< ଲୂକ 21 >
1 ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ଡାରରେ ନିଜ ନିଜର ଦାନ ପକାଉଥିବା ଦେଖିଲେ।
୧ତାର୍ ପଚେ ଜିସୁ ଚାରିବେଡ୍ତି ଦେକ୍ଲା ଆରି ସାଉକାର୍ ଲକ୍ମନ୍ ମନ୍ଦିରର୍ ପେଟିଆଟାନେ ଦାନ୍ ଦେବାଟା ଦେକ୍ଲା ।
2 ଆଉ ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇଟି କ୍ଷୁଦ୍ର ମୁଦ୍ରା ପକାଉଥିବା ଦେଖି କହିଲେ,
୨ସେବେଲା ଗଟେକ୍ ଅର୍କିତ୍ ରାଣ୍ଡି ମାଇଜି ମିସା ଜଡେକ୍ ତାମାକାସୁ ଦେବାଟା ଜିସୁ ଦେକ୍ଲା ।
3 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି,
୩“ମୁଇ ତମ୍କେ ସତ୍ କାତା କଇଲିନି, ସବୁ ଲକର୍ଟାନେଅନି ଏ ରାଣ୍ଡିମାଇଜି ଅଦିକ୍ ଦେଲା ଆଚେ ।
4 କାରଣ ଧନୀମାନେ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ବଳକା ଧନରୁ କିଛି କିଛି ପକାଇଲେ, କିନ୍ତୁ ଦରିଦ୍ର ବିଧବା ନିଜର ଅଭାବ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଯାହା କିଛି ଥିଲା, ସେହିସବୁ ପକାଇଲା।”
୪କାଇକେ ବଇଲେ ସାଉକାର୍ ଲକ୍ମନ୍ ନିଜର୍ ନିଜର୍ ଅଗଲ୍ଲା ଦନ୍ତେଇଅନି ଅଲପ୍ ଅଲପ୍ ଦେଲାଇ ଆଚତ୍ । ମାତର୍ ଏ, ନିଜେ ବଁଚ୍ବା ପାଇ ତାର୍ ଜେତ୍କି ରଇଲା ସବୁ ଦେଲା ଆଚେ ।”
5 ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,
୫କେତେଟା ସିସ୍ମନ୍ ମନ୍ଦିରର୍ ବିସଇ ନେଇକରି ନିଆଇ କର୍ତେ ରଇଲାଇ । “ତେଇ ଲାଦିରଇବା ସୁନ୍ଦର୍ ସୁନ୍ଦର୍ ପାକ୍ନା ଆରି ପର୍ମେସର୍କେ ସର୍ପି ଦେଲା ଦାନ୍ ସଙ୍ଗ୍ କେତେକ୍ ସୁନ୍ଦର୍ ଗର୍ ବାନ୍ଦ୍ଲାଇ ଆଚତ୍” ବଲି କାତାଅଇତେ ରଇଲାଇ ।
6 “ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ।”
୬“ଏନ୍ତି ଦିନ୍ ଆଇସି, ଏବେ ତମେ କାଇ କାଇଟା ଦେକ୍ଲାସ୍ନି ସେଟା ସବୁ କୁରୁପ୍ନାସ୍ ଜାଇସି । ଗଟେକ୍ ପାକ୍ନା ମିସା ତାର୍ ଜାଗାଇ ନ ରଏ । ସବୁ ମାଟିତେଇ ମିସି ଜାଇସି ।”
7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେ ସମୟର ଚିହ୍ନ କଅଣ?
୭ତାର୍ ପଚେ ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ଏଟା ସବୁ କେବେ ଅଇସି? ଆରି ଏ ସବୁ ଗଟ୍ନା କେଟ୍ବା ଆଗ୍ତୁ ସେଟା କେଡେବଲ୍ ଅଇସି ବଲି କେନ୍ତି ଚିନି ଅଇସି?”
8 ସେଥିରେ ଯୀଶୁ କହିଲେ, “ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକ ଲୋକ ମୋ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ।
୮ଜିସୁ ସେମନ୍କେ କଇଲା, “ଜାଗ୍ରତ୍ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍ ମର୍ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍ଲା ଆଚେ, ମାତର୍ ତମେ ସେମନର୍ ପଚେ ଜାଆ ନାଇ ।
9 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ଭୟ କର ନାହିଁ; କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ସଙ୍ଗେ ସଙ୍ଗେ ଯୁଗ ଶେଷ ହେବ ନାହିଁ।”
୯ଆରି କେବେ ତମେ ଜୁଇଦ୍ ଆରି କିରମାର ଅଇବାଟା ସୁନ୍ସା, ସେବେଲା ଡରା ନାଇ । କାଇକେ ବଇଲେ ଏ ସବୁ ଗଟ୍ନା ଆଗ୍ତୁ ଅଇସିସେ । ମାତର୍ ଏ ଦୁନିଆର୍ ସେସ୍ ଦିନ୍ ସେଦାପ୍ରେ ନ ଆସେ ।”
10 ତାହା ପରେ ସେ ସେମାନଙ୍କୁ କହିଲେ, “ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ,
୧୦ଆରି ଜିସୁ କଇଲା, “ଦେସ୍ ବିରୁଦେ ଦେସ୍ ଆରି ଜାତି ବିରୁଦେ ଜାତି ଉଟ୍ସି ।
11 ଆଉ ମହା ଭୂମିକମ୍ପ ଓ ବିଭିନ୍ନ ସ୍ଥାନରେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି, ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ମହାଲକ୍ଷଣ ଦେଖାଯିବ।
୧୧ଦର୍ତନି ଚୁଲ୍ବୁଲ୍ସି । ବଡ୍ ରଗ୍ମନ୍ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍ମନ୍ ଡିସ୍ସି ।
12 କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ନିକଟକୁ ନିଆଯିବ;
୧୨ମାତର୍ ଏ ସବୁ ବିସଇ ନ ଅଇବା ଆଗ୍ତୁ, ତମ୍କେ ବାନ୍ଦିକରି ନେଇ ସାସ୍ତି ଦେବାଇ, ପାର୍ତନା ଗର୍ମନ୍କେ ବିଚାର୍ କରି ବନ୍ଦିଗରେ ପାକାଇବାକେ ସର୍ପିଦେବାଇ । ମର୍ପାଇ ତମେ ରାଜା ଆରି ସାସନ୍ କାରିଆମନର୍ ମୁଆଟେ ଟିଆ ଅଇସା ।
13 ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ।
୧୩ମର୍ ବିସଇ ତମେ ବିନ୍ ଲକ୍ମନ୍କେ କଇବାକେ ଗଟେକ୍ ସମାନ୍ ବେଲା ଅଇସି ।
14 ଅତଏବ କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର;
୧୪ତେବର୍ ପାଇ ‘ମୁଇ ନିଜ୍କେ କେନ୍ତି ରକିଆ କର୍ବି?’ ସେ ବିସଇ ବାବିକରି ଆଗେଅନି ଚିନ୍ତା କରା ନାଇ ।
15 କାରଣ ମୁଁ ତୁମ୍ଭମାନଙ୍କୁ ଏପରି ବାକ୍ୟ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରିପାରିବେ ନାହିଁ।
୧୫କାଇକେ ବଇଲେ ମୁଇ ତମ୍କେ ଟିକ୍ପଦ୍ କଇବାକେ ଗିଆନ୍ ଦେବି । ତମ୍କେ ବିରଦ୍ କର୍ବା ଲକ୍ମନ୍ ସେ ଗିଆନର୍ ବାଦୁଲେ କାଇଟା କଇନାପାରତ୍ ।
16 କିନ୍ତୁ ତୁମ୍ଭେମାନେ ପିତାମାତା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକମାନେ କାହାରି କାହାରିକୁ ହତ୍ୟା କରିବେ,
୧୬ଆରି ତମର୍ ମାଆ ବାବା, ବାଇ, ନିଜର୍ ଲାଗାର୍ ଲିତାର୍ ଲକ୍, ମଇତର୍ମନ୍ ଆରି କୁଟୁମର୍ ଲକ୍ମନ୍, ତମ୍କେ ବିରଦିମନ୍କେ ସର୍ପି ଦେବାଇ ଆରି ତମର୍ ବିତ୍ରେ ଅନି କେତେ ଲକ୍କେ ମରାଇଦେବାଇ ।
17 ପୁଣି, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ।
୧୭ତମେ ମର୍ତେଇ ବିସ୍ବାସ୍ କଲାସ୍ନି ବଲି ଗୁଲାଇ ଲକ୍ମନ୍ ତମ୍କେ ଇନ୍ କର୍ବାଇ ।
18 କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;
୧୮ମାତର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ନ ନସେ ।
19 ସହିଷ୍ଣୁତା ଦ୍ୱାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ।”
୧୯ତମେ ଡାଟ୍ଅଇ ରଇଲେ ଏ ସବୁ ବିସଇ ମୁର୍ଚିକରି, ତମର୍ ଆତ୍ମାକେ ରକିଆ କର୍ସା ।”
20 “କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମ ସହରକୁ ସୈନ୍ୟସାମନ୍ତ ଘେରିଥିବା ଦେଖିବ, ସେତେବେଳେ ତାହା ଧ୍ୱଂସ ହେବା ଯେ ସନ୍ନିକଟ, ଏହା ଜାଣ।
୨୦“ମାତର୍ ଜେଡେବଲ୍ ତମେ ଜିରୁସାଲମ୍ ଗଡେ ବିରଦି ସନିଅମନ୍ ଚାରିବେଡ୍ତି କିନ୍ଦ୍ରି ରଇବାଟା ଦେକ୍ସା ବଇଲେ, ସେବେଲା ଜିରୁସାଲାମ୍ ନସ୍ଟ ଅଇବା ବେଲା ଲଗେ କେଟ୍ଲା ବଲି ଜାନା ।
21 ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ;
୨୧ସେବେଲାଇ କେ କେ ଜିଉଦା ଦେସେ ରଇବାଇ, ସେମନ୍ ଡଙ୍ଗର୍ ବିତ୍ରେ ପାଲାଅତ୍ । କେ କେ ଗଡ୍ ବିତ୍ରେ ରଇବାଇ ସେମନ୍ କେନେ ମିସା ବଁଚ୍ବାକେ ପାଲାଅତ୍ । କେ କେ ଗଡ୍ ବାଇରେ ରଇବାଇ ସେମନ୍ ଗଡ୍ ବିତ୍ରେ ନ ପୁରତ୍ ।
22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ଡର ସମୟ ଅଟେ।
୨୨କାଇକେ ବଇଲେ ସେଟା ସାସ୍ତରର୍ ସବୁ ବିସଇ ଜେନ୍ତିକି ସିଦ୍ ଅଇସି, ସେଟାର୍ ପାଇ ସେ ଦିନ୍ମନ୍ ବେସି ଡଣ୍ଡ୍ ପାଇବା ଦିନ୍ମନ୍ ଅଇସି ।
23 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ,
୨୩ସେ ଦିନ୍ମନ୍କେ ଗାଗ୍ଡେ ରଇବା ମାଇଜିମନ୍ ଆରି ଦୁଦ୍ କୁଆଇତେରଇବା ମାଆମନର୍ କେତେକ୍ ଦୁକର୍ ଦିନ୍ ଅଇସି । ଏ ଦେସର୍ ଲକ୍ମନ୍କେ ଅପର୍ବଲ୍ ଦୁକ୍ ଆଇସି ଆରି ସେମନ୍ ଡଣ୍ଡ୍ ପାଇବାଇ ।
24 ଆଉ ସେମାନେ ଖଡ୍ଗରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ଅଣଯିହୁଦୀ ମଧ୍ୟକୁ ନିଆଯିବେ, ପୁଣି, ଅଣଯିହୁଦୀମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦଦଳିତ ହୋଇ ରହିବ।”
୨୪କେତେ ଲକ୍କେ କାଣ୍ଡାର୍ଦାର୍ ସଙ୍ଗ୍ ମରାଇବାଇ ଆରି କେତେ ଲକ୍ମନ୍କେ ବନ୍ଦିକରି ବିନ୍ବିନ୍ ଦେସେ ଦାରିଜିବାଇ । ଜିଉଦି ନଇଲା ଲକ୍ମନର୍ ବେଲା ନ ସାର୍ବାଜାକ ଜିରୁସାଲାମ୍ ବିନାସ୍ କର୍ବାକେ ଚାଡିଦେବାଇ ।”
25 “ପୁଣି, ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ; ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ଅବାକ୍ ହେବେ,
୨୫“ବାଦ୍ଲେ, ବେଲ୍ଟାନେ, ଜନ୍ଟାନେ ତାରାମନର୍ଟାନେ କେବେ ନ ଡିସ୍ବା ଚିନ୍ମନ୍ ଡିସ୍ସି । ଦୁନିଆର୍ ସବୁ ଦେସର୍ ଲକ୍, ବେସି ଦୁକ୍ କସ୍ଟ ପାଇବାଇ । ଜେଡେବେଲା ସମ୍ଦୁରର୍ ବଡ୍ ଲଅଡି ଗରଜ୍ଲେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ବାୟାବିକଲ୍ ଅଇଜିବାଇ ।
26 ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବ।
୨୬ଆରି ଲକ୍ମନ୍ ଦୁନିଆଇ ଆଇବା ସବୁ ଗଟ୍ନା ଦେକିକରି ‘କାଇକେ ଏନ୍ତି ଅଇଲାନି?’ ବଲି ଡରିକରି କେତେ ଲକ୍ ମୁର୍ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍ମେସର ଚୁଲ୍ବୁଲାଇ ଦେଇସି ।
27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘରେ ଆଗମନ କରିବା ଦେଖିବେ।
୨୭ସେବେଲାଇ ଲକ୍ମନ୍ ପର୍ମେସର୍ ତେଇଅନି ଆସିରଇବା ନର୍ପିଲା ମୁଇ, ବେସି ବପୁସଙ୍ଗ୍ ଆରି ଡାକ୍ପୁଟାଅଇକରି ବାଦ୍ଲେ ଆଇବାଟା ଦେକ୍ବାଇ ।
28 କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଉପରକୁ ଅନାଅ ଓ ମସ୍ତକ ଉଠାଅ, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ।”
୨୮ମାତର୍ ଏ ସବୁ ଗଟ୍ନା ଆରାମ୍ ଅଇଲେ ତମେ ଡାଟ୍ସଙ୍ଗ୍ ଟିଆଅଇ ଉପ୍ରେ ଦେକା । କାଇକେ ବଇଲେ ତମର୍ ରକିଆ ପାଇବା ଦିନ୍ ଲଗେ ଆଚେ ।”
29 ଆଉ ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, “ଡିମ୍ବିରି ପୁଣି, ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର;
୨୯ଆରି ଜିସୁ ସେମନ୍କେ ଗଟେକ୍ ଉଦାଅରନ୍ କଇଲା, “ଡୁମ୍ରି ଗଚ୍ ଆରି ବିନ୍ ସବୁ ଗଚର୍ କାତା ଚିନ୍ତା କରା ।
30 ଯେତେବେଳେ ସେଗୁଡ଼ିକ ପଲ୍ଲବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ;
୩୦ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କର୍ସି, ଆରି କାଁଚାପତ୍ରିଆ ଡିସ୍ଲେ କାରାଦିନ୍ କେଟ୍ଲା ବଲି ତମେ ଜାନ୍ସା ।
31 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ।
୩୧ସେନ୍ତାରିସେ ଏ ସବୁ ବିସଇ ଅଇବାଟା ଦେକ୍ଲେ ପର୍ମେସରର୍ ରାଇଜ୍ କେଟି ଆଇଲା ବଲି ଜାନ୍ସା ।”
32 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ।
୩୨“ମୁଇ ତମ୍କେ ସତ୍କାତା କଇଲିନି । ମନେ ରକା, ଏବେ ଜିବନ୍ ରଇବା ସବୁ ଲକ୍ମନର୍ ମରନ୍ ଅଇବା ଆଗ୍ତୁ ଏ ସବୁ ଗଟ୍ସି ।
33 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
୩୩ସରଗ୍ ଆରି ମଚ୍ପୁର୍ ନସି ଜାଇସି, ମାତର୍ ମର୍ ବାକିଅ କେବେ ନ ନସେ ।”
34 “କିନ୍ତୁ ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ ପୁଣି, ଜୀବିକା ସମ୍ବନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ;
୩୪“ମାତର୍ ତମେ ନିଜର୍ ନିଜର୍ ବିସଇ ନେଇକରି ଜାଗ୍ରତ୍ ରୁଆ । ତମର୍ ମନ୍ ସବୁବେଲାଇ ବଜିବାତ୍ କରି ମଦ୍ ପେଣ୍ଡମ୍ କାଇବା ବିସଇ ଆରି କେନ୍ତାର୍ ଜିଇବାର୍ ଅଇସି କେନ୍ତାର୍ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍ ଅଟାତ୍ ପାନ୍ଦ୍ ପାରା ଆସି ଲାଗିଜାଇସି ।
35 କାରଣ ତାହା ଫାନ୍ଦ ସ୍ୱରୂପେ ସମଗ୍ର ପୃଥିବୀନିବାସୀ ସମସ୍ତଙ୍କ ଉପରେ ଆସିବ।
୩୫ସେନ୍ତାରିସେ ଏ ଦୁନିଆର୍ ସବୁ ଲକ୍କେ ସେଟା ଗଟ୍ସି ।
36 କିନ୍ତୁ ତୁମ୍ଭେମାନେ ଯେପରି ଏହି ସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗି ରୁହ।”
୩୬ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।”
37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି, ପ୍ରତି ରାତ୍ରି ବାହାରିଯାଇ ଜୀତପର୍ବତରେ ରହୁଥିଲେ।
୩୭ଜିସୁ ସେ ଦିନ୍ମନ୍କେ ମନ୍ଦିରେ ଜାଇ ନିମାନ୍ କାତା ସିକାଇ ଦେଇତେ ରଇଲା । ଆରି ତାର୍ ସିସ୍ମନର୍ ସଙ୍ଗ୍ ସବୁ ରାତି ବାରିଜାଇ ଜିତ୍ ନାଉଁର୍ ଡଙ୍ଗ୍ରେ ବିତାଇତେ ରଇଲା ।
38 ଆଉ ସମସ୍ତ ଲୋକ ମନ୍ଦିରରେ ଯୀଶୁଙ୍କର ଶିକ୍ଷା ଶୁଣିବା ନିମନ୍ତେ ଅତି ସକାଳୁ ତାହାଙ୍କ ନିକଟକୁ ଆସୁଥିଲେ।
୩୮ବେସି ଲକ୍ ଜିସୁର୍ କାତା ସୁନ୍ବାକେ ସବୁ ଦିନ୍ ସାକାଲେ ମନ୍ଦିରେ ଜାଇତେରଇଲାଇ ।