< ମାର୍କ 1 >
1 ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।
୧ଏଟା ଅଇଲାନି ପର୍ମେସରର୍ ପଅ ଜିସୁ କିରିସ୍ଟର୍ ନିମାନ୍ କବରର୍ ଆରାମ୍ ।
2 ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି, “ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ;
୨ଏଟା ଏନ୍ତାରି ଆରାମ୍ ଅଇଲା । ଜିସାୟ ବବିସତ୍ବକ୍ତାର୍ ସାସ୍ତରେ ଜେନ୍ତାର୍ ଲେକାଅଇଲା ଆଚେ, ପର୍ମେସର୍ କଇଲା, ଦେକା ମୁଇ ମର୍ କବର୍ ଜାନାଉକେ ତମର୍ ଆଗେ ପାଟାଇଲିନି, ସେ ତମର୍ ବାଟ୍ ତିଆର୍ କର୍ସି ।
3 ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।”
୩ତାର୍ ସର୍ ମରୁବାଲି ବୁଏଁ ଆଉଲିଅଇକରି ସୁନାଇଲାନି ମାପ୍ରୁର୍ ବାଟ୍ ତିଆର୍ କରା, ତାର୍ପାଇ ବାଟ୍ ସଲ୍କାଆ ।
4 ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ।
୪ତାର୍ପଚେ ଏ ସବୁ କାତା ପୁରାପୁରୁନ୍ ଅଇଲା, ଜେଡେବେଲେ, ଡୁବନ୍ ଦେଉ ଜଅନ୍ ମରୁବାଲିବୁଏଁ ଆସି ପାପ୍ କେମାର୍ ଲାଗି ବଲି ପାପ୍ଟାନେଅନି ବାଉଡାଇବା ବିସଇ କଇବାର୍ ଦାର୍ଲା । “ତମର୍ ପାପ୍ କେମା ଅଇବାକେ ପାପ୍ଟାନେ ମନ୍ ବାଦ୍ଲାଇ ଡୁବନ୍ ନିଆ । ପର୍ମେସର୍ ତମର୍ ପାପ୍ କେମା କର୍ସି ।”
5 ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
୫ସେଡ୍କିବେଲେ ଜିଉଦାଦେସର୍ କେତେକ୍ ଲକ୍ ଆରି ଜିରୁସାଲାମ୍ ରାଇଜର୍ ସବୁ ଲକ୍ମନ୍ ବାରଇକରି ଜଅନର୍ କାତା ସୁନୁ ବଲି ଆଇବାର୍ ଦାର୍ଲାଇ । ଆରି ନିଜର୍ ନିଜର୍ ପାପ୍କଲାଟା ମାନିକରି ଜର୍ଦନ୍ ଗାଡେ ତାର୍ତେଇଅନି ଡୁବନ୍ ନେଲାଇ ।
6 ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ।
୬ଜଅନ୍ ଉଟର୍ ଚେଣ୍ଡିସଙ୍ଗ୍ ତିଆର୍ ଅଇଲା ଲୁଗା ପିନ୍ଦି, ପସୁ ଚାମର୍ ଆଁଟାବେଡା ଆଁଟାଇ ବାନ୍ଦି ଅଇତେରଇଲା । ତାର୍ କାଦି ଅଇଲା ଚିଟ୍କା ଆରି ବନର୍ ମୁ ।
7 ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ।
୭ସେ ଜାନାଇକରି କଇବାର୍ ମୁଲିଆଇଲା, “ମର୍ ପଚେ ଗଟେକ୍ ବେସି ବପୁର୍ ଲକ୍ ଆଇସି, ତାର୍ ଗତିଦାଙ୍ଗ୍ଡା ଅଇକରି ତାର୍ ଗଡର୍ ପାଣ୍ଡଇ ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ ।
8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”
୮ମୁଇ ତମ୍କେ ପାନିତେଇ ଡୁବନ୍ ଦେଲିନି, ମାତର୍ ସେ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି ।”
9 ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
୯ସେଡ୍କିବେଲେ ଜିସୁ ଗାଲିଲି ଜାଗାର୍ ନାଜରିତ୍ ଗଡେ ଅନି ଆସି ଜର୍ଦନ୍ ଗାଡେ ଡୁବନ୍ ଦେଉ ଜଅନର୍ ଟାନେ ଡୁବନ୍ ନେଲା ।
10 ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ,
୧୦ସେ ପାନିତେଇ ଅନି ବାରଇ ଆଇବାବେଲେ, ସରଗ୍ ଉଗାଡି ଅଇ ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତ୍ରି ଆଇବାଟା ସେ ଦେକ୍ଲା ।
11 ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”
୧୧ଆରି ସର୍ଗେଅନି ଗଟେକ୍ ସର୍ ସୁନିଅଇଲା, “ତୁଇ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।”
12 ସେହିକ୍ଷଣି ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ।
୧୨ସେଦାପ୍ରେ ସୁକଲ୍ ଆତ୍ମା ଜିସୁକେ ମରୁବାଲି ବୁଏଁ ପାଟାଇଲା ।
13 ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିବା ସମୟରେ, ସେ ବନ୍ୟ-ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ।
୧୩ମରୁବାଲି ବୁଏଁ ଚାଲିସ୍ ଦିନ୍ ରଇଲାବେଲେ, ସଇତାନ୍ ତାକେ ପାପ୍କରାଇବାକେ ଚେସ୍ଟା କର୍ତେରଇଲା । ସେ ଜାଗାଇ ବନର୍ ଜଁତ୍ମନ୍ ରଇଲାଇ, ଆରି ସରଗର୍ ଦୁତ୍ମନ୍ ଆସି ତାର୍ ସେବା କର୍ତେରଇଲାଇ ।
14 ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ବରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ,
୧୪କେତେଦିନ୍ ଗାଲାପଚେ ଏରଦ୍ରାଜା ଡୁବନ୍ ଦେଉ ଜଅନ୍କେ ବନ୍ଦି ଗରେ ସଙ୍ଗଇଲା ପଚେ ଜିସୁ ଗାଲିଲି ଗାଏଁ ବାଉଡିଆସି, ପର୍ମେସରର୍ ନିମାନ୍ କବର୍ ସୁନାଇବାର୍ ଦାର୍ଲା ।
15 “କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ବରଙ୍କ ରାଜ୍ୟ ସନ୍ନିକଟ; ମନ-ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର।”
୧୫“ସମାନ୍ ବେଲା ଆଇଲା, ପର୍ମେସରର୍ ରାଇଜ୍ ଲଗେ କେଟ୍ଲା ଆଚେ । ତମେ ପାପେ ଅନି ମନ୍ ବାଉଡାଇକରି ନିମାନ୍ କାତାଇ ବିସ୍ବାସ୍ କରା ।”
16 ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
୧୬ଜିସୁ ଗାଲିଲି ସମ୍ଦୁର୍ କଣ୍ଡିବାଟେ ଜିବା ବେଲେ ସିମନ୍ ଆରି ତାର୍ ବାଇ ଆନ୍ଦ୍ରିଅକେ ସମ୍ଦୁରେ ବଇଜାଲ୍ ପାକାଇବାଟା ଦେକ୍ଲା, ସେମନ୍ ମାଚ୍ ଦାରୁ କେଉଟ୍ମନ୍ ରଇଲାଇ ।
17 ଯୀଶୁ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
୧୭ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ପର୍ମେସରର୍ ବାଟେ ଆନ୍ବା ବିସଇ ସିକାଇବି ।”
18 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
୧୮ସେଦାପ୍ରେ ସେମନ୍ ଜାଲ୍ ଚାଡି ଜିସୁର୍ ପଚେ ପଚେ ଗାଲାଇ ।
19 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ।
୧୯ପଚେ କଣ୍ଡେକ୍ ଦୁର୍ ଜାଇ ଜେବଦିର୍ ପଅମନ୍ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ଡଙ୍ଗାଇ ଜାଲ୍ ସାଜାଡ୍ବାଟା ଦେକ୍ଲା ।
20 ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି, ସେମାନେ ସେମାନଙ୍କର ପିତା ଜେବଦୀଙ୍କୁ ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ।
୨୦ଜିସୁ ସେମନ୍କେ ଦେକ୍ଲା ଦାପ୍ରେ ଡାକ୍ଲା, ଆରି ସେମନ୍ ତାକର୍ ବାବା ଜେବଦିକେ ଆରି କୁଲିଆର୍ମନ୍କେ ଡଙ୍ଗାଇ ଚାଡି ତାର୍ ସଙ୍ଗ୍ ଗାଲାଇ ।
21 ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ସେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ।
୨୧ପଚେ ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଗାଲାଇ, ଆରି ବିସ୍ରାମ୍ବାର୍ କେଟ୍ଲାକେ ସେ ଜିଉଦିମନର୍ ପାର୍ତନା ଗରେ ପୁରି, ଲକ୍ମନ୍କେ ସିକାଇବାର୍ ଦାର୍ଲା ।
22 ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।
୨୨ଲକ୍ମନ୍ ତାର୍ ସିକିଆ ସୁନି କାବା ଅଇଗାଲାଇ, ସେ ସାସ୍ତର୍ ସିକାଉପାରା ନ ସିକାଇ, ନିଜର୍ ଅଦିକାର୍ ସଙ୍ଗ୍ ସିକିଆ ଦେଇତେ ରଇଲା ।
23 ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା,
୨୩ସେ ଦାପ୍ରେ ସେମନର୍ ପାର୍ତନା ଗରେ ଗଟେକ୍ ଡୁମା ଦାର୍ଲା ଲକ୍ କିର୍କିରି କରି ଜିସୁକେ କଇଲା,
24 ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କ ସେହି ପବିତ୍ର ବ୍ୟକ୍ତି।
୨୪“ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।”
25 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର୍, ଏହାଠାରୁ ବାହାରିଯା।”
୨୫ଜିସୁ ଡୁମାକେ ଦମ୍କାଇ କରି କଇଲା, “ଚୁପ୍ ଅ, ଆରି ଏ ଲକର୍ତେଇ ଅନି ବାର୍ଇ ଜା ।”
26 ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା।
୨୬ସେଡ୍କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍କିରି କରି ତାର୍ଲଗେ ଅନି ବାରଇଗାଲା ।
27 ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କଅଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି।
୨୭ତେବର୍ପାଇ ପାର୍ତନା ଗରେ ରଇବା ସବୁ ଲକ୍ କାବା ଅଇଗାଲାଇ ଆରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍? ଏଟାତା ଅଦିକାର୍ ସଙ୍ଗର୍ ନୁଆ ସିକିଆ । ଡୁମା ଆତ୍ମାମନ୍ ମିସା, ସେ ତିଆର୍ଲାଟା ମାନ୍ଲାଇନି ।”
28 ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
୨୮ସେଡ୍କିବେଲେ ଜିସୁର୍ କାତା ଗାଲିଲିର୍ ଚାରିବେଡ୍ତିର୍ ଗାଉଁମନ୍କେ କେଟିଗାଲା ।
29 ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ।
୨୯ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ପାର୍ତନା ଗରେ ଅନି ବାରଇ ଜାକୁବ୍ ଆରି ଜଅନର୍ ସଙ୍ଗ୍ ସିମନ୍ ଆରି ଆନ୍ଦ୍ରିୟର୍ ଗରେ ଗାଲାଇ ।
30 ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାହାଙ୍କ କଥା ଯୀଶୁଙ୍କୁ ଜଣାଇଲେ।
୩୦ତେଇ ରଇଲା ଲକ୍ମନ୍ ସିମନର୍ ସାତ୍ରି ଜର୍କେ ସଇରଇଲା ବିସଇ ଜିସୁକେ କଇଲାଇ ।
31 ସେଥିରେ ସେ ପାଖକୁ ଯାଇ ତାହାଙ୍କ ହସ୍ତ ଧରି ତାହାଙ୍କୁ ଉଠାଇଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ।
୩୧ସେଟାର୍ପାଇ ଜିସୁ ଜାଇ ସିମନର୍ ସାତ୍ରିର୍ ଆତେ ଦାରି ଉଟାଇଲା, ସେଦାପ୍ରେ ତାର୍ ଜର୍ ଚାଡିଗାଲା, ଆରି ସେ ଜାଇ ସେମନ୍କେ ସେବା କର୍ବାର୍ ଦାର୍ଲା ।
32 ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତ ସମସ୍ତଙ୍କୁ ଆଣିବାକୁ ଲାଗିଲେ,
୩୨ସଞ୍ଜ୍ ବେଲାଇ ବେଲ୍ ବୁଡିଗାଲା ପଚେ, ଲକ୍ମନ୍ ଜରର୍ ଲକ୍ମନ୍କେ ଆରି ଡୁମାଦାରି ରଇବା ସବୁଲକ୍ମନ୍କେ ଜିସୁର୍ ଲଗେ ଆନ୍ବାର୍ ଦାର୍ଲାଇ,
33 ପୁଣି, ନଗରବାସୀ ସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ।
୩୩ଆରି ଗାଉଁର୍ ଲକ୍ମନ୍ ସେ ଗରର୍ ଦୁଆରେ ରୁଣ୍ଡ୍ଲାଇ ।
34 ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ।
୩୪ସେଡ୍କିବେଲେ ସେ ବିନ୍ ବିନ୍ ରକାମର୍ ରଗ୍ ଅଇରଇବା ଜବର୍ ରଗି ଲକ୍ମନ୍କେ ନିମାନ୍ କଲା ଆରି ଜବର୍ ଡୁମାମନ୍କେ ଚାଡାଇଲା, ମାତର୍ ସେ ଡୁମାମନ୍କେ କାତା କଇବାକେ ଦେଏନାଇ । କାଇକେବଇଲେ ଡୁମାମନ୍ ଜିସୁ ପର୍ମେସରର୍ ଟାନେଅନି ଆଇଲାଆଚେ ବଲିକରି ଜାନି ରଇଲାଇ ।
35 ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ।
୩୫ଆର୍କର୍ ସାକାଲେ କୁକ୍ଡା ଡାକ୍ ବେଲାଇ ଜିସୁ ଉଟି ଗରେଅନି ବାରଇ ଜାଇ ଗଟେକ୍ କିନରା ରଇବା ଚିମ୍ରା ଜାଗାଇ, ଜାଇ ପାର୍ତନା କର୍ବାର୍ ଦାର୍ଲା ।
36 ଆଉ ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି,
୩୬ସେଡ୍କିବେଲେ ସିମନ୍ ଆରି ତାର୍ ସଙ୍ଗର୍ଲକ୍ ତାକେ କଜ୍ବାର୍ ଗାଲାଇ,
37 ସାକ୍ଷାତ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି।
୩୭ଜେଡେବଲ୍ ସେମନ୍ ଜିସୁକେ ବେଟ୍ ଅଇଲାଇ, ଆରି କାବାଅଇ ତାକେ କଇଲାଇ, “ସବୁ ଲକ୍ ତମ୍କେ କଜ୍ଲାଇନି ।”
38 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି।”
୩୮ସେଡ୍କିବେଲେ ଜିସୁ ସେମନ୍କେ କଇଲା, “ଆସା, ଆମେ ରଇବା ବିନ୍ ବିନ୍ ଗାଉଁମନ୍କେ ଜୁ, କାଇକେବଇଲେ ସେ ଜାଗାମନ୍କେ ମିସା ମୁଇ ପର୍ମେସରର୍ କାତା କଇବି । କାଇକେବଇଲେ ସେଟାର୍ପାଇସେ ମୁଇ ଆଇଲିଆଚି ।”
39 ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ।
୩୯ଆରି ଗାଲିଲିର୍ ସବୁଟାନେ ବୁଲି ବୁଲି ସେମନର୍ ସବୁ ପାର୍ତନା ଗରେ, ମାପ୍ରୁର୍ କାତା ସୁନାଇଲା, ଆରି ଡୁମା ଦାର୍ଲା ଲକ୍ମନ୍କେ ଚାଡାଇଲା ।
40 ଏଥିମଧ୍ୟରେ ଜଣେ କୁଷ୍ଠରୋଗୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
୪୦ସେଡ୍କି ବେଲେ ଗଟେକ୍ ବଡ୍ ରଗି ତାର୍ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, “ତମେ ଜଦି ମନ୍କଲେ ମକେ ସୁକଲ୍ କରି ପାର୍ସା ।”
41 ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।”
୪୧ତେଇ ସେ ତାକେ ଜିବନ୍ ଦୁକାଇଲା ଆରି ଆତ୍ ଲାମାଇ କରି ତାକେ ଚିଇକରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।”
42 ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା।
୪୨ସେଦାପ୍ରେ ବଡ୍ ରଗ୍ ତାର୍ ଲଗେ ଅନି ଦୁର୍ଅଇଲା ଆରି ସେ ସୁକଲ୍ ଅଇଗାଲା ।
43 ପୁଣି, ସେ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ,
୪୩ଆରି, ଜିସୁ ସେ ଲକ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେଇ ସେଦାପ୍ରେ କଇ ପାଟାଇଲା ।
44 “ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି, ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହିସବୁ ଆପଣାର ଶୁଚିକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର।”
୪୪“ଜାଗ୍ରତ୍, ମୁଇ ତକେ ସୁକଲ୍ କଲି ବଲି କାକେ ମିସା କ ନାଇ, ମାତର୍ ଜା ଆରି ନିଜେ ପୁଜାରିକେ ଦେକାଇ ଅ ଆରି ମସା ଜନ୍ ଜନ୍ ବିରୁ ପର୍ମେସର୍କେ ଦେବାକେ ଆଦେସ୍ ଦେଲାଆଚେ, ସେ ଇସାବେ ଦେସ୍ । ଏଟାର୍ ଲାଗି ତୁଇ ସୁକଲ୍ ଅଇଜାଇଆଚୁସ୍ ବଲିକରି ପୁଜାରି ସବୁଲକର୍ ମୁଆଟେ ସାକି ଦେଅ ।”
45 କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରିପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।
୪୫ମାତର୍ ସେଲକ୍ ବାରଇ ଜାଇ ଜିସୁ ସୁକଲ୍ କରିରଇବା କବର୍ ଏତେକ୍ ରାଟୁକରି କଇବୁଲ୍ଲାଇ ଜେ, ଜିସୁ ଲକ୍ମନର୍ ଦେକ୍ତେ ଦେକ୍ତେ କନ୍ ଗାଉଁମନ୍କେ ମିସା ଜାଇ ପୁରି ନାପାର୍ଲା । ମାତର୍ ବାଇରେ ଜାଇ ଚିମ୍ରା ଜାଗାମନ୍କେ ରଇଲା । ଅଇଲେ ମିସା ଲକ୍ମନ୍ ଚାରିଦିଗେ ଅନି ତାର୍ ଲଗେ ଆଇବାର୍ଦାର୍ଲାଇ ।