< ଲୂକ 19 >

1 ପରେ ଯୀଶୁ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ।
ହଃଚେ ଜିସୁ ଜିରିହ ଜାୟ୍‌ ସେବାଟ୍ୟା ଅୟ୍‌ ଜାତିରିଲା,
2 ଆଉ ଦେଖ, ସେଠାରେ ଜଖୀୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କର ଆଦାୟକାରୀ ଓ ଧନୀ ଲୋକ।
ଆର୍‌ ଦଃକା, ଜକିୟ ନାଉଁଆର୍‌ ଗଟ୍‌ ମାନାୟ୍‌ ରିଲା, ସେ ଗଟ୍‌ ମୁଳିକା ରିବ୍‌ନି ଆର୍‌ ମାଜନ୍ ଲକ୍‌ ରିଲା ।
3 ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ।
ଜିସୁ କେ ବଃଲି ସେରି ଦଃକୁକ୍‌ ସେ ଉପାୟ୍‌ କଃର୍ତିରିଲା, ମଃତର୍‌ ଲକ୍‌ମଃନ୍ଦା ବିତ୍ରେ ଦଃକୁ ନଃହାର୍‌ତିରିଲା, ବଃଲେକ୍‌ ସେ ବୁଟ୍‌କା ରିଲା ।
4 ଏଣୁ ସେ ଆଗକୁ ଦୌଡ଼ିଯାଇ ଯୀଶୁଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରିବୃକ୍ଷରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା।
ସେତାକ୍‌ ସେ ଲକ୍‌ମଃନାର୍‌ ଆଗେ ଦଃବ୍‌ଳି ଜାୟ୍‌ ଜିସୁକେ ଦଃକୁକ୍‌ ଗଟ୍‌ ଡୁମ୍ବୁର୍‌ ଗଃଚେ ଚଃଗ୍‌ଲା, କାୟ୍‌ତାକ୍‌ବଃଲେକ୍‌ ସେ ବାଟ ଅୟ୍‌ ଜିସୁ ଜାତାର୍‌ ରିଲି ।
5 ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, “ଜଖୀୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ।”
ଜିସୁ ସେତି ଆସି ଉହ୍ରେ ଦଃକି ତାକେ କୟ୍‌ଲା, “ଜକିୟ, ବେଗି ଉତ୍ରି ଆଉ ଆଜି ମକ୍‌ ବାୟ୍‌ଦ୍‌ରେ ତର୍‌ ଗଃରେ ରେଉଁକ୍‌ ହଃଳେଦ୍‌ ।”
6 ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।
ସେତାକ୍‌ ସେ ସେଦାହ୍ରେ ଉତ୍ରି ଆସି ସଃର୍ଦାୟ୍‌ ତାକ୍‌ ଗଃରେ କୁଦ୍‌ଲା ।
7 ତାହା ଦେଖି ସମସ୍ତେ ବଚସା କରି କହିବାକୁ ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି।
ସେରି ଦଃକି ସଃବୁଲକ୍‌ ଲିନ୍ଦା କଃରି କଃଉଁକେ ଦଃର୍ଲାୟ୍‌, “ସେ ଗଟ୍‌ ହାହି ଗଃରେ ରେଉଁକ୍‌ ଜଃଉଁଲା ।”
8 କିନ୍ତୁ ଜଖୀୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋହର ସମ୍ପତ୍ତିର ଅଧା ମୁଁ ଗରିବମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟାୟରେ କାହାରିଠାରୁ କିଛି ନେଇଥାଏ, ତେବେ ଚାରି ଗୁଣରେ ତାହା ଫେରାଇ ଦେଉଅଛି।
ମଃତର୍‌ ଜକିୟ ଉଟିକଃରି ଜିସୁକେ କୟ୍‌ଲା, “ଏ ମାପ୍ରୁ, ଦଃକ୍‌, ମର୍‌ ଆଦ୍‌ବାଗ୍ ଦଃନ୍ ମୁଁୟ୍‌ ନୟ୍‌ଲା ଲକ୍‌କେ ଦେଉଁଲେ, ଆର୍‌ ଜଦି ବଃଳ୍‌ମାଡେ କାର୍‌ ତଃୟ୍‌ହୁଣି କାୟ୍‌ରି ଆଣି ରଃୟ୍‌ନ୍ଦ୍, ତଃବେ ଚାରି ଗୁଣ୍ ବାଉଳାୟ୍‌ ଦେଉଁଲେ ।”
9 ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, “ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ;
ସେତାକ୍‌ ଜିସୁ ତାର୍‌ କଃତା କୟ୍‌ଲା, “ଆଜି ଇ ଗଃରେ ମୁକ୍ତି ହଚିଆଚେ, ସେତାକ୍‌ ଏ ହେଁ ଗଟେକ୍‌ ଅବ୍ରାହାମାର୍‌ ହିଲା ।
10 କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।”
କାୟ୍‌ତାକ୍‌ବଃଲେକ୍‌ ଜୁୟ୍‌ରି ଆଜି ଆଚେ, ସେରି ଲଳି ବଚାଉଁକେ ନଃରାର୍‌ ହୟ୍‌ସି ଆସିଆଚେ ।”
11 ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ବରଙ୍କ ରାଜ୍ୟ ଅତି ଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ।
ଲକ୍‌ମଃନ୍ ଇ କଃତାମଃନ୍‌ ସୁଣ୍‌ତା ବଃଳ୍‌ ସେ ଆରେକ୍‌ ଗଟ୍‌ କଃତା କୟ୍‌ଲା, “କାୟ୍‌ତାକ୍‌ବଃଲେକ୍‌ ସେ ଜିରୁସାଲମ୍‌ ଚଃମେ ଅୟ୍‌ରିଲା ଆର୍‌ ମାପ୍ରୁର୍‌ ରାଇଜ୍‌ ବେଗି ଆସେଦ୍‌ ବଃଲି ସେମଃନ୍ ବାବ୍‌ତିରିଲାୟ୍‌ ।”
12 ଏଣୁ ସେ କହିଲେ, “ଜଣେ ଉଚ୍ଚବଂଶର ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ଗ୍ରହଣ କରି ଫେରିଆସିବା ନିମନ୍ତେ ଦୂର ଦେଶକୁ ଯାତ୍ରା କଲେ।
ସେତାକ୍‌ ଜିସୁ କୟ୍‌ଲା, “ଗଟେକ୍‌ ବଃଡ୍ ଲକ୍‌ ଅଃହ୍‌ଣାର୍‌ ଗିନେ ରଃଜାହଃଦ୍‌ ହାୟ୍‌ କଃରି ବାଉଳି ଆସୁକ୍‌ ଦୁରି ଦେସ୍‌କେ ଗଃଲା ।
13 ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶଗୋଟି ମୋହର ଦେଇ କହିଲେ, ମୋହର ଆସିବା ପର୍ଯ୍ୟନ୍ତ ବେପାର କର।
ସେ ଅଃହ୍‌ଣାର୍‌ ଦଃସ୍‌ଗଟ୍‌ ଗତିଦଃଙ୍ଗ୍‌ଳାମଃନ୍‌କ୍‌ କୁଦିକଃରି ସେମଃନ୍‌କେ ହଃତି ଲକ୍‌କେ ଗଟେକ୍‌ ଲେକା ସନାଅଦ୍ଲି ଦଃୟ୍‌ କୟ୍‌ଲା, ‘ମୁଁୟ୍‌ ଆସ୍ତା ହଃତେକ୍‌ ବେବାର୍‌ କଃରା ।’
14 କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ଶାସନ କରିବ, ଏହା ଆମ୍ଭମାନଙ୍କ ଇଚ୍ଛା ନାହିଁ।
ମଃତର୍‌ ତାର୍‌ ଦେସାର୍‌ ଲକ୍‌ମଃନ୍ ତାକେ ଗିଣ୍ କଃର୍ତି ରିଲାୟ୍‌, ଆର୍‌ ସେମଃନ୍ ତାର୍‌ ହଃଚେ କବୁର୍‌କାରିଆକେ ହଃଟାୟ୍‌ କୟ୍‌ଲାୟ୍‌, ‘ଇ ମାନାୟ୍‌ ଅଃମାର୍‌ ଉହ୍ରେ ରାଜ୍‌ କଃରେଦ୍‌, ଇରି ଅଃମାର୍‌ ମଃନ୍ ନାୟ୍‌ ।’”
15 ପରେ ସେ ରାଜପଦ ପ୍ରାପ୍ତ ହୋଇ ଫେରିଆସିଲେ, ଯେଉଁ ଦାସମାନଙ୍କୁ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଦେଶ ଦେଲେ।
“ହଃଚେ ସେ ରାଇଜ୍‌ କଃର୍ତା ରଃଜାହଃଦ୍‌ ହାୟ୍‌ ବାଉଳି ଆସି ଜୁୟ୍‌ ଗତିଦଃଙ୍ଗ୍‌ଳାମଃନ୍‌କ୍‌ ଦଃନ୍ ଦଃୟ୍‌ରିଲା ସେମଃନାର୍‌ ବିତ୍ରେ ବେବାର୍‌ କଃରି କେ କଃତେକ୍‌ ଲାବ୍‌ କଃଲା ଆଚେ, ସେରି ଜାଣୁକେ ସେମଃନ୍‌କେ ତାର୍‌ ଚଃମେ କୁଦି ଆଣୁକେ କୟ୍‌ଲା ।
16 ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ଦଶଗୋଟି ମୋହର ଲାଭ କରିଅଛି।
ସେତାକ୍‌ ହଃର୍ତୁର୍‌ ମାନାୟ୍‌ ଆସି କୟ୍‌ଲା, ‘ମାପ୍ରୁ, ତୁଇ ଦିଲା ସନାଅଦ୍ଲି ନଃୟ୍‌ ଆରେକ୍‌ ଦଃସ୍‌ଗଟ୍‌ ସନା ଅଦ୍‌ଲି ଲାବ୍‌ କଃଲେ ଆଚି ।’
17 ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶ ଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
ସେ ତାକେ କୟ୍‌ଲା, ‘ନିକ କଃତା, ତୁୟ୍‌ ସଃତ୍‌ ଗତିଦଃଙ୍ଗ୍‌ଳା, ତୁୟ୍‌ କଃଡେକ୍‌ ସାନ୍‌ କଃତାୟ୍‌ ବିସ୍ୱାସ୍‌ ସଃଙ୍ଗ୍ କାମ୍‌ କଃରି ଆଚ୍‌ସି ବଃଲି ଦଃସ୍‌ ଗଟ୍‌ ଗଃଳ୍‌ ଉହ୍ରେ ଅଃଦିକାରି ଅଃଉ ।’
18 ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ପାଞ୍ଚୋଟି ମୋହର ଲାଭ କରିଅଛି।
ତାର୍‌ ହଃଚାର୍‌ ଆରେକ୍‌ ଗଟ୍‌ ମାନାୟ୍‌ ଆସି କୟ୍‌ଲା, ‘ସାଉକାର୍‌ ତର୍‌ ଗଟେକ୍‌ ଟଃକାୟ୍‌ ଆରେକ୍‌ ହାଁଚ୍‌ଗଟ୍‌ ସନାଅଦ୍ଲି ଲାବ୍‌ କଃଲେ ଆଚି ।’
19 ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
ସେ ତାକେ ହେଁ କୟ୍‌ଲା, ‘ତୁୟ୍‌ ହେଁ ହାଁଚ୍ ଗଟ୍‌ ଗଃଳ୍‌ ଉହ୍ରେ ଅଃଦିକାର୍‌ ଅଃଉ ।’”
20 ଆଉ ଜଣେ ଆସି କହିଲା, ପ୍ରଭୁ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖି ଦେଇଥିଲି;
“ସଃରାସଃରି ମାନାୟ୍‌ ଆସି କୟ୍‌ଲା, ସାଉକାର୍‌, ଦଃକ୍‌ ଇରି ତର୍‌ ସନାଅଦ୍ଲି, ମୁଁୟ୍‌ ଇରି ତୁଆଲ୍‌ ଗଃଟାୟ୍‌ ବାନ୍ଦି ସଃଙ୍ଗାୟ୍‌ରିଲେ;
21 କାରଣ ମୁଁ ଆପଣଙ୍କୁ ଭୟ କଲି, ଯେଣୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇ ନିଅନ୍ତି, ପୁଣି, ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି।
ବଃଲେକ୍‌ ମୁଁୟ୍‌ ତକେ ଡିର୍‌ଲେ କାୟ୍‌ତାକ୍‌ବଃଲେକ୍‌ ତୁୟ୍‌ ଗଟେକ୍‌ କଃଟି ମାନାୟ୍‌, ଜୁୟ୍‌ରି ସଃଙ୍ଗାୟ୍‌ ନଃରେସି ସେରି ଟେକି ନେସି, ଆରେକ୍‌ ଜାୟ୍‌ରି ବୁଣି ନଃରେସି ସେରି କାଟି ନେସି ।
22 ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?
ସେ ତାକେ କୟ୍‌ଲା, ‘ଏରେ ଦୁସ୍ଟ୍‌ ଗତିଦଃଙ୍ଗ୍‌ଳା, ତର୍‌ କୟ୍‌ଲା କଃତାୟ୍‌ ତର୍‌ ବିଚାର୍‌ କଃରିନ୍ଦ୍‌, ମୁୟ୍‌ଁ ଗଟେକ୍‌ କଃଟି ମାନାୟ୍‌, ଜୁୟ୍‌ରି ସଃଙ୍ଗାୟ୍‌ ନଃରେୟ୍‌ଁ, ସେରି ଟେକି ନଃୟ୍‌ନ୍ଦ୍, ଆର୍‌ ଜୁୟ୍‌ରି ବୁଣି ନଃରେୟ୍‌ଁ ସେରି କାଟିନ୍ଦ୍, ଇରି ଜାଣିରିଲିସ୍‌ ।
23 ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ? ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି।
ତଃନ୍‌ଅଲେ ବେଙ୍କେ ମର୍‌ ଟଃକା କାୟ୍‌କଃରୁକ୍‌ ସଃଙ୍ଗାୟ୍‌ ନଃରିଲିସ୍‌? ତଃବେ ମୁଁୟ୍‌ ଆସି କଃଣ୍‌ତର୍‌ ସଃଙ୍ଗ୍ ହାୟ୍‌ଲେହୁଣି ।’”
24 ପୁଣି, ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ନେଇଯାଇ, ଯାହାର ଦଶ ମୋହର ଅଛି, ତାହାକୁ ଦିଅ।
“ଆରେକ୍‌ ସେ ଲଃଗେ ଟିଅୟ୍‌ ରିଲା ଲକ୍‌ମଃନ୍‌କେ ରଃଜା କୟ୍‌ଲା, ଆର୍‌ ତଃୟ୍‌ହୁଣି ଇ ଦଃନ୍ ନଃୟ୍‌ ଜାୟ୍‌ ଜାର୍‌ ତଃୟ୍‌ ଦଃସ୍‌ଗଟ୍‌ ସନାଅଦ୍ଲି ଆଚେ ତାକେ ଦିଆସ୍‌ ।
25 ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୋହର ଅଛି।
ସେତାକ୍‌ ସେମଃନ୍ ତାକେ କୟ୍‌ଲାୟ୍‌, ମାପ୍ରୁ, ତାର୍‌ ତ ଦଃସ୍‌ ଗଟ୍‌ ସନାଅଦ୍ଲି ।
26 ‘ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକୌଣସି ଲୋକର ଅଛି, ତାହାକୁ ଅଧିକ ଦିଆଯିବ। କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
ମୁଁୟ୍‌ ତୁମିମଃନ୍‌କେ କଃଉଁଲେ, ଜୁୟ୍‌ ଲକାର୍‌ ଆଚେ ତାକେ ଦିଆଅୟ୍‌ଦ୍‌, ମଃତର୍‌ ଜାର୍‌ ନାୟ୍‌ ତାର୍‌ ତଃୟ୍‌ ଜାୟ୍‌ରି ଆଚେ, ସେରି ହେଁ ତାର୍‌ ତଃୟ୍‌ହୁଣି ନିଆ ଅୟ୍‌ଦ୍‌ ।
27 କିନ୍ତୁ ମୋହର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ଶାସନ କରେ ବୋଲି ଇଚ୍ଛା କରି ନ ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋହର ସାକ୍ଷାତରେ ହତ୍ୟା କର।’”
ମଃତର୍‌ ମର୍‌ ଇ ଜୁୟ୍‌ ସଃତ୍ରୁମଃନ୍‌ ମୁଁୟ୍‌ ସେମଃନାର୍‌ ଉହ୍ରେ ରାଜ୍‌ କଃର ବଃଲି ମଃନ୍‌ ନଃକେର୍‌ତି ରିଲାୟ୍‌, ସେମଃନ୍‌କେ ଇତି ଆଣି ମର୍‌ ମୁଏଁ ଅଃତ୍ୟା କଃରା ।”
28 ଏହି ସମସ୍ତ କଥା କହି ଯୀଶୁ ଆଗକୁ ଯାଇ ଯିରୂଶାଲମ ଆଡ଼େ ଯାତ୍ରା କରିବାକୁ ଲାଗିଲେ।
ଇ ସଃବୁ କଃତା କୟ୍‌ ସଃର୍ଲା ହଃଚେ, ଜିସୁ ଚେଲାମଃନାର୍‌ ଆଗେ ଆଗେ ବାରାୟ୍‌ ଜିରୁସାଲମ୍‌ ବାଟ ଜଃଉଁକେ ଦଃର୍ଲା ।
29 ଆଉ ଯେତେବେଳେ ସେ ଜୀତ ପର୍ବତ ପାଖରେ ଥିବା ବୈଥ୍‌ଫାଗୀ ଓ ବେଥନୀୟା ଗ୍ରାମ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
ଆର୍‌ ଜଃଡେବଃଳ୍‌ ସେ ଜିତ୍‌ହଃର୍ବାତ୍‌ ଲଃଗାର୍‌ ବେତ୍‌ପାଗି ଆର୍‌ ବେତାନିଆ ଲଃଗେ ହଚ୍‌ଲାକେ, ସଃଡେବଃଳ୍‌ ସେ ଅଃହ୍‌ଣାର୍‌ ଚେଲାମଃନାର୍‌ ବିତ୍ରେ ଦୁୟ୍‌ ଲକ୍‌କେ ଇ କଃତା କୟ୍‌ ହଃଟାୟ୍‌ଲା,
30 “ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ।
“ତୁମାର୍‌ ମୁଉଁ ସାମ୍‌ନାୟ୍‌ ରିଲା ହୟ୍‌ ଗାଉଁଏ ଜାହା; ସେତି ହୁର୍ତାବଃଳ୍‌ ଜାର୍‌ ଉହ୍ରେ କେ ହେଁ କଃବେ ବଃସି ନଃରେୟ୍‌, ଅଃନ୍‌କାର୍‌ ଗଟ୍‌ ହିଲାଗଃଦକେ ବାନ୍ଦା ଅୟ୍‌ରିଲାର୍‌ ଦଃକାସ୍‌; ତାକେ ମେଲି ଆଣା ।
31 ଆଉ ଯଦି କେହି ତୁମ୍ଭମାନଙ୍କୁ ‘କାହିଁକି ଫିଟାଉଅଛ’ ବୋଲି ପଚାରେ, ତେବେ ଏପରି କହିବ, ‘କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।’”
ଆର୍‌ ଜଃବେ କେ ତୁମିମଃନ୍‌କେ କାୟ୍‌କଃରୁକ୍‌ ମେଲୁଲାସ୍‌ ବଃଲି ହଃଚାର୍ଲା, ଆକ୍‌ ମାପ୍ରୁର୍‌ ଲଳା ଆଚେ ସେତାର୍‌ ଗିନେ ବଃଲି କଃଉଆ ।”
32 ସେଥିରେ ପଠାଯାଇଥିବା ଲୋକେ ଯାଇ, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ।
ସେତାକ୍‌, ହଃଟାୟ୍‌ଲା ଚେଲାମଃନ୍ ଜାୟ୍‌କଃରି, ସେ ସେମଃନ୍‌କେ ଜଃନ୍‌କଃରି କୟ୍‌ରିଲା ସେରଃକମ୍‌ ଦଃକ୍‌ଲାୟ୍‌ ।
33 ପୁଣି, ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ମାଲିକମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧଛୁଆକୁ ଫିଟାଉଅଛ?
ଆର୍‌, ସେମଃନ୍ ଗଃଦହିଲାକେ ମେଲ୍‌ତା ବଃଳ୍‌ ତାର୍‌ ସାଉକାର୍‌ମଃନ୍ ସେମଃନ୍‌କେ ହଃଚାର୍ଲାୟ୍‌, “କାୟ୍‌କଃରୁକ୍‌ ହିଲାଗଃଦକେ ମେଲୁଲାସ୍‌?”
34 ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ଆବଶ୍ୟକ ଅଛି।
ସେମଃନ୍ କୟ୍‌ଲାୟ୍‌, “କାୟ୍‌ତାକ୍‌ବଃଲେକ୍‌ ଆକ୍‌ ମାପ୍ରୁର୍‌ ଲଳା ଆଚେ ।”
35 ପୁଣି, ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ।
ଆର୍‌ ସେମଃନ୍ ହିଲାଗଃଦକେ ଜିସୁର୍‌ ହାକ୍‌ ଆଣି ତାର୍‌ ଉହ୍ରେ ଅଃହ୍‌ଣା ଅଃହ୍‌ଣାର୍‌ ବଃସ୍ତର୍‌ ଅଚାୟ୍‌ ଜିସୁକେ ବଃସାୟ୍‌ଲାୟ୍‌ ।
36 ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ବାଟରେ ଆପଣା ଆପଣା ଲୁଗା ବିଛାଇ ଦେବାକୁ ଲାଗିଲେ।
ଆର୍‌ ସେ ଜାତାବଃଳ୍‌ ଲକ୍‌ମଃନ୍ ବାଟେ ଅଃହ୍‌ଣା ଅଃହ୍‌ଣାର୍‌ ବଃସ୍ତର୍‌ ଅଚାୟ୍‌ ଦେଉଁକେ ଦଃର୍ଲାୟ୍‌ ।
37 ପୁଣି, ସେ ଯେତେବେଳେ ଜୀତ ପର୍ବତର ଗଡ଼ାଣି ସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ମହତର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଚସ୍ୱର କରି ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିଲେ,
ଆରେକ୍‌, ଜିସୁ ଜଃଡେବଃଳ୍‌ ଜିତ୍‌ ଡଙ୍ଗ୍ରାର୍‌ କଃଳ୍‌କି ଲଃଗେ ଅୟ୍‌ଲା, ସଃଡେବଃଳ୍‌ ସଃର୍ନେ ଚେଲାମଃନ୍ଦା ଦଃକିରିଲା ସଃବୁ ସଃକ୍ତିର୍‌ କାମାର୍‌ ଗିନେ ସଃର୍ଦା ଅୟ୍‌ ଆଉଲି ଅୟ୍‌କଃରି ଇସ୍ୱରାର୍‌ ଗୁଣ୍ କଃଉ କଃଉ କୟ୍‌ଲାୟ୍‌,
38 ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ। ସ୍ୱର୍ଗରେ ଶାନ୍ତି ଓ ଊର୍ଦ୍ଧ୍ୱଲୋକରେ ମହିମା।
“ମାପ୍ରୁର୍‌ ନାଉଁଏ ଜୁୟ୍‌ ରଃଜା ଆସୁଲା, ତାର୍‌ ବଃଡ୍‌ ବାୟ୍‌ଗ୍‌, ସଃର୍ଗାର୍‌ ସୁସ୍ତା ଆର୍‌ ଇସ୍ୱରାର୍‌ ଜଃଜ୍‌ମାନ୍ ଅଃଉଅ ।”
39 ସେଥିରେ ଲୋକମାନଙ୍କ ମଧ୍ୟରୁ କେତେ ଜଣ ଫାରୂଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ।
ସେତାକ୍‌ ଲକ୍‌ମଃନାର୍‌ ବିତ୍ରେ କଃତିଗଟ୍‌ ପାରୁସି ତାକେ ଦଃକା ଦିଲାୟ୍‌, “ଏ ଗୁରୁ, ତର୍‌ ଚେଲାମଃନ୍‌କେ ଚିମ୍‌ରା ଅଃଉଁକେ କଃଉ ।”
40 ସେ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ।”
ଜିସୁ କୟ୍‌ଲା, “ମୁଁୟ୍‌ ତୁମିକେ କଃଉଁଲେ, ଏମଃନ୍‌ ଚିମ୍‌ରା ଅୟ୍‌ଲେକ୍‌ ଟେଳାମଃନ୍ ଆଉଲି ଅଃଉତି ।”
41 ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ,
ଆର୍‌ ଜଃଡେବଃଳ୍‌ ଜିସୁ ଜିରୁସାଲମେ ଆୟ୍‌ଲା, ସଃଡେବଃଳ୍‌ ଗଃଳ୍‌କେ ଦଃକି ତାର୍‌ ଗିନେ କାନ୍ଦି କଃରି କୟ୍‌ଲା,
42 “ତୁ, ହଁ, ତୁ ହିଁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ! ମାତ୍ର ଏବେ ସେଗୁଡ଼ିକ ତୋʼ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି।
“ତୁୟ୍‌, ହିଁ, ତୁୟ୍‌ ଜଦି ଆଜି ସୁସ୍ତାର୍‌ କଃତାମଃନ୍‌ ଜାଣ୍‌ଲିସ୍‌ହୁଣି! ମଃତର୍‌ ଅଃବେ ତର୍‌ ଆକାୟ୍‌ ଲୁକ୍‌ଣେ ଆଚେ ।
43 ଯେତେବେଳେ ଈଶ୍ବର ତୋତେ ଉଦ୍ଧାର କରିବାକୁ ଚେଷ୍ଟା କରୁଥିଲେ ତାହା ତୁ ନ ଜାଣିବା ହେତୁରୁ, ଯେଉଁ ସମୟରେ ତୋʼ ଶତ୍ରୁମାନେ ତୋର ଚାରିଆଡ଼େ ବନ୍ଧ ବାନ୍ଧି ତୋତେ ଘେରି ଅବରୋଧ କରିବେ,
ବେଳା ଆସୁଲି, ଜଃଡେବଃଳ୍‌ ତର୍‌ ସଃତ୍ରୁମଃନ୍‌ ତର୍‌ ଚାରି ବେଳ୍‌ତ୍ ରୁଣ୍ଡିକଃରି ତକେ ବେଳ୍‌ତି, ଆରେକ୍‌ ତର୍‌ ସଃବୁ ଦୁଆର୍‌ ବଃନ୍ଦ୍‌ କଃର୍ତି ।
44 ପୁଣି, ତୋତେ ଓ ତୋʼ ମଧ୍ୟରେ ଥିବା ତୋʼ ସନ୍ତାନମାନଙ୍କୁ ଭୂମିରେ କଚାଡ଼ି ଚୂର୍ଣ୍ଣ କରିବେ, ଆଉ ତୋʼ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋʼ ଉପରେ ଆସିବ।”
ଆରେକ୍‌ ତକେ ଆର୍‌ ତର୍‌ ବିତ୍ରେ ରିଲା ସଃବୁ ତର୍‌ ହିଲାମଃନ୍‌କେ ମାଟାୟ୍‌ ମିସାଉତି, ଆର୍‌ ତର୍‌ ବିତ୍ରେ ଗଟେକ୍‌ ଟେଳା ଆରେକ୍‌ ଗଟେକ୍‌ ଟେଳା ଉହ୍ରେ ରେଉଁକ୍‌ ନଃଦେତି, ଇବାନ୍ୟା ବେଳ୍‌ ତର୍‌ ଉହ୍ରେ ଆସେଦ୍‌ ।”
45 ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀମାନଙ୍କୁ ବାହାର କରିବାକୁ ଲାଗିଲେ,
ଆର୍‌ ସେ ମନ୍ଦିର୍‌ ବିତ୍ରେ ହୁରି ବିକାବାଞ୍ଜା କଃର୍ତା ଲକ୍‌ମଃନ୍‌କେ ଇରି କୟ୍‌ ବାର୍‌ କଃରୁକେ ଦଃର୍ଲା,
46 “ଲେଖାଅଛି, ‘ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ,’ କିନ୍ତୁ ତୁମ୍ଭେମାନେ ତାହାକୁ ଦୁଷ୍କର୍ମକାରୀମାନଙ୍କର ବାସସ୍ଥାନ କରିଅଛ।”
“ସାସ୍ତରେ ଲେକା ଆଚେ, ଇସ୍ୱର୍‌ କଃଉଁଲା, ‘ଅଃମାର୍‌ ଗଃର୍‌ ଇସ୍ୱରାର୍‌ ପାର୍ତ୍‌ନାଗଃର୍‌ ଅୟ୍‌ଦ୍‌, ମଃତର୍‌ ତୁମିମଃନ୍ ତାକେ କଃଙ୍ଗାର୍‌ମଃନାର୍‌ ଲୁକ୍‌ତା ହାର୍‌ କଃରିଆଚାସ୍‌ ।’”
47 ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,
ଆର୍‌ ଜିସୁ ଦିନେକେ ମନ୍ଦିରେ ସିକ୍ୟା ଦେତିରିଲା, ମଃତର୍‌ ବଃଡ୍ ଜାଜକ୍‌ ଆର୍‌ ଦଃର୍ମ୍‌ ଗୁରୁମଃନ୍‌ ଲକ୍‌ମଃନାର୍‌ ନେତାମଃନ୍ ତାକ୍‌ ନାସ୍‌ କଃରୁକେ ଉପାୟ୍‌ କଃର୍ତି ରିଲାୟ୍‌ ।
48 କିନ୍ତୁ ଲୋକ ସମସ୍ତେ ଆଗ୍ରହରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କଅଣ କରିବେ ବୋଲି ସ୍ଥିର କରିପାରୁ ନ ଥିଲେ।
ମଃତର୍‌ ଲକ୍‌ମଃନ୍ ଏକ୍‌ ମଃନେ ତାର୍‌ ସିକ୍ୟା ସୁଣ୍‌ତିରିଲାୟ୍‌, ସେତାକ୍‌ ସେମଃନ୍ କାୟ୍‌ରି କଃରୁନ୍ଦ୍‌ ବଃଲି ତିର୍‌ କଃରୁ ନଃହାର୍‌ତିରିଲାୟ୍‌ ।

< ଲୂକ 19 >