< ଲୂକ 23 >
1 ପରେ ସଭାରେ ସମସ୍ତେ ଉଠି ପୀଲାତଙ୍କ ନିକଟକୁ ଯୀଶୁଙ୍କୁ ଘେନିଗଲେ।
ଇଡ଼ିଙ୍ଗ୍ କୁକପାର୍ନେ ସାପାରେ ତଡ଼ିଆଚେ ତୁଆଁଆର୍କେ । ମେଇଙ୍ଗ୍ ଜିସୁକେ ପିଲାତ ଡାଗ୍ରା ଡୁଂୱେଆର୍କେ
2 ଆଉ ସେମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଲାଗିଲେ, ଆମ୍ଭେମାନେ ଦେଖିଲୁ, ଏ ଲୋକଟା ଆମ୍ଭମାନଙ୍କ ଜାତିକୁ ରାଜଦ୍ରୋହ କରୁଅଛି ଏବଂ କାଇସରଙ୍କୁ କର ଦେବା ନିଷେଧ କରୁଅଛି ଓ ଆପଣାକୁ ଖ୍ରୀଷ୍ଟ, ରାଜା ବୋଲି କହୁଅଛି।
ମେଇଂ ଜିସୁକେ ଦସ୍ ବିଃନେ ଲାଗେକେ । ମେଇଂ ପିଲାତକେ ବାସଙ୍ଗ୍କେ “ନେନେ ରେମୁଆଁଇଂକେ ରାଇଜ୍ ବିରଦ୍ରେ ବାସଙ୍ଗ୍ନେ ବେଲା ନେ ଆକ୍ମେକେ ସାଃନେବକେ । ମେଁ ରେମୁଆଁଇଂକେ ବାସଙ୍ଗ୍ଡିଙ୍ଗ୍କେ ଜେ କାଇସର୍କେ ସିସ୍ତୁ ବିଃନ୍ସା ଦର୍କାର୍ ଣ୍ଡୁ । ମେଁ ନିଜ୍କେ କିସ୍ଟ ଆରି ଇଃସାଙ୍ଗ୍ ଡାଗ୍ଚେ ବାସଙ୍ଗ୍ ଡିଙ୍ଗ୍କେ ।”
3 ଏଥିରେ ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।”
ପିଲାତ ଜିସୁକେ ସାଲ୍ୟାକୁକେ “ନାନେ ମେଁନେ ଜିଉଦିଇଂନେ ଇଃସାଙ୍ଗ୍?” ଜିସୁ ଉତର୍ ବିକେ “ନାନେ ତ ବାସଙ୍ଗ୍ ନାଡିଙ୍ଗ୍ ।”
4 ଏଥିରେ ପୀଲାତ ପ୍ରଧାନ ଯାଜକ ଓ ଲୋକସମୂହକୁ କହିଲେ, ଆମ୍ଭେ ଏହି ଲୋକଠାରେ କୌଣସି ଦୋଷ ପାଉ ନାହୁଁ।
ପିଲାତ ମ୍ନା ପୁଜାରି ଆରି ରେମୁଆଁଇଂକେ ବାଲିର୍କେ “ଏନ୍ ରେମୁଆଁନେ ନେଙ୍ଗ୍ ମେଃଡିଗ୍ ଦସ୍ ନାକେକେ ।”
5 କିନ୍ତୁ ସେମାନେ ଆହୁରି ଦୃଢ଼ରୂପେ କହିବାକୁ ଲାଗିଲେ, ଏ ତ ଗାଲିଲୀ ପ୍ରଦେଶଠାରୁ ଆରମ୍ଭ କରି ସମଗ୍ର ଯିହୂଦିୟା ପ୍ରଦେଶରେ ଶିକ୍ଷା ଦେଇ ଲୋକସାଧାରଣଙ୍କୁ ମତାଉଅଛି।
ମେଇଂ ମାତର୍ ପ୍ରେଗ୍ପ୍ରେଗ୍ ବାଲିର୍କେ “ମେଁନେ ଗିଆନ୍ ବାନ୍ ମେଁ ଜିଉଦାନେ ଅଁପାକା ମେଁ ରେମୁଆଁଇଂକେ ଆୱିଗ୍ଡିଙ୍ଗ୍କେ । ସାମୁଆଁ ବିଡିଙ୍ଗ୍କେ । ମେଁ ଆକେନ୍ ଗାଲିଲୀନ୍ନିଆ ପାକା ମୁଲେ ବକେ । ଏବେ ମେଁ ଆକ୍ଅରିଆ ପାଙ୍ଗ୍ ଲେଃକେ ।”
6 କିନ୍ତୁ ପୀଲାତ ଏହା ଶୁଣି ପଚାରିଲେ, ଏ ଲୋକଟା କଅଣ ଜଣେ ଗାଲିଲୀୟ?
ପିଲାତ ଏନ୍ ଅଁଚେ ସାଲ୍ୟାକୁକେ ଏନ୍ ରେମୁଆଁ ମେଁନେ ଗାଲିଲୀନେ?
7 ପୁଣି, ସେ ଯେ ହେରୋଦଙ୍କ ଅଧିକାର ଅଧୀନରେ ଅଛନ୍ତି, ଏହା ଜ୍ଞାତ ହୋଇ ସେ ତାହାଙ୍କୁ ହେରୋଦଙ୍କ ନିକଟକୁ ପଠାଇଦେଲେ, ଯେଣୁ ସେ ମଧ୍ୟ ଏହି ସମୟରେ ଯିରୂଶାଲମ ସହରରେ ଥିଲେ।
ପିଲାତ ମ୍ୟାକେ ଜେ ଜିସୁ ହେରୋଦନେ ଅଦିକାର୍ ଜାଗାନେ ରେମୁଆଁ । ତେସା ପିଲାତ ଜିସୁକେ ମେଁନେ ଡାଗ୍ରା ବେବିକେ । ହେରୋଦ ଡିଗ୍ ଆତେନ୍ ବେଲା ଜିରୁସାଲାମ୍ନ୍ନିଆ ଲେଃଗେ ।
8 ହେରୋଦ ଯୀଶୁଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ, କାରଣ ସେ ତାହାଙ୍କ ବିଷୟ ଶୁଣିଥିବାରୁ ତାହାଙ୍କୁ ବହୁକାଳରୁ ଦେଖିବାକୁ ଇଚ୍ଛା କରୁଥିଲେ, ପୁଣି, ତାହାଙ୍କ ଦ୍ୱାରା କୌଣସି ଆଶ୍ଚର୍ଯ୍ୟକର୍ମ ସାଧିତ ହେବା ଦେଖିବାକୁ ଆଶା କରୁଥିଲେ।
ହେରୋଦ ଜିସୁକେ କେଚେ ଜବର୍ ସାର୍ଦା ଡିଙ୍ଗ୍କେ । ହେରୋଦ ଜିସୁନେ ବିସୟ୍ରେ ସାପା ସାମୁଆଁ ଅଁ ଆଡା ବଗେ । ଅସେବାନ୍ ଜିସୁକେ କେନ୍ସା ମେଁ ଇକ୍ଚା ଡିଙ୍ଗ୍ ଲେଃଗେ । ହେରୋଦ ଜିସୁନେ ମୁଇଙ୍ଗ୍ କାବା ସୁଗୁଆ କାମ୍ ମୁଆଃ କିକେନେ ଚାଏଁ ଡିଙ୍ଗ୍ଗେ ।
9 ଏଣୁ ସେ ତାହାଙ୍କୁ ଅନେକ କଥା ପଚାରିବାକୁ ଲାଗିଲେ, କିନ୍ତୁ ସେ ତାହାଙ୍କୁ କୌଣସି ଉତ୍ତର ଦେଲେ ନାହିଁ।
ହେରୋଦ ଜିସୁକେ ଗୁଲେ ପ୍ରସ୍ନ ସାଲ୍ୟାକୁକେ । ମାତର୍ ଜିସୁ ଆମେଇଂକେ ମେଃଡିଗ୍ ଉତର୍ ଆବିକେ ଣ୍ଡୁ ।
10 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଠିଆ ହୋଇ ତାହାଙ୍କ ବିରୁଦ୍ଧରେ ତୀବ୍ର ଭାବରେ ଅଭିଯୋଗ କରୁଥିଲେ।
ବାରି ମ୍ନା ପୁଜାରି ବାରି ଦରମ୍ ଗୁରୁଇଂ ସେନୁଗ୍ ପାଙ୍ଗ୍ଚେ ଜିସୁନେ ବିରଦ୍ରେ ଗୁଲୁଏ ସାମୁଆଁରେ ନିନ୍ଦା ଡିଙ୍ଗ୍ଆର୍କେ ।
11 ପୁଣି, ହେରୋଦ ଆପଣା ସୈନ୍ୟମାନଙ୍କ ସହିତ ତାହାଙ୍କୁ ତୁଚ୍ଛ କରି ପରିହାସପୂର୍ବକ ଚାକଚକ୍ୟ ବସ୍ତ୍ର ପିନ୍ଧାଇ ପୀଲାତଙ୍କ ନିକଟକୁ ପୁନର୍ବାର ପଠାଇଦେଲେ।
ତେନ୍ ଇଡ଼ିଂ ହେରୋଦ ଆରି ମେଁଇଙ୍ଗ୍ନେ ସନ୍ୟଇଂ ଜିସୁକେ ଇଙ୍ଗ୍ଚେ ଆର୍କେ । ଆମେକେ ଇଃସାଙ୍ଗ୍ନେ ସକା ଆସ ଆର୍କେ ମେଇଙ୍ଗ୍ ଜିସୁକେ ଆଗିଆସ ଆର୍କେ । ତେନ୍ ଇଡ଼ିଂ ହେରୋଦ ପିଲାତ ଡାଗ୍ରା ଜିସୁକେ ବେବିକେ ।
12 ସେହି ଦିନ ହେରୋଦ ଓ ପୀଲାତ ପରସ୍ପର ବନ୍ଧୁ ହେଲେ; ଏଥିପୂର୍ବେ ସେମାନଙ୍କ ପରସ୍ପର ମଧ୍ୟରେ ଶତ୍ରୁତା ଥିଲା।
ଅସେବାନ୍ ପିଲାତ ଆରି ହେରୋଦ ଏତେ ପୁରାପୁରି ସତ୍ରୁ ଲାଗେ ଲେଃଗେ ମାତ୍ରମ୍ ଆତେନ୍ ଦିନ୍ବାନ୍ ମେଁ ମ୍ୱାୟା ସାଙ୍ଗ ଡିଙ୍ଗ୍ୱେଗେ ।
13 ଏଥିଉତ୍ତାରେ ପୀଲାତ ପ୍ରଧାନ ଯାଜକ, ଅଧ୍ୟକ୍ଷ ଓ ଜନସାଧାରଣଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହିଲେ,
ପିଲାତ ମ୍ନା ପୁଜାରି ଆରି ଜିଉଦି ନେତାଇଂ ଏତେ ସାପା ରେମୁଆଁକେ ମୁଇଂନୁଗ୍ ୱାଚେ ସେଲିଆକୁକେ ।
14 ଏ ଲୋକସାଧାରଣଙ୍କୁ ବିଦ୍ରୋହୀ କରୁଅଛି ବୋଲି ତୁମ୍ଭେମାନେ ଏହାକୁ ଆମ୍ଭ ନିକଟକୁ ଆଣିଥିଲ; ଆଉ ଦେଖ, ଆମ୍ଭେ ତୁମ୍ଭମାନଙ୍କ ସାକ୍ଷାତରେ ଏହାକୁ ପ୍ରଶ୍ନ କରି, ତାହା ବିରୁଦ୍ଧରେ ତୁମ୍ଭେମାନେ ଯେ ସମସ୍ତ ଅଭିଯୋଗ କରୁଅଛ, ସେପରି କୌଣସି ଦୋଷ ଏହାଠାରେ ପାଇଲୁ ନାହିଁ।
ପିଲାତ ଆମେଇଂକେ ବାଲିର୍କେ “ପେଇଂ ଜିସୁକେ ନେଙ୍ଗ୍ଅରିଆ ଡୁଙ୍ଗ୍ପାଙ୍ଗ୍ପେବକେ । ପେ ବାସଙ୍ଗ୍ ପେଡିଙ୍ଗ୍ ଜେ ମେଁ ରେମୁଆଁ ଏତେ ରିଙ୍ଗ୍ୟା ଡିଙ୍ଗ୍କେ । ମାତ୍ରମ୍ ନେଙ୍ଗ୍ ପେନେ ସାପା ରେମୁଆଁ ତୁଆଁଲେଃକ୍ନେ ଡାଗ୍ରା ଆମେକେ ପ୍ରସ୍ନ ମ୍ପଚାରେକେ । ମେଁନ୍ନିଆ ମେଃଡିଗ୍ ଦସ୍ ନେବାକେ । ପେଇଂ ଜା ବାସଙ୍ଗ୍ ପେଡିଙ୍ଗ୍ ଜିସୁ ଦସି ଣ୍ଡୁ ।
15 ହେରୋଦ ମଧ୍ୟ ପାଇ ନାହାନ୍ତି କାରଣ ସେ ତାହାକୁ ଆମ୍ଭମାନଙ୍କ ନିକଟକୁ ପୁଣି ପଠାଇଦେଲେ; ଆଉ ଦେଖ, ଏହି ବ୍ୟକ୍ତି ପ୍ରାଣଦଣ୍ଡ ଯୋଗ୍ୟ କୌଣସି କର୍ମ କରି ନାହିଁ;
ଆମେ ଆନ୍ତାର୍ଚେ ହେରୋଦ ଡିଗ୍ ମେଁନ୍ନିଆ ମେଃଡିଗ୍ ଦସ୍ ନାବାକେ । ହେରୋଦ ନେନ୍ନିଆ ଜିସୁକେ ବେବକେ । କେଲା ଜିସୁ ମେଃଡିଗ୍ ବୁଲ୍ କାମ୍ ଆଡିଙ୍ଗ୍କେ ଣ୍ଡୁ । ତେସା ଆମେକେ ବାଗୁଏଃନେ ଟିକ୍ ଣ୍ଡୁ ।
16 ଅତଏବ ଆମ୍ଭେ ଏହାକୁ ଶାସ୍ତି ଦେଇ ମୁକ୍ତ କରିଦେବୁ
ତେସା ଆମେକେ ଡଣ୍ଡ୍ ବିଚେ ଆନ୍ତାର୍ଚେ ୱେନେ ଆଦେସ୍ ମ୍ବିଏ ।”
17 [ପର୍ବ ସମୟରେ ସେମାନଙ୍କ ନିମନ୍ତେ ତାହାଙ୍କୁ ଜଣେ ବନ୍ଦୀକୁ ମୁକ୍ତ କରିବାକୁ ହେଉଥିଲା।]
ପାଣ୍ଡୁଏ ବେଲା ମେଇଂ ଆତ୍ଲା ମୁଇଂଜା ବନ୍ଦିକେ ଆତାର୍ ବିଃନ୍ସା ନିଅମ୍ ଲେଃଗେ ।
18 ମାତ୍ର ସେମାନେ ସମସ୍ତେ ଏକତ୍ର ଚିତ୍କାର କରି କହିଲେ, ଏହାକୁ ବଧ କର, ଆମ୍ଭମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କର।
ମାତ୍ରମ୍ ସାପାରେ ଅଃଗିଆଚେ ତଡ଼ିଆ ଆର୍କେ “ଆମେକେ ବାଗୁଏ ବିଃ । ବାରବ୍ବା କିକେ ଆନ୍ତାର୍ ବିଃପା ।”
19 ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଳବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା।
ବାରବା ମ୍ନାଇନିନିଆ ଗଟେଲେଃକ୍ନେ ମେଃଡିଗ୍ କିରମର ନ୍ସା ଆରି ରେମୁଆଁ ବାଗୁଏଃ ବଗେସାଃ ଆମେକେ କଏଦ୍ ଡୁଆନିଆ ଗାଗ୍ଚେ ବ ଆର୍ଗେ ।
20 ମାତ୍ର ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ସେମାନଙ୍କୁ ପୁନର୍ବାର ବୁଝାଇଲେ।
ପିଲାତ ଜିସୁକେ ଆନ୍ତାର୍ ବିଃନ୍ସା ଚାଏଁଡିଙ୍ଗେ । ତେସା ଆରି ମୁଇଙ୍ଗ୍ ତର୍ ଆମେଇଂକେ ବାଲିର୍କେ ଜେ ମେଁ ଜିସୁକେ ଆନ୍ତାର୍ ବିଏ ।
21 କିନ୍ତୁ ସେମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ତାହାକୁ କ୍ରୁଶରେ ଚଢ଼ାଅ, କ୍ରୁଶରେ ଚଢ଼ାଅ।
ମାତ୍ରମ୍ ରେମୁଆଁଇଂ କିରଚେ ବାସଙ୍ଗ୍କେ “ଆମେକେ ବାଗୁଏ ବିଃ । ଆମେକେ କୁରୁସ୍ନ୍ନିଆ ଆଡେପା କୁରୁସ୍ନ୍ନିଆ ଆଡେପା ।”
22 ପୁଣି, ସେ ସେମାନଙ୍କୁ ତୃତୀୟ ଥର କହିଲେ, କାହିଁକି, ସେ କି ଦୋଷ କରିଅଛି? ଆମ୍ଭେ ତାହାଠାରେ ପ୍ରାଣଦଣ୍ଡର କୌଣସି ଦୋଷ ପାଇ ନାହୁଁ; ଅତଏବ, ଆମ୍ଭେ ତାହାକୁ ଶାସ୍ତି ଦେଇ ଛାଡ଼ିଦେବା।
ଞ୍ଜିତର୍ ନ୍ସା ପିଲାତ ଆମେଇଂକେ ବାସଙ୍ଗ୍କେ “ମେଁନ୍ସା ମେଁ ମନେ ଦସ୍ କାମ୍ ଡିଙ୍ଗ୍ବକେ? ମେଁ ଦସି ଣ୍ଡୁ । ଆମେକେ ଗୁଏନେ ସାସ୍ତି ବିଃନ୍ସା ନେଙ୍ଗ୍ ମେଃଡିଗ୍ ଦସ୍ ବାନାଡିଙ୍ଗ୍କେ । ତେସା ନେନେ ଆମେ କିକେ ସାସ୍ତି ବିଚେ ନେଙ୍ଗ୍ ଆମେକେ ଆନ୍ତାର୍ ମ୍ୱିଏ ।”
23 ମାତ୍ର ସେ କ୍ରୁଶରେ ଚଢ଼ାଯାଉ ବୋଲି ଦାବି କରି ସେମାନେ ବଡ଼ ପାଟିରେ ଜିଦ୍ କରିବାକୁ ଲାଗିଲେ, ଆଉ ସେମାନଙ୍କ କୋଳାହଳର ଜୟ ହେଲା।
ମାତ୍ରମ୍ ରେମୁଆଁଇଂ ୱାସାର୍ଚେ ବାଲିର୍କେ ମୁଲେକେ । ଜେ ଜିସୁକେ କୁରୁସ୍ନ୍ନିଆ ଆଡେଚେ ବାଗୁଏ ବିଃପା । ମେଁଇଙ୍ଗ୍ନେ ଦାବି ଜିତେ ଆର୍କେ
24 ପୁଣି, ସେମାନଙ୍କର ଦାବି ଅନୁସାରେ କରାଯାଉ ବୋଲି ପୀଲାତ ଆଦେଶ ଦେଲେ;
ପିଲାତ ରେମୁଆଁଇଂନେ ଇକ୍ଚାରେ ଆଦେସ୍ ବିଆର୍କେ ।
25 କିନ୍ତୁ ବିପ୍ଳବ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିବା ଯେଉଁ ଲୋକ ନିମନ୍ତେ ସେମାନେ ଦାବି କରିଥିଲେ, ତାହାକୁ ସେ ମୁକ୍ତ କରିଦେଲେ, ଆଉ ଯୀଶୁଙ୍କୁ ସେ ସେମାନଙ୍କ ଇଚ୍ଛାର ଅଧୀନରେ ସମର୍ପଣ କଲେ।
ରେମୁଆଁଇଂ ବାର୍ବାକେ ବନ୍ଦି କଏଦ୍ ଡୁଆବାନ୍ ଆତାର୍ନ୍ସା ରାଜି ଡିଙ୍ଗ୍ଆର୍ଡିଙ୍ଗ୍ଗେ । ବାର୍ବା ରେମୁଆଁ ବାଗୁଏବଗେ ଆରି ୱିଙ୍ଗ୍ଆ ରିଙ୍ଗ୍ଆ ଡିଙ୍ଗ୍ଡିଙ୍ଗ୍ଲା ଆମେକେ ଦସି ଆଡିଙ୍ଗ୍ଚେ କଏଦ୍ ଡୁଆନିଆ ବାଆର୍ଗେ । ପିଲାତ ବାର୍ବାକେ ଆନ୍ତାର୍ବିକେ । ଆରି ପିଲାତ ଜିସୁକେ ବାଗୁଏ ବିଃନ୍ସା ରେମୁଆଁଇଂନେ ନ୍ତିନିଆ ଅପେଃ ବିକେ ।
26 ସେମାନେ ତାହାଙ୍କୁ ଘେନିଯିବା ସମୟରେ ପଲ୍ଲୀରୁ ଆସୁଥିବା ଶିମୋନ ନାମକ ଜଣେ କୂରୀଣୀୟ ଲୋକଙ୍କୁ ଧରି ଯୀଶୁଙ୍କ ପଛେ ପଛେ କ୍ରୁଶ ବହିବା ନିମନ୍ତେ ତାହାଙ୍କ କାନ୍ଧରେ ତାହା ଥୋଇଲେ।
ସନ୍ୟଇଙ୍ଗ୍ ଜିସୁକେ ବାଗୁଏଃ ନ୍ସା ନ୍ସା ଡୁଂୱେଆର୍ଗେ । ମେଇଂ ୱେନେ ବେଲା ଇନିବାନ୍ ପାଙ୍ଗ୍ ଡିଙ୍ଗ୍କ୍ନେ କୁରୁଣୀନେ ଶିମୋନକେ ଅବାଆର୍କେ । ମେଇଂ ଆମେକେ ତାୱାଁଚେ ମେଁନେ ଆଡ଼ାତ୍ରା କୁରୁସ୍ ଆଡୁଙ୍ଗ୍ ଆର୍କେ ବାରି ଜିସୁନେ ପ୍ଲା ୱେନ୍ସା ଜବଡ଼୍ଜସ୍ତି ଡିଙ୍ଗ୍ଆର୍କେ ।
27 ପୁଣି, ଲୋକମାନଙ୍କର ଓ ତାହାଙ୍କ ନିମନ୍ତେ ବକ୍ଷାଘାତ କରି ବିଳାପ କରୁଥିବା ସ୍ତ୍ରୀଲୋକମାନଙ୍କର ମହାଜନତା ତାହାଙ୍କର ପଶ୍ଚାଦ୍ଗମନ କରୁଥିଲେ।
ଆରି ଜାବର୍ ରେମୁଆଁ ଗ୍ରିନିଆ ବଗ୍ଚେ ଅଃଡିଙ୍ଗ୍କ୍ନେ ସେଲାମ୍ବୁଏ ରେମୁଆଁଇଂ ମେଁନେ ପ୍ଲା ୱେଏ ଡିଙ୍ଗ୍ଗେ ।
28 କିନ୍ତୁ ଯୀଶୁ ସେମାନଙ୍କ ଆଡ଼କୁ ବୁଲିପଡ଼ି କହିଲେ, “ଗୋ ଯିରୂଶାଲମ ସହରର କନ୍ୟାମାନେ, ମୋʼ ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର;
ମାତ୍ରମ୍ ଜିସୁ ପୁଏଚେଃ ଆତେନ୍ ସେଲାମ୍ବୁଏଃ ରେମୁଆଁଇଂକେ ବାସଙ୍ଗ୍କେ “ଏ ଜିରୁସାଲାମ୍ନେ ସେଲାମ୍ବୁଏଇଂ! ନେଙ୍ଗ୍ ନ୍ସା ଆଅଃଗେପା । ପେଇଂ ନିଜେ ନ୍ସା ଆରି ନିଜେନେ ଗଡ଼େଇଙ୍ଗ୍ ନ୍ସା ଅଁପା ।
29 କାରଣ ଦେଖ, ଯେଉଁମାନେ ବନ୍ଧ୍ୟା, ପୁଣି, ଯେଉଁମାନେ କେବେ ହେଁ ଗର୍ଭବତୀ ହୋଇ ନାହାନ୍ତି ଓ ସ୍ତନ୍ୟପାନ କରାଇ ନାହାନ୍ତି, ସେମାନଙ୍କୁ ଲୋକେ ଯେତେବେଳେ ଧନ୍ୟ ଧନ୍ୟ ବୋଲି କହିବେ ଏପରି ସମୟ ଆସୁଅଛି।
ଏବେ ବେଲା ପାଙ୍ଗ୍ଡିଙ୍ଗ୍କେ ଉଡ଼ିବେଲା ରେମୁଆଁଇଂ ବାସଙ୍ଗ୍ ଆର୍ଏ ସାମୁଆଁ ମୁଡ଼ି ସେଲାମ୍ବୁଏଇଙ୍ଗ୍ନେ ଗୋ ଗିସିଆ ଣ୍ଡୁ, ମୁଡ଼ି ସେଲାମ୍ବୁଏଃଇଂ ଆଗାଗ୍ଡ଼େ ଆର୍କେ, ମେଇଂ ଦନ୍ୟ । ମୁଡ଼ି ସେଲାମ୍ବୁଏଃଇଂନେ ଗୋ ଗିସିଆ ଜନମ୍ ଆଡିଙ୍ଗ୍କେ ଣ୍ଡୁ ଆରି ମେଇଂନେ ଜତନ୍ ଆଡିଙ୍ଗ୍କେ ଣ୍ଡୁ ମେଇଂ ଦନ୍ୟ ।
30 ସେତେବେଳେ ‘ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼,’ ‘ଆଉ ଉପପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ।’
ତେନ୍ ଇଡ଼ିଂ ରେମୁଆଁଇଂ କାଣ୍ଡାକେ ବାସଙ୍ଗ୍ଏ ନେନେ ଆଡ଼ାତ୍ରା ରେଃସ ଲଃ ରେମୁଆଁ ଡାଆଁ କାଣ୍ଡାକେ ବାସଙ୍ଗ୍ଏ ଆନେକେ ଡା ବିଃ ।
31 କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କଅଣ ନ ଘଟିବ?”
ଡାଗ୍ଲା ସ୍ଲା ସୁନ୍ଦର୍ ତ୍ନାକ୍ନେ ବେଲା ଜଦି ମୁଇଙ୍ଗ୍ ଦେକ୍ରକମ୍ ଗଟେନେ ସାପା ଗଟେଏ ଆତେନ୍ ନ୍ସୁଆର୍ ୱେଲା ମେଁନେ ଆଡିଙ୍ଗ୍ ଣ୍ଡୁ ।”
32 ପୁଣି, ପ୍ରାଣଦଣ୍ଡ ଭୋଗିବା ନିମନ୍ତେ ଦୁଇ ଜଣ ଦୁଷ୍କର୍ମକାରୀ ମଧ୍ୟ ତାହାଙ୍କ ସାଙ୍ଗରେ ନିଆଯାଉଥିଲେ।
ଜିସୁ ଏତେ ଗୁଏଚେ ଡଣ୍ଡ୍ ବିଃନ୍ସା ଆରି ମ୍ୱାୟା ଡଙ୍ଗାରେକେ ଡିଗ୍ ଡୁଙ୍ଗ୍ବଆର୍କେ ।
33 ଆଉ ସେମାନେ କପାଳ ନାମକ ସ୍ଥାନରେ ଉପସ୍ଥିତ ହୋଇ ସେଠାରେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣକୁ ଦକ୍ଷିଣରେ ଓ ଅନ୍ୟ ଜଣକୁ ବାମରେ କ୍ରୁଶରେ ଚଢ଼ାଇଲେ।
ସାମୁଆଁ କପାଲ ମ୍ନିକ୍ନେ ଜାଗାନ୍ନିଆ ଜିସୁକେ ଆରି ମ୍ୱାୟା ଡଙ୍ଗାରେକେ ଡିଗ୍ ଡୁଂୱେ ଆର୍କେ । ଆତ୍ନିୟା ସନ୍ୟଇଂ ଜିସୁକେ କୁରୁସ୍ ନ୍ନିଆ ବାଗୁଏଃ ଆର୍କେ । ମେଇଂ ଆତେନ୍ ଡଙ୍ଗାରେ ମ୍ବାୟାବାନ୍ ମୁଇଂଜାକେ ଞ୍ଚଙ୍ଗ୍ତି ପାକା ବାରି ମୁଇଂଜାକେ ବେସ୍ୟାଃତି ପାକା ଆଃଡେଆର୍କେ ।
34 ସେତେବେଳେ ଯୀଶୁ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ।” ଆଉ ସେମାନେ ତାହାଙ୍କ ବସ୍ତ୍ରସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ।
ଜିସୁ ବାସଙ୍ଗ୍କେ “ଏ ମ୍ନାଃ ଆବା ଜାଣ୍ଡେ ରେମୁଆଁଇଂ ଆନେଙ୍ଗ୍ ବାଗୁଏ ଆର୍ଏ ଡିଙ୍ଗ୍କେ ଆମେଇଂକେ କେମା ଡିଗ୍ । ମାତ୍ରମ୍ ମେଇଂ ମେଁନେ ଡିଙ୍ଗ୍ଆର୍ଡିଙ୍କେ ଆତେନ୍ ମେଇଂ ଆମ୍ୟାକେ ଣ୍ଡୁ ।” ସନ୍ୟଇଙ୍ଗ୍ ଲେଟ୍ରିକ୍ ତ୍ଲାଗ୍ଚେ ଜିସୁନେ ସକା ବାଟା ଆର୍କେ ।
35 ପୁଣି, ଲୋକମାନେ ଠିଆ ହୋଇ ଦେଖୁଥିଲେ। ଆଉ ଅଧ୍ୟକ୍ଷମାନେ ମଧ୍ୟ ତାହାଙ୍କୁ ବିଦୃପ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା; ସେ ଯଦି ଈଶ୍ବରଙ୍କ ମନୋନୀତ ଖ୍ରୀଷ୍ଟ, ତେବେ ନିଜକୁ ରକ୍ଷା କରୁ।
ରେମୁଆଁଇଂ ଆତ୍ଅରିଆ ତଡ଼ିଆଚେ ଜିସୁକେ କେଡିଂଆର୍ଗେ । ଜିଉଦି ନେତାଇଙ୍ଗ୍ ଜିସୁକେ ଆଃଗ୍ୟାସ ଡିଙ୍ଗ୍ଆର୍ଡିଂଗେ । ମେଇଙ୍ଗ୍ ବାସଙ୍ଗ୍ଡିଙ୍ଗ୍ଗେ “ଜଦି ମେଁ ପର୍ମେସର୍ନେବାନ୍ ଜାର୍ଲେଃକ୍ନେ କିସ୍ଟ ତେଲା ମେଁ ନିଜ୍କେ ରକ୍ୟା ଡିଙ୍ଗ୍ଲେ ।”
36 ପୁଣି, ସୈନ୍ୟମାନେ ମଧ୍ୟ ତାହାଙ୍କ ପାଖକୁ ଆସି ଅମ୍ଳରସ ଯାଚି ତାହାଙ୍କୁ ପରିହାସ କରି କହିଲେ,
ସନ୍ୟଇଙ୍ଗ୍ ଜିସୁ ଆଡ଼ାତ୍ରା ଆଃଗ୍ୟାସ ଡିଙ୍ଗ୍ଆର୍କେ ଆରି ଆମେକେ ଇଙ୍ଗ୍ଚେ ଆର୍କେ । ମେଇଂ ଜିସୁ ଡାଗ୍ରା ପାଙ୍ଗ୍କେ ଆରି ଆମେକେ ବୁଚେଲେକ୍ନେ ରସ୍ ଆଜାଚେଆର୍କେ ।
37 ତୁ ଯଦି ଯିହୁଦୀମାନଙ୍କର ରାଜା, ତାହାହେଲେ ନିଜକୁ ରକ୍ଷା କର।
ସନ୍ୟଇଂ ବାସଙ୍ଗ୍ଆର୍କେ “ନାନେ ଜଦି ଜିଉଦିଇଂନେ ଇଃସାଙ୍ଗ୍ ତେଲା ନାନେ ନିଜେନେ ରକ୍ୟା ଡିଙ୍ଗ୍ ।”
38 ପୁଣି, ତାହାଙ୍କ ଊର୍ଦ୍ଧ୍ୱରେ ଏହି ଲିପି ମଧ୍ୟ ଲେଖା ଥିଲା, “ଏ ଯିହୁଦୀମାନଙ୍କର ରାଜା।”
ମେଁନେ କୁରୁସ୍ ଆଡ଼ାତ୍ରା ଗୁଆର୍ ବ ଆର୍ଗେ: “ଏ ଜିଉଦିଇଂନେ ଇଃସାଙ୍ଗ୍ ।”
39 ଆଉ କ୍ରୁଶରେ ଚଢ଼ାଯାଇଥିବା ଦୁଷ୍କର୍ମକାରୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଅଣ ଖ୍ରୀଷ୍ଟ ନୋହୁଁ? ନିଜକୁ ଓ ଆମ୍ଭମାନଙ୍କୁ ରକ୍ଷା କର।
ୱେଡିଂକ୍ନେ ଦସି ମ୍ୱାୟା ବିତ୍ରେ ମୁଇଜା ଜିସୁକେ ନିନ୍ଦା ଆଡିଙ୍ଗ୍ଚେ ବାଲିର୍ଚେ ଲାଗେକେ “ନାନେ ମେଁନେ କିସ୍ଟ ଣ୍ଡୁ? ତେଲା ନାନେ ନିଜ୍କେ ରକ୍ୟା ଡିଙ୍ଗ୍ ଆରି ଆନେକେ ଡିଗ୍ ରକ୍ୟା ଡିଙ୍ଗ୍ ।”
40 କିନ୍ତୁ ଅନ୍ୟ ଜଣକ ତାହାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ବରଙ୍କୁ କଅଣ ଭୟ ମଧ୍ୟ କରୁ ନାହୁଁ?
ମାତ୍ରମ୍ ବିନ୍ ଦସି ମୁଇଂ ଆମେକେ ୱିଙ୍ଗ୍ଚେ ବାସଙ୍ଗ୍କେ “ନାନେ ମେଁନେ ପର୍ମେସର୍କେ ଡିଗ୍ ନାବୁଟକେ ଣ୍ଡୁ? ନାଁ ତ ସମାନ୍ ଡଣ୍ଡ୍ ବାନାଲେଃକେ ।
41 ଆଉ ଆମ୍ଭେମାନେ ସିନା ନ୍ୟାୟଭାବରେ ଦଣ୍ଡ ଭୋଗୁଅଛୁ, କାରଣ ଆମ୍ଭେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଅଛୁ, କିନ୍ତୁ ଏହି ବ୍ୟକ୍ତି କୌଣସି ଦୋଷ କରି ନାହାନ୍ତି।
ନାନେ ଆରି ନେଙ୍ଗ୍ ମ୍ୱାୟା ଡଙ୍ଗାରେ । ନେନେ ଦସ୍ ଡିଙ୍ଗ୍ ନେବଗେ । ତେସା ନେନେ ଜା ବାନେ ଡଣ୍ଡ୍ ନେନେ ଆତେନ୍ ବା ନେଲେକେ । ମାତର୍ ଏନ୍ ରେମୁଆଁ ତ ମେଃଡିଗ୍ ଦସ୍ ଆଡିଙ୍ଗ୍କେ ଣ୍ଡୁ ।”
42 ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ।
ତେନ୍ ଇଡ଼ିଂ ଆତେନ୍ ଦସି ମୁଇଙ୍ଗ୍ ଜିସୁକେ ବାସଙ୍ଗ୍କେ “ଜିସୁ ନାଁ ଉଡ଼ିବେଲା ଇଃସାଙ୍ଗ୍ ବାବ୍ରେ ଆଣ୍ତେ ପାଙ୍ଗ୍ଲା ଆତେନ୍ ବେଲା ଆନେଙ୍ଗ୍ ମନେ ନାତ୍ଲାଗ୍ଏ ।”
43 ସେଥିରେ ସେ ତାହାକୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ।”
ଜିସୁ ଆମେଇଂକେ ବାସଙ୍ଗ୍କେ “ଅଁପା ନେଙ୍ଗ୍ ମେଁନେ ବାସଙ୍ଗ୍ଣ୍ଡିଂ ଆତାନ୍ ସତ୍ । ଏଃକୁଆ ପେ ନେଙ୍ଗ୍ ଏତେ କିତଂ ଡୁଗ୍ଡିନିଆ ନ୍ନିଆ ପେୱେଚାଏ ।”
44 ସେତେବେଳେ ପ୍ରାୟ ବାର ଘଣ୍ଟା ସମୟ ହୋଇଥିଲା, ଆଉ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ତିନି ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା,
ଆତେନ୍ ବେଲା ମୁଣ୍ଡେବେଲା ଡିଙ୍ଗ୍ଲେଗେ । ଆରି ସ୍ନି ଆତାର୍କିଗ୍କେ ଣ୍ତୁ ମାତ୍ରମ୍ ସ୍ମି ଞ୍ଜି ଗଣ୍ଟା ଜାକ ସାପା ଏରିଆ ତାଂକିଗ୍ ଡିଙ୍ଗ୍ୱେଗେ ।
45 ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା।
ଆରି ମନ୍ଦିର୍ନେ ପର୍ଦା ଆଡ଼ାତ୍ରା ବାନ୍ ବୁନ୍ଦେ ଜାକ ମ୍ୱାର୍ବାଗ୍ ଡିଙ୍ଗ୍ଚେ ସ୍ୟାଃ ୱେଗେ ।
46 ଆଉ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି।” ଏହା କହି ସେ ପ୍ରାଣତ୍ୟାଗ କଲେ।
ଜିସୁ କିରଚେ ବାସଙ୍ଗ୍କେ “ଅ ମ୍ନାଃ ଆବା ନେଙ୍ଗ୍ ନେଙ୍ଗ୍ନେ ଆତ୍ମା ଆନାକେ ବିଣ୍ଡିଂକେ । ଏନ୍ ବାସଙ୍ଗ୍ନେ ଇଡ଼ିଙ୍ଗ୍ ଜିସୁ ଗୁଏ ୱେଗେ!”
47 ଶତ-ସେନାପତି ଏହି ଘଟଣା ଦେଖି ଈଶ୍ବରଙ୍କ ଗୌରବ କରି କହିଲେ, ନିଶ୍ଚୟ ଏ ବ୍ୟକ୍ତି ଧାର୍ମିକ ଥିଲେ।
ସେନା ନେତା ଆତ୍ନିୟା ମେଁନେ ଗଟେକେ ଆତେନ୍ କେକେ ସିସେ ଏନ୍ ସାମୁଆଁ ବାସଙ୍ଗ୍ଚେ ପର୍ମେସର୍କେ ପ୍ରସଂସା ଡିଙ୍ଗ୍କେ “ସତେଆ ଏନ୍ ରେମୁଆଁ ମୁଇଙ୍ଗ୍ ନିମାଣ୍ଡା ରେମୁଆଁ ଲେଃଗେ!”
48 ପୁଣି, ଯେଉଁ ଲୋକସମୂହ ଦେଖିବାକୁ ଏକତ୍ରିତ ହୋଇଥିଲେ, ସେମାନେ ସମସ୍ତେ ସେହିସବୁ ଘଟଣା ଦେଖି ବକ୍ଷାଘାତ କରୁ କରୁ ବାହୁଡ଼ି ଯିବାକୁ ଲାଗିଲେ।
ଗୁଲେ ରେମୁଆଁ ଆକେନ୍ ଗଟ୍ନା କେନ୍ସା ଦେସ୍ବାନ୍ ତାର୍ ପାଙ୍ଗ୍ଲେ ଆର୍ଗେ । ଆକେନ୍ ସାପା କେଚେ ମେଇଂ ଜାବର୍ ଦୁକ୍ ଡିଙ୍ଗ୍ ଆର୍କେ ଆରି ଇଡ଼ିଙ୍ଗ୍ ମେଇଙ୍ଗ୍ ଗ୍ରିନିଆ ବଗ୍ ବଗ୍ଚେ ଡୁଆ ୱିଗ୍ ଆର୍କେ ।
49 କିନ୍ତୁ ତାହାଙ୍କର ପରିଚିତ ସମସ୍ତେ ଓ ଗାଲିଲୀରୁ ଏକତ୍ର ମିଳି ତାହାଙ୍କ ପଛେ ପଛେ ଆସିଥିବା ସ୍ତ୍ରୀଲୋକମାନେ ଦୂରରେ ଠିଆ ହୋଇ ଏହିସବୁ ଦେଖୁଥିଲେ।
ଜିସୁନେ ମ୍ୟାଲେକ୍ନେ ରେମୁଆଁଇଂ ଆରି ଆମେକେ ଗାଲିଲୀବାନ୍ ତୁର୍ ପାଙ୍ଗ୍ଆର୍ଡିଙ୍ଗ୍କ୍ନେ ଗୁଲେ ସେଲାମ୍ବୁଏଇଂ ଆତ୍ଅରିଆ ଲେଃଗେ । ମେଇଂ କୁରୁସ୍ବାନ୍ ସ୍ଲ ତୁଆଁଚେ ଆକେନ୍ ସାପା କେଆର୍ଡିଙ୍ଗେ ।
50 ଆଉ ଦେଖ, ଯିହୂଦିୟା ପ୍ରଦେଶରେ ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ଯିହୁଦୀମାନଙ୍କର ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ,
ଜିଉଦିଇଂନେ ଆରାମାତିଆନେ ମ୍ନାଇନିବାନ୍ ମୁଇଙ୍ଗ୍ ରେମୁଆଁ ଆତ୍ଅରିଆ ଲେଃଗେ । ମେଁନେ ମ୍ନି ଯୋସେଫ୍ । ମେଁ ଦରମ୍ ଆରି ଜିଉଦି ମ୍ନା ସବାନେ ମୁଇଙ୍ଗ୍ ମ୍ନାଃ ଲେଃଗେ । ମେଁ ପର୍ମେସର୍ନେ ରାଇଜ୍କେ ଉର୍ ଡିଙ୍ଗ୍ଗେ ।
51 ଆଉ ସେମାନଙ୍କର ମନ୍ତ୍ରଣା ଓ କର୍ମରେ ସମ୍ମତ ହୋଇ ନ ଥିଲେ ପୁଣି, ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ।
ଯିହୂଦାନେ ଆରମାଥିଆ ମ୍ନିକ୍ନେ ଇନିନେ ଯୋଷେଫ ଡାଗ୍ଚେ ମୁଇଂ ରେମୁଆଁ ଲେଃଗେ । ମେଁ ମୁଇଂ ଦରମ୍ ଆରି ସନ୍ମାନ୍ ବ୍ବାଣ୍ଡ୍ରେ ଲେଃଗେ ଆରି ଇସ୍ପର୍ନେ ରାଜ୍ୟ ପାଙ୍ଗ୍ନେକେ ଉର୍ ଡିଂଗେ । ମ୍ନାଃ କୁକପାର୍ନେ ମୁଇଂ ନେତା ଲେଃଲା ଡିଗ୍, ମେଁ ମେଇଂନେ ନିସ୍ପତି ଆରି କାମ୍ ଏଃତେ ରାଜି ଡିଂ ଆଲେଃଗେ ଣ୍ଡୁ ।
52 ସେ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ,
ଯୋସେଫ୍ ପିଲାତ ଡାଗ୍ରା ୱେଚେ ଜିସୁନେ ଗାଗ୍ଡ଼େ ସାଲ୍ୟାକେ ।
53 ପୁଣି, ତାହା ଓହ୍ଲାଇ ଆଣି ସୂକ୍ଷ୍ମ ବସ୍ତ୍ରରେ ଗୁଡ଼ାଇ, ଯହିଁରେ କେହି କେବେ ରଖାଯାଇ ନ ଥିଲା, ପାହାଡ଼ରେ ଖୋଳା ହୋଇଥିବା ଏପରି ଗୋଟିଏ ସମାଧି-ସ୍ଥାନରେ ତାହାଙ୍କୁ ଥୋଇଲେ।
ତେସା ଯୋସେଫ୍ ଜିସୁନେ ଗାଗ୍ଡ଼େକେ କୁରୁସ୍ ଆଡ଼ାତ୍ରା ବାନ୍ ବୁନ୍ଦେ ଆଜାର୍କେ । ଆତେନ୍ ମୁଇଙ୍ଗ୍ ପାଟାଇ ଏତେ ଆକୁଇ ବିଃକେ । ମେଁ ଜିସୁନେ ଗାଗ୍ଡ଼େକେ ଡୁଂୱେଚେ କଣ୍ଡାନେ ବ୍ରି ଏତେ ଗଃବକ୍ନେ ଅସେବାନ୍ ବେବଆର୍ ଆଃଡିଙ୍ଗ୍କ୍ନେ ଗୁଡ଼ୁମ୍ନିଆ ବଆର୍କେ ।
54 ସେହି ଦିନ ଆୟୋଜନ ଦିନ ଥିଲା, ପୁଣି, ବିଶ୍ରାମବାର ନିକଟ ହୋଇ ଆସୁଥିଲା
ଆତେନ୍ ଦିନ୍ ସୁକ୍ରା ଦିନ୍ ଲେଃଗେ, ପୁଣ୍ଡେନେ ଦିନା ଡାଗ୍ରା ପିଙ୍ଗ୍ଚା ଡିଙ୍ଗ୍ଗେ ।
55 ଆଉ ଗାଲିଲୀରୁ ତାହାଙ୍କ ସହିତ ଆସିଥିବା ସ୍ତ୍ରୀଲୋକମାନେ ପଛେ ପଛେ ଯାଇ ସମାଧି ସ୍ଥଳ ଓ ତାହାଙ୍କ ଶରୀର କିପରି ରଖାଗଲା, ତାହା ଦେଖିଲେ,
ମୁଡ଼ି ସେଲାମ୍ବୁଏ ରେମୁଆଁଇଂ ଜିସୁକେ ତୁର୍ଚେ ମେଇଂ ଏତେ ଗାଲିଲୀବାନ୍ ପାଙ୍ଗ୍ଲେଗେ ମେଇଂ ଯୋସେଫ୍ନେ ପ୍ଲାପ୍ଲା ୱେଗେ । ମେଇଂ ୱେଚେ ଗୁଡ଼ୁମ୍ କେଆର୍କେ । ବିତ୍ରେ ଆଣ୍ଡିନେ ଜାଗାନ୍ନିଆ ଗାଗ୍ଡ଼େ ବଆର୍କେ ଆତେନ୍ ଜାଗା ଡିଗ୍ ମେଇଂ କେଆର୍କେ ।
56 ପୁଣି, ସେମାନେ ବାହୁଡ଼ିଯାଇ ସୁଗନ୍ଧିଦ୍ରବ୍ୟ ଓ ତୈଳ ପ୍ରସ୍ତୁତ କଲେ।
ତେନ୍ ଇଡ଼ିଂ ଆତେନ୍ ସେଲାମ୍ବୁଏ ରେମୁଆଁଇଂ ଜିସୁନେ ଗାଗ୍ଡ଼େନ୍ନିଆ ଲାଗେ ବିଃନ୍ସା ବାସ୍ନାଚୁ ଆର୍ମେ ନ୍ସା ଆତ୍ବାନ୍ ତାର୍ ୱେଗେ । ଆରି ମେଇଂ ନିୟମ୍ ଇସାବ୍ରେ ପୁଣ୍ଡେନେ ଦିନା ମେଇଂ ପୁଣ୍ଡେଆର୍କେ ।