< ଲୂକ 13 >

1 ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶାଇଥିଲେ, ସେମାନଙ୍କ ବିଷୟରେ ଯୀଶୁଙ୍କୁ ଜଣାଇଲେ।
ଗାଲିଲିଅନି କେତେ ଲକ୍‌ ଆସି ପାର୍‌ତନା ଗରେ ବଲି ଦେଇତେରଇଲାବେଲେ ପିଲାତ୍‌ ତାର୍‌ ସଇନମନ୍‌କେ ପାଟାଇ ଗାଲିଲିଅ ମନ୍‌କେ ମରାଇଲା । ତେଇ ମଲାଲକର୍‌ ବନି ପୁଜ୍‌ଲା ପସୁର୍‌ ବନି ସଙ୍ଗ୍‌ ମିସ୍‌ଲା । ଏ ବିସଇ କେତେଲକ୍‌ ଆସି ଜିସୁକେ ଜାନାଇଲାଇ ।
2 ସେଥିରେ ସେ ସେମାନଙ୍କୁ ଉତ୍ତର ଦେଲେ, “ଏହାସବୁ ଭୋଗ କରିବାରୁ ଏହି ଗାଲିଲୀୟମାନେ ଅନ୍ୟ ସମସ୍ତ ଗାଲିଲୀୟମାନଙ୍କ ଅପେକ୍ଷା ଅଧିକ ପାପୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?
ତେଇ ଜିସୁ ସେମନ୍‌କେ କ‍ଇଲା, “ଏ ସବୁ କସ୍‌ଟ ପାଇବାକେ, ଏ ଗାଲିଲିୟମନ୍‌ ବିନ୍‌ ସବୁ ଗାଲିଲିୟମନର୍‌ ଟାନେଅନି ଅଦିକ୍‌ ପାପ୍‍ କଲାଇ ଆଚତ୍‍ ବଲି ବାବ୍‌ଲାସ୍‌ନି କି?
3 ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ।
ମୁଇ ତମ୍‌କେ କଇଲିନି, ଜେଡେବେଲେ ଜାକ ପାପେଅନି ମନ୍‌ ନ ବାଦ୍‌ଲାଆସ୍‌, ତମେ ସବୁ ଲକ୍‌ ସେନ୍ତାରି କୁରୁପ୍‌ନାସ୍‌ ଅଇଜାଇସା ।
4 କିମ୍ବା ଶୀଲୋହରେ ସେହି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀ-ଗୃହ ପଡ଼ି ସେମାନଙ୍କର ପ୍ରାଣନାଶ କଲା, ସେମାନେ ସମସ୍ତ ଯିରୂଶାଲମବାସୀଙ୍କ ଅପେକ୍ଷା ଅଧିକ ଅପରାଧୀ ବୋଲି କି ତୁମ୍ଭେମାନେ ମନେ କରୁଅଛ?
ନଇଲେ ସିଲଅତେଇ ରଇଲା ଜନ୍‌ ଅଟ୍‌ର ଲକର୍‌ ଉପ୍‌ରେ ବଡ୍‍ ଗର୍‌ ଅଦ୍‍ରି ମରିଜାଇ ରଇଲା, ସେମନ୍‍ ତେବେ? ତମେ ସେମନ୍‌କେ ଜିରୁସାଲାମର୍‌ ବିନ୍‌ ଲକ୍‌ମନର୍‌ ଟାନେଅନି ଅଦିକ୍‌ ପାପ୍‍ କଲାଇ ଆଚତ୍‍ ବଲି ବାବ୍‌ଲାସ୍‌ନି କି?
5 ମୁଁ ତୁମ୍ଭମାନଙ୍କୁ କହୁଅଛି, ନା, କିନ୍ତୁ ମନ-ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହିପରି ବିନଷ୍ଟ ହେବ।”
ନାଇ, ମୁଇ ତମ୍‌କେ କଇଲିନି, ପାପେଅନି ମନ୍‌ ନ ବାଦ୍‌ଲାଇଲେ ତମେସବୁ ଲକ୍‌ ସେନ୍ତି କୁରୁପ୍‌ନାସ୍‌ ଅଇଜାଇସା ।”
6 ଆଉ, ସେ ଏହି ଦୃଷ୍ଟାନ୍ତ କହିଲେ, “ଜଣକର ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ ଡିମ୍ବିରିବୃକ୍ଷ ଲଗାଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ।
ଆରି ଜିସୁ ଏ କାତାନି କଇଲା, ଗଟେକ୍‌ ଲକର୍‌ ଅଙ୍ଗୁର୍‌ ବାଡେ ଗଟେକ୍‌ ଡୁମ୍‌ରି ଗଚ୍‌ ରପିରଇଲା । ସେ ସାଉକାର୍‌ ଆସି ତେଇ ପଲ୍‌ କଜ୍‌ଲା, ମାତର୍‌ ମିଲେନାଇ ।
7 ତେଣୁ ସେ ମାଳୀକୁ କହିଲେ, ଦେଖ, ଏହି ତିନି ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରିବୃକ୍ଷରେ ଫଳ ଖୋଜୁଅଛି, କିନ୍ତୁ ପାଉ ନାହିଁ; ଏହାକୁ ହାଣିପକାଅ, ଏଇଟା କାହିଁକି ଭୂମିକୁ ମଧ୍ୟ ନଷ୍ଟ କରୁଅଛି?
ସେଟାର୍‌ପାଇ ସାଉକାର୍‌ ଅଙ୍ଗୁର୍‌ ବାଡର୍‌ ଜାଗୁଆଲ୍‌କେ କଇଲା, “ଦେକା, ଏଟା ତିନ୍‌ ବରସ୍‌ ଅଇଲା ମୁଇ ଆସି ଏ ଡୁମ୍‌ରି ଗଚେ ପଲ୍‌ କଜ୍‌ଲିନି ମାତର୍‌ ମିଲାଇ ନାଇ, ଏଟା କାଟି ପାକା । ଏଟା କାଇକେ ବେକାର୍‌ ମାଟିକେ ମିସା କାରାପ୍‌ କର୍‌ସି?”
8 ମାତ୍ର ସେ ତାହାଙ୍କୁ ଉତ୍ତର ଦେଲା, ‘ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡ଼ିଦିଅନ୍ତୁ, ମୁଁ ଇତିମଧ୍ୟରେ ଏହାର ଚାରିପାଖ ଖୋଳି ଖତ ଦେବି,
ମାତର୍‌ ଜାଗୁଆଲ୍‌ ସାଉକାର୍‌କେ କଇଲା, “ସାଉକାର୍‌ ଏଟାକେ ବର୍‌ସେକ୍‌ ମିସା ଚାଡିଦେଉଁ, ମୁଇ ଏ ବିତ୍‌ରେ ଗଚର୍‌ ଚାରିବେଡ୍‌ତି କୁନିକରି କତ୍‌ ଦେବି,
9 ଆଉ ପରେ ଫଳ ହୁଏତ ଭଲ, ନୋହିଲେ ତାହାକୁ ହାଣିପକାଇବେ।’”
ତାର୍‌ ପଚେ ଜଦି ପଲ୍‌ ଦାର୍‌ଲେତା ନିକ, ନଇଲେ ତାକେ କାଟି ପାକାଉଁ ।”
10 ଥରେ ସେ ବିଶ୍ରାମବାର ଦିନରେ ଗୋଟିଏ ସମାଜଗୃହରେ ଶିକ୍ଷା ଦେଉଥିଲେ।
୧୦ତରେକ୍‌ ଜିସୁ ବିସ୍‌ରାମ୍‌ବାରେ ଗଟେକ୍‌ ପାର୍‌ତନା ଗରେ ସିକିଆ ଦେଇତେରଇଲା ।
11 ଆଉ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀଲୋକ ସେଠାରେ ଥିଲା, ସେ କୁବ୍‌ଜା ହୋଇ କୌଣସି ପ୍ରକାରେ ଆପଣାକୁ ସିଧା କରିପାରୁ ନ ଥିଲା।
୧୧ତେଇ ଗଟେକ୍‌ ମାଇଜି ରଇଲା । ତାକେ ଡୁମା ଦାରି ଅଟ୍‍ର ବରସ୍‌ ଜାକ କୁବ୍‍ଡି ଅଇରଇଲା । ସେ ବିଲ୍‌କୁଲ୍‌ ସିଦା ଅଇ ଇଣ୍ଡି ନାପାର୍‌ତେ ରଇଲା ।
12 ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, “ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ।”
୧୨ଜିସୁ ତାକେ ଦେକି ଲଗେ ଡାକି କଇଲା, “ଏ ନିନି ତକେ ମୁଇ, ଏ କୁବ୍‍ଡି ରଗେଅନି ନିକ କଲିନି ।”
13 ଆଉ, ସେ ତାହା ଉପରେ ହାତ ରଖିଲେ, ସେଥିରେ ସେ ସେହିକ୍ଷଣି ସଳଖ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲା।
୧୩ଜିସୁ ସେ ମାଇଜିର୍‌ ଉପ୍‌ରେ ଆତ୍‌ ସଙ୍ଗଇଲା । ସେ ମାଇଜି ସେ ଦାପ୍‌ରେସେ ସଲକ୍‌ ଅଇ ପର୍‌ମେସର୍‌କେ ମଇମା କର୍‌ବାର୍‌ ଲାଗ୍‌ଲା ।
14 କିନ୍ତୁ ଯୀଶୁ ବିଶ୍ରାମବାର ଦିନରେ ସୁସ୍ଥ କରିବାରୁ ସମାଜଗୃହର ଅଧ୍ୟକ୍ଷ ବିରକ୍ତ ହୋଇ ଲୋକସମୂହକୁ ଉତ୍ତର ଦେଲେ, କର୍ମ କରିବା ନିମନ୍ତେ ଛଅ ଦିନ ଅଛି, ଏଣୁ ସେହିସବୁ ଦିନରେ ଆସି ସୁସ୍ଥ ହୁଅ, ବିଶ୍ରାମବାର ଦିନରେ ଆସ ନାହିଁ।
୧୪ଜିସୁ ବିସ୍‌ରାମ୍‌ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍‌ ପାର୍‌ତନା ଗରର୍‌ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍‌ମନ୍‌କେ ନିକ କର୍‌ବାଟା ଗଟେକ୍‌ କାମ୍‌ ବଲି ଜିଉଦି ଲକ୍‌ମନ୍‌ ବାବ୍‌ତେ ରଇଲାଇ । ସେଟାର୍‌ ପାଇ ପାର୍‌ତନା ଗରର୍‌ ମୁକିଅ କଇଲା, “ଗଟେକ୍‌ ଆଟେ କାମ୍‌ କର୍‌ବାକେ ଚଅ ଦିନ୍‌ ଆଚେ, ସେ ଦିନ୍‌ ମନ୍‌କେ ତମେ ନିକ ଅଇବାକେ ଆସା । ମାତର୍‌ ବିସ୍‌ରାମ୍‌ବାରେ ନିକ ଅଇବାକେ କେବେ ମିସା ଆସାନାଇ ।”
15 କିନ୍ତୁ ପ୍ରଭୁ ତାହାଙ୍କୁ ଉତ୍ତର ଦେଲେ, “ରେ କପଟୀମାନେ, ତୁମ୍ଭେମାନେ ପ୍ରତ୍ୟେକେ କଅଣ ବିଶ୍ରାମବାର ଦିନରେ ଆପଣା ଆପଣା ବଳଦ କିମ୍ବା ଗଧ ଗୁହାଳରୁ ଫିଟାଇ ନେଇ ପାଣି ପିଆଅ ନାହିଁ?
୧୫ମାତର୍‌ ଜିସୁ ତାକେ ଆରି ତେଇ ରଇଲା ଲକ୍‌ମନ୍‌କେ କଇଲା, “ଏ କୁଟିଆଲ୍‌ମନ୍‌! ତମେ ତମର୍‌ ଗରୁମନ୍‌କେ ମେଲି ପାନି କୁଆଇବାକେ ନିଆସ୍‌ ନାଇ କି? ସେଟା ମିସା ଗଟେକ୍‌ କାମ୍‌ସେ ।”
16 ତେବେ ଦେଖ, ଅଠର ବର୍ଷ ପର୍ଯ୍ୟନ୍ତ ଶୟତାନ ଦ୍ୱାରା ବନ୍ଧା ହୋଇଥିବା ଅବ୍ରହାମଙ୍କ କନ୍ୟା ଏହି ସ୍ତ୍ରୀଲୋକଟି କଅଣ ବିଶ୍ରାମବାର ଦିନରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନ ଥିଲା?”
୧୬“ମୁଇ ତାକେ ନିକ କଲି ଆଚି । ଏ ମାଇଜି ଅବ୍‌ରାଆମର୍‌ କୁଟୁମର୍‌ ଲକ୍‌ । ସଇତାନ୍‌ ତାକେ ଅଟ୍‌ର ବରସ୍‌ ଜାକ ଦାରି ରଇଲା । ସେ ମାଇଜି ବିସ୍‌ରାମ୍‌ ବାରେ ନିକ ଅଇବାଟା ଟିକ୍‌ ନଏଁ କି?”
17 ଆଉ, ସେ ଏହି କଥାସବୁ କହନ୍ତେ, ତାହାଙ୍କ ବିପକ୍ଷ ସମସ୍ତେ ଲଜ୍ଜିତ ହେବାକୁ ଲାଗିଲେ, ମାତ୍ର ଲୋକମାନେ ଯୀଶୁ କରିଥିବା ସମସ୍ତ ମହତ କାର୍ଯ୍ୟ ସକାଶେ ଆନନ୍ଦ କରିବାକୁ ଲାଗିଲେ।
୧୭ଜିସୁ କଇଲା କାତା ସୁନି ତାର୍‌ ବିରଦି ଲକ୍‌ମନ୍‌ ଲାଜ୍‌ ଅଇଲାଇ । ମାତର୍‌ ବିନ୍‌ ଲକ୍‌ମନ୍‌ ସେ କର୍‌ବା ସବୁ କାବାଅଇଜିବା କାମ୍‌ ଦେକି ସାର୍‌ଦା ଅଇଗାଲାଇ ।
18 ସେଥିରେ ସେ କହିଲେ, “ଈଶ୍ବରଙ୍କ ରାଜ୍ୟ କାହା ପରି? ପୁଣି, କାହା ସହିତ ମୁଁ ତାହାର ତୁଳନା କରିବି?
୧୮ତାର୍‌ ପଚେ ଜିସୁ କଇଲା, “ପର୍‌ମେସରର୍‌ ରାଇଜ୍‌ କେନ୍ତାଟା, ଆରି ମୁଇ କାଇଟା ସଙ୍ଗ୍‌ ସେଟା ସମାନ୍‌ କର୍‌ବି?
19 ତାହା ଏପ୍ରକାର ଗୋଟିଏ ସୋରିଷ ଦାନା ପରି, ଯାହା ନେଇ ଜଣେ ଲୋକ ଆପଣା ବଗିଚାରେ ବୁଣିଲା, ଆଉ ତାହା ବଢ଼ି ଗଛ ହେଲା, ପୁଣି, ଆକାଶର ଚଢ଼େଇମାନେ ଆସି ତାହାର ଡାଳରେ ବାସ କଲେ।”
୧୯ପର୍‌ମେସରର୍‌ ରାଇଜ୍‌ ଗଟେକ୍‌ ବଡ୍‌ ବର୍‌ ଗଚର୍‌ ସାନ୍‌ଟା ମୁଞ୍ଜି ପାରା । ଗଟେକ୍‌ ଲକ୍‍ ଗଟେକ୍‌ ସାନ୍‌ଟା ମୁଞ୍ଜି ରପିଦେଲା । ସେ ମୁଞ୍ଜି ତେଇ ଗାଜା ଅଇ ବଡ୍‌ ଗଚ୍‌ପାରା ଅଇଲା ଆରି ଚଡଇମନ୍‌ ଆସି ତାର୍‌ କେନ୍ଦାଇ ଗୁଡା ବାନ୍ଦ୍‌ଲାଇ ।”
20 ସେ ଆହୁରି କହିଲେ, “ମୁଁ କାହା ସହିତ ଈଶ୍ବରଙ୍କ ରାଜ୍ୟର ତୁଳନା କରିବି?
୨୦ଜିସୁ ଆରି କଇଲା, “ପର୍‌ମେସରର୍‌ ରାଇଜ୍‌ କେନ୍ତିଟା ଆରି କାଇଟା ସଙ୍ଗ୍‌ ସମାନ୍‌ କରିଅଇସି?”
21 ତାହା ଖମୀର ପରି, ଜଣେ ସ୍ତ୍ରୀ ତାହା ଘେନି ମହଣେ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ସମସ୍ତ ଖମୀରମୟ ହେଲା।”
୨୧ସେଟା କମିର୍‌ ପାରା । ଜନ୍‌ଟା କି ଗଟେକ୍‌ ମାଇଜି ମାନେକ୍‌ ଗୁଣ୍ଡ୍‌ଟାନେ କଣ୍ଡେକ୍‌ କମିର୍‌ ପାକାଇ ଚକଟ୍‌ଲା ଆରି ସାରାସାରି ସେ କମିର୍‌, ଗୁଲାଇ ଗୁଣ୍ଡ୍‌ ଆମଟ୍‌ କରିଦେଲା ।
22 ଏହାପରେ ସେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଭ୍ରମଣ କରି ଶିକ୍ଷା ଦେଉ ଦେଉ ଯିରୂଶାଲମ ଆଡ଼କୁ ଯାତ୍ରା କରୁଥିଲେ।
୨୨ତାର୍‌ ପଚେ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଜିରୁସାଲମେ ଗାଲାବେଲେ ଗାଉଁମନ୍‌କେ ଆରି ଗଡ୍‌ମନ୍‌କେ ପର୍‌ମେସରର୍‌ ରାଇଜର୍ ବିସଇ ସିକାଇ ଦେଲା ।
23 ଆଉ, ଜଣେ ତାହାଙ୍କୁ କହିଲେ, ପ୍ରଭୁ, ପରିତ୍ରାଣ ପାଇବା ଲୋକମାନଙ୍କ ସଂଖ୍ୟା କଅଣ ଅଳ୍ପ? ସେଥିରେ ସେ ସେମାନଙ୍କୁ କହିଲେ,
୨୩ସେବେଲେ ଲକ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜିସୁକେ କ‍ଇଲା, “ଏ ମାପ୍‌ରୁ, ଉନା ଲକ୍‌ମନ୍‍ସେ ପାପେ ଅନି ରକିଆ ପାଇବାଇ କି?” ଜିସୁ ସେମନ୍‍କେ କଇଲା,
24 “ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ପ୍ରାଣପଣ କର, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକ ପ୍ରବେଶ କରିବା ନିମନ୍ତେ ଚେଷ୍ଟା କରିବେ, କିନ୍ତୁ ପାରିବେ ନାହିଁ।
୨୪“ଚିପୁଙ୍ଗି ଦୁଆର୍‌ ବାଟେ ପୁର୍‌ବାକେ ଚେସ୍‌ଟା କରା । କାଇକେ ବଇଲେ ବେସି ଲକ୍‌ମନ୍‌ ସେ ଚିପୁଙ୍ଗିବାଟ୍‌ଦେଇ ଜିବାକେ ଚେସ୍‌ଟା କର୍‌ବାଇ ମାତର୍‌ ଜାଇ ନାପାରତ୍‌ ।
25 ଘରର ମୁଖ୍ୟ ଲୋକ ଉଠି ଦ୍ୱାର ବନ୍ଦ କଲା ପରେ ଯେତେବେଳେ ତୁମ୍ଭେମାନେ ବାହାରେ ଠିଆ ହୋଇ ରହିବ ଓ ‘ହେ ପ୍ରଭୁ, ଆମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାନ୍ତୁ,’ ଏହା କହି ଦ୍ୱାରରେ ମାରିବାକୁ ଲାଗିବ, ସେତେବେଳେ ସେ ତୁମ୍ଭମାନଙ୍କୁ ଉତ୍ତର ଦେବେ, ‘ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ।’
୨୫ମୁଇ ଗଟେକ୍‌ ଗରର୍‌ ସାଉକାର୍‌ ପାରା । ଜେଡେବଲ୍‌ ସେ ସାଉକାର୍‌ କାପାଟ୍‌ ଡାବି ଦେଇସି । ସେଡ୍‌କି ବେଲେ ତମେ ଦୁଆରେ ଟିଆ ଅଇ ରଇସା ଆରି କାପାଟ୍‌ ଡକ୍‌ ଡକ୍‌ କରି ଏ ମାପ୍‌ରୁ ଆମର୍‌ ପାଇ କାପାଟ୍‌ ଉଗାଡା! ବଲି ଜୁଆର୍‌ ବିଆର୍‌ କର୍‌ସା । ମାତର୍‌ ସେ କାପାଟ୍‌ ନ ଉଗାଡି ସେମନ୍‌କେ କଇସି, ‘ତମେ କନ୍‌ତିଅନି?’ ମୁଇ ତମ୍‌କେ ମୁଲ୍‌କେ ନାଜାନି ।
26 ସେହି ସମୟରେ ତୁମ୍ଭେମାନେ କହିବାକୁ ଲାଗିବ, ଆମ୍ଭେମାନେ ଆପଣଙ୍କ ସାକ୍ଷାତରେ ଭୋଜନପାନ କଲୁ, ପୁଣି, ଆପଣ ଆମ୍ଭମାନଙ୍କ ଦାଣ୍ଡମାନଙ୍କରେ ଶିକ୍ଷା ଦେଲେ;
୨୬ମାତର୍‌ ତମେ କଇସା ‘ଏ ମାପ୍‌ରୁ ଆମେ ତମର୍‌ ସଙ୍ଗ୍‌ କାଇପିଇ ଅଇରଇଲୁ, ତୁଇ ଆମର୍‌ ଦୁଆର୍‌ ମନ୍‌କେ ସିକିଆ ଦେଇତେରଇଲୁସ୍‌ ବଲି କଇସା’
27 ଆଉ, ସେ ତୁମ୍ଭମାନଙ୍କୁ କହିବେ, ତୁମ୍ଭେମାନେ କେଉଁ ସ୍ଥାନର ଲୋକ, ତାହା ମୁଁ ଜାଣେ ନାହିଁ; ହେ ଅଧର୍ମାଚାରୀ ସମସ୍ତେ ମୋʼ ପାଖରୁ ଦୂର ହୁଅ।
୨୭ଆରି ସେ ତମ୍‌କେ କଇସି, ତମେ କନ୍‌ ଜାଗାର୍‌ ଲକ୍‌ମନ୍‌ ମୁଇ ତମ୍‌କେ ମୁଲ୍‌କେ ନାଜାନି, ଏ କରାପ୍‌ କାମ୍‌ କର୍‌ବା ଲକ୍‌ମନ୍‌, ‘ତମେ ସବୁ ମର୍‌ ମୁଆଟେ ଅନି ଉଟି ଜା ।’
28 ଯେତେବେଳେ ତୁମ୍ଭେମାନେ ଅବ୍ରହାମ, ଇସ୍‌ହାକ, ଯାକୁବ ପୁଣି, ସମସ୍ତ ଭାବବାଦୀଙ୍କୁ ଈଶ୍ବରଙ୍କ ରାଜ୍ୟରେ ଥିବା ଓ ଆପଣା ଆପଣାକୁ ବାହାରେ ପକାଉଥିବା ଦେଖିବ, ସେତେବେଳେ ସେଠାରେ ରୋଦନ ଓ ଦାନ୍ତର କିଡ଼ିମିଡ଼ି ହେବ।
୨୮ଆରି ସେ ତମ୍‌କେ ପାଟାଇଦେବା ଜାଗାଇଅନି ଅବ୍‌ରାଆମ୍ ଇସାକ୍‌, ଜାକୁବ୍‌, ଆରି ପର୍‌ମେସରର୍‌ ଟାନେଅନି ଆସି ରଇଲା ବବିସତ୍‌ ବକ୍‌ତାମନ୍‌ ରଇବାଟା ଦେକ୍‌ସା । ମାତର୍‌ ପର୍‌ମେସର୍‌ ତାର୍‌ ରାଇଜେ ତମ୍‌କେ ଜାଗା ନ ଦେଏ । ଜେଡେବଲ୍‌ ଏଟା ଅଇସି, ସେ ବେଲା ସେଟା ଦେକି, ତମେ କାଇକାଇ କାରାପ୍‌ କାମ୍‌ମନ୍‌ କରି ରଇଲାସ୍‌ ସେଟା ସବୁ ଏତାଇ କରି ମାରିଚପିଅଇ କାନ୍ଦ୍‌ସା ଆରି ଦାତ୍‌ ମୁଣ୍ଡ୍‌ କାତ୍‌ରି ଅଇସା ।
29 ପୁଣି, ପୂର୍ବ ଓ ପଶ୍ଚିମ, ଉତ୍ତର ଓ ଦକ୍ଷିଣରୁ ଲୋକେ ଆସି ଈଶ୍ବରଙ୍କ ରାଜ୍ୟରେ ଭୋଜନରେ ବସିବେ।
୨୯ଆରି ଜିଉଦି ନଇଲା ଲକ୍‌ମନ୍‌ ଏ ଦୁନିଆର୍‌ ସବୁ କନ୍ଦିବିକନ୍ଦି ଅନି ଆସି ପର୍‌ମେସରର୍‌ ରାଇଜେ କାଇବାକେ ବସ୍‌ବାଇ ।
30 ଆଉ ଦେଖ, ଶେଷରେ ଥିବା କେତେକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଶେଷରେ ପଡ଼ିବେ।”
୩୦ଆରି ଦେକା, ସାରାସାରି ରଇଲା ଲକ୍‌ ଆଗ୍‌ତୁ ଅଇବାଇ ଆରି ଆଗ୍‌ତୁ ରଇବା ଲକ୍‌ମନ୍‌ ପଚେ ଅଇଜିବାଇ ।”
31 ସେହି ଦଣ୍ଡରେ କେତେକ ଫାରୂଶୀ ତାହାଙ୍କ ପାଖକୁ ଆସି କହିଲେ, ଏ ସ୍ଥାନ ଛାଡ଼ି ବାହାରି ଯାଉନ୍ତୁ, କାରଣ ହେରୋଦ ଆପଣଙ୍କୁ ମାରିବା ପାଇଁ ଇଚ୍ଛା କରୁଅଛନ୍ତି।
୩୧ସେଡ୍‌କିବେଲେ କେତେଟା ପାରୁସି ଲକ୍‌ମନ୍‌ ଜିସୁର୍‌ ଲଗେ ଆସି କଇଲାଇ, “ତମେ ଏ ଜାଗା ଚାଡି ଉଟି ଜା, କାଇକେ ବଇଲେ ଏରଦ୍‌ ତମ୍‌କେ ମରାଇବାକେ ମନ୍‌ କଲାନି ।”
32 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ସେହି କୋକିଶିଆଳିକି କୁହ, ‘ଦେଖ, ମୁଁ ଆଜି ଓ କାଲି ଭୂତ ଛଡ଼ାଉଅଛି ଓ ସୁସ୍ଥ କରୁଅଛି, ପୁଣି, ତୃତୀୟ ଦିନରେ ମୁଁ ସିଦ୍ଧ ହେବି।’
୩୨ଜିସୁ ସେମନ୍‌କେ କଇଲା, “ତମେ ଜାଇ ସେ କଲିଆପାରା ଲକ୍‌କେ କୁଆ, ଦେକ୍‌ ଆଜି ଆରି କାଲି ମୁଇ ଡୁମା ଚାଡାଇଲିନି ଆରି ନିକ କଲିନି । ଆରି ପର୍‌ଦିନ୍‌କେ ମୁଇ ମର୍‌ କାବା ଅଇଜିବା କାମ୍‌କଲିନି । ପର୍‌ମେସରର୍‌ ଜଜ୍‌ନାଇ ରଇଲା ବେଲା କେଟ୍‌ବା ଆଗ୍‌ତୁ, ମୁଇ ଏନ୍ତି କାମ୍‌ କରି ସାରାଇବି ।
33 ଯାହା ହେଉ, ଆଜି, କାଲି ଓ ପଅର ଦିନ ମୋତେ ଯାତ୍ରା କରିବାକୁ ହେବ, କାରଣ ଯିରୂଶାଲମ ସହରର ବାହାରେ ଭାବବାଦୀର ନିହତ ହେବା ଉଚିତ୍ ନୁହେଁ।”
୩୩କାଇଟା ମିସା ଅ, ମୁଇ ଆଜି, କାଲିକେ ଆରି ପର୍‌ଦିନ୍‌କେ ଜାଇତେ ରଇବାର୍‌ ଆଚେ, କାଇକେ ବଇଲେ ପର୍‌ମେସରର୍‌ ଟାନେଅନି ଆଇଲା ସବୁ ବବିସତ୍‌ବକ୍‌ତାମନ୍‌କେ ଜିରୁସାଲାମେସେ ମରାଇଆଚତ୍‌ ।”
34 “ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେହିପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।
୩୪ଜିସୁ କଇଲା, “ଏ ଜିରୁସାଲମର୍‌ ଲକ୍‌ମନ୍‌! ପର୍‌ମେସର୍‌ ତମର୍‌ଟାନେ ଜେତ୍‌କି ପାଟାଇରଇଲା ବବିସତ୍‌ବକ୍‌ତାମନ୍‌କେ ମାରି ମରାଇଲାସ୍‌! ଆରି ପେରିତ୍‌ମନ୍‌କେ ତର୍‌କେ ତର୍‌ ପାକ୍‌ନା ମାରି ମରାଇଲାସ୍‌ । ତେବେ ତମର୍‌ପାଇ ମର୍‌ ଲଗେ ଗଟେକ୍‌ କାତା ଆଚେ । ମାଇ କୁକୁଡା ଜେନ୍ତି ତାର୍‍ ଟିଅଁମନ୍‌କେ ଡେନା ତଲେ ରୁଣ୍ଡାଇସି, ମୁଇ ସେନ୍ତି କେତେ ତର୍‌ ତମ୍‍କେ ରକିଆ କର୍‌ବାକେ ମନ୍‌ କଲି । ମାତର୍‌ ସେନ୍ତି କର୍‌ବାକେ ତମେ ନ ଦିଆସ୍‌ ।
35 ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି; ଆଉ, ମୁଁ ତୁମ୍ଭମାନଙ୍କୁ କହୁଅଛି, ‘ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ,’ ତୁମ୍ଭେମାନେ ଯେଉଁ ଦିନ ଏହି କଥା କହିବ, ସେହି ଦିନ ନ ଆସିବା ପର୍ଯ୍ୟନ୍ତ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ।”
୩୫ଦେକା, ତମର୍‌ ମନ୍ଦିର୍‌ ଚାଡିଦେଇ ଆଚତ୍‌ । ସେଟାର୍‌ ପାଇ ପର୍‌ମେସର୍‌ ଏବେ ତମ୍‌କେ ‘ପାର୍‌ତନା ଗର୍‌ ଆରି ତମର୍‌ ଗଡ୍‌ ନିଜେ ରକିଆ କରା’ ବଲି ଚାଡି ଦେଲାଆଚେ । ମୁଇ ତମ୍‌କେ କଇଲିନି, ପର୍‌ମେସର୍‌ ଜନ୍‌ ଲକ୍‌କେ ଆସିର୍‌ବାଦ୍‌ କରି ଆମର୍‌ ଲଗେ ପାଟାଇଲାଆଚେ ବଲି ମର୍‌ ବିସଇ ନେଇ, ତମେ ନ କଇବାଜାକ ମକେ ଦେକିନାପାରାସ୍‌ ।”

< ଲୂକ 13 >