< ଲୂକ 15 >
1 ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ।
୧ର଼ ଦିନା ସିସ୍ତୁ ରୀହ୍ନାରି ଅ଼ଡ଼େ ପା଼ପୁ ଗାଟାରି ବାରେଜା଼ଣା ତାନି କାତା ୱେଞ୍ଜାଲି ୱା଼ହିମାଚେରି ।
2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ!
୨ଏଚେଟିଏ ପାରୁସିୟାଁ ଅ଼ଡ଼େ ମେ଼ରାପୁନାରି ଜୀସୁଇଁ ଗୁରୁମୁରୁ ଆ଼ହିଁ ଏଲେଇଚେରି, “ଈୱାସି ପା଼ପୁ ଗାଟାରାଇଁ ଆବିମାନେସି, ଇଞ୍ଜାଁ ଏ଼ୱାରିତଲେ ତିଞ୍ଜି ଉଣ୍ତି ମାନେସି!”
3 ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ,
୩ଏମ୍ବାଟିଏ ଜୀସୁ ଏ଼ୱାରାଇଁ ଈ ପୁଣ୍ମ୍ବିକିନି କାତା ୱେସ୍ତେସି ।
4 “ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତକୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ?
୪“ମୀ ବିତ୍ରାଟି ଆମ୍ବାଆତେରି ଇଲେତି ଲ଼କୁ ମାଞ୍ଜେରି, ଏ଼ୱାଣାକି ପା଼ସାକ଼ଡ଼ି ମେ଼ଣ୍ତାୟାଁ ମାଚିହିଁ, ଏ଼ୱାସିକା ବିତ୍ରାଟି ରଣ୍ତି ଜା଼ଙ୍ଗିତିହିଁ ଏ଼ୱାସି ଏ଼ନାଆଁ କିନେସି, ରଣ୍ତି ଊଣା ପା଼ସାକ଼ଡ଼ି ମେ଼ଣ୍ତାୟାଁ ବାଟାତା ପିସାନା ଜା଼ଙ୍ଗାମାନି ମେ଼ଣ୍ତା ପା଼ଣ୍ନି ପାତେକା ପାରଅସି କି?
5 ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ,
୫ଇଞ୍ଜାଁ ବେଟାଆ଼ତିସାରେ ରା଼ହାଁତଲେ ଡେ଼କାନା ଇଜ ତାନେସି,
6 ପୁଣି, ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ‘ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି।’
୬ଇଞ୍ଜାଁ ତାନି ତ଼ଣେସିଙ୍ଗାଣି ଅ଼ଡ଼େ ନା଼ୟୁଁତାରାଇଁ ହା଼ଟାନା ଏଲେଇନେସି, ମୀରୁ ନା଼ ତଲେ ରା଼ହାଁ କିଦୁ, ଏ଼ନାଆଁତାକି ଇଚିହିଁ ଜା଼ଙ୍ଗାମାଚି ନା଼ ମେ଼ଣ୍ତା ବେଟାଆ଼ତେଏଁ ।
7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।”
୭ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ଏଲେକିହିଁଏ ମ଼ନ ୱେଟ୍ହାଲି ଲ଼ଡ଼ା ଆ଼ଆଗାଟି ରଅସି ଊଣା ପା଼ସାକ଼ଡ଼ି ତୀରିଗାଟାରି କିହାଁ ପା଼ପୁ ଗାଟାସି ରଅସି ତାନି ମ଼ନ ୱେଟ୍ହା କଡିତିହିଁ, ଏ଼ୱାଣି କ଼ସମି ଲାକପୂରୁ ହା଼ରେକା ରା଼ହାଁ ଆ଼ନେ ।”
8 “ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ରୌପ୍ୟ-ମୁଦ୍ରା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ?
୮“ଅ଼ଡ଼େ ଇଲେତି ଆମିନି ଇୟା ମାନେ, ଏ଼ ଇୟାନାକି ଦସଗଟା ୱେଣ୍ତି ଟାକା ମାଚିହିଁ ରଣ୍ତାଆଁ ଜା଼କ୍ହିହିଁ ଏ଼ଦି ଏ଼ନାଆଁ କିନେ, ଦୀୱଁ ଡ଼଼ସାନା ଇଲୁ ହେ଼ପାନା ଏ଼ ଜା଼କ୍ହି ଟାକା ପା଼ଣ୍ନି ପାତେକା ଜାତ୍ନୁ ତଲେ ପାରେଏକି?
9 ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ‘ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ରୌପ୍ୟ-ମୁଦ୍ରାଟି ହଜିଯାଇଥିଲା, ତାହା ପାଇଲି।’
୯ଇଞ୍ଜାହାଁ ଏ଼ ଟାକା ବେଟାଆ଼ତିସାରେ ଏ଼ଦି ତାନି ତ଼ଡ଼ୁ ଲ଼କୁଣି ଇଞ୍ଜାଁ ନା଼ସ୍କାତି ଲ଼କୁଣି ରୁଣ୍ତି କିହାନା ଏଲେଇନେ ନା଼ ତଲେ ରା଼ହାଁ କିଦୁ, ଏ଼ନାଆଁତାକି ଇଚିହିଁ ଜା଼କ୍ହାମାଚି ଟାକା ବେଟାଆ଼ତେଏଁ ।
10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ବରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ।”
୧୦ନା଼ନୁ ମିଙ୍ଗ ୱେସିମାଞ୍ଜାଇଁ, ଏଲେକିହିଁ ଆମ୍ବାଆସି ମ଼ନ ୱେଟ୍ନେସି, ଇଲେତି ପା଼ପୁ ଗାଟାରାକି ମାହାପୂରୁତି ଦୂତୁୟାଁ ନ଼କିତା ରା଼ହାଁ ଆ଼ନେ ।”
11 ସେ ଆହୁରି କହିଲେ, “ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ।
୧୧ଜୀସୁ ଅ଼ଡ଼େ ଏଲେଇଚେସି, ରଅଣାକି ରିଆରି ମୀର୍କା ମାଚେରି ।
12 ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ।
୧୨ଏ଼ୱାରି ବିତ୍ରାଟି ଊଣା ମୀର୍ଏସି ଆ଼ବାଇଁ ଏଲେଇଚେସି, ଆ଼ବା ଇଲୁତି ଦ଼ନ ବା଼ଟି କିହାନା ନାଙ୍ଗେ ଆୟାନି ବା଼ଗା ହିୟାମୁ । ଏଚେଟିଏ ତାମି ଆ଼ବା ତାନି ଦ଼ନ ବା଼ଟି କିହାନା ରୀ ମୀର୍କାକି ହୀତେସି ।
13 ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା।
୧୩ଏମ୍ବାଟିଏ ଏଚରଦିନା ହାଜାଲିଏ ଈଚି ମୀର୍ଏସି ଇଲୁ ବା଼ଗା ହୀହାମାଚାଣି ପାର୍ଚାହାଁ ଟାକାୟାଁ ଆସାହାଁ ହେକରା଼ଜି ହାଜାତୁସ୍ତେସି, ଇଞ୍ଜାଁ ଲେନିପନିଏ ଡା଼ୟୁ ଏ଼ସ୍କି ଅଣ୍ପାଆନା ଲାଗେଏତି କାମାତା ତାନି ଦ଼ନ ରା଼ପ୍ହେସି ।
14 କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା।
୧୪ସାମା ବାରେ ଦ଼ନ ରା଼ପ୍ହି ଜେ଼ଚ ଏ଼ ଦେ଼ସାତା କାର୍ୱୁ କା଼ତାରା ଆ଼ହାଲିଏ ଏ଼ୱାସି କା଼କୁଲି ଆ଼ତେସି ।
15 ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ;
୧୫ଏଚେଟିଏ ଏ଼ୱାସି ହାଜାନା ଏ଼ ଦେ଼ସାତି ର଼ ସା଼ୱୁକାରି ତା଼ଣା ଗତି ଡ଼ୟିତେସି, ଏ଼ୱାସି ଏ଼ୱାଣାକି ପାଜିୟାଁ ମେଚାଲି ଗୁଡିୟାତା ପାଣ୍ତିତେସି;
16 ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉ ନ ଥିଲେ।
୧୬ଇଞ୍ଜାଁ ପାଜିୟାଁ ଆମିନି କା଼ଙ୍ଗା ସା଼ଲିୟାଁ ତିଞ୍ଜି ମାଚୁ, ଏ଼ୱାଆଁ ତିଞ୍ଜାଲି ମ଼ନ କିତେସି, ସାମା ଆମ୍ବାଆରି ଏ଼ୱାଣାକି ତିଞ୍ଜାଲି ହୀହି ହିଲାଆତେରି ।
17 ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି।
୧୭ର଼ ଦିନା ତୀର୍ପୁ ଆ଼ହାନା ଅଣ୍ପିତେସି, ମା଼ ଆ଼ବା ତା଼ଣାତି ଗତି ବୁତି ତିନି ରା଼ନ୍ଦେଏ ହା଼ରା ହାଜିମାନେ, ସାମା ନା଼ନୁ ଇମ୍ବାଆଁ ହାକି ତାକି ହା଼ହିମାଇଁ ।
18 ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
୧୮ନା଼ନୁ ନିଙ୍ଗାନା ମା଼ ଆ଼ବା ତା଼ଣା ହାଇଁ ଇଞ୍ଜାଁ ଏ଼ୱାଣାଇଁ ୱେହ୍ଇଁ, “ଲାକପୂରୁତି ଆ଼ବା କ଼ପାଟି ଅ଼ଡ଼େ ନୀ ନ଼କିତା ନା଼ନୁ ପା଼ପୁ କିତେଏଁ;
19 ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ।
୧୯ନୀ ମୀର୍ଏଣାତେଏଁ ଇଞ୍ଜିଁ ନା଼ନୁ ଅ଼ଡ଼େ ପା଼ଡ଼ା ଆ଼ଅଁ; ନାଙ୍ଗେ ର଼ ହ଼ଲେଏଣା ଲେହେଁ ଇଟାମୁ ।” ଏମ୍ବାଟିଏ ଏ଼ୱାସି ନିଙ୍ଗାନା ତାମି ଆ଼ବା ୱାକି ହାଚେସି ।
20 ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ।
୨୦ସାମା ଆ଼ବା ତାନି ମୀର୍ଏଣା ୱା଼ହିମାନାଣି ହେକଟିଏ ମେସାନା କାର୍ମା ଆ଼ହାନା ହଟି ହଟିହିଁ ହାଜାନା ପମାହାଁ ନଣ୍ତିତେସି ।
21 ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ।
୨୧ଏମ୍ବାଟିଏ ମୀର୍ଏ ଗାଟାସି ଏଲେଇଚେସି, “ଲାକପୂରୁ ଆ଼ବା କ଼ପାଟି ଅ଼ଡ଼େ ନୀ ନ଼କିତା ନା଼ନୁ ପା଼ପୁ କିତେଏଁ, ନୀ ମୀର୍ଏଣାତେଏଁ ଆୟାଲି ପା଼ଡ଼ା ଆ଼ଅଁ ।”
22 କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ବସ୍ତ୍ର ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ,
୨୨ସାମା ଆ଼ବା ତାନି ହ଼ଲିୟାଙ୍ଗାଣି ଏଲେଇଚେସି, “ଅ଼ଜିତି ହିମ୍ବରି ତବେ ତାଚାନା ଈୱାଣାଇଁ ହୁଚି କିଦୁ, ଈୱାଣି କେୟୁତା ମୁଦି ଅ଼ଡ଼େ କଡାୟାଁଣା ସେପୁୟାଁ ତୁର୍ୱି କିଦୁ,
23 ପୁଣି, ହୃଷ୍ଟ ପୃଷ୍ଟ ପଶୁଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ,
୨୩ଇଞ୍ଜାହାଁ ଆଙ୍ଗା ଆ଼ତି କ଼ଡି ଡା଼ଲୁ ତାକା ହାଜାନା ପା଼ୟାଦୁ; ମା଼ର ତିଞ୍ଜା ଉଣ୍ତାନା ରା଼ହାଁ କିନ,
24 କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଅଛି; ହଜିଯାଇଥିଲା, ଆଉ ମିଳିଅଛି। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ।
୨୪ଇଚିହିଁ ନା଼ ମୀର୍ଏସି ହା଼ହା ହାଜାମାଚେସି, ୱେଣ୍ତେ ନୀଡାମାନେସି; ଜା଼ଙ୍ଗା ହାଜାମାଚେସି ଅ଼ଡ଼େ ମେ଼ଡ଼ା ଆୟାତେସି ।” ଏମ୍ବାଟିଏ ଏ଼ୱାରି ରା଼ହାଁ କିହିମାଚେରି ।
25 ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା। ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି,
୨୫ଏଚିବେ଼ଲାତା କାଜା ମୀର୍ଏସି ଗୁଡିୟାତା ମାଚେସି, ଏ଼ୱାସି କାମା କିହାଁ ଇଲୁ ଡାଗେ ୱାୟାଲିଏ, ତାମି ଇଜ ବା଼ଜାଗା଼ଜା ଅ଼ଡ଼େ ରା଼ହାଁ କିହିମାନି ହା଼ଲି ୱେଞ୍ଜାନା,
26 ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହିସବୁ କଅଣ ବୋଲି ପଚାରିବାକୁ ଲାଗିଲା।
୨୬ର଼ ହ଼ଲେଏଣାଇଁ ହା଼ଟାନା ୱେଚେସି, “ମାଜ ଏ଼ନାଆଁ କିହିମାନେରି ।”
27 ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ହୃଷ୍ଟ ପୃଷ୍ଟ ପଶୁଟିଏ ମାରିଅଛନ୍ତି।
୨୭ଏ଼ୱାସି ଏ଼ୱାଣାଇଁ ଏଲେଇଚେସି, “ନୀ ଊଣା ତାୟି ୱେଣ୍ତା ୱା଼ହାମାନେସି, ଅ଼ଡ଼େ ଏ଼ୱାସି ନେହିଁ ଆଙ୍ଗା ତଲେ ୱେଣ୍ତା ୱା଼ତାଣି ମେସାନା ମୀ ଆ଼ବା ଆଙ୍ଗା ଆ଼ତି କ଼ଡି ପା଼ୟାମାନେସି ।”
28 ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ।
୨୮ଏମ୍ବାଟିଏ କାଜା ତାୟି କାର୍ବି ଆ଼ହାନା ଇଜ ହାଲାଆତେସି; ସାମା ତାମି ଆ଼ବା ପାଙ୍ଗାତା ୱା଼ହାନା ଏ଼ୱାଣାଇଁ କା଼ହିବା କ଼ପା ଆ଼ଆନି ଇଜ ୱା଼ମୁ ଇଞ୍ଜିଁ ବାତିମା଼ଲିତେସି ।
29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋହର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ;
୨୯ଇଞ୍ଜାଁ ଏ଼ୱାସି ତାମି ଆ଼ବାଇଁ ଏଲେଇଚେସି, “ମେହ୍ମୁ ନା଼ନୁ ଇଚର ବାର୍ସା ଆ଼ତେ ନୀ ହ଼ଲେଏଣା ଲେହେଁ କାମା କିହିମାଇଁ, ଏଚେଲା ଜିକେଏ ନୀ ହୁକୁମି ଊରାହିଲଅଁ, ଆ଼ତିଜିକେଏ ନା଼ ତ଼ଣେସିଙ୍ଗା ତଲେ ବ଼ଜି କିହାଲି ନୀନୁ ନାଙ୍ଗେ ର଼ ଗରି ଡା଼ଲୁ ଜିକେଏ ହୀହାମାଞ୍ଜଅତି;
30 କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ହୃଷ୍ଟ ପୃଷ୍ଟ ପଶୁଟି ମାରିଲ।
୩୦ସାମା ଈ ନୀ ମୀର୍ଏସି ଇଲୁତି ବାରେ ଦ଼ନ ଅ଼ହାନା ସାନେଣିସ୍କାତଲେ ମାଞ୍ଜାନା ବାରେ ରା଼ପ୍ହେସି, ଏଚେ଼ତା ଈୱାସି ୱେଣ୍ତାୱା଼ତେସି, ଏଚେ଼ତା ଏ଼ୱାଣାକି ଆଙ୍ଗା ଆ଼ତି କ଼ଡି ପା଼ୟାମାଞ୍ଜି ।”
31 ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର;
୩୧ଏଚେଟିଏ ତାଞ୍ଜି ଗାଟାସି ଏଲେଇଚେସି, “ମୀର୍ଏଣା ନୀନୁତ କା଼ଲେଏ ନା଼ ତଲେ ମାଞ୍ଜାମାଞ୍ଜି, ଅ଼ଡ଼େ ଏ଼ନା ଏ଼ନାୟି ନା଼ଦି ଏ଼ ବାରେତ ନୀଦି;
32 କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ୍ ଥିଲା।”
୩୨ସାମା ଈ ନୀ ତାୟି ହା଼ହା ହାଜାମାଚେସି, ୱେଣ୍ତେ ନୀଡାମାନେସି, ଜା଼ଙ୍ଗା ହାଜାମାଚେସି, ମେ଼ଡ଼ା ଆୟାତେସି, ଏ଼ଦାଆଁତାକି ରା଼ହାଁ କିନାୟି ମାଚେ ।”