< ମଲାଖି 3 >

1 “ଦେଖ, ଆମ୍ଭେ ଆପଣା ବାର୍ତ୍ତାବାହକଙ୍କୁ ପ୍ରେରଣ କରୁଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ; ପୁଣି, ତୁମ୍ଭେମାନେ ଯେଉଁ ପ୍ରଭୁଙ୍କର ଅନ୍ୱେଷଣ କରୁଅଛ, ସେ ଅକସ୍ମାତ୍‍ ଆପଣା ମନ୍ଦିରକୁ ଆସିବେ; ଆଉ, ନିୟମର ଯେଉଁ ବାର୍ତ୍ତାବାହକଠାରେ ତୁମ୍ଭେମାନେ ସନ୍ତୁଷ୍ଟ ଅଟ, ଦେଖ, ସେ ଆସୁଅଛନ୍ତି,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
“Duba, zan aika manzona, wanda zai shirya hanya a gabana. Sa’an nan a farat ɗaya Ubangiji wanda kuke nema zai zo haikalinsa. Manzon alkawari, wanda kuke sa zuciya kuwa zai zo,” in ji Ubangiji Maɗaukaki.
2 ମାତ୍ର ତାହାଙ୍କର ଆଗମନ ଦିନ କିଏ ସହିପାରେ? ଆଉ, ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନି ତୁଲ୍ୟ ଓ ଲୁଗା ସଫା କ୍ଷାର ସ୍ୱରୂପ;
Amma wa zai jure wa ranar zuwansa? Wa zai iya tsaya sa’ad da ya bayyana? Gama zai zama kamar wuta mai tace ƙarfe, ko sabulu mai wanki.
3 ପୁଣି, ସେ ରୌପ୍ୟ ପରିଷ୍କାରକ ଓ ଶୁଚିକାରକର ତୁଲ୍ୟ ବସିବେ ଓ ସେ ଲେବୀର ସନ୍ତାନଗଣଙ୍କୁ ପରିଷ୍କାର କରିବେ ପୁଣି ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ; ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧାର୍ମିକତାର ନୈବେଦ୍ୟ ଉତ୍ସର୍ଗ କରିବେ।
Zai zama kamar mai tace azurfa da mai tsarkaketa; zai tsabtacce Lawiyawa, yă kuma tace su kamar zinariya da azurfa. Sa’an nan Ubangiji zai sami mutanen da za su kawo hadayu a cikin adalci.
4 ସେତେବେଳେ, ପୁରାତନ କାଳର ଦିନରେ ଓ ପ୍ରାଚୀନ କାଳର ବର୍ଷରେ ଯେପରି ହେଉଥିଲା, ସେପରି ଯିହୁଦାର ଓ ଯିରୂଶାଲମର ନୈବେଦ୍ୟ ସଦାପ୍ରଭୁଙ୍କର ସନ୍ତୋଷଜନକ ହେବ।
Hadayun Yahuda da na Urushalima za su zama yardajje ga Ubangiji, za su zama kamar a kwanakin da suka wuce, kamar a shekarun baya.
5 “ପୁଣି, ଆମ୍ଭେ ବିଚାର କରିବା ପାଇଁ ତୁମ୍ଭମାନଙ୍କ ନିକଟକୁ ଆସିବା ଆଉ, ତାନ୍ତ୍ରିକ ଓ ବ୍ୟଭିଚାରୀ ଓ ମିଥ୍ୟା ଶପଥକାରୀମାନଙ୍କ ବିରୁଦ୍ଧରେ ଓ ଯେଉଁମାନେ ବେତନଜୀବୀର ବେତନ ବିଷୟରେ, ବିଧବା ଓ ପିତୃହୀନ ପ୍ରତି ଅତ୍ୟାଚାର କରନ୍ତି, ଆଉ ବିଦେଶୀର ପ୍ରତି ଅନ୍ୟାୟ କରନ୍ତି ଓ ଆମ୍ଭଙ୍କୁ ଭୟ ନ କରନ୍ତି, ସେମାନଙ୍କ ବିରୁଦ୍ଧରେ ଆମ୍ଭେ ଶୀଘ୍ର ସାକ୍ଷୀ ହେବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
“Ta haka zan zo kusa da ku don in yi hukunci. Zan hanzarta ba da shaida a kan masu yin sihiri, da mazinata da masu shaidar zur. Zan ba da shaida a kan waɗanda suke zaluntar ma’aikata a kan albashinsu, da waɗanda suke ƙwarar gwauraye da marayu, suna kuma hana baƙi samun adalci, ba sa ma tsorona,” in ji Ubangiji Maɗaukaki.
6 “କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭର ପରିବର୍ତ୍ତନ ନାହିଁ; ଏହେତୁ ହେ ଯାକୁବଙ୍କ ସନ୍ତାନଗଣ, ତୁମ୍ଭମାନଙ୍କର ବିନାଶ ହୋଇ ନାହିଁ।
“Ni Ubangiji ba na canjawa. Shi ya sa ku zuriyar Yaƙub, ba a hallaka ku ƙaƙaf ba.
7 ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟଠାରୁ ତୁମ୍ଭେମାନେ ଆମ୍ଭର ବିଧିସବୁ ଲଙ୍ଘନ କରିଅଛ ଓ ସେହି ସବୁ ପାଳନ କରି ନାହଁ। ଆମ୍ଭ ନିକଟକୁ ଫେରି ଆସ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ମାତ୍ର ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କିପରି ଫେରିବା?”
Tun zamanin kakanninku, kun juye wa ƙa’idodina baya, ba ku kuma kiyaye su ba. Ku komo gare ni, ni kuma zan koma gare ku,” in ji Ubangiji Maɗaukaki. “Amma sai kuka ce, ‘Yaya za mu koma gare ka?’
8 ମନୁଷ୍ୟ କି ପରମେଶ୍ୱରଙ୍କ ଦ୍ରବ୍ୟ ଚୋରି କରିବ? ତଥାପି ତୁମ୍ଭେମାନେ ଆମ୍ଭର ଦ୍ରବ୍ୟ ଚୋରି କରୁଅଛ। ମାତ୍ର ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ କିପରି ତୁମ୍ଭର ଦ୍ରବ୍ୟ ଦଶମାଂଶରେ ଓ ନୈବେଦ୍ୟରେ ଚୋରି କରିଅଛୁ?”
“Mutum zai iya yi wa Allah fashi ne? Duk da haka kun yi mini fashi. “Amma sai kuka ce, ‘Yaya muka yi maka fashi?’ “A wajen zakka da hadayu.
9 ତୁମ୍ଭେମାନେ ଅଭିଶାପରେ ଅଭିଶପ୍ତ ହୋଇଅଛ; କାରଣ ତୁମ୍ଭେମାନେ, ହଁ, ଏହିସବୁ ଗୋଷ୍ଠୀ ଆମ୍ଭର ଦ୍ରବ୍ୟ ଚୋରି କରିଅଛି।
Kuna ƙarƙashin la’ana, dukan al’ummarku, domin kuna yin mini fashi.
10 ଆମ୍ଭର ଗୃହରେ ଯେପରି ଖାଦ୍ୟ ରହିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ଭଣ୍ଡାରକୁ ସମ୍ପୂର୍ଣ୍ଣ ଦଶମାଂଶ ଆଣ, ଆଉ ଆମ୍ଭେ ଆକାଶସ୍ଥ ଦ୍ୱାରସବୁ ମୁକ୍ତ କରି, ରଖିବା ପାଇଁ ସ୍ଥାନ ନିଅଣ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି ବର୍ଷାଇବା କି ନାହିଁ, ଏହି ବିଷୟରେ ଏବେ ଆମ୍ଭର ପରୀକ୍ଷା ନିଅ,
Ku kawo dukan zakka cikin gidan ajiya, don a kasance da abinci a gidana. Ku gwada ni a wannan ku ga, ko ba zan buɗe taskokin sama in zubo muku albarka mai yawa, wadda har ba za ku rasa wurin sa ta ba, in ji Ubangiji Maɗaukaki.
11 ପୁଣି, ଆମ୍ଭେ ତୁମ୍ଭମାନଙ୍କ ସକାଶୁ ଗ୍ରାସକାରୀକୁ ଧମକାଇବା, ତହିଁରେ ସେ ତୁମ୍ଭମାନଙ୍କ ଭୂମିର ଫଳ ନଷ୍ଟ କରିବ ନାହିଁ; କିଅବା କ୍ଷେତ୍ରରେ ତୁମ୍ଭମାନଙ୍କର ଦ୍ରାକ୍ଷାଲତାର ଫଳ ଅକାଳରେ ଝଡ଼ିବ ନାହିଁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
Zan hana ƙwari su cinye hatsinku. Kuringar inabi a gonakinku kuma ba za su zubar da’ya’yansu kafin su nuna ba,” in ji Ubangiji Maɗaukaki.
12 ସମସ୍ତ ଗୋଷ୍ଠୀ ତୁମ୍ଭମାନଙ୍କୁ ସୁଖୀ କହିବେ କାରଣ ତୁମ୍ଭେମାନେ ଏକ ମନୋହର ଦେଶ ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
“Sa’an nan dukan al’ummai za su ce da ku masu albarka, gama ƙasarku za tă yi daɗin zama,” in ji Ubangiji Maɗaukaki.
13 ସଦାପ୍ରଭୁ କହନ୍ତି, “ଆମ୍ଭ ବିରୁଦ୍ଧରେ ତୁମ୍ଭମାନଙ୍କର କଥାସବୁ କଠିନ ହୋଇଅଛି ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ତଥାପି ତୁମ୍ଭେମାନେ କହୁଅଛ, ‘ଆମ୍ଭେମାନେ କାହିଁରେ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ?’
“Kun faɗi mugayen abubuwa a kaina,” in ji Ubangiji. “Duk da haka kuka ce, ‘Me muka faɗa a kanka?’
14 ତୁମ୍ଭେମାନେ କହିଅଛ, ‘ପରମେଶ୍ୱରଙ୍କର ସେବା କରିବାରେ କି ଲାଭ? ଆଉ, ଆମ୍ଭେମାନେ ଯେ ତାହାଙ୍କର ଅାଜ୍ଞା ରକ୍ଷା କରିଅଛୁ, ସୈନ୍ୟାଧିପତି ସଦାପ୍ରଭୁଙ୍କ ଛାମୁରେ ଅନୁତପ୍ତ ହୋଇ ଗମନାଗମନ କରିଅଛୁ, ଏଥିରେ ଆମ୍ଭମାନଙ୍କର କି ଲାଭ?
“Kun ce, ‘Ba amfani a bauta wa Allah. Wanda amfani muka samu ta wurin kiyaye umarnansa muna yawo kamar masu makoki a gaban Ubangiji Maɗaukaki?
15 ପୁଣି, ଏବେ ଆମ୍ଭେମାନେ ଅହଙ୍କାରୀକୁ ସୁଖୀ କହୁ; ହଁ, ଦୁଷ୍ଟାଚାରୀମାନେ ବର୍ଦ୍ଧିଷ୍ଣୁ ହୁଅନ୍ତି; ହଁ, ଯେଉଁମାନେ ପରମେଶ୍ୱରଙ୍କର ପରୀକ୍ଷା କରନ୍ତି, ସେମାନେ ରକ୍ଷା ପାଆନ୍ତି।’”
A ganinmu, masu girman kai suna jin daɗi. Masu aikata mugunta kuwa ba arziki kaɗai suka yi ba, amma sukan gwada Allah da mugayen ayyukansu, su kuwa zauna lafiya.’”
16 ସେହି ସମୟରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ, ସେମାନେ ଏକଆରେକର ସଙ୍ଗେ କଥାବାର୍ତ୍ତା କଲେ; ଆଉ, ସଦାପ୍ରଭୁ ମନୋଯୋଗ କରି ତାହା ଶୁଣିଲେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ତାହାଙ୍କ ନାମ ଧ୍ୟାନ କଲେ, ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥ ନଳାକାର ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା।
Sa’an nan waɗanda suke tsoron Ubangiji suka yi magana da juna, Ubangiji kuwa ya kasa kunne ya kuma ji. A gabansa aka rubuta a littafin tarihi waɗanda suke tsoron Ubangiji, suna kuma girmama sunansa.
17 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ଆମ୍ଭର ଲୋକ, ଅର୍ଥାତ୍‍, ଆମ୍ଭର ସଞ୍ଚିତ ଧନ ହେବେ; ପୁଣି, କୌଣସି ମନୁଷ୍ୟ ଯେପରି ଆପଣାର ସେବାକାରୀ ନିଜ ପୁତ୍ର ପ୍ରତି ଦୟା କରେ, ସେହିପରି ଆମ୍ଭେ ସେମାନଙ୍କ ପ୍ରତି ଦୟା କରିବା।
“A ranar da na shirya ajiyayyen mallakata, za su zama nawa,” in ji Ubangiji Maɗaukaki. “Zan ji kansu kamar yadda mahaifi cikin tausayi yakan ji kan ɗansa wanda yake masa hidima.
18 ସେତେବେଳେ ତୁମ୍ଭେମାନେ, ଧାର୍ମିକ ଓ ଦୁଷ୍ଟ, ଯେ ପରମେଶ୍ୱରଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ।
Za ku kuma ga bambanci tsakanin masu adalci da mugaye, tsakanin waɗanda suke wa Allah hidima da kuma waɗanda ba sa yi.

< ମଲାଖି 3 >