< ଲୂକ 9 >
1 ଇତିମଧ୍ୟରେ ଯୀଶୁ ବାର ଜଣ ଶିଷ୍ୟଙ୍କୁ ଡାକି ଏକତ୍ର କରି ସେମାନଙ୍କୁ ସମସ୍ତ ଭୂତ ଉପରେ ପୁଣି, ରୋଗ ଆରୋଗ୍ୟ କରିବା ନିମନ୍ତେ ଶକ୍ତି ଓ ଅଧିକାର ଦେଲେ।
୧ପଚେ ଜିସୁ ବାର୍ଟା ସିସ୍ମନ୍କେ ରୁଣ୍ଡାଇକରି, ସେମନ୍କେ ସବୁ ଡୁମା ଚାଡାଇବାକେ, ରଗ୍ ନିକ କର୍ବାକେ ବପୁ ଆରି ଅଦିକାର୍ ଦେଲା ।
2 ଆଉ ସେ ସେମାନଙ୍କୁ ଈଶ୍ବରଙ୍କ ରାଜ୍ୟ ଘୋଷଣା ଓ ରୋଗୀମାନଙ୍କୁ ସୁସ୍ଥ କରିବା ନିମନ୍ତେ ପଠାଇଲେ।
୨ଆରି ସେମନ୍କେ ପର୍ମେସରର୍ ରାଇଜ୍ ଜାନାଇବାକେ ଆରି ରଗ୍ଦୁକା ଅଇରଇବା ଲକ୍ମନ୍କେ ନିକ କର୍ବାକେ ପାଟାଇଲା ।
3 ଏବଂ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ଯାତ୍ରା ନିମନ୍ତେ ବାଡ଼ି କି ଝୋଲି କି ରୁଟି କି ଟଙ୍କା କିଛି ହିଁ ନିଅ ନାହିଁ, କିମ୍ବା ଦୁଇଟି ଅଙ୍ଗରଖା ସାଙ୍ଗରେ ରଖ ନାହିଁ।
୩ସେମନ୍କେ କଇଲା, “ତମେ ଜିବାବେଲେ ଡାଙ୍ଗ୍ କି ମୁନା କି ରୁଟି, କି ଡାବୁ କାଇଟା ମିସା ନିଆନାଇ । ପିନ୍ଦ୍ଲାଟା ଚାଡିକରି ଆରି ଉଚ୍କା ନିଆନାଇ ।
4 ଆଉ ତୁମ୍ଭେମାନେ ଯେକୌଣସି ଗୃହରେ ପ୍ରବେଶ କରିବ, ସେ ସ୍ଥାନରୁ ନ ବାହାରିବା ପର୍ଯ୍ୟନ୍ତ ସେଠାରେ ରୁହ।
୪ଜେଡେବେଲେ ତମ୍କେ ଜାର୍ ଗରେ ଡାକିନେବାଇ, ସେ ନଅର୍ ଚାଡି ଜିବାଜାକ ତେଇସେ ରୁଆ ।
5 ଆଉ ଯେତେ ଲୋକ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେହି ନଗରରୁ ବାହାରିବା ସମୟରେ ସେମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦରୁ ଧୂଳି ଝାଡ଼ିପକାଅ।”
୫ଆରି ଜେତେଲକ୍ ତମ୍କେ ନ ମାନତ୍, ସେ ନଅରେଅନି ବାରଇ ଆଇବା ବେଲାଇ, ତାକର୍ ବିରୁଦେ ସାକି ଇସାବେ ତମର୍ ପାଦେଅନି ଦୁଲି ପାପ୍ଡି ଦିଆସ୍ ।”
6 ସେଥିରେ ସେମାନେ ଯାଇ ସବୁଆଡ଼େ ସୁସମାଚାର ପ୍ରଚାର ଓ ସୁସ୍ଥ କରୁ କରୁ ଗ୍ରାମେ ଗ୍ରାମେ ଭ୍ରମଣ କରିବାକୁ ଲାଗିଲେ।
୬ତେଇଅନି ସିସ୍ମନ୍ ଜାଇକରି ଗାଉଁ ଗାଉଁ ବୁଲି ଗୁଲାଇ ଜାଗାଇ ସୁବ୍ କବର୍ କଇ କଇ ଆରି ଜର୍ଦୁକାର୍ ଲକ୍ମନ୍କେ ନିମାନ୍ କର୍ବାର୍ ଦାର୍ଲାଇ ।
7 ଇତିମଧ୍ୟରେ ସାମନ୍ତରାଜା ହେରୋଦ ଏହି ସମସ୍ତ ଘଟଣା ବିଷୟ ଶୁଣି ଅବାକ୍ ହୋଇଗଲେ, କାରଣ ଯୋହନ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି ବୋଲି କେହି କେହି କହୁଥିଲେ;
୭ଏତ୍କିବିତ୍ରେ ଗାଲିଲିର୍ ମୁକିଅ ରାଜା ଏରଦ୍ ଏ ସବୁ ଅଇରଇବା ବିସଇ ଜାନି କାନାବାନା ଅଇଗାଲା । କାଇକେବଇଲେ ଡୁବନ୍ ଦେଉ ଜଅନ୍ ମଲାତେଇଅନି ଉଟ୍ଲାଆଚେ ବଲି କେ କେ କଇତେରଇଲାଇ ।
8 ପୁଣି, କେହି କେହି ଏଲୀୟ ଦେଖା ଦେଇଅଛନ୍ତି ବୋଲି ଏବଂ ଅନ୍ୟମାନେ ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି ବୋଲି କହୁଥିଲେ।
୮ଆରି, କେ କେ ଏଲିୟ ଦର୍ସନ୍ ଦେଲାଆଚେ ବଲି କଇଲାଇ । ବିନ୍ ଲକ୍ମନ୍ ପୁର୍ବକାଲର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ଉଟି ଆସିଆଚେ ବଲି କଇତେ ରଇଲାଇ ।
9 କିନ୍ତୁ ହେରୋଦ କହିଲେ, ଯୋହନଙ୍କ ମସ୍ତକ ଆମ୍ଭେ ତ କାଟିଅଛୁ, ମାତ୍ର ଯାହାଙ୍କ ବିଷୟରେ ଆମ୍ଭେ ଏପ୍ରକାର କଥା ଶୁଣୁଅଛୁ, ଏ କିଏ? ଆଉ ସେ ତାହାଙ୍କୁ ଦେଖିବା ନିମନ୍ତେ ଚେଷ୍ଟା କରୁଥିଲେ।
୯ମାତର୍ ଏରଦ୍ କଇଲା, “ମୁଇ ତା ଡୁବନ୍ ଦେଉ ଜଅନର୍ ମୁଣ୍ଡ୍ କାଟାଇଆଚି, ମାତର୍ ଜାର୍ ବିସଇ ଆମେ ଏନ୍ତାର୍ କାତା ସୁନ୍ଲୁନି, ଏ କେ?” ଆରି ସେ ତାକେ ଦେକ୍ବିବଲି ଚେସ୍ଟା କର୍ତେରଇଲା ।
10 ପରେ ପ୍ରେରିତମାନେ ଫେରିଆସି, ଯାହା ଯାହା କରିଥିଲେ, ସେହିସବୁ ତାହାଙ୍କ ନିକଟରେ ବର୍ଣ୍ଣନା କଲେ। ଆଉ ସେ ସେମାନଙ୍କୁ ସାଙ୍ଗରେ ଘେନି ଅନ୍ତର ହୋଇ ବେଥ୍ସାଇଦା ନାମକ ନଗରକୁ ଚାଲିଗଲେ।
୧୦ପଚେ ବାର୍ଟା ସିସ୍ମନ୍ ବାଉଡି ଆସି ଜାଇ ଜାଇଟା କରିରଇଲାଇ, ସେ ସବୁ ଜିସୁର୍ ଲଗେ ବାତାଇଦେଲାଇ । ତେଇଅନି ଜିସୁ ଜେନ୍ତିକି ଲକ୍ମନର୍ଟାନେଅନି ବିନେ ରଇବାକେ ସେମନ୍କେ ବେତ୍ସାଇଦା ନାଉଁର୍ ନଅରେ ଡାକିନେଲା ।
11 କିନ୍ତୁ ଲୋକସମୂହ ତାହା ଜାଣି ତାହାଙ୍କର ପଛେ ପଛେ ଗଲେ; ପୁଣି, ସେ ସଦୟ ହୋଇ ସେମାନଙ୍କୁ ଗ୍ରହଣ କରି ଈଶ୍ବରଙ୍କ ରାଜ୍ୟ ବିଷୟ ସେମାନଙ୍କୁ କହିବାକୁ ଲାଗିଲେ, ଆଉ ଯେଉଁମାନଙ୍କର ସୁସ୍ଥ ହେବାର ଆବଶ୍ୟକ ଥିଲା, ସେମାନଙ୍କୁ ସୁସ୍ଥ କଲେ।
୧୧ମାତର୍ ଲକ୍ମନ୍ ସେଟା ଜାନିକରି ତାକର୍ ପଚେ ପଚେ ଗାଲାଇ । ଜିସୁ ସେମନ୍କେ ମିସା ଆଲାଦ୍କରି ଡାକି ପର୍ମେସରର୍ ରାଇଜର୍ ବିସଇ କଇବାର୍ ଦାର୍ଲା । ଆରି ଜନ୍ ଲକ୍ମନ୍ ନିକ ଅଇବାର୍ ରଇଲା, ସେମନ୍କେ ନିକକଲା ।
12 ଇତିମଧ୍ୟରେ ସନ୍ଧ୍ୟା ହେବାକୁ ଲାଗିଲା; ସେଥିରେ ବାର ଜଣ ଶିଷ୍ୟ ତାହାଙ୍କ ନିକଟକୁ ଆସି କହିଲେ, ଲୋକସମୂହ ଯେପରି ଚାରିପାଖ ଗ୍ରାମ ଓ ପଲ୍ଳୀଗୁଡ଼ିକୁ ଯାଇ ବସା ଓ ଖାଦ୍ୟ ପାଇ ପାରନ୍ତି, ସେଥିନିମନ୍ତେ ସେମାନଙ୍କୁ ବିଦାୟ ଦିଅନ୍ତୁ, କାରଣ ଆମ୍ଭେମାନେ ଏଠାରେ ଜନଶୂନ୍ୟ ସ୍ଥାନରେ ଅଛୁ।
୧୨ଏତ୍କିବିତ୍ରେ ଦିନ୍ ସାରି ରାତିଅଇବାର୍ ଆରାମ୍ ଅଇଲା, ତେଇ ପାଟାଇରଇବା ବାର୍ଟା ସିସ୍ ଜିସୁର୍ଲଗେ ଆସି କଇଲାଇ, “ଲକ୍ମନ୍ ଜାଇକରି ତାକର୍ପାଇ ବାସା ଆରି କାଦିର୍ପାଇ ଚାରିବେଡ୍ତିର୍ ଗାଉଁ ଆରି ଗୁଡାମନ୍କେ କଜତ୍ । ସେଟାର୍ପାଇ ତମେ ସେମନ୍କେ ମେଲାନି ଦିଆସ୍ । କାଇକେବଇଲେ ଆମେ ଇତି ମେଲାନ୍ ଜାଗାଇ ଆଚୁ ।”
13 କିନ୍ତୁ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ସେମାନେ କହିଲେ, ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛରୁ ଅଧିକ ନାହିଁ; ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହି ସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?
୧୩ମାତର୍ ଜିସୁ ସେମନ୍କେ କଇଲା, “ତମେ ସେମନ୍କେ କାଇବାକେ ଦିଆସ୍ ।” ସେମନ୍ କଇଲାଇ, “ଆମର୍ଲଗେ ଏକାଇ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଚାଡି ଅଦିକ୍ ନାଇ । ସେନ୍ତାର୍ଆଲେ ଆମେ ଜାଇକରି ଏ ସବୁଲକର୍ପାଇ କନ୍ତିଅନି କାଦି ଗେନ୍ବୁ?”
14 କାରଣ ସେମାନେ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ। ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, “ପ୍ରାୟ ପଚାଶ ପଚାଶ ଜଣ କରି ସେମାନଙ୍କୁ ଦଳ ଦଳ କରି ବସାଅ।”
୧୪କାଇକେବଇଲେ ସେମନ୍ ଅବ୍କା ମୁନୁସ୍ପିଲାମନ୍ସେ ପାଁଚ୍ ଅଜାର୍ ରଇଲାଇ । ଜିସୁ ସିସ୍ମନ୍କେ କଇଲା, “ଗଟେକ୍ ଗଟେକ୍ ଦାଡି, ପଚାସ୍ ଲକ୍କେ ଲାକା ବସାଆ ।”
15 ସେଥିରେ ସେମାନେ ସେହିପରି ସମସ୍ତଙ୍କୁ ବସାଇଲେ।
୧୫ତେଇ ସେମନ୍ ସେନ୍ତାରିକରି ଲକ୍ମନ୍କେ ବସାଇଲାଇ ।
16 ଆଉ, ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଅନାଇ କରି ସେହିସବୁ ଆଶୀର୍ବାଦ କଲେ, ପୁଣି, ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ ଲାଗିଲେ।
୧୬ଆରି, ଜିସୁ ପାଁଚ୍ଟା ରୁଟି ଆରି ଦୁଇଟା ମାଚ୍ ଦାରି, ସରଗ୍ବାଟେ ମୁ କରି ଦନିଅବାଦ୍ ଦେଲା ଆରି ବାଙ୍ଗାଇକରି ସିସ୍ମନ୍କେ ବାଟାକଲା ।
17 ସେଥିରେ ସମସ୍ତେ ଖାଇ ତୃପ୍ତ ହେଲେ, ଆଉ ଶିଷ୍ୟମାନେ ଆପଣା ନିକଟରେ ବଳିଥିବା ଭଙ୍ଗାଯାଇଥିବା ରୁଟିର ବାର ଟୋକେଇ ଉଠାଇ ନେଲେ।
୧୭ତେଇ ସବୁଲକ୍ ପେଟ୍ ପୁର୍ତେ କାଇଲାଇ ଆରି ସାନ୍ତି ଅଇଲାଇ । ପଚେ ସିସ୍ମନ୍ ତେଇ ଅଗ୍ଲି ରଇବା ବାଙ୍ଗାଇଲାଟାମନ୍ ବାର ଡାଲା ଉବ୍ରାଇଲାଇ ।
18 ଥରେ ସେ ଏକାକୀ ପ୍ରାର୍ଥନା କରୁଥିବା ସମୟରେ ଶିଷ୍ୟମାନେ ତାହାଙ୍କ ସାଙ୍ଗରେ ଥିଲେ, ଆଉ ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ ବୋଲି ଲୋକସମୂହ କଅଣ କହନ୍ତି?”
୧୮ତରେକ୍ ଜିସୁ ଗଟେକ୍ ଲକ୍ସେ କିନରା ଜାଗାଇ ବସି ପାର୍ତନା କର୍ବାବେଲେ ସିସ୍ମନ୍ ତାର୍ଲଗେ ଆଇଲାଇ, ଆରି ସେ ସିସ୍ମନ୍କେ ପାଚାର୍ଲା, “ମୁଇ କେ ବଲି ଲକ୍ମନ୍ କଇଲାଇନି?”
19 ଏଥିରେ ସେମାନେ ଉତ୍ତର ଦେଲେ, ବାପ୍ତିଜକ ଯୋହନ, କିନ୍ତୁ କେହି କେହି କହନ୍ତି, ଏଲୀୟ, ଆଉ କେହି କେହି କହନ୍ତି, ପୁରାକାଳର ଭାବବାଦୀମାନଙ୍କ ମଧ୍ୟରୁ ଜଣେ ପୁନର୍ବାର ଉଠିଅଛନ୍ତି।
୧୯ସେମନ୍ କଇଲାଇ, “କେ କେ ଡୁବନ୍ ଦେଉ ଜଅନ୍, ଆରି କେ କେ ଏଲିୟ, ଆରି କେ କେ ପୁର୍ବର୍ ବବିସତ୍ବକ୍ତାମନର୍ ବିତ୍ରେଅନି ଗଟେକ୍ଲକ୍ ମଲାତେଇଅନି ଜିବନ୍ ଅଇଲାଆଚେ ବଲି କଇଲାଇନି ।”
20 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ଉତ୍ତର ଦେଲେ, ଆପଣ “ଈଶ୍ବରଙ୍କ ଖ୍ରୀଷ୍ଟ।”
୨୦ସେ ସିସ୍ମନ୍କେ ପାଚାର୍ଲା, “ମାତର୍ ତମେ ମୁଇ କେ ବଲି ବାବ୍ଲାସ୍ନି?” ପିତର୍ କଇଲା “ତମେ ପର୍ମେସର୍ ପାଟାଇଲା କିରିସ୍ଟ ।”
21 ସେଥିରେ ସେ ଏହା କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ,
୨୧ତେଇ ଜିସୁ ଏଟା କାକେ ନ କଇବାପାଇ ସେମନ୍କେ ଜାଗ୍ରତ୍କରି ତିଆର୍ଲା ।
22 “ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତୃତୀୟ ଦିନରେ ପୁନରୁତ୍ଥାନ ନିଶ୍ଚୟ ହେବ।”
୨୨ସେ ସେମନ୍କେ କଇଲା, “ପର୍ମେସର୍ ପାଟାଇଲା ନର୍ପିଲା ମୁଇ ବେସି ଦୁକ୍ କସ୍ଟ ଅଇବାର୍ଆଚେ । ପାର୍ଚିନ୍ମନ୍, ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ମକେ ନ ନାମତ୍ । ସେମନ୍ ମକେ ମରାଇବାଇ । ଆରି ତିନ୍ଦିନ୍ ପଚେ ମୁଇ ଆରିତରେକ୍ ମଲାତେଇଅନି ଜିବନ୍ ଅଇ ଉଟ୍ବି ।”
23 ସେତେବେଳେ ସେ ସମସ୍ତଙ୍କୁ କହିଲେ, “କେହି ଯେବେ ମୋହର ପଛରେ ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
୨୩ସେଡ୍କିବେଲେ ଜିସୁ ସବୁଲକ୍କେ କଇଲା, “ତେବେ କେ ମିସା ମର୍ସଙ୍ଗ୍ ଆଇବାକେ ମନ୍ କର୍ସି, ସେ ନିଜର୍ ମନ୍କଲାଟା ସବୁ ଚାଡିଦେବାର୍ ଆଚେ, ଆରି ସବୁଦିନ୍ ତାର୍ ନିଜର୍ କୁର୍ସ ବଇ ମର୍ ସଙ୍ଗ୍ ଆସ ।
24 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
୨୪କାଇକେବଇଲେ, ଜେ ନିଜର୍ ଜିବନ୍ ବଁଚାଇବାକେ ମନ୍ କର୍ସି, ସେ ସେଟା ଆରାଇସି । ମାତର୍ ଜେ ମର୍ପାଇବଲି ଜିବନ୍ ଆରାଇସି, ସେ ସେଟା ରକିଆ କର୍ସି ।
25 ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?
୨୫ଆରି ଜଦି ଗଟେକ୍ ମୁନୁସ୍ ଗୁଲାଇ ଦୁନିଆ ଜିତିକରି ନିଜେ ବିନାସ୍ ଅଇସି, କି ଆରାଇସି, ତେବେ ତାର୍ କାଇ ଲାବ୍?
26 ଯେଣୁ ଯେ କେହି ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜିତ ହୁଏ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି, ପବିତ୍ର ଦୂତମାନଙ୍କର ମହିମାରେ ଆସିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ।
୨୬ତେବେ କେ ମିସା ମର୍ପାଇ ଆରି ମର୍ ବାକିଅର୍ ଲାଜ୍ ଅଇସି, ଜେଡ୍କିବେଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ନିଜର୍ ଆରି ବାବାର୍, ଆରି ସୁକଲ୍ ଦୁତ୍ମନର୍ ମଇମାସଙ୍ଗ୍ ବାଉଡି ଆଇବି, ସେଡ୍କିବେଲେ ତାର୍ ବିସଇ ନେଇ ଲାଜ୍ଅଇବି ।
27 କିନ୍ତୁ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଦେଖିବା ପର୍ଯ୍ୟନ୍ତ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦନ ପାଇବେ ନାହିଁ।”
୨୭ମାତର୍ ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ରାଇଜ୍ ନ ଦେକ୍ବାଜାକ ଇତି ଟିଆଅଇରଇବା ଲକ୍ମନର୍ ବିତ୍ରେଅନି କେତେଲକ୍, ପର୍ମେସରର୍ ରାଇଜ୍ ଦେକ୍ବାଇ ।”
28 ଏହି ସମସ୍ତ ଘଟଣାର ପ୍ରାୟ ଆଠ ଦିନ ପରେ ସେ ପିତର, ଯୋହନ ଓ ଯାକୁବଙ୍କୁ ସାଙ୍ଗରେ ନେଇ ପ୍ରାର୍ଥନା କରିବା ନିମନ୍ତେ ପର୍ବତ ଉପରକୁ ଗଲେ।
୨୮ଜିସୁ ଏ ସବୁ କଇ ପାକାପାକି ଆଟ୍ଦିନ୍ ଗାଲାପଚେ, ଜଅନ୍, ପିତର୍ ଆରି ଜାକୁବର୍ ସଙ୍ଗ୍ ପାର୍ତନା କର୍ବାକେ ପର୍ବତ୍ ଉପ୍ରେ ଗାଲା ।
29 ପୁଣି, ସେ ପ୍ରାର୍ଥନା କରୁଥିବା ସମୟରେ ତାହାଙ୍କ ମୁଖର ରୂପ ପରିବର୍ତ୍ତିତ ହେଲା ଏବଂ ତାହାଙ୍କ ବସ୍ତ୍ର ଧଳା ଓ ଅତ୍ୟନ୍ତ ଆଲୋକମୟ ହେଲା।
୨୯ଆରି, ସେ ପାର୍ତନା କର୍ବାବେଲେ ତାର୍ ମୁ ବିନ୍ ଅଇଗାଲା ଆରି ସେ ପିନ୍ଦ୍ଲା ଲୁଗା ଦବ୍ ଅଇ ବିଜ୍ଲିପାରା ଜିକ୍ମିକିଗାଲା ।
30 ଆଉ ଦେଖ, ମୋଶା ଓ ଏଲୀୟ, ଏହି ଦୁଇ ବ୍ୟକ୍ତି ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ;
୩୦ଆରି ଏଦେ ଦେକା! ସେଦାପ୍ରେ ମସା ଆରି ଏଲିୟ ତାର୍ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲାଇ ।
31 ସେମାନେ ଗୌରବରେ ଦର୍ଶନ ଦେଇ, ସେ ଯିରୂଶାଲମ ସହରରେ ଯେଉଁ ମହାପ୍ରସ୍ଥାନ କରିବାକୁ ଉଦ୍ୟତ ଥିଲେ, ସେ ବିଷୟରେ କହିଲେ।
୩୧ସେମନ୍ ସରଗର୍ ମଇମାସଙ୍ଗ୍ ଡିସ୍ତେ ରଇଲାଇ । ସେ କେନ୍ତି ଜିରୁସାଲାମେ ଦୁକ୍ କସ୍ଟ ପାଇ ମରିକରି ପର୍ମେସରର୍ ଜଜ୍ନା ସିଦ୍ କର୍ବାର୍ ଆଚେ ବଲି ସେମନ୍ ଜିସୁର୍ସଙ୍ଗ୍ କାତା ଅଇଲାଇ ।
32 ସେତେବେଳେ ପିତର ଓ ତାହାଙ୍କ ସଙ୍ଗୀମାନେ ନିଦ୍ରାରେ ଭାରାକ୍ରାନ୍ତ ଥିଲେ; କିନ୍ତୁ ସେମାନେ ନିଦ୍ରାରୁ ଉଠନ୍ତେ ତାହାଙ୍କ ଗୌରବ ଓ ତାହାଙ୍କ ସହିତ ଠିଆ ହୋଇଥିବା ସେହି ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲେ।
୩୨ସେଡ୍କିବେଲେ ପିତର୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ଟାଟିଅଇତେ ସଇଦେଇରଇଲାଇ, ମାତର୍ ସେମନ୍ ଚେତାଅଇ ଜାଗ୍ରତ୍ ଅଇବାକେ, ଜିସୁର୍ ମଇମା ଆରି ତାର୍ସଙ୍ଗ୍ ଦୁଇଲକ୍ ଟିଆଅଇରଇବାଟା ଦେକ୍ଲାଇ ।
33 ପୁଣି, ସେମାନେ ତାହାଙ୍କଠାରୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିବାକୁ ଲାଗିଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ। କିନ୍ତୁ ସେ କଅଣ କହୁଅଛନ୍ତି, ତାହା ଜାଣିଲେ ନାହିଁ।
୩୩ମସା ଆରି ଏଲିୟ ବାରଇ ଜିବା ବେଲେ ପିତର୍ ଜିସୁକେ କଇବାର୍ ଦାର୍ଲା, “ଏ ଗୁରୁ, ଆମେ ତା ଏ ଜାଗାଇ ଆଚୁ, ଏଟା ନିକ ଜାଗା, ଇତି ତିନ୍ଟା କୁଡିଆ ତିଆର୍ କରୁ । ତମର୍ପାଇ ଗଟେକ୍, ମସାର୍ପାଇ ଗଟେକ୍ ଆରି ଏଲିୟର୍ପାଇ ଗଟେକ୍ ।” ମାତର୍ ସେ କାଇଟା କଇଲାନି, ସେଟା ସେ ଜାନିନାପାର୍ଲା ।
34 ସେ ଏହା କହୁ କହୁ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେମାନେ ମେଘରେ ପ୍ରବେଶ କରିବା ସମୟରେ ଭୟ କଲେ।
୩୪ସେ ଏନ୍ତି କଇବାବେଲେ ବାଦଲ୍ ଆସି ସେମନ୍କେ ଡାବିଅଇଦେଲା । ବାଦଲ୍ ଡାବିଦେଲାକେ ସେମନ୍ ଡରିଗାଲାଇ ।
35 ପୁଣି, ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପୁତ୍ର, ଆମ୍ଭର ମନୋନୀତ, ଏହାଙ୍କ ବାକ୍ୟ ଶୁଣ।
୩୫ଆରି, ବାଦ୍ଲେଅନି ଏନ୍ତି ବାକିଅ ଆଇଲା, “ଏଟାସେ ମର୍ ପିଲା, ଆକେ ମୁଇ ବାଚିଆଚି, ସେ କଇବାଟା ସୁନା ।”
36 ଆଉ, ସେହି ବାଣୀ ହେଲା ଉତ୍ତାରେ ଯୀଶୁ ଏକାକୀ ଦେଖାଗଲେ। ପୁଣି, ସେମାନେ ନୀରବ ରହିଲେ, ଆଉ ଯାହା ଯାହା ଦେଖିଥିଲେ, ସେଥିର କୌଣସି କଥା ସେ ସମୟରେ କାହାକୁ କହିଲେ ନାହିଁ।
୩୬ସେ ସବଦ୍ ଅଇଲାପଚେ ଜିସୁ ଗଟେକ୍ଲକ୍ସେ ଡିସ୍ଲା । ଆରି, ସେମନ୍ ଚିମ୍ରା ଅଇରଇଲାଇ, ତେଇ ଜାଇଜାଇଟା ଦେକିରଇଲାଇ, ସେବେଲେ ସେ କାତା କାକେ ନ କଇ, ମନେ ଦାରିରଇଲାଇ ।
37 ତହିଁ ଆରଦିନ ସେମାନେ ପର୍ବତରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ସହିତ ସାକ୍ଷାତ କଲେ।
୩୭ଆର୍କର୍ ଦିନେ ଜିସୁ ଆରି ତିନ୍ଟା ସିସ୍ମନ୍ ଡଙ୍ଗ୍ରେଅନି ଉତ୍ରି ଆଇଲାଇ । ଆରି ସେ ଜାଗାଇ ବେସି ଲକ୍ମନ୍ ତାକର୍ସଙ୍ଗ୍ ବେଟ୍ ଅଇଲାଇ ।
38 ଆଉ ଦେଖ, ଲୋକସମୂହ ମଧ୍ୟରୁ ଜଣେ ଉଚ୍ଚସ୍ୱରରେ କହିଲା, ହେ ଗୁରୁ ମୁଁ ଆପଣଙ୍କୁ ନିବେଦନ କରୁଅଛି ମୋʼ ପୁଅ ପ୍ରତି ଦୟା କରନ୍ତୁ, କାରଣ ସେ ମୋହର ଗୋଟିଏ ବୋଲି ପିଲା;
୩୮ଆରି ଦେକା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଆଉଲିଅଇ କଇଲା, “ଏ ଗୁରୁ ମୁଇ ତମ୍କେ ବାବୁଜିଆ କଲିନି, ମର୍ ପିଲାକେ ଅଲପ୍ ଦେକି ଦୟାକରା, କାଇକେବଇଲେ ସେ ମର୍ ଗଟେକ୍ ବଲି ପଅ ।
39 ଦେଖନ୍ତୁ, ତାହାକୁ ଗୋଟିଏ ଭୂତ ଧରେ, ଆଉ ସେ ହଠାତ୍ ଚିତ୍କାର କରି ଉଠେ, ପୁଣି, ସେ ତାହାକୁ ଏପରି ମୋଡ଼ିପକାଏ ଯେ ତାହାର ପାଟିରୁ ଫେଣ ବାହାରେ, ପୁଣି, ସେ ତାହାକୁ କ୍ଷତବିକ୍ଷତ କରି ତାହାଠାରୁ କଷ୍ଟରେ ବାହାରିଯାଏ।
୩୯ଦେକା, ତାକେ ଗଟେକ୍ ଡୁମା ଦାର୍ସି, ଆରି ସେ ଅଟାତ୍ କିର୍କିରି ଉଟ୍ସି, ତାକେ ସେ ଏନ୍ତି ମଡିପାକାଇସିଜେ, ତାର୍ ମୁଏଅନି ପେପୁଲ୍ ବାରଇଜାଇସି, ଆରି ସେ ତାକେ କଣ୍ଡିଆବଣ୍ଡିଆ କରି ତାର୍ଟାନେଅନି କସ୍ଟେ ବାରଇଜାଇସି ।
40 ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ନିବେଦନ କରିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
୪୦ତାକେ ଡୁମା ଚାଡାଇବାକେ ବଲି ମୁଇ ତମର୍ ସିସ୍ମନର୍ ଲଗେ ଆନି ଗୁଆରି କରିରଇଲି, ମାତର୍ ସେମନ୍ ନାପାର୍ଲାଇ ।”
41 ଯୀଶୁ ଉତ୍ତର ଦେଲେ, “ଆରେ ଅବିଶ୍ୱାସୀ ଓ ବିପଥଗାମୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହି ତୁମ୍ଭମାନଙ୍କ ବ୍ୟବହାର ସହିବି? ତୁମ୍ଭର ପୁଅକୁ ଏଠିକି ନେଇଆସ।”
୪୧ଜିସୁ କଇଲା, “ଏରେ କରାପ୍ବାଟେ ଜାଇ ବିସ୍ବାସ୍ ନ କଲା ଲକ୍ମନ୍, କେତେ କାଲ୍ ଆରି ମୁଇ ତମର୍ସଙ୍ଗ୍ ମୁର୍ଚି ରଇବି, ପିଲାକେ ଇତି ଦାରିଆସା ।”
42 ସେ ଆସୁ ଆସୁ ଭୂତ ତାହାକୁ ତଳେ ପକାଇଦେଇ ଭୟଙ୍କର ଭାବରେ ମୋଡ଼ିପକାଇଲା, କିନ୍ତୁ ଯୀଶୁ ଅଶୁଚି ଆତ୍ମାକୁ ଧମକ ଦେଲେ ଓ ବାଳକକୁ ସୁସ୍ଥ କରି ତାହାକୁ ତାହାର ପିତାଙ୍କ ହସ୍ତରେ ସମର୍ପଣ କଲେ।
୪୨ପିଲା ଆଇବାବେଲେ କାର୍ ଆତ୍ମା ତାକେ ବୁଏଁ ଆପ୍ଟିଦେଇ ମଡିପାକାଇଲା, ସେ ଆତ୍ମାକେ ଜିସୁ ଦମ୍କାଇଲା ଆରି ପିଲାକେ ନିକକରି ତାର୍ ବାବାକେ ସର୍ପିଦେଲା ।
43 ସେଥିରେ ସମସ୍ତେ ଈଶ୍ବରଙ୍କର ମହାଶକ୍ତି ସକାଶେ ଆଶ୍ଚର୍ଯ୍ୟ ହେଲେ। ମାତ୍ର ସେ କରିଥିବା ସମସ୍ତ କାର୍ଯ୍ୟ ସକାଶେ ସମସ୍ତେ ଚକିତ ହେଉଥିବା ସମୟରେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ,
୪୩ତେଇ କେବେ ଦେକି ନ ରଇବା ପର୍ମେସରର୍ ବପୁ ଦେକି ସବୁଲକ୍ କାବା ଅଇଗାଲାଇ ।
44 “ଏହି ସମସ୍ତ କଥା ତୁମ୍ଭମାନଙ୍କ କାନରେ ପ୍ରବେଶ କରାଅ; କାରଣ ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେବାକୁ ଯାଉଅଛନ୍ତି।”
୪୪ତାର୍ କରିରଇବା ସବୁ କାମର୍ଲାଗି ସବୁଲକ୍ ଚକିତ୍ ଅଇବାବେଲେ ସେ ସିସ୍ମନ୍କେ କଇଲା, “ଏବେ ମୁଇ କାତା ନିମାନ୍କରି କଇଦେଲିନି, ସୁନା । କାଇକେବଇଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ବିସ୍ବାସେ ବିସ୍ଦେଲାପାରା ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।”
45 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ, ଆଉ ତାହା ସେମାନଙ୍କଠାରୁ ଗୁପ୍ତ ଥିଲା, ଯେପରି ତାହା ସେମାନେ ବୁଝିପାରିବେ ନାହିଁ, ପୁଣି, ସେମାନେ ସେହି କଥା ବିଷୟରେ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
୪୫ମାତର୍ ସିସ୍ମନ୍ ସେ କାତା ବୁଜିନାପାର୍ଲାଇ, ଆରି ସେଟା ତାକର୍ଟାନେଅନି ଲୁଚିରଇଲା । ତେବର୍ପାଇ ସେମନ୍ ଏଟା ବୁଜିନାପାର୍ଲେ ମିସା ଜିସୁକେ ପାଚାର୍ବାକେ ଡର୍ତେରଇଲାଇ ।
46 ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ସେ ବିଷୟରେ ସେମାନଙ୍କ ମଧ୍ୟରେ ତର୍କବିତର୍କ ହେଲା।
୪୬ତରେକ୍ ସିସ୍ମନର୍ ବିତ୍ରେ କେ ମୁକିଆ, ସେ ବିସଇ ନେଇ ଦଦାପେଲା ଅଇଲାଇ ।
47 କିନ୍ତୁ ଯୀଶୁ ସେମାନଙ୍କ ମନର ତର୍କବିତର୍କ ଜାଣି ଗୋଟିଏ ସାନ ପିଲାକୁ ନେଇ ଆପଣା ପାଖରେ ଠିଆ କରାଇ ସେମାନଙ୍କୁ କହିଲେ,
୪୭ମାତର୍ ଜିସୁ ତାକର୍ ମନ୍ବିତ୍ରର୍ କାତା ଜାନିକରି, ଗଟେକ୍ ସାନ୍ ପିଲାକେ ଦାର୍ଲା ଆରି ତାକର୍ ମୁଆଟେ ଟିଆକରି ସେମନ୍କେ କଇଲା,
48 “ଯେ କେହି ମୋ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେ କେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ।”
୪୮“କେ ମିସା ମର୍ ନାଉଁଦାରି ଏ ପିଲାକେ ନାମ୍ସି, ସେ ମକେ ନାମ୍ସି । ଜେ ମକେ ନାମ୍ସି, ସେ ମର୍ ପାଟାଇରଇବା ବାବାକେ ନାମ୍ସି । ସେଟାର୍ପାଇ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ସାନ୍, ସେ ପର୍ମେସର୍ ତେଇ ମୁକିଅ ।”
49 ସେଥିରେ ଯୋହନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ସାଙ୍ଗରେ ଆପଣଙ୍କ ଅନୁଗାମୀ ନ ହେବାରୁ ତାହାକୁ ମନା କଲୁ।
୪୯ତେଇ ଜଅନ୍ କଇଲା, “ଏ ଗୁରୁ, ଆମେ ଗଟେକ୍ ଲକ୍, ତମର୍ ନାଉଁ ଦାରି ଡୁମା ଚାଡାଇବାଟା ଦେକ୍ଲୁ ଆରି ତାକେ ନ କର୍ ବଲି ତେବାଇଲୁ କାଇକେବଇଲେ ସେ ଆମର୍ ଦଲର୍ ଲକ୍ ନଏଁ ।”
50 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମନା କର ନାହିଁ, କାରଣ ଯେ ତୁମ୍ଭମାନଙ୍କର ବିପକ୍ଷ ନୁହେଁ, ସେ ତୁମ୍ଭମାନଙ୍କର ସପକ୍ଷ।”
୫୦ମାତର୍ ଜିସୁ ସେମନ୍କେ କଇଲା, “ତେବାଆ ନାଇ, ଜନ୍ଲକ୍ ତମର୍ ବିରଦେ ନାଇ, ସେମନ୍ ତମର୍ ବାଟେ ।”
51 ପରେ ଯେତେବେଳେ ଯୀଶୁଙ୍କର ସ୍ୱର୍ଗକୁ ଯିବାର ସମୟ ସମ୍ପୂର୍ଣ୍ଣ ହୋଇଆସୁଥିଲା, ସେତେବେଳେ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନକୁ ଦୃଢ଼ କରି,
୫୧ପଚେ ଜେଡେବେଲେ ଜିସୁର୍ ସର୍ଗେ ଜିବାର୍ ବେଲା କେଟିଆଇତେରଇଲା, ସେଡେବେଲେ ସେ ଜିରୁସାଲାମ୍ ଜିବାକେ ମନ୍କଲା ।
52 ନିଜ ଆଗେ ଦୂତମାନଙ୍କୁ ପଠାଇଲେ, ସେମାନେ ଯାଇ ତାହାଙ୍କ ନିମନ୍ତେ ଆୟୋଜନ କରିବାକୁ ଶମିରୋଣୀୟମାନଙ୍କର ଗୋଟିଏ ଗ୍ରାମରେ ପ୍ରବେଶ କଲେ;
୫୨ସେ ଜିବା ଆଗ୍ତୁ କେତେଟା ଲକ୍ମନ୍କେ ପାଟାଇଲା । ସେମନ୍ ଜାଇକରି ଜିସୁର୍ପାଇ ସବୁ କର୍ବାକେ ସମିରଣିୟମନର୍ ଗଟେକ୍ ଗାଏଁ କେଟ୍ଲାଇ ।
53 କିନ୍ତୁ ସେ ଯିରୂଶାଲମ ସହରକୁ ଯିବା ନିମନ୍ତେ ମନସ୍ଥ କରିଅଛନ୍ତି ବୋଲି ଦେଖି ସେମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
୫୩ମାତର୍ ଜିସୁ ଜିରୁସାଲାମ୍ ଜିବାକେ ମନ୍କଲାଆଚେ ବଲି ଜାନିକରି, ତାକେ ଡାକି ବସାଅତ୍ନାଇ ।
54 ଏହା ଦେଖି ଯାକୁବ ଓ ଯୋହନ, ଏହି ଦୁଇ ଶିଷ୍ୟ କହିଲେ, ପ୍ରଭୁ, [ଏଲୀୟ ମଧ୍ୟ ଯେପରି କରିଥିଲେ, ସେହିପରି] ଆକାଶରୁ ଅଗ୍ନି ପଡ଼ି ସେମାନଙ୍କୁ ବିନାଶ କରୁ, ଏହା ଆମ୍ଭେମାନେ କହିବୁ ବୋଲି କଅଣ ଆପଣଙ୍କର ଇଚ୍ଛା?
୫୪ଏଟାଦେକି ଜାକୁବ୍ ଆରି ଜଅନ୍ କଇଲାଇ, “ମାପ୍ରୁ ଏଲିୟ ମିସା ଜେନ୍ତି କରିରଇଲା, ସେନ୍ତାର୍ସେ ଆମେ ବାଦ୍ଲେଅନି ଜଇ ଅଦ୍ରାଇ ସେମନ୍କେ ନାସ୍କର୍ବାକେ ତମେ ମନ୍ କଲାସ୍ନି କି?”
55 କିନ୍ତୁ ସେ ବୁଲିପଡ଼ି ସେମାନଙ୍କୁ ଅନୁଯୋଗ କଲେ ଏବଂ କହିଲେ, ତୁମ୍ଭେମାନେ କେଉଁ ପ୍ରକାର ଆତ୍ମାର ଲୋକ, ଏହା ଜାଣୁ ନାହଁ। ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କର ପ୍ରାଣ ବିନାଶ କରିବାକୁ ନ ଆସି ବରଂ ରକ୍ଷା କରିବାକୁ ଆସିଅଛନ୍ତି।
୫୫ମାତର୍ ଜିସୁ ବୁଲିକରି ସେମନ୍କେ ଦମ୍କାଇକରି କଇଲା, “ତମେମନ୍ କେନ୍ତାରି ଆତ୍ମାର୍ ଲକ୍, ଏଟା ନାଜାନାସ୍ । ମାପ୍ରୁ ପାଟାଇରଇବା ନର୍ପିଲା ମୁଇ ମୁନୁସ୍ମନର୍ ଜିବନ୍ ନାସ୍ କର୍ବାକେ ନ ଆସି, ରକିଆ କର୍ବାକେ ଆସିଆଚେ ।”
56 ତାହା ପରେ ସେମାନେ ଆଉ ଗୋଟିଏ ଗ୍ରାମକୁ ଗଲେ।
୫୬ତାର୍ପଚେ ସେମନ୍ ଆରିଗଟେକ୍ ଗାଏଁ ଉଟିଗାଲାଇ ।
57 ସେମାନେ ବାଟରେ ଯାଉଥିବା ସମୟରେ ଜଣେ ଲୋକ ତାହାଙ୍କୁ କହିଲେ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
୫୭ସେମନ୍ ଜିବାବେଲେ ବାଟେ ଗଟେକ୍ ଲକ୍ ଜିସୁକେ କଇଲା, “ତମେ ଜନ୍ ଜାଗାଇ ଜାଇସା, ମୁଇ ତମର୍ସଙ୍ଗ୍ ଆଇବି ।”
58 ଯୀଶୁ ତାହାଙ୍କୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
୫୮ଜିସୁ ତାକେ କଇଲା, “କକପାନ୍ଦିର୍ ପାଆର୍ ଆଚେ, ଚଡଇମନ୍କେ ଗୁଡା ଆଚେ, ମାତର୍ ମାପ୍ରୁ ପାଟାଇରଇବା ନର୍ପିଲା ମକେ ବସ୍ବାକେ ନିଜର୍ ଗର୍ ନାଇ ।”
59 ପୁଣି, ସେ ଆଉ ଜଣକୁ କହିଲେ, “ମୋହର ଅନୁଗମନ କର।” କିନ୍ତୁ ସେ କହିଲେ, ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
୫୯ତାର୍ପଚେ ଜିସୁ ଆରିଗଟେକ୍ ଲକ୍କେ କଇଲା, “ମର୍ସଙ୍ଗ୍ ଆଉ ।” ମାତର୍ ସେ କଇଲା, “ପର୍ତୁମ୍ ଜାଇ ମର୍ ବାବାକେ ଦନ୍ କରିଆଇବାଜାକ ମକେ ଆଦେସ୍ ଦିଆ ।”
60 ମାତ୍ର ସେ ତାହାଙ୍କୁ କହିଲେ, “ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ, କିନ୍ତୁ ତୁମ୍ଭେ ଯାଇ ଈଶ୍ବରଙ୍କ ରାଜ୍ୟ ପ୍ରଚାର କର।”
୬୦ମାତର୍ ଜିସୁ ତାକେ କଇଲା, “ମଲାଲକ୍ମନ୍ ମଲାଲକ୍ମନ୍କେ ଦନ୍ କର୍ବାକେ ଚାଡିଦିଆସ୍, ମାତର୍ ତମେ ଜାଇ ପର୍ମେସରର୍ ରାଇଜ୍ ଜାନାଆ ।”
61 ଆଉ ଜଣେ ମଧ୍ୟ କହିଲେ, ପ୍ରଭୁ, ମୁଁ ଆପଣଙ୍କର ଅନୁଗମନ କରିବି, ମାତ୍ର ପ୍ରଥମେ ମୋହର ଗୃହରେ ଥିବା ଲୋକମାନଙ୍କଠାରୁ ବିଦାୟ ନେବା ନିମନ୍ତେ ମୋତେ ଅନୁମତି ଦିଅନ୍ତୁ।
୬୧ଆରିଗଟେକ୍ ଲକ୍ କଇଲା, “ମାପ୍ରୁ ମୁଇ ତମର୍ସଙ୍ଗ୍ ଆଇବି, ମାତର୍ ଗରର୍ ଲକ୍ମନ୍କେ ଗାଲିନି ବଲି କଇକରି ଆଇବାକେ ଆଦେସ୍ ଦିଆ ।”
62 କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ବରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”
୬୨ମାତର୍ ଜିସୁ ତାକେ କଇଲା, “ଜେ କସ୍ବାବେଲେ ନଙ୍ଗଲ୍ଦାରି ପଚେ ଦେକିଲାଗିରଇସି, ସେ ପର୍ମେସରର୍ ରାଇଜର୍ ସେବା କର୍ବାକେ ଅଦିକାର୍ ନ ପାଏ ।”