁ ସାମ୍ଦୁରି ଗାଟୁତା ରଅସିଏ ମାଚେସି ।
48 ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ।
୪୮ଏମ୍ବାଟିଏ ହା଼ରେକା ଗା଼ଲି ଏ଼ୱାରି ୱାକି ୱେ଼ଚିମାଚାକି ଡଂଗ ତାକି କିହାଲି କସ୍ତ ଆ଼ହିମାଚାଣି ମେସାନା ଏ଼ୱାସି ୱେ଼ୟା ନେ଼କେରି ସାମ୍ଦୁରି ଏ଼ୟୁ ଲାକ ତା଼କିହିଁ ଏ଼ୱାରି ଡାଗେ ୱା଼ତେସି, ଇଞ୍ଜାଁ ଏ଼ୱାରି ଡାଗେଟି ଆଗାଡ଼ା ହାଜାଲି ଅଣ୍ପାମାଚେସି,
49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ,
୪୯ସାମା ଏ଼ୱାରି ଏ଼ୱାଣାଇଁ ସାମ୍ଦୁରି ଲାକ ତା଼କି ମାନାଣି ମେସାନା ବୂତୁ ଇଞ୍ଜିଁ ଅଣ୍ପାନା କା଼ଲ୍ୱି ଆ଼ତେରି ।
50 କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍ବିଗ୍ନ ହୋଇଥିଲେ। ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, “ସାହସ ଧର, ଏ ତ ମୁଁ, ଭୟ କର ନାହିଁ।”
୫୦ଇଚିହିଁ ବାରେଜା଼ଣା ଏ଼ୱାଣାଇଁ ମେସାନା ଆଜାହାଜା ମାଚେରି । ସାମା ଜୀସୁ ଦେବୁଣିଏ ଏ଼ୱାରିତଲେ କାତା ଆ଼ହାନା ଏ଼ୱାରାଇଁ ଏଲେଇଚେସି, “ସା଼ସା ଆହ୍ଦୁ ନା଼ନୁଏ ଏ଼ୱାତେଏଁ, ଆଜାଆଦୁ ।”
51 ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ଭିତ ହେଲେ,
୫୧ଇଞ୍ଜାଁ ଏ଼ୱାସି ଏ଼ୱାରିତା଼ଣା ହାଜାନା ଡଂଗତା କୁଗିତେସି, ଇଞ୍ଜାଁ ଗା଼ଲି ଡୂଙ୍ଗିତେ, ଏମ୍ବାଟିଏ ଏ଼ୱାରି ମ଼ନ ମ଼ନତା ହା଼ରେକା କାବା ଆ଼ତେରି ।
52 କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା।
୫୨ଇଚିହିଁ ଏ଼ୱାରି ରୂଟିୟାଁ କାତା ପୁଣ୍ମ୍ବୁଏ ପୁଞ୍ଜାହିଲାଆତେରି, ଏ଼ନାଆଁତାକି ଇଚିହିଁ ଏ଼ୱାରି ହିୟାଁ ଆ଼ଟ୍ୱା ଆ଼ହାମାଚେ ।
53 ସେମାନେ ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚି କୂଳରେ ନୌକା ବାନ୍ଧିଲେ।
୫୩ଏ଼ୱାରି ସାମ୍ଦୁରି ଗା଼ଣ୍ଚାନା ଗେନେସର ରା଼ଜିତା ଏଜାନା କାଡା ଗାଟୁତା ଡଂଗତି ଦସ୍ତେରି ।
54 ଆଉ ସେମାନେ ନୌକାରୁ ଓହ୍ଲାନ୍ତେ ଲୋକମାନେ ସେହିକ୍ଷଣି ତାହାଙ୍କୁ ଚିହ୍ନି,
୫୪ଅ଼ଡ଼େ ଏ଼ୱାରି ଡଂଗଟି ରେ଼ଚାଲିଏ, ଦେବୁଣିଏ ଲ଼କୁ ଏ଼ୱାଣାଇଁ ପୁଞ୍ଜାନା,
55 ସେହି ସମସ୍ତ ଅଞ୍ଚଳର ଚାରିଆଡ଼େ ଦୌଡ଼ିଗଲେ, ପୁଣି, ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ।
୫୫ଏ଼ ରା଼ଜିତି ସା଼ରିୱାକି ହାଚେରି, ଏ଼ୱାରି ଆମିନି ଟା଼ୟୁତା ମାନେରି ଇଞ୍ଜିଁ ୱେଚେରି, ଅ଼ଡ଼େ ଜୀସୁ ମାନି ଟା଼ୟୁତା ର଼ଗ ଗାଟାରାଇଁ କାଟେଲିତା ଡେ଼କା ତାଚାଲି ମା଼ଟ୍ହେରି ।
56 ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହିସବୁ ସ୍ଥାନର ହାଟବଜାର-ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ।
୫୬ଇଞ୍ଜାଁ ଏ଼ୱାସି ଆମିନି ନା଼ସ୍କା, ଅ଼ଡ଼େ ଗା଼ଡ଼ାତା ହାଚେସି, ଲ଼କୁ ଏ଼ ବାରେ ଟା଼ସ୍କାତି ହା଼ଟା ବାଜାରାଟି ର଼ଗ ଗାଟାରାଇଁ ଏ଼ୱାଣି ନ଼କିତା ଏ଼ୱାରାଇଁ ଇଟିତେରି, ଏ଼ୱାରି ଏ଼ନିକିଁ ଏ଼ୱାଣି ହିମ୍ବରି କୁଙ୍ଗୁ ଡୀଗିନେରି, ଏ଼ଦାଆଁତାକି ଏ଼ୱାଣାଇଁ ବାତିମା଼ଲିତେରି; ଇଞ୍ଜାଁ ଏଚେକା ଲ଼କୁ ଏ଼ୱାଣାଇଁ ଡୀଗିତେରି ଏ଼ୱାରି ବାରେ ନେହିଁ ଆ଼ତେରି ।