< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 9 >

1 ଏଥିଉତ୍ତାରେ ଅଷ୍ଟମ ଦିନରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡାକିଲେ,
到了第八天,摩西召了亞倫和他兒子,並以色列的眾長老來,
2 ପୁଣି ସେ ହାରୋଣଙ୍କୁ କହିଲେ, “ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ନିଖୁନ୍ତ ଏକ ବୃଷର ବତ୍ସ ଓ ହୋମବଳି ନିମନ୍ତେ ନିଖୁନ୍ତ ଏକ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର।
對亞倫說:「你當取牛群中的一隻公牛犢作贖罪祭,一隻公綿羊作燔祭,都要沒有殘疾的,獻在耶和華面前。
3 ପୁଣି, ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁରେ ବଳିଦାନାର୍ଥେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷବତ୍ସ ନେବ, ଦୁହେଁ ଏକ ବର୍ଷୀୟ ଓ ନିଖୁନ୍ତ ଥିବେ,
你也要對以色列人說:『你們當取一隻公山羊作贖罪祭,又取一隻牛犢和一隻綿羊羔,都要一歲、沒有殘疾的,作燔祭,
4 ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳ ମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି।’”
又取一隻公牛,一隻公綿羊作平安祭,獻在耶和華面前,並取調油的素祭,因為今天耶和華要向你們顯現。』」
5 ତହୁଁ ମୋଶା ଯାହା ଆଜ୍ଞା କଲେ, ତାହା ସେମାନେ ସମାଗମ-ତମ୍ବୁ ନିକଟକୁ ଆଣିଲେ, ପୁଣି ସମସ୍ତ ମଣ୍ଡଳୀ ନିକଟବର୍ତ୍ତୀ ହୋଇ ସଦାପ୍ରଭୁଙ୍କ ଛାମୁରେ ଠିଆ ହେଲେ।
於是他們把摩西所吩咐的,帶到會幕前;全會眾都近前來,站在耶和華面前。
6 ଆଉ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ; ଏହା କଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇବ।”
摩西說:「這是耶和華吩咐你們所當行的;耶和華的榮光就要向你們顯現。」
7 ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ବେଦି ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଆପଣାର ପାପାର୍ଥକ ବଳି ଓ ଆପଣା ହୋମବଳି ଉତ୍ସର୍ଗ କର, ପୁଣି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; ତହିଁ ଉତ୍ତାରେ ଲୋକମାନଙ୍କର ଉପହାର ଉତ୍ସର୍ଗ କରି ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର।”
摩西對亞倫說:「你就近壇前,獻你的贖罪祭和燔祭,為自己與百姓贖罪,又獻上百姓的供物,為他們贖罪,都照耶和華所吩咐的。」
8 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ବେଦି ନିକଟକୁ ଯାଇ ଆପଣା ପାପାର୍ଥକ ବଳିର ଗୋବତ୍ସ ବଧ କଲେ।
於是,亞倫就近壇前,宰了為自己作贖罪祭的牛犢。
9 ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ଡୁବାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦି ମୂଳରେ ଢାଳିଲେ;
亞倫的兒子把血奉給他,他就把指頭蘸在血中,抹在壇的四角上,又把血倒在壇腳那裏。
10 ମାତ୍ର ପାପାର୍ଥକ ବଳିର ମେଦ, ଗୁର୍ଦା ଓ ଯକୃତର ଅନ୍ତପ୍ଲାବକ ବେଦି ଉପରେ ଦଗ୍ଧ କଲେ।
惟有贖罪祭的脂油和腰子,並肝上取的網子,都燒在壇上,是照耶和華所吩咐摩西的;
11 ପୁଣି, ମାଂସ ଓ ଚର୍ମ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କଲେ।
又用火將肉和皮燒在營外。
12 ଏଥିଉତ୍ତାରେ ହାରୋଣ ହୋମାର୍ଥକ ବଳି ବଧ କଲେ; ପୁଣି ତାହାଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ।
亞倫宰了燔祭牲,他兒子把血遞給他,他就灑在壇的周圍,
13 ଏଥିଉତ୍ତାରେ ସେମାନେ ତାଙ୍କ ନିକଟରେ ହୋମବଳିର ଖଣ୍ଡକୁ ଖଣ୍ଡ ମାଂସ ସହିତ ମସ୍ତକ ସମର୍ପଣ କଲେ; ତହିଁରେ ସେହି ସମସ୍ତ ସେ ବେଦି ଉପରେ ଦଗ୍ଧ କଲେ।
又把燔祭一塊一塊地、連頭遞給他,他都燒在壇上;
14 ପୁଣି, ସେ ଅନ୍ତ ଓ ପାଦ ଧୌତ କରି ହୋମଦ୍ରବ୍ୟ ସହିତ ବେଦି ଉପରେ ଦଗ୍ଧ କଲେ।
又洗了臟腑和腿,燒在壇上的燔祭上。
15 ଏଥିଉତ୍ତାରେ ସେ ଲୋକମାନଙ୍କର ଉପହାର ନିକଟକୁ ଆଣିଲେ, ପୁଣି ଲୋକମାନଙ୍କ ପାପାର୍ଥକ ଛାଗ ନେଇ ପ୍ରଥମଟିର ତୁଲ୍ୟ ବଧ କରି ପାପାର୍ଥେ ତାହା ଉତ୍ସର୍ଗ କଲେ;
他奉上百姓的供物,把那給百姓作贖罪祭的公山羊宰了,為罪獻上,和先獻的一樣;
16 ଏଥିଉତ୍ତାରେ ସେ ହୋମବଳି ଆଣି ବିଧି ଅନୁସାରେ ଉତ୍ସର୍ଗ କଲେ।
也奉上燔祭,照例而獻。
17 ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ଆଣି ତହିଁରୁ ମୁଠାଏ ନେଇ ପ୍ରଭାତର ହୋମବଳି ସହିତ ବେଦି ଉପରେ ତାହା ଦଗ୍ଧ କଲେ।
他又奉上素祭,從其中取一滿把,燒在壇上;這是在早晨的燔祭以外。
18 ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ; ପୁଣି, ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟରେ ରକ୍ତ ସମର୍ପଣ କରନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ;
亞倫宰了那給百姓作平安祭的公牛和公綿羊。他兒子把血遞給他,他就灑在壇的周圍;
19 ପୁଣି ଗୋରୁର ମେଦ, ମେଷର ମେଦମୟ ଲାଙ୍ଗୁଳ, ଆଉ ଅନ୍ତ, ଗୁର୍ଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ,
又把公牛和公綿羊的脂油、肥尾巴,並蓋臟的脂油與腰子,和肝上的網子,都遞給他;
20 ଏହି ସମସ୍ତ ମେଦ ସେମାନେ ବକ୍ଷ ଉପରେ ରଖିଲେ, ପୁଣି, ସେ ବେଦି ଉପରେ ମେଦ ଦଗ୍ଧ କଲେ;
把脂油放在胸上,他就把脂油燒在壇上。
21 ପୁଣି, ମୋଶାଙ୍କର ଆଜ୍ଞାନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଜଙ୍ଘ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇଲେ।
胸和右腿,亞倫當作搖祭,在耶和華面前搖一搖,都是照摩西所吩咐的。
22 ତହୁଁ ହାରୋଣ ଲୋକମାନଙ୍କ ପ୍ରତି ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଶୀର୍ବାଦ କଲେ; ଏହିରୂପେ ପାପାର୍ଥକ ବଳି ଓ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଓହ୍ଲାଇ ଆସିଲେ।
亞倫向百姓舉手,為他們祝福。他獻了贖罪祭、燔祭、平安祭就下來了。
23 ଏଥିଉତ୍ତାରେ ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା।
摩西、亞倫進入會幕,又出來為百姓祝福,耶和華的榮光就向眾民顯現。
24 ପୁଣି, ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ବେଦି ଉପରିସ୍ଥ ହୋମବଳି ଓ ମେଦ ଭସ୍ମ କଲା, ପୁଣି, ସମସ୍ତ ଲୋକେ ତାହା ଦେଖି ଉଚ୍ଚଧ୍ୱନି କରି ମୁହଁ ମାଡ଼ି ହୋଇ ପଡ଼ିଲେ।
有火從耶和華面前出來,在壇上燒盡燔祭和脂油;眾民一見,就都歡呼,俯伏在地。

< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 9 >