< ମାର୍କ 6 >

1 ଯୀଶୁ ସେହି ସ୍ଥାନରୁ ପ୍ରସ୍ଥାନ କରି ନିଜ ପୈତୃକ ନଗରକୁ ଆସିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କର ଅନୁସରଣ କଲେ।
ଜିସୁ ସେ ଜାଗା ଚାଡି, ସାନ୍‌ବେଲେ ଅନି ବଡିଆଇଲା ନଅରେ ଆଇଲା, ଆରି ତାର୍‌ ସିସ୍‌ମନ୍‌ ମିସା ତାର୍‌ ସଙ୍ଗ୍‌ ଗାଲାଇ ।
2 ବିଶ୍ରାମବାର ଉପସ୍ଥିତ ହୁଅନ୍ତେ ସେ ସମାଜଗୃହରେ ଶିକ୍ଷା ଦେବାକୁ ଲାଗିଲେ; ଆଉ ଅନେକେ ତାହାଙ୍କର କଥା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏହିସବୁ କେଉଁଠାରୁ ହେଲା? ପୁଣି, ଏହାକୁ ଯେଉଁ ଜ୍ଞାନ ଦିଆଯାଇଅଛି ଓ ଯେଉଁ ଶକ୍ତିର କାର୍ଯ୍ୟ ଏହାର ହସ୍ତ ଦ୍ୱାରା ସାଧିତ ହେଉଅଛି, ଏସବୁ ବା କଅଣ?
ବିସ୍‌ରାମ୍‌ବାର୍‌ ଆଇଲାକେ, ସେ ଜିଉଦିମନର୍‌ ପାର୍‌ତନା ଗରେ ସିକିଆ ଦେବାର୍‌ ଦାର୍‌ଲା, ଆରି କେତେ କେତେ ଲକ୍‌ ତାର୍‌ କାତା ସୁନି କାବା ଅଇ କଇଲାଇ, “ଏ ଲକ୍‌ ଏ ସବୁଜାକ କନ୍ତି ଅନି ସିକ୍‌ଲା? ଆରି, ଆକେ ଏନ୍ତାରି ଗିଆନ୍‌ କେ ଦେଲା? ଆରି କେବେ ନ ଅଇବା କାମର୍‌ ବପୁ କନ୍ତିଅନି ପାଇଲା?
3 ଏ କି ସେହି ବଢ଼େଇ ନୁହେଁ? ଏ କି ମରୀୟମର ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନର ଭାଇ ନୁହେଁ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ।
ଏ ଲକ୍‌ତା ସେ ବାଡଇ । ସେ ମରିୟମର୍‌ ପଅ, ଜାକୁବ୍‌, ଜସି, ଜିଉଦା ଆରି ସିମନ୍‌ ତାର୍‌ ବାଇ ଅଇବାଇ । ଆର୍‌ ବଇନିମନ୍‌ ତା ଇତି ଆମର୍‌ ସଙ୍ଗ୍‌ ଆଚତ୍‌ ।” ଏନ୍ତାରି କ‍ଇକରି ସେମନ୍‌ ତାକେ ମାନତ୍‌ ନାଇ ।
4 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ନିଜ ପୈତୃକ ନଗର, ନିଜ ଜ୍ଞାତି ଓ ନିଜ ପରିବାର ବିନା ଭାବବାଦୀ ଅନ୍ୟ କୌଣସିଠାରେ ହତାଦର ହୁଅନ୍ତି ନାହିଁ।”
ତେଇ ଜିସୁ ସେମନ୍‌କେ କଇଲା, “ନିଜର୍‌ ନଅରର୍‌ କୁଟୁମର୍‌ ଲକ୍‌ମନ୍‌କେ ଆରି ନିଜର୍‌ ଗରର୍‌ ଲକ୍‌କେ ଚାଡି ବାକି ସବୁ ଜାଗାଇ ବାବବାଦିମନ୍‌କେ ସନ୍‌ମାନ୍‌ ମିଲ୍‌ସି ।”
5 ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରିପାରିଲେ ନାହିଁ।
ସେଜାଗାଇ ଆରି କେତେଟା ରଗିମନ୍‌କେ ସେ ଆତ୍‌ ସଙ୍ଗ‍ଇକରି ନିକ କର୍‌ବାଟା ଚାଡି ଆରି କାଇ ନ ଅଇବା କାମ୍‌ କରିନାପାର୍‌ଲା । କାଇକେବଇଲେ ତେଇର୍‌ ଲକ୍‌ମନ୍‌ ତାକେ ବିସ୍‌ବାସ୍‌ କରତ୍‌ ନାଇ ।
6 ପୁଣି, ସେମାନଙ୍କ ଅବିଶ୍ୱାସ ହେତୁ ଚମତ୍କୃତ ହେଲେ।
ଆରି ତେଇର୍‌ ଲକ୍‌ମନ୍‌ ତାକେ ବିସ୍‌ବାସ୍‌ ନ କର୍‌ବାଟା ଦେକି ଜିସୁ କାବାଅଇଗାଲା ।
7 ପରେ ସେ ଚାରିଆଡ଼େ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେବାକୁ ଲାଗିଲେ। ଇତିମଧ୍ୟରେ ସେ ବାର ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ଦୁଇ ଦୁଇ ଜଣ କରି ପ୍ରେରଣ କରିବାକୁ ଆରମ୍ଭ କଲେ ଏବଂ ଅଶୁଚି ଆତ୍ମାମାନଙ୍କ ଉପରେ ସେମାନଙ୍କୁ ଅଧିକାର ଦେଲେ,
ପଚେ ସେ ଚାରିବେଡ୍‌ତିର୍‌ ଗାଉଁ ମନ୍‌ ବୁଲି ବୁଲି ସିକିଆ ଦେବାର୍‌ ଦାର୍‌ଲା । ଏତ୍‌କି ବିତ୍‌ରେ ସେ ବାରଟା ସିସ୍‌ମନ୍‌କେ ଲଗେ ଡାକି, ଦୁଇ ଦୁଇ ଲକ୍‌କେ ପାଟାଇବାର୍‌ ଆରାମ୍‌ କଲା, ସେମନ୍‌କେ ଡୁମାମନ୍‌କେ ଚାଡାଇବାକେ ଅଦିକାର୍‌ ଦେଲା ।
8 ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;
ଜିବାବେଲେ ଗଟେକ୍‌ ଡାଙ୍ଗ୍‌ ଚାଡି ବାଟ୍‌ କର୍‌ଚର୍‌ ପାଇ ରୁଟି କି ବେସ୍‌ନିଟାନେ ଡାବୁ ନ ନିଆ ବଲି ଆଦେସ୍‌ ଦେଲା ।
9 କିନ୍ତୁ ସେମାନଙ୍କୁ ପାଦୁକା ପିନ୍ଧିବାକୁ କହିଲେ, ଦୁଇଟି ଅଙ୍ଗରଖା ପିନ୍ଧିବାକୁ ବାରଣ କଲେ।
ମାତର୍‌ ସେମନ୍‌କେ ପାଣ୍ଡଇ ପିନ୍ଦ୍‌ବାକେ କଇଲା, ପିନ୍ଦିରଇବା ଚକା ଚାଡି ଆରି ଗଟେକ୍‌ ଚକା ନିଆନାଇ ବଲି କଇଲା ।
10 ପୁଣି, ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରୁହ।
୧୦“ଜେଡେବେଲେ ତମ୍‌କେ ଜାର୍‌ ଗରେ ଡାକ୍‌ବାଇ ସେ ନଅର୍‌ ଚାଡିଜିବା ଜାକ ତେଇସେ ରୁଆ ।
11 ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।”
୧୧ଜଦି କନ୍‌ ନଅରର୍‌ ଲକ୍‌ମନ୍‌ ତମ୍‌କେ ନ ନାମତ୍‌, ଆରି ତମର୍‌ କାତା ନ ସୁନତ୍‌, ସେ ଜାଗାଇ ଅନି ଆଇବା ବେଲେ ସେମନର୍‌ ବିରଦେ ସାକି ଇସାବେ, ତମର୍‌ ପାଦର୍‌ ଦୁଲି ପାପ୍‌ଡିଦିଆସ୍‌ । ଏଟାର୍‌ଲାଗି ସେ ନଅରର୍‌ ଲକ୍‌ମନ୍‌ ଜାନ୍‌ବାଇ ଜେ, ପର୍‌ମେସର୍‌ ସେମନ୍‌କେ ଡଣ୍ଡ୍‌ ଦେଇସି ।”
12 ସେଥିରେ ସେମାନେ ପ୍ରସ୍ଥାନ କରି ମନ-ପରିବର୍ତ୍ତନ କରିବା ଯେ କର୍ତ୍ତବ୍ୟ, ଏହା ପ୍ରଚାର କଲେ,
୧୨ସିସ୍‌ମନ୍‌ ବାରଇ ଜାଇ ଲକ୍‌ମନ୍‌କେ “ତମର୍‌ ପାପ୍‌ ଟାନେଅନି ବାଉଡା ।” ବଲି ଜାନାଇଲାଇ ।
13 ପୁଣି, ଅନେକ ଭୂତ ଛଡ଼ାଇଲେ ଓ ଅନେକ ରୋଗୀ ଲୋକଙ୍କୁ ତୈଳ ଲଗାଇ ସୁସ୍ଥ କଲେ।
୧୩କେତେକ୍‌ କେତେକ୍‌ ଲକ୍‌ମନର୍‌ ଟାନେଅନି ଡୁମା ଚାଡାଇଲାଇ, ଆରି କେତେକ୍‌ ରଗି ଲକ୍‌ମନ୍‌କେ ଚିକନ୍‌ ଲାଗାଇ ନିମାନ୍‌ କଲାଇ ।
14 ତାହାଙ୍କ ନାମ ବିଖ୍ୟାତ ହେବାରୁ ହେରୋଦ ରାଜା ତାହାଙ୍କ ବିଷୟରେ ଶୁଣିଲେ, ଆଉ ଲୋକେ କହୁଥିଲେ, ବାପ୍ତିଜକ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।
୧୪ଜିସୁର୍‌ ନାଉଁ ସବୁବାଟେ ଉଡ୍‌ରା ଅଇଗାଲାକେ, ଏରଦ୍‌ ରାଜା ଜିସୁର୍‌ ବିସଇ ସୁନ୍‌ଲା, ଆରି ଲକ୍‌ମନ୍‌ କଇତେରଇଲାଇ, ଡୁବନ୍‌ ଦେଉ ଜଅନ୍‌ ମରିକରି ଉଟି ଆଚେ, ତେବର୍‌ପାଇ ଏ ସବୁ ନ ଅଇବା କାମର୍‌ ସକ୍‌ତି ତାର୍‌ଟାନେ କାମ୍‌ କଲାନି ।
15 କିନ୍ତୁ ଅନ୍ୟମାନେ କହୁଥିଲେ, ଏ ଏଲୀୟ; ପୁଣି, ଆଉ କେହି କହୁଥିଲେ, ଭାବବାଦୀମାନଙ୍କ ମଧ୍ୟରୁ କୌଣସି ଜଣକ ସଦୃଶ ଏ ଜଣେ ଭାବବାଦୀ।
୧୫ମାତର୍‌ ବିନ୍‌ ବିନ୍‌ ଲକ୍‌ମନ୍‌ କଇତେ ରଇଲାଇ, ଏ ଏଲିୟ, ଆରି କେ କେ କଇତେ ରଇଲାଇ, ଆଗର୍‌ ବାବବାଦି ମନର୍‌ପାରା ଗଟେକ୍‌ ଲକ୍‌ ।
16 କିନ୍ତୁ ହେରୋଦ ଏହା ଶୁଣି କହିଲେ, ଯେଉଁ ଯୋହନଙ୍କ ମସ୍ତକ ଆମ୍ଭେ ଛେଦନ କରିଅଛୁ, ସେ ଉଠିଅଛନ୍ତି।
୧୬ମାତର୍‌ ଏରଦ୍‌ ଏଟା ସୁନି କଇଲା, “ମୁଇ ଜନ୍‌ ଜଅନର୍‌ ମୁଣ୍ଡ୍‌ କାଟାଇଲି, ସେ ମଲାତେଇଅନି ଉଟିଆଚେ!”
17 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କୁ ବିବାହ କରିଥିବାରୁ ତାହାଙ୍କ ସକାଶେ ଆପେ ଲୋକ ପଠାଇ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ।
୧୭ତେବେ ଏରଦ୍‌ ନିଜର୍‌ ବାଇ ପିଲିପର୍‌ ମାଇଜି ଏରଦିଆକେ ବିବା ଅଇ ରଇଲା । ତାକେ ସାର୍‌ଦା କର୍‌ବାକେ ନିଜେ ଏରଦ୍‌ ଲକ୍‌ମନ୍‌କେ ପାଟାଇ ଡୁବନ୍‌ ଦେଉ ଜଅନ୍‌କେ ଦାରି, ବାନ୍ଦିକରି ବନ୍ଦି କର୍‌ବାକେ ଆଦେସ୍‌ ଦେଲା ।
18 କାରଣ ଯୋହନ ହେରୋଦଙ୍କୁ କହୁଥିଲେ, ଆପଣା ଭାଇର ଭାର୍ଯ୍ୟାକୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।
୧୮କାଇକେବଇଲେ ଜଅନ୍‌ ଏରଦ୍‌କେ ତର୍‌କେତର୍‌ କଇତେରଇଲା “ମସାର୍‌ ନିୟମ୍‌ ଇସାବେ ନିଜର୍‌ ବାଇର୍‌ ମାଇଜିକେ ସଙ୍ଗଇବାର୍‌ ତର୍‌ ବିଦି ନାଇ ।”
19 ସେଥିରେ ହେରୋଦିଆ ତାହାଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ତାହାଙ୍କୁ ବଧ କରିବା ନିମନ୍ତେ ଇଚ୍ଛା କରୁଥିଲେ, ମାତ୍ର ପାରୁ ନ ଥିଲେ;
୧୯ଏନ୍ତାରି କଇଲାକେ ଏରଦିଆ ଜଅନ୍‌କେ ରିସା ଅଇ ତାକେ ମରାଇବାକେ ମନ୍‌ କର୍‌ତେରଇଲା, ମାତର୍‌ ନାପାର୍‌ତେ ରଇଲା ।
20 କାରଣ ହେରୋଦ ଯୋହନଙ୍କୁ ଜଣେ ଧାର୍ମିକ ଓ ପବିତ୍ର ବ୍ୟକ୍ତି ଜାଣି ଭୟ କରୁଥିଲେ ଆଉ ତାହାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ, ପୁଣି, ତାହାଙ୍କ କଥା ଶୁଣି ଅତିଶୟ ଉଦ୍‌ବିଗ୍ନ ହେଲେ ସୁଦ୍ଧା ଆନନ୍ଦରେ ତାହା ଶୁଣୁଥିଲେ।
୨୦କାଇକେବଇଲେ ଏରଦ୍‌ ଜଅନ୍‌କେ ଗଟେକ୍‌ ଦରମ୍‌ ଆରି ସୁକଲ୍‌ ଲକ୍‌ ବଲି ଜାନି ଡର୍‌ତେ ରଇଲା, ଆରି ତାକେ ରକିଆ କର୍‌ବାକେ ଚେସ୍‌ଟା କର୍‌ତେରଇଲା । ଜେଡେବେଲେ ମିସା ତାର୍‌ କାତା ସୁନ୍‌ତେରଇଲା, ବେସି କିଲ୍‌ବିଲ୍‌ ଅଇତେରଇଲା । ଏଲେମିସା ସେଟା ସାର୍‌ଦା ସଙ୍ଗ୍‌ ସୁନ୍‌ତେରଇଲା ।
21 ପରେ ସୁଯୋଗର ଦିନ ଉପସ୍ଥିତ ହେଲା। ହେରୋଦ ଆପଣା ଜନ୍ମ ଦିନରେ ପାତ୍ର-ମନ୍ତ୍ରୀ, ପ୍ରଧାନ ପ୍ରଧାନ ସେନାପତି ଓ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କ ନିମନ୍ତେ ରାତ୍ରି ସମୟରେ ଗୋଟିଏ ଭୋଜ ପ୍ରସ୍ତୁତ କଲେ;
୨୧ପଚେ ଏରଦିଆର୍‌ ଜାଗ୍‌ତେ ର‍ଇବା ଦିନ୍‌ କେଟିଆଇଲା । ଏରଦର୍‌ ଜନମ୍‌ ଦିନେ, ନିଜର୍‌ ମନ୍ତ୍‍ରି ମନ୍‌କେ ଆରି ମୁକିଅ ମୁକିଅ ସେନାପତି ଆରି ଗାଲିଲିର୍‌ ବଡ୍‌ବଡ୍‌ ଲକ୍‌ମନ୍‌କେ ଡାକି, ରାତିଆ ଗଟେକ୍‌ ବଜିକଲା ।
22 ଆଉ ହେରୋଦିଆଙ୍କ ନିଜର କନ୍ୟା ଭିତରକୁ ଆସି ନୃତ୍ୟ କରି ହେରୋଦ ଓ ତାହାଙ୍କ ସହିତ ଭୋଜରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ମୁଗ୍ଧ କରିଦେଲା। ସେଥିରେ ରାଜା ବାଳିକାକୁ କହିଲେ, ଯାହା ଇଚ୍ଛା କରୁଅଛ, ମାଗ, ଆମ୍ଭେ ତୁମ୍ଭକୁ ତାହା ଦେବା।
୨୨ତେଇ ଏରଦିଆର୍‌ ଟକି ବିତ୍‌ରେ ପୁରି ଏରଦ୍‌ ଆରି ତାର୍‌ ସଙ୍ଗ୍‌ ବସି କାଇବା ଲକ୍‌ମନ୍‌କେ ନାଟ୍‌କରି ମନ୍‌ଚାଇ ଦେଲା । ରାଜା ଟକିକେ କଇଲା, “ତୁଇ ଜାଇଟା ମନ୍‌ କଲୁସ୍‌ନି ସେଟା ମାଙ୍ଗ୍‌, ମୁଇ ତକେ ଦେବି ।”
23 ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା।
୨୩ଆରି ଏରଦ୍‌ ତାର୍‌ ଲଗେ ପର୍‌ମାନ୍‌ କଲା, “ତୁଇ ଆମ୍‌କେ ଜାଇଟା ମାଙ୍ଗ୍‌ଲେ ମିସା, ମୁଇ ରାଇଜର୍‌ ଅଦ୍‌ ବାଗ୍‌ ଜାକ ତକେ ଦେଇ ଦେବି ।”
24 ତହିଁରେ ସେ ବାହାରିଯାଇ ଆପଣା ମାତାଙ୍କୁ ପଚାରିଲା, ମୁଁ କଅଣ ମାଗିବି? ସେ କହିଲେ ବାପ୍ତିଜକ ଯୋହନର ମସ୍ତକ।
୨୪ତେଇଅନି ସେ ବାରଇଜାଇ ତାର୍‌ ମାଆକେ ପାଚାର୍‌ଲା, “ମୁଇ କାଇଟା ମାଙ୍ଗ୍‌ବି?” ତାର୍‌ ମାଆ କଇଲା, “ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ ମାଙ୍ଗ୍‌ ।”
25 ସେହିକ୍ଷଣି ସେ ରାଜାଙ୍କ ନିକଟକୁ ଶୀଘ୍ର ଆସି ଏହା କହି ମାଗିଲା, ମୋହର ଇଚ୍ଛା ଯେ, ଆପଣ ବାପ୍ତିଜକ ଯୋହନର ମସ୍ତକ ଗୋଟିଏ ଥାଳିରେ ମୋତେ ଏହିକ୍ଷଣି ଦିଅନ୍ତୁ।
୨୫ସେଦାପ୍‌ରେ ଟକି ରାଜାର୍‌ ଲଗେ ଆସି ଏଟା କଇ ମାଙ୍ଗ୍‌ଲା, “ତୁଇ ମକେ ଏବେ ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ ଗଟେକ୍‌ ତାଲାଇ କାଟି ଦେ ।”
26 ଏଥିରେ ରାଜା ଅତ୍ୟନ୍ତ ଦୁଃଖିତ ହେଲେ ସୁଦ୍ଧା ଆପଣା ଶପଥ ଓ ଭୋଜନୋପବିଷ୍ଟ ବ୍ୟକ୍ତିମାନଙ୍କ ହେତୁ ମନା କରିବାକୁ ଇଚ୍ଛା କଲେ ନାହିଁ।
୨୬ସେକାତା ସୁନି ରାଜା ବେସି ଦୁକ୍‌ କଲା ମାତର୍‌ ନିଜେ କାତା ଦେଇର‍ଇଲାଟା ଆରି କାଇବାକେ ବସି ରଇବା ଲକ୍‌ମନର୍‌ମୁଆଟେ ମାଙ୍ଗ୍‌ଲାଟା ନାଇ ବଲି କ‍ଇବାକେ ମନ୍‌ କରେନାଇ ।
27 ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
୨୭ତେବେ ରାଜା ସେଦାପ୍‌ରେ ଗଟେକ୍‌ ସଇନକେ ପାଟାଇ ତାର୍‌ ମୁଣ୍ଡ୍‌ ଆନ୍‌ବାକେ ଆଦେସ୍‌ ଦେଲା, ତେଇ ସଇନ ବନ୍ଦି ଗରେ ଜାଇ, ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ କାଟ୍‌ଲା ।
28 ଆଉ ତାହା ଗୋଟିଏ ଥାଳିରେ ଆଣି ବାଳିକାକୁ ଦେଲା, ପୁଣି, ବାଳିକା ତାହା ଘେନି ନିଜ ମାତାଙ୍କୁ ଦେଲା।
୨୮ଆରି ସେ ମୁଣ୍ଡ୍‌ ଗଟେକ୍‌ ତାଲାଇ ଆନି ଟକିକେ ଦେଲା, ଆରି ଟକି ଡୁବନ୍‌ ଦେଉ ଜଅନର୍‌ ମୁଣ୍ଡ୍‌ ନେଇ ତାର୍‌ ମାକେ ଦେଲା ।
29 ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ।
୨୯ଜଅନର୍‌ ସିସ୍‌ମନ୍‌ ତେଇର୍‌ କବର୍‌ ସୁନି ଆଇଲାଇ, ଆରି ମଲା ମଡ୍‌କେ ନେଇ ମସ୍‌ନେ ତପ୍‌ଲାଇ ।
30 ପରେ ପ୍ରେରିତମାନେ ଯୀଶୁଙ୍କ ନିକଟରେ ଏକତ୍ର ହେଲେ, ଆଉ ସେମାନେ ଯାହା ଯାହା କରିଥିଲେ ଓ ଯାହା ଯାହା ଶିକ୍ଷା ଦେଇଥିଲେ, ସେହିସବୁ ତାହାଙ୍କୁ ଜଣାଇଲେ।
୩୦ପଚେ ପେରିତ୍‌ମନ୍‌ ଜିସୁର୍‌ ଲଗେ ରୁଣ୍ଡ୍‌ଲାଇ, ଆରି ସେମନ୍‌ ଜନ୍‌ ଜନ୍‌ଟା କରି ରଇଲାଇ, ଆରି ଜାଇ ଜାଇଟା ସିକାଇ ଦେଇରଇଲାଇ, ସେସବୁ ତାକେ ଜାନାଇଲାଇ ।
31 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଅଲଗା ହୋଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ କିଛି ସମୟ ବିଶ୍ରାମ କର।” କାରଣ ଅନେକ ଲୋକ ଯିବା ଆସିବା କରୁଥିବାରୁ ସେମାନଙ୍କର ଭୋଜନ କରିବାକୁ ସୁଦ୍ଧା ସୁଯୋଗ ନ ଥିଲା।
୩୧ସେଡ୍‌କି ବେଲେ ଜିସୁ ସେମନ୍‌କେ କଇଲା, “ତମେମନ୍‌ ମର୍‌ସଙ୍ଗ୍‌ ଆସା ଆମେ ଗଟେକ୍‌ କିନରା ଜାଗାଇ ଜାଇ ଚନେକ୍‌ ବିସ୍‌ରାମ୍‌ କରୁ ।” କାଇକେବଇଲେ କେତେକ୍‌ କେତେକ୍‌ ଲକ୍‌ ଆସ୍‌ ଜା ଅଇତେରଇଲାଇଜେ ସେମନ୍‌କେ କାଇବାକେ ମିସା ସୁଜଗ୍‌ ନ ମିଲ୍‌ତେ ରଇଲା ।
32 ତହିଁରେ ସେମାନେ ଅଲଗା ହୋଇ ନୌକାରେ ଗୋଟିଏ ନିର୍ଜନ ସ୍ଥାନକୁ ବାହାରିଗଲେ।
୩୨ତେବେ ଜିସୁ ଆରି ତାର୍‌ ସିସ୍‌ମନ୍‌ ବାରଇ ବେଗ୍‌ଲି ଜାଇ ଡଙ୍ଗାଇ ବସି ଗଟେକ୍‌ କିନରା ଜାଗାଇ ଗାଲାଇ ।
33 କିନ୍ତୁ ଅନେକେ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ, ପୁଣି, ଲୋକମାନେ ସମସ୍ତ ନଗରରୁ ପାଦଗତିରେ ସେଠାକୁ ଏକତ୍ର ଦୌଡ଼ିଯାଇ ସେମାନଙ୍କ ଆଗରେ ପହଞ୍ଚିଲେ।
୩୩ମାତର୍‌ ସେମନ୍‌ ବାରଇ ଜିବାଟା ବେସିଲକ୍‌ ଦେକି ଚିନ୍‌ଲାଇ, ଆରି ସବୁ ନଅରେ ଅନି ଲକ୍‌ମନ୍‌ ପାଲାଇ ପାଲାଇ ଜାଇ ସେମନର୍‌ ଆଗ୍‍ତୁ କେଟ୍‌ଲାଇ ।
34 ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକଙ୍କୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଥିଲେ; ପୁଣି, ସେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ।
୩୪ଜିସୁ ଡଙ୍ଗାଇଅନି ବାରଇ, ବେସି ଲକ୍‌ମନ୍‌କେ ଦେକି ତାର୍‍ ଜିବନ୍‌ ଦୁକାଇ ଦୟାକଲା । କାଇକେବଇଲେ ସେମନ୍‌ ଗଉଡ୍‌ ନ ରଇଲା ମେଣ୍ଡାରାସି ପାରା ରଇଲାଇ ଆରି ସେ ସେମନ୍‌କେ କେତେକ୍‌ ବିସଇ ସିକିଆ ଦେବାର୍‌ଦାର୍‌ଲା ।
35 ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
୩୫ଏତ୍‌କି ବିତ୍‌ରେ ବେଲ୍‌ ବସି ଆଇବାକେ ସିସ୍‌ମନ୍‌ ଆସି ଜିସୁକେ କଇଲାଇ, “ଏ ଜାଗା ତା ଚିମ୍‌ରା ଜାଗା ଆରି ବେଲ୍‌ ମିସା ବସିଆଇଲାନି,
36 ଲୋକମାନେ ଯେପରି ଚତୁର୍ଦ୍ଦିଗରେ ପଲ୍ଲୀ ଓ ଗ୍ରାମମାନଙ୍କୁ ଯାଇ ଆପଣା ଆପଣା ନିମନ୍ତେ ଖାଇବା ପାଇଁ କିଛି କିଣନ୍ତି, ଏଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ।
୩୬ତେବର୍‌ପାଇ ଲକ୍‌ମନ୍‌କେ ପାଟାଇ ଦିଆସ୍‌ । ଜେନ୍ତି କି ସେମନ୍‌ ଚାରିବେଡ୍‌ତିର୍‌ ଗାଉଁ ମନ୍‌କେ ଜାଇ ନିଜର୍‌ ନିଜର୍‌ ପାଇ କାଇବାକେ କାଇଟା ମିସା ଗେନତ୍‌ ।”
37 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ କଅଣ ଯାଇ ଦୁଇ ଶହ ଦିନର ମଜୁରୀ ସମାନ ମୂଲ୍ୟର ରୁଟି କିଣି ଏମାନଙ୍କୁ ଭୋଜନ କରାଇବା?
୩୭ମାତର୍‌ ଜିସୁ ସେମନ୍‌କେ କ‍ଇଲା, “ତମେ ସେମନ୍‌କେ କାଇଟା ମିସା କାଇବାକେ ଦିଆସ୍‌ ।” ସେମନ୍‌ ତାକେ କଇଲାଇ, “ଆମେ ଜାଇ ଆଟ୍‌ ମାସର୍‌ କୁଲି ଡାବୁ ନେଇ ଏମନ୍‌କେ ରୁଟି ଗେନିଆନି କୁଆଇବୁ କି?”
38 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି? ଯାଇ ଦେଖ।” ସେମାନେ ବୁଝି ଆସି ତାହାଙ୍କୁ କହିଲେ, ପାଞ୍ଚୋଟି, ପୁଣି, ଦୁଇଟି ମାଛ।
୩୮ଜିସୁ ସେମନ୍‌କେ କଇଲା, “ତମର୍‌ ଲଗେ କେତେଟା ରୁଟି ଆଚେ? ଜାଇ ଦେକା ।” ସେମନ୍‌ ଦେକିଆସି ତାକେ କଇଲାଇ, “ପାଁଚ୍‌ଟା ରୁଟି ଆରି ଦୁଇଟା ମାଚ୍‌ ।”
39 ସେଥିରେ ସମସ୍ତେ ଯେପରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସନ୍ତି, ଏଥିପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ।
୩୯ତେଇ ସବୁଲକ୍‌ ଜେନ୍ତି ଦଲ୍‌ଦଲ୍‌ ଅଇ କଅଁଲି ଗାଁସ୍‌ ଉପ୍‌ରେ ବସ୍‌ବାଇ, ଏଟାର୍‌ପାଇ ଜିସୁ ତାର୍‌ ସିସ୍‌ମନ୍‌କେ ତିଆର୍‌ଲା ।
40 ତହିଁରେ ସେମାନେ ଶହ ଶହ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ ବସିଲେ।
୪୦ସେମନ୍‌ ସଏ ସଏ ଆରି ପଚାସ୍‌ ପଚାସ୍‌ ଲକ୍‌ ଦାଡି ଦାଡି ଅଇ ବସ୍‌ଲାଇ ।
41 ପୁଣି ଯୀଶୁ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଘେନି ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟିଗୁଡ଼ିକ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ। ପୁଣି, ସେହି ଦୁଇ ମାଛ ସେ ସମସ୍ତଙ୍କ ମଧ୍ୟରେ ଭାଗ କରିଦେଲେ।
୪୧ପଚେ ଜିସୁ ପାଁଚ୍‌ଟା ରୁଟି ଆରି ଦୁଇଟା ମାଚ୍‌ ଦାରି ସରଗ୍‌ ବାଟେ ଦେକି ପର୍‌ମେସର୍‌କେ ଦନିଅବାଦ୍‌ ଦେଲା, ଆରି “ରୁଟି ବାଙ୍ଗାଇ ଲକ୍‌ମନ୍‌କେ ଦିଆସ୍‌ ।” ବଲି ସିସ୍‌ମନ୍‌କେ ଦେଲା । ଆରି, ସେ ଦୁଇଟା ମାଚ୍‌ ସବୁକେ ବାଟାକରି ଦେଲା ।
42 ସେଥିରେ ସମସ୍ତେ ଭୋଜନ କରି ତୃପ୍ତ ହେଲେ,
୪୨ତେଇ ସବୁଲକ୍‌ କାଇକରି ପେଟ୍‌ ପୁରାଇଲାଇ,
43 ଆଉ ସେମାନେ ଭଙ୍ଗା ରୁଟିର ବଳକା ଉଠାଇ ବାର ଟୋକେଇ ଭର୍ତ୍ତି କଲେ ଏବଂ ଭାଗ କରାଯାଇଥିବା ମାଛରୁ ମଧ୍ୟ କିଛି କିଛି ଗୋଟାଇଲେ।
୪୩ଆରି ସେମନ୍‌ ବାଙ୍ଗ୍‌ଲା ରୁଟି ଆରି ମାଚ୍‌ ରୁଣ୍ଡାଇ ବାର୍‌ଟା ଡାଲାଇ ପୁରୁନ୍‌ କଲାଇ ।
44 ରୁଟି ଖାଇବା ଲୋକମାନେ ପାଞ୍ଚ ହଜାର ପୁରୁଷ ଥିଲେ।
୪୪ତେଇ କାଇଲା ଲକ୍‌ମନର୍‌ ବିତ୍‌ରେ ଅବ୍‌କା ମନସ୍‌ ପିଲାମନ୍‌ ପାଁଚ୍‌ ଅଜାର୍‌ ରଇଲାଇ ।
45 ସେହିକ୍ଷଣି ସେ ଆପଣା ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ବେଥ୍‌ସାଇଦା ଆଡ଼କୁ ଅପର ପାରିକୁ ଆଗରେ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ।
୪୫ସେଦାପ୍‌ରେ ଜିସୁ ନିଜର୍‌ ସିସ୍‌ମନ୍‌କେ ଡଙ୍ଗାଇ ବସି ଗାଡ୍‌ ସେପାଟର୍‌ ବେତ୍‌ସାଇଦାଇ ତାର୍‌ ଆଗ୍‌ତୁ ଜିବାକେ କଇଲା, ଆରି ତେଇ ରଇଲା ଲକ୍‌ମନ୍‌କେ ନିଜର୍‌ ନିଜର୍‌ ଗର୍‌ମନ୍‌କେ ପାଟାଇ ଦେଲା ।
46 ସେମାନଙ୍କଠାରୁ ବିଦାୟ ନେଲା ଉତ୍ତାରେ ଯୀଶୁ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ଗଲେ।
୪୬ଜିସୁ ଲକ୍‌ମନ୍‌କେ ପାଟାଇଲା ପଚେ, ପାର୍‌ତନା କର୍‌ବାକେ କୁପ୍‌ଲିଉପ୍‌ରେ ଗାଲା ।
47 ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ।
୪୭ରାତି ଅଇଲାକେ ଡଙ୍ଗା ସମ୍‌ଦୁର୍‌ ମଜାଇ ରଇଲା, ଆରି ସମ୍‌ଦୁର୍‌ ପାଲି ଜିସୁ ଗଟେକ୍‌ ଲକ୍‌ସେ ରଇଲା ।
48 ପ୍ରତିକୂଳ ବାୟୁ ହେତୁ ସେମାନଙ୍କୁ ନୌକା ବାହିବାରେ କଷ୍ଟ ପାଉଥିବା ଦେଖି ସେ ପ୍ରାୟ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ, ଆଉ ସେମାନଙ୍କ ପାଖ ଦେଇ ଆଗକୁ ଚାଲିବା ପାଇଁ ଉଦ୍ୟତ ଥିଲେ।
୪୮ମୁଆଟ୍‌ ବାଟେ ଅନି ପବନ୍‌ ଆଇତେ ରଇଲାଜେ ତାର୍‌ ସିସ୍‌ମନ୍‌ ଡଙ୍ଗା ଗାଟ୍‌ବାକେ କସ୍‌ଟ ଅଇବାଟା ଜିସୁ ଦେକ୍‌ଲା । କୁକ୍‌ଡା ଡାକେ ଜିସୁ ସମ୍‌ଦୁର୍‌ ଉପ୍‌ରେ ଇଣ୍ଡି ଇଣ୍ଡି ସେମନର୍‌ ଲଗେ ଗାଲା, ଆରି ସେମନ୍‌କେ ବାଟ୍‌ ଦେଇ ଜିବାଟା ସିସ୍‌ମନ୍‌ ଦେକ୍‌ଲାଇ ।
49 କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ,
୪୯ମାତର୍‌ ସେମନ୍‌ ଜିସୁ ପାନିତେଇ ଇଣ୍ଡ୍‌ବାଟା ଦେକି ଡୁମା ବଲି ବାବି କିର୍‌କିର୍‌ଲାଇ ।
50 କାରଣ ସମସ୍ତେ ତାହାଙ୍କୁ ଦେଖି ଉଦ୍‌ବିଗ୍ନ ହୋଇଥିଲେ। ମାତ୍ର ସେ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କୁ କହିଲେ, “ସାହସ ଧର, ଏ ତ ମୁଁ, ଭୟ କର ନାହିଁ।”
୫୦କାଇକେବଇଲେ ସବୁଲକ୍‌ ତାକେ ଦେକି କିଲ୍‌ବିଲ୍‌ ଅଇଜାଇତେ ରଇଲାଇ । ସେଦାପ୍‌ରେ ଜିସୁ ସେମନର୍‌ ସଙ୍ଗ୍‌ କାତା ବାର୍‌ତା ଅଇ ସେମନ୍‌କେ କଇଲା, “ଡରାନାଇ ସାଆସ୍‌ ଦାରା, ଏଟାତା ମୁଇ ।”
51 ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ଭିତ ହେଲେ,
୫୧ଆରି, ସେ ସେମନର୍‌ ଲଗେ ଜାଇ ଡଙ୍ଗାଇ ଚଗ୍‌ଲା, ଆରି ପବନ୍‌ ବନ୍ଦ୍‌ ଅଇଲା । ତେଇ ସେମନ୍‌ ମନେ ମନେ କାବା ଅଇଗାଲାଇ,
52 କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା।
୫୨କାଇକେବଇଲେ ପାଁଚ୍‌ଟା ରୁଟିର୍‌ ଗଟ୍‍ନାଇଅନି ଜିସୁ କେ ବଲି ବୁଜି ନ ରଇଲାଇଜେ ସେମନର୍‌ ବୁଦି ଗୁପିଜାଇରଇଲା ।
53 ସେମାନେ ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚି କୂଳରେ ନୌକା ବାନ୍ଧିଲେ।
୫୩ଜିସୁ ଆରି ତାର୍‌ ସିସ୍‌ମନ୍‌ ଗାଡ୍‌ ଲଙ୍ଗି ଗିନେସରତ୍‌ ବାଟେ ଜାଇକରି କେଟ୍‌ଲାଇ ଆରି ଗାଡ୍‌ପାଲି ଡଙ୍ଗା ବାନ୍ଦ୍‌ଲାଇ ।
54 ଆଉ ସେମାନେ ନୌକାରୁ ଓହ୍ଲାନ୍ତେ ଲୋକମାନେ ସେହିକ୍ଷଣି ତାହାଙ୍କୁ ଚିହ୍ନି,
୫୪ଆରି, ଡଙ୍ଗାଇ ଅନି ଉତର୍‌ଲା ଦାପ୍‌ରେ, ଲକ୍‌ମନ୍‌ ଜିସୁକେ ଚିନ୍‌ଲାଇ ।
55 ସେହି ସମସ୍ତ ଅଞ୍ଚଳର ଚାରିଆଡ଼େ ଦୌଡ଼ିଗଲେ, ପୁଣି, ସେ ଯେଉଁ ଯେଉଁ ସ୍ଥାନରେ ଅଛନ୍ତି ବୋଲି ଶୁଣିଲେ, ସେହି ସେହି ସ୍ଥାନକୁ ପୀଡ଼ିତ ଲୋକମାନଙ୍କୁ ଖଟିଆରେ ବହି ଆଣିବାକୁ ଲାଗିଲେ।
୫୫ଆରି ସେମନ୍‌ ଜିସୁ ଆଇଲା କବର୍‌ ସୁନାଇବାକେ ସବୁ ଗାଏଁ ପାଲାଇଲାଇ । ସେ ଜନ୍‌ ଜନ୍‌ ଜାଗାଇ ଆଚେ ବଲି ସୁନ୍‌ଲାଇ, ସେ ଜାଗାଇ ଜରର୍‌ ଲକ୍‌ମନ୍‌କେ କଟ୍‌ ମିସ୍‌ତେ ବଇ ଆନ୍‌ବାର୍‌ ଦାର୍‌ଲାଇ ।
56 ପୁଣି, ସେ ଯେଉଁ ଯେଉଁ ଗ୍ରାମ, ନଗର ବା ପଲ୍ଲୀରେ ପ୍ରବେଶ କଲେ, ଲୋକେ ସେହିସବୁ ସ୍ଥାନର ହାଟବଜାର-ମାନଙ୍କରେ ରୋଗୀମାନଙ୍କୁ ଥୋଇଦେଇ, ସେମାନେ ଯେପରି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ; ଆଉ ଯେତେ ଲୋକ ତାହାଙ୍କୁ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ।
୫୬ଆରି ସେ ଜେତେକ୍‌ ଜେତେକ୍‌ ଗାଉଁ, ସଅର୍‌ ଆରି ପୁଟ୍‌ ମନ୍‌କେ କେଟ୍‌ଲା, ଲକ୍‌ମନ୍‌ ସେ ସବୁ ଜାଗାଇ ଆଟ୍‌ ବଜାର୍‌ମନ୍‌କେ ରଗିମନ୍‌କେ ସଙ୍ଗଇଦେଇ, ସେମନ୍‌ ତାର୍‌ ଲୁଗା ଅଁଟିଟାନେ ଚିଇବୁ ବଲି ଜୁଆର୍‌ବିଆର୍‌ କଲାଇ । ଜେତେକ୍‌ ଲକ୍‌ ତାକେ ଚିଇଲାଇ, ସବୁଲକ୍‌ ନିକ ଅଇଲାଇ ।

< ମାର୍କ 6 >