< ଲୂକ 22 >

1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା।
ପିସ୍‌ପିଆ଼ନି ପାର୍ବୁ ଦ଼ରୁଗାଟି ପୁଲାଏ଼ୟୁ ଆଣ୍ତାଆତି ରୂଟି ତିନି ପାର୍ବୁ ଡାଗେ ଆ଼ହିମାଚେ ।
2 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
ଇଞ୍ଜାଁ କାଜା ପୂଜେରା ଅ଼ଡ଼େ ମେ଼ରାପୁନାରି, ଜୀସୁଇଁ ଏ଼ନିକିଁ ପା଼ୟାଲି ଆ଼ଡିନେରି, ଏ଼ଦାଆଁତାକି ପାରୁ ପାରିମାଚେରି, ସାମା ଏ଼ୱାରି ଲ଼କୁଣି ଆଜିମାଚେରି ।
3 ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଇଷ୍କାରିୟୋତୀୟ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;
ଏଚିବେ଼ଲା ବା଼ରଜା଼ଣା ସୀସୁୟାଁ ବିତ୍ରାମାନି ଇସ୍କାରିୟତ ଦ଼ରୁଗାଟି ଜୀହୁଦା ହିୟାଁତା ସୟତାନ ହଟେ;
4 ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା।
ଅ଼ଡ଼େ ଜୀହୁଦା ହାଜାନା ଏ଼ନିକିଁ କାଜା ପୂଜେରାଙ୍ଗା ଅ଼ଡ଼େ ମାହାପୂରୁ ଇଲୁ କା଼ପୁଗାଟି କାଜାରି କେୟୁତା ଆସ୍‌ପି କିନେସି, ଏ଼ଦାଆଁତାକି ଏ଼ୱାରିତଲେ କାତାବାର୍ତା ଆ଼ତେସି ।
5 ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ।
ଏମ୍ବାଟିଏ ଏ଼ୱାରି ରା଼ହାଁ ଆ଼ହାନା ଏ଼ୱାଣାକି ଟାକାୟାଁ ହୀହାଲି ଆ଼ଞ୍ଜିତେରି ।
6 ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
ଅ଼ଡ଼େ ଜୀହୁଦା ରା଼ଜି ଆ଼ହାନା ଲ଼କୁ ହିଲାଆବେ଼ଲାତା ଜୀସୁଇଁ ଏ଼ୱାରି କେୟୁତା ହେର୍‌ପାଲି ପାରୁ ପାରୀତେସି ।
7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା;
ଡା଼ୟୁ ଆମିନି ଦିନା ପୁଲାଏ଼ୟୁ ଆଣ୍ତାଆତି ରୂଟି ତିନି ପିସ୍‌ପିଆ଼ନି ପାର୍ବୁତାକି ମେ଼ଣ୍ତା ଡା଼ଲ୍‌କାଣି ପୂଜା କିନି ଦିନା ଏତେ;
8 ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, “ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”
ଏଚେଟିଏ ଜୀସୁ ପିତର ଅ଼ଡ଼େ ଜହନଇଁ ଈ କାତା ୱେସା ପାଣ୍ତିତେସି, “ମୀରୁ ହାଜାନା ମାଙ୍ଗେତାକି ପିସ୍‌ପିଆ଼ନି ପାର୍ବୁତାକି ରା଼ନ୍ଦା ୱାଜାଦୁ ମା଼ର ତିନୱା ।”
9 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
ଏମ୍ବାଟିଏ ଏ଼ୱାରି ଜୀସୁଇଁ ୱେଚେରି, “ମା଼ମ୍ବୁ ଆମ୍ବିୟା ହାଜାନା ରା଼ନ୍ଦା ୱାଜିହାଲାପାରି ଇଞ୍ଜିଁ ନୀନୁ ଅଣ୍‌ପିମାଞ୍ଜି?”
10 ଯୀଶୁ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ,
୧୦ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ମୀରୁ ଗା଼ଡ଼ା ହଟିସାରେ ଡ଼଼କାତା ଏ଼ୟୁ ଅ଼ହିମାନାଣାଇଁ ମେହ୍‌ଦେରି; ଏ଼ୱାଣି ଜେ଼ଚ ଜେ଼ଚ ହାଜାନା ଏ଼ୱାସି ଆମିନି ଇଜ ହ଼ଡ଼୍‌ନେସି ଇଲୁ ଗାଟାଣାଇଁ ୱେହ୍‌ଦୁ,
11 ‘ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?’
୧୧ଗୂରୁ ନିଙ୍ଗ ଇଲେଇଞ୍ଜିଁ ୱେସା ପାଣ୍ତାମାଞ୍ଜାନେସି, ନା଼ନୁ ନା଼ ସୀସୁୟାଁ ତଲେ ପିସ୍‌ପିଆ଼ନି ପାର୍ବୁତି ବ଼ଜି ଏମିନି ଇଲୁତା ତିଇଁ ଏ଼ ବାକ୍ରା ଆମିନାୟି ତ଼ସ୍ତାମୁ?
12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର।”
୧୨ଏମ୍ବାଟିଏ ଏ଼ୱାସି ନେହିଁ ତିୟାରା ଆ଼ହାମାନି ଲାକନି ପାରୁତି ର଼ କାଜା ବାକ୍ରା ତ଼ସ୍ତାନେସି; ଏମ୍ବାଆଁ ମାଙ୍ଗେତାକି ରା଼ନ୍ଦା ୱାଜାଦୁ ।”
13 ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
୧୩ଏ଼ୱାରି ହାଜାନା ଜୀସୁ ଏ଼ୱାରାଇଁ ଏ଼ନିକିଁ ୱେସାମାଚେସି, ଏଲେକିଁ ମେସାନା ପିସ୍‌ପିଆ଼ନି ପାର୍ବୁତି ରା଼ନ୍ଦା ୱାଜିତେରି ।
14 ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ।
୧୪ପିସ୍‌ପିଆ଼ନି ପାର୍ବୁତି ବେ଼ଲା ଆୟାଲିଏ, ଜୀସୁ ଅ଼ଡ଼େ ତାନି ପାଣ୍ତ୍‌ୱି ଆ଼ତି ସୀସୁୟାଁ ତଲେ ତିଞ୍ଜାଲି କୁଗିତେରି ।
15 ଆଉ ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି।
୧୫ଅ଼ଡ଼େ ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ନା଼ନୁ ଦୁକୁ କସ୍ତ ପ୍ଣାଃଆ ନ଼କେଏ ମୀ ତଲେ ଈ ପିସ୍‌ପିଆ଼ନି ପାର୍ବୁତି ବ଼ଜି ତିଞ୍ଜାଲି ହା଼ରେକା ଅଣ୍‌ପାମାଚେଏଁ!
16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ।”
୧୬ଏ଼ନିଇଚିହିଁ ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ମାହାପୂରୁ ରା଼ଜିତା ଈ କାତା ବାରେ ପୂରା ଆ଼ଆପାତେକା ନା଼ନୁ ଅ଼ଡ଼େ ଏଚେଲାୱା ଏ଼ଦାଆଁ ତିନଅଁ ।”
17 ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, “ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର,
୧୭ଇଞ୍ଜାଁ ଏ଼ୱାସି ର଼ ସ଼ଲା ଆସାନା ମାହାପୂରୁଇଁ ଜହରା କିହାନା ଏଲେଇଚେସି, “ମୀରୁ ଈଦାଆଁ ଅ଼ହାନା ମୀ ବିତ୍ରା ବା଼ଟିକିଦୁ ।
18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।”
୧୮ଇଚିହିଁ ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ମାହାପୂରୁ ରା଼ଜି ୱା଼ଆ ପାତେକା ନା଼ନୁ ନୀଞ୍ଜୁଟିଏ ଅଙ୍ଗୁରି ରାସା ଏଚେଲାୱା ଗହ୍‌ଅଁ ।”
19 ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
୧୯ଅ଼ଡ଼େ ଏ଼ୱାସି ରୂଟି ଅ଼ହାନା ମାହାପୂରୁଇଁ ଜହରା କିହାଁ ଡ଼ିକ୍‌ହାନା ହୀହାଁ ଏଲେଇଚେସି, “ମିଙ୍ଗେତାକି ହୀପ୍‌କି ଆ଼ହାମାନି ନା଼ ଆଙ୍ଗା ଈଦି; ନାଙ୍ଗେ ଅଣ୍‌ପାଲି ଈଦାଆଁ କିଦୁ ।”
20 ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।
୨୦ଏଲେକିହିଁଏ ତିଚି ଡା଼ୟୁ ଏ଼ୱାସି ଗହ୍‌ନି ସ଼ଲା ଆସାନା ଏଲେଇଚେସି, “ଈ ସ଼ଲାତା ମିଙ୍ଗେତାକି ୱା଼କ୍‌ହିମାନି ନା଼ ନେତେରିତି ପୁଃନି ରା଼ଜିମା଼ନା ।”
21 କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି।
୨୧“ସାମା ମେହ୍‌ଦୁ ଆମ୍ବାଆସି ନାଙ୍ଗେ ସାତ୍ରୁ କେୟୁତା ହେର୍‌ପିମାଞ୍ଜାନେସି, ଏ଼ୱାସି ନା଼ ତଲେ ବ଼ଜିତା କୁଗାମାନେସି ।
22 କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର!”
୨୨ଏ଼ନିଇଚିହିଁ ମାହାପୂରୁ ତୀରି କିହାମାଚି ଲେହେଁ ମାଣ୍‌ସି ମୀର୍‌ଏସି ହା଼ନେସି, ସାମା ଏ଼ୱାଣାଇଁ ସାତ୍ରୁ ତା଼ଣା ହେର୍‌ପିନେସି ଆୟ଼ତା ଏ଼ୱାସି ଊଣେଏ ଡଣ୍ତ ବେଟା ଆ଼ନେସି ।”
23 ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ।
୨୩ଏମ୍ବାଟିଏ ଏ଼ୱାରି ମା଼ ବିତ୍ରାଟି ଆମ୍ବାଆସି ଇଲେତି କାମା କିନେସି ଇଞ୍ଜିଁ ତା଼ମ୍ବୁ ତା଼ମ୍ବୁଏ ଜ଼ଲ୍‌କି ଆ଼ତେରି ।
24 ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା।
୨୪ଇଞ୍ଜାଁ ଏ଼ୱାରି ବିତ୍ରାଟି ଆମ୍ବାଆସି କାଜାସି ଆ଼ନେସି ଇଞ୍ଜିଁ ସୀସୁୟାଁ ବିତ୍ରା ଆସ୍‌ପି ଆ଼ତେରି ।
25 ସେଥିରେ ସେ ସେମାନଙ୍କୁ କହିଲେ, “ଅଣଯିହୁଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେମାନେ ଲୋକ-ସେବକ ବୋଲି ଖ୍ୟାତ ହୁଅନ୍ତି।
୨୫ଏମ୍ବାଟିଏ ଜୀସୁ ଏ଼ୱାରାଇଁ ଏଲେଇଚେସି, “ଏଟ୍‌କା କୂଡ଼ାତି ରାଜାୟାଁ ଏ଼ୱାରି ମୁହେଁ ସା଼ଲୱି କିନେରି, ଅ଼ଡ଼େ ଆମିନି ଗାଟାରି ଏ଼ୱାରାଇଁ ସା଼ଲୱି କିନେରି, ଏ଼ୱାରି ଲ଼କୁତା଼ଣା ନେହାଁରି ଇଞ୍ଜିଁ ୱେ଼ଙ୍ଗାଲି ଅଣ୍‌ପିନେରି ।
26 କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ।
୨୬ସାମା ମୀ ବିତ୍ରା ଏଲେଆ଼ଆଦୁ ଇଚିହିଁ ମୀ ବିତ୍ରା ଆମ୍ବାଆସି କାଜାସି ଏ଼ୱାସି ଊଣା ଆ଼ପେସି, ଇଞ୍ଜାଁ ଆମ୍ବାଆସି ସା଼ଲୱି କିନାସି ଏ଼ୱାସି ସେ଼ବା କିନାସି ଆ଼ପେସି ।
27 କାରଣ କିଏ ଶ୍ରେଷ୍ଠ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
୨୭ଆମ୍ବାଆସି କାଜାସି? ତିଞ୍ଜାଲି କୁଗିନାସି କାଜାସି କି ସେ଼ବା କିନାସି କାଜାସି? ତିଞ୍ଜାଲି କୁଗିନାସି କାଜାସି ଆ଼ଏକି? ସାମା ନା଼ନୁ ମୀ ବିତ୍ରା ସେ଼ବା କିନାତେଏଁଲେହେଁ ଆ଼ହାମାଇଁ ।”
28 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହି ଆସିଅଛ;
୨୮“ସାମା ମୀରୁ ନା଼ ବାରେ କସ୍ତତା ନା଼ ତଲେ ମାଞ୍ଜାମାଞ୍ଜେରି;
29 ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି,
୨୯ଇଞ୍ଜାଁ ନା଼ ଆ଼ବା ଏ଼ନିକିଁ ନାଙ୍ଗେ ସା଼ଲୱି କିହାଲି ପା଼ଣା ହୀହାମାଞ୍ଜାନେସି, ନା଼ନୁ ଜିକେଏ ଏଲେକିହିଁଏ ମିଙ୍ଗେ ହିୟାଇଁ,
30 ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।”
୩୦ଏ଼ନିକିଁ ମୀରୁ ନା଼ ରା଼ଜିତା ନା଼ ତଲେ କୁଗାନା ତିଞ୍ଜେରି, ଇଞ୍ଜାଁ ସିଂଗାସାଣିତା କୁଗାନା ଇସ୍ରାୟେଲତି ବା଼ର କୂଡ଼ାତି ସା଼ଲୱି କିଦେରି ।”
31 “ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
୩୧“ସିମନ, ସିମନ ମେହ୍‌ମୁ ସୟତାନ ଗ଼ହଁ ହା଼ଣିକିନିଲେହେଁ ସୟତାନ ମାହାପୂରୁ ତା଼ଣାଟି ହେଲ ବେଟାଆ଼ହାମାନେ;
32 କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର।”
୩୨ସାମା ନୀ ନାମୁ ଏ଼ନିକିଁ ମେଣ୍‌ଙ୍ଗେଏ, ଈଦାଆଁତାକି ନା଼ନୁ ନୀ ତାକି ପ୍ରା଼ତାନା କିତେଏଁ; ଇଞ୍ଜାଁ ନୀନୁ ନେହିଁ ଆ଼ହାନା ୱେଣ୍ତାସାରେ ନୀ ତାୟିୟାଣି ତୀର୍‌ପୁକିମୁ ।”
33 ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି।
୩୩ସାମା ପିତର ଏଲେଇଚେସି, “ଏ଼ ପ୍ରବୁ ନା଼ନୁ ନୀ ତଲେ କା଼ୟିଦିତା ହାଜାଲି ଅ଼ଡ଼େ ହା଼ହାଲି ଜିକେଏ ଆଣ୍ତାଇଁ ।”
34 କିନ୍ତୁ ସେ କହିଲେ, “ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବ।”
୩୪ସାମା ଜୀସୁ ଏଲେଇଚେସି, “ଏ଼ ପିତର ନା଼ନୁ ଏଲେଇଞ୍ଜିମାଞ୍ଜାଇଁ, ନୀଞ୍ଜୁ କୟୁ କେ଼ଣ୍‌ଆ ନ଼କେଏ ନୀନୁ ନାଙ୍ଗେ ତୀନିପା଼ଲି ପୁଞ୍ଜାହିଲଅଁ ଇଞ୍ଜିଁ ୱେହ୍‌ଦି ।”
35 ଆଉ, ସେ ସେମାନଙ୍କୁ କହିଲେ, “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?” ସେମାନେ କହିଲେ, କିଛି ନାହିଁ।
୩୫ଜୀସୁ ଏ଼ୱାରାଇଁ ଏଲେଇଚେସି, “ଏଚିବେ଼ଲା ନା଼ନୁ ମିଙ୍ଗେ ଡାବୁୟାଁ ମ଼ଣା ଇଞ୍ଜାଁ ସେପୁୟାଁ ଅ଼ଆନା ହାଜୁ ଇଞ୍ଜିଁ ପାଣ୍ତା ମାଞ୍ଜାତେଏଁ ଏ଼ ବେ଼ଲା ମିଙ୍ଗେ ଏ଼ନାୟି ଊଣା ଆୟାତେକି?” ଏ଼ୱାରି ଏଲେଇଚେରି, “ଏ଼ନାୟି ଆ଼ଏ ।”
36 ସେଥିରେ ସେ ସେମାନଙ୍କୁ କହିଲେ, “ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ବସ୍ତ୍ରଖଣ୍ଡକ ବିକି ଖଣ୍ଡା କିଣୁ।
୩୬ଏମ୍ବାଟିଏ ଜୀସୁ ଏଲେଇଚେସି, “ସାମା ନୀଏଁ ଆମ୍ବାଆରାକି ଡାବୁୟାଁ ମାନୁ ଏ଼ୱାସି ଏ଼ୱାଆଁ ଅ଼ପେସି, ଏଲେକିହିଁଏ ମ଼ଣା ଜିକେଏ ଅ଼ପେସି, ଅ଼ଡ଼େ ଆମ୍ବାଆରାକି କାଣ୍ତା ହିଲେଏ ଏ଼ୱାସି ତାନି ହିମ୍ବରି ପାର୍‌ଚାନା କଡାପେସି ।
37 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ‘ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ,’ ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି।”
୩୭ଇଚିହିଁ ନା଼ନୁ ମିଙ୍ଗ ୱେସିମାଞ୍ଜାଇଁ, ମାହାପୂରୁ ପତିତା ରା଼ସ୍‌କି ଆ଼ହାମାନାୟି ସାତେଏ ନାଙ୍ଗେତାକି ଆ଼ନାୟି ମାନେ, ଏ଼ୱାସି ପା଼ପୁ ଗାଟାରି ତଲେ ଲେକା ଆ଼ନେସି, ଏଲେଆ଼ହିଁଏ ଏ଼ ବାରେ ନାଙ୍ଗେ ଏଜାତାଚିମାନେ ।”
38 ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି, ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।”
୩୮ଏମ୍ବାଟିଏ ଏ଼ୱାରି ଏଲେଇଚେରି, “ଏ଼ ପ୍ରବୁ ଇମ୍ବାଆଁ ରୀ କାଣ୍ତା ମାନୁ ।” ଇଞ୍ଜାଁ ଏ଼ୱାସି ଏଲେଇଚେସି, “ହାଅ, ଏ଼ୱିଏ ସା଼ରି ଆ଼ନୁ ଇଚେସି ।”
39 ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।
୩୯ଏ଼ୱାସି ଗା଼ଡ଼ାଟି ହ଼ଚା ହାଜାନା ତା଼ନୁ ହାଲ୍‌ୱିତିଲେହେଁ ଜୀତ ହ଼ରୁତା ହାଚେସି, ଅ଼ଡ଼େ ସୀସୁୟାଁ ଜିକେଏ ଏ଼ୱାଣି ଜେ଼ଚ ହାଚେରି ।
40 ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, “ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର।”
୪୦ଏମ୍ବାଆଁ ଏଜାନା ଏ଼ୱାସି ତାନି ସୀସୁୟାଁଇଁ ୱେସ୍ତେସି, “ମୀରୁ ଏ଼ନିକିଁ ପା଼ନ୍ଦାତା ହେର୍‌ୱି ଆ଼ଅତେରି, ଈଦାଆଁତାକି ପ୍ରା଼ତାନା କିଦୁ ।”
41 ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,
୪୧ଅ଼ଡ଼େ ଏ଼ୱାସି ଏ଼ୱାରି ତା଼ଣାଟି ହିରେ ହେକ ହାଜାନା ମେଣ୍ତାକୁତାନା ପ୍ରା଼ତାନା କିହିଁ ୱେସ୍ତେସି,
42 “ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।”
୪୨“ଏ଼ ଆ଼ବା ନୀନୁ ମ଼ନ କିତିହିଁ ଈ ଦୁକୁ କସ୍ତ ନା଼ ତା଼ଣାଟି ଗୁଚି କିମୁ; ସାମା ନା଼ ମ଼ନ କଡ଼େ ଆ଼ଏ ନୀ କାତେଏ ଆ଼ପେ ।”
43 ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ।
୪୩ଅ଼ଡ଼େ ଲାକପୂରୁତି ର଼ ଦୂତୁ ତ଼ଞ୍ଜାଆ଼ହାନା ଏ଼ୱାଣାକି ବା଼ଡ଼୍‌ୟୁ ହୀତେ ।
44 ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ରଭାବେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂମିରେ ପଡ଼ିଲା।
୪୪ଏଚେଟିଏ ଏ଼ୱାସି ହା଼ରେକା ଦୁକୁ ତଲେ ଅ଼ଡ଼େ ଗାଡିକିହିଁ ପ୍ରା଼ତାନା କିତେସି, ଇଞ୍ଜାଁ ଏ଼ୱାଣି ଗା଼ମା ନେତେରିଲେହେଁ ବୂମିତା ତର୍‌ଗିମାଚେ ।
45 ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ;
୪୫ଅ଼ଡ଼େ ଏ଼ୱାସି ପ୍ରା଼ତାନାଟି ନିଙ୍ଗା ୱା଼ହାନା ତାନି ସୀସୁୟାଁଣି ଦୁକୁ ତଲେ ଇଦା କିତାଣି ମେସ୍ତେସି;
46 ପୁଣି, ସେ ସେମାନଙ୍କୁ କହିଲେ, “କାହିଁକି ଶୋଉଅଛ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର।”
୪୬ଇଞ୍ଜାଁ ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ଏ଼ନାଆଁତାକି ଡୂରାମାଞ୍ଜେରି? ପା଼ନ୍ଦାତା ଏ଼ନିକିଁ ହେର୍‌ୱଅତେରି ଏ଼ଦାଆଁତାକି ନିଙ୍ଗାନା ପ୍ରା଼ତାନା କିଦୁ ।”
47 ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା।
୪୭ଏ଼ୱାସି ଜ଼ଲିମାଚାଟି ର଼ ମାନ୍ଦା ଲ଼କୁ ଏମ୍ବାଆଁ ଏଗା ୱା଼ତେରି, ଅ଼ଡ଼େ ବା଼ରଜା଼ଣା ସୀସୁୟାଁ ବିତ୍ରାଟି ଜୀହୁଦା ଦ଼ରୁଗାଟାସି ଏ଼ୱାରି ନ଼କିତା ୱା଼ହାନା ଜୀସୁଇଁ ନଣ୍ତାଲି ତାନି ତା଼ଣା ହାଚେସି ।
48 କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”
୪୮ସାମା ଜୀସୁ ଏ଼ୱାଣାଇଁ ଏଲେଇଚେସି, “ଏ଼ ଜୀହୁଦା ନଣ୍ତାନା ମାଣ୍‌ସି ମୀର୍‌ଏଣାଇଁ ସାତ୍ରୁୟାଁ କେୟୁତା ହେର୍‌ପିମାଞ୍ଜି?”
49 ଏଥିରେ କଅଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କଅଣ ଖଡ୍ଗରେ ଆଘାତ କରିବା?
୪୯ଏମ୍ବାଟିଏ ଜୀସୁତଲେ ମାଚାରି ଈଦି ଏ଼ନାୟି ଇଞ୍ଜିଁ ପୁଞ୍ଜାନା ଜୀସୁଇଁ ଏଲେଇଚେରି, “ଏ଼ ପ୍ରବୁ ମା଼ମ୍ବୁ ଈୱାରାଇଁ କାଣ୍ତାତଲେ ପା଼ୟିନମି କି?”
50 ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ।
୫୦ଅ଼ଡ଼େ ଏ଼ୱାରି ରଅସି କାଜା ପୂଜେରା ହ଼ଲେଏଣାଇଁ ଇର୍‌ହାନା ତାନି ଟିଃନି କିର୍ୟୁଁ ଦା଼ଚାତୁସ୍ତେସି ।
51 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏତିକି ସହିଥାଅ;” ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ।
୫୧ସାମା ଜୀସୁ ଏଲେଇଚେସି, “ଇଚେକେଏ ଆ଼ତେ” ଇଞ୍ଜାନା ଏ଼ୱାଣି କିର୍ୟୁଁ ଡୀଗାନା ନେହିଁ କିତେସି ।
52 ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରି ଆସିଲ?
୫୨ଅ଼ଡ଼େ ଜୀସୁ ତାଙ୍ଗେ ଆସାଲି ୱା଼ହାମାଚି କାଜା ପୂଜେରା, ମାହାପୂରୁ ଇଲୁତି କା଼ପୁଗାଟାରି ଅ଼ଡ଼େ ଲ଼କୁତି କାଜାରାଇଁ ଏଲେଇଚେସି, “ମୀରୁ ସ଼ରୁଇଁ ଆହ୍‌ନିଲେହେଁ ଈଟା କାଣ୍ତା ଅ଼ଡ଼େ ଟେଙ୍ଗାୟାଁ ଆସାନା ୱା଼ହାମାଞ୍ଜେରି?
53 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ; କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ।”
୫୩ନା଼ନୁ କା଼ଲେଏ ମୀ ତଲେ ମାହାପୂରୁ ଇଲୁତା ମାଚେଏଁ, ଏଚିବେ଼ଲା ମୀରୁ ନାଙ୍ଗେ ଆସ୍ତାଆତେରି; ସାମା ଈ ଦିନା ମୀଦିଏ ଅ଼ଡ଼େ ଆନ୍ଦେରିତି ବା଼ଡ଼୍‌ୟୁ ରା଼ଜିକିନି ଦିନା ।”
54 ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ।
୫୪ଡା଼ୟୁ ଏ଼ୱାରି ଏ଼ୱାଣାଇଁ ଅ଼ହାନା କାଜା ପୂଜେରା ଇଜ ତାତେରି; ସାମା ପିତର ହେକ ମାଞ୍ଜାନା ଜେ଼ଚ ଜେ଼ଚ ହାଚେସି ।
55 ଆଉ ସେମାନେ ପ୍ରାଙ୍ଗଣ ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ।
୫୫ଅ଼ଡ଼େ ଏ଼ୱାରି ଆଂଗେଣିତା ହିଚୁ ଡାସାନା ହିଚୁ ସା଼ରିସୁଟୁ କୁଗିତେରି, ଇଞ୍ଜାଁ ପିତର ଜିକେଏ ଏ଼ୱାରିତଲେ କୁଗିତେସି ।
56 ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା।
୫୬ଏମ୍ବାଟିଏ ର଼ ହ଼ଲେଣି ପିତର ହିଚୁ ମାଣ୍ତାତା କୁଗାମାନାଣି ମେସାନା, ଏ଼ୱାଣାଇଁ ସିନିକିହାନା ଏଲେଇଚେ, “ଈୱାସି ଜିକେଏ ଏ଼ୱାଣିତଲେ ମାଚାସି ।”
57 କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।
୫୭ସାମା ପିତର ଏଲେଇଚେସି, “ଆ଼ଏକା ନା଼ନୁ କଡ଼େ ଏ଼ୱାଣାଇଁ ପୁଣ୍‌ମ୍ବୁଏ ପୁଞ୍ଜାହିଲଅଁ ।”
58 ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ।
୫୮ଅ଼ଡ଼େ ଗା଼ଡ଼େକା ହାଜାଲିଏ ଅ଼ଡ଼େ ରଅସି ଏଲେଇଚେସି, “ନୀନୁ ଜିକେଏ ଏ଼ୱାରି ବିତ୍ରାଟି ରଅତି ।” ସାମା ପିତର ଏଲେଇଚେସି, “ଆ଼ଏ ତାୟି ନା଼ନୁ କଡ଼େ ଆ଼ଏ ।”
59 ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହା ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ।
୫୯ଅ଼ଡ଼େ ର଼ ଗଂଟା ହାଜାଲିଏ ଅ଼ର ରଅସି ଏଲେଇଚେସି, “ସାତେଏ ଈୱାସି ଏ଼ୱାରିତଲେ ମାଚାସି, ଏ଼ନିଇଚିହିଁ ଈୱାସି ଗାଲିଲି ଦେ଼ସାତାସି ।”
60 କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ। ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା;
୬୦ସାମା ପିତର ଏଲେଇଚେସି, “ନୀନୁ ଏ଼ନାଆଁ ଇଞ୍ଜିମାଞ୍ଜି ତାୟି ନା଼ନୁ ଏ଼ଦାଆଁ ପୁଞ୍ଜିହିଲଅଁ ।” ଏ଼ ଦେବୁଣିଏ କୟୁ କେ଼ଣ୍‌ତେ;
61 ପୁଣି, ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ “ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା,
୬୧ଏମ୍ବାଟିଏ ପ୍ରବୁ ମୂମ୍ବୁ ପେର୍‌ହାନା ପିତରଇଁ ସିନିକିତେସି; ଏମ୍ବାଟିଏ ନୀଞ୍ଜୁ କୟୁ କେ଼ଣ୍‌ଆ ନ଼କେଏ ନା଼ନୁ ପୁଞ୍ଜାହିଲଅଁ ଇଞ୍ଜାଦି, ପ୍ରବୁ ୱେସ୍ତି ଈ କାତା ତାନି ମ଼ନତା ୱା଼ତେ,
62 ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।
୬୨ଇଞ୍ଜାଁ ଏ଼ୱାସି ପାଙ୍ଗାତା ହାଜାନା ଗାଡି ଦୁକୁ ଆ଼ହାନା ଡ଼ୀତେସି ।
63 ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ,
୬୩ଅ଼ଡ଼େ ଆମିନିଗାଟାରି ଜୀସୁଇଁ ଆସା ଇଟାମାଚେରି, ଏ଼ୱାରି ଏ଼ୱାଣାଇଁ ୱେ଼ଚି ୱେ଼ଚିହିଁ କାକ୍‌ହେରି,
64 ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ କିଏ ତୋତେ ମାଇଲା?
୬୪ଅ଼ଡ଼େ ଏ଼ୱାଣି ମୂମ୍ବୁତା ହିମ୍ବରି ପ୍ଡିକ୍‌ହାନା ୱେଚେରି, “ନୀନୁସାଁ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାତି! ୱେସ୍ତାମୁ ନିଙ୍ଗେ ଆମ୍ବାଆସି ୱେତାତେସି?”
65 ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ।
୬୫ଅ଼ଡ଼େ ଏ଼ୱାରି ହା଼ରେକା କାତା ଏ଼ୱାଣି କ଼ପାଟି ଜ଼ଲାନା ଏ଼ୱାଣି ନିନ୍ଦାକିତେରି ।
66 ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ।
୬୬ଲା଼ଇ ୱେ଼ୟାଲିଏ ଲ଼କୁତି କାଜାରି, କାଜା ପୂଜେରାଙ୍ଗା ଅ଼ଡ଼େ ମେ଼ରାପୁନାରି ରୁଣ୍ତା ଆ଼ହାନା ତାମି ବେ଼ରଣିମାଣ୍ତାତା ଜୀସୁଇଁ ଅ଼ହାନା ୱେଚେରି,
67 କିନ୍ତୁ ସେ ସେମାନଙ୍କୁ କହିଲେ, “ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ;
୬୭“ନୀନୁ କ୍ରୀସ୍ତତିକି ମାଙ୍ଗେ ୱେସ୍ତାମୁ ।” ସାମା ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ନା଼ନୁ ମିଙ୍ଗେ ୱେସ୍ତାସାରେ ମୀରୁ ନାମଅତେରି;
68 ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ।
୬୮ଅ଼ଡ଼େ ନା଼ନୁ ୱେଞ୍ଜାତିହିଁ ମୀରୁ ୱେସାଲି ଆ଼ଡଅତେରି ।
69 କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ବରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ।”
୬୯ସାମା ନୀଏଁଟିଏ ମାଣ୍‌ସି ମୀର୍‌ଏସି ବା଼ଡ଼୍‌ୟୁଗାଟି ମାହାପୂରୁ ଟିଃନି ଟଟତା କୁଗିନେସି ।”
70 ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ବରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, “ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।”
୭୦ଏମ୍ବାଟିଏ ବାରେଜା଼ଣା ୱେଚେରି, “ଆତିହିଁ ନୀନୁ ମାହାପୂରୁ ମୀର୍‌ଏଣାତିକି?” ଏ଼ୱାସି ଏ଼ୱାରାଇଁ ଏଲେଇଚେସି, “ମୀରୁତ ୱେସିମାଞ୍ଜାଦେରି, ନା଼ନୁ ଏ଼ୱାତେଏଁ ।”
71 ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ।
୭୧ଏଚେଟିଏ ଏ଼ୱାରି ଏଲେଇଚେରି, “ମାଙ୍ଗେ ଅ଼ଡ଼େ ଏ଼ନି ସା଼କି ଲ଼ଡ଼ା, ମା଼ରତ ଈ କାତା ତାନି ଗୂତିଟିଏ ୱେଚାୟି ।”

< ଲୂକ 22 >