< ଲୂକ 15 >

1 ଆଉ, କରଗ୍ରାହୀ ଓ ପାପୀ ଲୋକ ସମସ୍ତେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ତାହାଙ୍କ ପାଖକୁ ଆସୁଥିଲେ।
ଦିନେକ୍‌ ଜିସୁ କଇବା କାତା ସୁନ୍‌ବାକେ ସିସ୍‌ତୁ ମାଙ୍ଗ୍‌ବା ଲକ୍‌ମନ୍‌ ଆରି ଏନ୍ତି ବେସି ପାପିଲକ୍‌ମନ୍‌ ତାର୍‌ ଲଗେ ଆଇତେ ରଇଲାଇ ।
2 ସେଥିରେ ଫାରୂଶୀମାନେ ଓ ଶାସ୍ତ୍ରୀମାନେ ବଚସା କରୁ କରୁ କହିଲେ, ଏ ଲୋକଟା ପାପୀମାନଙ୍କୁ ଗ୍ରହଣ କରେ ଓ ସେମାନଙ୍କ ସହିତ ଭୋଜନ କରେ!
ତେଇ ପାରୁସି ଲକ୍‌ମନ୍‌ ଆରି ନିୟମ୍‌ ସିକାଇ ଦେବା ଲକ୍‌ମନ୍‌, ଏଟା ଦେକି ତାର୍‌ ବିରଦେ ଏନ୍ତି କଇବାର୍‌ ବସ୍‌ଲାଇ । “ଏ ଲକ୍‌କେ ଦେକା, ସେ ପାପି ଲକ୍‌ମନର୍‌ ସଙ୍ଗ୍‌ ମଇତର୍‌ ପାରା ଅଇ ତାକର୍‌ ସଙ୍ଗ୍‌ ମିସ୍‌ତେ କାଇଲାନି ।”
3 ତହିଁରେ ସେ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ,
ସେଟାର୍‌ ପାଇ ଜିସୁ ସେମନ୍‌କେ ଏ ଉଦାଅରନ୍‌ କଇଲା ।
4 “ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି ଯେ, ତାହାର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ ସେ ଅନେଶତକୁ ପ୍ରାନ୍ତରରେ ଛାଡ଼ି ସେହି ହଜିଥିବା ମେଣ୍ଢାଟି ନ ପାଇବା ପର୍ଯ୍ୟନ୍ତ ତାହାକୁ ଖୋଜେ ନାହିଁ?
“ଜଦି ତମର୍‌ ବିତ୍‌ରେ ଗଟେକ୍‌ ଲକର୍‌ ସଏଟା ମେଣ୍ଡା ରଇସି ଆରି ସେ ବିତ୍‌ରେଅନି ଗଟେକ୍‌ ଆଜିଜାଇସି ବଇଲେ ତମେ କାଇଟା କର୍‌ସା? ସେ ନବେ ନଅଟା ମେଣ୍ଡାମନ୍‌କେ ଚାରତ୍‌ବଲି ଚାଡିଦେଇ, ଆଜିଗାଲା ଗଟେକ୍‌ ମେଣ୍ଡା ମିଲ୍‌ବାଜାକ ନ କଜାସ୍‌ କି?
5 ପୁଣି, ପାଇଲେ ସେ ତାହାକୁ ଆନନ୍ଦରେ କାନ୍ଧେଇ ଘରକୁ ଘେନି ଆସେ,
ଆରି ଜେଡେବଲ୍‌ ସେ ମେଣ୍ଡା ମିଲାଇସି, ବେସି ସାର୍‌ଦା ଅଇ ମେଣ୍ଡାକେ କନ୍ଦେ ବଇକରି ଗରେ ଦାରିଆଇସା ।
6 ପୁଣି, ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକତ୍ର କରି ସେମାନଙ୍କୁ କହେ, ‘ମୋʼ ସାଙ୍ଗରେ ଆନନ୍ଦ କର, ଯେଣୁ ମୋହର ହଜିଯାଇଥିବା ମେଣ୍ଢାଟି ପାଇଲି।’
ତମେ ଗରେ କେଟ୍‌ଲା ପଚେ, ତମର୍‌ ମଇତର୍‌ମନ୍‌କେ ଆରି ଗର୍‌ ଲଗର୍‌ ଲକ୍‌କେ ଡାକିକରି ‘ମର ସଙ୍ଗ୍‌ ସାର୍‌ଦା କରା, କାଇକେବଇଲେ ମର୍‌ ଆଜିଗାଲା ମେଣ୍ଡା ମିଲ୍‌ଲା’ ବଲି କଇସା ।
7 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେଉଁମାନଙ୍କର ମନ-ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ, ଏପରି ଅନେଶତ ଧାର୍ମିକ ଲୋକମାନଙ୍କ ଅପେକ୍ଷା, ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ।”
ସେନ୍ତାରି ମୁଇ ତମ୍‌କେ କଇଲିନି, ‘ଆମେ ପାପି ଲକ୍‌ମନ୍‌ ନଉଁ’ ବଲି ବାବ୍‌ତେରଇବା ନବେ ନଅଟା ଦରମ୍‌ ଲକ୍‌ମନ୍‌ ରଇଲେମିସା ଗଟେକ୍‌ ପାପି ଲକ୍‌ ନିଜେ ‘ମୁଇ ଗଟେକ୍‌ ପାପି’ ବଲି ଏତାଇସି । ପଚେ ମନ୍‌ବାଦ୍‌ଲାଇ କରି ପର୍‌ମେସରର୍‌ ଲଗେ ଆଇସି । ସେ ନବେ ନଅଟା ଦରମ୍‌ ଲକ୍‌ମନର୍‌ତେଇ ଅନି ଏ ଗଟେକ୍‌ ଲକର୍‌ ପାଇ ସର୍‌ଗେ ଅଦିକ୍‌ ସାର୍‌ଦା କର୍‌ବାଇ ।”
8 “ଅଥବା ଏପରି କେଉଁ ସ୍ତ୍ରୀଲୋକ ଅଛି ଯେ, ତାହାର ଯଦି ଦଶଟି ରୌପ୍ୟ-ମୁଦ୍ରା ଥାଏ, ଆଉ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ ଦୀପ ଜାଳି ଘର ଝାଡ଼ି ତାହା ନ ପାଇବା ପର୍ଯ୍ୟନ୍ତ ଯତ୍ନରେ ଖୋଜେ ନାହିଁ?
ଏ କାତା ସୁନାଇ ଦେବାକେ ଜିସୁ ଆରି ଗଟେକ୍‌ କାତାନି ସେମନ୍‌କେ କଇଲା, “ଜଦି ଗଟେକ୍‌ ମାଇଜିର୍‌ ଦସ୍‌ଟା ରୁପାଟାଙ୍ଗା ରଇଲା । ତେଇଅନି ଗଟେକ୍‌ ଅଦ୍‌ଲି ଆଜିଗାଲେ ସେ କାଇଟା କର୍‌ସି? ସେ ବତି ଲାଗାଇ ଗୁଲାଇ ଗର୍‌ ସେଟା ନ ମିଲ୍‌ବାଜାକ ବାଡାନ୍‌ ଚୁଡାନ୍‌ କରି କଜ୍‍ସି ।
9 ପୁଣି, ତାହା ପାଇଲେ ସେ ଆପଣା ବନ୍ଧୁ ଓ ପ୍ରତିବାସୀମାନଙ୍କୁ ଡାକି ଏକାଠି କରି କହେ, ‘ମୋ ସାଙ୍ଗରେ ଆନନ୍ଦ କର, ଯେଣୁ ଯେଉଁ ରୌପ୍ୟ-ମୁଦ୍ରାଟି ହଜିଯାଇଥିଲା, ତାହା ପାଇଲି।’
ଆରି ସେଟା ମିଲ୍‌ଲା ଦାପ୍‌ରେ ତାର୍‌ ମଇତର୍‌ମନ୍‌କେ ଆରି ଗର୍‌ ଲଗେ ରଇଲା ଲକ୍‌ମନ୍‌କେ କଇସି ‘ତମେ ମର୍‌ସଙ୍ଗ୍‌ ସାର୍‌ଦା କରା, କାଇକେ ବଇଲେ ଆଜିଗାଲା ରୁପାଅଦ୍‌ଲି ଡାବୁ ମକେ ମିଲ୍‌ଲା ଆଚେ’ ।
10 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ପ୍ରକାରେ ଯେ ମନ-ପରିବର୍ତ୍ତନ କରେ, ଏପରି ଜଣେ ପାପୀ ନିମନ୍ତେ ଈଶ୍ବରଙ୍କ ଦୂତମାନଙ୍କ ଆଗରେ ଆନନ୍ଦ ହୁଏ।”
୧୦ମୁଇ ତମ୍‌କେ କଇଲିନି, ସେନ୍ତିସେ ଗଟେକ୍‌ ପାପି ଲକ୍‌ ମାପ୍‌ରୁର୍‌ତେଇ ମନ୍‌ବାଦ୍‌ଲାଇସି ବଇଲେ, ପର୍‌ମେସରର୍‌ ଦୁତ୍‌ମନ୍‌ ବେସି ସାର୍‌ଦା କର୍‌ବାଇ ।”
11 ସେ ଆହୁରି କହିଲେ, “ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ।
୧୧ଏ କାତା ବୁଜାଇ ଦେବାକେ ଜିସୁ ସେମନ୍‌କେ ଆରି ଗଟେକ୍‌ କାତାନି କଇଲା । ଗଟେକ୍‌ ଲକ୍‌କେ ଦୁଇଟା ପିଲାମନ୍‌ ରଇଲାଇ ।
12 ସେମାନଙ୍କ ମଧ୍ୟରୁ ସାନ ପୁଅ ବାପାଙ୍କୁ କହିଲା, ବାପା, ସମ୍ପତ୍ତିର ଯେଉଁ ଭାଗ ମୋ ଭାଗରେ ପଡ଼ୁଅଛି, ତାହା ମୋତେ ଦେଇଦିଅ। ସେଥିରେ ସେ ଆପଣାର ସବୁ କିଛି ସେମାନଙ୍କୁ ଭାଗ କରିଦେଇ ଦେଲେ।
୧୨ଦିନେକ୍‌ ସାନ୍‌ ପଅ ତାର୍‌ ବାବାକେ କଇଲା, “ଏ ବାବା ତର୍‌ ଦନ୍‌ ମର୍‌ବାଗେ ଜେତ୍‌କି ଅଇସି, ସେଟା ଏବେ ମକେ ଦେଇପାକା ।” ସେଟାର୍‌ ପାଇ ତାର୍‌ ବାବା ତାର୍‌ ଦନ୍‌ ଦୁଇବାଗ୍‌ କରି ତାର୍‌ ପିଲାମନ୍‌କେ ଦେଲା ।
13 ଅଳ୍ପ ଦିନ ପରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ ମନ୍ଦ ବିଷୟରେ ଆପଣାର ସମ୍ପତ୍ତି ଉଡ଼ାଇଦେଲା।
୧୩ଅଲପ୍‌ ଦିନ୍‌ ଗାଲା ପଚେ ସାନ୍‌ ପିଲା ତାର୍‌ ବାଗର୍‌ ସବୁ ଦନ୍‌ ବିକିଦେଇ ମିଲ୍‌ଲା ଡାବୁ ଟୁଲିଆଇ ଗଟେକ୍‌ ଦୁର୍‌ ଦେସେ ଉଟିଗାଲା । ଆରି ତାର୍‌ ସବୁ ଡାବୁ ନିଜେ ମନ୍‌କଲା ଇସାବେ କର୍‌ଚ କଲା ।
14 କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା।
୧୪ତାର୍‌ଲଗେ ରଇଲା ସବୁ ଡାବୁ ସାରାଇଦେଲା । ପଚେ ସେ ଦେସର୍‌ ଗୁଲାଇ ବାଟେ ମର୍‌ଡି ଅଇଲା । ଆରି କାଇଟା ମିସା ଗେନି କାଇବାକେ ତାର୍‌ଲଗେ ଡାବୁ ନ ରଇଲା ।
15 ସେଥିରେ ସେ ଯାଇ ସେହି ଦେଶର ଜଣେ ଲୋକଙ୍କର ଆଶ୍ରୟ ନେଲା, ଆଉ ସେ ତାହାକୁ ଘୁଷୁରି ଚରାଇବା ପାଇଁ ଆପଣା ପଡ଼ିଆକୁ ପଠାଇଲେ;
୧୫ତେବେ ସେ ଗଡେ ଗଟେକ୍‌ ଲକର୍‌ ଗରେ କୁଲି ମିଲ୍‌ସି କାଇକି ବଲି କାମ୍‌ କଜ୍‌ବାର୍‌ ଗାଲା । ସେ ଲକ୍‌ ତାକେ ଗୁସ୍‌ରି ଚାରାଇବା କାମ୍‌ ଦେଲା ।
16 ପୁଣି, ଘୁଷୁରିମାନେ ଯେଉଁ ଶିମ ଖାଉଥିଲେ, ସେଥିରେ ସେ ଆପଣା ପେଟ ପୁରାଇବାକୁ ବାଞ୍ଛା କରୁଥିଲା, କିନ୍ତୁ କେହି ତାହାକୁ କିଛି ଦେଉ ନ ଥିଲେ।
୧୬ଆରି ତାକେ ବେସି ବୁକ୍‌ ଲାଗ୍‌ତେ ରଇଲା । ତାକେ ଗୁସ୍‌ରିମନର୍‌ କାଦି କାଇବାକେ ମନ୍‌ଲାଗ୍‌ଲା ମାତର୍‌ ସେ କାଦି ମିସା ଦେଅତ୍‌ ନାଇ ।
17 ମାତ୍ର ସେ ଚେତନା ପାଇ କହିଲା, ମୋହର ବାପାଙ୍କ କେତେ ମୂଲିଆଙ୍କର ଖାଦ୍ୟ ବଳିପଡ଼ୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଅଛି।
୧୭ସେବେଲେ ତାକେ ଚେତ୍‌ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍‌ଲା । ମର୍‌ ବାବାର୍‌ ଗରେତା କାମ୍‌ କର୍‌ବା ଗତିଦାଙ୍ଗ୍‌ଡାମନର୍‌ କେତେ କାଦି ଉବ୍‌ରି ଗାଲାନି । ମାତର୍‌ ମୁଇ ଇତି ବୁକେ ମରିଜିବିବେ ।
18 ମୁଁ ଉଠି ମୋହର ବାପାଙ୍କ ପାଖକୁ ଯିବି ଓ ତାହାଙ୍କୁ କହିବି, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି;
୧୮ସେଟାର୍‌ପାଇ ମୁଇ ଏ ଜାଗା ଚାଡିକରି ମର୍‌ ବାବାର୍‌ ଲଗେ ବାଉଡି ଜିବି । ଆରି ତାକେ କଇବି, “ଏ ବାବା ମୁଇ ପର୍‌ମେସର୍‌ ଆରି ତର୍‌ ବିରଦେ ପାପ୍‌ କରିଆଚି ।
19 ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ; ମୋତେ ତୁମ୍ଭର ଜଣେ ମୂଲିଆ ପରି ରଖ।
୧୯ମୁଇ ଆରି ତର୍‌ ପିଲା ଅଇବାର୍‌ ଅଦିକାର୍‌ ନାଇ ଆରି ତର୍‌ ଗତିଦାଙ୍ଗ୍‌ଡାମନର୍‌ ବିତ୍‌ରେ ଗଟେକ୍‌ ଗତିଦାଙ୍ଗ୍‌ଡା ଅଇ ରଇବି” ବଲି କଇବି ।
20 ସେଥିରେ ସେ ଉଠି ଆପଣା ପିତାଙ୍କ ନିକଟକୁ ଗଲା। କିନ୍ତୁ ସେ ଦୂରରେ ଥାଉ ଥାଉ ତାହାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ିଯାଇ ତାହାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ ଦେଲେ।
୨୦ଆରି ସେ ଜାଗା ଚାଡି ବାବାର୍‌ ଲଗେ ଜିବାକେ ବାରଇଲା । ମାତର୍‌ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍‌ଲା । ତାକେ ଦେକି ବେସି କଲିକରମ୍‌ ଅଇ, ତାର୍‌ ଲଗେ ପାଲାଇ ଆସି ପାଟାଲିକରି ଚୁମ୍‍ଲା ।
21 ପୁତ୍ର ତାହାଙ୍କୁ କହିଲା, ବାପା, ଈଶ୍ବରଙ୍କ ବିରୁଦ୍ଧରେ ଓ ତୁମ୍ଭ ଦୃଷ୍ଟିରେ ମୁଁ ପାପ କଲି, ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଆଉ ଯୋଗ୍ୟ ନୁହେଁ।
୨୧ସେ ପିଲା ତାର୍‌ ବାବାକେ କଇଲା, “ଏ ବାବା ମୁଇ ପର୍‌ମେସରର୍‌ ବିରଦେ ଆରି ତର୍‌ ବିରଦେ ପାପ୍‌ କଲିଆଚି ସେଟାର୍‌ପାଇ ତର୍‌ ପିଲା ଅଇବାର୍‌ ମର୍‌ ଅଦିକାର୍‌ ନାଇ ।”
22 କିନ୍ତୁ ପିତା ଆପଣା ଦାସମାନଙ୍କୁ କହିଲେ, ସବୁଠାରୁ ଭଲ ବସ୍ତ୍ର ଶୀଘ୍ର ନେଇ ଆସି ଏହାକୁ ପିନ୍ଧାଅ, ଏହାର ହାତରେ ମୁଦି ଓ ପାଦରେ ପାଦୁକା ଦିଅ,
୨୨ମାତର୍‌ ତାର୍‌ ବାବା ନିଜର୍‌ ଗତିଦାଙ୍ଗ୍‌ଡାମନ୍‌କେ କଇଲା, “ତମେ ବେଗି ଜାଇକରି ସବୁର୍‌ଟାନେଅନି ନିମାନ୍‌ ଚକାପଚିଆ ତାକେ ପିନ୍ଦାଇଦିଆସ୍‌ । ଆରି ତାର୍‌ ଆଙ୍ଗ୍‍ଟି ମୁନ୍ଦି ପିନ୍ଦାଆ । ତାର୍‌ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍‌ ।”
23 ପୁଣି, ହୃଷ୍ଟ ପୃଷ୍ଟ ପଶୁଟି ଆଣି ମାର; ଆସ, ଆମ୍ଭେମାନେ ଭୋଜନ କରି ଉତ୍ସବ କରୁ,
୨୩ଆରି ତାର୍‍ ଗତିଦାଙ୍ଗ୍‌ଡାମନ୍‌କେ କଇଲା, “ଆମର୍‌ତେଇ ରଇଲା ସବୁର୍‌ଟାନେଅନି ଗଟେକ୍‌ ଗାଗଡ୍‌ ର‍ଇବା ପସୁ ଆନି ମାରା, ଆରି ଆମେ ସାର୍‌ଦା ଅଇକରି ବଜି କରୁ ।
24 କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଅଛି; ହଜିଯାଇଥିଲା, ଆଉ ମିଳିଅଛି। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ।
୨୪କାଇକେ ବଇଲେ ମର୍‌ ପିଲା ମରିଜାଇରଇଲା, ଆରି ଏବେ ଜିବନ୍‌ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍‌ଲା ଆଚେ ।” ସେଟାର୍‌ପାଇ ସେମନ୍‌ ବଜି କର୍‌ବାର୍‌ ବସ୍‌ଲାଇ ।
25 ସେତେବେଳେ ତାହାଙ୍କ ବଡ଼ ପୁଅ କ୍ଷେତରେ ଥିଲା। ସେ ଯେତେବେଳେ ଆସି ଘର ପାଖରେ ପହଞ୍ଚିଲା, ସେତେବେଳେ ବାଦ୍ୟ ଓ ନୃତ୍ୟର ଶବ୍ଦ ଶୁଣି,
୨୫ସେ ବେଲା ତାର୍‌ ବଡ୍‌ ପଅ ତାସ୍‌ପଦାଇ ରଇଲା । ସେ ବାଉଡି କରି ଗର୍‌ ଲଗେ ଆଇବା ବେଲାଇ ବାଜାବାଇଦ୍‌ କରି ନାଟ୍‍ଗିତ୍‌ କର୍‌ବାଟା ସୁନ୍‌ଲା ।
26 ଦାସମାନଙ୍କ ମଧ୍ୟରୁ ଜଣକୁ ପାଖକୁ ଡାକି ସେହିସବୁ କଅଣ ବୋଲି ପଚାରିବାକୁ ଲାଗିଲା।
୨୬ସେ ଗଟେକ୍‌ ଗତିଦାଙ୍ଗ୍‌ଡାକେ ଡାକିକରି ପାଚାର୍‌ଲା, “ଇତି କାଇଟା ଅଇଲାନି?”
27 ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ହୃଷ୍ଟ ପୃଷ୍ଟ ପଶୁଟିଏ ମାରିଅଛନ୍ତି।
୨୭ଗତିଦାଙ୍ଗ୍‌ଡା ତାକେ କଇଲା, “ତର୍‌ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍‌ ବାବା, ତର୍‌ ବାଇ ଜର୍‌ଦୁକା ନ ଅଇ ଜିବନ୍‌ଅଇ ଆଇଲାକେ ଗଟେକ୍‌ ଗାଗଡ୍‌ ପସୁକେ ମାର୍‌ଲା ଆଚେ ।”
28 ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ; କିନ୍ତୁ ତାହାର ପିତା ବାହାରକୁ ଆସି ତାହାକୁ ବହୁତ ବୁଝାଇବାକୁ ଲାଗିଲେ।
୨୮ଏ କାତା ସୁନି ବଡ୍‌ ପଅ ବେସି ରିସା ଅଇଗାଲା । ସେ ଗର୍‌ ବିତ୍‌ରେ ପୁରେ ମିସା ନାଇ । ମାତର୍‌ ତାର୍‌ ବାବା ବଡ୍‌ ପଅର୍‌ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍‌ ଦାର୍‌ଲା ।
29 ମାତ୍ର ସେ ପିତାଙ୍କୁ ଉତ୍ତର ଦେଲେ, ଦେଖ, ଏତେ ବର୍ଷ ହେଲା ମୁଁ ତୁମ୍ଭର ଦାସ ପରି ଖଟି ଆସିଅଛି, ପୁଣି, କେବେହେଲେ ତୁମ୍ଭର ଆଜ୍ଞା ଅମାନ୍ୟ କରି ନାହିଁ, ତଥାପି ମୋହର ବନ୍ଧୁମାନଙ୍କ ସହିତ ଉତ୍ସବ କରିବାକୁ ତୁମ୍ଭେ ମୋତେ କେବେହେଲେ ଛେଳି ଛୁଆଟିଏ ସୁଦ୍ଧା ଦେଇ ନାହଁ;
୨୯ମାତର୍‌ ବଡ୍‌ ପଅ ତାର୍‌ ବାବାକେ କଇଲା, “ଦେକ୍‌, ମୁଇ ଏତେକ୍‌ ବରସ୍‌ ଜାକ ଗଟେକ୍‍ ଗତିଦାଙ୍ଗ୍‌ଡା ପାରା ତର୍‌ ସେବା କଲିନି ଆରି ତର୍‌ କାତା ମାନି କରି ରଇଲି । ତୁଇ ମକେ କାଇଟା ଦେଇଆଚୁସ୍‌? ମର୍‌ ମଇତର୍‌ମନର୍‌ ସଙ୍ଗ୍‌ ବଜି କରା ବଲି ଗଟେକ୍‌ ସାନ୍‌ଟା ପସୁ ମିସା ଦେଉସ୍‌ ନାଇ ।
30 କିନ୍ତୁ ତୁମ୍ଭର ଏହି ଯେଉଁ ପୁଅ ବେଶ୍ୟାମାନଙ୍କ ସହିତ ତୁମ୍ଭର ସବୁ ଧନ ଖାଇ ଉଡ଼ାଇ ଦେଇଅଛି, ଯେତେବେଳେ ସେ ଆସିଲା, ସେତେବେଳେ ତୁମ୍ଭେ ତାହା ପାଇଁ ହୃଷ୍ଟ ପୃଷ୍ଟ ପଶୁଟି ମାରିଲ।
୩୦ମାତର୍‌ ତର୍‌ ଏ ସାନ୍‌ ପଅ ସବୁ ଦନ୍‌ ଦାରିଜାଇ ବେସିଆମନ୍‌କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍‌ ପାଇ ଗଟେକ୍‌ ଗାଗଡ୍‌ଟା ପସୁକେ ମାର୍‌ଲୁସ୍‌!”
31 ସେଥିରେ ସେ ତାହାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସାଙ୍ଗରେ ଅଛୁ, ଆଉ ଯାହାସବୁ ମୋହର, ସେହିସବୁ ତୋହର;
୩୧ସେବେଲେ ତାର୍‌ ବାବା ବଡ୍‌ ପଅକେ କଇଲା, “ଏ ନୁନା ତୁଇତା ସବୁ ବେଲା ମର୍‌ ସଙ୍ଗ୍‌ ରଇଲୁସ୍‌ନି ଆରି ମର୍‌ ଜେତ୍‌କି ଦନ୍‌ ଆଚେ ସେଟା ସବୁ ତର୍‌ଟାସେ ।
32 କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ୍ ଥିଲା।”
୩୨ମାତର୍‌ ତର୍‌ ବାଇ ମରିଜାଇରଇଲା । ଏବେ ସେ ଜିବନ୍‌ ଅଇଆଚେ ସେ ଆଜିଜାଇରଇଲା ମାତର୍‌ ଏବେ ମିଲ୍‌ଲା ଆଚେ । ସେଟାର୍‌ପାଇ ଆମେ ସାର୍‌ଦା କର୍‌ବାର୍‌ ରଇଲା ।”

< ଲୂକ 15 >