< ଲୂକ 7 >

1 ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସବୁ କଥା ଶେଷ କରି କଫର୍ନାହୂମରେ ପ୍ରବେଶ କଲେ।
ଜିସୁ ଲକ୍‌ମନ୍‌କେ ସବୁ କାତା କଇ ସାରାଇକରି କପର୍‌ନାଉମ୍‌ ସଅରେ କେଟ୍‌ଲା ।
2 ସେ ସମୟରେ ଜଣେ ଶତ-ସେନାପତିଙ୍କର ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ।
ସେବେଲେ ସଏଟା ସନିଅମନର୍‌ ମୁକିଆର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା, ଜର୍‌ ଅଇକରି ମଲାପାରା ଅଇଜାଇରଇଲା । ସେ ତାକେ ନିଜର୍‌ଲକ୍‌ ପାରା ଆଲାଦ୍‌ କର୍‌ତେରଇଲା ।
3 ସେ ଯୀଶୁଙ୍କ ବିଷୟରେ ଖବର ପାଇ, ସେ ଯେପରି ଆସି ତାହାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥିନିମନ୍ତେ ତାହାଙ୍କ ପାଖକୁ ଯିହୁଦୀମାନଙ୍କର କେତେକ ପ୍ରାଚୀନମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ।
ସେ ଜିସୁର୍‌ ବିସଇର୍‌ କବର୍‌ ସୁନି, ଜିସୁ ଜେନ୍ତିକି ଆସି ତାର୍‌ ଗତିଦାଙ୍ଗ୍‌ଡାର୍‌ ଜିବନ୍‌ ରକିଆ କର୍‌ସି ବଲି ବାବ୍‌ଲା । ସେଟାର୍‌ପାଇ ଜିସୁର୍‌ ଲଗେ କେତେଟା ଜିଉଦି ପାର୍‌ଚିନ୍‌ମନ୍‌କେ ପାଟାଇ ତାକେ ବାବୁଜିଆ କଲାଇ ।
4 ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି;
ପାର୍‌ଚିନ୍‌ମନ୍‌ ଜିସୁର୍‌ଲଗେ କେଟିକରି ତାକେ ଜୁଆର୍‌ ବିଆର୍‌ କରି କଇବାର୍‌ ଦାର୍‌ଲାଇ, “ତାର୍‌ପାଇ ତମେ ଏନ୍ତାରି କରିର‍ଇଲେ, ନିକର‍ଇସି ।
5 କାରଣ ସେ ଆମ୍ଭ ଯିହୁଦୀ ଲୋକମାନଙ୍କୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି।
କାଇକେବଇଲେ ସେ ଆମର୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି ଆରି ନିଜେ ସେ ଆମର୍‌ ସବୁଲକର୍‌ ପାଇ ପାର୍‌ତନାଗର୍‌ ତିଆର୍‌କରି ଦେଇଆଚେ ।”
6 ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ। ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତ-ସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ;
ତେଇ ଜିସୁ ତାକର୍‌ ସଙ୍ଗ୍‌ ଗାଲା । ସେ ଗରେ କେଟ୍‌ବାକେ କଣ୍ଡେକ୍‌ ଦୁର୍‌ ରଇଲାକେ, ସଏଟା ସନିଅମନର୍‌ ମୁକିଆ ଲକ୍‌ମନ୍‌କେ ପାଟାଇ ତାକେ କଇଲା, “ମାପ୍‌ରୁ, କସ୍‌ଟ ଉଆନାଇ, କାଇକେବଇଲେ ତମେ ଜେ ମର୍‌ ଗରେ ପାଦ୍‌ ପାକାଇସା, ମର୍‌ ଏନ୍ତାରି ବାଗିଅ ନାଇ ।
7 ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।
ଏଟାର୍‌ପାଇ ମୁଇ ତମର୍‌ଟାନେ ଆଇବାକେ ମନ୍‌ କରିନାଇ । ମାତର୍‌ ଗଟେକ୍‌ ପଦ୍‌ ଆଦେସ୍‌ କରା, ମର୍‌ ଗତିଦାଙ୍ଗ୍‌ଡା ନିକ ଅଇଜାଇସି ।
8 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ।
ମୁଇ ଗଟେକ୍‌ ଲକର୍‌ ତଲେ କାମ୍‌ କର୍‌ତେରଇଲେ ମିସା ମର୍‌ ତଲେ ସନିଅମନ୍‌ ଆଚତ୍‌ । ଆରି ମୁଇ ଗଟେକ୍‌ ଲକ୍‌କେ ଜା ବଲି କଇଲେ, ସେ ଜାଇସି । ବିନ୍‌ ଲକ୍‌କେ ଆଉ ବଇଲେ ସେ ଆଇସି । ମର୍‌ ଗତିଦାଙ୍ଗ୍‌ଡାକେ ଏଟା କର୍‌ ବଇଲେ, ସେ ସେଟା କର୍‌ସି ।”
9 ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।”
ଜିସୁ ତାର୍‌ ଏ ସବୁ ବିସଇ ସୁନି କାବା ଅଇଗାଲା, ଆରି ବୁଲିକରି ତାର୍‌ ପଚେ ଆଇତେରଇବା ଲକ୍‌ମନ୍‌କେ କଇଲା, “ମୁଇ ତମ୍‌କେ କଇଲିନି, ଇସ୍‌ରାଏଲ୍‌ ବିତ୍‌ରେ ମିସା ଏତେକ୍‌ ବଡ୍‌ ବିସ୍‌ବାସି ନ ମିଲତ୍‌ ।”
10 ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ।
୧୦ଆରି ଜିସୁକେ ଡାକ୍‌ବାକେ ଜାଇରଇଲା ଲକ୍‌ମନ୍‌ ଗରେ ବାଉଡି ଆସି ଗତିଦାଙ୍ଗ୍‌ଡା ନିକ ଅଇରଇବାଟା ଦେକ୍‌ଲାଇ ।
11 ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ।
୧୧ତେଇଅନି ଜିସୁ ନାଇନ୍‍ ନାଉଁର୍‌ ନଅରେ ଗାଲା । ତାର୍‌ସଙ୍ଗ୍‌ ସିସ୍‌ମନ୍‌ ଆରି ଲକ୍‌ମନ୍‌ ବେସି ଜାଇତେରଇଲାଇ ।
12 ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ।
୧୨ସେ ନଅରର୍‌ ଦୁଆର୍‌ଲଗେ କେଟୁ କେଟୁ, ଏଦେ ଦେକା! ଲକ୍‌ମନ୍‌ ଗଟେକ୍‌ ମଲା ଲକ୍‌କେ ବଇଆନ୍‌ତେ ରଇଲାଇ । ସେ ନିଜର୍‌ ମାଆର୍‌ ଗଟେକ୍‌ ସେ ପିଲା, ଆରି ସେ ମାଇଜି ରାଣ୍ଡିଟା । ନଅରର୍‌ ବେସିଲକ୍‌ମନ୍‌ ତାର୍‌ ସଙ୍ଗ୍‌ ରଇଲାଇ ।
13 ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, “ରୋଦନ କର ନାହିଁ।”
୧୩ସେ ରାଣ୍ଡି ମାଇଜିକେ ଦେକି ଜିସୁ ଦୁକ୍‌କଲା ଆରି ତାକେ କଇଲା, “ଏ ମାଆ କାନ୍ଦ୍‌ନାଇ ।”
14 ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ।”
୧୪ଆରି, ଜିସୁ ଜାଇକରି ଡାଣ୍ଡିଆ ଚିଇଲାକେ ବଇ ଆନ୍‌ତେରଇବା ଲକ୍‌ମନ୍‌ ଟିଆଅଇଲାଇ । ଆରି ସେ କଇଲା, “ମୁଇ ତକେ କଇଲିନି, ନୁନା ଉଟ୍‌!”
15 ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।
୧୫ତେଇ ସେ ଦାଙ୍ଗ୍‌ଡା ଉଟିବସ୍‌ଲା ଆରି କାତା କଇବାର୍‌ ଦାର୍‌ଲା । ଆରି ଜିସୁ ସେ ଦାଙ୍ଗ୍‌ଡାକେ ତାର୍‌ ମାକେ ସର୍‌ପିଦେଲା ।
16 ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ବର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।
୧୬ତେଇ ସବୁଲକ୍‌ ଡରିଗାଲାଇ, ଆରି ପର୍‌ମେସରର୍‌ ମଇମା କରି କରି କଇଲାଇ “ଆମର୍‌ ବିତ୍‌ରେ ଗଟେକ୍‌ ମଆନ୍‌ ବବିସତ୍‌ବକ୍‌ତା ଆଇଲାଆଚେ, ଆରି ପର୍‌ମେସର୍‌ ନିଜର୍‌ ଲକ୍‌ମନ୍‌କେ ଉଦାର୍‌ କର୍‌ବାକେ ଆସିଆଚେ ।”
17 ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
୧୭ଜିସୁର୍‌ ଏ ବିସଇର୍‌ କାତା ଗୁଲାଇ ଜିଉଦା ଦେସେ ଆରି ଚାରିବାଟର୍‌ ଗାଉଁଗଣ୍ଡାର୍‌ ଲକ୍‌ମନ୍‌ ଜାନ୍‌ଲାଇ ।
18 ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ।
୧୮ପଚେ ଡୁବନ୍‌ ଦେଉ ଜଅନର୍‌ ସିସ୍‌ମନ୍‌ ଏ ସବୁ କାତା ଜଅନ୍‌କେ ଜାନାଇଲାଇ ।
19 ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
୧୯ତେଇ ଜଅନ୍‌ ନିଜର୍‌ ସିସ୍‌ମନର୍‌ ବିତ୍‌ରେଅନି ଦୁଇଲକ୍‌କେ ଡାକି ମାପ୍‌ରୁର୍‌ ଲଗେ ଏନ୍ତାରି କଇ ପାଟାଇଲା, “ଜେ ଆଇବାର୍‌ ରଇଲା, ସେ ଲକ୍‌ ତମେସେ କି? କି କାଇ ବିନ୍‌ ଲକ୍‌କେ ଆମେ ଜାଗ୍‌ବୁ?”
20 ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
୨୦ସେ ଲକ୍‌ମନ୍‌ ଜିସୁର୍‌ଲଗେ କେଟିକରି କଇଲାଇ, “ଡୁବନ୍‌ ଦେଉ ଜଅନ୍‌ ଆମ୍‌କେ ଏନ୍ତାରି କଇ ତମର୍‌ଲଗେ ପାଟାଇଆଚେ, ଜେ ଆଇବାର୍‌ ରଇଲା, ସେ ଲକ୍‌ ତମେ କି? କି କାଇ ଆମେ ଆରି ବିନ୍‍ ଲକ୍‌କେ ଜାଗ୍‌ବୁ?”
21 ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦ-ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧମାନଙ୍କୁ ଦେଖିବାର ଶକ୍ତି ଦେଲେ।
୨୧ସେବେଲେ ଜିସୁ ଜର୍‌ ଦୁକା, ଆରି ଡୁମା ଦାର୍‌ଲା ଲକ୍‌ମନ୍‌କେ ନିକ କଲା । ଆରି କେତେଟା କାଣାମନ୍‌କେ ମିସା ଆଁକି ଡିସାଇଲା ।
22 ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
୨୨ଜିସୁ ଜଅନର୍‌ ସିସ୍‌ମନ୍‌କେ କ‍ଇଲା, “ତମେମନ୍‌ ଜନ୍‌ ଜନ୍‌ଟା ଦେକ୍‌ଲାସ୍‌ ଆରି ସୁନ୍‌ଲାସ୍‌, ସେଟା ସବୁ ଜାଇ ଜଅନ୍‌କେ ଜାନାଆ, କାଣା ଲକ୍‌ମନ୍‌ ଦେକିପାର୍‌ଲାଇନି, ଚଟାମନ୍‌ ଇଣ୍ଡିବୁଲ୍‍ଲାଇନି, ବଡ୍‌ ରଗିମନ୍‌ ନିକ ଅଇଲାଇନି, ବଇରା ଲକ୍‌ମନ୍‌ ସୁନ୍‌ଲାଇନି, ମଲାଲକ୍‌ମନ୍‌ ଜିବନ୍‌ଅଇ ଉଟ୍‌ଲାଇନି, ଆରି ଦୁକର୍‌ ଲକ୍‌ମନ୍‌କେ ମାପ୍‌ରୁର୍‌ ବାକିଅ ସୁନାଇଅଇଲାନି ।
23 ଆଉ, ଯେଉଁ ବ୍ୟକ୍ତି ମୋʼ ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ।
୨୩ଜନ୍‌ଲକ୍‌ ମକେ ‘କିରିସ୍‌ଟ ସେ କି ନଏଁ?’ ବଲି ନ ବାବିକରି ବିସ୍‌ବାସ୍‌ କର୍‌ସି, ତାର୍‌ କେଡେକ୍‌ ନିକ କରମ୍‌ ।”
24 ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
୨୪ଜଅନର୍‌ ସିସ୍‌ମନ୍‌ ବାଉଡିଗାଲାପଚେ ଜିସୁ ଲକ୍‌ମନ୍‌କେ ଜଅନର୍‌ ବିସଇ କଇବାର୍‌ଦାର୍‌ଲା, “କାଇଟା ଦେକ୍‌ବାକେ ତମେ ମରୁବାଲି ବୁଏଁ ବାରଇ ଜାଇରଇଲାସ୍‌? କାଇ ପବନେ ଜୁଲ୍‌ତେରଇବା ବାଉଁସ୍‌ ନାଲା?
25 ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
୨୫ସେଟା ନଇଲେ ତମେ କାଇଟା ଦେକ୍‌ବାକେ ବାରଇଜାଇ ରଇଲାସ୍‌? କାଇ ଜବର୍‌ ଡାବୁଦେଇ ବସ୍‍ତର୍‍ ଗେନି ପିନ୍ଦିରଇବା ଗଟେକ୍‌ ଲକ୍‌କେ ଦେକ୍‌ବାକେ? ଦେକା, ଜନ୍‌ ଲକ୍‌ମନ୍‌ ଜେ କି ସୁନ୍ଦର୍‌ ବସ୍‍ତର୍‍ ପିନ୍ଦିକରି, ସୁକର୍‌ ସଙ୍ଗ୍‌ ଦିନ୍‌ ବିତାଇବାଇ, ସେମନ୍‌ ତା ରାଜାର୍‌ ନଅରେ ରଇବାଇ ।
26 ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ।
୨୬ସେନ୍ତାର୍‌ ନଇଲେ କାଇକେ ବାରଇ ଜାଇରଇଲାସ୍‌? କାଇ ଗଟେକ୍‌ ବବିସତ୍‌ବକ୍‌ତାକେ ଦେକ୍‌ବାକେ? ମୁଇ ତମ୍‌କେ ସତ୍‌ କଇଲିନି, ଜଅନ୍‌ ବବିସତ୍‌ବକ୍‌ତାମନର୍‌ ତେଇଅନି ମିସା ଅଦିକାର୍‌ ର‍ଇବା ଲକ୍‌ ।”
27 ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
୨୭ଜାର୍‌ ବିସଇ ନେଇକରି ଦରମ୍‌ ସାସ୍‌ତରେ ଲେକାଆଚେ । ପର୍‌ମେସର୍‌ କଇଲା, “ଆମେ ନିଜର୍‌ ଦୁତ୍‌କେ ତମର୍‌ ଆଗେ ପାଟାଇଲୁନି, ସେ ତମର୍‌ ମୁଆଟେ ତମର୍‌ପାଇ ବାଟ୍‌ ତିଆର୍‌ କର୍‌ସି, ଏ ସେ ଲକ୍‌ ।
28 ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।”
୨୮ମୁଇ ତମ୍‌କେ ସତ୍‌ କଇଲିନି, ମାଇଜିମନର୍‌ ଟାନେଅନି ଜାତ୍‌ କରିରଇବା ସବୁର୍‌ ବିତ୍‌ରେ, ଜଅନର୍‌ ଟାନେଅନି ଆରି ମୁକିଅ କେ ମିସା ନାଇ, ଏଲେମିସା ପର୍‌ମେସରର୍‌ ରାଇଜେ ଜେ ସାନ୍‌, ସେ ଜଅନର୍‌ ଟାନେଅନି ବଡ୍‌ ।”
29 ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ;
୨୯ଜନ୍‌ଲକ୍‌ମନ୍‌ ଏ ସବୁ କାତା ସୁନ୍‌ତେରଇଲାଇ, ସେମନ୍‌, ଜେନ୍ତାରିକି ସିସ୍‌ତୁମାଙ୍ଗୁମନ୍‌ ମିସା ପର୍‌ମେସରର୍‌ ଦାବିକଲାଟା ମାନି ଜଅନର୍‌ ଟାନେ ଡୁବନ୍‌ ନେଇରଇଲାଇ ।
30 କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।
୩୦ମାତର୍‌ ପାରୁସିମନ୍‌ ଆରି ନିଅମ୍‌ ସିକାଉମନ୍‌ ତାକର୍‌ ଜିବନର୍‌ପାଇ ପର୍‌ମେସର୍‌ କରିରଇବା ଜଜ୍‌ନା ମାନତ୍‌ନାଇ, ଆରି ଜଅନର୍‌ଟାନେ ଡୁବନ୍‌ ନେଅତ୍‌ନାଇ ।
31 “ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ?
୩୧ଜିସୁ ଆରିତରେକ୍‌ କଇଲା, ଏବର୍‌ ଲକ୍‌ମନ୍‌କେ ମୁଇ କାର୍‌ ସଙ୍ଗ୍‍ ସମାନ୍‌ କର୍‌ବି? ଆରି ସେମନ୍‌ କାର୍‌ ପାରା?
32 ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ‘ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି।’
୩୨ଜନ୍‌ ପିଲାମନ୍‌ ଡାଣ୍ଡେବାଟେ ବସି ସେମନ୍‌ ସେମନ୍‌ ଡାକାଡାକିଅଇ କୁଆକୁଇ ଅଇବାଇ, “ଅଇରେ, ଆମେ ତମର୍‌ଲଗେ ବାଉଁସି ପୁକ୍‌ଲୁ, ତମେ ନାଟ୍‌ କରାସ୍‌ନାଇ, ଦୁକର୍‌ ଗିତ୍‌ ଗାଇଲୁ, ତମେ କାନ୍ଦାସ୍‌ନାଇ, ସେମନ୍‌ ତାକର୍‌ପାରା ।
33 କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ।’
୩୩କାଇକେବଇଲେ, ଡୁବନ୍‌ ଦେଉ ଜଅନ୍‌ ଆସି ଉପାସେ ରଇ, ଆମଟ୍‌ ଅଇଲା ପଲ୍‌ରସ୍‌ ମିସା କାଏନାଇ, ଆରି ତମେ ତାକେ କଇଲାସ୍‌ନି ଡୁମା ଦାରିଆଚେ ବଲି ।
34 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ‘ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ।’
୩୪ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍‌ କଇଲାସ୍‌ନି, ଦେକା ଅ! ଏ ଗଟେକ୍‌ କାଉରାଟା ଆରି ମଦୁଆଟା, ସିସ୍‌ତୁମାଙ୍ଗୁମନର୍‌ ଆରି ପାପିମନର୍‌ ମଇତର୍‌ ।
35 ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନମାନଙ୍କ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହୋଇଅଛି।”
୩୫ମାତର୍‌ ଜନ୍‌ଲକ୍‌ମନ୍‌ ପର୍‌ମେସରର୍‌ ଗିଆନ୍‌ ମାନ୍‌ବାଇ, ସେମନର୍‌ଟାନେ ମାପ୍‌ରୁ ସତ୍‌ ଇସାବେ ଡିସ୍‌ସି ।”
36 ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ।
୩୬ଆରି ପାରୁସିମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜିସୁକେ କାଇବାକେ ଡାକ୍‌ଲା । ତେଇ ଜିସୁ ପାରୁସିର୍‌ ଗରେ ଜାଇକରି କାଇବାକେ ବସ୍‌ଲା ।
37 ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,
୩୭ଆରି ଦେକା, ସେ ନଅରେ ଗଟେକ୍‌ ପାପି ମାଇଜି ରଇଲା । ଜିସୁ ପାରୁସିର୍‌ ଗରେ କାଇବାକେ ବସିଆଚେ ବଲି ଜାନିକରି, ସେ ଗଟେକ୍‌ କଣ୍ଡିତେଇ ବାସ୍‌ନା ଚିକନ୍‌ ଆନ୍‌ଲା ।
38 ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା।
୩୮ପଚ୍‌ବାଟେ ଜିସୁର୍‌ ପାଦ୍‌ଲଗେ ଟିଆଅଇ ଆଁସୁ ଜରାଇ ଜରାଇ ତାର୍‌ ଆଁସୁ ପାନି ସଙ୍ଗ୍‌ ଜିସୁର୍‌ ପାଦ୍‌ ବିଜାଇକରି ତାର୍‌ ଚେଣ୍ଡିସଙ୍ଗ୍‌ ସେଟା ପୁଚ୍‌ବାର୍‌ ଦାର୍‌ଲା । ଆରି ତାର୍‌ ପାଦେ ଚୁମି ଚୁମି କରି ସେ ଚିକନ୍‌ ଲାଗାଇବାର୍‌ ଦାର୍‌ଲା ।
39 ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍‍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା।
୩୯ସେଟା ଦେକିକରି ଜନ୍‌ ପାରୁସି ତାକେ ଡାକିରଇଲା, ସେ ମନେ ମନେ ବାବ୍‌ଲା, “ଜଦି ଏ ଲକ୍‌ ବବିସତ୍‌ବକ୍‌ତା ଅଇରଇତା ବଇଲେ, ଆକେ ଜେ ଚିଇଲାନି, ସେ କେ ଆରି ସେଟା କେନ୍ତାର୍‌ ମାଇଜି, ବଲି ଜାନ୍‌ତା । କାଇକେବଇଲେ ସେ ଗଟେକ୍‍ ପାପି ମାଇଜି ।”
40 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି।” ସେ କହିଲେ, ଗୁରୁ, କୁହନ୍ତୁ।
୪୦ଜିସୁ ତାକେ କ‍ଇଲା, “ସିମନ୍‌ ତକେ ମୁଇ ଅଲପ୍‌ କଇବାର୍‌ ଆଚେ ।” ସେ କଇଲା, “ଗୁରୁ କୁଆ ତେବେ ।”
41 “ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ ପଚାଶ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିଲା।
୪୧“ଗଟେକ୍‌ ସାଉକାରର୍‌ ରୁନ୍‌ ନେଇରଇବା ଦୁଇଲକ୍‌ ରଇଲାଇ, ଗଟେକ୍‌ଲକ୍‌ ପାଁଚ୍‌ସ ରୁପାଟାଙ୍ଗା ଆରି ଗଟେକ୍‌ଲକ୍‌ ପଚାସ୍‌ ରୁପାଟାଙ୍ଗା ରୁନ୍‌ କରିରଇଲାଇ ।
42 ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?”
୪୨ରୁନ୍‌ ବାନ୍ଦ୍‌ବାକେ ସେମନ୍‌କେ କାଇଟା ନ ରଇଲାଜେ, ସାଉକାର୍‌ ଦୁଇଲକର୍‌ ଜାକ ରୁନ୍‌ ଚାଡିଦେଲା । ତେବେ ସେମନର୍‌ ବିତ୍‌ରେ କେ ତାକେ ବେସି ଆଲାଦ୍‌ କର୍‌ସି?”
43 ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ। ସେ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ବିଚାର କଲ।”
୪୩ସିମନ୍‌ କ‍ଇଲା, “ମୁଇ ବାବ୍‌ଲିନି, ସାଉକାର୍‌ ଜାକେ ଅଦିକ୍‌ ରୁନ୍‌ ଚାଡିଦେଲା, ସେ ।” ଜିସୁ ତାକେ କଇଲା, “ତମେ ଟିକ୍ ବିଚାର୍‌ କଲାସ୍‌ ।”
44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, “ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା।
୪୪ଆରି ଜିସୁ ସେ ମାଇଜିର୍‌ବାଟେ ମୁ ବୁଲାଇକରି ସିମନ୍‌କେ କଇଲା, “ଏ ମାଇଜିକେ ଦେକ୍‌ଲୁସ୍‌ନି? ମୁଇ ତମର୍‌ ଗରେ ଆଇଲି, ମକେ ଗଡ୍‌ ଦଇବାକେ ପାନି ଦିଆସ୍‌ନାଇ, ମାତର୍‌ ଏ ତାର୍‍ ଆଁସୁପାନି ସଙ୍ଗ୍‌ ମର୍‌ ପାଦ୍‌ ବିଜାଇ ତାର୍‍ ଚେଣ୍ଡିସଙ୍ଗ୍‌ ସେଟା ପୁଚିଦେଲା ।
45 ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ।
୪୫ତମେ ମକେ ଚୁମାସ୍‌ନାଇ, ମାତର୍‌ ମୁଇ ବିତ୍‌ରେ ଆଇଲା ବେଲେଅନି ଏ ମର୍‌ ପାଦେ ଚୁମି ଚୁମି, ତାକେନାଇ ।
46 ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା।
୪୬ତମେ ମକେ ସନ୍‌ମାନର୍‌ ସଙ୍ଗ୍‌ ମୁଣ୍ଡେ ଚିକନ୍‌ ଲାଗାଆସ୍‌ନାଇ, ମାତର୍‌ ଏ ମର୍‌ ପାଦେ ବାସ୍‌ନା ଚିକନ୍‌ ଲାଗାଇଲା ।
47 ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ।”
୪୭ତେବର୍‌ପାଇ ମୁଇ ତକେ କଇଲିନି, ଏ ମାଇଜିର୍‌ କେତେ କେତେ ପାପ୍‌ କେମାଅଇଲାଆଚେ, କାଇକେବଇଲେ ସେ ବେସି ଆଲାଦ୍‌ କଲା, ମାତର୍‌ ଜାକେ ଅଲପ୍‌ କେମା ଦିଆଅଇସି, ସେ ଅଲପ୍‌ ଆଲାଦ୍‌ କର୍‌ସି ।”
48 ଆଉ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ପାପସବୁ କ୍ଷମା ହୋଇଅଛି।”
୪୮ଆରି ଜିସୁ ସେ ମାଇଜିକେ କଇଲା, “ତର୍‌ ସବୁ ପାପ୍‌ କେମା ଅଇଲା ଆଚେ ।”
49 ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ?
୪୯ତେଇ ଜିସୁର୍‌ସଙ୍ଗ୍‍ କାଇବାକେ ବସିରଇବା ଲକ୍‌ମନ୍‌ ମନେ ମନେ କଇବାର୍‌ ଦାର୍‌ଲାଇ, “ପାପ୍‌ ମିସା କେମାକଲାନିଜେ, ଏ କେ?”
50 କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ।”
୫୦ମାତର୍‌ ଜିସୁ ସେ ମାଇଜିକେ କଇଲା, “ତୁଇ ମକେ ବିସ୍‌ବାସ୍‌ କଲାର୍‌ପାଇ ବଲି ରକିଆ ପାଇଆଚୁସ୍‌, ସାନ୍ତିସଙ୍ଗ୍‍ ଉଟିଜା ।”

< ଲୂକ 7 >