< ଲୂକ 3 >

1 ତିବିରୀୟା କାଇସରଙ୍କ ଶାସନର ପନ୍ଦର ବର୍ଷରେ, ଯେତେବେଳେ ପନ୍ତିୟ ପୀଲାତ ଯିହୂଦିୟା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲୀର ସାମନ୍ତରାଜା ଥିଲେ, ଆଉ ତାହାଙ୍କ ଭାଇ ଫିଲିପ୍ପ ଈତୂରୀୟା ଓ ତ୍ରାଖୋନୀତି ପ୍ରଦେଶର, ପୁଣି, ଲୂସାନୀୟା ଅବିଲୀନୀର ସାମନ୍ତରାଜା ଥିଲେ
ବଡ୍‌ ସାସନ୍‌କାରିଆ ତିବିରିଆ କାଇସର୍‌ ସାସନ୍‌ କର୍‌ବା ପନ୍ଦ୍‌ର ବରସ୍‌ ଅଇଲାବେଲେ, ପାନ୍ତିୟ ପିଲାତ୍‌ ଜିଉଦା ରାଇଜ୍‌ ସାସନ୍‌ କର୍‌ତେରଇଲା । ଆରି ଏରଦ୍‌ ଗାଲିଲିର୍‌ ସାସନ୍‌କାରିଆ ରଇଲା । ଏରଦର୍‌ ବାଇ ପିଲିପ୍‌ ଇତୁରିଆ ଆରି ତାକ୍‌ନିତ୍‌ ରାଇଜର୍‌ ସାମନ୍ତ୍‌ ରାଜା ରଇଲା । ଲୁସାନିଆ ନାଉଁର୍‌ ଗଟେକ୍‌ ଲକ୍‌ ଅବିଲିନି ରାଇଜର୍‌ ସାମନ୍ତ୍‌ ରାଜା ରଇଲା ।
2 ଏବଂ ହାନାନ ଓ କୟାଫା ମହାଯାଜକ ଥିଲେ, ସେତେବେଳେ ଈଶ୍ବରଙ୍କ ବାକ୍ୟ ପ୍ରାନ୍ତରରେ ଜିଖରୀୟଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା।
ଆନାନ୍‌ ଆରି କୟାପ୍‌ ନାଉଁର୍‌ ଦୁଇ ଲକ୍‌ ବଡ୍‌ ପୁଜାରି ରଇଲାଇ । ସେବେଲେ ଜିକରିୟର୍‌ ପଅ ଜଅନ୍‌, ମରୁବାଲି ବୁଏଁ ରଇଲାବେଲେ ପର୍‌ମେସରର୍‌ କାତା ସେ ସୁନ୍‍ଲା ।
3 ସେଥିରେ ସେ ଯର୍ଦ୍ଦନ ନଦୀର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ,
ଜର୍‌ଦନ୍‌ ଗାଡ୍‌ ଲଗେ ରଇବା ଲଗର୍‌ ପାକର୍‌ ଗାଉଁଗଣ୍ଡାଇ ଜାଇ ଜଅନ୍‌ ପାପ୍‌ କେମାର୍‌ ଲାଗି, ପାପ୍‌କାମ୍‌ ଚାଡିକରି ମାପ୍‌ରୁର୍‌ ବାଟେ ଆସି ଡୁବନ୍‌ ନେବାକେ ଜାନାଇବାର୍‌ ଦାର୍‌ଲା ।
4 ଯେପରି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର;
ଜେନ୍ତାରି ଜିସାୟ ବବିସତ୍‌ବକ୍‌ତା ସୁନାଇରଇବା ସାସ୍‌ତରେ ଲେକା ଅଇଲାଆଚେ, “ମରୁବାଲିବୁଏଁ ଆଉଲିଅଇ କଇବା ଗଟେକ୍‌ ଲକ୍‌ ସବଦ୍‌ କରି କଇଲାନି, ମାପ୍‌ରୁ ଆଇବାଟା ତିଆର୍‌କରା, ତାର୍‌ ଆଇବା ବାଟ୍‌ ସଲ୍‌କାଆ ।
5 ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;
ବଡ୍‌ ବଡ୍‌ ଡଙ୍ଗର୍‌ ପର୍‌ବତ୍‌ ସବୁ ସଦ୍‌ରମ୍‌ ଅଇକରି ଗାଡ୍‌ କଣ୍ଡି କଣ୍ଡି ରଇବା ଆଁଟାଲ୍‌ ବୁଟାଲ୍‌ ସାର୍‌ଦି ଅଇସି, ବାଁକ୍‌ ଟେକ୍‌ ବାଟ୍‌ ସଲକ୍‌ ଅଇସି, ଆରି କାଲ୍‌ ଡେପ୍‌ ଜମି ସଦ୍‌ରମ୍‌ ଅଇଜାଇସି ।
6 ପୁଣି, ସମସ୍ତ ମନୁଷ୍ୟ ଈଶ୍ବରଙ୍କ ପରିତ୍ରାଣ ଦେଖିବେ।
ମଚ୍‌ପୁରର୍‌ ସବୁଲକ୍‌ ପର୍‌ମେସରର୍‌ ଉଦାର୍‍କାରିଆକେ ଦେକ୍‌ବାଇ ।”
7 ଅତଏବ, ଯୋହନ ତାହାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
ଜଅନ୍‌ଟାନେ ଡୁବନ୍‌ ନେବାର୍‍ଲାଗି ବାରଇ ଆଇବା ଲକ୍‌ମନ୍‌କେ ସେ କଇଲା, “ଏ ବିସ୍‌ ରଇଲା ସାଁପର୍‌ ବଁସର୍‌ ଲକ୍‌ମନ୍‌, ଆଇବା ପର୍‌ମେସରର୍‌ କପେଅନି ପାଲାଇବାକେ ତମ୍‌କେ କେ ଚେତ୍‌ନା ଦେଲା?
8 ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର; ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ସୁଦ୍ଧା ଏପରି କୁହ ନାହିଁ; କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
ତେବର୍‌ପାଇ ପାପ୍‌କାମ୍‌ ଚାଡି ନିକ କାମ୍‌ କରା, ଅବ୍‌ରାଆମ୍‌ତା ଆମର୍‌ ଆନିଦାଦି ବଲି ମନେ ମନେ ବାବାନାଇ, କାଇକେବଇଲେ ମୁଇ ତମ୍‌କେ କଇଲିନି, ପର୍‌ମେସର୍‌ ଏ ପାକ୍‌ନାମନର୍‌ଟାନେଅନି ମିସା ଅବ୍‌ରାମର୍‌ ପିଲାଜିଲା ଉବ୍‌ଜାଇ ପାର୍‌ସି ।
9 ଆଉ, ଏବେ ସୁଦ୍ଧା ଗଛଗୁଡ଼ାକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
ଏବେମିସା ଗଚ୍‌ମନର୍‌ ବୁନ୍ଦେ କୁରାଡି ଲାଗିଆଚେ, ତେବର୍‌ପାଇ ଜନ୍‌ ଗଚ୍‌ ନିମାନ୍‌ ପଲ୍‌ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗାଅଇସି ।”
10 ଏଥିରେ ଲୋକସମୂହ ତାହାଙ୍କୁ ପଚାରିବାକୁ ଲାଗିଲେ, ତାହାହେଲେ ଆମ୍ଭେମାନେ କଅଣ କରିବା?
୧୦ତେଇ ଲକ୍‌ମନ୍‌ ଜଅନ୍‌କେ ପାଚାର୍‌ଲାଇ, “ସେନ୍ତାର୍‌ ଆଲେ ଆମେ କାଇଟା କର୍‌ବୁ?”
11 ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର ଦୁଇଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ, ତାହାକୁ ଗୋଟିଏ ଦେଉ; ପୁଣି, ଯାହାର ଖାଦ୍ୟ ଅଛି, ସେ ସେହିପରି କରୁ।
୧୧ଜଅନ୍‌ ସେମନ୍‌କେ କ‍ଇଲା “ଜାର୍‌ଟାନେ ଦୁଇଟା ପିନ୍ଦ୍‌ବା ଲୁଗା ଆଚେ, ଜାକେ ନାଇ, ତାକେ ସେ ଗଟେକ୍‌ ଦେଅ, ଆରି ଜାର୍‌ଟାନେ କାଦି ଆଚେ, ସେ ମିସା ସେନ୍ତାରି ବାଟା କରି ଦେଅ ।”
12 କରଗ୍ରାହୀମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାହାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଅଣ କରିବା?
୧୨ସିସ୍‌ତୁମାଙ୍ଗୁମନ୍‌ ମିସା ଡୁବନ୍‌ ନେବାକେ ଆସି ତାକେ ପାଚାର୍‌ଲାଇ “ଏ ଗୁରୁ ଆମେ କାଇଟା କର୍‌ବୁ?”
13 ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯେତିକି ନିୟମ ଅଛି, ତାହାଠାରୁ ଅଧିକ ଆଦାୟ କର ନାହିଁ।
୧୩ଜଅନ୍‌ ସେମନ୍‌କେ କଇଲା, “ତମର୍‌ ଜେତ୍‌କି ନେବାର୍‌ ଅଦିକାର୍‌ ଆଚେ, ତାର୍‌ତେଇଅନି ଅଦିକ୍‌ ମାଙ୍ଗା ନାଇ ।”
14 ସୈନିକମାନେ ମଧ୍ୟ ତାହାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଅଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାର ଧନ ହରଣ କର ନାହିଁ, ପୁଣି, ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ।
୧୪ସନିଅମନ୍‌ ମିସା ତାକେ ପାଚାର୍‌ବାର୍‌ ଦାର୍‌ଲାଇ, “ଆରି ଆମେ କାଇଟା କର୍‌ବୁ?” ଜଅନ୍‌ ସେମନ୍‌କେ କଇଲା, “ବପୁ ଦେକାଇ କାଇଟା ମିସା ଜିକି ଆନା ନାଇ କି ନାଡାଇକରି କାର୍‌ ଦନ୍‌ସଁପତି ଆନା ନାଇ, ତମ୍‌କେ ଜେତ୍‌କି କୁଲି ମିଲ୍‌ଲାନି ସେତ୍‌କି ନେଇକରି ସାର୍‌ଦା ସଙ୍ଗ୍‌ ରୁଆ ।”
15 ଲୋକେ ଅପେକ୍ଷାରେ ଥିବାରୁ ଓ ଯୋହନ କେଜାଣି ଖ୍ରୀଷ୍ଟ ହେବେ, ଏହା ତାହାଙ୍କ ବିଷୟରେ ସମସ୍ତେ ଆପଣା ଆପଣା ମନରେ ତର୍କବିତର୍କ କରୁଥିବାରୁ,
୧୫ଲକ୍‌ମନ୍‌ ଆସାଅଇ କିରିସ୍‌ଟକେ ଜାଗ୍‌ତେ ରଇଲାଇ ଜେ, କେଡେବେଲେ ଏ ମିସା କିରିସ୍‌ଟ ଅଇରଇସି ବଲି ବାବି, ଜଅନର୍‌ ବିସଇ ଚିନ୍ତା କର୍‌ତେରଇଲାଇ ।
16 ଯୋହନ ସମସ୍ତଙ୍କୁ ଉତ୍ତର ଦେଲେ, ମୁଁ ସିନା ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ଆସୁଅଛନ୍ତି, ତାହାଙ୍କର ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
୧୬ତେବେ ଜଅନ୍‌ ସବୁଲକ୍‌ମନ୍‌କେ କ‍ଇଲା, “ମୁଇସିନା ତମ୍‌କେ ପାନିଟାନେ ଡୁବନ୍‌ ଦେଲିନି, ମାତର୍‌ ମର୍‌ଟାନେଅନି ଅଦିକ୍‌ ବପୁର୍‌ଲକ୍‌ ଆଇଲାନି, ମୁଇ ତାର୍‌ ଗତିଦାଙ୍ଗ୍‌ଡା ଅଇ ପାଦର୍‌ ପାଣ୍ଡଇ ମିସା କୁସ୍‌ଲାଇବାକେ ମର୍‍ ଅଦିକାର୍‍ ନାଇ । ସେ ତମ୍‌କେ ଜଇସଙ୍ଗ୍‌ ଆରି ସୁକଲ୍‌ ଆତ୍‌ମାଇ ଡୁବନ୍‌ ଦେଇସି ।
17 ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ।
୧୭ତାର୍‌ ଆତେ କୁଲାଆଚେ, ତେବେ ସେ କଟାରେ ରଇଲା ଦାନ୍‌ ପରିଚଲ୍‌ କରି ଟୁଲିଆଇ କଲ୍‌କିଟାନେ ସଙ୍ଗଇସି । କାଇ କାମେ ନ ଆଇବାଟା ଜାକ ସବୁବେଲେ ଲାଗିରଇବା ଜଇଟାନେ ପଡାଇଦେଇସି ।”
18 ସେ ଏହିପରି ଅନେକ ଉପଦେଶ ଦେଇ, ପୁଣି, ବିଭିନ୍ନ ପ୍ରକାର ଉତ୍ସାହଜନକ ବାକ୍ୟ କହି ଲୋକଙ୍କ ନିକଟରେ ସୁସମ୍ବାଦ ପ୍ରଚାର କରୁଥିଲେ;
୧୮ଜଅନ୍‌ ଏନ୍ତାରି କେତେକ୍‌ କେତେକ୍‌ ଉପ୍‌ଦେସ୍‌ ଦେଇକରି ଲକ୍‌ମନ୍‌କେ ମାପ୍‌ରୁର୍‌ବାଟେ ଆଇବାକେ ମନ୍‌ କରାଇତେରଇଲା ଆରି ମାପ୍‌ରୁର୍‌ ନିକ କାତା ସୁନାଇତେରଇଲା ଆରି ପାପ୍‌ କର୍‌ବାଟାନେଅନି ବାଅଡ୍‌ବାକେ ବୁଜାଇତେରଇଲା ।
19 କିନ୍ତୁ ସାମନ୍ତରାଜା ହେରୋଦ ନିଜ ଭାଇଙ୍କ ଭାର୍ଯ୍ୟା ହେରୋଦିଆଙ୍କ ବିଷୟରେ ଏବଂ ନିଜେ କରିଥିବା ସମସ୍ତ ଦୁଷ୍କର୍ମ ବିଷୟରେ ଯୋହନଙ୍କ ଦ୍ୱାରା ଅନୁଯୋଗ ପାଇବାରୁ,
୧୯ମାତର୍‌ ସାମନ୍ତ ରାଜା ଏରଦ୍‌ ନିଜର୍‌ ବାଇର୍‌ ମାଇଜି ଏରଦିଆକେ ସଙ୍ଗଇଲାକେ ତାର୍‌ କରିରଇବା ବିନ୍‌ ବିନ୍‌ ପାପ୍‌କାମର୍‌ ବିସଇ ଜାନି ଜଅନ୍‌ ତାକେ ଦମ୍‌କାଇତେରଇଲା ।
20 ସେ ଯୋହନଙ୍କୁ କାରାଗାରରେ ବନ୍ଦୀ କରି ନିଜର ସମସ୍ତ ଦୁଷ୍କର୍ମ ସହିତ ଏହା ମଧ୍ୟ ଯୋଗ କଲେ।
୨୦ଏରଦ୍‌ ଜଅନ୍‌କେ ବନ୍ଦିକରି ସେ କରିରଇବା ସବୁ ପାପ୍‌କାମର୍‌ ସଙ୍ଗ୍‌ ଏ ବଡ୍‌ ପାପ୍‌ ମିସା ଜଡ୍‌ଲା ।
21 ସମସ୍ତ ଲୋକ ବାପ୍ତିଜିତ ହେଲା ପରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା ସମୟରେ ଆକାଶ ଖୋଲା ହେଲା,
୨୧ସବୁଲକ୍‌ ଡୁବନ୍‌ ନେଲା ପଚେ ଜିସୁ ମିସା ଡୁବନ୍‌ ନେଲା । ଆରି ପାର୍‌ତନା କର୍‌ବାବେଲେ, ଏଦେ ଦେକା! ବାଦଲ୍‌ ଉଗାଡିଅଇଗାଲା,
22 ପୁଣି, ପବିତ୍ର ଆତ୍ମା କପୋତର ଦେହ ଧାରଣ କରି ତାହାଙ୍କ ଉପରକୁ ଓହ୍ଲାଇ ଆସିଲେ; ଆଉ ଆକାଶରୁ ଏହି ବାଣୀ ହେଲା, ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।
୨୨ଆରି ସୁକଲ୍‌ ଆତ୍‌ମା ପରୁଆର୍‌ ଗାଗଡ୍‌ ଦାରି ଉତ୍‌ରି ଆସି, ଜିସୁର୍‌ ଉପ୍‌ରେ ବସ୍‌ଲା । ସର୍‌ଗେଅନି ଗଟେକ୍‌ ଏନ୍ତାରି ସବଦ୍‌ ଆଇଲା, “ତୁଇସେ ମର୍‌ ଆଲାଦର୍‌ ପିଲା, ତର୍‌ଟାନେ ମୁଇ ବେସି ସାର୍‌ଦା ଅଇଲିନି ।”
23 ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; ଲୋକଙ୍କ ଧାରଣାନୁସାରେ ସେ ଯୋଷେଫଙ୍କ ପୁତ୍ର; ଯୋଷେଫ ଏଲୀଙ୍କ ପୁତ୍ର,
୨୩ଜିସୁ ପର୍‌ମେସରର୍‌ କାମ୍‌ ଆରମ୍‌ କଲାବେଲେ ତାକେ ତିରିସ୍‌ ବରସ୍‌ ଅଇରଇଲା । ଲକ୍‌ମନର୍‌ ବାବ୍‌ନା ଇସାବେ, ଜିସୁ ଜସେପର୍‌ ପଅ, ଜସେପ୍‌ ଏଲିର୍‌ ପଅ ।
24 ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
୨୪ଏଲି ମତ୍‌ତାତର୍‌ ପଅ, ମତ୍‌ତାତ୍‌ ଲେବିର୍‌ ପଅ, ଲେବି ମଲ୍‌କିର୍‌ ପଅ, ମଲ୍‌କି ଜନୟର୍‌ ପଅ, ଜନୟ ଜସେପର୍‌ ପଅ,
25 ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର,
୨୫ଜସେପ୍‌ ମତିତିଆର୍‌ ପଅ, ମତିତିଆ ଅମସର୍‌ ପଅ, ଅମସ୍‌ ନାଉମର୍‌ ପଅ, ନାଉମ୍‌ ଏସ୍‌ମିର୍‌ ପଅ, ଏସ୍‌ମି ନଗୟର୍‌ ପଅ,
26 ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
୨୬ନଗୟ ମଅତର୍‌ ପଅ, ମଅତ୍‌ ମତିତିଆର୍‌ ପଅ, ମତିତିଆ ସମଇର୍‌ ପଅ, ସମୟି ଜସେକର୍‌ ପଅ, ଜସେକ୍‌ ଜଦାର୍‌ ପଅ,
27 ଯୋଦା ଯୋହନଙ୍କ ପୁତ୍ର, ଯୋହନ ରେଷାଙ୍କ ପୁତ୍ର, ରେଷା ଜିରୁବାବିଲଙ୍କ ପୁତ୍ର, ଜିରୁବାବିଲ ଶଲ୍‍ଟୀୟେଲ୍‍ଙ୍କ ପୁତ୍ର, ଶଲ୍‍ଟୀୟେଲ୍ ନେରୀଙ୍କ ପୁତ୍ର,
୨୭ଜଦା ଜଅନର୍‌ ପଅ, ଜଅନ୍‌ ରେସାର୍‌ ପଅ, ରେସା ଜିରୁବାବେଲର୍‌ ପଅ, ଜିରୁବାବେଲ୍‌ ସିଅଲ୍‌ତିଏଲର୍‌ ପଅ, ସଅଲ୍‌ତିଏଲ୍‌ ନେରିର୍‌ ପଅ,
28 ନେରୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଅଦ୍ଦୀଙ୍କ ପୁତ୍ର, ଅଦ୍ଦୀ କୋସାମଙ୍କ ପୁତ୍ର, କୋସାମ ଏଲ୍ମଦାନଙ୍କ ପୁତ୍ର, ଏଲ୍ମଦାନ ଏରଙ୍କ ପୁତ୍ର,
୨୮ନେରି ମଲ୍‌କିର୍‌ ପଅ, ମଲ୍‌କି ଅଦିର୍‌ ପଅ, ଅଦି କସାମର୍‌ ପଅ, କସାମ୍‌ ଏଲୁଦାନର୍‌ ପଅ, ଏଲୁଦାନ୍‌ ଏରର୍‌ ପଅ,
29 ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟାଜରଙ୍କ ପୁତ୍ର, ଏଲୀୟାଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
୨୯ଏର ଜିୟସୁଅର୍‌ ପଅ, ଜିୟସୁଅ ଏଲିଏଜର୍‌ ପଅ, ଏଲିଏଜ୍‌ ଜରିମର୍‌ ପଅ, ଜରିମ୍‌ ମତ୍‌ତାତର୍‌ ପଅ, ମତ୍‌ତାତ୍‌ ଲେବିର୍‌ ପଅ,
30 ଲେବୀ ଶିମିୟୋନଙ୍କ ପୁତ୍ର, ଶିମିୟୋନ ଯିହୂଦାଙ୍କ ପୁତ୍ର, ଯିହୂଦା ଯୋଷେଫଙ୍କ ପୁତ୍ର, ଯୋଷେଫ ଯୋନାମଙ୍କ ପୁତ୍ର, ଯୋନାମ ଏଲୀୟାକୀମଙ୍କ ପୁତ୍ର,
୩୦ଲେବି ସିମିୟନର୍‌ ପଅ, ସିମିୟନ୍‌ ଜିଉଦାର୍‌ ପଅ, ଜିଉଦା ଜସେପର୍‌ ପଅ, ଜସେପ୍‌ ଜନାମର୍‌ ପଅ, ଜନାମ୍‌ ଏଲିଆକିମର୍‌ ପଅ,
31 ଏଲୀୟାକୀମ ମଲାହଙ୍କ ପୁତ୍ର, ମଲାହ ମନ୍ନାଙ୍କ ପୁତ୍ର, ମନ୍ନା ମତ୍ତଥାଙ୍କ ପୁତ୍ର, ମତ୍ତଥା ନାଥନଙ୍କ ପୁତ୍ର, ନାଥନ ଦାଉଦଙ୍କ ପୁତ୍ର,
୩୧ଏଲିଆକିମ୍‌ ମଲାଅର୍‌ ପଅ, ମଲାଅ ମନାର୍‌ ପଅ, ମନା ମତତାର୍‌ ପଅ, ମତତା ନାତନର୍‌ ପଅ, ନାତନ୍‌ ଦାଉଦର୍‌ ପଅ,
32 ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
୩୨ଦାଉଦ୍‌ ଜିୟସୁଅର୍‌ ପଅ, ଜିୟସୁଅ ଆବେଦର୍‌ ପଅ, ଆବେଦ୍‌ ବୟଜର୍‌ ପଅ, ବୟଜ୍‌ ସେଲଅର୍‌ ପଅ, ସେଲଅ ନଅସନର୍‌ ପଅ,
33 ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହିଷ୍ରୋଣଙ୍କ ପୁତ୍ର, ହିଷ୍ରୋଣ ପେରସଙ୍କ ପୁତ୍ର, ପେରସ ଯିହୂଦାଙ୍କ ପୁତ୍ର,
୩୩ନଅସ୍‌ ଅମିନାଦାବର୍‌ ପଅ, ଅମିନାଦାବ୍‌ ଅଦ୍‌ମିନର୍‌ ପଅ, ଅଦ୍‌ମିନ୍‌ ଅର୍‌ନିର୍‌ ପଅ, ଅର୍‌ନିର୍‌ ଏସ୍‌ରନର୍‌ ପଅ, ଏସ୍‌ରନ୍‌ ପେରସର୍‌ ପଅ, ପେରସ୍‌ ଜିଉଦାର୍‌ ପଅ,
34 ଯିହୂଦା ଯାକୁବଙ୍କ ପୁତ୍ର, ଯାକୁବ ଇସ୍‌ହାକଙ୍କ ପୁତ୍ର, ଇସ୍‌ହାକ ଅବ୍ରହାମଙ୍କ ପୁତ୍ର, ଅବ୍ରହାମ ତେରହଙ୍କ ପୁତ୍ର, ତେରହ ନାହୋରଙ୍କ ପୁତ୍ର,
୩୪ଜିଉଦା ଜାକୁବର୍‌ ପଅ, ଜାକୁବ୍‌ ଇସାକର୍‌ ପଅ, ଇସାକ୍‌ ଅବ୍‌ରାମର୍‌ ପଅ, ଅବ୍‌ରାଆମ୍ ତେରଅର୍‌ ପଅ, ତେରଅ ନାଅର୍‌ ପଅ,
35 ନାହୋର ସରୁଗଙ୍କ ପୁତ୍ର, ସରୁଗ ରଗୁଙ୍କ ପୁତ୍ର, ରଗୁ ଫେଲଗଙ୍କ ପୁତ୍ର, ଫେଲଗ ଏବରଙ୍କ ପୁତ୍ର, ଏବର ଶେଲହଙ୍କ ପୁତ୍ର,
୩୫ନାଅର୍‌ ସରୁଗର୍‌ ପଅ, ସରୁଗ୍‌ ରଗୁର୍‌ ପଅ, ରଗୁ ପେଲଗର୍‌ ପଅ, ପେଲଗ୍‌ ଏବର୍‌ ପଅ, ଏବ ସେଲଅର୍‌ ପଅ,
36 ଶେଲହ କେନାନଙ୍କ ପୁତ୍ର, କେନାନ ଅର୍ଫକ୍ଷଦଙ୍କ ପୁତ୍ର, ଅର୍ଫକ୍ଷଦ ଶେମଙ୍କ ପୁତ୍ର, ଶେମ ନୋହଙ୍କ ପୁତ୍ର, ନୋହ ଲେମଖଙ୍କ ପୁତ୍ର,
୩୬ସେଲା କଇନାନର୍‌ ପଅ, କଇନାନ୍‌ ଆର୍‌ପାକ୍‌ସଡର୍‌ ପଅ, ଆର୍‌ପାକ୍‌ସେଡର୍‌ ସେ ମର୍‌ ପଅ, ସେମ ନଅର୍‌ ପଅ, ନଅ ଲାମେକର୍‌ ପଅ,
37 ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର,
୩୭ଲାମେକ୍‌ ମିତୁସେଲଅର୍‌ ପଅ, ମିତୁସେଲଅ ଅନକର୍‌ ପଅ, ଅନକ୍‌ ଜାରେଦର୍‌ ପଅ, ଜାରେଦ୍‌ ମଅଲେଲର୍‌ ପଅ, ମଅଲେଲ୍‌ କେନାନର୍‌ ପଅ
38 କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ବରଙ୍କ ପୁତ୍ର।
୩୮କେନାନ୍‌ ଏନସର୍‌ ପଅ, ଏନସ୍‌ ସେତର୍‌ ପଅ, ସେତ ଆଦମର୍‌ ପଅ, ଆଦମ୍‌ ପର୍‌ମେସରର୍‌ ପଅ ।

< ଲୂକ 3 >