< ମାର୍କ 6 >
1 ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ।
ଜିସୁନ୍ ତେତ୍ତେ ସିଲଡ୍ ଜିର୍ରେ ଆ ସାଇଡମନ୍ ନାଜରିତନ୍ ୟର୍ରନାୟ୍ ଆରି ଆ ଞଙ୍ନେମରଞ୍ଜି ଆନିନ୍ଆଡଙ୍ ସଣ୍ଡୋଙେଞ୍ଜି ।
2 ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ; ଆଉ ଅନେକେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହିସବୁ କେଉଁଠାରୁ ହେଲା? ପୁଣି, ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କଅଣ?
ଲୋଲୋନେ ଡିନ୍ନାଇଙନ୍, ଆନିନ୍ ରନୁକ୍କୁସିଂଲୋଙନ୍ ଞନଙନ୍ ତନିୟନ୍ ଆସନ୍ ଉଲନେ, ଆରି, ଗୋଗୋୟ୍ନେଡମ୍ ମନ୍ରାଞ୍ଜି ଜିସୁନ୍ ଆ ବର୍ନେ ଅମ୍ଡଙ୍ଲେ ସାନ୍ନିଡାଲେ ବର୍ରଞ୍ଜି, “କେନ୍ ଆ ମନ୍ରା କେନ୍ ଅଡ଼୍କୋନ୍ ଅଡ଼େଙ୍ଗା ସିଲଡ୍ ଞାଙେନ୍? ଆରି, କେନ୍ ଆନିନ୍ଆଡଙ୍ ଅଙ୍ଗା ଗିଆନ ତନିୟନ୍ ଡେଲୋ? ଆରି କେନ୍ ଆସିଲୋଙନ୍ ଆଡ୍ରେତେନ୍ ଆ ବୋର୍ସା କାବ୍ବାଡ଼ାଜି ଅଡ଼୍କୋନ୍ ଇନି?
3 ଏ କି ସେହି ବଢ଼େଇ ନୁହେଁ? ଏ କି ମରୀୟମର ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନର ଭାଇ ନୁହେଁ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ।
କେନ୍ ଆନିନ୍ ତି ବାଡ୍ଡୋଁୟ୍ମରନ୍ ତଡ୍ ପଙ୍? କେନ୍ ଆନିନ୍ ମରିଅମନ୍ ଆ ଡାଙ୍ଗଡ଼ାଅନ୍ ତଡ୍ ପଙ୍, ଆରି ଜାକୁବନ୍, ଜୋସିନ୍, ଜିଉଦାନ୍ ଡ ସିମନନ୍ ଆ ବୋଞାଙ୍ଜି ତଡ୍ ପଙ୍? ଆରି, କେନ୍ ଆ ତନାନଞ୍ଜି ଇନ୍ଲେଞ୍ଜି ସରିନ୍ ତେନ୍ନେଞ୍ଜି ତଡ୍ ପଙ୍?” ଆରି ଆନିଞ୍ଜି ଜିସୁନ୍ଆଡଙ୍ ଅଃଜ୍ଜାଲଜି ।
4 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।”
ସିଲତ୍ତେ ଜିସୁନ୍ ଆନିଞ୍ଜିଆଡଙ୍ ଗାମେନ୍, “ଆନ୍ନାରେଙନ୍ ପୁର୍ବାଃତେ ବର୍ନେମରନ୍ଆଡଙ୍ ଜାତଜି, ବନ୍ଡ ଆ ସାଇଡମନ୍, ଆ କୁଲମଞ୍ଜି, ଆସିଂଡମନ୍ ଆ ମନ୍ରାଜି ଆନିନ୍ଆଡଙ୍ ଅଃଜ୍ଜାଏଜି ।”
5 ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରିପାରିଲେ ନାହିଁ।
ଆରି, ତେତ୍ତେ ଇନ୍ନିଙ୍ ବୋର୍ସା କାବ୍ବାଡ଼ାନ୍ ଲୁମ୍ଲେ ଅଃର୍ରପ୍ତିଲୋ, ଅସୋୟ୍ ରୋଗମରଞ୍ଜି ଆ ଡଅଙ୍ଲୋଙ୍ ତୁମ୍ ଆସିନ୍ ଡକ୍କୋଡାଲେ ଆନିଞ୍ଜିଆଡଙ୍ ମବ୍ନଙେଞ୍ଜି ।
6 ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ।
ଆରି, ଆନିଞ୍ଜି ଅଃଡ୍ଡର୍ରନେଞ୍ଜି ଆସନ୍ ଜିସୁନ୍ ସାନ୍ନି ଡେଏନ୍, ସିଲଡ୍ଲ୍ଲନ୍ ଜିସୁନ୍ ସମ୍ପରା ସାଇ ସାଇ ବୁଲ୍ଲେ ବୁଲ୍ଲେଲେ ଞନଙନ୍ ଇୟ୍ଲେ ତିଏ ।
7 ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ବାର ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ,
ସିଲଡ୍ଲ୍ଲନ୍ ଜିସୁନ୍ ବାରଜଣଞ୍ଜିଆଡଙ୍ ଆମଙନ୍ ଓଡ୍ଡେଡାଲେ ଆନିଞ୍ଜିଆଡଙ୍ ବାଗୁ ବାଗୁନେ ଅମ୍ମେଲେ ଅନାପ୍ପାୟନ୍ ଆସନ୍ ଉଲନେ, ଆରି ଏର୍ମଡ଼ିର୍ ପୁରାଡ଼ାଞ୍ଜି ଆ ଉପରେଙ୍ ଅବ୍ସୋଡ଼ାନେନ୍ ତିୟେଞ୍ଜି,
8 ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;
ଆରି, “ଜିର୍ଜିରନ୍ ଆସନ୍ ଅବୟ୍ ତୁଡ଼େଡାଙ୍ ତୁମ୍ ପାଙ୍ବା, ଆରି ରୁଟି, ମୁନା କି ଗାଞ୍ଜିଆଲୋଙନ୍ ଡାବ୍ବୋନ୍ ଏପାଙ୍ଡଙ୍” ଗାମ୍ଲେ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି ।
9 କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ।
ବନ୍ଡ ଆନିଞ୍ଜିଆଡଙ୍ ପାଣ୍ଡୋୟନ୍ ରନେନ୍ ଆସନ୍ ବରେଞ୍ଜି, “ବାଗୁ ଅଙ୍ଗିନ୍ ଏପାଙ୍ଡଙ୍” ଗାମେନ୍ ।
10 ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ।
ଆରି, ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଅନ୍ନିଙ୍ ଆସିଂ ଆ ମନ୍ରାଜି ଆମ୍ବେଞ୍ଜିଆଡଙ୍ ଜାଲବେଞ୍ଜି ଡେନ୍, ତି ଆ ସାଇ ସିଲଡ୍ ଅଣ୍ଡ୍ରଙ୍ ଏଜିରେନ୍ ଜାୟ୍ ତି ଆସିଂ ଇୟ୍ ଡକୋନାବା ।
11 ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।”
ବନ୍ଡ ଅନ୍ନିଙ୍ ଆ ସାଇ ଆ ମନ୍ରାଜି ଆମ୍ୱେଞ୍ଜିଆଡଙ୍ ଅଃଜ୍ଜାଲବେଞ୍ଜି ଡେନ୍, ଅଡ଼େ ବର୍ନେବେଞ୍ଜି ଅଃନ୍ନମ୍ଡଙ୍ଲଜି ଡେନ୍, ଏତ୍ତେଲ୍ଡେନ୍ ତେତ୍ତେ ସିଲଡ୍ ଡୁଙ୍ଲନ୍ ଜିର୍ବା, ଆରି ଏଜିରେନ୍ ଆଡିଡ୍ ଆମଙଞ୍ଜି ସାକିନ୍ ତନିୟନ୍ ଆସନ୍ ତାଲ୍ଜଙ୍ବେନ୍ ଆ ଉମ୍ରିଲ ତୁୟ୍ତୁୟ୍ନାବା ।”
12 ସେଥିରେ ସେମାନେ ପ୍ରସ୍ଥାନ କରି ମନ-ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ,
ସିଲତ୍ତେ ଞଙ୍ନେମରଞ୍ଜି ଜିର୍ରେ, “ଆବ୍ୟର୍ବୁଡ୍ଡିନାବା,” ଗାମ୍ଲେ ମନ୍ରାଞ୍ଜିଆଡଙ୍ ଇୟ୍ଲେ ଅପ୍ପୁଙ୍ବରେଜି,
13 ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ।
ଆରି ଞଙ୍ନେମରଞ୍ଜି ଜବ୍ର ମନ୍ରାଜି ଆମଙ୍ ସିଲଡ୍ ବୁତନ୍ ଗଙେଞ୍ଜି ଆରି ଜବ୍ରଡମ୍ ରୋଗମରଞ୍ଜିଆଡଙ୍ ମିଞଲନ୍ ଜଡ୍ଲେ ମବ୍ନଙେଞ୍ଜି ।
14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।
ଜିସୁନ୍ ଆଞୁମ୍ ସମ୍ପରାନ୍ ଆଜ୍ରନାଏଞ୍ଜି ଏରୋଦ ରାଜାନ୍ ନିୟ୍ ଜିସୁନ୍ ଆ ବର୍ନେ ଅମ୍ଡଙେନ୍, ଆରି ମନ୍ରାଞ୍ଜି ବର୍ରଞ୍ଜି, “ତବ୍ବୁବ୍ଡାମର୍ ଜନନ୍ ଆରବୁମରଞ୍ଜି ଆମଙ୍ଲୋଙ୍ ସିଲଡ୍ ୟର୍ମେଙ୍ଲେ ଡୋଲନେ, ତିଆସନ୍ କେନ୍ ଅଡ଼୍କୋ ବୋର୍ସା କାବ୍ବାଡ଼ାନ୍ ଆମଙନ୍ ଗଡେଲ୍ତେ ।”
15 କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲୀୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ।
ବନ୍ଡ ଆନ୍ନାମରଞ୍ଜି ବର୍ରଞ୍ଜି, “କେନ୍ ଆନିନ୍ ଏଲିଅନ୍,” ଆରି ଲାଙ୍ଲେନ୍ନେ ବର୍ରଞ୍ଜି, “ପୁର୍ବାନ୍ ପୁର୍ବାଃତେ ବର୍ନେମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଆନ୍ନିଙ୍ ଅବୟ୍ନେ ଅନ୍ତମ୍ କେନ୍ ଆନିନ୍ ନିୟ୍ ଅବୟ୍ ପୁର୍ବାଃତେ ବର୍ନେମର୍ ।”
16 କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି।
ବନ୍ଡ ଏରୋଦନ୍ କେନ୍ଆତେ ଅମ୍ଡଙ୍ଡାଲେ ବର୍ରନେ, “ଅଙ୍ଗା ତବ୍ବୁବ୍ଡାମର୍ ଜନନ୍ଆଡଙ୍ ଞେନ୍ ଗବ୍ବାଲାୟ୍, ଆନିନ୍ ଡୋଲନେ!”
17 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ।
ଇନିଆସନ୍ଗାମେଣ୍ଡେନ୍ ଏରୋଦନ୍, ଆ ବୋଞାଙନ୍ ପିଲିପନ୍ ଆ ଡୁକ୍ରି ଏରୋଦିଆନ୍ ଆଡ୍ରକ୍କୋଏନ୍ ଆନିନ୍ଆଡଙ୍ ଅନବ୍ସର୍ଡାନ୍ ଆସନ୍ ଏରୋଦନ୍ ମନ୍ରାଞ୍ଜି ଆପ୍ପାୟ୍ଡାଲେ ତବ୍ବୁବ୍ଡାମର୍ ଜନନ୍ଆଡଙ୍ ଞମ୍ଲେ, ଜିଲେ ବଣ୍ଡିସିଂଲୋଙନ୍ ଡକ୍କୋଏନ୍ ।
18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।
ଇନିଆସନ୍ଗାମେଣ୍ଡେନ୍ ତବ୍ବୁବ୍ଡାମର୍ ଜନନ୍ ଏରୋଦନ୍ଆଡଙ୍ ବର୍ବର୍ରଏନ୍, “ବୋଞାଙ୍ନମ୍ ଆ ଡୁକ୍ରି ଆମନ୍ ଡରକ୍କୋଏନ୍ ଆମନ୍ ଆସନ୍ କେନ୍ଆତେ ଅନଗଡନ୍ ଇଜ୍ଜା ।”
19 ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ;
ସିଲତ୍ତେ ଏରୋଦିଆନ୍ ତବ୍ବୁବ୍ଡାମର୍ ଜନନ୍ଆଡଙ୍ ଏଡ଼ୁର୍ମଡେନ୍ ଆରି ରନବ୍ବୁନ୍ ସାଜେନ୍, ବନ୍ଡ ଅଃର୍ରପ୍ତିଲୋ ।
20 କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ।
ଇନିଆସନ୍ଗାମେଣ୍ଡେନ୍, ତବ୍ବୁବ୍ଡାମର୍ ଜନନ୍ ଅବୟ୍ ଡରମ୍ମମର୍ ଆରି ମଡ଼ିର୍ମର୍ ଗାମ୍ଲେ ଏରୋଦନ୍ ଜନାଡାଲେ ବତଙେନ୍, ଆରି ଏରୋଦନ୍ ତବ୍ବୁବ୍ଡାମର୍ ଜନନ୍ଆଡଙ୍ ଡୋବ୍ଡୋବନ୍ ଆସନ୍ ଏରେନ୍ ଗୋଜେନ୍, ଆରି ଆ ବର୍ନେନ୍ ଅମ୍ଡଙ୍ଡାଲେ ଆକ୍ରାନ୍ ବତଙେନ୍, ଡେଲୋଜନଙ୍ଡେନ୍ ସର୍ଡାନ୍ ବାତ୍ତେ ତିଆତେ ଅମ୍ଡଙେନ୍ ।
21 ପରେ ସୁଯୋଗର ଦିନ ଉପସ୍ଥିତ ହେଲା। ହେରୋଦ ଆପଣା ଜନ୍ମ ଦିନରେ ପାତ୍ର-ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ;
ତିକ୍କି ଏରୋଦିଆନ୍ ଆସନ୍ ଅବୟ୍ ରୟଙ୍ ଡିନ୍ନାନ୍ ଅଡ଼ୋଲାୟ୍ । ଏରୋଦନ୍ ଆ କରୋକ୍କୋଡ୍ ଡିନ୍ନାଇଙନ୍ ମନ୍ତ୍ରିଞ୍ଜି, ସୋଡ଼ା ସିପ୍ପାୟଞ୍ଜି, ଡ ଗାଲିଲିନ୍ ଆ ସୋଡ଼ା ସୋଡ଼ା ମନ୍ରାଞ୍ଜି ଆସନ୍ ତଗଲନ୍ ଅବୟ୍ ବୁଜିନ୍ ତୁବେନ୍ ।
22 ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା।
ଆରି, ଏରୋଦିଆନ୍ ଆ ଡାଙ୍ଗଡ଼ିଅନ୍ ଅମ୍ମନ୍ ଜିର୍ରେ ତଙ୍ସେଙ୍ଡାଲନ୍ ଏରୋଦନ୍ ରାଜାନ୍ ଡ ଆନିନ୍ ମାୟଲନ୍ ଆଗ୍ରାଗାଲଞ୍ଜି ଆ ମନ୍ରାଜିଆଡଙ୍ ଅବ୍ମଅଁଞେଞ୍ଜି । ତିଆସନ୍ ରାଜାନ୍ ଆଇସିଜନ୍ଆଡଙ୍ ଗାମେନ୍, “ଇନି ଲଡୟ୍ତମ୍, ବେଡିଁୟ୍, ଞେନ୍ ତିଆତେ ଆମନ୍ଆଡଙ୍ ତିୟ୍ତମ୍ ।”
23 ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା।
ଆରି, ଆନିନ୍ ଆମଙନ୍ ବାସାଡାଲନ୍ ବର୍ରନେ, “ଆମନ୍ ଞେନ୍ଆଡଙ୍ ଅଙ୍ଗାତେ ବେଡ୍ତିଁୟ୍, ବବନ୍ତା ରାଜ୍ୟନ୍ ନିୟ୍ ଞେନ୍ ଆମନ୍ଆଡଙ୍ ତିୟ୍ତମ୍ ।”
24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କଅଣ ମାଗିବି? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ।
ତିଆସନ୍ ଆନିନ୍ ଡୁଙ୍ଲନ୍ ଜିର୍ରେ ଆୟୋଙନ୍ଆଡଙ୍ ଇୟ୍ଲେ ବରେ, “ଞେନ୍ ଇନି ବେଡାୟ୍?” ସିଲତ୍ତେ ଆୟୋଙନ୍ ଆନିନ୍ଆଡଙ୍ ଗାମେନ୍, “ଆମନ୍ ତବ୍ବୁବ୍ଡାମର୍ ଜନନ୍ ଆବବ୍ ଇୟ୍ ବେଡା ।”
25 ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ।
ସିଲତ୍ତେମା ଆନିନ୍ ରାଜାନ୍ ଆମଙ୍ ଲଜିର୍ରେ ଇୟ୍ଲେ ବର୍ନେ, “ଆମନ୍ ତବ୍ବୁବ୍ଡାମର୍ ଜନନ୍ ଆବବ୍, ଅବୟ୍ ସଡ଼ୁଆଲୋଙନ୍ ନମିଞେନ୍ମା ତିୟିଁୟ୍, କେନ୍ଆତେ ଲଡୟ୍ଞେନ୍ ।”
26 ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ।
କେନ୍ ଆସନ୍ ରାଜାନ୍ ମାଡ୍ଡ ଡୁକ୍କଲନ୍, ଜନଙ୍ଡେନ୍ ଆନିନ୍ ବାସାଲନ୍ ଆରି ତେତ୍ତେ ଗାଗାନେନ୍ ଆତ୍ରଙ୍କୁମେଞ୍ଜି ଆ ମନ୍ରାଜି ଆସନ୍ ଇଜ୍ଜା ଅଃଗାମ୍ଲୋ ।
27 ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
ତିଆସନ୍ ରାଜାନ୍ ସିଲତ୍ତେମା ଅବୟ୍ ସିପ୍ପାୟନ୍ ଆପ୍ପାୟ୍ଡାଲେ ତବ୍ବୁବ୍ଡାମର୍ ଜନନ୍ ଆବବ୍ ପନାଙନ୍ ଆସନ୍ ବରେନ୍ । ସିଲତ୍ତେ ଆନିନ୍ ଜିର୍ରେ ବଣ୍ଡିସିଂଲୋଙନ୍ ତବ୍ବୁବ୍ଡାମର୍ ଜନନ୍ଆଡଙ୍ ଇୟ୍ଲେ ଗବ୍ବାଏ,
28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା।
ଆରି ତିଆତେ ଅବୟ୍ ସଡ଼ୁଆଲୋଙନ୍ ପାଙ୍ଲେ ରାଜାନ୍ ଆଇସିଜନ୍ଆଡଙ୍ ତିୟେ, ଆରି ଆଇସିଜନ୍ ତିଆତେ ପାଙ୍ଲେ ଆୟୋଙନ୍ଆଡଙ୍ ଇୟ୍ଲେ ତିୟେ ।
29 ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ।
ଜନନ୍ ଆ ଞଙ୍ନେମର୍ଜି ତି ଆ କବର ଅମ୍ଡଙ୍ଡାଲେ ଜିର୍ରାଜି କି ଆ ମରାନ୍ ପାଙ୍ଲେ ମସାନ୍ନିଲୋଙନ୍ ଇୟ୍ଲେ ତିଲେଜି ।
30 ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହିସବୁ ତାହାଙ୍କୁ ଜଣାଇଲେ।
ତିକ୍କି ଅନାପ୍ପାୟଞ୍ଜି ଜିସୁନ୍ ଆମଙ୍ ଇୟ୍ଲାୟ୍ ରୁକ୍କୁନେଜି, ଆରି ଆନିଞ୍ଜି ଇନିଜି ଇନିଜି ଇୟ୍ଲେ ଲୁମେଞ୍ଜି ଆରି ଇନିଜି ଇନିଜି ଞନଙନ୍ ଇୟ୍ଲେ ତିଏଜି, ତିଆତେଜି ଅଡ଼୍କୋନ୍ ଆନିନ୍ଆଡଙ୍ ଇୟ୍ଲାୟ୍ ଅବ୍ଜନାଏଜି ।
31 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର।” କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା।
ସିଲତ୍ତେ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ମବା, ଆନ୍ନାଡାଲନ୍ ଇନ୍ଲେଞ୍ଜି ଅବୟ୍ ଆରିଙ୍ରିଙ୍ଲୋଙନ୍ ଜିର୍ରେ ବସନ୍ନେଃ ଏଲୋଲୋନାୟ୍ବା ।” ଇନିଆସନ୍ଗାମେଣ୍ଡେନ୍ ଗୋଗୋୟ୍ନେଡମ୍ ମନ୍ରାଞ୍ଜି ଜିରେଞ୍ଜି ଜିର୍ରାଜି, ତିଆସନ୍ ଆନିଞ୍ଜି ଗାଗାନେନ୍ ଆସନ୍ ନିୟ୍ ଅଃର୍ରୟଙ୍ଲଜି ।
32 ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ।
ତିଆସନ୍ ଜିସୁନ୍ ଡ ଞଙ୍ନେମରଞ୍ଜି ଆନ୍ନାଡାଲନ୍ ଡୋଙ୍ଗାଲୋଙନ୍ ଡାୟ୍ଲେ ଅବୟ୍ ଆରିଙ୍ରିଙ୍ଲୋଙନ୍ ଡୁଙ୍ଲନ୍ ଜିରେଞ୍ଜି ।
33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ।
ବନ୍ଡ ଆନିଞ୍ଜି ଡୁଙ୍ଲନ୍ ଆଜିର୍ରେଞ୍ଜି ଜବ୍ର ମନ୍ରାଜି ଗିଜେଞ୍ଜି ଆରି ଅମ୍ମଡେଞ୍ଜି, ତିଆସନ୍ ମନ୍ରାଞ୍ଜି ଅଡ଼୍କୋ ଗଡ଼ାନ୍ ସିଲଡ୍ ତଙିୟ୍ଡାଲନ୍ ଜିର୍ରେ ତେତ୍ତେ ଇରେଞ୍ଜି ଆରି ଜିସୁନ୍ ଡ ଆ ଞଙ୍ନେମରଞ୍ଜି ତେତ୍ତେ ଅଣ୍ଡ୍ରଙ୍ ତୁଙେଞ୍ଜି ମନ୍ରାଞ୍ଜି ଆମ୍ମୁଙ୍ ତେତ୍ତେ ତୁଙେଞ୍ଜି ।
34 ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ।
ଜିସୁନ୍ ଡୋଙ୍ଗାଲୋଙନ୍ ସିଲଡ୍ ପଡ୍ଲନ୍ ଗୋଗୋୟ୍ନେଡମ୍ ମନ୍ରାଞ୍ଜିଆଡଙ୍ ଆଗ୍ରିଜେନ୍ ଆନିନ୍ ଇର୍ସୋୟମ୍ଡାଏନ୍, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ତୁର୍ମେଡ୍ମର୍ତଡନ୍ ଆ ମେଣ୍ଡାଜି ଅନ୍ତମ୍ ଡକୋଏଞ୍ଜି, ଆରି ଆନିନ୍ ଆନିଞ୍ଜିଆଡଙ୍ ବର୍ନେଞ୍ଜି ଞନଙନ୍ ତନିୟନ୍ ଆସନ୍ ଉଲନେ ।
35 ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
ଅରୁବ୍ଲେ ଆପ୍ରାଙେନ୍ ଆ ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ଜିର୍ରେ, ଆନିନ୍ଆଡଙ୍ ଇୟ୍ଲାୟ୍ ବରେଜି, “କେନ୍ ତେନ୍ନେ ତ ଆରିଙ୍ରିଙ୍, ଆରି ଅରୁବ୍ଲେ ପାଙ୍ତେ ।
36 ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ।
ତିଆସନ୍ ମନ୍ରାଞ୍ଜି ଏଙ୍ଗାଲ୍ଡେନ୍ ସମ୍ପରା ସାଇରେଙନ୍ ଡ ଗଡ଼ାରେଙନ୍ ଜିର୍ରେ ରମ୍ମଙ୍ ରମ୍ମଙ୍ ଆସନ୍ ଇନ୍ନିଙ୍ ଜନୋମ୍ଜୋମନ୍ ଇୟେତୋ ଞିଏଜି, ତିଆସନ୍ ଆନିଞ୍ଜିଆଡଙ୍ ଆପ୍ପାୟାଜି ।”
37 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କଅଣ ଯାଇ ଦୁଇ ଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା?
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ଗାମେନ୍, “ଆମ୍ୱେଞ୍ଜି, ଆନିଞ୍ଜିଆଡଙ୍ ଗାଗାନେନ୍ ତିୟ୍ବାଜି,” ଞଙ୍ନେମରଞ୍ଜି ଜିସୁନ୍ଆଡଙ୍ ଜାଲଙେଞ୍ଜି, “ଇନ୍ଲେଞ୍ଜି ଇନି ଅବୟ୍ ମନ୍ରାନ୍ ବଡିଡାଲନ୍ ଆଟ ଆଙ୍ଗାୟ୍ଲୋଙ୍ ଡିଅଙ୍ଗା ତଙ୍କା ଅର୍ଜେତେ ଡିୟ୍ତେ ଆ ତଙ୍କା ବାତ୍ତେ ରୁଟିନ୍ ଞିଲେ କେନ୍ ଆନିଞ୍ଜିଆଡଙ୍ ଗାଗାନେନ୍ ତିୟ୍ବୋଜି ପଙ୍?”
38 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ଯାଇ ଦେଖ।” ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚୋଟି, ପୁଣି, ଦୁଇଟି ମାଛ।
ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଅମଙ୍ବେନ୍ ଡିଅଙ୍ଗା ରୁଟିନ୍ ଡକୋ? ଜିର୍ରେ ଇୟ୍ ଗିୟ୍ବା ।” ଆନିଞ୍ଜି ଜିର୍ରେ ଇୟ୍ଲେ ଗିଜେଜି କି ଆନିନ୍ଆଡଙ୍ ଇୟ୍ଲାୟ୍ ବରେଜି, “ମନ୍ଲୟ୍ ରୁଟିନ୍ ଆରି ବାଗୁ ଅୟନ୍ ଡକୋ ।”
39 ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ।
ସିଲତ୍ତେ ଅଡ଼୍କୋଞ୍ଜିଆଡଙ୍ ଆ ଲେଡେଙ୍ଗାବ୍ଲୋଙନ୍ ଡାଡ଼ିଜଙ୍ ଅବ୍ତଙ୍କୁମ୍ବାଜି ଗାମ୍ଲେ ଜିସୁନ୍ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି ।
40 ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ।
ତିଆସନ୍ ମନ୍ରାଞ୍ଜି ବସଅ ଲେକାଁୟ୍ ଆରି ପଚାସ ଲେକାଁୟ୍ ଡାଡ଼ିଜଙ୍ ତଙ୍କୁମେଞ୍ଜି ।
41 ପୁଣି ଯୀଶୁ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ। ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ।
ସିଲଡ୍ଲ୍ଲନ୍ ଜିସୁନ୍ ତି ମନ୍ଲୟ୍ ରୁଟିନ୍ ଡ ବାଗୁ ଅୟନ୍ ଞମ୍ଲେ ରୁଆଙ୍ଗଡ୍ ତୋଣ୍ଡୋନ୍ ଆଙାଙ୍ଡାଲେ ଆସିର୍ବାଦଏନ୍ କି ରୁଟିଞ୍ଜି ରେବ୍ଲେ ମନ୍ରାଞ୍ଜିଆଡଙ୍ ବନ୍ତାଲେ ତନିୟନ୍ ଆସନ୍ ଞଙ୍ନେମରଞ୍ଜିଆଡଙ୍ ତିୟେଞ୍ଜି । ଆରି, ତି ବାଗୁ ଅୟନ୍ ନିୟ୍ ଅଡ଼୍କୋଞ୍ଜିଆଡଙ୍ ବନ୍ତାଲେ ତିୟେଞ୍ଜି ।
42 ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ,
ସିଲତ୍ତେ ଅଡ଼୍କୋଞ୍ଜି ଜୋମ୍ଲେ ଅବୋଏଞ୍ଜି,
43 ଆଉ ସେମାନେ ଭଙ୍ଗା ରୁଟିର ବଳକା ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ଭାଗ କରାଯାଇଥିବା ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ।
ଆରି ଆନିଞ୍ଜି ଆରେବ୍ରେବ୍ ରୁଟିନ୍ ଆର୍ଲାଗାଏନ୍ଆତେ ବାର ଗୁରୁଲ୍ଲି ବବ୍ରିଜେଞ୍ଜି ଆରି ଅୟନ୍ ନିୟ୍ ଡକ୍କୋଏଞ୍ଜି ।
44 ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ।
ଡିଅଙ୍ଗା ମନ୍ରା ରୁଟିନ୍ ଜୋମେଞ୍ଜି, ଓବ୍ବାମରଞ୍ଜି ତୁମ୍ ତେତ୍ତେ ମନ୍ଲୟ୍ ଅଜାର ଡକୋଏଞ୍ଜି ।
45 ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍ସାଇଦା ଆଡ଼କୁ ଅପର ପାରିକୁ ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ।
ସିଲତ୍ତେମା ଜିସୁନ୍, ଆ ଞଙ୍ନେମରଞ୍ଜିଆଡଙ୍ ଡୋଙ୍ଗାଲୋଙନ୍ ଡାୟ୍ଲେ ବେତ୍ସାଇଦାନ୍ ଆ ଅଡିଗଡ୍ ଜନିରନ୍ ଆସନ୍ ବରେଞ୍ଜି, ଆରି ତି ଆ ବନେଡ଼ା ଜିସୁନ୍ ମନ୍ରାଞ୍ଜିଆଡଙ୍ ଆପ୍ପାୟେଞ୍ଜି ।
46 ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ।
ମନ୍ରାଞ୍ଜି ଡ ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ସିଲଡ୍ ଆଜିର୍ରେଞ୍ଜି ସିଲଡ୍ଲ୍ଲନ୍ ଆନିନ୍ ପାର୍ତନାନେନ୍ ଆସନ୍ ବରୁନ୍ ଜିରେନ୍ ।
47 ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ।
ସାଲ୍ଲୁମ୍ଲେ ଆପ୍ରାଙେନ୍ ଆଡିଡ୍ ଡୋଙ୍ଗାନ୍ ମଡ୍ଡି ସମେଁୟ୍ଣ୍ଡ୍ରାଲୋଙନ୍ ଡକୋଏନ୍ ଆରି ଜିସୁନ୍ ଆତିନ୍ସଜନ୍ ଅନେଙ୍ ସମେଁୟ୍ଣ୍ଡ୍ରାନ୍ ଡକୋଲନେ ।
48 ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ।
ସରବ୍ଡିଡ୍ଗଡ୍ ସିଲଡ୍ ରିଙ୍ଗେନ୍ ଆଜିର୍ରାଞନ୍ ଞଙ୍ନେମରଞ୍ଜି ଡୋଙ୍ଗାନ୍ ଆ ସନଲ୍ଲାୟ୍ ଡଣ୍ଡଡମ୍ ଡେଏଞ୍ଜି, ତିଆସନ୍ ଜିସୁନ୍ ତିଆତେ ଗିୟ୍ଲେ ତଗଲନ୍ ଉଞ୍ଜି ଗଣ୍ଟା ଇଙନ୍ ତୋଣ୍ଡୋ ସମେଁୟ୍ଣ୍ଡ୍ରାଲୋଙନ୍ ତଙିୟ୍ଡାଲନ୍ ଆମଙଞ୍ଜି ଜିର୍ରାୟ୍, ଆରି ଆମଙ୍ଗଡଞ୍ଜି ପଡ୍ଲେ ଅଡି ଜିର୍ଜିରନ୍ ଆସନ୍ ସାଜେନ୍ ।
49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ,
ବନ୍ଡ ଆନିନ୍ ତୋଣ୍ଡୋ ସମେଁୟ୍ଣ୍ଡ୍ରାନ୍ ଆତ୍ରଙିୟ୍ଲନ୍, ଞଙ୍ନେମରଞ୍ଜି ଗିୟ୍ଲେ ବୁତ ଗାମ୍ଲେ ଅବ୍ଡିସୟେଞ୍ଜି କି ସଜିରେଞ୍ଜି ।
50 କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍ବିଗ୍ନ ହୋଇଥିଲେ। ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, “ସାହସ ଧର, ଏ ତ ମୁଁ, ଭୟ କର ନାହିଁ।”
ଇନିଆସନ୍ଗାମେଣ୍ଡେନ୍ ଅଡ଼୍କୋଞ୍ଜି ଆନିନ୍ଆଡଙ୍ ଗିୟ୍ଲେ ବତଙେଞ୍ଜି । ବନ୍ଡ ଆନିନ୍ ସିଲତ୍ତେମା ଆନିଞ୍ଜି ସରିନ୍ କଡାଡ଼ିଡାଲନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଅବ୍ବୋମଙ୍ନାବା, କେନ୍ ତ ଞେନ୍, ବତଙ୍ଡଙ୍ବେନ୍ ।”
51 ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ଭିତ ହେଲେ,
ଆରି ଆନିନ୍ ଆମଙଞ୍ଜି ଜିର୍ରେ ଡୋଙ୍ଗାଲୋଙନ୍ ଡାଜେନ୍, ଆରି ରିଙ୍ଗେନ୍ ତଡେନ୍ । ସିଲତ୍ତେ ଆନିଞ୍ଜି ଆ ମନ୍ନଲୋଙଞ୍ଜି ଆକ୍ରାନ୍ ସାନ୍ନି ଡେଏଞ୍ଜି,
52 କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା।
ଇନିଆସନ୍ଗାମେଣ୍ଡେନ୍ ମନ୍ଲୟ୍ ଅଜାର ମନ୍ରାଞ୍ଜି ରୁଟିନ୍ ଆଜ୍ରୋମେଞ୍ଜି ଆଡିଡ୍ ଆ ଉଗରଞ୍ଜି ଆ ରଡୋ ଡକୋଏନ୍, ତିଆସନ୍ ଆନିଞ୍ଜି ଅଃଗନ୍ଲୁଡ୍ଲଜି ।
53 ସେମାନେ ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚି କୂଳରେ ନୌକା ବାନ୍ଧିଲେ।
ଆନିଞ୍ଜି ପଡ୍ଲୋଙ୍ ପଡ୍ଲେ ଗିନ୍ନେସରତରେଙନ୍ ତୁଙ୍ଲେ ଅନେଙ୍ ସମେଁୟ୍ଣ୍ଡ୍ରାଲୋଙନ୍ ଡୋଙ୍ଗାନ୍ ଜିଏଞ୍ଜି ।
54 ଆଉ ସେମାନେ ନୌକାରୁ ଓହ୍ଲାନ୍ତେ ଲୋକମାନେ ସେହିକ୍ଷଣି ତାହାଙ୍କୁ ଚିହ୍ନି,
ଆରି ଆନିଞ୍ଜି ଡୋଙ୍ଗାଲୋଙନ୍ ସିଲଡ୍ ଆପ୍ରଡ୍ଲଞ୍ଜି, ମନ୍ରାଞ୍ଜି ସିଲତ୍ତେମା ଜିସୁନ୍ଆଡଙ୍ ଅମ୍ମଡେଞ୍ଜି,
55 ସେହି ସମସ୍ତ ଅଞ୍ଚଳର ଚାରିଆଡ଼େ ଦୌଡ଼ିଗଲେ, ପୁଣି, ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ।
ତିଆସନ୍ ଗିନ୍ନେସରତନ୍ ଆ ତୁୟାୟ୍ ସମ୍ପରା ସାଇରେଙନ୍ ଇରେଞ୍ଜି, ଆରି ଆନିନ୍ ଅଙ୍ଗାଲୋଙ୍ ଡକୋ ଗାମ୍ଲେ ଅମ୍ଡଙେଞ୍ଜି, ତିସେଙ୍ ରୋଗମରଞ୍ଜିଆଡଙ୍ କଟଲୋଙନ୍ ବୋୟ୍ଲେ ଓରୋଙ୍ଲାଜି ।
56 ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହିସବୁ ସ୍ଥାନର ହାଟବଜାର-ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ।
ଆରି, ଆନିନ୍ ଅଙ୍ଗା ଅଙ୍ଗା ଆ ସାଇ, ଆ ଗଡ଼ା ଆରି ସନ୍ନା ସାଇରେଙନ୍ ଇୟେନ୍, ମନ୍ରାଞ୍ଜି ତିସେଙ୍ ଅଡ଼୍କୋନ୍ ଆ ସୟ୍ତାରେଙ୍ ରୋଗମରଞ୍ଜିଆଡଙ୍ ଓରୋଙ୍ଡାଲେ ଇୟ୍ଲାୟ୍ ତମ୍ମିଜେଞ୍ଜି, ଆରି ଆ ସିନ୍ରିନ୍ ଆଲୁଡ୍କାବ୍ ସନୁଙେନ୍ ଆସନ୍ ଆନିଞ୍ଜି ଆମଙନ୍ କାକୁର୍ତିଲଞ୍ଜି, ଡିଅଙ୍ଗା ମନ୍ରା ଆନିନ୍ଆଡଙ୍ ସୁଙେଏଞ୍ଜି, ଅଡ଼୍କୋଞ୍ଜି ମନଙାଜେଞ୍ଜି ।