< ଲୂକ 22 >

1 ନିସ୍ତାର ପର୍ବ ନାମକ ଖମୀରଶୂନ୍ୟ ରୁଟିର ପର୍ବ ନିକଟ ହୋଇ ଆସୁଥିଲା।
କମିର୍‌ ନ ପାକାଇ ରୁଟି ତିଆର୍‌ କର୍‌ବା ପରବ୍‌ ଜାକେକି ନିସ୍‌ତାର୍‌ ପରବ୍‌ ବଲି ମିସା କଇବାଇ, ସେ ପରବ୍‌ ଲଗାଲଗି କେଟି ଆଇତେ ରଇଲା ।
2 ଆଉ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ, କିପରି ଯୀଶୁଙ୍କୁ ବିନାଶ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ, କାରଣ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
ଆରି ମୁକିଅ ପୁଜାରିମନ୍‌, ସାସ୍‌ତର୍‌ ସିକାଉମନ୍‌ ଲକ୍‌ମନ୍‌କେ ଡର୍‌ତେ ରଇଲାଇ । ଜିସୁକେ କେନ୍ତି ଲୁଚ୍‌ତେ ମରାଉଁ? ବଲି ବାଟ୍‌ କଜ୍‌ତେ ରଇଲାଇ ।
3 ସେତେବେଳେ ବାରଜଣଙ୍କ ସଂଖ୍ୟା ମଧ୍ୟରେ ଥିବା ଇଷ୍କାରିୟୋତୀୟ ନାମକ ଯିହୂଦାଠାରେ ଶୟତାନ ପ୍ରବେଶ କଲା;
ଆରି ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଇସ୍‌କାରିୟତ୍‌ ଜିଉଦା ନାଉଁର୍‌ ଗଟେକ୍‌ ସିସ୍‌ ରଇଲା । ସେବେଲାଇ ତାର୍‌ ମନ୍‌ ବିତ୍‌ରେ ସଇତାନ୍‌ ପୁରିଦେଲା ।
4 ଆଉ ଯିହୂଦା ଯାଇ, କି ଉପାୟରେ ଯୀଶୁଙ୍କୁ ପ୍ରଧାନ ଯାଜକ ଓ ସେନାପତିମାନଙ୍କ ହାତରେ ଧରାଇଦେବ, ତାହା ସେମାନଙ୍କ ସହିତ କଥାବାର୍ତ୍ତା କଲା।
ଆରି ସେ ମୁକିଅ ପୁଜାରିମନ୍‌ ଆରି ମନ୍ଦିର୍‌ ଜାଗି ରଇବା ସେନାପତିମନର୍‌ ଲଗେ, କେନ୍ତିକରି ଜିସୁକେ ବିସ୍‌ବାସେ ବିସ୍‌ ଦେଲା ପାରା କରି, ତାକେ ଦାରାଇଦେବି ବଲି ସେମନର୍‌ ସଙ୍ଗ୍‌ କାତାବାର୍‌ତା ଅଇବାର୍‌ ଗାଲା ।
5 ସେଥିରେ ସେମାନେ ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ଚୁକ୍ତି କଲେ।
ସେଟାର୍‌ପାଇ ସେ ଲକ୍‌ମନ୍‌ ବେସି ସାର୍‌ଦା ଅଇକରି ତାକେ ଡାବୁ ଦେବାକେ ରାଜି ଅଇଲାଇ ।
6 ଆଉ ଯିହୂଦା ଏକମତ ହୋଇ ଲୋକମାନଙ୍କ ଅନୁପସ୍ଥିତିରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
ଜିଉଦା ମିସା ରାଜି ଅଇଲା ଆରି ଲକ୍‌ମନର୍‌ ନ ଜାନ୍‌ତେ ଜିସୁକେ ଦାରାଇଦେବାକେ ସୁଜଗ୍‌ କଜ୍‌ତେରଇଲା ।
7 ପରେ ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମୀରଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା;
ତାର୍‌ପଚେ ନିସ୍‌ତାର୍‌ ପରବର୍‍ ବଜି କରି ମେଣ୍ଡାପିଲା ମାର୍‌ବା ଦିନ୍‌ ଆଇଲା ।
8 ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, “ଆମ୍ଭେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମ୍ଭେମାନେ ଯାଇ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”
ଜିସୁ, ପିତର୍‌ ଆରି ଜଅନ୍‌କେ ଏ କାତା କଇ ପାଟାଇଲା । “ଜା ଆରି ଆମର୍‌ପାଇ ନିସ୍‌ତାର୍‌ ପରବର୍‌ ବଜି କାଇବାକେ ଟିକ୍ କରା ।”
9 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
ସେମନ୍‌ ଜିସୁକେ ପାଚାର୍‌ଲାଇ, “ଆମେ କନ୍‌ ଜାଗାଇ ବଜି ତିଆର୍‌କର୍‌ବୁ ବଲି ତମେ ମନ୍‌ କଲାସ୍‌ନି?”
10 ଯୀଶୁ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ,
୧୦ଜିସୁ ସେମନ୍‌କେ କଇଲା, ଦେକା, ତମେ ଗଡ୍‌ ବିତ୍‌ରେ ପୁର୍‌ବା ବେଲେ ଗଟେକ୍‌ ଆଣ୍ଡିତେଇ ପାନିନେଇ ଜିବା ଲକ୍‌କେ ବେଟ୍‍ପାଇସା । ସେ ଜନ୍‌ ଗରେ ପୁର୍‌ସି, ତାର୍‌ ପଚ୍‌ପଚ୍‌ ଜାଇ ସେ ଗରର୍‌ ସାଉକାର୍‌କେ କୁଆ,
11 ‘ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?’
୧୧“ଆମର୍‌ ଗୁରୁ ତମ୍‌କେ ଏ କବର୍‌ କଇ ପାଟାଇଆଚେ, ମୁଇ ଆରି ମର୍‌ ସିସ୍‌ମନ୍‌ କନ୍‌ ବାକ୍‌ରାଇ ରକିଆ ପାଇବା ପରବର୍‌ ବଜି ମାନ୍‌ବୁ?
12 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ପ୍ରସ୍ତୁତ କର।”
୧୨ତାର୍‌ପଚେ ସେ ଲକ୍‌ ତମ୍‌କେ ଗର୍‌ ଉପ୍‌ରେ ରଇବା ମଅଲା ତିଆର୍‌ ଅଇରଇଲା ଗଟେକ୍‌ ବଡ୍‌ ବାକ୍‌ରା ଦେକାଇ ଦେଇସି । ତେଇ ତମେ କାଦି ତିଆର୍‌ କରା ।”
13 ଆଉ, ସେହି ଦୁଇ ଜଣ ଶିଷ୍ୟ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
୧୩ସେମନ୍‌ ଜାଇକରି ଜିସୁ ସେମନ୍‌କେ ଜେନ୍ତି କଇରଇଲା ସେନ୍ତିସେ ଦେକ୍‌ଲାଇ । ଆରି ନିସ୍‌ତାର୍‌ ପରବର୍‌ ବଜି ତିଆର୍‌ କଲାଇ ।
14 ପୁଣି, ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ।
୧୪ସମାନ୍‌ ବେଲା କେଟ୍‌ଲାକେ ଜିସୁ ପେରିତ୍‌ମନର୍‌ ସଙ୍ଗ୍‌ କାଇବାକେ ମିସ୍‌ତେ ବସ୍‌ଲାଇ ।
15 ଆଉ ସେ ସେମାନଙ୍କୁ କହିଲେ, “ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାରଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି।
୧୫ସେବେଲା ଜିସୁ ସେମନ୍‌କେ କଇଲା, “ମୁଇ ଦୁକ୍‌ କସ୍‌ଟ ପାଇବା ଆଗ୍‌ତୁ ନିସ୍‌ତାର୍‌ ପରବ୍‌ ତମର୍‌ସଙ୍ଗ୍‌ ମିସ୍‌ତେ କର୍‌ବାକେ ବେସି ମନ୍‌ କରିରଇଲି ।
16 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଏହା ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ମୁଁ ଆଉ କେବେ ହେଁ ତାହା ଭୋଜନ କରିବି ନାହିଁ।”
୧୬ମୁଇ ତମ୍‌କେ କଇଲିନି, ପର୍‌ମେସରର୍‌ ରାଇଜେ ଏଟା ପୁରାପୁରୁନ୍‌ ନ ଅଇବାଜାକ, କେବେ ମିସା ଏଟା ନ କାଇ ।”
17 ପୁଣି, ସେ ପାନପାତ୍ର ଗ୍ରହଣ କରି ଧନ୍ୟବାଦ ଦେଇ କହିଲେ, “ଏହା ନେଇ ଆପଣା ଆପଣା ମଧ୍ୟରେ ଭାଗ କର,
୧୭ଆରି ସେ ଅଙ୍ଗୁର୍‌ ରସ୍‌ ଦାରି ପର୍‌ମେସର୍‌କେ ଜୁଆର୍‌ କରି କଇଲା, “ଏଟା ନେଇ ତମର୍‌ ନିଜର୍‌ ନିଜର୍‌ ବିତ୍‌ରେ ବାଟା କରା ।
18 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଜିଠାରୁ ଦ୍ରାକ୍ଷାଫଳର ରସ ଆଉ ପାନ କରିବି ନାହିଁ।”
୧୮ମୁଇ ତମ୍‌କେ କଇଲିନି ପର୍‌ମେସରର୍‌ ରାଇଜ୍‌ ନ ଆଇବା ଜାକ, ଏ ରସ୍‌ କେବେ ମିସା ନ କାଇ ।”
19 ପୁଣି, ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି; ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”
୧୯ଆରି ରୁଟି ଦାରିକରି ପର୍‌ମେସର୍‌କେ ଦନିଅବାଦ୍‍ଦେଇ ବାଙ୍ଗାଇ ସେମନ୍‌କେ ଦେଇକରି କଇଲା, “ଏଟା ମର୍‌ ଗାଗଡ୍‌, ଜନ୍‌ଟା ତମର୍‌ ପାଇ ଦିଆଅଇଲା ଆଚେ । ମକେ ଏତାଇବା ପାଇ ଏଟା କରା ।”
20 ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।
୨୦ସେନ୍ତାରିସେ କାଇଲା ପଚେ ସେ ମୁତାଇ ଅଙ୍ଗୁର୍‌ ରସ୍‌ ଦାରି କଇଲା, “ଏ ମୁତା ମର୍‌ ବନିତେଇ, ପର୍‌ମେସର୍‌ ଲକ୍‌ମନର୍‌ ସଙ୍ଗ୍‌ କଲା ନୁଆ ରାଜିନାମା । ଏଟା ତମର୍‌ପାଇ ଜର୍‌ଲା ମର୍‌ ବନି ।”
21 କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି।
୨୧“ମାତର୍‌ ଦେକା ଇତି ମର୍‌ସଙ୍ଗ୍‍ ବସି କାଇବା ଗଟେକ୍‌ ଲକ୍‌ସେ ବିରଦି ଲକ୍‌ମନର୍‌ ଆତେ ମକେ ଦାରାଇ ଦେଇସି ।
22 କାରଣ ଯେପରି ନିରୂପିତ ହୋଇଅଛି, ମନୁଷ୍ୟପୁତ୍ର ସେହିପରି ପ୍ରୟାଣ କରୁଅଛନ୍ତି ସତ୍ୟ, ତଥାପି ଯେଉଁ ଲୋକ ଦ୍ୱାରା ସେ ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର!”
୨୨ପର୍‌ମେସରର୍‌ଟାନେଅନି ଆଇଲା ନର୍‌ପିଲା ମୁଇ, ସେ ଜେନ୍ତି ଜଜ୍‌ନା କଲାଆଚେ, ସେନ୍ତାରିସେ ମର୍‌ବାକେ ଅଇସି । ମାତର୍‌ ଜନ୍‌ ଲକ୍‌ ମକେ ବିସ୍‌ବାସେ ବିସ୍‌ ଦେଲାପାରା ବିରଦିମନର୍‌ ଆତେ ଦାରାଇ ଦେଇସି, ତାକେ ବେସି ଡଣ୍ଡ୍‌ ମିଲ୍‌ସି ।”
23 ତେଣୁ ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଅଛି, ସେ ବିଷୟରେ ସେମାନେ ପରସ୍ପର ବାଦାନୁବାଦ କରିବାକୁ ଲାଗିଲେ।
୨୩ସେବେଲାଇ ସିସ୍‌ମନ୍‌ ସେମନର୍‌ ବିତ୍‌ରେ କାତା ଅଇଲାଇ, “ଏନ୍ତି ବଇଲେ ଆମର୍‌ ବିତ୍‌ରେ କେ ଜିସୁକେ ସେନ୍ତି କର୍‌ସି?”
24 ପୁଣି, ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ବୋଲି ଗଣିତ, ସେ ବିଷୟରେ ସେମାନଙ୍କ ମଧ୍ୟରେ ବିବାଦ ଘଟିଲା।
୨୪ତାର୍‌ ପଚେ ସେମନର୍‌ ବିତ୍‌ରେଅନି କେ ବଡ୍‌ ବଲି ଦଦାପେଲା ଅଇଲାଇ ।
25 ସେଥିରେ ସେ ସେମାନଙ୍କୁ କହିଲେ, “ଅଣଯିହୁଦୀମାନଙ୍କ ରାଜାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି, ଆଉ ଯେଉଁମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି, ସେମାନେ ଲୋକ-ସେବକ ବୋଲି ଖ୍ୟାତ ହୁଅନ୍ତି।
୨୫ଜିସୁ ସେମନ୍‌କେ କଇଲା, “ଏ ଦୁନିଆର୍‌ ରାଜାମନ୍‌ ସେମନର୍‌ ଲକ୍‌ମନ୍‌କେ ନିଜର୍‌ ଅଦିକାର୍‌ ଦେକାଇ ସାସନ୍‌ କର୍‌ବାଇ । ଆରି ସେମନ୍‌, ଆମେ ଲକ୍‌ମନ୍‌କେ ଦରମ୍‌ କର୍‌ବା ଲକ୍‌ ବଲି ଡାକ୍‌ପୁଟା ଅଇବାଇ ।
26 କିନ୍ତୁ ତୁମ୍ଭେମାନେ ସେପ୍ରକାର ହୁଅ ନାହିଁ, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ହେଉ, ପୁଣି, ଯେ ନେତା, ସେ ସେବକ ପରି ହେଉ।
୨୬ମାତର୍‌ ତମର୍‌ ବିତ୍‌ରେ ଏନ୍ତି ନ ଉଆ । କେ ବଡ୍‌ ସେ ସାନ୍‌ ଅ । ଆରି କେ ନେତା ରଇସି ସେ ସବୁଲକର୍‌ ସେବା କର୍‌ବାର୍‌ ଆଚେ ।
27 କାରଣ କିଏ ଶ୍ରେଷ୍ଠ? ଯେ ଭୋଜନ ନିମନ୍ତେ ମେଜରେ ବସିଅଛି, ନା ଯେ ସେବକ? ଭୋଜନ ନିମନ୍ତେ ମେଜରେ ବସିଅଛି, ସେ କି ଶ୍ରେଷ୍ଠ ନୁହଁନ୍ତି? କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଜଣେ ସେବକ ପରି ଅଛି।
୨୭ଏ ଦୁନିଆର୍‌ ଇସାବେ, ବସିକରି କାଇବା ଲକ୍‌ ବଡ୍‌ କି, ବାଟାକରି ଦେବା ଲକ୍‌ ବଡ୍‌? ବସିକରି କାଇବା ଲକ୍‌ ସେ ବଡ୍‌ ଅଇସି । ମାତର୍‌ ମୁଇ ସେନ୍ତି ନଇ । ମୁଇ ତମର୍‌ ବିତ୍‌ରେ ବାଟାକରି ଦେବା ଲକର୍‌ ପାରା ।
28 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହି ଆସିଅଛ;
୨୮ତମେ ମର୍‌ ସବୁ ପରିକାଟାନେ ମର୍‌ସଙ୍ଗ୍‌ ରଇ ଆଇଲାସ୍‌ନି ।
29 ଏଣୁ ମୋହର ପିତା ଯେପରି ମୋ ନିମନ୍ତେ ରାଜ୍ୟ ନିରୂପଣ କଲେ, ମୁଁ ମଧ୍ୟ ସେପରି ତୁମ୍ଭମାନଙ୍କ ନିମନ୍ତେ ନିରୂପଣ କରୁଅଛି,
୨୯ମର୍‌ ବାବା ପର୍‌ମେସର୍‌ ଜେନ୍ତି ସାସନ୍‌ କର୍‌ବାକେ ମକେ ତାର୍‌ ରାଇଜର୍‌ ଅଦିକାର୍‌ ଦେଲା ଆଚେ, ସେନ୍ତି ମୁଇ ମିସା ତମ୍‌କେ ଅଦିକାର୍‌ ଦେବି ।
30 ଯେପରି ତୁମ୍ଭେମାନେ ମୋହର ରାଜ୍ୟରେ ମୋ ମେଜରେ ଭୋଜନପାନ କରିବ, ପୁଣି, ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।”
୩୦ଆରି ତମେ ମର୍‌ ରାଇଜେ ମର୍‌ସଙ୍ଗ୍‌ ବସି କାଆପିଆ କର୍‌ସା । ରାଜ୍‌ଗାଦି ବସି ଇସ୍‌ରାଏଲର୍‌ ବାରଟା ଜାତିର୍‌ ଲକ୍‌ମନ୍‌କେ ସାସନ୍‌ କର୍‌ସା ।”
31 “ଶିମୋନ, ଶିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମ୍ଭମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି;
୩୧“ଏ ସିମନ୍‌, ସିମନ୍‌! ସୁନ୍‌! ଚାସି ଜେନ୍ତି ଦାନ୍‌ ଉଡାଲିକରି ପଟ୍‌ ବିନେ କର୍‌ସି, ସେନ୍ତାରି ସଇତାନ୍‍ ତମ୍‌କେ ତେରେପେତେ କର୍‌ବାକେ ଆଦେସ୍‌ ପାଇଲା ଆଚେ ।
32 କିନ୍ତୁ ତୁମ୍ଭର ବିଶ୍ୱାସ ଯେପରି ଲୋପ ନ ହୁଏ, ଏଥିପାଇଁ ମୁଁ ତୁମ୍ଭ ନିମନ୍ତେ ନିବେଦନ କଲି; ପୁଣି, ତୁମ୍ଭେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କର।”
୩୨ମାତର୍‌ ତର୍‌ ବିସ୍‌ବାସ୍‌ ଉନା ନ ଅ ବଲି ମୁଇ ପାର୍‌ତନା କଲିଆଚି । ସେ ପରିକାଇ, ବିସ୍‍ବାସେ ଡାଟ୍‌ଅଇ, ଜିତି ଆଇଲେ ତର୍‌ ବାଇମନ୍‌କେ ମିସା ସେନ୍ତି ଡାଟ୍‌ କରାଇସୁ ।”
33 ମାତ୍ର ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ଓ ମୃତ୍ୟୁଭୋଗ କରିବାକୁ ପ୍ରସ୍ତୁତ ଅଛି।
୩୩ସେବେଲାଇ ସିମନ୍‌ ଜିସୁକେ କଇଲା, “ଏ ମାପ୍‌ରୁ ମୁଇ ତର୍‌ସଙ୍ଗ୍‌ ବନ୍ଦି ଗରେ ଜିବାକେ ଆରି ମର୍‌ବାକେ ମିସା ରାଜି ଆଚି ।”
34 କିନ୍ତୁ ସେ କହିଲେ, “ହେ ପିତର, ମୁଁ ତୁମ୍ଭକୁ କହୁଅଛି, ଆଜି କୁକୁଡ଼ା ନ ଡାକୁଣୁ ତୁମ୍ଭେ ଯେ ମୋତେ ଜାଣ, ଏହା ତିନି ଥର ଅସ୍ୱୀକାର କରିବ।”
୩୪ତାର୍‌ ପଚେ ଜିସୁ କଇଲା, “ଏ ପିତର୍‌ ମୁଇ ତକେ କଇଲିନି, ତୁଇ ଏବେ ଏନ୍ତି କଇଲୁସ୍‌ନି, ମାତର୍‌ ଆଜି ରାତି କୁକ୍‌ଡା ନ ଡାକ୍‌ବା ଆଗ୍‌ତୁ ମକେ ତିନ୍‌ତର୍‌ ନାଜାନି ବଲି କଇସୁ ।”
35 ଆଉ, ସେ ସେମାନଙ୍କୁ କହିଲେ, “ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଗାଞ୍ଜିଆ, ଝୋଲି ଓ ଜୋତା ବିନା ପଠାଇଥିଲି, ସେତେବେଳେ ତୁମ୍ଭମାନଙ୍କର କି କିଛି ଅଭାବ ହୋଇଥିଲା?” ସେମାନେ କହିଲେ, କିଛି ନାହିଁ।
୩୫ଜିସୁ ତାର୍‌ ସିସ୍‌ମନ୍‌କେ ପାଚାର୍‌ଲା । “ମୁଇ ତମ୍‌କେ ପାଟାଇଲାବେଲେ ବେସ୍‌ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍‌କେ କାଇ ଅବାବ୍‌ ଅଇଲା କି?” “ନାଇ, କାଇଟା ମିସା ଅବାବ୍‌ ଅଏ ନାଇ ।” ବଲି କଇଲାଇ ।
36 ସେଥିରେ ସେ ସେମାନଙ୍କୁ କହିଲେ, “ମାତ୍ର ଏବେ, ଯାହାର ଟଙ୍କା ରଖିବାର ମୁଣା ଅଛି, ସେ ତାହା ନେଉ, ସେହି ପ୍ରକାରେ ଝୋଲି ମଧ୍ୟ ନେଉ, ଆଉ ଯାହାର ନାହିଁ, ସେ ଆପଣା ବସ୍ତ୍ରଖଣ୍ଡକ ବିକି ଖଣ୍ଡା କିଣୁ।
୩୬ଆରି ସେ କଇଲା, “ମାତର୍‌ ଏବେ ତମ୍‌କେ କଇଲିନି, ବେସ୍‌ନି କି ମୁନା ରଇଲେ ନିଆ । ଆରି ଜାକେ କାଣ୍ଡା ନାଇ, ସେ ପିନ୍ଦ୍‌ବାଟା ବିକି କାଣ୍ଡା ଗେନ ।
37 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେପରି ଶାସ୍ତ୍ରରେ ଲେଖାଅଛି, ‘ତାହା ମୋʼଠାରେ ସିଦ୍ଧ ହେବା ଆବଶ୍ୟକ; ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ,’ ଯେଣୁ ମୋ ସମ୍ବନ୍ଧୀୟ କଥା ସିଦ୍ଧ ହେଉଅଛି।”
୩୭ମୁଇ ତମ୍‌କେ କାଇକେ କଇଲିନି ‘ସେ ଅପରାଦିମନର୍‌ ସଙ୍ଗ୍‌ ସମାନ୍‌ ଦସା ପାଇଲା’ ବଲି ସାସ୍‌ତରେ ଲେକା ଅଇଲା କାତା ସିଦ୍‌ ଅଇବାକେ ଗାଲାନି ।”
38 ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି, ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।”
୩୮ସିମନ୍‌ ଜିସୁକେ କଇଲା, “ଏ ମାପ୍‌ରୁ, ଦେକା ଆମର୍‌ ବିତ୍‌ରେ ଜଡେକ୍‌ କାଣ୍ଡା ଆଚେ ।” ଜିସୁ କଇଲା, “ସେତ୍‌କି ଅଇସି ।”
39 ସେ ବାହାରି ଆପଣା ଧାରାନୁସାରେ ଜୀତ ପର୍ବତକୁ ଗଲେ, ଆଉ ଶିଷ୍ୟମାନେ ମଧ୍ୟ ତାହାଙ୍କ ପଛେ ପଛେ ଗଲେ।
୩୯ତେଇଅନି ଜିସୁ ଗଡ୍‌ ଚାଡି ଆଗ୍‌ତୁର୍‌ ଅବିଆସ୍‌ ଇସାବେ ଜିତ୍‌ନାଉଁର୍‌ ଡଙ୍ଗ୍‌ରେ ପାର୍‌ତନା କର୍‌ବାକେ ଗାଲା । ସିସ୍‌ମନ୍‌ ମିସା ତାର୍‌ ସଙ୍ଗ୍‌ ରଇଲାଇ ।
40 ସେହି ସ୍ଥାନରେ ଉପସ୍ଥିତ ହୋଇ ସେ ସେମାନଙ୍କୁ କହିଲେ, “ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ପ୍ରାର୍ଥନା କର।”
୪୦ଆରି ସେ ଜାଗାଇ କେଟିକରି ସିସ୍‌ମନ୍‌କେ କଇଲା, “ତମେ ପରିକାର୍‌ ପାନ୍ଦେ ନ ଲାଗାଇ ଅଇବାକେ ପାର୍‌ତନା କରା ।”
41 ଆଉ ସେ ସେମାନଙ୍କଠାରୁ ପ୍ରାୟ ଶହେ ହାତ ଦୂରକୁ ଯାଇ ଆଣ୍ଠୁପାତି ଏହି ପ୍ରାର୍ଥନା କରିବାକୁ ଲାଗିଲେ,
୪୧ତାର୍‌ ପଚେ ଜିସୁ ତାକର୍‌ତେଇଅନି କଣ୍ଡେକ୍‌ ଦୁର୍‌ ଜାଇ ମାଣ୍ଡିକୁଟା ଦେଇକରି ପାର୍‌ତନା କର୍‌ବାର୍‌ ଦାର୍‌ଲା ।
42 “ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।”
୪୨“ଏ ବାବା, ତୁଇ ମନ୍‌କଲେ ଏ କସ୍‌ଟର୍‌ ମୁତା ମର୍‌ତେଇଅନି ଦୁରିକେ ନେ । ମାତର୍‌ ମୁଇ ମନ୍‌ କଲା ଇସାବେ ନାଇ, ତର୍‌ ମନ୍‌କଲା ଇସାବେ ସିଦ୍‌ ଅ ।”
43 ଆଉ ସ୍ୱର୍ଗରୁ ଜଣେ ଦୂତ ଦର୍ଶନ ଦେଇ ତାହାଙ୍କୁ ଶକ୍ତି ପ୍ରଦାନ କଲେ।
୪୩ସେଡ୍‌କିବେଲେ ଏଦେ ଦେକା! ପର୍‌ମେସରର୍‌ ଗଟେକ୍‌ ଦୁତ୍‌ ଆସି ଜିସୁକେ ଦେକାଇଅଇଲା ଆରି ଡାଟ୍‌ସଙ୍ଗ୍‌ ରଇବାକେ ବପୁଦେଲା ।
44 ପୁଣି, ସେ ମର୍ମାନ୍ତିକ ଦୁଃଖରେ ମଗ୍ନ ହୋଇ ଆହୁରି ଏକାଗ୍ରଭାବେ ପ୍ରାର୍ଥନା କରିବାକୁ ଲାଗିଲେ ଓ ତାହାଙ୍କ ଝାଳ ଘନ ରକ୍ତଟୋପା ପରି ଭୂମିରେ ପଡ଼ିଲା।
୪୪ମାତର୍‌ ଜିସୁ ଅଦିକ୍‌ ବିକଲ୍‌ ଅଇ, ମନ୍‌ଦିଆନ୍‌ ଦେଇ ପାର୍‌ତନା କର୍‌ବାର୍‌ ଦାର୍‌ଲା । ତାର୍‌ ଗାଗ୍‌ଡର୍‌ ଜାଲ୍‌ ପାନି, ବନିପାରା ଜର୍‌ଜର୍‌ ଅଇ ବୁଏଁ ତିପିଗାଲା ।
45 ଆଉ ସେ ପ୍ରାର୍ଥନାରୁ ଉଠି ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ଦୁଃଖ ହେତୁ ନିଦ୍ରିତ ଦେଖିଲେ;
୪୫ଆରି ଜିସୁ ପାର୍‌ତନା କରିସାରାଇ ସିସ୍‌ମନର୍‌ ଲଗେ ଗାଲା । ସେମନ୍‌ ସବୁ ଲକ୍‌ ଦୁକ୍‌ଅଇକରି ତାକିଜାଇ ସଇରଇଲାଟା ସେ ଦେକ୍‌ଲା ।
46 ପୁଣି, ସେ ସେମାନଙ୍କୁ କହିଲେ, “କାହିଁକି ଶୋଉଅଛ? ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଉଠି ପ୍ରାର୍ଥନା କର।”
୪୬ତେଇ ସେମନ୍‌କେ କଇଲା, “ତମେ କାଇକେ ସଇଦେଇ ଆଚାସ୍‌? ଉଟା ପରିକାର୍‌ ପାନ୍ଦେ ନ ଲାଗାଇ ଅଇବାକେ ପାର୍‌ତନା କରା ।”
47 ସେ କଥା କହୁଥିବା ସମୟରେ, ଦେଖ, ଲୋକସମୂହ ଆସି ଉପସ୍ଥିତ ହେଲେ, ଆଉ ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ସେମାନଙ୍କ ଆଗେ ଆଗେ ଆସି ଯୀଶୁଙ୍କୁ ଚୁମ୍ବନ କରିବାକୁ ତାହାଙ୍କ ପାଖକୁ ଗଲା।
୪୭ଜେଡେବଲ୍‌ ଜିସୁ ଏ କାତା କଇତେରଇଲା ଗାଦି ଲକ୍‌ମନ୍‌ ତେଇ ଆଇଲାଇ । ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଜିଉଦା ନାଉଁର୍‌ ସିସ୍‌, ସେମନର୍‌ ଆଗ୍‌ତୁ ଅଇ ସେମନ୍‌କେ ଡାକିଆନ୍‌ଲା, । ଆରି ଜିସୁକେ ଚୁମିକରି ସେମନ୍‌କେ ଚିନାଇଦେଲା ।
48 କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ଯିହୂଦା, ଚୁମ୍ବନ ଦ୍ୱାରା କି ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଅଛ?”
୪୮ଜିସୁ ଜିଉଦାକେ ପାଚାର୍‌ଲା, “ଏ ଜିଉଦା ପର୍‌ମେସର୍‌ତେଇ ଅନି ଆଇଲା ନର୍‌ପିଲା ମକେ, ତୁଇ ବିରଦି ଲକ୍‌ମନ୍‌କେ ଚୁମିକରି ଦାରାଇଦେଲୁସ୍‌ନି କି?”
49 ଏଥିରେ କଅଣ, ତାହା ଦେଖି ତାହାଙ୍କ ସଙ୍ଗୀମାନେ କହିଲେ, ପ୍ରଭୁ, ଆମ୍ଭେମାନେ କଅଣ ଖଡ୍ଗରେ ଆଘାତ କରିବା?
୪୯ସେ ବିରଦି ଲକ୍‌ମନ୍‌ ଜିସୁକେ ବନ୍ଦିକରି ଦାରିଜିବାଇ ବଲି ସିସ୍‌ମନ୍‌ ଜାନ୍‌ଲାଇ । ସେବେଲାଇ ସିସ୍‌ମନ୍‌ ଜିସୁକେ ପାଚାର୍‌ଲାଇ, “ଏ ମାପ୍‌ରୁ, ଆମର୍‌ କାଣ୍ଡା ବେଟ୍‌ବୁ କି?”
50 ଆଉ ସେମାନଙ୍କ ମଧ୍ୟରୁ ଜଣେ ମହାଯାଜକଙ୍କ ଦାସକୁ ଖଣ୍ଡାରେ ଆଘାତ କରି ତାହାର ଡାହାଣ କାନ କାଟିପକାଇଲେ।
୫୦ସିସ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌, ବଡ୍‌ ପୁଜାରିର୍‌ ଗତିଦାଙ୍ଗ୍‌ଡାର୍‌ ଉଜା କାନ୍‌ ଚିଡ୍‌ତେ କାଟିପାକାଇଲା ।
51 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଏତିକି ସହିଥାଅ;” ପୁଣି, ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ।
୫୧ଏଟା ଦେକି ଜିସୁ କଇଲା, “ନିଚୁ” । ସେ ଚିଡ୍‌ଲା କାନ୍‌ ଚିଇକରି ନିକ କଲା ।
52 ଆଉ, ଯୀଶୁ ତାହାଙ୍କ ବିରୁଦ୍ଧରେ ଆସିଥିବା ପ୍ରଧାନ ଯାଜକ, ମନ୍ଦିରର ସେନାପତି ଓ ପ୍ରାଚୀନମାନଙ୍କୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ବାହାରି ଆସିଲ?
୫୨ଜିସୁ ତାକେ ବନ୍ଦି କର୍‌ବାକେ ଆଇଲା ମୁକିଅ ପୁଜାରିମନ୍‍କେ, ମନ୍ଦିର୍‌ ଜାଗି ରଇବା ସେନାପତିମନ୍‌କେ ଆରି ପାର୍‌ଚିନ୍‌ମନ୍‌କେ କଇଲା, “ମୁଇ କାଇ ଡାକୁ କି? ମକେ ଦାର୍‌ବାକେ ବଡ୍‌ ବଡ୍‌ ଟେଙ୍ଗ୍‌ ଆରି କାତିକାଣ୍ଡା ଦାରି ଆସି ଆଚାସ୍‌ ।
53 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିବା ସମୟରେ ତୁମ୍ଭେମାନେ ମୋ ବିରୁଦ୍ଧରେ ହାତ ବଢ଼ାଇଲ ନାହିଁ; କିନ୍ତୁ ଏହା ତୁମ୍ଭମାନଙ୍କର ସମୟ ଓ ଅନ୍ଧକାରର କର୍ତ୍ତାପଣ।”
୫୩ସବୁ ଦିନେତା ମୁଇ ମନ୍ଦିରେ ତମର୍‌ ସଙ୍ଗ୍‌ ରଇଲି, ମାତର୍‌ ତମେ ମକେ ବାନ୍ଦାସ୍‌ ନାଇ । ଏବେ ବେଲା କେଟ୍‌ଲା ଆଚେ । ମକେ କାଇଟାମିସା କର୍‌ବାକେ ପର୍‌ମେସର୍‌ ସଇତାନ୍‌କେ ଅନୁମତି ଦେଲାଆଚେ ।”
54 ପରେ ସେମାନେ ତାହାଙ୍କୁ ଘେନିଯାଇ ମହାଯାଜକଙ୍କ ଗୃହକୁ ଆଣିଲେ; କିନ୍ତୁ ପିତର ଦୂରରେ ରହି ପଛେ ପଛେ ଗଲେ।
୫୪ତାର୍‌ ପଚେ ସେମନ୍‌ ଜିସୁକେ ବାନ୍ଦିକରି ବଡ୍‌ ପୁଜାରିର୍‌ ଗରେ ଦାରିଗାଲାଇ । ପିତର୍‌ ଦୁରିକେ ରଇ ସେମନର୍‌ ପଚେପଚେ ଗାଲା ।
55 ଆଉ ସେମାନେ ପ୍ରାଙ୍ଗଣ ମଧ୍ୟସ୍ଥଳରେ ନିଆଁ ଜାଳି ଏକାଠି ବସନ୍ତେ ପିତର ସେମାନଙ୍କ ମଧ୍ୟରେ ବସି ରହିଲେ।
୫୫ସନିଅମନ୍‌ ଜଇଲାଗାଇ ଚାରିବେଡ୍‌ତି ବସ୍‌ଲାଇ । ପିତର୍‌ ମିସା ସେମନର୍‌ ସଙ୍ଗ୍‌ ବସ୍‌ଲା ।
56 ଜଣେ ଦାସୀ ତାହାଙ୍କୁ ନିଆଁ ପାଖରେ ବସିଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ଏ ଲୋକଟା ମଧ୍ୟ ତାହା ସାଙ୍ଗରେ ଥିଲା।
୫୬ଗଟେକ୍‌ ଗତିଦାଙ୍ଗ୍‌ଡି ପିତର୍‌କେ ଜଇପାଲି ବସ୍‌ଲାଟା ନିକକରି ଦେକି କଇଲା, “ଏ ଲକ୍‌ ମିସା ଜିସୁର୍‌ ସଙ୍ଗ୍‍ ରଇଲା!”
57 କିନ୍ତୁ ସେ ଅସ୍ୱୀକାର କରି କହିଲେ, ହେ ନାରୀ, ମୁଁ ତାହାକୁ ଜାଣେ ନାହିଁ।
୫୭ମାତର୍‌ ପିତର୍‌ ରାଜି ନ ଅଇ କଇଲା, “ଏ ଗତିଦାଙ୍ଗ୍‌ଡି, ତାକେ ମୁଇ ମୁଲ୍‌କେ ନାଜାନି ।”
58 ଅଳ୍ପ ସମୟ ଉତ୍ତାରେ ଆଉ ଜଣେ ତାହାଙ୍କୁ ଦେଖି କହିଲା, ତୁମ୍ଭେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ପିତର କହିଲେ, ନାହିଁ, ଭାଇ, ମୁଁ ନୁହେଁ।
୫୮ଚନେକ୍‌ ରଇଲା ପଚେ ଆରି ଗଟେକ୍‌ ଲକ୍‌ ପିତର୍‌କେ ଦେକି କଇଲା, “ତୁଇ ମିସା ତାର୍‌ ସଙ୍ଗ୍‌ ରଇଲୁସ୍‌ ।” ମାତର୍‌ ପିତର୍‌ ତାକେ କଇଲା, “ମୁଇ ନଇ ।”
59 ପ୍ରାୟ ଘଣ୍ଟାକ ପରେ ଆଉ ଜଣେ ଦୃଢ଼ ଭାବରେ କହିବାକୁ ଲାଗିଲା, ଏ ଲୋକଟା ମଧ୍ୟ ନିଶ୍ଚୟ ତାହା ସଙ୍ଗରେ ଥିଲା, କାରଣ ସେ ତ ଗାଲିଲୀୟ ଲୋକ।
୫୯ଗଟେକ୍‌ ଗଁଟା ଗାଲାପଚେ ଆରି ଗଟେକ୍‌ ଲକ୍‌ ପିତର୍‌କେ ଦେକି କଇଲା, “ଏ ଲକ୍‌ମିସା ନିଜେ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ରଇଲା । ଆକେ ମୁଇ ନିକକରି ଜାନି । କାଇକେ ବଇଲେ ସେ ଗଟେକ୍‌ ଗାଲିଲିର୍‌ ଲକ୍‌ ।”
60 କିନ୍ତୁ ପିତର କହିଲେ, ଭାଇ, ତୁମ୍ଭେ ଯାହା କହୁଅଛ, ମୁଁ ତାହା ଜାଣେ ନାହିଁ। ସେହିକ୍ଷଣି ସେ କହୁ କହୁ କୁକୁଡ଼ା ରାବିଲା;
୬୦ଏଟା ସୁନି ପିତର୍‌ ସେ ଲକ୍‌କେ କଇଲା, “ଏ ବାଇ ତୁଇ କାଇଟା କଇଲୁସ୍‌ନି? ମୁଇ ବିଲ୍‌କୁଲ୍‌ ନାଜାନି ।” ସେ କାତା ପିତର୍‌ କଇଲା ଦାପ୍‌ରେ, କୁକ୍‌ଡା ଡାକ୍‌ଲା ।
61 ପୁଣି, ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକଦୃଷ୍ଟିରେ ଚାହିଁଲେ; ସେଥିରେ “ଆଜି କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ପ୍ରଭୁ ପିତରଙ୍କୁ କହିଥିଲେ ତାହା ତାହାଙ୍କ ମନରେ ପଡ଼ିଲା,
୬୧ସେବେଲେ ଜିସୁମାପ୍‌ରୁ ପିତର୍‌କେ ପାସ୍‌ଲି ନିମାନ୍‌ କରି ଦେକ୍‌ଲା । ଜିସୁ ଆଗ୍‌ତୁ କଇଲା କାତା ସେ ଏତାଇଲା । ସେ ତାକେ କଇରଇଲା ତୁଇ ମକେ ଆଜି କୁକ୍‌ଡା ଡାକ୍‌ବା ଆଗ୍‌ତୁ ତିନ୍‌ତର୍‌ ନାଜାନି, ବଲି କଇସୁ ।
62 ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।
୬୨ସେଟାର୍‌ପାଇ ପିତର୍‌ ସେଟା ଏତାଇ, ଦୁକ୍‌ ଅଇ ଡାଣ୍ଡେଅନି ବିନେ ଜାଇ ବେସି କାନ୍ଦ୍‌ଲା ।
63 ଆଉ ଯେଉଁ ଲୋକମାନେ ଯୀଶୁଙ୍କୁ ଧରି ରଖିଥିଲେ, ସେମାନେ ତାହାଙ୍କୁ ପ୍ରହାର କରୁ କରୁ ପରିହାସ କଲେ,
୬୩ଜିସୁକେ ଦାରିକରି ସଙ୍ଗ‍ଇର‍ଇଲା ଲକ୍‌ମନ୍‌ ତାକେ ମାରିମାରି କିଜାଇଲାଇ ।
64 ପୁଣି, ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ପଚାରିବାକୁ ଲାଗିଲେ, ତୁ ପରା ଭାବବାଦୀ! କହ ତ କିଏ ତୋତେ ମାଇଲା?
୬୪ଆରି ତାର୍‌ ଆଁକି ବାନ୍ଦିକରି ତାକେ ପାଚାର୍‌ଲାଇ, “ତକେ କେ ମାର୍‌ଲା, କଅ?”
65 ପୁଣି, ସେମାନେ ଆହୁରି ଅନେକ କଥା ତାହାଙ୍କ ବିରୁଦ୍ଧରେ କହି ତାହାଙ୍କର ନିନ୍ଦା କରିବାକୁ ଲାଗିଲେ।
୬୫ଆରି କେତେଟା କାତା କଇ ତାକେ ନିନ୍ଦା କଲାଇ ।
66 ସକାଳ ହେଲାକ୍ଷଣି ଲୋକମାନଙ୍କର ପ୍ରାଚୀନବର୍ଗ ପୁଣି, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏକତ୍ର ହୋଇ ଆପଣାମାନଙ୍କ ମହାସଭାକୁ ତାହାଙ୍କୁ ଘେନିଯାଇ କହିଲେ, ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ଆମ୍ଭମାନଙ୍କୁ କୁହ।
୬୬ତାର୍‌ ଆର୍‌କର୍‌ ଦିନେ ଜୁଲ୍‌ପୁଲ୍‌ ଉଜଲ୍‌ ବେଲାଇ, ପାର୍‌ଚିନ୍‌ମନ୍‌, ମୁକିଅ ପୁଜାରିମନ୍‌ ଆରି ସାସ୍‌ତର୍‌ ସିକାଇଦେବା ଲକ୍‌ମନ୍‌ ଗଟେକ୍‌ଟାନେ ରୁଣ୍ଡ୍‌ଲାଇ । ଆରି ଜିସୁକେ ବିଚାର୍‌ କର୍‌ବା ବଡ୍‌ଟା ଜାଗାଇ ନେଲାଇ ।
67 କିନ୍ତୁ ସେ ସେମାନଙ୍କୁ କହିଲେ, “ମୁଁ ଯଦି ଆପଣମାନଙ୍କୁ କହେ, ଆପଣମାନେ ତ ବିଶ୍ୱାସ କରିବେ ନାହିଁ;
୬୭“ତୁଇ ସତଇସେ ପର୍‌ମେସର୍‌ ବାଚିପାଟାଇଲା କିରିସ୍‌ଟ କି? ଆମ୍‌କେ କଅ ।” ମାତର୍‌ ଜିସୁ ସେମନ୍‌କେ କଇଲା, “ମୁଇ କଇଲେ ମିସା ତମେ ବିସ୍‌ବାସ୍‌ ନ କରାସ୍‌ ।
68 ପୁଣି, ମୁଁ ଯଦି ପ୍ରଶ୍ନ କରେ, ଆପଣମାନେ ଉତ୍ତର ଦେବେ ନାହିଁ।
୬୮ମୁଇ ତମ୍‌କେ ପାଚାର୍‌ଲେ ମିସା ନ କୁଆସ୍‌ ।
69 କିନ୍ତୁ ଏହାପରେ ମନୁଷ୍ୟପୁତ୍ର ଈଶ୍ବରଙ୍କ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହେବେ।”
୬୯ମାତର୍‌ ଏବେ ଅନି, ପର୍‌ମେସରର୍‌ଟାନେଅନି ଆଇଲା ନର୍‌ପିଲା ମୁଇ ତାର୍‌ ଉଜାବାଟେ ବସିରଇବି ।”
70 ସେଥିରେ ସମସ୍ତେ ପଚାରିଲେ, ତେବେ ତୁମ୍ଭେ କଅଣ ଈଶ୍ବରଙ୍କ ପୁତ୍ର? ସେ ସେମାନଙ୍କୁ କହିଲେ, “ମୁଁ ସେହି ବୋଲି ଆପଣମାନେ କହୁଅଛନ୍ତି।”
୭୦ସେ କାତା ସୁନି ଗୁଲାଇ ଲକ୍‌ମନ୍‌ ଆଉଲିଅଇ ଜିସୁକେ ପାଚାର୍‌ଲାଇ, “ଏନ୍ତି ବଇଲେ ତୁଇକାଇ ପର୍‌ମେସରର୍‌ ପିଲା କି?” ଜିସୁ ସେମନ୍‌କେ କଇଲା “ମୁଇସେ ବଲି ତମେ କଇଲାସ୍‌ନି ।”
71 ତେଣୁ ସେମାନେ କହିଲେ, ସାକ୍ଷ୍ୟରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ? ଆମ୍ଭେମାନେ ତ ଆପେ ଆପେ ତାହାର ନିଜ ମୁଖରୁ ଏହା ଶୁଣିଲୁ।
୭୧ଆରି ସେମନ୍‌ କଇଲାଇ, “ଆମ୍‌କେ ଆରି କାଇ ସାକି ଦର୍‌କାର୍‌ ତା? ଆମେ ନିଜେ ତାର୍‌ ଟଣ୍ଡେଅନି ସୁନ୍‌ଲୁ ଆଚୁ ।”

< ଲୂକ 22 >