< ମାର୍କ 12 >

1 ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ।
ତାର୍‌ପଚେ ଜିସୁ ଲକ୍‌ମନ୍‌କେ ବୁଜାଇବାକେ କେତେଟା କାତାନି କଇବାର୍‌ ଦାର୍‌ଲା । ପର୍‌ତୁମ୍‌ କାତାନି ଅଇଲାନି, ଗଟେକ୍‌ ଲକ୍‌ ଗଟେକ୍‌ ଅଙ୍ଗୁର୍‌ବାଡ୍‌ ତିଆର୍‌କରି, ତାର୍‌ ଚାରିବେଡ୍‌ତି ବାଡ୍‌ ବୁନ୍‌ଲା, ଆରି ଅଙ୍ଗୁର୍‌ ପିଲ୍‌ବାକେ ଗଟେକ୍‌ କୁଣ୍ଡ୍‌ ତିଆର୍‌କଲା । ବାଡ୍‌ ଜାଗ୍‌ବାକେ ଗଟେକ୍‌ ଚାଙ୍ଗ୍‌ ତିଆର୍‌କଲା । ଚାସ୍‌ କର୍‌ବା ଲକ୍‌ମନ୍‌କେ ବାଡ୍‌ ଆଦିବାଗ୍‌ କର୍‌ବାକେ ଦେଇକରି, ସେ ଗଟେକ୍‌ ବିନ୍‌ ଦେସେ ଉଟିଗାଲା ।
2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ।
ତାର୍‌ପଚେ ଅଙ୍ଗୁର୍‌ ତଲ୍‌ବା ବେଲା ଆଇଲାକେ, ସାଉକାର୍‌ ତାର୍‌ ଗଟେକ୍‌ ଗତିଦାଙ୍ଗ୍‌ଡାକେ ଅଙ୍ଗୁର୍‌ପଲର୍‌ ବାଗ୍‌ ବାଟା ପାଇବାକେ ଚାସିମନର୍‌ଲଗେ ପାଟାଇଲା ।
3 କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ।
ମାତର୍‌ ଚାସି ଲକ୍‌ମନ୍‌, ସାଉକାର୍‌ ପାଟାଇଲା ଗତିଦାଙ୍ଗ୍‌ଡାକେ ଦାରିକରି ମାରିପାକାଇଲାଇ ଆରି କାଇଟା ନ ଦେଇ ଚୁଚା ଆତେ ପାଟାଇଦେଲାଇ ।
4 ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ।
ସାଉକାର୍‌ ତାର୍‌ ଆରିଗଟେକ୍‌ ଗତି ଦାଙ୍ଗ୍‌ଡାକେ ଚାସିମନର୍‌ ଲଗେ ପାଟାଇଲା । ଚାସି ଲକ୍‌ମନ୍‌ ସେ ଗତିଦାଙ୍ଗ୍‌ଡାକେ ମିସା ମୁଣ୍ଡ୍‌ ପୁଟ୍‌ତେ ମାର୍‌ଲାଇ ଆରି ଇଜତ୍‌ ଜିକ୍‌ଲାଇ ।
5 ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ।
ସାଉକାର୍‌ ଆରି ଗଟେକ୍‌ ଗତିଦାଙ୍ଗ୍‌ଡାକେ ପାଟାଇଲା ଜେ, ଚାସିଲକ୍‌ମନ୍‌ ତାକେ ମର୍‌ତେ ମାରିଦେଲାଇ । ତାର୍‌ପଚେ ସାଉକାର୍‌ ଆରି ଗାଦି ଗତିଦାଙ୍ଗ୍‌ଡାମନ୍‌କେ ପାଟାଇଲା ଜେ କେତେଟା ଗତିଦାଙ୍ଗ୍‌ଡାମନ୍‌କେ ମାର୍‍ଲାଇ ଆରି କେତେଟାକେ ମର୍‌ତେ ମାରିପାକାଇଲାଇ ।
6 ତାହାଙ୍କ ନିକଟରେ ଆପଣା ପ୍ରିୟ ପୁତ୍ର ମାତ୍ର ରହିଥିଲେ। ମୋହର ପୁଅକୁ ସେମାନେ ମାନ୍ୟ କରିବେ, ଏହା ଭାବି ସେ ଅବଶେଷରେ ତାହାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ।
ଏବେ ସାଉକାରର୍‌ ଲଗେ ଗଟେକ୍‌ ଲକ୍‌ସେ ରଇଲା, ତାର୍‌ ନିଜର୍‌ ଆଲାଦର୍‌ ପିଲା । ମର୍‌ ପିଲାକେ ଚାସିଲକ୍‌ମନ୍‌ ନାମ୍‌ବାଇ ଆକା ଆରି ମର୍‌ ବାଗ୍‌ ପାଟାଇଦେବାଇ । ବଲି ବାବିକରି ସେ ସାରାସାରି ତାର୍‌ ପିଲାକେ ଚାସିମନର୍‌ ଲଗେ ପାଟାଇଲା ।
7 ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ।
ମାତର୍‌ ଚାସିମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ, “ଏ ଲକ୍‌ ତା ଆମର୍‌ ସାଉକାରର୍‌ ଗଟେକ୍‌ ବଲି ପିଲା, ଆସା ଆମେ ଆକେ ମର୍‌ତେ ମାର୍‌ଲେ ଏ ବାଡ୍‌ ଆମର୍‌ ଅଇଜାଇସି ।”
8 ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ।
ଆରି ଚାସିମନ୍‌ ସାଉକାରର୍‌ ପିଲାକେ ଦାରିକରି ମର୍‌ତେ ମାରି ଅଙ୍ଗୁର୍‌ ବାଡର୍‌ ସେପାଟେ ପିଙ୍ଗିଦେଲାଇ ।
9 ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କଅଣ କରିବେ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ।
ଏ କାତାନି କଇସାରାଇଲା ପଚେ, ଜିସୁ ସେମନ୍‌କେ ପାଚାର୍‌ଲା, “ଏନ୍ତି ବଇଲେ ଅଙ୍ଗୁର୍‌ ବାଡର୍‌ ସାଉକାର୍‌ କାଇଟା କର୍‌ସି? ସେ ଆସିକରି ଚାସିମନ୍‌କେ ମର୍‌ତେ ମାର୍‌ସି । ଆରି ଅଙ୍ଗୁର୍‌ ବାଡ୍‌ ବିନ୍‌ ଲକ୍‌ମନ୍‌କେ ଆଦିବାଗ୍‌ କର୍‌ବାକେ ଦେଇସି ।
10 ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା;
୧୦“ଗର୍‌ ବାନ୍ଦ୍‌ବା ଲକ୍‌ମନ୍‌ ଜନ୍‌ ପାକ୍‌ନା ନଏଁ ବଲି ଚାଡ୍‌ଲାଇ, ସେ ପାକ୍‌ନା ମୁକିଆ ପାକ୍‌ନା ଅଇଲା ବଲିକରି ତମେ ପର୍‌ମେସରର୍‌ ବଇତେଇ ପଡାସ୍‌ ନାଇ କି?”
11 ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’”
୧୧ଏ ବିସଇ ମାପ୍‌ରୁ କରିଆଚେ, ଏଟା ଆମର୍‌ ପାଇ କାବାଅଇଜିବା ବିସଇ ।
12 ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ।
୧୨ତେଇ ଜିଉଦି ଲକର୍‍ ମୁକିଅ ପୁଜାରିମନ୍‌ ଜିସୁକେ ବାନ୍ଦିନେବାକେ ବାଟ୍‌ କଜ୍‌ଲାଇ । କାଇକେବଇଲେ ଜିସୁ ଆମର୍‌ ବିରଦେ ଏ କାତାନି କଇଲାଇନି ବଲିକରି ସେମନ୍‌ ଜାନିରଇଲାଇ । ମାତର୍‌ ଲକ୍‌ମନ୍‌ ଆମ୍‌କେ କାଇ କାଇଟା କର୍‌ବାଇ। ବଲିକରି ଡରି, ତାକେ ଚାଡିକରି ଉଟିଗାଲାଇ ।
13 ପରେ ଯୀଶୁଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ।
୧୩ତାର୍‌ପଚେ ଜିସୁକେ ତାର୍‌ କାତାଇ ବୁଲ୍‌ ଦାର୍‌ବାକେ ଜିଉଦି ନେତାମନ୍‌ କେତେଟା ପାରୁସି ଦଲର୍‌ ଲକ୍‌ମନ୍‌କେ ଆରି ଏରଦ୍‌ ରାଜାର୍‌ କେତେଟା ଲକ୍‌ମନ୍‌କେ ତାର୍‌ ଲଗେ ପାଟାଇଲାଇ ।
14 ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାକୁ ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
୧୪ସେମନ୍‌ ଜିସୁର୍‌ ଲଗେ ଆସିକରି, “ଏ ଗୁରୁ ତମେ ସତ୍‌ କାତା କଇଲାସ୍‌ନି ଆରି କାକେ ମିସା ନ ଡରାସ୍‌, ସବୁ ଲକ୍‌ମନ୍‌କେ ସମାନ୍‌ ଇସାବେ ଦେକ୍‌ଲାସ୍‌ନି ବଲି ଆମେ ଜାନିଆଚୁ । କାଇକେବଇଲେ ତମେ ଲକ୍‌ମନର୍‌ ଇସାବେ ନାଇ, ମାତର୍‌ ସତ୍‌ ବାବେ ସିକାଇଲାସ୍‌ନି । ଏବେ ଆମ୍‌କେ କୁଆ, ରମିଅ ରାଜାକେ ସିସ୍‌ତୁ ଦେବାଟା ନିୟମ୍‌ କି ନାଇ?”
15 ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, “କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ମୁଦ୍ରା ମୋʼ ପାଖକୁ ଆଣ, ମୁଁ ତାହା ଦେଖେ।”
୧୫“ଆମେ ସିସ୍‌ତୁ ବାନ୍ଦ୍‌ବୁ କି ନାଇ?” ଜିସୁ ସେମନର୍‌ ମନ୍‌ବିତ୍‌ରର୍‌ କୁଟ୍‌ କାତା ବୁଜିକରି ସେମନ୍‌କେ କଇଲା, “କାଇକେ ତମେ ମକେ ପାନ୍ଦେ ପାକାଇବାକେ ଚେସ୍‌ଟା କଲାସ୍‌ନି? ରମିୟ ସର୍‌କାରର୍‌ ଗଟେକ୍‌ ଅଦ୍‌ଲି ଡାବୁ ମର୍‌ ଲଗେ ଆନା, ମୁଇ ସେଟା ଦେକ୍‌ବି ।”
16 ତହିଁରେ ସେମାନେ ତାହା ଆଣିଲେ। ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ମୂର୍ତ୍ତି ଓ ନାମ କାହାର?” ସେମାନେ ତାହାଙ୍କୁ କହିଲେ, କାଇସରଙ୍କର।
୧୬ସେମନ୍‌ ଗଟେକ୍‌ ଅଦ୍‌ଲି ଡାବୁ ଆନ୍‌ଲାକେ ଜିସୁ ପାଚାର୍‌ଲା, “ଏ ଡାବୁ ଉପ୍‌ରେ କାର୍‌ ମୁର୍‌ତି ଆରି ନାଉଁ ଲେକା ଅଇଆଚେ?” ସେମନ୍‌ କଇଲାଇ, “ରମିୟ ରାଜାର୍‌ ମୁର୍‌ତି ଆରି ତାର୍‌ ନାଉଁ ଲେକା ଅଇଲାଆଚେ ।”
17 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ବରଙ୍କର ଯାହା, ତାହା ଈଶ୍ବରଙ୍କୁ ଦିଅ।” ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ।
୧୭ଜିସୁ କଇଲା, “ଏନ୍ତି ବଇଲେ ଜନ୍‌ଟା ରମିୟ ରାଜାର୍‌, ସେଟା ରମିୟ ରାଜାକେ ଆରି ଜନ୍‌ଟା ପର୍‌ମେସରର୍‌, ସେଟା ପର୍‌ମେସର୍‌କେ ଦିଆସ୍‌ ।” ଏ କାତା ସୁନିକରି ସେମନ୍‌ କାବା ଅଇଗାଲାଇ ।
18 ଏଥିଉତ୍ତାରେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିବା ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ,
୧୮ତାର୍‌ପଚେ ମଲାଟାନେଅନି ଉଟ୍‌ବା ବିସଇ, ବିସ୍‌ବାସ୍‌ ନ କର୍‌ବା ସାଦୁକି ଦଲର୍‌ ଲକ୍‌ମନ୍‌ ଜିସୁର୍‌ ଲଗେ ଆସିକରି ଏ ପର୍‌ସନ୍‌ ପାଚାର୍‌ଲାଇ ।
19 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
୧୯“ଏ ଗୁରୁ, ଜଦି ଗଟେକ୍‌ ଲକ୍‌ ବିବାଅଇକରି ପିଲାଜିଲା ନ ଅଇତେ ମରିଜାଇସି ବଇଲେ, ତାର୍‌ ବାଇ ସେ ମାଇଜିକେ ବିବାଅଇ ପିଲାଜିଲା ପାଇବାର୍‌ ଆଚେ । ଏନ୍ତି କଲେ ମରିଗାଲା ବାଇର୍‌ ପାଇ ସେ ପିଲାଟକିମନ୍‌ ତାର୍‌ ନାଉଁ ଦାର୍‌ବାଇ ବଲି ମସା ଆମର୍‌ପାଇ ନିଅମ୍‌ ଲେକିଦେଲା ଆଚେ ।
20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
୨୦ଏନ୍ତି ସାତ୍‌ ବାଇ ରଇଲାଇ, ସବୁର୍‌ଟାନେଅନି ବଡ୍‌ ବାଇ ବିବା ଅଇଲା । ମାତର୍‌ ପିଲାଟକି ନ ଅଇତେ ମରିଗାଲା ।
21 ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା,
୨୧ସେଟାର୍‌ପାଇ ତାର୍‌ ପଚର୍‌ ବାଇ ସେ ମାଇଜିକେ ସଙ୍ଗଇଲା । ସେ ମିସା ପିଲାଟକି ନଇତେ ମରିଗାଲା । ତାର୍‌ପଚର୍‌ ବାଇ ମିସା ବିବା ଅଇ ପିଲାଟକି ନଇତେ ମରିଗାଲା ।
22 ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା।
୨୨ସାତ୍‌ବାଇ ଜାକ ସେ ମାଇଜିକେ ଗଟେକ୍‌ ଲକର୍‌ ପଚେ ଗଟେକ୍‌ ଲକ୍‌ ବିବା ଅଇରଇଲାଇ । ସାରାସାରି ସାତ୍‌ ବାଇ ଜାକ ପିଲାଟକି ନ ଅଇତେ ମରିଗାଲାଇ । ତାର୍‌ପଚେ ସେ ମାଇଜି ମିସା ମରିଗାଲା ।
23 ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
୨୩ସାତ୍‌ବାଇ ଜାକ ତାକେ ବିବା ଅଇରଇଲାଇ, ତେବେ ମରିକରି ଉଟ୍‌ଲା ବେଲେ, ସେ କାର୍‌ ମାଇଜି ଅଇସି? ସାତ୍‌ବାଇ ଜାକ ତାକେ ବିବା ଅଇରଇଲାଇ ।”
24 ଯୀଶୁ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ?
୨୪ଜିସୁ ସେମନ୍‌କେ କଇଲା, “ଦରମ୍‌ ସାସ୍‌ତରେ ପର୍‌ମେସରର୍‌ କାଇଟା ଲେକା ଅଇଲା ଆଚେ ସେ ବିସଇ, ଆରି ତାର୍‌ ବପୁର୍‌ ବିସଇ ତମେ ନାଜାନି କରି ବୁଲ୍‌ ବାବ୍‌ଲାସ୍‌ନି ।
25 ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।
୨୫ଜେଡେବେଲେ ଲକ୍‌ମନ୍‌ ମରିକରି ଆରି ତରେକ୍‌ ଉଟ୍‌ବାଇ, ସେବେଲେ ମୁନୁସ୍‌ପିଲାମନ୍‌ ବିବା ନ ଅଅତ୍‌, କି ମାଇଜି ଟକିମନ୍‌କେ ବିବା ଅଇବାକେ ନ ଦେଅତ୍‌ । ସେମନ୍‌ ସବୁଲକ୍‌ ସରଗର୍‌ ଦୁତ୍‌ପାରା ଅଇବାଇ ।
26 ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ବର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍‌ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର?
୨୬ମଲାଟାନେଅନି ଉଟ୍‌ବା ବିସଇ ମସା ଲେକ୍‌ଲା ବଇଟାନେ ପଡାସ୍‌ ନାଇ କି? ପର୍‌ମେସର୍‌ ଜଇଲାଗ୍‌ବା ବୁଟାଇ ମସାକେ ଦେକାଇରଇଲାଜେ, ‘ମୁଇ ଅବ୍‌ରାଆମର୍‍, ଇସାକର୍‌ ଆରି ଜାକୁବର୍‌ ପର୍‌ମେସର୍‌ ।’ ବଲି କଇଲାଟା, ଲେକା ଅଇଲାଆଚେ । ମାତର୍‌ ଏ ଲକ୍‌ମନ୍‌ ସବୁ ମରିଗାଲାଇ ଆଚତ୍‌ ।
27 ସେ ମୃତମାନଙ୍କର ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର। ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ।”
୨୭ପର୍‌ମେସର୍‌ ମଲାଲକ୍‌ମନର୍‌ ମାପ୍‌ରୁ ନଏଁ । ସେ ଜିବନ୍‌ ରଇଲା ଲକ୍‌ମନର୍‌ ମାପ୍‌ରୁ । ଏ ବିସଇ ତମେ ବେସି ବୁଲ୍‌ ବୁଜ୍‌ଲାସ୍‌ନି ।” ବଲି କଇଲା ।
28 ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ?
୨୮ଜିସୁ ଆରି ସାଦୁକି ଦଲର୍‌ ଲକ୍‌ମନ୍‌ ଦଦା ପେଲା ଅଇବାବେଲେ ଗଟେକ୍‌ ନିୟମ୍‌ ସିକାଉ ତାର୍‌ ଲଗେ ଆଇଲା । ଜିସୁ ଲକ୍‌ମନର୍‌ ପର୍‌ସନର୍‌ ଉତର୍‌ ନିମାନ୍‌ସଙ୍ଗ୍‌ କଇବାଟା ସୁନିକରି, ତାକେ ପାଚାର୍‌ଲା, “କନ୍‌ ଆଦେସ୍‌ ସବୁର୍‌ଟାନେଅନି ଅଦିକ୍‌ ମୁକିଅ?”
29 ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଏକମାତ୍ର ପ୍ରଭୁ ଅଟନ୍ତି;
୨୯ଜିସୁ କଇଲା, “ସବୁର୍‌ଟାନେଅନି ପର୍‌ତୁମର୍‌ ମୁକିଅ ଆଦେସ୍‌ ଅଇଲାନି, ସୁନା ଏ ଇସ୍‌ରାଏଲର୍‌ ଲକ୍‌ମନ୍‌ ମାପ୍‌ରୁ ଆମର୍‌ ପର୍‌ମେସର୍‌ ଗଟେକ୍‌ସେ ମାପ୍‌ରୁ ।
30 ‘ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର।’
୩୦ତମେ ତମର୍‌ ପୁରାପୁରୁନ୍‌ ମନ୍‌ ସଙ୍ଗ୍‌, ପୁରାପୁରୁନ୍‌ ଆତ୍‌ମା ସଙ୍ଗ୍‌, ପୁରାପୁରୁନ୍‌ ଚିନ୍ତାର୍‌ ସଙ୍ଗ୍‌ ଆରି ପୁରାପୁରୁନ୍‌ ବପୁସଙ୍ଗ୍‌ ତାକେ ଆଲାଦ୍‌ କର୍‌ବାର୍‌ ଆଚେ ।
31 ଦ୍ୱିତୀୟଟି ଏହି, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ।”
୩୧ଆରି ପଚର୍‌ ମୁକିଅ ଆଦେସ୍‌ ଅଇଲାନି, ତମେ ନିଜ୍‌କେ ଆଲାଦ୍‌ କଲାପାରା ପଡିସାର୍‌ ଲକ୍‌କେ ମିସା ଆଲାଦ୍‌ କରା । ଏ ଦୁଇଟା ଆଦେସ୍‌ ଚାଡିକରି ଆରି କାଇ ମିସା ମୁକିଅ ଆଦେସ୍‌ ନାଇ” ବଲି କଇଲା ।
32 ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି;
୩୨ଏ କାତା ସୁନି ସେ ଲକ୍‌ ଜିସୁକେ କଇଲା, “ଏ ଗୁରୁ, ପର୍‌ମେସର୍‌ ଗଟେକ୍‌ ସେ, ତାକେ ଚାଡିଦେଲେ ଆରି କେ ମିସା ନାଇ । ଏ କାତା ତମେ ଟିକ୍ ବାବେ କଇଆଚାସ୍‌ ।
33 ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମବଳି ଓ ବଳିଦାନ ଅପେକ୍ଷା ଗୁରୁତର।
୩୩ପର୍‌ମେସର୍‌କେ ସବୁ ମନ୍‌ଦେଇକରି ସବୁ ଚିନ୍ତା ଦେଇକରି ଆରି ସବୁ ବପୁ ଦେଇ ଆଲାଦ୍‌ କର୍‌ବାର୍‌ ଆଚେ ଆରି ନିଜ୍‌କେ ଆଲାଦ୍‌ କଲା ପାରା ବିନ୍‌ ଲକ୍‌କେ ମିସା ଆଲାଦ୍‌ କର୍‌ବାର୍‌ଆଚେ ବଲିକରି ତମେ କଇଲା କାତା ଟିକ୍‌ ସେ । ଆମେ ପର୍‌ମେସର୍‌କେ ଜେତେକ୍‌ ଅମ୍‌ କଲେ ମିସା ଆରି ଜେତେକ୍‌ କାଇଟା ପୁଜ୍‌ଲେ ମିସା, ଏ ଦୁଇଟା ଆଦେସ୍‌ ବେସି ମୁକିଅ ।” ବଲି କଇଲା ।
34 ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ।” ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
୩୪ସେଲକ୍‌ ବେସି ବୁଦି ସଙ୍ଗ୍‍ ଉତର୍‌ ଦେଲା ଆଚେ ବଲି ଜିସୁ ଦେକି, ତାକେ କଇଲା, “ତୁଇ ପର୍‌ମେସରର୍‌ ରାଇଜେ ପୁର୍‌ବା ଲଗେସେ ଆଚୁସ୍‌ ।” ତାର୍‌ପଚେ ଆରି କେ ମିସା ଜିସୁକେ ପର୍‌ସନ୍‌ ପାଚାର୍‌ବାକେ ସାଆସ୍‌ କରି ନାପାର୍‌ଲାଇ ।
35 କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଶାସ୍ତ୍ରୀମାନେ କିପରି କହନ୍ତି?
୩୫ଜିସୁ ଜିଉଦିମନ୍‌ ରୁଣ୍ଡ୍‌ବା ଗରର୍‌ ଡାଣ୍ଡେ ସିକିଆ ଦେବାବେଲେ ଲକ୍‌ମନ୍‌କେ ପାଚାର୍‌ଲା, “ପର୍‌ମେସର୍‌ ବାଚିକରି ପାଟାଇଲା ରାଜା ଦାଉଦର୍‌ ନାତିତିତି ବଲିକରି ନିୟମ୍‌ ସିକାଇଦେବା ଲକ୍‌ମନ୍‌ କେନ୍ତି କଇଲାଇନି?”
36 ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
୩୬ଦାଉଦ୍‌ ସୁକଲ୍‌ ଆତ୍‌ମାଇ ଅନି ଏନ୍ତି କଇଲା, ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା, “ମୁଇ ତର୍‌ ସତ୍‌ରୁମନ୍‌କେ ତର୍‌ ପାଦ୍‌ ତଲେ ନ ଆନ୍‌ବା ଜାକ ତୁଇ ମର୍‌ ଉଜାଆତ୍‌ବାଟେ ବସି ର ।”
37 ସ୍ୱୟଂ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?”
୩୭“ଜଦି ଦାଉଦ୍‌ ରାଜା ନିଜେ ମାପ୍‌ରୁବଲି କଇରଇଲା ବଇଲେ ପର୍‌ମେସର୍‌ ବାଚିକରି ପାଟାଇରଇବା ମସିଅ କେନ୍ତି ଦାଉଦର୍‌ ପିଲା ଅଇସି?” ତେଇ ରଇଲା ବେସି ଲକ୍‌ମନ୍‌ ସାର୍‌ଦା ସଙ୍ଗ୍‌ ଏ କାତା ସୁନ୍‌ଲାଇ ।
38 ସର୍ବସାଧାରଣ ଲୋକେ ଆନନ୍ଦରେ ତାହାଙ୍କ କଥା ଶୁଣୁଥିଲେ। ପୁନଶ୍ଚ, ସେ ଆପଣା ଶିକ୍ଷା ମଧ୍ୟରେ କହିଲେ, “ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପରିଧାନ କରି ଭ୍ରମଣ କରିବାକୁ, ପୁଣି, ହାଟ ବଜାରରେ ନମସ୍କାର,
୩୮ଜିସୁ ଆରି କେତେଟା ବିସଇ ସିକାଇଦେବା ବେଲେ କଇଲା, “ତମେ ନିୟମ୍‌ ସିକାଇଦେବା ଲକ୍‌ମନର୍‌ପାରା ଚଲାଚଲ୍‌ତି ନ ଅଇକରି ଜାଗ୍‌ରତ୍‌ ସଙ୍ଗ୍‌ ରୁଆ । ସେମନ୍‌ ସନ୍‌ମାନ୍‌ ପାଇବାକେ ବେସି ଡେଙ୍ଗ୍‌ ପଚିଆ ପିନ୍ଦିକରି ଏନେ ତେନେ ବୁଲ୍‌ବାଇ । ଆଟେ ବାଟେ ଲକ୍‌ମନର୍‌ଟାନେଅନି ଜୁଆର୍‌ ପାଇକରି ସନ୍‌ମାନ୍‌ ପାଇବାକେ ମନ୍‌ କର୍‌ବାଇ ।
39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;
୩୯ଜିଉଦିମନର୍‌ ପାର୍‌ତନା ଗରେ ମୁକିଅ ଜାଗାଇ, ବଜିଟାନର୍‌ ମୁକିଅ ଜାଗାଇ ବସ୍‌ବାକେ ମନ୍‌ କର୍‌ବାଇ ।
40 ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ।”
୪୦ଆରି ସେମନ୍‌ ରାଣ୍ଡି ମାଇଜିମନ୍‌କେ ନାଡାଇକରି ସେମନର୍‌ ଦନ୍‌ସଁପତି ଜୁରି ନେବାଇ । ସେମନ୍‌ ନିମାନ୍‌ ଲକ୍‌ ବଲିକରି ଦେକାଇଅଇବାକେ ବେସି ପର୍‌ ପାର୍‌ତନା କର୍‌ବାଇ । ଏନ୍ତି ଲକ୍‌ମନ୍‌କେ ପର୍‌ମେସର୍‌ ବିନ୍‌ ଲକ୍‌ମନର୍‌ଟାନେଅନି ବେସି ବଡ୍‌ ଡଣ୍ଡ୍‌ ଦେଇସି ।”
41 ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକସମୂହ କିପରି ଭଣ୍ଡାରରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ଭଣ୍ଡାରରେ ବେଶି ପକାଇଲେ;
୪୧ଜିସୁ ମନ୍ଦିର୍‌ ବିତ୍‌ରେ ଜାଇକରି ଚାନ୍ଦାଦେବା ପେଡିଲଗେ ବସିକରି ଲକ୍‌ମନ୍‌ ପର୍‌ମେସର୍‌କେ କେନ୍ତି ଚାନ୍ଦା ଦେଲାଇନି ବଲି ଦେକ୍‌ତେରଇଲା । ସାଉକାର୍‌ ଲକ୍‌ମନ୍‌ ଲଚେକ୍‌ ଲଚେକ୍‌ ଡାବୁ ଦେବାଟା ଦେକ୍‌ଲା ।
42 ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ଭଣ୍ଡାରରେ ପକାଇଲା।
୪୨ସାରାସାରି ଗଟେକ୍‌ ଗରିବ୍‌ ରାଣ୍ଡି ମାଇଜି ଦାନ୍‌ ଦେବା ପେଡିଲଗେ ଆସିକରି ଦୁଇଟା ସାନ୍‌ ତାମା କାସୁ ପୁରାଇଦେଲା । ସେ ଦୁଇଟା ଡାବୁର୍‌ ଦାମ୍‌ ଗଟେକ୍‌ ଟାଙ୍ଗାଇ ଅନି ମିସା ଉନା ।
43 ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି;
୪୩ତାର୍‌ପଚେ ଜିସୁ ତାର୍‌ ସିସ୍‌ମନ୍‌କେ ଲଗେ ଡାକି କଇଲା, “ମୁଇ ତମ୍‌କେ ସତ୍‌ କାତା କଇଲିନି, ଏ ସବୁ ସାଉକାର୍‌ ଲକ୍‌ମନ୍‌ ଦେଲା ଡାବୁତେଇଅନି, ଏ ଅର୍‌କିତ୍‌ ରାଣ୍ଡି ମାଇଜି ଅଦିକ୍‌ ଦେଲାଆଚେ ।
44 କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହିସବୁ ପକାଇଲା।”
୪୪କାଇକେବଇଲେ ସବୁ ଲକ୍‌ମନ୍‌ ସେମନ୍‌କେ ଦର୍‌କାର୍‌ ଅଇକରି ଅଗଲ୍‌ଲା ଡାବୁ ଦେଲାଇଆଚତ୍‌ । ମାତର୍‌ ଏ ଗରିବ୍‌ ରାଣ୍ଡି ମାଇଜି, ସେ ବଁଚ୍‌ବାପାଇ ଜେତ୍‌କି ଡାବୁ ରଇଲା, ସେ ସବୁ ଦେଲାଆଚେ” ବଲିକରି କଇଲା ।

< ମାର୍କ 12 >