< ମାର୍କ 16 >
1 ବିଶ୍ରାମବାର ବିତିଗଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧିଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି।
ବିସାଉଁଣିବାର୍ ସଃର୍ଲା ହଃଚେ, ମଗ୍ଦଲିନି ମରିୟମ୍, ଜାକୁବର୍ ଆୟ୍ସି ମରିୟମ୍ ଆର୍ ସଲମି ଜିସୁର୍ ଗଃଗାଳେ ଲାଗାଉଁକେ ବାସ୍ନା ଚିକଣ୍ ଗେନ୍ଲାୟ୍ ।
2 ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଲା।
ରୟ୍ବାର୍ ଦିନ୍ ବର୍ ସଃକାଳ୍ୟା ସେମଃନ୍ ମଃସ୍ଣେ ଗଃଳାୟ୍, ସଃଡେବଃଳ୍ ବେଳ୍ ଉଦିରିଲି ।
3 ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି-ଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା।
ସେମଃନ୍ ଜାତାବଃଳ୍ ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉତିରିଲାୟ୍, “ମଃସୁଣ୍ କାଲାର୍ ଦୁଆର୍ ବାଟେ ଡାହିରିଲା ଟେଳା ଅଃମାର୍ ଗିନେ କେ ଗୁଚାୟ୍ ଦେତି? କାୟ୍ତାକ୍ବଃଲେକ୍ ସେରି ବଃଡେ ବଃଡ୍ ଟେଳା ରିଲି ।
4 ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି।
ମଃତର୍ ସଃଡେବଃଳ୍ ସେମଃନ୍ ଦଃକ୍ଲାୟ୍ ଜେ, ମଃସୁଣ୍ ଦୁଆଁରେ ଡାହିରିଲା ସେ ବଃଡ୍ ଟେଳା ବିନେ ଗୁଚି ଆଚେ ।
5 ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳ ବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ୱରେ ବସିଥିବା ଦେଖି ଅତିଶୟ ଆଶ୍ଚର୍ଯ୍ୟାନ୍ୱିତ ହେଲେ।
ସେତାର୍ଗିନେ ସେମଃନ୍ ମଃସୁଣ୍ ବିତ୍ରେ ଗଃଲାୟ୍, ସେତି ସେମଃନ୍ ଗଟେକ୍ ଦବ୍ଳା ବଃସ୍ତର୍ ହିନ୍ଦିରିଲା ଗଟେକ୍ ବେଣ୍ଡ୍ୟାକ୍ ମଃସୁଣ୍ ବିତ୍ରେ କାତାବାଟ୍ୟା ବଃସିରିଲାର୍ ଦଃକି ସେମଃନ୍ ବେସି କାବାଅୟ୍ଲାୟ୍ ।”
6 ସେଥିରେ ସେ ସେମାନଙ୍କୁ କହିଲେ, ଭୟ କର ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ।
ସେତାକ୍ ସେ ସେମଃନ୍କେ କୟ୍ଲା, “ଡିରା ନାୟ୍, ତୁମିମଃନ୍ କ୍ରୁସ୍ ଉହ୍ରେ ଚଃଗାୟ୍ ମାରିରିଲା ନାଜରିତ୍ ଜିସୁକେ ଲଳୁଲାସ୍; ସେ ଉଟି ଆଚେ, ସେ ଇତି ନାୟ୍; ଦଃକା, ଇ ଜଃଗାୟ୍ ସେମଃନ୍ ତାକ୍ ସଃଙ୍ଗାୟ୍ ରିଲାୟ୍ ।
7 କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ଯୀଶୁ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।
ଅଃବେ ତୁମିମଃନ୍ ଜାୟ୍ ତାର୍ ଚେଲାମଃନ୍କେ ଆର୍ ପିତର୍କେ ଇ କଃତା କଃଉଆ, ‘ତୁମାର୍ ଆଗେ ଆଗେ ଜିସୁ ଗାଲିଲିକେ ଜଃଉଁଲା; ଜିସୁ ତୁମିମଃନ୍କେ ଜୁୟ୍ ରଃକମ୍ କୟ୍ରିଲା, ସେରଃକମ୍ ତୁମିମଃନ୍ ସେତି ତାକ୍ ଦଃକାସ୍ ।’”
8 ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ଆଶ୍ଚର୍ଯ୍ୟ ହୋଇଥିଲେ, ପୁଣି, କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ।
ସେତାକ୍ ମାୟ୍ଜିମଃନ୍ ମଃସୁଣ୍ ବିତ୍ରେ ହୁଣି ବାରାୟ୍ ଗଃଲାୟ୍, ବଃଲେକ୍ ସେମଃନ୍ ଡିରି ଜାୟ୍ରିଲାୟ୍, ଆର୍ କାବା ଅୟ୍ରିଲାୟ୍, ସେମଃନ୍ ବଃଡେ ଡିର୍ଲାୟ୍, ସେତାର୍ଗିନେ ସେମଃନ୍ ପିତର୍କେ ଚାଡି କାକେ ହେଁ କାୟ୍ରି ନଃକୟ୍ଲାୟ୍ ।
9 (note: The most reliable and earliest manuscripts do not include Mark 16:9-20.) [ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍ଦଲୀନୀ ମରୀୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ।
(note: The most reliable and earliest manuscripts do not include Mark 16:9-20.) ରୟ୍ବାର୍ ଦିନ୍ ବର୍ ସଃକାଳ୍ୟା ଜିସୁ ଉଟିକଃରି ଜାର୍ ତଃୟ୍ହୁଣି ସାତ୍ଗଟ୍ ବୁତ୍ ଚାଡାୟ୍ରିଲା, ସେ ମଗ୍ଦଲିନି ମରିୟମ୍କେ ଆଗ୍ତୁ ଦଃକାୟ୍ ଅୟ୍ଲା ।
10 ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ବାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ।
ସେ ଜାୟ୍କଃରି ଜିସୁର୍ ଚେଲାମଃନ୍କ୍ ଇ କବୁର୍ କୟ୍ଲି; ସଃଡେବଃଳ୍ ସେମଃନ୍ ଦୁକେ ରଃୟ୍ ରଦନ୍ କଃର୍ତି ରିଲାୟ୍ ।
11 ଯୀଶୁ ଯେ ଜୀବିତ ଅଟନ୍ତି ଓ ତାହାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ୱାସ କଲେ ନାହିଁ।
ମରିୟମ୍ ସେମଃନ୍କେ କୟ୍ଲି, “ଜିସୁ ବଚ୍ଲା ଆଚେ; ଆର୍ ଜିସୁ ମକ୍ ଦଃକାୟ୍ ଅୟ୍ଆଚେ ।” ମଃତର୍ ଇ କଃତା ସୁଣି ସେମଃନ୍ ସଃତ୍ ନଃକେଲାୟ୍ ।
12 ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ,
ଇ ସଃବୁ ଗଃଟ୍ଣା ଗଃଟ୍ଲା ହଃଚେ, ଚେଲାମଃନାର୍ ବିତ୍ରାର୍ ଦୁୟ୍ଲକ୍ ଗଟେକ୍ ଗାଉଁ ଜାତିରିଲା ବଃଳ୍, ଜିସୁ ବିନ୍ ରୁହ୍ ଅୟ୍ ସେମଃନ୍କେ ଦଃକାୟ୍ ଅୟ୍ଲା ।
13 ପୁଣି, ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ବାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ୱାସ କଲେ ନାହିଁ।
ସେମଃନ୍ ବାଉଳି ଆସି ବିନ୍ ଚେଲାମଃନ୍କେ ଇ କଃତା କୟ୍ଲାୟ୍; ମଃତର୍ ସେମଃନାର୍ କଃତାକ୍ ହେଁ ସେମଃନ୍ ସଃତ୍ ନଃକେଲାୟ୍ ।
14 ଏଥିଉତ୍ତାରେ ଏଗାର ଜଣ ଶିଷ୍ୟମାନେ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ୱାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ।
ଇତାର୍ହଃଚେ ଜଃଡେବଃଳ୍ ଏଗାର୍ଗଟ୍ ଚେଲାମଃନ୍ କାତି ରିଲାୟ୍, ସଃଡେବଃଳ୍ ସେମଃନ୍କେ ଜିସୁ ଦଃକାୟ୍ ଅୟ୍ଲା, ଜିସୁ ସେମଃନ୍କେ ସେମଃନାର୍ ଅବିସ୍ୱାସ୍ ଆର୍ ଅଃଟୁଆ ମଃନାର୍ ଗିନେ ସେମଃନ୍କେ ଉଳ୍ଲା । କାୟ୍ତାକ୍ବଃଲେକ୍ ଜୁୟ୍ ଲକ୍ମଃନ୍ ଜିସୁ ଉଟିରିଲାର୍ ଦଃକିରିଲାୟ୍, ସେମଃନାର୍ କଃତା ଇ ଚେଲାମଃନ୍ ସଃତ୍ କଃରି ନଃରିଲାୟ୍ ।
15 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର।
ଆରେକ୍ ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ଜଃଗତାର୍ ଚାରିହାକ୍ ଜାୟ୍, ସଃବୁ ଜାତିର୍ ଲକ୍ମଃନାର୍ ତଃୟ୍ ଇ ନିକ କବୁର୍ ପର୍ଚାର୍ କଃରା ।
16 ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ସେ ବିଶ୍ୱାସ କରେ ନାହିଁ, ସେ ଦଣ୍ଡାଜ୍ଞା ପାଇବ।
ଜୁୟ୍ଲକ୍ ସଃତ୍ କଃରି ବାପ୍ତିସମ୍ ନଃୟ୍ଦ୍, ସେ ହାହେହୁଣି ମୁକ୍ତି ହାୟ୍ଦ୍; ମଃତର୍ ଜୁୟ୍ଲକ୍ ଅବିସ୍ୱାସ୍ କଃରେଦ୍, ସେ ଦସି ଆର୍ ଦଃଣ୍ଡ୍ ହାୟ୍ଦ୍ ।
17 ଆଉ ଏହିସବୁ ଚିହ୍ନ ସେମାନଙ୍କର ଅନୁବର୍ତ୍ତୀ ହେବ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ମୋ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ,
ସଃତ୍ ବିସ୍ୱାସିମଃନାର୍ ଇ ସଃବୁ ଚିନ୍ ଅୟ୍ଦ୍, ସେମଃନ୍ ମର୍ ନାଉଁଏ ବୁତ୍ ଚାଡାଉତି ଆର୍ ନଃଉଆଁ ନଃଉଆଁ ବାସାୟ୍ କଃତା କଃଉତି ।
18 ପୁଣି, ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।”
ସେମଃନ୍ ଆତେ ସାହ୍ ଦଃର୍ତି, ଆର୍ ବିସ୍ ମିସ୍ଲାର୍ କାୟ୍ରି କାୟ୍ଲେକ୍ ହେଁ ସେମଃନାର୍ କାୟ୍ ହେଁ ନୟ୍; ସେମଃନ୍ ଜଃର୍ ଦୁକାର୍ ଲକ୍ମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲେକ୍, ସେମଃନ୍ ନିକ ଅଃଉତି ।”
19 ଏହି ରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ୱର୍ଗରେ ଗୃହୀତ ହୋଇ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ।
ଇ ସଃବୁ କଃତା ସେମଃନ୍କେ କୟ୍ଲା ହଃଚେ, ଜିସୁ ମାପ୍ରୁକ୍ ସଃର୍ଗେ ନିଆ ଅୟ୍ଲି, ସେ ଜାୟ୍ ଇସ୍ୱର୍ ମାପ୍ରୁର୍ କାତାବାଟ୍ୟା ବଃସ୍ଲା ।
20 କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ୱାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।]
ତାର୍ହଃଚେ ଚେଲାମଃନ୍ ହୁର୍ତିବିର୍ ସଃବୁ ହାକ୍ ଜାୟ୍ ଲକ୍ମଃନ୍କେ ନିକ କବୁର୍ ପର୍ଚାର୍ କଃଲାୟ୍, ଆର୍ ଜିସୁ ମାପ୍ରୁ ନିଜେ ସେମଃନାର୍ ସଃଙ୍ଗେ ରଃୟ୍, ସେମଃନାର୍ ପର୍ଚାର୍ ସଃତ୍ ବଃଲି ଲକ୍ମଃନ୍କେ ଦଃକାଉଁକ୍, ସେମଃନ୍କେ କାବା ଅଃଉତା ଚିନ୍ କଃରୁକେ ସଃକ୍ତି ଦିଲା ।