< ଲୂକ 15 >
1 ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ।
ଆରେ, ଦିନେକ୍ ସିସ୍ତୁଏନ୍ନାକାର୍ ଆରି ପାପିୟାର୍ ୱିଜ଼ାକାର୍ ହେୱାନ୍ ବଚନ୍ ୱେଞ୍ଜେଙ୍ଗ୍ କାଜିଂ ହେୱାନ୍ ତାକେ ୱାଜ଼ି ମାଚାର୍ ।
2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ!
ହେବେ ପାରୁସିର୍ ଆରି ସାସ୍ତିର୍ ଗାଣ୍ଜୁ କିଜ଼ି କିଜ଼ି ଇଚାର୍, “ଇୱାନ୍ ରକାନ୍ ପାପିୟାରିଂ ଇଟ୍ନାନ୍ ଆରି ହେୱାର୍ ହୁକେ ତିନାନ୍!”
3 ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ,
ହେବେ ହେୱାନ୍ ହେୱାରିଂ ଇ ଉତର୍ମୁଡ଼୍ ୱେଚ୍ଚାନ୍,
4 “ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତକୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ?
“ମି ବିତ୍ରେ ଏପେଙ୍ଗ୍ ଇମ୍ଣି ମାନାୟ୍ ମାନାନ୍ ଜେ ହେୱାନ୍ତି ପାଞ୍ଚକଡ଼ି ମେଣ୍ଡାଂ ମାଚିସ୍, ଆରେ ହେୱାଙ୍ଗ୍ ବିତ୍ରେ ରଞ୍ଜାଙ୍ଗ୍ ଜାଙ୍ଗ୍ତିସ୍, ଲାଗିଂ ହେ ଏକ୍ ଉଣା ପାଞ୍ଚ୍କଡ଼ିକାଙ୍ଗ୍ ବାଟାତ ପିସ୍ତି ହେ ଜାଙ୍ଗ୍ତି ମେଣ୍ଡା ଗାଟାୱି ପାତେକ୍ ହେଦେଲିଂ ଡେକୁନ୍?
5 ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ,
ଆରେ, ଗାଟାଆତିସ୍ ହେୱାନ୍ ହେଦେଲିଂ ୱାରିତାଂ ପିଣ୍ଡ୍ଜି ଇଞ୍ଜ ତାହିୱାନାନ୍,
6 ପୁଣି, ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ‘ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି।’
ଆରେ ଜାର୍ ସାଙ୍ଗ ପାଡ଼୍ହା ଇଞ୍ଜାକାରିଂ ରବେରୁଣ୍ତାୟ୍ କିଜ଼ି ହେୱାରିଂ ଇନାନ୍, ନା ହୁକେ ୱାରି କିୟାଟ୍, ଲାଗିଂ ନା ଜାଙ୍ଗ୍ତି ମେଣ୍ଡା ଗାଟାତାଙ୍ଗ୍ ।
7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।”
ଆନ୍ ମିଙ୍ଗ୍ ଇଞ୍ଜ୍ନାଙ୍ଗା, ହେ ଲାକେ ଇନେର୍ତି ମାନ୍ବାଦ୍ଲାୟ୍ କିନି ଲଡ଼ା ଆକାୟ୍, ଏଲେଙ୍ଗ୍ ଏକଉଣା ପାଞ୍ଚ୍କଡ଼ି ଦାର୍ମି ମାନାୟାରିଂ ପିସ୍ତି, ଇନେନ୍ ମାନ୍ ବାଦ୍ଲାୟ୍ କିନାନ୍, ଏଲେଙ୍ଗ୍ ରକାନ୍ ପାପ୍ନି କାଜିଂ ସାର୍ଗେତ ବେସି ୱାରି ଆନାତ୍ ।”
8 “ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ରୌପ୍ୟ-ମୁଦ୍ରା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ?
“ଆୱିତିସ୍ ଏଲେଙ୍ଗ୍ ଇମ୍ଣି କଗ୍ଲେଲଗୁ ମାନାତ୍ ଜେ, ତାୱି ଜଦି ଦସ୍ ରୁପା ଡାବୁଙ୍ଗ୍ ମାଚିସ୍, ଆରେ ହେବେଣ୍ଡାଂ ରଞ୍ଜୁ ଜାଙ୍ଗ୍ତିସ୍, ଲାଗିଂ ହେଦେଲ୍ ବଇଟା ଆହି କିଜ଼ି ଇଲ୍ ପାପ୍ଡ଼ି କିଜ଼ି ଗାଟାୱି ପାତେକ୍ ଜତନ୍ତାଂ ଡେକୁତ୍?
9 ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ‘ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ରୌପ୍ୟ-ମୁଦ୍ରାଟି ହଜିଯାଇଥିଲା, ତାହା ପାଇଲି।’
ଆରେ, ହେଦାଂ ଗାଟାଆତିସ୍ ହେଦେଲ୍ ହେ ହାଙ୍ଗ୍ଦାକାରିଂ ଆରି ପାଡ଼୍ହା ଇଞ୍ଜି ଲଗାଂ କୁକ୍ଚି ରୁଣ୍ଡାୟ୍ କିଜ଼ି ଇନାତ୍, ନା ହୁକେ ୱାରି କିୟାଟ୍, ଲାଗିଂ ଇମ୍ଣି ଟାକା ଜାକ୍ଚି ମାଚାଙ୍ଗ୍, ହେଦାଂ ଗାଟାଆତାଙ୍ଗ୍ ।
10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ବରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ।”
ଆନ୍ ମିଙ୍ଗେଙ୍ଗ୍ ଇଞ୍ଜ୍ନାଙ୍ଗା, ହେ ଲାକେ ଇନେର୍ ମାନ୍ବାଦ୍ଲାୟ୍ କିତାର୍, ଏଲେଙ୍ଗ୍ବାର୍ତି ପାପି କାଜିଂ ଇସ୍ୱର୍ତି ଦୁତ୍ର୍ ମୁମ୍ଦ ୱାର୍ୟା ଆଡୁ ।”
11 ସେ ଆହୁରି କହିଲେ, “ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ।
ଜିସୁ ଆରେ ଇଚାନ୍, “ରୱାନିଂ ରିକାର୍ ମାଜ଼ି ମାଚାର୍ ।
12 ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ।
ହେୱାର୍ ବିତ୍ରେ ହାରୁ ମାଜ଼ି ଇଚାନ୍, ଆବା, ଦାନ୍ ଇମ୍ଣି ବାଗ୍ ନାଦାଂ ଆନାତା, ହେଦାଂ ନାଙ୍ଗ୍ ହିଦା ।” ହେବେଣ୍ଡାଂ ହେୱାନ୍ ୱିଜ଼ୁ ପାସ୍ପିସ୍ ହିତାନ୍ ।
13 ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା।
ଅଲପ୍ ଦିନ୍ ପାଚେ ହାରୁ କାଡ଼୍ଦେ ସବୁ ରବେ ରୁଣ୍ଡାୟ୍ କିଜ଼ି ରାଜି ହତାନ୍, ଆରେ ହେବେ ପାଟ୍କାର୍ ଆଜ଼ି ହେ ଦାନ୍ ଉପ୍ତାନ୍ ।
14 କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା।
ମାତର୍ ୱିଜ଼ୁ ଉପ୍ଚି ପାଚେ ଦେସ୍ତାକେ କାତାର୍ ଆର୍ତିଲେ ତା ଅବାବ୍ ଆଦେଂ ଲାଗାତାତ୍ ।
15 ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ;
ହେବେଣ୍ଡାଂ ହେୱାନ୍ ହାଲ୍ଜି ହେ ଦେସ୍ନି ରକାନ୍ ଲକୁତାକେ ଆହ୍ର ଅତାନ୍, ଆରେ ହେୱାନ୍ ତାଙ୍ଗ୍ ପାଞ୍ଜିଙ୍ଗ୍ ହାରାୟ୍ କିଦେଂ ଜମିତ ପକ୍ତାନ୍;
16 ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉ ନ ଥିଲେ।
ଆରେ ପାଞ୍ଜିଙ୍ଗ୍ କାଦି ତିନ୍ଞ୍ଜି ମାଚିକ୍, ହେବେ ହେୱାନ୍ ତା ପଟପାଞ୍ଜି ଜିଜ଼ି ମାଚାନ୍, ମାତର୍ ଇନେର୍ ହେୱାନିଂ ଇନାକା ହିୱାଦାଂ ମାଚାର୍ ।
17 ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି।
ମତର୍ ହେୱାନ୍ ଚେତ୍ନା ଆଜ଼ି ଇଚାନ୍, “ମାଞ୍ଜି ଆବା ତାକେ କେତେକ୍ କାମ୍ଲିୟାର୍ତି କାଦି ହାର୍ଜିହାନାତା, ମାତର୍ ଆନ୍ ଇବେ ନାସ୍କି ହାନାଙ୍ଗା ।
18 ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
ଆନ୍ ନିଙ୍ଗ୍ଜି ନା ସାର୍ଗେନି ଆବା ଲାଗେ ହାନାଙ୍ଗ୍” ଆରି ତାଙ୍ଗ୍ ଇନାଙ୍ଗ୍, “ଆବା, ଇସ୍ୱର୍ତି ବିରୁଦ୍ତ ଆରି ନି ନଞ୍ଜର୍ତ ପାପ୍ କିତାଙ୍ଗ୍ନା;
19 ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ।
ନି ମାଜ଼ି ଇଞ୍ଜି କୁକ୍ୟା ଆଦେଂ ଆନ୍ ଆରେ ତର୍ ହିଲେତ୍; ନାଙ୍ଗ୍ ମି କାମ୍ଲିୟାର୍ ଲାକେ ଇଡ୍ଦା ।”
20 ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ।
ହେବେଣ୍ଡାଂ ହେୱାନ୍ ନିଙ୍ଗ୍ଜି ନିଜେ ଲାତ୍ରାହି ତାକେ ହାଚାନ୍ । “ମାତର୍ ହେୱାନ୍ ଦେହା ମାନୁ ମାନୁ ହେ ଲାତ୍ରାହି ତାଙ୍ଗ୍ ହୁଡ଼୍ଜି ଦୟାତ କାର୍ମା ଆତାନ୍ ଆରି ହନ୍ଚିହାଲ୍ଜି ହେୱାନିଂ ପମ୍ଜି ଡନ୍ଚାନ୍ ।”
21 ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ।
କାଡ଼୍ଦେ ତାଙ୍ଗେଙ୍ଗ୍ ଇଚାନ୍, “ଆବା, ସାର୍ଗେନି ବିରୁଦ୍ତ ଆରି ନି ନଞ୍ଜର୍ତ ଆନ୍ ପାପ୍ କିତାଙ୍ଗ୍, ନି ମାଜ଼ି ଇଞ୍ଜି କୁକ୍ୟାନି ଆନ୍ ତର୍ ଆକାୟ୍ ।”
22 କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ବସ୍ତ୍ର ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ,
ମାତର୍ ଲାତ୍ରାହି ହେ ଆଡ଼ିୟାରିଂ ଇଚାନ୍, “ୱିଜ଼ୁତିଂ ହାର୍ଦି ଆଙ୍ଗି ବେଗି ତାହିୱାଜ଼ି ଇୱାନିଂ ଆର୍ପି କିୟାଟ୍, ଇୱାନ୍ କେଇଦ ୱାତୁସ୍ ଆରି ପାନାତ ପାଣ୍ଡାଇଙ୍ଗ୍ ହିୟାଟ୍,
23 ପୁଣି, ହୃଷ୍ଟ ପୃଷ୍ଟ ପଶୁଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ,
ଆରେ ଦୁମାଟି ଅହ୍ରି ତାସି ଅହାଟ୍; ୱାଡୁ ଆସେଙ୍ଗ୍ ତିନ୍ଞ୍ଜି ୱାରି କିନାସ୍,
24 କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଅଛି; ହଜିଯାଇଥିଲା, ଆଉ ମିଳିଅଛି। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ।
ଇନାକିଦେଂକି ନା ଇ ହିମ୍ଣା ହାଜ଼ି ମାଚାନ୍, ଆରେ ଜିତାନ୍ନା, ଜାଙ୍ଗ୍ଜି ମାଚାନ୍, ଆରେ ଗାଟାଆତାନ୍ ।” ହେବେଣ୍ଡାଂ ହେୱାର୍ ୱାରି କିଦେଙ୍ଗ୍ ଲାଗାତାର୍ ।
25 ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା। ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି,
“ଏଚେକାଡ଼୍ଦ ତା ଗାଜାକାନ୍ ମେହି ତାସ୍ ବାହାତ ମାଚାନ୍ । ହେୱାନ୍ ଏଚେକାଡ଼୍ଦ ୱାଜ଼ି ଇଲ୍ ଲାଗେ ଏକାୱାତାନ୍, ହେୱାଡ଼ାଂ ବାଜା ଆରି ଏନ୍ଦିନି ଗାଜ୍ରାନାକା ୱେନ୍ଞ୍ଜି,
26 ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହିସବୁ କଅଣ ବୋଲି ପଚାରିବାକୁ ଲାଗିଲା।
ଆଡ଼ିୟାରିଂ ବିତ୍ରେ ରୱାନିଂ ଲାଗେ କୁକ୍ଚି ହେ ସବୁ ଇନାକା ଇଞ୍ଜି ୱେନ୍ବେଦେଂ ଲାଗାତାନ୍ ।”
27 ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ହୃଷ୍ଟ ପୃଷ୍ଟ ପଶୁଟିଏ ମାରିଅଛନ୍ତି।
ହେୱାନ୍ ତାଙ୍ଗେଙ୍ଗ୍ ଇଚାନ୍, “ନି ଟଣ୍ଡେନ୍ ୱାତାନ୍ନା, ଆରେ ମି ଆବା ହେୱାନିଂ ହାର୍ଦି ଗାଗାଡ଼୍ତ ଗାଟା ଆତିଲେ ଦୁମାଟି ଅହ୍ରି ଅସ୍ତାନ୍ନା ।”
28 ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ।
ହେବେତାଂ ହେୱାନ୍ ରିସା ଆଜ଼ି ବିତ୍ରେ ହାଞ୍ଜେଙ୍ଗ୍ ମାନ୍ କିୱାତାନ୍, ମାତର୍ ହେ ଲାତ୍ରାହି ବାର୍ତୱାଜ଼ି ତାଙ୍ଗେଙ୍ଗ୍ ବେସି ଗୱାରି କିଦେଙ୍ଗ୍ ଲାଗାତାନ୍ ।
29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋହର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ;
ମତର୍ ହେୱାନ୍ ଆବାଂ ଉତର୍ ହିତାନ୍, ହୁଡ଼ା ଏଚେକ୍ ବାର୍ହୁ ଆତାତ୍ ଆନ୍ ନିଙ୍ଗେଙ୍ଗ୍ ଆଡ଼ିଏନ୍ ଲାକେ କାମାୟ୍ କିଜ଼ି ୱାନାଙ୍ଗା, ଆରେ ଇନାୱାଡ଼ାଂ ପାନି ବଲ୍ ଉଡ଼ା ଆୱାତାଂନା, ଆତିସ୍ପା ନା ହାଙ୍ଗ୍ଦାକାର୍ ହୁକେ ୱାରି କିଦେଙ୍ଗ୍ ଏନ୍ ନାଙ୍ଗେଙ୍ଗ୍ ଇନାୱାଡ଼ାଂପା ଅଡା ହିମ୍ଣା ରଞ୍ଜାଙ୍ଗ୍ ହିଦ୍ୱାତାୟ୍ନ୍ନା;
30 କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ହୃଷ୍ଟ ପୃଷ୍ଟ ପଶୁଟି ମାରିଲ।
ମାତର୍ ନି ଇ ଇମ୍ଣି କାଡ଼୍ଦେ ଦାରିୟାର୍ ହୁକେ ନିନ୍ଦାଂ ୱିଜ଼ୁ ଦାନ୍ ତିନ୍ଞ୍ଜି ଉପ୍ତାନ୍ନା, ଏଚେକାଡ଼୍ଦ ହେୱାନ୍ ୱାତାନ୍, ହେ ଏଚେକାଡ଼୍ଦ ଏନ୍ ହେଦାଂ କାଜିଂ ଦୁମା ଅହ୍ରି ଅସ୍ତାୟ୍ ।
31 ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର;
ହେବେଣ୍ଡାଂ ହେୱାନ୍ ତାଙ୍ଗେଙ୍ଗ୍ ଇଚାନ୍, “ବପାହୟ୍, ଏନେଙ୍ଗ୍ତ ସବୁୱେଡ଼ାଙ୍ଗ୍ ନା ହୁକେ ମାନାୟା, ଆରେ ଇନାକା ସବୁ ନାଦାଂ, ହେ ସବୁ ନିନ୍ଦାଂ;
32 କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ୍ ଥିଲା।”
ମାତର୍ ଇୱାନ୍ ଜେ ନି ଟଣ୍ଡେନ୍ ହାଜ଼ି ମାଚାନ୍, ଆରେ ରଗ ଜିତାନ୍, ଜାଙ୍ଗ୍ଜି ମାଚାନ୍, ଆରେ ଗାଟାଆତ୍ତାନ୍, ହେଦାଂ କାଜିଂ ବଜି ଆରି ୱାରି କିନାକା ମାଚାତ୍ ।”