< ଲୂକ 11 >

1 ଥରେ ସେ କୌଣସି ଗୋଟିଏ ସ୍ଥାନରେ ପ୍ରାର୍ଥନା କରୁଥିଲେ; ସେ ପ୍ରାର୍ଥନା ସମାପ୍ତ କରନ୍ତେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯୋହନ ଯେପରି ଆପଣା ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ, ଆପଣ ମଧ୍ୟ ସେହିପରି ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଅନ୍ତୁ।
ୟୀଶୁ ମିଆଁଦ୍‌ ଠାୟାଦ୍‌ରେ ବିନ୍ତିତାନାଏ ତାଇକେନା, ଆଡଃ ଟୁଣ୍ଡୁକେଦ୍ ଇମ୍‌ତା ଇନିୟାଃ ଚେଲାକଏତେ ମିହୁଡ଼୍‌ କାଜିକିୟାଏ, “ହେ ପ୍ରାଭୁ, ବାପ୍ତିସ୍ମା ଏମଃନିଃ ଯୋହାନ୍‌ ଆୟାଃ ଚେଲାକକେ ବିନ୍ତି ଇତୁକେଦ୍‌କଲେକା ଆମ୍‌ହ ଆଲେକେ ବିନ୍ତି ଇତୁଲେମ୍ ।”
2 ଏଥିରେ ସେ ସେମାନଙ୍କୁ କହିଲେ, “ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ‘ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମ୍ଭର ରାଜ୍ୟ ଆସୁ।
ୟୀଶୁ କାଜିୟାଦ୍‌କଆଏ, “ଆପେ ବିନ୍ତି ଇମ୍‌ତା ନେ ଲେକା ବିନ୍ତିପେ,” “‘ହେ ଆଲେୟାଃ ସିର୍ମାରେନ୍‌ ଆବା, ଆମାଃ ନୁତୁମ୍‌ ପାବିତାରଃକା, ଆମାଃ ରାଇଜ୍‌ ହିଜୁଃକା, ଆମାଃ ମନେ ଚିଲ୍‌କା ସିର୍ମାରେ, ଏନ୍‌ଲେକା ଅତେଦିଶୁମ୍‌ରେୟ ହବାଅଃକା ।
3 ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
ଆଲେୟାଃ ତିସିଙ୍ଗ୍‌ରେୟାଃ ଜମେୟାଃଁ ଏମାଲେମେ ।
4 ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧୀକୁ କ୍ଷମା କରୁ। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ।’”
ଆଲେୟାଃ ପାପ୍‌କ ଛାମାଏମେଁ, ଚିୟାଃଚି ଜେ'ଲେକା ଆଲେୟ ଆଲେୟାଃ ସବେନ୍‌ ପାପ୍‌କେନ୍‌କଲେ ଛାମାକଆ ଆଡଃ ବିଡ଼ାଅରେ ଆଲମ୍‌ ଆଉଲେୟା, ମେନ୍‌ଦ ଏତ୍‌କାନ୍‌ନିଃଏତେ ବାଞ୍ଚାଅଲେମ୍‌ ।’”
5 ଆଉ, ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର କାହାରି ଏପରି ବନ୍ଧୁ ଅଛି କି, ଯାହା ନିକଟକୁ ଅଧରାତିରେ ସେ ଯାଇ କହିବ, ‘ହେ ବନ୍ଧୁ, ମୋତେ ତିନୋଟି ରୁଟି ଉଧାର ଦିଅ,
ଏନ୍ତେ ୟୀଶୁ ଆୟାଃ ଚେଲାକକେ କାଜିୟାଦ୍‌କଆ, “ଇଦୁ ଆପେକଏତେ ଜେତାଏୟାଃ ମିଆଁଦ୍‌ ଗାତି ମେନାଇୟା, ଆଡଃ ଇନିଃ ଇନିଃତାଃତେ ଥାଲାନିଦା ସେନ୍‌କେଦ୍‌ତେ ମେତାଇୟାଏ, ‘ଏ ଗାତି ଆପିୟା ହଲଙ୍ଗ୍‌ ଉଧାର୍‌ ଏମାଇଙ୍ଗ୍‌ମେ,
6 କାରଣ ମୋହର ଜଣେ ପଥିକ ବନ୍ଧୁ ମୋʼ ନିକଟକୁ ଆସିଅଛନ୍ତି, ତାହାଙ୍କୁ ଖାଦ୍ୟ ପରିବେଷଣ କରିବା ପାଇଁ ମୋʼ ପାଖରେ କିଛି ନାହିଁ,’
ଆଇଁୟାଃ ମିଆଁଦ୍‌ ଗାତିଦ ହରାସେନ୍‌ତାନ୍‌ଲଃ ଆଇଙ୍ଗ୍‌ତାଃତେ ହିଜୁଃକାନାଏ ଆଡଃ ଇନିଃକେ ଜମ୍‌ ଏମଃ ନାଗେନ୍ତେ ଆଇଙ୍ଗ୍‌ତାଃରେ ଜେତ୍‌ନାଃ ବାନଆଁଃ ।’
7 ଆଉ ସେ ଭିତରୁ ଏପରି ଉତ୍ତର ଦେବ, ‘ମୋତେ କଷ୍ଟ ଦିଅ ନାହିଁ; ଦ୍ୱାର ବନ୍ଦ ହେଲାଣି, ଆଉ ମୋହର ପିଲାମାନେ ମୋʼ ସାଙ୍ଗରେ ଶୋଇଛନ୍ତି; ମୁଁ ଉଠି ତୁମ୍ଭକୁ ଦେଇ ପାରିବି ନାହିଁ?’
ଆଡଃ ଇନିଃ କାଜିରୁହାଡ଼େୟାଏ, ‘ଆଲମ୍‌ ଦୁକୁଇୟାଁଃ ନାହାଁଃଦ ଦୁଆର୍‌ ହାଣ୍ଡେଦାକାନା ଆଡଃ ହନ୍‌କତାୟାଁଃ ଆଇଙ୍ଗ୍‌ଲଃକ ଗିତିଜାକାନା । ଆଇଙ୍ଗ୍‌ ବିରିଦ୍‌କେଦ୍‌ତେ ଜେତ୍‌ନାଃ କାଇଙ୍ଗ୍‌ ଏମ୍‌ଦାଡ଼ିୟା ।’
8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଯଦ୍ୟପି ତାହାର ବନ୍ଧୁ ହେବାରୁ ଉଠି ନ ଦେବ, ତଥାପି ସେ ଥରକୁଥର ମାଗିବାରୁ ସେ ଉଠି, ତାହାର ଯେତେ ଆବଶ୍ୟକ, ତାହାକୁ ସେତେ ଦେବ।
ଆଇଙ୍ଗ୍‌ କାଜିୟାପେ ତାନାଇଙ୍ଗ୍‌, ଇନିଃ ଆୟାଃ ଗାତିତାନିଃ ରେୟ ବିରିଦ୍‌କେଦ୍‌ତେ କାଏ ଏମାଇୟା, ଇମିନ୍‌ରେୟ, ଆୟାଃ ଗାତି ଘାଡ଼ି ଘାଡ଼ି ଆସିତାନ୍‌ ହରାତେ ଇନିଃ ବିରିଦ୍‌ୟାନ୍‌ଲଃ ଆୟାଃ ଗାତିରାଃ ଲାଗାତିଙ୍ଗ୍‌ ଲେକାଏ ଏମାଇୟା ।
9 ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ଆଘାତ କର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇ ଦିଆଯିବ।
“ଆଡଃ ଆଇଙ୍ଗ୍‌ କାଜିୟାପେତାନା, ଆସିପେ ଏନାରେଦ ଆପେକେ ଏମଃଆ, ଦାଣାଁଁଏପେ ଏନ୍‌ରେଦପେ ନାମେୟା, ଦୁଆର୍‌ ଠକ୍‌ ଠକାଏପେ ଏନ୍‌ରେଦ ଆପେ ନାଗେନ୍ତେ ନିଜଆଃ ।
10 କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ଆଘାତ କରେ, ତାହା ନିମନ୍ତେ ଦ୍ୱାର ଫିଟାଇଦିଆଯିବ।
୧୦ଚିୟାଃଚି ଜେତାଏ ଆସିତାନ୍‌ନିଃଦ ତେଲାଜମାଃ, ଆଡଃ ଦାଣାଁଁଏନିଃଦ ନାମେୟାଏ, ଆଡଃ ଠକ୍‌ ଠକାଏନିଃ ନାଗେନ୍ତେ ନିଜଆଃ ।
11 ଆଉ, ତୁମ୍ଭମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି, ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ସାପ ଦେବ?
୧୧ଆପେକଏତେ ଅକନ୍‌ ଆପୁ ନେ'ଲେକା ମେନାଇୟା, ଆୟାଃ ହନ୍‌ ହାକୁ ଆସିରେଦ, ଚିନାଃ ଇନିଃକେ ବିଙ୍ଗ୍‌ ଏମାଇୟାଏ?
12 କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ?
୧୨ଚାଏ ଇନିଃ ଜାରମ୍‌ ଆସିରେ ଚିୟାଃ ମାର୍‌ମାର୍‌ ଏମାଇୟାଏ?
13 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ!”
୧୩ଏନ୍ତେ ଆପେ ଏତ୍‌କାନ୍‌କ ତାଇନ୍‌ରେୟ, ଆପେୟାଃ ହନ୍‌କକେ ବୁଗିନାଃ ଏମଃପେ ସାରିୟା, ତାବ୍‌ଦ ଆପେୟାଃ ସିର୍ମାରେନ୍‌ ଆପୁ ଅକନ୍‌କଚି ଆଇଃକ୍‌କେ ଆସି ତାନାକ, ଇନ୍‌କୁକେ ଏନାଏତେ ଆଦ୍‌କା ପାବିତାର୍‌ ଆତ୍ମା କାଏଚି ଏମାକଆ!”
14 ଥରେ ସେ ଗୋଟିଏ ଭୂତ ଛଡ଼ାଉଥିଲେ, ସେହି ଭୂତଟା ଘୁଙ୍ଗା। ଭୂତ ବାହାରିଗଲା ପରେ ଘୁଙ୍ଗା ଲୋକଟି କଥା କହିଲା; ସେଥିରେ ଲୋକସମୂହ ଚକିତ ହେଲେ।
୧୪ୟୀଶୁ ମିଆଁଦ୍‌ କା ବାଖାଁଣ୍‌ ଦାଡ଼ିତାନ୍‌ ବଙ୍ଗାକେ ଅଡଙ୍ଗ୍‌ଇଁତାନାଏ ତାଇକେନା । ବଙ୍ଗା ଅଡଙ୍ଗ୍‌ୟାନ୍‌ଚି ଏନ୍‌ କା ବାଖାଁଣ୍‌ଦାଡ଼ି ହଡ଼ ବାଖାଁଣ୍‌କେଦାଏ, ଆଡଃ ଗାଦେଲ୍‌ ହଡ଼କ ଆକ୍‌ଦାନ୍ଦାଅୟାନାକ ।
15 କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତ ଛଡ଼ାଏ।
୧୫ମେନ୍‌ଦ ଇନ୍‌କୁଏତେ ଚିମିନ୍‌କ କାଜିକେଦା, “ୟୀଶୁ ବଙ୍ଗାକଆଃ ଗମ୍‌କେ ବାଲ୍‌ଜେବୁଲ୍‌ଆଃ ହରାତେ ବଙ୍ଗାକକେ ହାର୍‌ ଅଡଙ୍ଗ୍‌କତାନା ।”
16 ଅନ୍ୟମାନେ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ତାହାଙ୍କଠାରୁ ଆକାଶରୁ ଏକ ଚିହ୍ନ ମାଗିଲେ।
୧୬ଏଟାଃକ ୟୀଶୁକେ ବିଡ଼ାଅ ନାଗେନ୍ତେ, ପାର୍‌ମେଶ୍ୱାର୍‌ ଯେ ଆୟାଃ ସାଃ ରିୟାଃ ନେୟାଁ ଉଦ୍‌ବେନାଙ୍ଗ୍‌ ସିର୍ମାରେୟାଃ ମିଆଁଦ୍‌ ଚିହ୍ନାଁକ ଆସିକିୟାଃ ।
17 କିନ୍ତୁ ସେ ସେମାନଙ୍କ ମନର ଭାବ ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ଭାଗ ଭାଗ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ଉତ୍ସନ୍ନ ହୋଇ ଯାଏ, ପୁଣି, ଗୃହ ଗୃହ ଉପରେ ପଡ଼େ।
୧୭ୟୀଶୁ ଇନ୍‌କୁଆଃ ମନ୍‌ରେୟାଃ ଉଡ଼ୁଃ ଆଟ୍‌କାର୍‌କେଦ୍‌ତେ ଇନ୍‌କୁକେ ମେତାଦ୍‌କଆ, “ଜେତା ରାଇଜ୍‌ ଆଇଃକ୍‌ତେଗି ବିନ୍‌ଗାଅକେଦ୍‌ତେ ଆକ ଆକଥାଲାରେ ଲାପ୍‌ଡ଼ାଇରେଦ ଏନ୍‌ ରାଇଜ୍‌ କା ତିଙ୍ଗୁନାଃ ।
18 ଆଉ ଶୟତାନ ମଧ୍ୟ ଯଦି ବିଭକ୍ତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହାହେଲେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ? ମୁଁ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ ବୋଲି ତୁମ୍ଭେମାନେ ତ କହୁଅଛ।
୧୮ଆଡଃ ସାଏତାନ୍‌, ସାଏତାନ୍‌ଗି ହିଗାଡ଼୍‌କେଦ୍‌ତେ ବିନ୍‌ଗାଅରେଦ, ଏନ୍‌ ରାଇଜ୍‌ ଚିଲ୍‌କାତେ ତିଙ୍ଗୁନାଃ? ଆଇଙ୍ଗ୍‌ ନେଆଁଁ କାଜିୟାପେ ତାନାଇଙ୍ଗ୍‌ ଚିୟାଃଚି ଆପେଦ ଇନିଃ ବାଲ୍‌ଜେବୁଲ୍‌ରାଃ ହରାତେ ବଙ୍ଗାକକେ ଅଡଙ୍ଗ୍‌କତାନାଏ ମେନ୍ତେପେ ମେନେତାନା ।
19 କିନ୍ତୁ ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତୁମ୍ଭମାନଙ୍କ ପୁତ୍ରମାନେ କାହା ସାହାଯ୍ୟରେ ସେମାନଙ୍କୁ ଛଡ଼ାନ୍ତି? ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।
୧୯ଆଡଃ ଆଇଙ୍ଗ୍‌ ବାଲ୍‌ଜେବୁଲ୍‌ଆଃ ପେଡ଼େଃତେ ବଙ୍ଗାକଇଙ୍ଗ୍‌ ହାର୍‌ଅଡଙ୍ଗ୍‌କ ତାନ୍‌ରେଦ, ଆପେୟାଃ ହଡ଼କ ଅକଏୟାଃ ହରାତେକ ହାର୍‌ ଅଡଙ୍ଗ୍‌କତାନା? ଏନା ନାଗେନ୍ତେ ଇନ୍‌କୁଗି ଆପେୟାଃ ବିଚାର୍‌ନିଃକ ହବାଅଆଃ ।
20 କିନ୍ତୁ ମୁଁ ଯଦି ଈଶ୍ବରଙ୍କ ପରାକ୍ରମ ଦ୍ୱାରା ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି।
୨୦ମେନ୍‌ଦ ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌ଆଃ ପେଡ଼େଃତେ ବଙ୍ଗାକଇଙ୍ଗ୍‌ ହାର୍‌ଅଡଙ୍ଗ୍‌କ ତାନ୍‌ରେଦ ଏନାତେ ଆଟ୍‌କାରଃତାନା ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ ଆପେତାଃତେ ତେବାଃକାନା ।
21 ବଳବାନ ଲୋକ ଯେପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ ଆପଣା ଗଡ଼ ରକ୍ଷା କରେ, ସେପର୍ଯ୍ୟନ୍ତ ତାହାର ସମ୍ପତ୍ତି ନିରାପଦରେ ଥାଏ;
୨୧“ପେଡ଼େୟାନ୍‌ହଡ଼ ସବେନ୍‌ ହାଁତେୟାର୍‌ ସାବ୍‌କେଦ୍‌ତେ ଆୟାଃ ଅଡ଼ାଃରାଚାକେ ହରଏରେଦ ଆୟାଃ ମେନାଃତେୟାଃ ବୁଗିଲେକାତେ ତାଇନଃଆ ।
22 କିନ୍ତୁ ଯେତେବେଳେ ତାହାଠାରୁ ଅଧିକ ବଳବାନ ଲୋକ ତାହାକୁ ଆକ୍ରମଣ କରି ଜୟ କରେ, ସେତେବେଳେ ଯେଉଁ ଅସ୍ତ୍ର ଉପରେ ତାହାର ଭରସା ଥିଲା, ସେହିସବୁ ସେ ଛଡ଼ାଇ ନିଏ, ପୁଣି, ତାହାର ଲୁଟ କରିଥିବା ଧନସମ୍ପତ୍ତି ବାଣ୍ଟିନିଏ।
୨୨ମେନ୍‌ଦ ଚିମ୍‌ତା ଆୟାଃଏତେ ଆଦ୍‌କା ପେଡ଼େୟାନ୍‌ ହଡ଼ ଇନିଃଲଃ ଲାଡ଼ାଇକେଦ୍‌ତେ ହାରାଅରେ, ଅକ ହାଁତେୟାର୍‌ ଚେତାନ୍‌ରେ ଆଇଃକ୍‌ ଭାର୍‌ସାକାଦ୍‌ ତାଇକେନାଏ, ଏନା ସବେନାଃଏ ରେଜିଆ ଆଡଃ ରେଜାକାଦ୍‌ତେୟାଃ ହାଟିଙ୍ଗ୍‌ୟେଁଆଏ ।
23 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।”
୨୩“ଜେତାଏ ଆଇଁୟାଃଲଃ ବାଙ୍ଗାଇନିଃ, ଆଇଁୟାଃ ବିରୁଧ୍‌ରେ ମେନାଇୟା ଆଡଃ ଜେତାଏ ଆଇଁୟାଃଲଃ କାଏ ହୁଣ୍ଡିନିଃ ଛିତିବିତିୟଃଆଏ ।
24 “ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଯିବା ପରେ ବିଶ୍ରାମ କରିବା ପାଇଁ ଜଳ ନ ଥିବା ସ୍ଥାନ ସବୁ ଭ୍ରମଣ କରି ଖୋଜେ, ଆଉ ତାହା ନ ପାଇ କହେ, ମୁଁ ଯେଉଁ ଘରୁ ବାହାରି ଆସିଥିଲି, ‘ମୋହର ସେହି ଘରକୁ ଫେରିଯିବି;’
୨୪“ସତ୍‌ରା ଆତ୍ମା ମିହୁଡ଼୍‌ତାଃଏତେ ଅଡଙ୍ଗ୍‌ୟାନ୍‌ରେ, ରହଡ଼୍‌ ଠାୟାଦ୍‌କରେ ହନର୍‌ବାଡ଼ାକେଦ୍‌ତେ ରୁଡ଼ୁନ୍‌ ନାଗେନ୍ତେ ଦାଣାଁଁୟାଏ ଆଡଃ କାଏ ନାମ୍‌ତାରେ, ଇନିଃ କାଜିୟାଏ, ‘ଆଇଙ୍ଗ୍‌ ଅକନ୍‌ ଅଡ଼ାଃଏତେ ଅଡଙ୍ଗ୍‌କାନ୍‌ ତାଇକେନାଇଙ୍ଗ୍‌, ଏନ୍‌ ଅଡ଼ାଃତେଗି ସେନ୍‌ରୁହାଡ଼ାଇଙ୍ଗ୍‌,’ ଆଡଃ ଇନିଃ ଏନ୍‌ ଅଡ଼ାଃକେ ସାମାଅଡ଼ାଃ, ସାଫାକାନ୍‌ ଆଡଃ ସୁଗାଡ଼ାନ୍‌ଗି ନେଲେୟା ।
25 ପୁଣି, ସେ ଆସି ତାହା ପରିଷ୍କାର ହୋଇଥିବା ଦେଖେ।
୨୫ଆଡଃ ହିଜୁଃରୁହାଡ଼୍‌କେଦ୍‌ତେ ଏନା ଜଅଃସାଫାକାନ୍‌ ଆଡଃ ସିଙ୍ଗାରାକାନାଏ ନାମେୟା ।
26 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ଦୁଷ୍ଟ ଆଉ ସାତୋଟି ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି, ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ।”
୨୬ଏନ୍ତେ ଇନିଃ ସେନ୍‌କେଦ୍‌ତେ ଆୟାଃତାଃଏତେ ଆଦ୍‌କା ଏତ୍‌କାନ୍‌ ସାତ୍‌ଠୁ ଆତ୍ମାକକେ ମିଦ୍‌ତେ ଆଉକଆ, ଆଡଃ ଇନ୍‌କୁ ଏନାରେକ ବଲଆ ଆଡଃକ ତାଇନଃଆ । ଆଡଃ ଏନ୍‌ ହଡ଼ରାଃ ଦାସା ପାହିଲାଏତେ ଟୁଣ୍ଡୁ ଦାସା ପୁରାଃଗି ଏତ୍‌କାନ୍‌ ହବାଅଆଃ ।”
27 ସେ ଏହି ସମସ୍ତ କଥା କହୁଥିବା ସମୟରେ ଲୋକସମୂହ ମଧ୍ୟରେ ଜଣେ ସ୍ତ୍ରୀଲୋକ ଉଚ୍ଚସ୍ୱରରେ କହିଲା, ଧନ୍ୟ ସେହି ଗର୍ଭ, ଯାହା ତୁମ୍ଭକୁ ଧାରଣ କଲା ଓ ସେହି ସ୍ତନ, ଯହିଁରୁ ତୁମ୍ଭେ ପାନ କଲ।
୨୭ୟୀଶୁ ନେଆଁଁ କାଜିତାନ୍‌ ଇମ୍‌ତା ଗାଦେଲ୍‌ହଡ଼କରେନ୍‌ ମିଆଁଦ୍‌ କୁଡ଼ି କାଉରିତାନ୍‌ଲଃ କାଜିକେଦାଏ, “ଆମ୍‌କେ ଜାନାମାକାମ୍ ଆଡଃ ତଆ ଆନୁକାମ୍ ଏଙ୍ଗା ଚିମିନ୍‌ ସୁକୁତାନ୍‌ଗିୟାଃଏ!”
28 ମାତ୍ର ସେ କହିଲେ, “ନା, ବରଂ ଯେଉଁମାନେ ଈଶ୍ବରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ଧନ୍ୟ।”
୨୮ମେନ୍‌ଦ ୟୀଶୁ ମେନ୍‌ରୁହାଡ଼ାଇୟାଏ, “ପାର୍‌ମେଶ୍ୱାର୍‌ଆଃ କାଜି ଆୟୁମ୍‌ତାନ୍‌ ଆଡଃ ମାନାତିଙ୍ଗ୍‌ତାନ୍‌କହଗି ଚିମିନ୍‌ ସୁକୁତାନ୍‌ଗିଆଃକ!”
29 ଲୋକମାନେ ଦଳ ଦଳ ହୋଇ ତାହାଙ୍କ ନିକଟରେ ଏକାଠି ହେଉଥିବା ସମୟରେ ସେ କହିବାକୁ ଲାଗିଲେ, “ଏହି କାଳର ଲୋକମାନେ ଦୁଷ୍ଟ; ଏମାନେ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।
୨୯ଗାଦେଲ୍‌ ହଡ଼କ ୟୀଶୁତାଃରେ ହୁଣ୍ଡିନ୍‌ ତାଇକେନ୍‌ରେ ଇନିଃ କାଜିଏଟେଦ୍‌କେଦାଏ, ନେ ପାରିୟାରେନ୍‌ ହଡ଼କ ଚିମିନ୍‌ ଏତ୍‌କାନ୍‌ଗିୟାଃକ, ଇନ୍‌କୁ ଚିହ୍ନାଁକ ନାମ୍‌ତାନା ମେନ୍‌ଦ ଯୁନୁସ୍‌ ନାବୀୟାଃ ଚିହ୍ନାଁ ବାଗିକେଦ୍‌ତେ ଇନ୍‌କୁନାଙ୍ଗ୍‌ ଜେତାନ୍‌ ଚିହ୍ନାଁ କା ଉଦୁବଃଆ ।
30 କାରଣ ଯୂନସ ଯେପରି ନୀନିବୀ ସହରର ଲୋକମାନଙ୍କ ପ୍ରତି ଚିହ୍ନ ଭଳି ହେଲେ, ମନୁଷ୍ୟପୁତ୍ର ମଧ୍ୟ ସେହିପରି ଏହି ଯୁଗର ଲୋକମାନଙ୍କ ପ୍ରତି ହେବେ।
୩୦ନିନିବିରେନ୍‌କ ନାଗେନ୍ତେ ଯୁନୁସ୍‌ଦ ଚିହ୍ନାଁଏ ତାଇକେନାଏ, ଏନ୍‌ଲେକାଗି ମାନୱାହନ୍‌ ନେ ପାରିୟାରେନ୍‌ ହଡ଼କ ନାଗେନ୍ତେ ଏନ୍‌କାଅଃଆଏ ।
31 ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ଯୁଗର ଲୋକମାନଙ୍କୁ ଦୋଷୀ କରିବେ, କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ; ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
୩୧ଦାକ୍ଷିଣ୍‌ ଦିଶୁମ୍‌ରେନ୍‌ ରାନୀ ନେ ଦିପିଲିରେନ୍‌ ହଡ଼କଲଃ ବିଚାର୍‌ହୁଲାଙ୍ଗ୍‌ରେ ବିରିଦାଃଏ ଆଡଃ ଇନ୍‌କୁକେ ଚିଟାକଆ, ଚିୟାଃଚି ଇନିଃ ସୁଲିମାନ୍‌ଆଃ ସେଣାଁଁନ୍‌ କାଜି ଆୟୁମ୍‌ ନାଗେନ୍ତେ ଆୟାଃ ଅତେଦିଶୁମ୍‌ରେୟାଃ ଟୁଣ୍ଡୁଏତେ ହିଜୁଃକାନ୍‌ ତାଇକେନା ଆଡଃ ନେଲିପେ ରାଜା ସୁଲିମାନ୍‌ଏତେ ମାରାଙ୍ଗ୍‌ନିଃ ନେତାଃରିୟା ।
32 ନୀନିବୀ ସହରର ଲୋକମାନେ ବିଚାରରେ ଏହି ଯୁଗର ଲୋକମାନଙ୍କ ସହିତ ଉଠି ସେମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କରିଥିଲେ; ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
୩୨ନିନିବିରେ ଯୁନୁସ୍‌ ନାବୀ ପ୍ରାଚାର୍‌କେଦ୍‌ ଇମ୍‌ତା ପାତିୟାର୍‌କେଦ୍‌ ହଡ଼କ ତିଙ୍ଗୁକେଦ୍‌ତେ ନେ ଦିପିଲିରେନ୍‌ ହଡ଼କଲଃ ପାର୍‌ମେଶ୍ୱାର୍‌ ବିଚାର୍‌ ହୁଲାଙ୍ଗ୍‌ରେ ଇନ୍‌କୁକେକ ଚିଟାକଆ, ଚିୟାଃଚି ଇନ୍‌କୁ ଯୁନୁସ୍‌ ପାର୍‌ଚାର୍‌କେଦ୍‌ ଇମ୍‌ତା ମନ୍‌ରୁହାଡ଼୍‌କେଦାକ, ଆଡଃ ନାହାଁଃ ଆଇଙ୍ଗ୍‌ କାଜିପେତାନାଇଙ୍ଗ୍‌, ଯୁନୁସ୍‌ଏତେ ମାରାଙ୍ଗ୍‌ନିଃ ନେତାଃରେ ମେନାଇୟା ।
33 “କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି।
୩୩“ଜେତାଏ ହଡ଼ ଦିମି ଜୁଲ୍‌କେଦ୍‌ତେ ଦାନାଙ୍ଗ୍‌ରେ ଚାଏ ତାୱାଲାତାର୍‌ରେ କାଏ ମାଣ୍ଡାଅୟା ମେନ୍‌ଦ ବଲତାନ୍‌କ ମାର୍ସାଲ୍‌କ ନେଲେକା ମେନ୍ତେ ଦିର୍କାରେ ଦହୟା ।
34 ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ। ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ।
୩୪ଆପେୟାଃ ମେଦ୍‌ଦ ହଡ଼୍‌ମରେୟାଃ ଦିମି ତାନାଃ, ଆପେୟାଃ ମେଦ୍‌ ନିରାଲ୍‌ ମେନାଃରେଦ ଗଟା ହଡ଼୍‌ମତାପେୟାଃ ମାର୍ସାଲଃଆ, ମେନ୍‌ଦ ଏନା ଏତ୍‌କାନ୍‌ନଃରେ ଗଟା ହଡ଼୍‌ମ ତାପେୟାଃ ନୁବାଗଃଆ ।
35 ଅତଏବ ସାବଧାନ, ଯେପରି ତୁମ୍ଭ ଅନ୍ତରରେ ଥିବା ଆଲୋକ ଅନ୍ଧାର ନ ହୁଏ।
୩୫ଏନାମେନ୍ତେ ଆମ୍‌ରେୟାଃ ମାର୍ସାଲ୍‌ ଆଲକା ନୁବାଗଃକା ମେନ୍ତେ ଚିର୍ଗାଲାକାନ୍‌ମେ ।
36 ଏଣୁ ଯଦି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହୁଏ ଓ ସେଥିର କୌଣସି ଅଂଶ ଅନ୍ଧକାରମୟ ନ ଥାଏ, ତାହାହେଲେ ପ୍ରଦୀପ ଯେପରି ତୁମ୍ଭକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରେ, ସେହିପରି ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।”
୩୬ଆମାଃ ଗଟା ହଡ଼୍‌ମ ମାର୍ସାଲାକାନ୍‌ରେଦ ଆଡଃ ଏନାରେୟାଃ ଜେତାଏ ହାନାଟିଙ୍ଗ୍‌ କା ନୁବାଃରେଦ ଦିମି ଏନାରେୟାଃ ଜୁନୁଲ୍‌ତେ ମାର୍ସାଲ୍‌ମେତାନ୍‌ ଲେକାଗି ଏନା ଗଟା ମାର୍ସାଲଃଆ ।”
37 ସେ କଥା କହୁଥିବା ସମୟରେ ଜଣେ ଫାରୂଶୀ ତାହାଙ୍କୁ ଦିନବେଳେ ଆପଣା ଗୃହରେ ଭୋଜନ କରିବାକୁ ନିମନ୍ତ୍ରଣ କଲେ, ଆଉ ସେ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ।
୩୭ୟୀଶୁ କାଜିଚାବାକେଦ୍‌ଚି, ମିଆଁଦ୍‌ ଫାରୁଶୀ ଆମ୍‌ ଆଇଁୟାଃ ଅଡ଼ାଃରେ ଜମ୍‌ଆଉକେମେଁ ମେନ୍ତେ ବିନ୍ତିକିୟା; ଆଡଃ ଇନିଃ ବଲୟାନ୍‌ଲଃ ଜମ୍‌ ନାଙ୍ଗ୍‌ ଦୁବ୍‌ୟାନାଏ ।
38 କିନ୍ତୁ ଭୋଜନ କରିବା ପୂର୍ବେ ସେ ଯେ ପ୍ରଥମେ ଧୋଇ ନ ଥିଲେ, ଏହା ଦେଖି ସେହି ଫାରୂଶୀ ଚମତ୍କୃତ ହେଲେ।
୩୮ମେନ୍‌ଦ ଇନିଃ କାଟା ତିଃଇ କାଏ ଆବୁଙ୍ଗ୍‌କେଦ୍‌ତେ ଜମ୍‌ତାନ୍‌ ନେଲ୍‌କେଦ୍‌ତେ ଏନ୍‌ ଫାରୁଶୀ ହାଏକାଟ୍‍ୟାନାଏ ।
39 ସେଥିରେ ପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ଫାରୂଶୀଯାକ ସିନା ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ତୁମ୍ଭମାନଙ୍କ ଭିତରେ ଲୋଭ ଓ ଦୁଷ୍ଟତାରେ ପରିପୂର୍ଣ୍ଣ।
୩୯ଏନ୍ତେ ପ୍ରାଭୁ ଇନିଃକେ କାଜିକିୟାଏ, “ହେଗି, ଆପେ ଫାରୁଶୀକ ଡୁବ୍‌ନି ଆଡଃ ଥାଡ଼ିରାଃ ବାହାରିକପେ ଗାସାର୍‍ ଆବୁଙ୍ଗ୍‌ ତାନା, ମେନ୍‌ଦ ଆପେୟାଃ ମନ୍‌ ଏତ୍‌କାନାଃତେ ପେରେଜାକାନା ।
40 ହେ ନିର୍ବୋଧମାନେ, ଯେ ବାହାର ସୃଷ୍ଟି କଲେ, ସେ କି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ?
୪୦ଏ ଡଣ୍ଡକ, ବାହାରି ବାବାଇନି ଚିୟାଃ ଇନିଃ ଭିତାର୍‌ହ କାଏ ବାଇୟାକାଦାଃ?
41 ବରଂ ଭିତରେ ଯାହା ଯାହା ଅଛି, ସେହିସବୁ ଦାନ କର; ଆଉ ଦେଖ, ତୁମ୍ଭମାନଙ୍କ ପକ୍ଷରେ ସମସ୍ତ ପରିଷ୍କୃତ।
୪୧ମେନ୍‌ଦ ଆପେ ଲଭ୍‌କେଦ୍‌ତେ ଅକ୍‌ନାଃ କାମିକାଦାପେ ଏନା ଗାରିବ୍‌କକେ ଏମାକପେ ଏନାରେ ଆପେ ସାର୍‌ତିଗି ସବେନାଃତେପେ ଫାର୍‌ଚିଅଃଆ ।
42 କିନ୍ତୁ ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ଆରୁଦ ଓ ସମସ୍ତ ପ୍ରକାର ଶାକର ଦଶମାଂଶ ଦେଉଥାଅ, ଆଉ ନ୍ୟାୟବିଚାର ଓ ଈଶ୍ବରଙ୍କ ପ୍ରେମ ଅବହେଳା କରୁଥାଅ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ଅବହେଳା ନ କରିବା ଉଚିତ।
୪୨“ଏ ଫାରୁଶୀକ ଆପେୟାଃ ସାଜାଇ ପୁରାଃ ବରୱାନ୍‌ଗି ହବାଅଆଃ, ଆପେ ପୁଦ୍‌ନା, ଆଡଃ କିଲିମିଲି ଆଡ଼ାଃସାକାମ୍‌ରେୟାଃ ଗେଲ୍‌ ହାନାଟିଙ୍ଗ୍‌ପେ ଏମ୍‌ତାନା ମେନ୍‌ଦ ନ୍ୟାୟ ବିଚାର୍‌ ଆଡଃ ପାର୍‌ମେଶ୍ୱାର୍‌ଆଃ ଦୁଲାଡ଼୍‌ପେ ହେଡ଼ାଏତାନା । ଏନ୍‌ଲେକା ରିକା କା ଲାଗାତିଙ୍ଗ୍‌ୟାଁଃ, ମେନ୍‌ଦ ଏନ୍‌ ସବେନାଃକେ ମାନାତିଙ୍ଗ୍‌ ତାନ୍‌ଲଃ ନ୍ୟାୟ ବିଚାର୍‌ ଆଡଃ ପାର୍‌ମେଶ୍ୱାର୍‌ଆଃ ଦୁଲାଡ଼୍‌କେ ଆଲପେ ହେଡ଼ାଏୟା ।
43 ହାୟ, ଦଣ୍ଡର ପାତ୍ର ଫାରୂଶୀମାନେ, କାରଣ ତୁମ୍ଭେମାନେ ସମାଜଗୃହରେ ପ୍ରଧାନ ଆସନ ଓ ହାଟବଜାରରେ ନମସ୍କାର ପାଇବାକୁ ଭଲ ପାଅ।
୪୩“ଆପେ ଫାରୁଶୀକ ହାୟ ହାୟ, ଚିୟାଃଚି ଆପେ ସାମାଜ୍‌ ଅଡ଼ାଃରାଃ ଆୟାର୍‌ରେ ଦୁବ୍‌ନାଙ୍ଗ୍‌ ଆଡଃ ପିଟ୍‌ ପିଡ଼ିକରେ ଜହାର୍‌ତେଲା ନାଙ୍ଗ୍‌ପେ ସୁକୁଃଆ ।
44 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଦେଖାଯାଉ ନ ଥିବା କବର ତୁଲ୍ୟ; ତାହା ଉପରେ ଚାଲୁଥିବା ଲୋକମାନେ ତାହା ସମାଧି ବୋଲି ଜାଣନ୍ତି ନାହିଁ।”
୪୪ଆପେୟାଃ ସାଜାଇ ପୁରାଃ ବରୱାନ୍‌ଗି ହବାଅଆଃ, ଚିୟାଃଚି ଆପେ ଉକୁଆକାନ୍‌ ତପାଗାଡ଼ାଲେକାଃପେ, କା ସାରିତାନ୍‌ଲଃ ଏନା ଚେତାନ୍‌ରେ ହଡ଼କ ସେନେୟା ।”
45 ଏଥିରେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଏହା କହି ଆପଣ ଆମ୍ଭମାନଙ୍କୁ ମଧ୍ୟ ଅପମାନ କରୁଅଛନ୍ତି।
୪୫ଏନ୍ତେ ଆଇନ୍‌ ଇତୁକଏତେ ମିଆଁଦ୍‌ନିଃ କାଜିରୁହାଡ଼୍‌କିୟାଏ, “ହେ ଗୁରୁ ନେ କାଜିତେ ଆଲେକେ ଆମ୍‌ ହିନିସ୍ତାଲେତାନାମ୍ ।”
46 ସେ କହିଲେ, “ହାୟ, ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ଉପରେ ଦୁର୍ବହ ଭାର ଲଦୁଥାଅ ଏବଂ ନିଜେ ଗୋଟିଏ ଅଙ୍ଗୁଳି ଦେଇ ତାହା ସ୍ପର୍ଶ କରୁ ନ ଥାଅ।
୪୬ୟୀଶୁ କାଜିକିୟାଏ, “ଏ ଆଇନ୍‌ ଇତୁକ ଆପେୟ ହାୟ ହାୟ, ଚିୟାଃଚି ଆପେ ପୁରାଃହାମ୍ବାଲ୍‌ ବାହାରମ୍‌ ହଡ଼କକେ ଲାଦିକାଦ୍‌କଆପେ, ମେନ୍‌ଦ ଆପେ ଏନ୍‌ ବାହାରମ୍‌ ଆପେୟାଃ ମିଆଁଦ୍‌ ସାର୍‌ସାର୍‌ତେହ ଜୁଟିଦ୍‌କେଦ୍‌ତେ କାପେ ଦେଙ୍ଗାତାନା ।
47 ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ତିଆରି କରୁଥାଅ, କିନ୍ତୁ ତୁମ୍ଭମାନଙ୍କ ପିତୃ-ପୁରୁଷମାନେ ସେମାନଙ୍କୁ ବଧ କରିଥିଲେ।
୪୭ଆପେୟାଃ ସାଜାଇ ପୁରାଃ ବରୱାନ୍‌ଗି ହବାଅଆଃ, ଆପେ ନାବୀକଆଃ ନାଙ୍ଗ୍‌ ବୁଗିନ୍‌ ତପାଗାଡ଼ାପେ ବାଇୟାକାଦା । ଏନ୍‌ ନାବୀକକେ ଆପେୟାଃ ହାଡ଼ାମ୍‌ହଡ଼କ ଗଜାକାଦ୍‌କଆକ ।
48 ଅତଏବ ତୁମ୍ଭମାନଙ୍କ ପିତୃ-ପୁରୁଷଙ୍କ କର୍ମ ବିଷୟରେ ତୁମ୍ଭେମାନେ ସାକ୍ଷୀ ଅଟ ଓ ତାହା ଅନୁମୋଦନ କରୁଅଛ; କାରଣ ସେମାନେ ସିନା ସେମାନଙ୍କୁ ବଧ କରିଥିଲେ, କିନ୍ତୁ ତୁମ୍ଭେମାନେ ସେମାନଙ୍କର କବର ସ୍ତମ୍ଭ ତିଆରି କରୁଥାଅ।
୪୮ନାହାଁଃ ଆପେ ଆପେୟାଃ ହାଡ଼ାମ୍‌ହଡ଼କଆଃ କାମିରେୟାଃ ଗାୱାପେ ପେରେଜେତାନା; ଆଡଃ ଏନାତେପେ ସୁକୁଃତାନା, ଇନ୍‌କୁଦ ନାବୀକକେ ଗଏଃକେଦ୍‌କଆକ ଆଡଃ ଆପେ ଇନ୍‌କୁଆଃ ତପାଗାଡ଼ାପେ ବାଇକେଦାଃ ।
49 ତେଣୁ ଈଶ୍ବର ମଧ୍ୟ ଆପଣା ଜ୍ଞାନରେ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିକଟକୁ ଭାବବାଦୀ ଓ ପ୍ରେରିତମାନଙ୍କୁ ପଠାଇବୁ; ସେମାନଙ୍କ ମଧ୍ୟରୁ କାହା କାହାକୁ ସେମାନେ ବଧ କରିବେ ଓ କାହା କାହାକୁ ତାଡ଼ନା କରିବେ,
୪୯ଏନାମେନ୍ତେ ପାର୍‌ମେଶ୍ୱାର୍‌ ଆୟାଃ ସେଣାଁଁତେ କାଜିୟାକାଦାଏ, ଆଇଙ୍ଗ୍‌ ଆପେତାଃତେ ନାବୀକ ଆଡଃ ପ୍ରେରିତ୍‌କକେ କୁଲ୍‌କୁଆଇଙ୍ଗ୍‌, ଇନ୍‌କୁଏତେ ଚିମିନ୍‍କକେ ଗଏଃକଆକ ଆଡଃ ଏଟାଃକକେ ସାତାଅକଆକ ।
50 ଯେପରି ହେବଲଙ୍କ ରକ୍ତପାତଠାରୁ, ଯେଉଁ ଜିଖରୀୟ ବେଦି ଓ ମନ୍ଦିରର ପବିତ୍ର ସ୍ଥାନର ମଧ୍ୟସ୍ଥଳରେ ହତ ହେଲେ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ଜଗତର ଆରମ୍ଭରୁ ଯେତେ ଭାବବାଦୀଙ୍କର ରକ୍ତପାତ ହୋଇଅଛି,
୫୦ଏନାମେନ୍ତେ ଅତେଦିଶୁମ୍‌ରାଃ ମୁନୁଏତେ ସବେନ୍‌ ନାବୀକଆଃ ଲିଙ୍ଗିୟାନ୍‌ ମାୟୋମ୍‌ରେୟାଃ ଲେକା ନେ ପାରିୟାରେନ୍‌କଏତେ ଇଦିୟଃଆ,
51 ସେସବୁର ପରିଶୋଧ ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଯୁଗର ଲୋକମାନଙ୍କଠାରୁ ନିଆଯିବ।
୫୧ହେଗି, ହାବିଲ୍‌ଆଃ ମାୟୋମ୍‌ଏତେ ବେଦି ଆଡଃ ମାନ୍ଦିର୍‌ରେୟାଃ ପାବିତାର୍‌ ଠାୟାଦ୍‌ ଥାଲାରେ ଗଏଃୟାନ୍‌ ଜିଖ୍‌ରିୟା ମାୟୋମ୍‌ ଜାକେଦ୍‌, ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ଏନାରେୟାଃ ଲେକା ନେ ପାରିୟାରେନ୍‌କଏତେ ଇଦିୟଃଆ ।
52 ହାୟ ଦଣ୍ଡର ପାତ୍ର ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର ଚାବି ହରଣ କଲ; ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ବାଧା ଦେଲ।”
୫୨“ଏ ହସଡ଼ ଆଇନ୍‌ ଇତୁକ, ଆପେୟାଃ ସାଜାଇ ପୁରାଃ ବରୱାନ୍‌ଗି ହବାଅଆଃ, ଚିୟାଃଚି ଆପେ ସେଣାଁଁରେୟାଃ ଚାଭିପେ ଇଦିକେଦାଃ ଆଡଃ ଆପେୟଗି କାପେ ବଲଆକାନା ଚି ବଲତାନ୍‌କକେ ହ କେସେଦାକାଦ୍‌କଆପେ ।”
53 ଆଉ, ସେ ସେଠାରୁ ବାହାରିଗଲା ପରେ ଶାସ୍ତ୍ରୀ ଓ ଫାରୂଶୀମାନେ ଅତିଶୟ ଈର୍ଷା କରି
୫୩ଆଡଃ ଇନିଃ ଏନ୍ତାଃଏତେ ଅଡଙ୍ଗ୍‌ୟାନ୍‌ ଇମ୍‌ତା, ଆଇନ୍‌ ଇତୁକ ଆଡଃ ଫାରୁଶୀକ ପୁରାଃଗି ବିରୁଧ୍‌କିୟାଃକ ଆଡଃ ପୁରାଃ କାଜିକ ଇନିଃକେ କୁଲିଗରଙ୍ଗ୍‌କିୟାଃ ।
54 ତାହାଙ୍କ ମୁଖର କୌଣସି କଥା ଧରିବା ନିମନ୍ତେ ଫାନ୍ଦ ପକାଇ ତାହାଙ୍କୁ ଅନେକ ବିଷୟରେ ପ୍ରଶ୍ନ ପଚାରିବାକୁ ଲାଗିଲେ।
୫୪ଆଡଃ ଇନ୍‌କୁ ଇନିୟାଃ ମଚାରେୟାଃ ଜେତାନ୍‌ ଭୁଲ୍‌କାଜିତେ ସାବିନାଙ୍ଗ୍‌ ଲଡଇତାନ୍‌କ ତାଇକେନା ।

< ଲୂକ 11 >