< ମାର୍କ 12 >
1 ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ।
୧ଏମ୍ବାଟିଏ ଏ଼ୱାସି ଏ଼ୱାରାଇଁ ପୁଣ୍ମ୍ବିକିନି କାତାତଲେ ୱେସାଲି ମା଼ଟ୍ହେସି, “ରଅସି ର଼ ଅଙ୍ଗୁରି ବା଼ଡ଼ା କିହାନା ବା଼ଡ଼ା ସା଼ରିୱାକି ବେୟିଁ ଗୂର୍ତେସି, ଇଞ୍ଜାଁ ଅଙ୍ଗୁରି ପା଼ଡ଼େୟି ପୀଚାଲି ର଼ ଗା଼ଡ଼୍ୟୁ କା଼ର୍ହାନା ଏମ୍ବାଆଁ କା଼ଃଆନାରାକି କା଼ଃଆନି ଇଲୁ କେ଼ପିତେସି, ଇଞ୍ଜାଁ କାମା କିନାରାକି ଏ଼ ବା଼ଡ଼ା ବା଼ଗା ହୀହାନା ହେକ ରା଼ଜି ହାଚେସି ।
2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ।
୨ଡା଼ୟୁ କାମାକିନାରି ତା଼ଣାଟି ଅଙ୍ଗୁରି ବା଼ଡ଼ାତି ପା଼ଡ଼େୟି ବା଼ଗା ବେଟାଆ଼ହାଲି ଏ଼ୱାସି ର଼ ହ଼ଲେଏଣାଇଁ ପା଼ଡ଼େୟି କାମ୍ବିନିୱେଡ଼ା ଏ଼ୱାରିତା଼ଣା ପାଣ୍ତିତେସି ।
3 କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ।
୩ସାମା ଏ଼ୱାରି ଏ଼ୱାଣାଇଁ ଆସାନା ୱେ଼ତେରି ଇଞ୍ଜାଁ ୱାର୍ଇ କେୟୁଟି ପାଣ୍ତିତେରି ।
4 ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ।
୪ଏ଼ୱାସି ଅ଼ଡ଼େ ଏ଼ୱାରିତା଼ଣା ଅ଼ଡ଼େ ର଼ ହ଼ଲେଏଣାଇଁ ପାଣ୍ତିତେସି; ଏ଼ୱାରି ଏ଼ୱାଣାଇଁ ଜିକେଏ ତା଼ର୍ୟୁଁ ଡ଼ାୟେ ୱେ଼ଚାନା ହୀଣି କିତେରି ।
5 ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ।
୫ଏ଼ୱାସି ଅ଼ଡ଼େ ରଅଣାଇଁ ପାଣ୍ତିତେସି; ଏ଼ୱାରି ଏ଼ୱାଣାଇଁ ଜିକେଏ ପା଼ୟିତେରି, ଏମ୍ବାଟିଏ ଏ଼ୱାସି ଅ଼ଡ଼େ ହା଼ରେକା ଜା଼ଣାତି ପାଣ୍ତିତେସି; ଏ଼ୱାରି ବିତ୍ରାଟି ଏଚରଜା଼ଣାତି ୱେ଼ତେରି ଇଞ୍ଜାଁ ଏଚରଜା଼ଣାତି ପା଼ୟିତେରି ।
6 ତାହାଙ୍କ ନିକଟରେ ଆପଣା ପ୍ରିୟ ପୁତ୍ର ମାତ୍ର ରହିଥିଲେ। ମୋହର ପୁଅକୁ ସେମାନେ ମାନ୍ୟ କରିବେ, ଏହା ଭାବି ସେ ଅବଶେଷରେ ତାହାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ।
୬ତାନି ତା଼ଣା ରଅସିଏ ଡ଼ୟିତେସି, ଏ଼ୱାସି ତାନି ଜୀୱୁତି ମୀର୍ଏସି, ଡା଼ୟୁ ଅଣ୍ପିତେସି ‘ଏ଼ୱାରି ନା଼ ମୀର୍ଏଣାଇଁ ମା଼ନି କିନେରି’ ଇଞ୍ଜିଁ ଏ଼ୱାସି ଏ଼ୱାଣାଇଁ ପାଣ୍ତିତେସି ।
7 ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ।
୭ସାମା ଏ଼ କାମାକିନାରି ତା଼ମ୍ବୁ ତା଼ମ୍ବୁ କାତା ଆ଼ତେରି, ‘ଈୱାସିତ ଅଦିକାରା ଗାଟାସି, ୱା଼ଦୁ ଈୱାଣାଇଁ ପା଼ୟିନ; ଆତିହିଁ ବା଼ଡ଼ାତି ଅଦିକାରା ମା଼ଦି ଆ଼ନେ ।’
8 ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ।
୮ଏମ୍ବାଟିଏ ଏ଼ୱାରି ଏ଼ୱାଣାଇଁ ଆସାନା ପା଼ୟିତେରି ଇଞ୍ଜାଁ ଅଙ୍ଗୁରି ବା଼ଡ଼ାତି ପାଙ୍ଗାତା ମେତ୍ହାତୁସ୍ତେରି ।”
9 ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କଅଣ କରିବେ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ।
୯ଜୀସୁ ଏ଼ୱାରାଇଁ ୱେଚେସି, “ୱେସ୍ତାଦୁ, ଈଦାଆଁ ଡା଼ୟୁ ଏ଼ ଅଙ୍ଗୁରି ବା଼ଡ଼ାତି ସା଼ୱୁକାରି ଏ଼ନାଆଁ କିନେସି? ଏ଼ୱାସି ୱା଼ହାନା କାମା କିନାରାଇଁ ନା଼ସା କିନେସି ଇଞ୍ଜାଁ ଏଟ୍କାତି କାମା କିନାରାକି ଏ଼ ଅଙ୍ଗୁରି ବା଼ଡ଼ା ହୀନେସି ।
10 ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା;
୧୦ମୀରୁ ଦାର୍ମୁ ପତିତା ଈ କାତା ପ଼ଡ଼ୱି ଆ଼ହାହିଲଅତେରି? ଇଲୁ କେ଼ପିନାରି ଆମିନି ୱାଲିତି ମିଣ୍ଏ ଇଞ୍ଜିଁ ଅ଼ପାଆତେରି, ଏ଼ଦିଏ ଇଲୁତି ମୂଲୁ ୱାଲି ଆ଼ତେ ।
11 ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’”
୧୧ମାହାପୂରୁ ତା଼ଣାଟି ଈଦି ଆ଼ତେ, ଇଞ୍ଜାଁ ଏ଼ଦି ମା଼ କାନୁତାକି ର଼ କାବା ଆ଼ନାୟି ।”
12 ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ।
୧୨ଏଚେଟିଏ ଜୀହୁଦି ଲ଼କୁତି କାଜାରି ଏ଼ୱାଣାଇଁ ଆସାଲି ଅଣ୍ପିମାଚେରି, ସାମା ଏ଼ୱାରି ଲ଼କୁଣି ଆଜିତେରି; ଇଚିହିଁ ଏ଼ ପୁଣ୍ମ୍ବିକିନି କାତା ଏ଼ୱାରାଇଁ ସିନିକିହାନା ୱେସିମାଚେସି ଇଞ୍ଜିଁ ପୁଚେରି, ଇଞ୍ଜାଁ ଏ଼ୱାରି ଏ଼ୱାଣାଇଁ ପିସାନା ହାଜାତୁସ୍ତେରି ।
13 ପରେ ଯୀଶୁଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ।
୧୩ଡା଼ୟୁ ଜୀସୁ କାତାତି ଦ଼ହ ଆସାଲି ତାକି ଏ଼ୱାରି ପାରୁସି ଅ଼ଡ଼େ ହେରଦ ଗଚିତି ଏଚେକା ଲ଼କୁଣି ଏ଼ୱାଣି ତା଼ଣା ପାଣ୍ତିତେରି ।
14 ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାକୁ ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
୧୪ଏ଼ୱାରି ୱା଼ହାନା ଏ଼ୱାଣାଇଁ ଏଲେଇଚେରି, “ଏ଼ ଗୂରୁ ମା଼ମ୍ବୁ ପୁଞ୍ଜାମାନମି, ନୀନୁ ସାତା କାତା ୱେହ୍ନାତି ଅ଼ଡ଼େ ଆମ୍ବାଆରାଇଁ ଆଜାଆ ଗାଟାତି; ଇଚିହିଁ ନୀନୁ ମାଣ୍ସିତି ମୂମ୍ବୁ ମେସାନା ଜ଼ଲାଆ ଗାଟାତି ଇଞ୍ଜାଁ ସାତା ତଲେ ମାହାପୂରୁତି ଜିରୁ ଜା଼ପ୍ନାତି, କାୟିସରକି ସିସ୍ତୁ ହୀନାୟି ମେ଼ରା କି ଆ଼ଏ, ମା଼ମ୍ବୁ ହୀନମି କି ଆ଼ଏ?”
15 ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, “କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ମୁଦ୍ରା ମୋʼ ପାଖକୁ ଆଣ, ମୁଁ ତାହା ଦେଖେ।”
୧୫ସାମା ଏ଼ୱାସି ଏ଼ୱାରି କାର୍ବିତି ପୁଞ୍ଜାନା ଏ଼ୱାରାଇଁ ଏଲେଇଚେସି, “ଏ଼ନାଆଁତାକି ନାଙ୍ଗେ ତାୟିପାରି କିହିମାଞ୍ଜାଦେରି? ର଼ ୱେଣ୍ତି ଟାକା ନା଼ ତା଼ଣା ତାଦୁ ନା଼ନୁ ଏ଼ଦାଆଁ ସିନିକିଇଁ ।”
16 ତହିଁରେ ସେମାନେ ତାହା ଆଣିଲେ। ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ମୂର୍ତ୍ତି ଓ ନାମ କାହାର?” ସେମାନେ ତାହାଙ୍କୁ କହିଲେ, କାଇସରଙ୍କର।
୧୬ଏଚେଟିଏ ଏ଼ୱାରି ଏ଼ଦାଆଁ ତାତେରି, ଏ଼ୱାସି ଏ଼ୱାରାଇଁ ୱେଚେସି, “ଈ ବମା ଅ଼ଡ଼େ ଦ଼ରୁ ଆମ୍ବାଆରାୱାୟି?” ଏ଼ୱାରି ଏ଼ୱାଣାଇଁ ଏଲେଇଚେରି, “କାୟିସରୱାୟି ।”
17 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ବରଙ୍କର ଯାହା, ତାହା ଈଶ୍ବରଙ୍କୁ ଦିଅ।” ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ।
୧୭ଏମ୍ବାଟିଏ ଜୀସୁ ଏ଼ୱାରାଇଁ ଏଲେଇଚେସି, “କାୟିସରୱାୟି ଏ଼ନାୟି ଏ଼ଦାଆଁ କାୟିସରକି ହୀଦୁ; ଇଞ୍ଜାଁ ମାହାପୂରୁୱାୟି ଏ଼ନାୟି ଏ଼ଦାଆଁ ମାହାପୂରୁକି ହୀଦୁ ।” ଏଚେଟିଏ ଏ଼ୱାରି ଏ଼ୱାଣି କାତାତାକି କାବା ଆ଼ତେରି ।
18 ଏଥିଉତ୍ତାରେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିବା ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ,
୧୮ଏମ୍ବାଟିଏ ହା଼କିଟି ୱେଣ୍ତେ ନିଙ୍ଗିନାୟି ହିଲେଏ ଇଞ୍ଜିମାନି ସାଦୁକି ଲ଼କୁ ଜୀସୁ ତା଼ଣା ୱା଼ହାନା ୱେଚେରି,
19 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
୧୯“ଏ଼ ଗୂରୁ ମ଼ସା ମାଙ୍ଗେତାକି ରା଼ଚାମାନେସି, ଇଚିହିଁ ଆମ୍ବାଆରି ତାୟି ହା଼ନେସି ଇଞ୍ଜାଁ ତାନି ଡକ୍ରି ନୀଡାମାନେ ଇଞ୍ଜାଁ ଏ଼ଦାନି ଏ଼ନି କକାରି ପ଼ଦାୟାଁ ହିଲାଉ ଆତିହିଁ ତାନି ତାୟି ତାନି ଡକ୍ରିନି ଇଟାନା ତାନି ତାୟିକି କୂଡ଼ା ଏ଼ପାକିନେସି ।
20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
୨୦ମେହ୍ମୁ ସା଼ତା ଜା଼ଣା ତାୟିୟାଁ ମାଚେରି; କାଜାସି ର଼ ଆୟାନି ବୀହା ଆ଼ତେସି, ଇଞ୍ଜାଁ କକାରି ପ଼ଦାଁ ଆ଼ଆନା ହା଼ତେସି;
21 ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା,
୨୧ଏ଼ୱାଣି ଜେ଼ଚତାସି ଏ଼ ଇୟାନି ଇଟିତେସି ଇଞ୍ଜାଁ କକାରି ପ଼ଦାଁ ଆ଼ଆନା ହା଼ତେସି; ଅ଼ଡ଼େ ଜେ଼ଚତାସି ଏଲେକିତେସି,
22 ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା।
୨୨ଇଞ୍ଜାଁ ସା଼ତା ଜା଼ଣା ଜିକେଏ କକାରି ପ଼ଦାଁ ଆ଼ଆନା ହା଼ତେରି; ବାରେତି ଡା଼ୟୁ ଏ଼ ଇୟା ଜିକେଏ ହା଼ତେ ।
23 ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
୨୩ୱେଣ୍ତେ ନିଙ୍ଗିନି ବେ଼ଲାତା ଏଚିବେ଼ଲା ଏ଼ୱାରି ନିଙ୍ଗିନେରି, ଏଚିବେ଼ଲା ଏ଼ୱାରି ବିତ୍ରାଟି ଆମ୍ବାଆରି ଡକ୍ରି ଆ଼ନେ? ସା଼ତା ଜା଼ଣା ଜିକେଏ ଇଟାମାଚେରି ।”
24 ଯୀଶୁ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ?
୨୪ଜୀସୁ ଏ଼ୱାରାଇଁ ଏଲେଇଚେସି, “ମିଙ୍ଗେ ହା଼ରେକା ନା଼ଡ଼ିକିନି ଅଣ୍ପୁ ମାନେ । ଦାର୍ମୁ ସା଼ସ୍ତେରି, ଇଞ୍ଜାଁ ମାହାପୂରୁତି ବା଼ଡ଼୍ୟୁତି କାତା ପୁଞ୍ଜାହିଲଅତେରି ।
25 ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।
୨୫ଏ଼ନାଆଁତାକି ଇଚିହିଁ ହା଼ତାରି ନିଙ୍ଗିତି ଡା଼ୟୁ ଲ଼କୁ ବୀହା ଆ଼ଅରି କି ବୀହା ହୀଅରି, ସାମା ଲାକପୂରୁତି ଦୂତୁୟାଁଲେହେଁ ଡ଼ୟିନେରି ।
26 ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ବର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର?
୨୬ଇଞ୍ଜାଁ ହା଼ତାରି ନିଙ୍ଗିନେରି ଏ଼ କାତାତି ମୀରୁ ମ଼ସା ରା଼ଚିତି ପତିତା ୱେହିମାନି ବୂଟାତି କାବ୍ରୁ ପ଼ଡ଼ୱି ଆ଼ହାହିଲଅତେରି କି? ମାହାପୂରୁ ଏ଼ନିକିଁ ଏଲେଇଞ୍ଜା ମାନେସି, ‘ନା଼ନୁ ଅବ୍ରାହାମତି ମାହାପୂରୁ, ଇସାହାକତି ମାହାପୂରୁ, ଅ଼ଡ଼େ ଜାକୁବତି ମାହାପୂରୁତେଏଁ ।’
27 ସେ ମୃତମାନଙ୍କର ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର। ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ।”
୨୭ଏ଼ୱାସି ହା଼ତାରି ମାହାପୂରୁ ଆ଼ଏ, ସାମା ଜୀୱୁଗାଟାରି ମାହାପୂରୁ ମୀରୁ ହା଼ରେକା ନା଼ଡ଼ିକିୱି ଆ଼ହାମାଞ୍ଜରି ।”
28 ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ?
୨୮ଏଚିବେ଼ଲା ର଼ ମେ଼ରା ଜା଼ପ୍ନାସି ଡାଗେ ୱା଼ହାନା ଏ଼ୱାରି ବା଼ଦିବା଼ଦା ଆ଼ହିମାଚାଣି ୱେଞ୍ଜାନା ଅ଼ଡ଼େ ଜୀସୁ ସାଦୁକି ଲ଼କୁଇଁ ସମାନା କାତା ୱେଣ୍ତେ ୱେସିମାଚାଣି ୱେଞ୍ଜାନା ଜୀସୁଇଁ ୱେଚେସି, “ଆମିନି ହୁକୁମି ଦାର୍ମୁପତିତା ବାରେକିହାଁ କାଜାୟି?”
29 ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଏକମାତ୍ର ପ୍ରଭୁ ଅଟନ୍ତି;
୨୯ଜୀସୁ ଏଲେଇଚେସି, “କାଜା ହୁକୁମି ଈଦି ‘ଏ଼ ଇସ୍ରାୟେଲ ୱେଞ୍ଜୁ; ପ୍ରବୁ ମା଼ ମାହାପୂରୁ ରଣ୍ତିଏ ପ୍ରବୁ ମାନେସି;
30 ‘ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର।’
୩୦ଅ଼ଡ଼େ ନୀନୁ ନୀ ବାରେ ହିୟାଁ ବାରେ ଜୀୱୁ ମ଼ନ ହୀହାନା ଅ଼ଡ଼େ ବାରେ ବା଼ଡ଼୍ୟୁ ତଲେ ପ୍ରବୁ ନୀ ମାହାପୂରୁଇଁ ଜୀୱୁ ନ଼ମୁ ।’”
31 ଦ୍ୱିତୀୟଟି ଏହି, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ।”
୩୧ଅ଼ଡ଼େ ରଣ୍ତି ଈଦି ନୀନୁ ନୀ ପା଼ଡ଼ିତାଣାଇଁ ନୀ ଜାହାରାଲେହେଁ ଜୀୱୁ ନ଼ମୁ । ଈ ହୁକୁମିକା ପିସ୍ପେ ଅ଼ଡ଼େ ଆମିନି କାଜା ହୁକୁମି ହିଲେଏ ।
32 ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି;
୩୨ଏମ୍ବାଟିଏ ଏ଼ ମେ଼ରା ପୁନାସି ଜୀସୁଇଁ ଏଲେଇଚେସି, “ଏ଼ ଗୂରୁ ଏ଼ଦି ସାତା ମାହାପୂରୁ ରଅସିଏ ଇଞ୍ଜାଁ ଏ଼ୱାଣି ପିସ୍ପେ ଅ଼ଡ଼େ ଆମ୍ବାଆସି ହିଲଅସି, ଏ଼ଦାଆଁ ନୀନୁ ନେହିଁକିଁ ୱେସ୍ତାତି;
33 ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମବଳି ଓ ବଳିଦାନ ଅପେକ୍ଷା ଗୁରୁତର।
୩୩ଇଞ୍ଜାଁ ବାରେ ହିୟାଁ, ବାରେ ବୁଦି, ବାରେ ବା଼ଡ଼୍ୟୁ ହୀହାନା ଏ଼ୱାଣାଇଁ ଜୀୱୁନ଼ନାୟି ଇଞ୍ଜାଁ ପା଼ଡ଼ିତାଣାଇଁ ମା଼ ଜାହାରାଲେହେଁ ଜୀୱୁନ଼ନାୟି ବାରେ ଜ଼ନ୍ତତି ପୂଜା ହୀନି କିହାଁ କାଜାୟି ।”
34 ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ।” ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
୩୪ଏ଼ୱାସି ବୁଦିତଲେ ଜ଼ଲାମାଞ୍ଜାନେସି ଇଞ୍ଜିଁ ମେସାନା ଜୀସୁ ଏ଼ୱାଣାଇଁ ଏଲେଇଚେସି, “ମାହାପୂରୁତି ରା଼ଜିଟି ନୀନୁ ହେକ ହିଲଅତି । ଏଚେଟିଏ ଆମ୍ବାଆସି ଜୀସୁଇଁ ଏ଼ନାଆଁ ୱେଞ୍ଜାଲି ସା଼ସା କିଆତେସି ।”
35 କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଶାସ୍ତ୍ରୀମାନେ କିପରି କହନ୍ତି?
୩୫ସାମା ଜୀସୁ ପ୍ରା଼ତାନା ଇଲୁତା ଜା଼ପ୍ହି ମାଚିବେ଼ଲାତା ଏଲେଇଚେସି, “କ୍ରୀସ୍ତ ଦାୱୁଦ ମୀର୍ଏସି, ଈଦାଆଁ ମେ଼ରାପୁନାରି ଏ଼ନିକିଁ ଏଲେଇନେରି?
36 ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
୩୬ତା଼ନୁଏ ଦାୱୁଦ ମାହାପୂରୁତି ସୁଦୁଜୀୱୁ ବେଟାଆ଼ହାନା ୱେସାମାଚେସି, ‘ପ୍ରବୁ ନା଼ ପ୍ରବୁଇଁ ଏଲେଇଚେସି, ନା଼ନୁ ଏଚେ ପାତେକା ନୀ ସାତ୍ରୁୟାଁଇଁ ନୀ କଡାଁ ଡ଼଼ଇ କିହାହିଲଅଁ, ଏଚେ ପାତେକା ନା଼ ଟିଃନିୱାକି କୁଗାମାନାମୁ ।’
37 ସ୍ୱୟଂ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?”
୩୭ଦାୱୁଦ ତା଼ନୁଏ ଏ଼ୱାଣାଇଁ ପ୍ରବୁ ଇଞ୍ଜିମାନେସି; ଆତିହିଁ ଏ଼ୱାସି ଏ଼ନିକିଁ ଦାୱୁଦ ମୀର୍ଏସି ।” ।
38 ସର୍ବସାଧାରଣ ଲୋକେ ଆନନ୍ଦରେ ତାହାଙ୍କ କଥା ଶୁଣୁଥିଲେ। ପୁନଶ୍ଚ, ସେ ଆପଣା ଶିକ୍ଷା ମଧ୍ୟରେ କହିଲେ, “ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପରିଧାନ କରି ଭ୍ରମଣ କରିବାକୁ, ପୁଣି, ହାଟ ବଜାରରେ ନମସ୍କାର,
୩୮ମାନ୍ଦା ଲ଼କୁ ରା଼ହାଁଟି ତାନି କାତା ୱେଞ୍ଜିମାଚେରି, ଅ଼ଡ଼େ ୱେଣ୍ତେ ଏ଼ୱାସି ତାନି ଜା଼ପ୍ହି ମାଚି କାତାତା ଏଲେଇଚେସି, “ମେ଼ରାପୁନାରି ତା଼ଣାଟି ଜାଗ୍ରାତା, ଏ଼ୱାରି ଲାମ୍ବା ହିମ୍ବରିକା ହୁଚାନା ରେ଼ଜାଲି ଇଞ୍ଜାଁ ହା଼ଟା ବାଜାରାତା ଜହରା ବେଟାଆ଼ହାଲି ରା଼ହାଁ ଆ଼ନେରି,
39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;
୩୯ଜୀହୁଦି ଲ଼କୁତି କୁଟମି ଇଲୁତା କାଜା କୁର୍ଚି, ବ଼ଜିତା ନେହିଁ ଟା଼ୟୁତା କୁଗାଲି ପାରିନେରି;
40 ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ।”
୪୦ଏ଼ୱାରି ରା଼ଣ୍ତେଣିସିକା ଇଲ୍କା ସେନ୍ଦିନେରି, ଲ଼କୁଣି ତ଼ସାଲି ଲାମ୍ବା ପ୍ରା଼ତାନା କିନେରି; ଏ଼ୱାରି ହା଼ରେକା ଡଣ୍ତ ବେଟାଆ଼ନେରି ।”
41 ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକସମୂହ କିପରି ଭଣ୍ଡାରରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ଭଣ୍ଡାରରେ ବେଶି ପକାଇଲେ;
୪୧ଡା଼ୟୁ ଜୀସୁ ମାହାପୂରୁ ଇଲୁତି ଦା଼ନା ପେ଼ଡ଼ା ଡାଗେ କୁଗାନା ଲ଼କୁ ଏମ୍ବାଆଁ ଏ଼ନିକିଁ ଦା଼ନା ହୀହିମାନେରି, ଏ଼ଦାଆଁ ସିନିକିହିମାଚେସି । ଏଚିବେ଼ଲାତା ହା଼ରେକା ଦ଼ନ ଗାଟାରି ଗାଡି ମେତ୍ହେରି;
42 ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ଭଣ୍ଡାରରେ ପକାଇଲା।
୪୨ଅ଼ଡ଼େ ର଼ ହାକି କା଼କୁଲିଗାଟି ରା଼ଣ୍ତେଣି ଇୟା ୱା଼ହାନା ରୀ ଊଣା ତାମ୍ବାତି ଆଦ୍ଲି ଏ଼ ପେ଼ଡ଼ାତା ମେତ୍ହେ ।
43 ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି;
୪୩ଏଚେଟିଏ ଜୀସୁ ତାନି ସୀସୁଣି ଡାଗେ ହା଼ଟାନା ଏଲେଇଚେସି, “ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ଦା଼ନା ପେ଼ଡ଼ାତା ଟାକାୟାଁ ମେତ୍ହିମାନି ବାରେ ଲ଼କୁ କିହାଁ ଈ ହାକି କା଼କୁଲିଗାଟି ରା଼ଣ୍ତେଣି ଇୟା ଗାଡି ମେତ୍ହାମାନେ;
44 କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହିସବୁ ପକାଇଲା।”
୪୪ଇଚିହିଁ ବାରେଜା଼ଣା ତାମି ହା଼ରେକା ଦ଼ନଟି ଇଚାଣି ମେତ୍ହା ମାନେରି, ସାମା ଈଦି ତାନି ହିଲାଆବେ଼ଲାତା ତାଙ୍ଗେ ନୀଡାଲି ତାଙ୍ଗେ ଏ଼ନାୟି ମାଚେ, ଏ଼ ବାରେ ମେତ୍ହାମାନେ ।”