< ମାର୍କ 11 >
1 ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବୈଥ୍ଫାଗୀ ଓ ବେଥନୀୟା ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
Bí wọ́n ti súnmọ́ Betfage àti Betani ní ẹ̀yìn odi ìlú Jerusalẹmu, wọ́n dé orí òkè olifi. Jesu rán méjì nínú àwọn ọmọ-ẹ̀yìn rẹ̀ síwájú.
2 “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା କ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ।
Ó pàṣẹ fún wọn pé, “Ẹ lọ sí abúlé tó wà lọ́hùn ún nì. Nígbà tí ẹ bá sì wọlé, ẹ̀yin yóò rí ọmọ kẹ́tẹ́kẹ́tẹ́ tí a so mọ́lẹ̀ tí ẹnikẹ́ni kò ì tí i gùn rí. Ẹ tú u, kí ẹ sì mú wá sí ibi yìí.
3 ଆଉ, ଯେବେ କେହି ‘ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ,’ ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ।”
Bí ẹnikẹ́ni bá bi yín pé, ‘Kí ló dé tí ẹ fi ń ṣe èyí?’ Ẹ sọ fún un pé, ‘Olúwa ní í fi ṣe, yóò sì dá a padà síbí láìpẹ́.’”
4 ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ।
Àwọn ọmọ-ẹ̀yìn méjì náà lọ bí ó ti rán wọn. Wọ́n rí ọmọ kẹ́tẹ́kẹ́tẹ́ náà tí a so ní ẹnu-ọ̀nà lóde ní ìta gbangba, wọ́n sì tú u.
5 ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଅଛ?
Bí wọ́n ti ń tú u, díẹ̀ nínú àwọn tí ó dúró níbẹ̀ bi wọ́n léèrè pé, “Ki ni ẹyin n ṣe, tí ẹ̀yin fi ń tú ọmọ kẹ́tẹ́kẹ́tẹ́ n nì?”
6 ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ।
Wọ́n sì wí fún wọn gẹ́gẹ́ bí Jesu ti ní kí wọ́n sọ, wọ́n sì jọ̀wọ́ wọn lọ́wọ́ lọ.
7 ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ।
Wọ́n fa ọmọ kẹ́tẹ́kẹ́tẹ́ náà tọ Jesu wá. Wọ́n tẹ́ aṣọ wọn sí ẹ̀yìn rẹ̀, òun sì jókòó lórí rẹ̀.
8 ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ।
Àwọn púpọ̀ tẹ́ aṣọ wọn sí ọ̀nà. Àwọn mìíràn ṣẹ́ ẹ̀ka igi, wọ́n sì fọ́n wọn sí ọ̀nà.
9 ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ!
Àti àwọn tí ń lọ níwájú, àti àwọn tí ń bọ̀ lẹ́yìn, gbogbo wọn sì ń kígbe wí pé, “Hosana!” “Olùbùkún ni ẹni náà tí ó ń bọ̀ wà ní orúkọ Olúwa!”
10 ଆମ୍ଭମାନଙ୍କ ପିତୃ-ପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା!
“Olùbùkún ni fún ìjọba tí ń bọ̀ wá, ìjọba Dafidi, baba wa!” “Hosana lókè ọ̀run!”
11 ପରେ ସେ ଯିରୂଶାଲମ ସହରକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନୀୟାକୁ ବାହାରିଗଲେ।
Jesu wọ Jerusalẹmu ó sì lọ sí inú tẹmpili. Ó wo ohun gbogbo yíká fínní fínní. Ó sì kúrò níbẹ̀, nítorí pé ilẹ̀ ti ṣú. Ó padà lọ sí Betani pẹ̀lú àwọn ọmọ-ẹ̀yìn rẹ̀ méjìlá.
12 ତହିଁ ଆରଦିନ ବେଥନୀୟାରୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ;
Ní òwúrọ̀ ọjọ́ kejì, bí wọ́n ti kúrò ní Betani, ebi ń pa Jesu.
13 ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରିବୃକ୍ଷ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ। କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରିଫଳର ସମୟ ନ ଥିଲା।
Ó rí igi ọ̀pọ̀tọ́ kan lọ́ọ̀ọ́kán tí ewé kún orí rẹ̀. Nígbà náà, ó lọ sí ìdí rẹ̀ láti wò ó bóyá ó léso tàbí kò léso. Nígbà tí ó dé ibẹ̀, ewé lásán ni ó rí, kò rí èso lórí rẹ̀. Nítorí pé àkókò náà kì í ṣe àkókò tí igi ọ̀pọ̀tọ́ máa ń so.
14 ସେଥିରେ ଯୀଶୁ ତାହାକୁ କହିଲେ, “ଆଉ କଦାପି କେହି ତୋʼଠାରୁ ଫଳ ନ ଖାଉ।” ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ। (aiōn )
Lẹ́yìn náà, Jesu pàṣẹ fún igi náà pé, “Kí ẹnikẹ́ni má ṣe jẹ èso lórí rẹ mọ́ títí láé.” Àwọn ọmọ-ẹ̀yìn rẹ̀ gbọ́ nígbà tí ó wí bẹ́ẹ̀. (aiōn )
15 ତାହା ପରେ ସେମାନେ ଯିରୂଶାଲମ ସହରକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା-ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
Nígbà ti wọ́n padà sí Jerusalẹmu, ó wọ inú tẹmpili. Ó bẹ̀rẹ̀ sí nílé àwọn oníṣòwò àti àwọn oníbàárà wọn síta. Ó ti tábìlì àwọn tí ń pààrọ̀ owó nínú tẹmpili ṣubú. Bákan náà ni ó ti ìjókòó àwọn tí ń ta ẹyẹlé lulẹ̀.
16 ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ,
Kò sì gba ẹnikẹ́ni láààyè láti gbé ẹrù ọjà títà gba inú tẹmpili wọlé.
17 ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, “ଏହା କଅଣ ଲେଖା ନାହିଁ, ‘ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ?’ କିନ୍ତୁ ତୁମ୍ଭେମାନେ ତାହାକୁ ଡକାଇତମାନଙ୍କ ଗହ୍ୱର କରିଅଛ।”
Gẹ́gẹ́ bí ó ti kọ́ wọn, ó wí pé, “Ṣé a kò ti kọ ọ́ pé: ‘Ilé àdúrà ni a o máa pe ilé mi, ní gbogbo orílẹ̀-èdè?’ Ṣùgbọ́n ẹ̀yin ti sọ ọ́ di ibùgbé àwọn ọlọ́ṣà.”
18 ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କିପ୍ରକାରେ ବିନାଶ କରିପାରନ୍ତି, ତାହା ଚେଷ୍ଟା କରିବାକୁ ଲାଗିଲେ; କାରଣ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ।
Nígbà tí àwọn olórí àlùfáà àti àwọn olùkọ́ òfin gbọ́ ohun tí ó ti ṣe, wọ́n bẹ̀rẹ̀ sí ń gbà èrò bí wọn yóò ti ṣe pa á. Wọ́n bẹ̀rù rògbòdìyàn tí yóò bẹ́ sílẹ̀, nítorí tí àwọn ènìyàn ní ìgbóná ọkàn sí ẹ̀kọ́ rẹ̀.
19 ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ।
Ní ìrọ̀lẹ́ ọjọ́ náà, bí ìṣe wọn, Jesu àti àwọn ọmọ-ẹ̀yìn rẹ̀ jáde kúrò ní ìlú Jerusalẹmu.
20 ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରିବୃକ୍ଷଟି ମୂଳରୁ ଶୁଖିଯାଇଥିବା ଦେଖିଲେ।
Ní òwúrọ̀ ọjọ́ kejì, bí wọ́n ti ń kọjá lọ, wọ́n rí igi ọ̀pọ̀tọ́ tí Jesu fi bú. Wọ́n rí i pé ó ti gbẹ tigbòǹgbò tigbòǹgbò.
21 ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରିବୃକ୍ଷକୁ ଅଭିଶାପ ଦେଇଥିଲେ, ତାହା ଶୁଖିଗଲାଣି।
Peteru rántí pé Jesu ti bá igi náà wí. Nígbà náà ni ó sọ fún Jesu pé, “Rabbi, wò ó! Igi ọ̀pọ̀tọ́ tí ìwọ fi bú ti gbẹ!”
22 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କଠାରେ ବିଶ୍ୱାସ ରଖ।
Jesu sì dáhùn pé, “Ẹ ní ìgbàgbọ́ nínú Ọlọ́run.
23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତାʼ ନିମନ୍ତେ ତାହା ଘଟିବ।
Lóòótọ́ ni mò wí fún un yín, bí ẹnikẹ́ni bá wí fún òkè ‘Ṣídìí, gbé ara rẹ sọ sínú Òkun,’ ti kò sì ṣe iyèméjì nínú ọkàn rẹ̀ ṣùgbọ́n tí ó gbàgbọ́ pé ohun tí òun wí yóò ṣẹ, yóò rí bẹ́ẹ̀ fún un.
24 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହିସବୁ ପାଇବ।
Torí náà, mo wí fún yín ohunkóhun tí ẹ bá béèrè fún nínú àdúrà, ẹ ní ìgbàgbọ́ pé, ó tí tẹ̀ yín lọ́wọ́, yóò sì jẹ́ tiyín.
25 ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ।
Nígbà tí ẹ bá ń gbàdúrà, ẹ kọ́kọ́ dáríjì, bí ẹ̀yin bá ní ohunkóhun sí ẹnikẹ́ni, kí baba yín tí ń bẹ ní ọ̀run bá à le dárí àwọn ẹ̀ṣẹ̀ tiyín náà jì yín.”
26 [କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।]”
27 ପରେ ସେମାନେ ପୁନର୍ବାର ଯିରୂଶାଲମ ସହରକୁ ଆସିଲେ; ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ,
Lẹ́yìn èyí, wọ́n tún padà sí Jerusalẹmu. Bí Jesu ti ń rìn kiri ni tẹmpili, àwọn olórí àlùfáà àti àwọn olùkọ́ òfin pẹ̀lú àwọn àgbàgbà Júù wá sọ́dọ̀ rẹ̀.
28 ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା?
Wọ́n béèrè lọ́wọ́ rẹ̀ pé, “Àṣẹ wo ni ó fi ń ṣe nǹkan yìí? Ta ni ó sì fún ọ ni àṣẹ yìí láti máa ṣe nǹkan wọ̀nyí?”
29 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି।
Jesu dá wọn lóhùn pé, “Èmi yóò bi yín léèrè ọ̀rọ̀ kan, kí ẹ sì dá mi lóhùn, èmi yóò sọ fún yín àṣẹ tí èmi fi ń ṣe nǹkan wọ̀nyí.”
30 ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ।”
Ìtẹ̀bọmi Johanu láti ọ̀run wa ni, tàbí láti ọ̀dọ̀ ènìyàn? “Ẹ dá mi lóhùn!”
31 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
Wọ́n bá ara wọn jíròrò pé, “Bí a bá wí pé, ‘Láti ọ̀run wá ni,’ òun ó wí pé, ‘Nígbà tí ẹ mọ̀ bẹ́ẹ̀, èéṣe tí ẹ kò fi gbà à gbọ́?’
32 ଅବା ମନୁଷ୍ୟଠାରୁ ବୋଲି କଅଣ କହିବା? ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ।
Ṣùgbọ́n bí a bá wí pé, àti ọ̀dọ̀ ènìyàn, wọ́n bẹ̀rù àwọn ènìyàn, nítorí pé gbogbo ènìyàn ló gbàgbọ́ pé wòlíì gidi ni Johanu.”
33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ। ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
Nítorí náà, wọ́n kọjú sí Jesu wọn sì dáhùn pé, “Àwa kò mọ̀.” Nígbà náà ni Jesu wí pé, “Níwọ́n ìgbà tí ẹ kò lè dáhùn ìbéèrè mi, Èmi náà kì yóò sọ fún yín àṣẹ tí mo fi ń ṣe nǹkan wọ̀nyí.”