< ଲୂକ 9 >

1 ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।
ଏନ୍ତେ ୟୀଶୁ ଗେଲ୍‌ବାର୍‌ ଚେଲାକକେ କେଡ଼ାହୁଣ୍ଡିକେଦ୍‌କଆଏ, ସବେନ୍‌ ବଙ୍ଗାକକେ ହାର୍‌ଅଡଙ୍ଗ୍‌ନାଙ୍ଗ୍‌, ଆଡଃ ଦୁକୁ ଗେରାଙ୍ଗ୍‌ ଏତେ ବୁଗିକନାଙ୍ଗ୍‌ ମେନ୍ତେ ପେଡ଼େଃ ଆଡଃ ଆକ୍‌ତେୟାର୍‌ ଏମାଦ୍‌କଆଏ,
2 ଆଉ ସେ ସେମାନଙ୍କୁ ଈଶ୍ବରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ।
ଆଡଃ ଇନିଃ ଇନ୍‌କୁକେ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ରେୟାଃ କାଜି ଉଦୁବଃ ନାଗେନ୍ତେ, ଦୁକୁହାସୁତାନ୍‌କକେ ବୁଗିକ ନାଗେନ୍ତେ କୁଲ୍‌କେଦ୍‌କଆଏ ।
3 ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।
ଇନିଃ ଇନ୍‌କୁକେ କାଜିୟାଦ୍‌କଆଏ, “ଆପେୟାଃ ହରାସେନ୍‌ ନାଗେନ୍ତେ ସଟା ଚାଏ ଥାଇଲା, ହଲଙ୍ଗ୍‌ ଚାଏ ଟାକାପାଏସା, ଚାଏ ବାରିଆ ତୁସିଙ୍ଗ୍‌ ଲିଜାଃ ହଁ ଆଲ୍‌ପେ ଇଦିୟା ।
4 ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ।
ଜେତା ଅଡ଼ାଃରେ ଦାରମ୍‌ପେରେ, ଏନ୍‌ ଜାପାଃଏତେ ଆଉରି ଅଡଙ୍ଗ୍‌ଅଃ ଜାକେଦ୍‌ ଏନ୍‌ ଅଡ଼ାଃରେଗି ତାଇନଃପେ ।
5 ଆଉ ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେହି ନଗରରୁ ବାହାରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ।”
ଜେତାଏ ଆପେକେ କାକ ଦାରମ୍‌ପେରେଦ ଏନ୍‌ ହାତୁଏତେ ଅଡଙ୍ଗ୍‌ ଇମ୍‌ତାଙ୍ଗ୍‌ ଆପେୟାଃ କାଟା ତାଲ୍‌କାରେୟାଃ ଧୁଡ଼ି ଗାୱା ନାଗେନ୍ତେ କଟା ବାଗିତାପେ ।”
6 ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ।
ଏନାରେ ଇନ୍‌କୁ ଅଡଙ୍ଗ୍‌ୟାନ୍‌ତେ ସବେନ୍‌ସାଃ ସୁକୁକାଜି ଉଦୁବ୍‌ତାନ୍‌ଲଃ ଆଡଃ ହଡ଼କକେ ବୁଗିକ ତାନ୍‌ଲଃ ହାତୁ ହାତୁକ ହନର୍‌ବାଡ଼ାକେଦା ।
7 ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ;
ଆଡଃ ଗାଲିଲ୍‌ରେନ୍‌ ରାଜା ହେରୋଦ୍ ୟୀଶୁଆଃ କାମିକାଦ୍ ସବେନାଃ ଆୟୁମ୍‌କେଦ୍‌ତେ ଆକ୍‌ଚାକାଅୟାନାଏ, ଚିୟାଃଚି ବାପ୍ତିସ୍ମା ଏମଃନିଃ ଯୋହାନ୍‌ ଗଜାକାନ୍‌ଏତେ ଜୀଉବିରିଦାକାନାଏ ମେନ୍ତେ ଚିମିନ୍‌ ହଡ଼କ ମେନ୍‌କେଦାଃକ ।
8 ପୁଣି, କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ।
ଆଡଃ ଚିମିନ୍‌ ହଡ଼କ ଏଲିୟ ଉଦୁବାକାନାଏ, ଆଡଃ ଏଟାଃକ ସିଦାରେନ୍ ନାବୀକଏତେ ମିଆଁଦ୍‌ନିଃ ଜୀଉବିରିଦାକାନାଏ ମେନ୍‌କେଦାଃକ ।
9 କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ।
ମେନ୍‌ଦ ହେରୋଦ୍‌ କାଜିକେଦାଏ, ବାନଃଗି ଯୋହାନ୍‌ଆଃ ବହଃ ଆଇଙ୍ଗ୍‌ ମାଆଃ ରିକାକାଦା ମେନ୍‌ଦ ଆଇଙ୍ଗ୍‌ ଇନିୟାଃ ନାଗେନ୍ତେ ନେ ଲେକା କାଜିଇଙ୍ଗ୍‌ ଆୟୁମ୍‌ତାନା ନେ ହଡ଼ ଅକଏ ତାନିଃ ମେନ୍‌କେଦାଏ, ଆଡଃ ଇନିଃ ନେଲ୍‌ସାନାଙ୍ଗ୍‌ ତାଇକେନାଏ ।
10 ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍‌ସାଇଦା ନାମକ ନଗରକୁ ଚାଲିଗଲେ।
୧୦ଏନ୍ତେ ପ୍ରେରିତ୍‌କ ହିଜୁଃରୁହାଡ଼୍‌ୟାନା, ଆଡଃ ଆକ କାମିକାଦ୍ ସବେନାଃ ୟୀଶୁକେକ ଉଦୁବ୍‌କିୟା । ଆଡଃ ଇନ୍‌କୁକେ ଏସ୍‌କାର୍‌ରେ ଇଦିକେଦ୍‌କତେ ବେଥ୍‌ସାଇଦା ନୁତୁମ୍‌ ମିଆଁଦ୍‌ ସାହାର୍‌ତେୟାଏ ସେନଃୟାନା ।
11 କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ବରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
୧୧ମେନ୍‌ଦ ଗାଦେଲ୍‌ ହଡ଼କ ନେଆଁଁ ସାରିକେଦ୍‌ତେ ଅତଙ୍ଗ୍‌କିୟାକ, ଇନିଃ ଇନ୍‌କୁକେ ଦାରମ୍‌କେଦ୍‌କଆଏ ଆଡଃ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ରେୟାଃ କାଜି ଉଦୁବାଦ୍‌କଆଏ ଆଡଃ ବୁଗିୟଃଲାଗାତିଙ୍ଗ୍‌ତାନ୍‌ ତାଇକେନ୍‌କକେ ବୁଗିକେଦ୍‌କଆଏ ।
12 ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।
୧୨ଆଡଃ ସିଙ୍ଗି ହାସୁରଃତାନ୍‌ରେ ଗେଲ୍‌ବାର୍‌ ଚେଲାକ ହିଜୁଃୟାନ୍ତେ କାଜିକିୟାକ, “ଏନ୍‌ ଗାଦେଲ୍‌ ହଡ଼କକେ କୁଲ୍‌ରୁହାଡ଼୍‌କମ୍, ଜେ'ଲେକାଚି ଇନ୍‌କୁ ଚାରିୟସାଃରେୟାଃ ହାତୁ ଟଲା ସେନ୍‌କେଦ୍‌ତେ ଜମେୟାଃଁ ଆଡଃ ତାଇନଃ ଠାୟାଦ୍‌କ ନାମ୍‌ ଦାଡ଼ିୟା । ଚିୟାଃଚି ଆବୁଦ ସିଃସଏଃ ଠାୟାଦ୍‌ରେବୁଆ ।”
13 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?
୧୩ମେନ୍‌ଦ ୟୀଶୁ ଇନ୍‌କୁକେ ମେତାଦ୍‌କଆଏ, “ଆପେଗି ଇନ୍‌କୁକେ ଜମେୟାଃଁ ଏମାକପେ ।” ଆଡଃ ଇନ୍‌କୁ କାଜିରୁହାଡ଼୍‌କିୟାକ, “ଆଲେ ସେନ୍‌କେଦ୍‌ତେ ନେ ସବେନ୍‌ ହଡ଼କ ନାଗେନ୍ତେ ଜମେୟାଃଁ କାଲେ କିରିଙ୍ଗ୍‌ୟେଁରେଦ, ଆଲେତାଃରେ ମଣେୟାଁ ହଲଙ୍ଗ୍‌ ଆଡଃ ବାରିଆ ହାକୁ ଏସ୍‌କାର୍‌ ମେନାକଆ ।”
14 କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ। ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ।”
୧୪ଇନ୍‌କୁ ପାଞ୍ଚ୍‌ ହାଜାର୍‌ ଲେକା କଡ଼ାକ ତାଇକେନା । ମେନ୍‌ଦ ୟୀଶୁ ଆୟାଃ ଚେଲାକକେ ମେତାଦ୍‌କଆଏ, “ପାଚାଶ୍ ପାଚାଶ୍ ଝାନ୍‌ଲେକା ପାନ୍ତି ପାନ୍ତି ଦୁବ୍‌କପେ ।”
15 ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ।
୧୫ଏନ୍ତେ ଇନ୍‌କୁ ଏନ୍‌ଲେକାଗି ସବେନ୍‌କକେ ଦୁବ୍‌କେଦ୍‌କଆକ ।
16 ଆଉ, ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।
୧୬ଇନିଃ ଏନ୍‌ ମଣେୟାଁ ହଲଙ୍ଗ୍‌ ଆଡଃ ବାରିଆ ହାକୁ ସାବ୍‌କେଦ୍‌ତେ ସିର୍ମାସାଃ ସାଙ୍ଗିଲ୍‌ରାକାବ୍‌ତାନ୍‌ଲଃ ଆଶିଷ୍‌କେଦ୍‌ତେ କେଚାଃକେଦାଏ, ଆଡଃ ଗାଦେଲ୍‌ ହଡ଼କତାଃରେ ହାଟିଙ୍ଗ୍‌ ନାଗେନ୍ତେ ଚେଲାକକେ ଏମାଦ୍‌କଆଏ ।
17 ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ଶିଷ୍ୟମାନେ ଆପଣା ନିକଟରେ ବଳିଥିବା ଭଙ୍ଗାଯାଇଥିବା ରୁଟିର ବାର ଟୋକେଇ ଉଠାଇ ନେଲେ।
୧୭ସବେନ୍‌କ ଜମ୍‌କେଦ୍‌ତେ ବି'ୟାନାକ ଆଡଃ ସାରେୟାକାନ୍ କେଚାଃ ବାରା ଟୁଙ୍କିକ ହାଲାଙ୍ଗ୍‌କେଦାଃ ।
18 ଥରେ ସେ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ ବୋଲି ଲୋକସମୂହ କଅଣ କହନ୍ତି?”
୧୮ମିସା ୟୀଶୁ ଏସ୍‌କାର୍‌ରେ ବିନ୍ତିତାନ୍ ତାଇକେନ୍‌ ଇମ୍‌ତା ଚେଲାକ ଇନିଃଲଃକ ତାଇକେନା ଆଡଃ ଇନିଃ ଚେଲାକକେ କୁଲିକେଦ୍‌କଆ, “ଆଇଙ୍ଗ୍‌ ଅକଏ ତାନିଙ୍ଗ୍‌ ମେନ୍ତେ ହଡ଼କ କାଜିତାନା?”
19 ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲୀୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି।
୧୯ଏନ୍ତେଦ ଇନ୍‌କୁ କାଜିକିୟାଃକ, “ଚିମିନ୍‌କ ବାପ୍ତିସ୍ମା ଏମଃନିଃ ଯୋହାନ୍‌, ଚିମିନ୍‌କ ଏଲିୟ, ଚିମିନ୍‌କ ସିଦାରେନ୍ ନାବୀକଏତେ ମିହୁଡ଼୍‌ ଜୀଉ ବିରିଦାକାନାଏ ମେନ୍ତେକ କାଜିତାନା ।”
20 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ଉତ୍ତର ଦେଲେ, ଆପଣ “ଈଶ୍ବରଙ୍କ ଖ୍ରୀଷ୍ଟ।”
୨୦ୟୀଶୁ ଇନ୍‌କୁକେ କୁଲିକେଦ୍‌କଆ, “ଆଇଙ୍ଗ୍‌ ଅକଏ ତାନିଙ୍ଗ୍‌ ମେନ୍ତେପେ କାଜିତାନା?” ପାତ୍‌ରାସ୍‌ କାଜିରୁହାଡ଼୍‌କିୟାଏ, “ଆମ୍‌ ପାର୍‌ମେଶ୍ୱାର୍‌ଆଃ ଖ୍ରୀଷ୍ଟ୍‌ ତାନ୍‌ମେ ।”
21 ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ,
୨୧ଏନ୍ତେ ୟୀଶୁ ନେ କାଜି ଜେତାଏକେ ଆଲ୍‌ପେ ଉଦୁବାକଆ ମେନ୍ତେ ହୁକୁମ୍‌କେଦ୍‌କଆ ।
22 “ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ପୁନରୁତ୍ଥାନ ନିଶ୍ଚୟ ହେବ।”
୨୨ଆଡଃ ଇନିଃ ଇନ୍‌କୁକେ ମେତାଦ୍‌କଆଏ, “ଆଇଙ୍ଗ୍‌ ମାନୱାହନ୍‌ ତାନାଇଙ୍ଗ୍‌, ଆଇଙ୍ଗ୍‌କେ ପୁରାଃ ଦୁକୁ ସାହାତିଙ୍ଗ୍‌ ଲାଗାତିୟାଃଁ, ଆଡଃ ପ୍ରାଚିନ୍‌କ, ମୁଲ୍‌ ଯାଜାକ୍‌କ ଆଡଃ ଆଇନ୍‌ ଇତୁକ ଆଇଙ୍ଗ୍‌କେ ହିଲାଙ୍ଗ୍‌ଇଁୟା ଆଡଃ ଗଜିୟାଁ, ଆଡଃ ଆଇଙ୍ଗ୍‌ ଆପି ମାହାଁ ତାୟମ୍‌ତେ ଜୀଉ ବିରିଦାଇଙ୍ଗ୍‌ ।”
23 ସେତେବେଳେ ସେ ସମସ୍ତଙ୍କୁ କହିଲେ, “କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
୨୩ୟୀଶୁ ସବେନ୍‌କକେ କାଜିକେଦ୍‌କଆଏ, ଜେତାଏ ହଡ଼ ଆଇଙ୍ଗ୍‌କେ ଅତଙ୍ଗ୍‌ ସାନାଙ୍ଗ୍‌ରେଦ ଇନିଃ ଆୟାଃ ମନେ ବାଗିତାକାଏ ଆଡଃ ସବେନ୍‌ ହୁଲାଙ୍ଗ୍‌ ଆୟାଃ କ୍ରୁଶ୍ ଗଅଃକେଦ୍‌ତେ ଅତଙ୍ଗ୍‌ଇଙ୍ଗ୍‌କାଏ ।
24 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
୨୪ଜେତାଏ ଆୟାଃ ଜୀଉ ବାଞ୍ଚାଅ ସାନାଙ୍ଗ୍‌ରେଦ, ଏନାଏ ଆଦେୟା, ମେନ୍‌ଦ ଆୟାଃ ଜୀଉ ଆଇଁୟାଃ ନାଗେନ୍ତେ ଆଦେନିଃ ଏନାଏ ବାଞ୍ଚାଅୟାଃ ।
25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?
୨୫ଜେତାଏ ହଡ଼ ଗଟା ଅତେଦିଶୁମ୍‌ ନାମ୍‌କେଦ୍‌ରେୟ ଆୟାଃ ଜୀଉକେ ଜିୟନେରେଦ ଇନିୟାଃ ଚିକାନ୍‌ ଫାଏଦା ହବାଅଆଃ?
26 ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ।
୨୬ଜେତାଏ ଆଇଙ୍ଗ୍‌କେ ଆଡଃ ଆଇଁୟାଃ କାଜିକେ ଗିହୁଃରେଦ ଆଇଙ୍ଗ୍‌ ମାନୱାହନ୍‌ ତାନିଙ୍ଗ୍‌, ଆଇଙ୍ଗ୍‌ ପାବିତାର୍‌ ଦୁଁତ୍‌କଲଃ ଆପୁଇଁୟାଃ ମାନାରାଙ୍ଗ୍‌ରେ ହିଜୁଃରୁହାଡ଼୍‌ ଦିପିଲିରେ ଆଇଙ୍ଗ୍‌ହଗି ଏନ୍‌ ବିଷାଏରେ ଗିହୁଗଃଆଇଙ୍ଗ୍‌ । ସିର୍ମାରେନ୍‌ ଦାସିକଆଃ ମାନାରାଙ୍ଗ୍‌ରେ ହିଜୁଃ ଇମ୍‌ତା ଇନିଃହଗି ଇନିୟାଃ ବିଷାଏରେ ଗିହୁଗଃଆଏ ।
27 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ।”
୨୭ଆଇଙ୍ଗ୍‌ ସାର୍‌ତିଗିଙ୍ଗ୍‌ କାଜିୟାପେତାନା, “ନେତାଃରେ ତିଙ୍ଗୁଆକାନ୍‌କଏତେ ଚିମିନ୍‌କ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ ଆଉରିକ ନେଲେଜାକେଦ୍ ଗନଏଃ କାକ ଚାଖାଏୟାଃ ।”
28 ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ।
୨୮ଆଡଃ ନେ କାଜିରେୟାଃ ଇରାଲିୟା ମାହାଁ ତାୟମ୍‌ତେ ୟୀଶୁ ପାତ୍‌ରାସ୍‌, ଯୋହାନ୍‌ ଆଡଃ ଯାକୁବ୍‌ ତେକକେ ଆୟାଃଲଃ ଇଦିକେଦ୍‌ତେ ବିନ୍ତିନାଙ୍ଗ୍‌ ବୁରୁତେ ରାକାବ୍‌ୟାନାଏ ।
29 ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା।
୨୯ଇନିଃ ବିନ୍ତିତାନ୍ ଇମ୍‌ତା ଇନିୟାଃ ମେଦ୍‌ମୁହାଁଡ଼୍‌ ବାଦାଲାଅୟାନା ଆଡଃ ଇନିୟାଃ ଲିଜାଃ ପୁରାଃଗି ମାସ୍କାଲ୍‌ଲେକା ପୁଣ୍ଡିୟାନା ।
30 ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;
୩୦ଆଡଃ ଇମ୍‌ତାଗି ବାର୍‌ହଡ଼୍‌କିନ୍ ତାଇକେନା, ଇନ୍‌କିନ୍‌ ହବାଅଃତାନାକିନ୍‌ ମୁଶା ଆଡଃ ଏଲିୟ,
31 ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।
୩୧ଇନ୍‌କିନ୍‌ ସିର୍ମାରେନ୍‌ ମାନାରାଙ୍ଗ୍‌ରେକିନ୍ ଉଦୁବେନ୍‌ୟାନା, ଆଡଃ ୟୀଶୁଲଃ ଯୀରୁଶାଲେମ୍‌ରେ ଆୟାଃ ଗନଏଃରେୟାଃ କାଜି ବାଖାଁଣେତାନ୍‌କିନ୍ ତାଇକେନା ।
32 ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ।
୩୨ପାତ୍‌ରାସ୍‌ ଆଡଃ ଇନିୟାଃ ଗାତିକିନ୍‌ ଦୁଡ଼ୁମ୍‌ତେ ପୁରାଃ ପେରେଜାକାନ୍‌ ତାଇକେନାକିନ୍‌, ମେନ୍‌ଦ ଇନ୍‌କିନ୍‌ ପୁରା ଆଦାୟାନ୍ତେ, ଇନିୟାଃ ମାନାରାଙ୍ଗ୍‌ ଆଡଃ ଇନିଃଲଃ ତିଙ୍ଗୁଆକାନ୍‌ ବାର୍‌ହଡ଼୍‌କିନ୍‌କେ ନେଲ୍‌କେଦ୍‌କିନାକ ।
33 ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।
୩୩ଇନ୍‌କିନ୍‌ ୟୀଶୁତାଃଏତେ ସେନଃତାନ୍‌ରେ ପାତ୍‌ରାସ୍‌, “ହେ ପ୍ରାଭୁ ଆବୁଆଃ ନେତାଃ ତାଇନଃତେୟାଃ ବୁଗିନାଃ, ଆଲେ ଆପିୟା କୁମ୍ବାଲେ ବାଇୟାଃ, ଆମାଃ ନାଗେନ୍ତେ ମିଆଁଦ୍‌, ମୁଶା ନାଗେନ୍ତେ ମିଆଁଦ୍‌ ଆଡଃ ଏଲିୟ ନାଗେନ୍ତେ ମିଆଁଦ୍‌” ମେନ୍ତେ ୟୀଶୁକେକ କାଜିକିୟାଃ । ଇନିଃ ଦ ଆୟାଃ କାଜିତାନ୍‌ତେୟାଃ କାଏ ସାରିତାନ୍ ତାଇକେନା ।
34 ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ।
୩୪ଇନିଃ ନେୟାଁ କାଜିତାନ୍‌ ଇମ୍‌ତାଗି ରିମିଲ୍‌ ହିଜୁଃକେଦ୍‌ତେ ଇନ୍‌କୁକେ ଉମ୍ୱୁଲ୍‌କେଦ୍‌କଆ, ଆଡଃ ଏନ୍‌ ରିମିଲ୍‌ରେ ବଲତାନ୍ ଇମ୍‌ତା ଇନ୍‌କୁ ବରକେଦାଃକ ।
35 ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ।
୩୫“ନିଃ ଆଇଁୟାଃ ସାଲାକାନ୍‌ ଦୁଲାଡ଼୍‌ ହନ୍‌ ତାନିଃ, ଇନିୟାଃ କାଜି ଆୟୁମେପେ” ମେନ୍ତେ ମିଆଁଦ୍‌ କାଜି ରିମିଲ୍‌ଏତେ ଆୟୁମ୍‌ୟାନା ।
36 ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ। ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ।
୩୬ନେ କାଜି କାଜିୟାନ୍‌ରେ, ଇନ୍‌କୁ ୟୀଶୁକେ ଏସ୍‌କାର୍‌ଗି ନାମ୍‌କିୟାଃକ । ଆଡଃ ଚେଲାକ ହାପାୟାନାକ, ନେଲ୍‌କାଦ୍ କାଜି ଏନ୍‌ ଦିପିଲିରେ ଜେତାଏକେ କାକ ଉଦୁବ୍‌କେଦ୍‌କଆ ।
37 ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ।
୩୭ଏଟାଃ ହୁଲାଙ୍ଗ୍‌ ୟୀଶୁ ଆଡଃ ଆୟାଃ ଆପିୟା ଚେଲାକ ବୁରୁଏତେ ଆଡ଼୍‌ଗୁୟାନ୍‌ ଇମ୍‌ତା ପୁରାଃ ଗାଦେଲ୍‌ ହଡ଼କ ୟୀଶୁକେ ସେନ୍‌ଦାରମ୍‌କିୟାକ ।
38 ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋʼ ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
୩୮ଆଡଃ ନେଲେପେ, ଗାଦେଲ୍‌ ହଡ଼କଏତେ ମିହୁଡ଼୍‌ କାଉରିକେଦାଏ, “ହେ ଗୁରୁ ଆଇଙ୍ଗ୍‌ ବିନ୍ତିମେତାନାଇଙ୍ଗ୍‌, ହନିଙ୍ଗ୍‌କଡ଼ାକେ ହେତାଇମେ, ଇନିଃଦ ଆଇଁୟାଃ ମିଆଁଦ୍‌ଗି ହନ୍‌କଡ଼ା ତାନିଃ” ମେନ୍‌କିୟାଏ ।
39 ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍‍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ ତାହାର ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ।
୩୯ଆଡଃ ନେଲିମେ, ମିଆଁଦ୍‌ ବଙ୍ଗା ଇନିଃକେ ସାବ୍‌କିଃରେ ଇନିଃ ଆଚ୍‌କାଗି କାଉରିୟାଏ; ଆଡଃ ମଚାଏତେ ପୁତ୍‌ରିଦ୍‌କ ଅଡଙ୍ଗ୍‌ଅଃଆ, ବଙ୍ଗା ଇନିଃତାଃଏତେ ଚିମିନ୍‌ ତାର୍‌ସାର୍‌ତେ ଅଡଙ୍ଗ୍‌ଅଃଆଏ । ଆଡଃ ଇନିଃଦ ଇନିଃକେ ଜିୟନିତାନାଏ ।
40 ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
୪୦ଆଇଙ୍ଗ୍‌ ଚେଲାକକେ ବିନ୍ତିକେଦ୍‌କଆଇଙ୍ଗ୍‌, “ମାର୍‌ ବଙ୍ଗାକେ ଅଡଙ୍ଗ୍‌ଇଁପେ, ମେନ୍‌ଦ ଇନ୍‌କୁ କାକ ଦାଡ଼ିକେଦାଃ ।”
41 ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ।”
୪୧ଆଡଃ ୟୀଶୁ ମେନ୍‌କେଦାଏ, “ଏ କା ବିଶ୍ୱାସ୍‌ ଆଡଃ କେଟେଦ୍‌ ମନ୍‌ରେନ୍‌ ହଡ଼କ, ଚିମିନ୍‌ ମାହାଁ ଜାକେଦ୍‌ ଆପେଲଃ ତାଇନାଇଙ୍ଗ୍‌ ଆଡଃ ସାହାତିଙ୍ଗ୍‌ପେୟା?” ଆଡଃ ଏନ୍‌ ହଡ଼କେ କାଜିକିୟାଏ, “ମାର୍‌ ଆମାଃ ହନ୍‌କେ ଆଇଙ୍ଗ୍‌ତାଃତେ ଆଉୱିମେଁ ।”
42 ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ।
୪୨ଆଡଃ କଡ଼ାହନ୍‌ ହିଜୁଃତାନ୍‌ ଇମ୍‌ତା ବଙ୍ଗା ଇନିଃକେ ଥାୱାକିୟାଏ, ମେନ୍‌ଦ ୟୀଶୁ ଏନ୍‌ ସତ୍‌ରା ଆତ୍ମାକେ ମାରାଙ୍ଗ୍‌ମଚାକେଦ୍‌ତେ ଇନିଃକେ ବୁଗିକିୟାଏ ଆଡଃ ଆପୁତେକେ ଏମ୍‌ରୁହାଡ଼ାଇୟାଏ ।
43 ସେଥିରେ ସମସ୍ତେ ଈଶ୍ବରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ। ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
୪୩ଏନ୍ତେଦ ସବେନ୍‌କ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ତେ ଆକ୍‌ଦାନ୍ଦାଅୟାନାକ । ଆଡଃ ୟୀଶୁ କାମିକେଦ୍ ସବେନ୍‌ କାମିତେୟ ହଡ଼କ ଆକ୍‌ଦାନ୍ଦାଅଃତାନ୍ ତାଇକେନ୍‌ରେ, ଇନିଃ ଆୟାଃ ଚେଲାକକେ ମେତାଦ୍‌କଆଏ,
44 “ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।”
୪୪“ନେ ସବେନ୍‌ କାଜି ଆପେୟାଃ ଲୁତୁର୍‌ରେ ଦହଏପେ, ଆଇଙ୍ଗ୍‌ ମାନୱାହନ୍‌ ତାନିଙ୍ଗ୍‌, ଆଇଙ୍ଗ୍‌ ହଡ଼କଆଃ ତିଃଇରେ ଏମ୍‌ଏଣ୍ଡାଗଃଆଇଙ୍ଗ୍‌ ।”
45 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ, ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
୪୫ମେନ୍‌ଦ ଚେଲାକ ନେ କାଜି କାକ ଆଟ୍‌କାର୍‌ ଉରୁମ୍‌ ଦାଡ଼ିକେଦା ଆଡଃ ଇନ୍‌କୁ ଏନା ଆଲକାକ ଆଟ୍‌କାରେକା ମେନ୍ତେ ଚେଲାକନାଙ୍ଗ୍‌ ଉକୁଆକାନ୍ ତାଇକେନା ଆଡଃ ଇନ୍‌କୁ ନେ କାଜି ଇନିଃକେ କୁଲି ନାଗେନ୍ତେ ବରତାନ୍‌କ ତାଇକେନା ।
46 ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା।
୪୬ଆଡଃ ଆବୁକଏତେ ଅକଏ ମାରାଙ୍ଗ୍‌ ମେନ୍ତେ ଚେଲାକ ଆକ ଆକରେକ ଉଡ଼ୁଃତାନ୍‌ ତାଇକେନା ।
47 କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ,
୪୭ମେନ୍‌ଦ ୟୀଶୁ ଇନ୍‌କୁଆଃ ମନ୍‌ରେୟାଃ ଉଡ଼ୁଃ ସାରିକେଦ୍‌ତେ, ମିଆଁଦ୍‌ ହୁଡିଙ୍ଗ୍‌ ହନ୍‌କେ ଆଉକିୟାଏ ଆଡଃ ଆୟାଃ ହେପାଦ୍‌ରେ ତିଙ୍ଗୁକିୟାଏ ।
48 “ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ।”
୪୮ଏନ୍ତେ ଇନିଃ ମେତାଦ୍‌କଆଏ, “ଜେତାଏ ନେ ହୁଡିଙ୍ଗ୍‌ ହନ୍‌କେ ଆଇଁୟାଃ ନୁତୁମ୍‌ତେ ଦାରମିରେଦ ଆଇଙ୍ଗ୍‌କେ ଦାରମିଆଁ; ଆଡଃ ଜେତାଏ ଆଇଙ୍ଗ୍‌କେ ଦାରମିଁରେଦ ଆଇଙ୍ଗ୍‌କେ କୁନୁଲ୍‌ନିଃକେହଁ ଦାରମିଆଏ । ଚିୟାଃଚି ଆପେ ସବେନ୍‌କଏତେ ଅକଏ ହୁଡିଙ୍ଗ୍‌ଉତାରଃଆଏ ଇନିଃଗି ମାରାଙ୍ଗ୍‌ ।”
49 ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ।
୪୯ଆଡଃ ଯୋହାନ୍‌ ଇନିଃକେ କାଜିରୁହାଡ଼୍‌କିୟାଏ, “ମିଆଁଦ୍‌ ହଡ଼ ଆମାଃ ନୁତୁମ୍‌ତେ ବଙ୍ଗାକକେ ଅଡଙ୍ଗ୍‌କତାନ୍‌ଲେ ନେଲ୍‌କିୟା ଆଡଃ ଆଲେ ଇନିଃକେ ମାନାକିୟାଃଲେ, ଚିୟାଃଚି ଇନିଃ ଆବୁଏତେ ମିହୁଡ଼୍‌ କାଏ ତାଇକେନା ।”
50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।”
୫୦ମେନ୍‌ଦ ୟୀଶୁ କାଜିକିୟାଏ, “ଆଲ୍‌ପେ ମାନାଇୟା, ଆବୁଆଃ ବିରୁଧ୍‌ରେ ବାଙ୍ଗାଇନିଃଦ ଆବୁସାଃରିୟା ।”
51 ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନକୁ ଦୃଢ଼ କରି,
୫୧ୟୀଶୁଆଃ ସିର୍ମା ରାକାବ୍‌ରେୟାଃ ଦିପିଲି ନାଡ଼େଃୟଃତାନ୍‌ରେ ଇନିଃ ଯୀରୁଶାଲେମ୍‌ତେ ସେନଃ ନାଗେନ୍ତେ ଏସ୍‌କାର୍‌ଗି ମନ୍‌ତାୟାଃ କେଟେଦ୍‌କେଦାଏ ।
52 ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
୫୨ଆଡଃ ଇନିଃ ହଡ଼କକେ କୁଲ୍‌ ଆୟାର୍‌କେଦ୍‌କଆଏ, ଇନ୍‌କୁ ସେନଃୟାନ୍ତେ ଇନିଃନାଙ୍ଗ୍‌ ବାଇସାତି ନାଗେନ୍ତେ ଶମିରୋନିରେନ୍‌କଆଃ ମିଆଁଦ୍‌ ହାତୁରେକ ବଲୟାନା ।
53 କିନ୍ତୁ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
୫୩ମେନ୍‌ଦ ଏନ୍ତାଃରେନ୍‌ ହଡ଼କ ଇନିଃକେ କାକ ଦାରମ୍‌କିୟା ଚିୟାଃଚି ଇନିଃ ଯୀରୁଶାଲେମ୍‌ସାଃତେ ସେନଃତାନା ମେନ୍ତେ ସାରିୟଃ ତାଇକେନାଏ ।
54 ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, [ଏଲୀୟ ମଧ୍ୟ ଯେପରି କରିଥିଲେ, ସେହିପରି] ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କଅଣ ଆପଣଙ୍କର ଇଚ୍ଛା?
୫୪ନେଆଁଁ ନେଲ୍‌କେଦ୍‌ତେ ଇନିୟାଃ ଚେଲା ଯାକୁବ୍‌ ଆଡଃ ଯୋହାନ୍‌ ବାରାନ୍‌କିନ୍‌ କାଜିକିୟାଃ, “ହେ ପ୍ରାଭୁ, ଆମ୍‌ ସାନାଙ୍ଗ୍‌ରେଦ ଏଲିୟକେ ଆଚୁକେଦ୍‌ଲେକା ସିର୍ମାଏତେ ସେଙ୍ଗେଲ୍‌ ଉୟୁଗଃକା ଆଡଃ ଇନ୍‌କୁ ଜିୟନଃକାକ ।”
55 କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି।
୫୫ମେନ୍‌ଦ ୟୀଶୁ ଇନ୍‌କିନ୍‌କେ ହେତାରୁହାଡ଼୍‌କେଦ୍‌ତେ ଏଗେର୍‌କେଦ୍‌କିନାଏ, ଆବେନ୍ ଚିଲ୍‌କାନ୍ ଆତ୍ମାରେନ୍‌ ତାନ୍‌ବେନ୍, ନେଆଁଁ କାବେନ୍‌ ସାରିତାନା । ହଡ଼କଆଃ ଜୀଉ ଜିୟନ୍‌ ନାଗେନ୍ତେଦ କାହା ମେନ୍‌ଦ ଜୀଉ ବାଞ୍ଚାଅ ନାଗେନ୍ତେ ମାନୱାହନ୍‌ ହିଜୁଃକାନାଏ ।
56 ତାହା ପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ।
୫୬ଆଡଃ ଇନ୍‌କୁ ଏଟାଃ ହାତୁତେକ ସେନଃୟାନା ।
57 ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
୫୭ଇନ୍‌କୁ ହରାରେ ସେନ୍‌ତାନ୍‌ ତାଇକେନ୍‌ ଇମ୍‌ତା ମିଆଁଦ୍‌ ହଡ଼, ୟୀଶୁକେ କାଜିକିୟାଏ, “ଆମ୍‌ କତେମ୍‌ ସେନା ଏନ୍ତେଇଙ୍ଗ୍‌ ଅତଙ୍ଗ୍‌ମେୟାଁ ।”
58 ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
୫୮ୟୀଶୁ ଇନିଃକେ କାଜିକିୟାଏ, “ତୁୟୁକଆଃଦ ଲାତା ମେନାଃ, ଆଡଃ ସିର୍ମା ଲାତାର୍‌ରେନ୍‌ ଚେଣେଁକଆଃ ଥକା ମେନାଃ ମେନ୍‌ଦ ମାନୱାହନ୍‌ଆଃ ବହଃ ଦହନାଙ୍ଗ୍‌ ଠାୟାଦ୍ ବାନଆଃ ।”
59 ପୁଣି, ସେ ଆଉ ଜଣକୁ କହିଲେ, “ମୋହର ଅନୁଗମନ କର।” କିନ୍ତୁ ସେ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
୫୯ଆଡଃ ଇନିଃ ଏଟାଃନିଃକେ କାଜିକିୟାଏ, “ମାର୍‌ ଅତଙ୍ଗ୍‌ଇଙ୍ଗ୍‌ମେ ।” ମେନ୍‌ଦ ଇନିଃ କାଜିକିୟାଏ, “ହେ ପ୍ରାଭୁ, ସିଦାତେ ଆପୁଇଙ୍ଗ୍‌କେ ତପାଇ ନାଗେନ୍ତେ ସେନ୍‌ଇଚିଙ୍ଗ୍‌ମେ ।”
60 ମାତ୍ର ସେ ତାହାଙ୍କୁ କହିଲେ, “ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ବରଙ୍କ ରାଜ୍ୟ ପ୍ରଚାର କର।”
୬୦ମେନ୍‌ଦ ୟୀଶୁ ଇନିଃକେ କାଜିକିୟାଏ, “ଗଏଃକାନ୍‌କ ଆକଆଃ ଗଏଃକାନ୍‌କକେ ତପାକକାକ, ମେନ୍‌ଦ ଆମ୍‌ ସେନ୍‌କେଦ୍‌ତେ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ରେୟାଃ କାଜି ଉଦୁବେମେ ।”
61 ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।
୬୧ଆଡଃ ମିହୁଡ଼୍‌ କାଜିକିୟାଏ, “ହେ ପ୍ରାଭୁ, ଆଇଙ୍ଗ୍‌ ଅତଙ୍ଗ୍‌ମେୟାଁଇଙ୍ଗ୍‌ ମେନ୍‌ଦ ସିଦାତେ ଆଇଁୟାଃ ଅଡ଼ାଃରେନ୍‌କତାଃ ସେନ୍‌କେଦ୍‌ତେ ବିଦା ଇଦିନାଙ୍ଗ୍‌ କାଜି ଇଚିଙ୍ଗ୍‌ମେ ।”
62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ବରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”
୬୨ୟୀଶୁ କାଜିକିୟାଏ, “ଆୟାଃ ତିଃଇକେ ନାଏଁହାଲ୍‌ରେ ଦହକେଦ୍‌ତେ ତାୟମ୍‌ସାଃ ହେତାଏନିଃ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ରେ କାମିଲେକାନିଃ କାଏ ହବାଅଆଃ ।”

< ଲୂକ 9 >