< ଲୂକ 10 >

1 ଏଥିଉତ୍ତାରେ ପ୍ରଭୁ ଆଉ ସତୁରି ଜଣଙ୍କୁ ନିଯୁକ୍ତ କଲେ ଓ ନିଜେ ଯେଉଁ ଯେଉଁ ନଗର ଓ ସ୍ଥାନକୁ ଯିବା ପାଇଁ ଉଦ୍ୟତ ଥିଲେ, ସେହି ସେହି ସ୍ଥାନକୁ ଦୁଇ ଦୁଇ ଜଣ କରି ସେମାନଙ୍କୁ ଆପଣା ଆଗେ ପଠାଇଲେ।
Lẹ́yìn nǹkan wọ̀nyí, Olúwa sì yan méjìléláàádọ́rin ọmọ-ẹ̀yìn mìíràn pẹ̀lú, ó sì rán wọn ní méjì méjì lọ ṣáájú rẹ̀, sí gbogbo ìlú àti ibi tí òun tìkára rẹ̀ yóò sì dé.
2 ପୁଣି, ସେ ସେମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ; ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ନିକଟରେ ନିବେଦନ କର।
Ó sì wí fún wọn pé, “Ìkórè pọ̀, ṣùgbọ́n àwọn alágbàṣe kò tó nǹkan, nítorí náà ẹ bẹ Olúwa ìkórè, kí ó lè rán àwọn alágbàṣe sínú ìkórè rẹ̀.
3 ତୁମ୍ଭେମାନେ ଯାଅ; ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାଛୁଆମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି।
Ẹ mú ọ̀nà yín pọ̀n: sá wò ó, èmi rán yín lọ bí ọ̀dọ́-àgùntàn sáàrín ìkookò.
4 ଥଳି, ଝୋଲି ଓ ଜୋତା ନିଅ ନାହିଁ, ପୁଣି, ବାଟରେ କାହାକୁ ନମସ୍କାର କର ନାହିଁ।
Ẹ má ṣe mú àpò, ẹ má ṣe mú àpamọ́wọ́, tàbí bàtà: ẹ má sì ṣe kí ẹnikẹ́ni lọ́nà.
5 ଆଉ, ଯେକୌଣସି ଗୃହରେ ତୁମ୍ଭେମାନେ ପ୍ରବେଶ କରିବ, ପ୍ରଥମେ କୁହ, ଏହି ଗୃହ ପ୍ରତି ଶାନ୍ତି ହେଉ।
“Ní ilékílé tí ẹ̀yin bá wọ̀, kí ẹ kọ́ wí pé, ‘Àlàáfíà fún ilé yìí!’
6 ଆଉ, ସେ ସ୍ଥାନରେ ଯଦି ଜଣେ ଶାନ୍ତିର ପାତ୍ର ଥାଏ, ତାହାହେଲେ ତୁମ୍ଭମାନଙ୍କର ଶାନ୍ତି ତାହାର ଉପରେ ଅଧିଷ୍ଠାନ କରିବ; କିନ୍ତୁ ଯଦି ନ ଥାଏ, ତେବେ ତାହା ତୁମ୍ଭମାନଙ୍କ ନିକଟକୁ ଫେରିଆସିବ।
Bí ọmọ àlàáfíà bá sì wà níbẹ̀, àlàáfíà yín yóò bà lé e: ṣùgbọ́n bí kò bá sí, yóò tún padà sọ́dọ̀ yín.
7 ପୁଣି, ସେମାନଙ୍କ ପାଖରେ ଯାହା ଥାଏ, ତାହା ଭୋଜନପାନ କରି ସେହି ଗୃହରେ ରୁହ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଘରକୁ ଘର ଯାଅ ନାହିଁ।
Ẹ dúró sínú ilé náà, kí ẹ máa jẹ, kí ẹ sì máa mu ohunkóhun tí wọ́n bá fi fún yín, nítorí ọ̀yà alágbàṣe tọ́ sí i. Ẹ má ṣe lọ láti ilé dé ilé.
8 ପୁଣି, ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି, ସେଠାରେ ତୁମ୍ଭମାନଙ୍କୁ ଯାହା ଦିଆଯାଏ, ତାହା ଭୋଜନ କର,
“Ìlúkílùú tí ẹ̀yin bá wọ̀, tí wọ́n bá sì gbà yín, ẹ jẹ ohunkóhun tí a bá gbé ka iwájú yín.
9 ସେ ସ୍ଥାନରେ ଥିବା ପୀଡ଼ିତମାନଙ୍କୁ ସୁସ୍ଥ କର, ଆଉ ସେମାନଙ୍କୁ କୁହ, ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ସନ୍ନିକଟ।
Ẹ sì mú àwọn aláìsàn tí ń bẹ nínú rẹ̀ láradá, kí ẹ sì wí fún wọn pé, ‘Ìjọba Ọlọ́run kù sí dẹ̀dẹ̀ sí yín!’
10 କିନ୍ତୁ ଯେକୌଣସି ନଗରରେ ତୁମ୍ଭେମାନେ ପ୍ରବେଶ କର ଓ ଲୋକେ ତୁମ୍ଭମାନଙ୍କୁ ଗ୍ରହଣ କରନ୍ତି ନାହିଁ, ସେଥିର ଦାଣ୍ଡମାନଙ୍କୁ ବାହାରିଯାଇ କୁହ,
Ṣùgbọ́n ní ìlúkílùú tí ẹ̀yin bá sì wọ̀, tí wọn kò bá sì gbà yín, nígbà tí ẹ̀yin bá sì jáde ní ìgboro ìlú náà, kí ẹ̀yin sì wí pé,
11 ତୁମ୍ଭମାନଙ୍କ ନଗରର ଯେଉଁ ଧୂଳି ଆମ୍ଭମାନଙ୍କ ପାଦରେ ଲାଗିଅଛି, ତାହା ସୁଧା ତୁମ୍ଭମାନଙ୍କ ପାଇଁ ଝାଡ଼ି ଦେଉଅଛୁ; ତଥାପି ଈଶ୍ବରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣିଥାଅ।
‘Eruku ìlú yín tí ó kù sí wa lẹ́sẹ̀, a gbọ̀n ọ́n sílẹ̀ fún yín! Ṣùgbọ́n ẹ mọ èyí pé, ìjọba Ọlọ́run kù sí dẹ̀dẹ̀.’
12 ମୁଁ ତୁମ୍ଭମାନଙ୍କୁ କହୁଅଛି, ବିଚାର ଦିନରେ ସେହି ନଗରର ଦଣ୍ଡ ଅପେକ୍ଷା ସଦୋମର ଦଣ୍ଡକୁ ସହି ହେବ।”
Ṣùgbọ́n mo wí fún yín, yóò sàn fún Sodomu ní ọjọ́ náà, ju fún ìlú náà lọ.
13 “ହାୟ, ଦଣ୍ଡର ପାତ୍ର କୋରାଜୀନ୍, ହାୟ, ଦଣ୍ଡର ପାତ୍ର ବେଥ୍‌ସାଇଦା, କାରଣ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଯେଉଁ ମହତର କାର୍ଯ୍ୟ କରାଯାଇଅଛି, ସେହିସବୁ ଯେବେ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ତେବେ ସେମାନେ ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ମନ-ପରିବର୍ତ୍ତନ କରିଥାଆନ୍ତେ।
“Ègbé ni fún ìwọ, Korasini! Ègbé ni fún ìwọ Betisaida! Nítorí ìbá ṣe pé a ti ṣe iṣẹ́ agbára tí a ṣe nínú yín, ní Tire àti Sidoni, wọn ìbá ti ronúpìwàdà lọ́jọ́ pípẹ́ sẹ́yìn, wọn ìbá sì jókòó nínú aṣọ ọ̀fọ̀ àti nínú eérú.
14 ତଥାପି ବିଚାରରେ ତୁମ୍ଭମାନଙ୍କ ଦଣ୍ଡ ଅପେକ୍ଷା ସୋର ଓ ସୀଦୋନର ଦଣ୍ଡ ସହି ହେବ।
Ṣùgbọ́n yóò sàn fún Tire àti Sidoni nígbà ìdájọ́ jù fún yín lọ.
15 ଆଉ, ରେ କଫର୍ନାହୂମ ତୁ କଅଣ ସ୍ୱର୍ଗ ପର୍ଯ୍ୟନ୍ତ ଉନ୍ନତ ହେବୁ? ପାତାଳ ପର୍ଯ୍ୟନ୍ତ ତୋର ପତନ ହେବ।” (Hadēs g86)
Àti ìwọ, Kapernaumu, a ó ha gbé ọ ga dé òkè ọ̀run? A ó rẹ̀ ọ́ sílẹ̀ dé isà òkú. (Hadēs g86)
16 ଯେ ତୁମ୍ଭମାନଙ୍କର କଥା ଶୁଣେ, ସେ ମୋʼ କଥା ଶୁଣେ, ପୁଣି, ଯେ ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ, ଆଉ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋʼ ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।
“Ẹni tí ó bá gbọ́ tiyín, ó gbọ́ tèmi. Ẹni tí ó bá sì kọ̀ yín, ó kọ̀ mi. Ẹni tí ó bá sì kọ̀ mi, ó kọ ẹni tí ó rán mi.”
17 ଏଥିଉତ୍ତାରେ ସେହି ସତୁରି ଜଣ ଫେରିଆସି ଆନନ୍ଦରେ କହିଲେ, ପ୍ରଭୁ, ଭୂତମାନେ ସୁଦ୍ଧା ଆପଣଙ୍କ ନାମରେ ଆମ୍ଭମାନଙ୍କ ବଶୀଭୂତ ଅଟନ୍ତି।
Àwọn àádọ́rin náà sì fi ayọ̀ padà, wí pé, “Olúwa, àwọn ẹ̀mí èṣù tilẹ̀ foríbalẹ̀ fún wa ní orúkọ rẹ.”
18 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ବିଜୁଳି ପରି ସ୍ୱର୍ଗରୁ ଶୟତାନକୁ ପଡ଼ିବା ମୁଁ ଦେଖୁଥିଲି।
Ó sì wí fún wọn pé, “Èmí rí Satani ṣubú bí mọ̀nàmọ́ná láti ọ̀run wá.
19 ଦେଖ, ମୁଁ ତୁମ୍ଭମାନଙ୍କୁ ସାପ ଓ ବିଛା ଉପରେ ଚାଲିବାକୁ କ୍ଷମତା ଦେଇଅଛି, ପୁଣି, ଶତ୍ରୁର ସମସ୍ତ ଶକ୍ତି ଉପରେ ମଧ୍ୟ କ୍ଷମତା ଦେଇଅଛି, ଆଉ କିଛି ହେଲେ କୌଣସି ପ୍ରକାରେ ତୁମ୍ଭମାନଙ୍କର କ୍ଷତି କରିବ ନାହିଁ।
Kíyèsi i, èmí fún yín ní àṣẹ láti tẹ ejò àti àkéekèe mọ́lẹ̀, àti lórí gbogbo agbára ọ̀tá, kò sì ṣí ohun kan bí ó ti wù tí ó ṣe, tí yóò pa yín lára.
20 ତଥାପି ଆତ୍ମାମାନେ ଯେ ତୁମ୍ଭମାନଙ୍କର ବଶୀଭୂତ ଅଟନ୍ତି, ଏଥିରେ ଆନନ୍ଦ କର ନାହିଁ, କିନ୍ତୁ ତୁମ୍ଭମାନଙ୍କ ନାମ ଯେ ସ୍ୱର୍ଗରେ ଲେଖାଅଛି, ଏଥିରେ ଆନନ୍ଦ କର।”
Ṣùgbọ́n kí ẹ má ṣe yọ̀ nítorí èyí pé, àwọn ẹ̀mí ń foríbalẹ̀ fún yín; ṣùgbọ́n ẹ kúkú yọ̀, pé; a kọ̀wé orúkọ yín ní ọ̀run!”
21 ସେହି ସମୟରେ ସେ ପବିତ୍ର ଆତ୍ମାଙ୍କଠାରେ ଉଲ୍ଲସିତ ହୋଇ କହିଲେ, “ପିତା ସ୍ୱର୍ଗ ଓ ପୃଥିବୀର ପ୍ରଭୁ, ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ, ଏଥିନିମନ୍ତେ ତୁମ୍ଭର ପ୍ରଶଂସା କରୁଅଛି; ହଁ, ପିତା, କାରଣ ଏହା ତୁମ୍ଭ ଦୃଷ୍ଟିରେ ସନ୍ତୋଷର ବିଷୟ ହେଲା।”
Ní wákàtí kan náà Jesu yọ̀ nínú Ẹ̀mí mímọ́ ó sì wí pé, “Mo dúpẹ́ lọ́wọ́ rẹ, Baba, Olúwa ọ̀run àti ayé, pé, ìwọ pa nǹkan wọ̀nyí mọ́ kúrò lọ́dọ̀ àwọn ọlọ́gbọ́n àti amòye, ìwọ sì fi wọ́n hàn fún àwọn ọmọ ọwọ́. Bẹ́ẹ̀ ni, Baba, bẹ́ẹ̀ ni ó sá à yẹ ní ojú rẹ.
22 “ମୋହର ପିତାଙ୍କ ଅଧିକାରର ସମସ୍ତ ବିଷୟ ମୋʼ ଠାରେ ସମର୍ପିତ ହୋଇଅଛି; ଆଉ, ପୁତ୍ର କିଏ, ଏହା ପିତାଙ୍କ ବିନା କେହି ଜାଣେ ନାହିଁ, ପୁଣି, ପିତା କିଏ, ଏହା ପୁତ୍ରଙ୍କ ବିନା କେହି ଜାଣେ ନାହିଁ, ଆଉ ପୁତ୍ର ଯାହା ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେ ଜାଣେ।”
“Ohun gbogbo ni a ti fi fún mi láti ọ̀dọ̀ Baba mi; kò sì ṣí ẹni tí ó mọ ẹni tí ọmọ jẹ́, bí kò ṣe Baba, àti ẹnikẹ́ni tí ó bá sì wu ọmọ láti fi í hàn fún.”
23 ପୁଣି, ସେ ଶିଷ୍ୟମାନଙ୍କ ପ୍ରତି ବୁଲିପଡ଼ି କେବଳ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା ଯାହା ଦେଖୁଅଛ, ସେହିସବୁ ଯେଉଁ ଚକ୍ଷୁ ଦେଖେ, ତାହା ଧନ୍ୟ।
Ó sì yípadà sí àwọn ọmọ-ẹ̀yìn rẹ̀ ní apá kan. Ó ní, “Ìbùkún ni fún ojú tí ń rí ohun tí ẹ̀yin ń rí.
24 କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ଦେଖୁଅଛ ସେହିସବୁ ଅନେକ ଭାବବାଦୀ ଓ ରାଜା ଦେଖିବାକୁ ଇଚ୍ଛା କଲେ, କିନ୍ତୁ ଦେଖିଲେ ନାହିଁ; ପୁଣି, ତୁମ୍ଭେମାନେ ଯାହା ଯାହା ଶୁଣୁଅଛ ସେହିସବୁ ସେମାନେ ଶୁଣିବାକୁ ଇଚ୍ଛା କଲେ, କିନ୍ତୁ ଶୁଣିଲେ ନାହିଁ।”
Nítorí mo wí fún yín, ọ̀pọ̀ àwọn wòlíì àti àwọn ọba ni ó ń fẹ́ láti rí ohun tí ẹ̀yin ń rí, wọn kò sì rí wọn, àti láti gbọ́ ohun tí ẹ̀yin ń gbọ́, wọn kò sì gbọ́ wọn.”
25 ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? (aiōnios g166)
Sì kíyèsi i amòfin kan dìde, ó ń dán an wò, ó ní, “Olùkọ́, kín ni èmi ó ṣe kí èmi lè jogún ìyè àìnípẹ̀kun?” (aiōnios g166)
26 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ମୋଶାଙ୍କ ବ୍ୟବସ୍ଥାରେ କଅଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?”
Ó sì bi í pé, “Kí ni a kọ sínú ìwé òfin? Báwo ni ìwọ sì ti kà á?”
27 ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।
Ó sì dáhùn wí pé, “‘Kí ìwọ fi gbogbo àyà rẹ, àti gbogbo ọkàn rẹ, àti gbogbo agbára rẹ, àti gbogbo inú rẹ fẹ́ Olúwa Ọlọ́run rẹ’; àti, ‘Ẹnìkejì rẹ bí ara rẹ.’”
28 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ।”
Ó sì wí fún un pé, “Ìwọ́ dáhùn rere. Ṣe èyí, ìwọ ó sì yè.”
29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ?
Ṣùgbọ́n ó ń fẹ́ láti da ara rẹ̀ láre, ó wí fún Jesu wí pé, “Ta ha sì ni ẹnìkejì mi?”
30 ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, “ଜଣେ ଲୋକ ଯିରୂଶାଲମ ସହରରୁ ଯିରୀହୋକୁ ଯାଉ ଯାଉ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ।
Jesu sì dáhùn ó wí pé, “Ọkùnrin kan ń ti Jerusalẹmu sọ̀kalẹ̀ lọ sí Jeriko, ó sì bọ́ sí ọwọ́ àwọn ọlọ́ṣà; wọ́n gbà á ní aṣọ, wọ́n sá a lọ́gbẹ́, wọ́n sì fi sílẹ̀ lọ ní àìpatán.
31 ଘଟଣା ପରେ-ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ।
Ní kòńgẹ́ àkókò yìí ni àlùfáà kan sì ń sọ̀kalẹ̀ lọ lọ́nà náà. Nígbà tí ó sì rí i ó kọjá lọ níhà kejì.
32 ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ।
Bẹ́ẹ̀ náà sì ni ọmọ Lefi kan pẹ̀lú, nígbà tí ó dé ibẹ̀, tí ó sì rí i, ó kọjá lọ níhà kejì.
33 କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ,
Ṣùgbọ́n ará Samaria kan, bí ó ti ń re àjò, ó dé ibi tí ó gbé wà; nígbà tí ó sì rí i, àánú ṣe é.
34 ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ।
Ó sì tọ̀ ọ́ lọ, ó sì di ọgbẹ́ rẹ̀, ó da òróró àti ọtí wáìnì sí i, ó sì gbé e lé orí kẹ́tẹ́kẹ́tẹ́ ti òun tìkára rẹ̀, ó sì mú un wá sí ilé èrò, a sì ń ṣe ìtọ́jú rẹ̀.
35 ତହିଁ ଆରଦିନ ସେ ଦୁଇଟି ରୌପ୍ୟ-ମୁଦ୍ରା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ‘ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’”
Nígbà tí ó sì lọ ní ọjọ́ kejì, ó fi owó idẹ méjì fún olórí ilé èrò ó sì wí fún un pé, ‘Máa tọ́jú rẹ̀; ohunkóhun tí ìwọ bá sì ná kún un, nígbà tí mo bá padà dé, èmi ó san án fún ọ.’
36 “ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ?”
“Nínú àwọn mẹ́tẹ̀ẹ̀ta wọ̀nyí, ta ni ìwọ rò pé ó jẹ́ ẹnìkejì ẹni tí ó bọ́ sí ọwọ́ àwọn ọlọ́ṣà?”
37 ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର।”
Ó sì dáhùn wí pé, “Ẹni tí ó ṣàánú fún un ni.” Jesu sì wí fún un pé, “Lọ, kí o ṣe bẹ́ẹ̀ gẹ́gẹ́!”
38 ସେମାନେ ଯାତ୍ରା କରୁଥିବା ସମୟରେ ସେ ଗୋଟିଏ ଗ୍ରାମରେ ପ୍ରବେଶ କଲେ ଏବଂ ମାର୍ଥା ନାମରେ ଜଣେ ସ୍ତ୍ରୀଲୋକ ଯୀଶୁଙ୍କୁ ନିଜ ଘରକୁ ଡାକିଲେ।
Ó sì ṣe, bí wọ́n ti ń lọ, o wọ ìletò kan, obìnrin kan tí a ń pè ní Marta sì gbà á sí ilé rẹ̀.
39 ତାହାଙ୍କର ଜଣେ ଭଉଣୀ ଥିଲେ ତାହାଙ୍କ ନାମ ମରୀୟମ, ସେ ପ୍ରଭୁଙ୍କ ପାଦ ତଳେ ବସି ତାହାଙ୍କ ବାକ୍ୟ ଶୁଣୁଥିଲେ।
Ó sì ní arábìnrin kan tí a ń pè ní Maria tí ó sì jókòó lẹ́bàá ẹsẹ̀ Olúwa, tí ó ń gbọ́ ọ̀rọ̀ rẹ̀.
40 କିନ୍ତୁ ମାର୍ଥା ଖାଦ୍ୟ ପ୍ରସ୍ତୁତ କରିବାରେ ବହୁତ ବ୍ୟସ୍ତ ହେଉଥିଲେ; ଏଣୁ ସେ ତାହାଙ୍କ ନିକଟକୁ ଆସି କହିଲେ, ହେ ପ୍ରଭୁ, ମୋହର ଭଉଣୀ ଯେ ଏକାକୀ ମୋʼ ଉପରେ ପରିଚର୍ଯ୍ୟାର ଭାର ପକାଇ ଦେଇଅଛି ସେ ଆଡ଼କୁ କଅଣ ଆପଣଙ୍କର ମନ ନାହିଁ? ତେବେ ମୋତେ ସାହାଯ୍ୟ କରିବା ନିମନ୍ତେ ତାହାକୁ କୁହନ୍ତୁ।
Ṣùgbọ́n Marta ń ṣe ìyọnu ohun púpọ̀, ó sì tọ̀ ọ́ wá, ó wí pé, “Olúwa, ìwọ kò sì bìkítà sí ti arábìnrin mi pé ó fi mí sílẹ̀ láti máa nìkan ṣe ìránṣẹ́? Wí fún un kí ó ràn mí lọ́wọ́.”
41 କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ମାର୍ଥା, ମାର୍ଥା, ତୁମ୍ଭେ ବହୁତ ବିଷୟରେ ଚିନ୍ତିତ ଓ ବ୍ୟତିବ୍ୟସ୍ତ ହେଉଅଛ,
Ṣùgbọ́n Olúwa sì dáhùn, ó sì wí fún un pé, “Marta, Marta, ìwọ ń ṣe àníyàn àti làálàá nítorí ohun púpọ̀.
42 କିନ୍ତୁ ଅଳ୍ପ କେତୋଟି, ବରଂ ଗୋଟିଏ ମାତ୍ର ଆବଶ୍ୟକ; ମରୀୟମ ତ ଉତ୍ତମ ଭାଗ ମନୋନୀତ କରିଅଛି, ଆଉ ତାହା ତାହାଠାରୁ ନିଆଯିବ ନାହିଁ।”
Ṣùgbọ́n ohun kan ni a kò lè ṣe aláìní, Maria sì ti yan ipa rere náà tí a kò lè gbà lọ́wọ́ rẹ̀.”

< ଲୂକ 10 >