< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 6 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Ubangiji ya ce wa Musa,
2 “କେହି ଯଦି ପାପ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରେ, ଅର୍ଥାତ୍‍, ଗଚ୍ଛିତ ବା ହସ୍ତରେ ସମର୍ପିତ କିଅବା ଅପହୃତ ଦ୍ରବ୍ୟ ବିଷୟରେ ଆପଣା ପ୍ରତିବାସୀ ସହିତ ଅସତ୍ୟ ବ୍ୟବହାର କରେ, ଅଥବା ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରେ;
“In wani ya yi zunubi bai kuma yi aminci ga Ubangiji ba, wato, ta wurin yin wa abokin zamansa karya game da ajiyar da abokin ya ba shi amana, ko a kan wani alkawarin da suka yi wa juna, ko kuwa a kan yă cuci abokin,
3 କିଅବା ହଜାଦ୍ରବ୍ୟ ପାଇ ତଦ୍‍ବିଷୟରେ ଅସତ୍ୟ ବ୍ୟବହାର କରେ ଓ ମିଥ୍ୟା କହି ଶପଥ କରେ; ଏହି ପ୍ରକାର ଯେକୌଣସି କର୍ମରେ ମନୁଷ୍ୟ ପାପ କରେ;
ko kuma idan ya sami abin da ya ɓace amma ya yi ƙarya cewa bai samu ba. Ko ya yi rantsuwar ƙarya a kan duk irin abubuwan da akan aikata na laifi,
4 ତେବେ ସେ ପାପ କରି ଦୋଷୀ ହେଲେ, ଯାହା ସେ ଅପହରଣ ଦ୍ୱାରା ନେଇଅଛି, ଅବା ଅନ୍ୟାୟରେ ପ୍ରାପ୍ତ ହୋଇଅଛି, ଅବା ଯେଉଁ ଗଚ୍ଛିତ ଦ୍ରବ୍ୟ ତାହା ନିକଟରେ ସମର୍ପିତ ହୋଇଅଛି, ଅବା ଯେଉଁ ହଜାଦ୍ରବ୍ୟ ପାଇଅଛି,
sa’ad da mutum ya yi irin laifin nan, ya kuwa tabbata mai laifi ne, to, sai yă komar da abin da ya ƙwace, ko abin da ya samu ta hanyar zalunci, ko abin da aka ba shi ajiya, ko abin da ya tsinta.
5 ଅବା ଯେକୌଣସି ବିଷୟରେ ମିଥ୍ୟା ଶପଥ କରିଅଛି, ସେହି ସବୁ ଦ୍ରବ୍ୟ ଫେରାଇ ଦେବ; ମଧ୍ୟ ସେ ତାହା ସମ୍ପୂର୍ଣ୍ଣ ରୂପେ ଓ ତହିଁ ସଙ୍ଗେ ତହିଁର ପଞ୍ଚମାଂଶ ଅଧିକ ଫେରାଇ ଦେବ; ସେ ଦୋଷୀ ବୋଲି ନିଶ୍ଚିତ ହେବା ଦିନରେ ସେହି ଦ୍ରବ୍ୟର ମାଲିକକୁ ତାହା ଦେବ।
Zai mai da abin da ya yi rantsuwar ƙarya a kai. Zai mayar wa mai abin da abinsa a yadda yake, har yă ƙara kashi ashirin bisa ɗari na abin. A ranar da zai yi hadaya don laifinsa, a ranar ce zai mayar wa mai abin da abinsa.
6 ପୁଣି ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାର ଦୋଷାର୍ଥକ ବଳି ଉତ୍ସର୍ଗ କରିବ; ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ନିମନ୍ତେ ଯାଜକ ନିକଟକୁ ଆଣିବ।
A matsayin hakki kuwa, dole yă kawo wa firist, wato, ga Ubangiji, hadaya rago marar lahani kuma wanda aka kimanta tamaninsa daga garke don laifinsa.
7 ତହୁଁ ଯାଜକ ସଦାପ୍ରଭୁଙ୍କ ଛାମୁରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଯେକୌଣସି କର୍ମ ଦ୍ୱାରା ଦୋଷୀ ହୋଇଥାଏ, ତହିଁରୁ କ୍ଷମାପ୍ରାପ୍ତ ହେବ।”
Ta haka firist zai yi kafara dominsa a gaban Ubangiji, za a kuwa gafarta masa irin laifin da ya yi.”
8 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
Ubangiji ya ce wa Musa,
9 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଏହି ଆଜ୍ଞା ଦିଅ, ହୋମବଳିର ବ୍ୟବସ୍ଥା ଏହି; ହୋମଦ୍ରବ୍ୟ ସମସ୍ତ ରାତ୍ରି, ପ୍ରଭାତ ପର୍ଯ୍ୟନ୍ତ ବେଦିର ଅଗ୍ନିସ୍ଥାନ ଉପରେ ରହିବ, ପୁଣି ବେଦିର ଅଗ୍ନି ପ୍ରଜ୍ୱଳିତ ରହିବ।
“Ka ba Haruna da’ya’yansa maza wannan umarni, ‘Waɗannan su ne ƙa’idodi don hadaya ta ƙonawa. Hadaya ta ƙonawa za tă kasance a bagade dukan dare, sai da safe, kuma dole a bar wutar tă yi ta ci a bisa bagaden.
10 ପୁଣି ଯାଜକ ଆପଣା ଶୁକ୍ଳବସ୍ତ୍ର ଓ ଶରୀରରେ ଶୁକ୍ଳ ଜଙ୍ଘିଆ ପିନ୍ଧିବ; ଆଉ ସେ ବେଦି ଉପରେ ଅଗ୍ନିଦଗ୍ଧ ହୋମବଳିର ଭସ୍ମ ଉଠାଇ ବେଦି ପାର୍ଶ୍ୱରେ ରଖିବ।
Sa’an nan firist zai sa rigunarsa ta lilin da kuma rigar lilin da ake sa a ciki, sa’an nan yă kwashe tokan hadaya ta ƙonawa da wuta da ta ci a kan bagaden, yă sa kusa da bagaden.
11 ଏଥିଉତ୍ତାରେ ସେ ଆପଣାର ସେହି ବସ୍ତ୍ର ତ୍ୟାଗ କରି ଅନ୍ୟ ବସ୍ତ୍ର ପିନ୍ଧି ଛାଉଣିର ବାହାରେ କୌଣସି ଶୁଚି ସ୍ଥାନକୁ ସେହି ଭସ୍ମ ନେଇଯିବ।
Sa’an nan yă tuɓe waɗannan rigunan yă sa waɗansu, sa’an nan yă ɗauki tokar yă kai waje da sansani zuwa inda yake da tsabta.
12 ମାତ୍ର ବେଦିର ଉପରିସ୍ଥ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା ଲିଭିବ ନାହିଁ; ଯାଜକ ପ୍ରତ୍ୟେକ ପ୍ରଭାତରେ ତହିଁ ଉପରେ କାଷ୍ଠ ଜାଳିବ; ପୁଣି ସେ ତହିଁ ଉପରେ ହୋମବଳି ସଜାଇ ରଖିବ ଓ ମଙ୍ଗଳାର୍ଥକ ବଳିର ମେଦ ତହିଁ ଉପରେ ଦଗ୍ଧ କରିବ।
Dole a bar wutar da take bisa bagaden tă yi ta ci; kada tă mutu. Kowace safiya firist zai ƙara itacen wuta, yă shirya hadaya ta ƙonawa a bisa wutar yă kuma ƙone kitsen hadaya ta salama a kansa.
13 ବେଦି ଉପରେ ଅଗ୍ନି ସର୍ବଦା ପ୍ରଜ୍ୱଳିତ ରହିବ, ତାହା କଦାପି ଲିଭିବ ନାହିଁ।
Dole a bar wutar tă ci gaba da ci a bisa bagade; kada tă mutu.
14 ଆଉ ଭକ୍ଷ୍ୟ ନୈବେଦ୍ୟର ବ୍ୟବସ୍ଥା ଏହି; ହାରୋଣର ପୁତ୍ରଗଣ ବେଦି ସମ୍ମୁଖରେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବେ।
“‘Waɗannan su ne ƙa’idodi domin hadaya ta gari.’Ya’yan Haruna za su kawo ta a gaban Ubangiji, a gaban bagaden.
15 ତହୁଁ ଯାଜକ ଆପଣା ମୁଷ୍ଟି ପୂର୍ଣ୍ଣ କରି ସେହି ଭକ୍ଷ୍ୟ ନୈବେଦ୍ୟରୁ କିଛି ସରୁ ମଇଦା ଓ କିଛି ତୈଳ ଓ ନୈବେଦ୍ୟ ଉପରିସ୍ଥ ସମସ୍ତ କୁନ୍ଦୁରୁ ନେଇ ତହିଁର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ବେଦିରେ ଦଗ୍ଧ କରିବ।
Firist zai ɗiba garin hadayar mai laushin wanda aka zuba masa mai da kuma turare cike da tafin hannu. Zai ƙona wannan a bisa bagaden, hadaya ce mai daɗin ƙanshi ga Ubangiji don tunawa.
16 ପୁଣି, ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ; କୌଣସି ପବିତ୍ର ସ୍ଥାନରେ ତାଡ଼ି ବିନା ତାହା ଭୋଜନ କରାଯିବ; ସେମାନେ ସମାଗମ-ତମ୍ବୁର ପ୍ରାଙ୍ଗଣରେ ତାହା ଭୋଜନ କରିବେ।
Haruna da’ya’yansa maza za su ci sauran, amma za a ci shi ba tare da yisti ba a tsattsarkan wuri; za su ci shi a harabar Tentin Sujada.
17 ତାଡ଼ି ସହିତ ତାହା ରନ୍ଧନ ହେବ ନାହିଁ। ଆମ୍ଭେ ଆପଣା ଅଗ୍ନିକୃତ ଉପହାରରୁ ସେମାନଙ୍କ ଅଂଶ ନିମନ୍ତେ ତାହା ଦେଲୁ; ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ତୁଲ୍ୟ ତାହା ମହାପବିତ୍ର।
Ba za a toya shi da yisti ba; na ba su yă zama rabonsu daga cikin hadayun da ake ƙonawa da wuta, abu ne mafi tsarki, kamar hadaya don zunubi da laifi.
18 ହାରୋଣର ସନ୍ତାନଗଣ ମଧ୍ୟରେ ପ୍ରତ୍ୟେକ ପୁରୁଷ ତାହା ଭୋଜନ କରିବେ; ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାରରୁ ଏହା ଗ୍ରହଣ କରିବା ହେଉଛି ପୁରୁଷାନୁକ୍ରମରେ ତୁମ୍ଭମାନଙ୍କର ଅନନ୍ତକାଳୀନ ଅଧିକାର। ଯେକେହି ତାହା ସ୍ପର୍ଶ କରେ, ସେ ପବିତ୍ର ହେବ।”
Kowane ɗa namiji cikin zuriyar Haruna zai iya cinsa. Wannan rabonsa ne na kullum na hadayar da aka yi ga Ubangiji da wuta. Wannan madawwamiyar doka ce cikin zamananku duka. Duk abin da ya taɓa hadayun zai tsarkaka.’”
19 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
Ubangiji ya kuma ce wa Musa,
20 “ଅଭିଷେକ ଦିନରେ ହାରୋଣ ଓ ତାହାର ପୁତ୍ରଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରିବେ, ତାହା ଏହି; ସେମାନେ ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଐଫାର ଦଶମାଂଶ ସରୁ ମଇଦା ନେଇ ଅର୍ଦ୍ଧେକ ପ୍ରଭାତରେ ଓ ଅର୍ଦ୍ଧେକ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବେ।
“Wannan ne hadayar da Haruna da’ya’yansa maza za su kawo ga Ubangiji a ranar da za a naɗa su firistoci, humushin garwan gari mai laushi a matsayin hadaya ta gari na kullum, rabinsa da safe, rabinsa kuma da yamma.
21 ପଲମରେ ଯାହା ତୈଳ ସହିତ ପ୍ରସ୍ତୁତ କରାଯିବ, ଓଦା ହେଲେ ତୁମ୍ଭେ ତାହା ଭିତରକୁ ଆଣିବ; ପୁଣି ସେହି ରନ୍ଧନ କରାଯାଇଥିବା ଭକ୍ଷ୍ୟ ନୈବେଦ୍ୟର ଖଣ୍ଡ ଖଣ୍ଡ ଖାଦ୍ୟ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
A shirya shi da mai a kwanon tuya, a kawo shi kwaɓaɓɓe sosai, a miƙa shi hadaya ta gari dunƙule-dunƙule don ƙanshi mai daɗi ga Ubangiji.
22 ଏଥିଉତ୍ତାରେ ହାରୋଣର ପୁତ୍ରଗଣ ମଧ୍ୟରୁ ଯେ ତାହାର ପଦରେ ଅଭିଷିକ୍ତ ଯାଜକ ହେବ, ସେ ତାହା ଉତ୍ସର୍ଗ କରିବ; ଏହା ଅନନ୍ତକାଳୀନ ବିଧିରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଦଗ୍ଧ ହେବ।
Duk wanda aka naɗa daga’ya’yan Haruna yă zama firist a madadinsa, shi ne zai miƙa wannan hadayar ga Ubangiji. Zai ƙone hadayar ƙurmus. Wannan za tă zama dawwammamiyar farilla ce har abada.
23 ଅର୍ଥାତ୍‍, ଯାଜକର ପ୍ରତ୍ୟେକ ଭକ୍ଷ୍ୟ ନୈବେଦ୍ୟ ସମ୍ପୂର୍ଣ୍ଣ ରୂପେ ଦଗ୍ଧ ହେବ; ତାହା ଭୋଜନ କରାଯିବ ନାହିଁ।”
Kowace hadaya ta gari ta firist, za a ƙone ta ƙurmus, ba za a ci ba.”
24 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
Ubangiji ya ce wa Musa,
25 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ପାପାର୍ଥକ ବଳିଦାନର ବ୍ୟବସ୍ଥା ଏହି; ଯେଉଁ ସ୍ଥାନରେ ହୋମବଳି ବଧ କରାଯାଏ, ସେହି ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ପାପାର୍ଥକ ବଳି ବଧ କରାଯିବ; ତାହା ମହାପବିତ୍ର।
“Faɗa wa Haruna da’ya’yansa maza, ‘Waɗannan su ne ƙa’idodi domin hadaya don zunubi. Za a yanka hadaya don zunubi a gaban Ubangiji a inda ake yankan hadaya ta ƙonawa; dole tă kasance mai tsarki.
26 ଯେଉଁ ଯାଜକ ପାପାର୍ଥେ ତାହା ଉତ୍ସର୍ଗ କରେ, ସେ ତାହା ଭୋଜନ କରିବ; ସମାଗମ-ତମ୍ବୁ ପ୍ରାଙ୍ଗଣର କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କରାଯିବ।
Firist da ya miƙa ta zai ci, za a ci ta a tsattsarkan wuri, a harabar Tentin Sujada.
27 ଯେକେହି ତହିଁର ମାଂସ ସ୍ପର୍ଶ କରେ, ତାହା ପବିତ୍ର ହେବ; ପୁଣି ଯଦି କୌଣସି ବସ୍ତ୍ରରେ ତହିଁର ରକ୍ତର ଛିଟା ପଡ଼େ; ତେବେ ତୁମ୍ଭେ ସେହି ରକ୍ତ ସେଚିତ ବସ୍ତ୍ର ପବିତ୍ର ସ୍ଥାନରେ ଧୌତ କରିବ।
Duk abin da ya taɓa wani sashe na naman, zai zama da tsarki, kuma in wani jini ya ɗiga a riga, dole ka wanke shi a tsattsarkan wuri.
28 ମାତ୍ର ଯେଉଁ ମୃତ୍ତିକାର ପାତ୍ରରେ ତାହା ପାକ ହୁଏ, ତାହା ଭଙ୍ଗାଯିବ; ଯଦି ପିତ୍ତଳ ପାତ୍ରରେ ତାହା ପାକ ହୁଏ, ତେବେ ତାହା ମଜାଯିବ ଓ ଜଳରେ ପରିଷ୍କୃତ ହେବ।
Dole a farfashe tukunyar lakar da aka dafa naman a ciki; amma in an dafa a tukunyar tagulla, sai a kankare tukunyar, a kuma ɗauraye da ruwa.
29 ଯାଜକଗଣ ମଧ୍ୟରେ ସମସ୍ତ ପୁରୁଷ ତାହା ଭୋଜନ କରିବେ; ତାହା ମହାପବିତ୍ର।
Kowane namiji a iyalin firistoci zai iya ci; gama abu ne mafi tsarki.
30 ମାତ୍ର ପବିତ୍ର ସ୍ଥାନରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ଯେକୌଣସି ପାପାର୍ଥକ ବଳିର ରକ୍ତ ସମାଗମ-ତମ୍ବୁ ଭିତରକୁ ଅଣାଯାଏ, ତାହା ଭୋଜନ କରାଯିବ ନାହିଁ, ତାହା ଅଗ୍ନିରେ ଦଗ୍ଧ ହେବ।”
Amma duk wata hadaya don zunubi wadda aka kawo jininta cikin Tentin Sujada don a yi kafara a Wuri Mai Tsarki, ba za a ci ba. A maimako haka za a ƙone ta ɗungum.

< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 6 >