< ମାର୍କ 15 >

1 ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍‍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ।
ସାକାଲ୍‌ ସାକାଲ୍‌ ପାର୍‌ତନା ଗରର୍‌ ମୁକିଅ ପୁଜାରିମନ୍‌, ମୁକିଅ ନେତାମନ୍‌, ଜିଉଦି ନେତାମନ୍‌, ନିୟମ୍‌ ସିକାଇବା ଲକ୍‌ମନ୍‌ ଆରି ଜିଉଦି ଲକ୍‌ମନ୍‌କେ ସାସନ୍‌ କର୍‌ବା ସବୁ ରକାମର୍‌ ନେତାମନ୍‌ ଜିସୁକେ କାଇଟା କର୍‌ବାର୍‌ ଆଚେ? ବଲି ଗଟେକ୍‌ ବଡ୍‌ ପଁଚାଦି କଲାଇ । ସେମନ୍‌ ତାକେ ବାନ୍ଦିକରି ସାସନ୍‌ କର୍‌ବା ପିଲାତ୍‍କେ ସର୍‌ପିଦେଲାଇ ।
2 ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।”
ପିଲାତ୍‌ ଜିସୁକେ ପାଚାର୍‌ଲା, “ତୁଇ କାଇ ଜିଉଦି ମନର୍‌ ରାଜା?” ଜିସୁ ତାକେ କଇଲା, “ତୁଇ ଜନ୍‌ଟା ପାଚାର୍‌ଲୁସ୍‌ନି, ସେଟା ସତ୍‌ସେ ।”
3 ଆଉ ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ।
ମୁକିଅ ପୁଜାରିମନ୍‌ ଜିସୁକେ ଦସ୍‍ ଦେଇ କଇବାର୍‌ ଦାର୍‌ଲାଇ ।
4 ସେଥିରେ ପୀଲାତ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ଦେଖ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି।
ସେବେଲା ପିଲାତ୍‌ ତାକେ ଆରିତରେକ୍‌ ପାଚାର୍‌ଲା, “ତୁଇ କାଇକେ ଚିମ୍‌ରା ଅଇଦେଲୁସ୍‌? କାଇଟା ମିସା କଉସ୍‌ ନାଇ । ଦେକା ସେମନ୍‌ ତର୍‌ ବିରଦେ କେତେକ୍‌ ନିନ୍ଦା କାତା କଇଲାଇନି ।”
5 କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ, ସେଥିରେ ପୀଲାତ ଚମତ୍କୃତ ହେଲେ।
ମାତର୍‌ ଜିସୁ କାତା ଅଏ ନାଇ । ସେଟା ଦେକିକରି ପିଲାତ୍‌ ବେସି କାବା ଅଇଗାଲା ।
6 ମାତ୍ର ପର୍ବ ସମୟରେ ଲୋକମାନେ ଯେଉଁ ବନ୍ଦୀକୁ ମାଗୁଥିଲେ, ତାହାକୁ ସେ ସେମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ।
ରକିଆ ପାଇବାର୍‌ ପରବ୍‌ କଲାବେଲେ ସବୁ ବରସର୍‌ ରିତିନିତି ଇସାବେ ପିଲାତ୍‌, ଜନ୍‍ ଆଲେ ବନ୍ଦି ଲକ୍‌କେ, ଲକ୍‌ମନ୍‌ ବାର୍‌କରାଇ ଦେବାକେ ମନ୍‍ କରତେରଇଲାଇ, ତାକେ ବାର୍‌କରାଇ ଦେଇତେରଇଲା ।
7 ଯେଉଁ ବିପ୍ଳବୀମାନେ ବିପ୍ଳବ ସମୟରେ ନରହତ୍ୟା କରିଥିଲେ, ସେମାନଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ ବନ୍ଦୀ ଥିଲା।
ସେବେଲେ ସର୍‌କାରର୍‌ ବିରୁଦେ ଦାବିକରି ବାର୍‌ବା ନାଉଁର୍‌ ଗଟେକ୍‌ ଲକ୍‌ ବନ୍ଦି ଅଇରଇଲା । ଏ ଲକ୍‌ ଆରି କେତେଟା ଲକ୍‌ମନର୍‌ ସଙ୍ଗ୍‌, ଲକ୍‌ମନ୍‌କେ ମରାଇ ବନ୍ଦି ଅଇରଇଲା ।
8 ତେଣୁ ଲୋକସମୂହ ଉପରକୁ ଯାଇ ତାହାଙ୍କୁ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ।
ଲକ୍‌ମନ୍‌ ପିଲାତର୍‌ଟାନେ ଆସି, କଇଲାଇ, “ସବୁ ବରସର୍‌ ରିତିନିତି ଇସାବେ ଏ ତରେକ୍‌ ମିସା ଗଟେକ୍‌ ବନ୍ଦି ଲକ୍‌କେ ମୁକ୍‌ଲାଇ କରି ବାର୍‌କରାଇଦେସ୍‌ ।”
9 ସେଥିରେ ପୀଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ଇଚ୍ଛା କରୁଅଛ? ଆମ୍ଭେ କଅଣ ତୁମ୍ଭମାନଙ୍କ ନିମନ୍ତେ ଯିହୁଦୀମାନଙ୍କ ରାଜାଙ୍କୁ ମୁକ୍ତ କରିଦେବା?
ପିଲାତ୍‌ ଲକ୍‌ମନ୍‌କେ ପାଚାର୍‌ଲା, “ତମେ କାକେ ମନ୍‍ କଲାସ୍‌ନି? ମୁଇ ତମର୍‌ ଲାଗି ଜିଉଦିମନର୍‌ ରାଜାକେ ଚାଡିଦେବି କି?”
10 କାରଣ ପ୍ରଧାନ ଯାଜକମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ବୁଝିଲେ।
୧୦ପିଲାତ୍‌ ରାଜା କାଇକେ ଏନ୍ତି କଇଲା ବଇଲେ, ମୁକିଅ ପୁଜାରିମନ୍‌ କୁଟ୍‌ ପାଁଚି ଜିସୁକେ ତାର୍‌ ଆତେ ସର୍‌ପିଦେଇ ଆଚତ୍‌ ବଲିକରି ସେ ଜାନିରଇଲା ।
11 ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଂ ବାରବ୍ବାକୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ।
୧୧ମାତର୍‌ ମୁକିଅ ପୁଜାରିମନ୍‌ ଲକ୍‌ମନ୍‌କେ ଉସ୍‌କାଇ କରି, “ଜିସୁର୍‌ ବାଦୁଲେ ବାର୍‌ବାକେ ଆମର୍‌ପାଇ ବନ୍ଦି ଗରେଅନି ମୁକ୍‌ଲାଇବାକେ କୁଆ ।” ବଲି କଇଲାଇ ।
12 କିନ୍ତୁ ପୀଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମ୍ଭେମାନେ ଯିହୁଦୀମାନଙ୍କର ରାଜା ବୋଲି କହୁଅଛ, ତାହା ପ୍ରତି ଆମ୍ଭେ କଅଣ କରିବା?
୧୨ମାତର୍‌ ପିଲାତ୍‌ ଆରିତରେକ୍‌ ପାଚାର୍‌ଲା, “ସେନ୍ତିଆଲେ ତମେ ଜନ୍‌ ଲକ୍‌କେ ଜିଉଦିମନର୍‌ ରାଜା ବଲି କଇଲାସ୍‌ନି, ତାକେ ମୁଇ କାଇଟା କର୍‌ବି ବଲି ତମେ ମନ୍‍ କଲାସ୍‌ନି?”
13 ଲୋକସମୂହ ପୁଣି, ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ।
୧୩ଲକ୍‌ମନ୍‌ ବେସି ରାଟୁକରି କଇଲାଇ, “ତାକେ କୁର୍‌ସେ ମରାଆ ।”
14 ସେଥିରେ ପୀଲାତ ସେମାନଙ୍କୁ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ।
୧୪ତେଇଅନି ପିଲାତ୍‌ ଆରିତରେକ୍‌ ଲକ୍‌ମନ୍‌କେ ପାଚାର୍‌ଲା, “କାଇକେ, ସେ କାଇ ଦସ୍‌ କଲାଆଚେ ଜେ?” ମାତର୍‌ ଲକ୍‌ମନ୍‌ ଅଦିକ୍‌ ଅଦିକ୍‌ ରାଟୁଅଇକରି କଇଲାଇ, “ତାକେ କୁରୁସ୍‍ କାଟେ ମରାଆ ।”
15 ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।
୧୫ସେଟାର୍‌ପାଇ ପିଲାତ୍‌ ଲକ୍‌ମନ୍‌କେ ସାର୍‌ଦା କରାଇବାକେ ମନ୍‍କରି ବାର୍‌ବାକେ ବନ୍ଦି ଗରେଅନି ମୁକ୍‌ଲାଇଦେଇ ଜିସୁକେ କର୍‌ଡା ସଙ୍ଗ୍‌ ମାରି, କୁରୁସ୍‍କାଟେ କୁଟିମାରି ମରାଇଦେବାକେ ସନିଅମନ୍‌କେ ସର୍‌ପିଦେଲା ।
16 ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍‍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ।
୧୬ସନିଅମନ୍‌ ଜିସୁକେ ରମିୟ ସର୍‌କାରର୍‌ ସାସନ୍‌କାରିଆ ପିଲାତର୍‌, ମୁକିଅ ଗରର୍‌ ଡାଣ୍ଡେ ଦାରିଗାଲାଇ ଆରି ସେମନ୍‌ ବିନ୍‌ ସନିଅମନ୍‌କେ ଗଟେକ୍‌ ଟାନେ ଡାକି ରୁଣ୍ଡାଇଲାଇ ।
17 ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ;
୧୭ସେମନ୍‌ ଜିସୁକେ କିଜାଇବାକେ ଜାମ୍‌କଲି ରଙ୍ଗର୍‌ ବସ୍‍ତର୍‍ ପିନ୍ଦାଇଲାଇ ଆରି ଗଟେକ୍‌ କାଟାର୍‌ ମୁକୁଟ୍‌ ତିଆର୍‌କରି ତାର୍‌ ମୁଣ୍ଡେ ପିନ୍ଦାଇଦେଲାଇ ।
18 ଆଉ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ।
୧୮ସେମନ୍‌ ଜିସୁକେ କିଜାଇ କରି କଇଲାଇ, “ଏ ଜିଉଦିମନର୍‌ ରାଜା ତକେ ଜୁଆର୍‌, ତୁଇ ବେସି ଦିନ୍‌ ବଁଚ୍‌ ।”
19 ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ।
୧୯ସେମନ୍‌ ତର୍‌କେତର୍‌ ବେତ୍‌ ଡାଙ୍ଗ୍‌ ସଙ୍ଗ୍‌ ତାର୍‌ ମୁଣ୍ଡେ ମାର୍‌ତେରଇଲାଇ ଆରି ତାର୍‌ ଉପ୍‌ରେ ତୁକି କିଜାଇକରି ମାଣ୍ଡିକୁଟା ଦେଇ ଜୁଆର୍‌ କଲାଇ ।
20 ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ। ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ।
୨୦ସେମନ୍‌ ଜିସୁକେ କିଜାଇ ସାରାଇଲାପଚେ, ଜାମ୍‌କଲି ରଙ୍ଗର୍‌ ବସ୍‍ତର୍‍ ତାର୍‌ ଗାଗ୍‌ଡେଅନି ବେଟିକରି, ନିଜର୍‌ ବସ୍‍ତର୍‍ ପିନ୍ଦାଇଦେଲାଇ । ତାର୍‌ପଚେ ସେମନ୍‌ ତାକେ କୁର୍‌ସକାଟେ ମରାଇବାକେ ଗଡ୍‌ ବାଇରେ ଦାରିଗାଲାଇ ।
21 ସେତେବେଳେ ଆଲେକ୍‌ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ।
୨୧ସେବେଲା ଆଲେକ୍‌ଜାଣ୍ଡାର୍‌ ଆରି କୁର୍‌ନିୟ ଜାଗାର୍‌ ରୁପ୍‌ଅର୍‌ ବାବା ସିମନ୍‌ ନାଉଁର୍‌ ଗଟେକ୍‌ ଲକ୍‌, ପଲିଗାରାମ୍‌ ଅନି ଆସିକରି ସେ ବାଟେ ଜାଇତେରଇଲା । ସେ ସନିଅମନ୍‌ ତାକେ ଜିସୁର୍‌ କୁର୍‌ସ ବଇବାକେ ବାଦିଅ କଲାଇ ।
22 ଆଉ ସେମାନେ ତାହାଙ୍କୁ ଗଲ୍‌ଗଥା, ଅର୍ଥାତ୍‍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ।
୨୨ତାର୍‌ପଚେ ସେମନ୍‌ ଜିସୁକେ ଗଲ୍‌ଗତା ନାଉଁର୍‌ ଗଟେକ୍‌ ଜାଗାଇ ଦାରିଗାଲାଇ । ଗଲ୍‌ଗତାର୍‌ ଅରତ୍‌ ଅଇଲାନି, କାପାଲ୍‌ ଜାଗା ।
23 ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ।
୨୩ସେମନ୍‌ ଜିସୁକେ ଅସ ମିସାଇଲା ଅଙ୍ଗୁର୍‌ ରସ୍‌ କାଅ ବଲିକରି ଦେଲାଇ, ମାତର୍‌ ସେ ନିଚ୍‌ଲା ।
24 ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କଅଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ।
୨୪ତାର୍‌ପଚେ ଜିସୁକେ କୁର୍‌ସେ ଚଗାଇଲାଇ ଆରି ତାର୍‌ ବସ୍‍ତର୍‍ କାର୍‌ବାଗେ କାଇଟା ମିଲ୍‌ସି ବଲି ବାଟାକରି ନେବାକେ, କେଡ୍‌ ପୁଟାଇକରି ନିଜର୍‌ ନିଜର୍‌ ବିତ୍‌ରେ ବାଟାକରି ନେଲାଇ ।
25 ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ।
୨୫ସେମନ୍‌ ସାକ୍‌ଲିଆ ନ ଗଁଟା ବେଲାଇ ଜିସୁକେ କୁର୍‌ସେ ଚଗାଇଲାଇ ।
26 ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କର ରାଜା।
୨୬ଆରି “ଏଟା ଜିଉଦିମନର୍‌ ରାଜା ।” ବଲି ନିନ୍ଦା କାତା ଲେକି କୁରୁସ୍‌ ଉପ୍‌ରେ ଡସାଇଲାଇ ।
27 ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ।
୨୭କୁର୍‌ସେ ଜିସୁର୍‌ ସଙ୍ଗ୍‌ ଆରି ଦୁଇଟା ଚର୍‌ମନ୍‌କେ, ତାର୍‌ ଉଜାବାଟେ ଗଟେକ୍‌କେ, ଡେବ୍‌ରି ବାଟେ ଆରିଗଟେକ୍‌କେ ଚଗାଇରଇଲାଇ ।
28 [ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।]
୨୮ସେ ବୁଲ୍‌ କଲା ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ବଲି, ଇସାବ୍‌ ଅଇଲା ବଲିକରି ପର୍‍ମେସରର୍‌ ସାସ୍‌ତରେ ଲେକାଅଇରଇବା ବିସଇ ସିଦ୍‌ ଅଇଲା ।
29 ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ,
୨୯ସେ ବାଟ୍‌ ଦେଇ ଜିବା ଲକ୍‌ମନ୍‌ ନିଜେ ନିଜେ ମୁଣ୍ଡ୍‌ ଜୁଲାଇ ଜିସୁକେ ନିନ୍ଦାକରି କଇଲାଇ, “ପାର୍‌ତନା ଗର୍‌ ବାଙ୍ଗାଇ କରି ତିନ୍‌ଦିନ୍‌ ବିତ୍‌ରେ ତିଆର୍‌ କର୍‌ବାଲକ୍‌ ଏ ସେ କି?” ବଲି କିଜାଇଲାଇ ।
30 କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର।
୩୦“ତୁଇ ଏବେ କୁର୍‌ସେ ଅନି ଉତ୍‌ରି ନିଜ୍‌କେ ରକିଆ କର୍‌ ।”
31 ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ।
୩୧ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଇବା ଲକ୍‌ମନ୍‌ ମିସା ନିଜର୍‌ ନିଜର୍‌ ବିତ୍‌ରେ କାତାଅଇକରି କିଜାଇଲାଇ । ସେମନ୍‌ କଇତେରଇଲାଇ, “ବିନ୍‌ ଲକ୍‌ମନ୍‌କେ ରକିଆ କର୍‌ତେରଇଲା, ମାତର୍‌ ସେ ନିଜେ ରକିଆ ଅଇ ନାପାର୍‌ଲା ।”
32 ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା। ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ।
୩୨“ତମେ ସତଇସେ ଇସ୍‌ରାଏଲର୍‌ ରାଜା କିରିସ୍‌ଟ ଅଇରଇଲେ, କୁର୍‌ସେ ଅନି ଉତ୍‌ରି ଆଉ । ସେନ୍ତି ଅଇଲେ ଆମେ ଦେକିକରି ବିସ୍‌ବାସ୍‌ କର୍‌ବୁ ।” ବଲି କଇଲାଇ । ଜନ୍‌ ଲକ୍‌ମନ୍‌କେ ଜିସୁର୍‌ ସଙ୍ଗ୍‌ କୁର୍‌ସେ ଚଗାଇରଇଲାଇ, ସେମନ୍‌ ମିସା ଜିସୁକେ ନିନ୍ଦା କଲାଇ ।
33 ଦିନ ବାର ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ ଦିନ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।
୩୩ମୁଇଦାନିଆ ବାର୍‌ଟା ବେଲାଇଅନି ତିନ୍‌ଟା ଜାକ ଗୁଲାଇ ଦେସ୍‌ ଆନ୍ଦାର୍‌ ଅଇଗାଲା ।
34 ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍‌ଥାନୀ?” ଅର୍ଥାତ୍‍ “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କଲ?”
୩୪ଦିନ୍‌ ତିନ୍‌ଟା ବେଲେ ଜିସୁ ଆଉଲିଅଇ କଇଲା, “ଏଲଇ ଏଲଇ ଲାମା ସବକ୍‌ତାନି ।” ଆର୍‌ ଅରତ୍‌ ଅଇଲାନି, “ଏ ମର୍‌ ପର୍‌ମେସର୍‌ ଏ ମର୍‌ ପର୍‌ମେସର୍‌, ତମେ ମକେ କାଇକେ ଚାଡିଦେଲାସ୍‌?”
35 ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଦେଖ, ସେ ଏଲୀୟଙ୍କୁ ଡାକୁଅଛି।
୩୫ଏ କାତା ସୁନି ସେଲଗେ ଟିଆ ଅଇରଇବା କେତେ ଲକ୍‌ କଇଲାଇ, “ସେ ଏଲିୟକେ ଡାକ୍‌ଲାନି ।”
36 ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ଅମ୍ଳରସରେ ପୂର୍ଣ୍ଣ କରି ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ ଦେଖିବା।
୩୬ତେଇଅନି ଗଟେକ୍‌ ଲକ୍‌ ପାଲାଇ ଜାଇ ଅଙ୍ଗୁର୍‌ ରସେ, ତୁଲା ବୁଡାଇ ଡାଙ୍ଗେ ବାନ୍ଦି ଉପ୍‌ରେ ଲାମାଇଦେଲା । ସେ ଲକ୍‌ କଇଲା, “ଏବେ ଏଲିୟ ଆସିକରି ଆକେ କୁର୍‍ସେ ଅନି ଉତ୍‌ରାଇଦେଇସି କି ନାଇ ଦେକୁ ।”
37 କିନ୍ତୁ ଯୀଶୁ ଉଚ୍ଚସ୍ୱର କରି ପ୍ରାଣତ୍ୟାଗ କଲେ।
୩୭ମାତର୍‌ ଜିସୁ ଆଉଲିଅଇଲା ଦାପ୍‌ରେ ତାର୍‌ ଜିବନ୍‌ ଚାଡିଗାଲା ।
38 ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା।
୩୮ସେବେଲା ମନ୍ଦିରର୍‍ ସୁକଲ୍‌ ଜାଗା ବିନେ କର୍‌ବା ପାର୍‌ଦା ଉପ୍‌ରେଅନି ତଲେ ଜାକ ଦୁଇ ତାଡ୍‌ ଅଇ ଚିରିଅଇଗାଲା ।
39 ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତ-ସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ, ଏହି ବ୍ୟକ୍ତି ଈଶ୍ବରଙ୍କ ପୁତ୍ର ଥିଲେ।
୩୯ତେଇ ଜିସୁର୍‌ କୁର୍‌ସ ମୁଆଟେ ଟିଆଅଇରଇଲା ସଏଟା ସନିଅମନର୍‌ ମୁକିଅ, ଜିସୁ ସାରାସାରି ଆଉଲି ଅଇଲାଟା ଆରି ସେ କେନ୍ତି ଅଇକରି ମଲା, ଦେକିକରି କଇଲା, “ସତଇସେ ଏ ପର୍‌ମେସରର୍‌ ପିଲା ରଇଲା ।”
40 କେତେକ ସ୍ତ୍ରୀଲୋକ ମଧ୍ୟ ଦୂରରୁ ଦେଖୁଥିଲେ; ସେମାନଙ୍କ ମଧ୍ୟରେ ମଗ୍‌ଦଲୀନୀ ମରୀୟମ, ସାନ ଯାକୁବ ଓ ଯୋସିଙ୍କ ମାତା ମରୀୟମ, ପୁଣି, ଶଲୋମୀ ଥିଲେ;
୪୦ତେଇ କେତେଟା ମାଇଜିମନ୍‌ ମିସା କୁର୍‌ସେ ଅନି ଦୁରିକେ ଟିଆଅଇ ଦେକ୍‌ତେରଇଲାଇ । ସେମନ୍‌ ଅଇଲାଇନି, ମଗ୍‌ଦଲିନି ମରିୟମ୍‌, ସାନ୍‌ଟା ଜାକୁବ୍‌ ଆରି ଜସିର୍‌ ମା ମରିୟମ୍‌ ଆରି ସଲମି ।
41 ସେ ଗାଲିଲୀରେ ଥିବା ସମୟରେ ସେମାନେ ତାହାଙ୍କ ପଶ୍ଚାତ୍‌ଗମନ କରି ତାହାଙ୍କର ସେବା କରୁଥିଲେ; ତାହାଙ୍କ ସହିତ ଯିରୂଶାଲମ ସହରକୁ ଆସିଥିବା ଆହୁରି ଅନେକ ସ୍ତ୍ରୀଲୋକ ମଧ୍ୟ ଦେଖୁଥିଲେ।
୪୧ଜିସୁ ଗାଲିଲିତେଇ ରଇଲାବେଲେ ଏ ମାଇଜିମନ୍‌ ଜିସୁର୍‌ ସଙ୍ଗ୍‍ ଜାଇତେରଇଲାଇ । ଆରି ତାକେ ଦର୍‌କାର୍‌ ରଇଲା ବିସଇ ସାଇଜ କର୍‌ତେରଇଲାଇ । ଜିସୁର୍‌ ସଙ୍ଗ୍‌ ଜିରୁସାଲାମେ ଆସିରଇଲା ବିନ୍‌ ମାଇଜିମନ୍‌ ମିସା ତେଇ ରଇଲାଇ ।
42 ବେଳ ଗଡ଼ିଆସନ୍ତେ ସେହି ଦିନ ଆୟୋଜନ ଦିନ, ଅର୍ଥାତ୍‍ ବିଶ୍ରାମବାରର ପୂର୍ବ ଦିନ ଥିବାରୁ,
୪୨ସେ ଦିନ୍‌ ବିସ୍‌ରାମ୍‌ ଦିନ୍‌ ପାଇ ତିଆର୍‌ ଅଇବା ଦିନ୍‌ ଅଇରଇଲା । ସେଦିନେ ସଞ୍ଜ୍‌ବେଲା,
43 ହାରାମାଥୀୟାର ଯୋଷେଫ ନାମକ ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ, ଯେ ନିଜେ ମଧ୍ୟ ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ, ସେ ସାହସ ପୂର୍ବକ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ।
୪୩ଆରାମାତିଆ ଗାଉଁର୍‌ ବିଚାର୍‌କର୍‌ବା ମୁକିଅ ଲକ୍‌ ବିତ୍‌ରେ ରଇଲା ଜସେପ୍‌ ନାଉଁର୍‌ ଗଟେକ୍‌ ଲକ୍‌, ପର୍‌ମେସର୍‌ ସାସନ୍‌ କର୍‌ବା ରାଇଜର୍‌ ବେଲା ଆସ ବଲି ଜାଗିରଇବା ଗଟେକ୍‌ ଲକ୍‌ । ବେସି ସାଆସ୍‌ଅଇ ପିଲାତର୍‌ ଲଗେ ଜାଇକରି ଜିସୁର୍‌ ମଲାମଡ୍‌ ମାଙ୍ଗ୍‌ଲା ।
44 କିନ୍ତୁ ସେ ଯେ ମରିଗଲେଣି, ଏହା ଶୁଣି ପୀଲାତ ଚମତ୍କୃତ ହେଲେ, ଆଉ ଶତ-ସେନାପତିଙ୍କୁ ନିକଟକୁ ଡକାଇ ତାହାଙ୍କୁ ପଚାରିଲେ, ସେ କଅଣ ବହୁତ ବେଳ ହେଲା ମଲେଣି?
୪୪ଜିସୁ ଏତେକ୍‌ ଦାପ୍‌ରେ ମରିଗାଲା ବଲି ସୁନି ପିଲାତ୍‌ କାବା ଅଇଗାଲା । ତାର୍‌ ସନିଅମନର୍‌ ନେତାକେ ଡାକି “ଜିସୁ ମଲାବେ କି?” ବଲି ପାଚାର୍‌ଲା ।
45 ଶତ-ସେନାପତିଙ୍କଠାରୁ ତାହା ଜ୍ଞାତ ହୋଇ ସେ ଶବଟି ଯୋଷେଫଙ୍କୁ ଦେଲେ।
୪୫ସେ ସନିଅମନର୍‌ ନେତା, ଜିସୁ ମରିଗାଲା ବିସଇ ପିଲାତ୍‌କେ କଇଲା । ତାର୍‌ପଚେ ଜସେପ୍‌କେ ପିଲାତ୍‌ କଇଲା, “ତୁଇ ମଡ୍‌ ନେଇ ପାରୁସ୍‌ ।”
46 ସେ ଖଣ୍ଡିଏ ସୂକ୍ଷ୍ମ ବସ୍ତ୍ର କିଣି ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ ସମାଧିରେ ତାହାଙ୍କୁ ଥୋଇଦେଇ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଡ଼ାଇଦେଲେ।
୪୬ସେଟାର୍‌ପାଇ ଜସେପ୍‌ ଜିସୁର୍‌ ଗାଗଡ୍‌ କୁର୍‌ସ ଉପ୍‌ରେଅନି ଉତ୍‌ରାଇ ଆନ୍‌ଲା ଆରି ଗଟେକ୍‌ ନୁଆ ଲୁଗା ସଙ୍ଗ୍‌ ଗୁଡିଆଇକରି ରାଙ୍ଗ୍‌ନି କାଟି ତିଆର୍‌ କରି ରଇଲା ଗଟେକ୍‌ ପାଆରେ ନେଇକରି ସଙ୍ଗଇଲା । ଗଟେକ୍‌ ବଡ୍‌ ଚାଚଡା ପାକ୍‌ନା ନେଇ ପାଆର୍‌ ମୁଆଟେ ଡାବିଦେଲା ।
47 ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍‌ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ।
୪୭ଜିସୁକେ ଜନ୍‌ ଜାଗାଇ ନେଇ ସଙ୍ଗଇ ରଇଲାଇ, ସେ ଜାଗା ମଗ୍‌ଦଲିନି ମରିୟମ୍‌ ଆରି ଜସିର୍‌ ମା ମରିୟମ୍‌ ଦେକିରଇଲା ।

< ମାର୍କ 15 >