< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 5 >
1 ଆଉ, ଯଦି କୌଣସି ବ୍ୟକ୍ତି ସାକ୍ଷୀ ହୋଇ ଶପଥ କରାଇବାର କଥା ଶୁଣିଲେ ହେଁ, ଯାହା ସେ ଦେଖିଅଛି ବା ଜାଣିଅଛି, ତାହା ପ୍ରକାଶ ନ କରି ପାପ କରେ, ତେବେ ସେ ଆପଣା ଅପରାଧ ବୋହିବ।
Si peccaverit anima, et audierit vocem iurantis, testisque fuerit quod aut ipse vidit, aut conscius est: nisi indicaverit, portabit iniquitatem suam.
2 ଅବା ଯଦି କେହି କୌଣସି ଅଶୁଚି ଦ୍ରବ୍ୟ, ଅର୍ଥାତ୍, ଅଶୁଚି ପଶୁର ଶବ, କି ଅଶୁଚି ଗୋମେଷାଦିର ଶବ, କି ଅଶୁଚି ଉରୋଗାମୀ ପ୍ରାଣୀର ଶବ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ ଓ ସେ ଅଶୁଚି ହୁଏ, ତେବେ ସେ ଦୋଷୀ ହେବ।
Anima, quae tetigerit aliquid immundum, sive quod occisum a bestia est, aut per se mortuum, aut quodlibet aliud reptile: et oblita fuerit immunditiae suae, rea est, et deliquit:
3 କିଅବା ଯଦି ସେ ମନୁଷ୍ୟର ଅଶୁଚିକାରୀ କୌଣସି ଦ୍ରବ୍ୟ, ଅର୍ଥାତ୍, ଯଦ୍ଦ୍ୱାରା ମନୁଷ୍ୟ ଅଶୁଚି ହୁଏ, ଏପରି କିଛି ଦ୍ରବ୍ୟ ସ୍ପର୍ଶ କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ, ତେବେ ସେ ତାହା ଜ୍ଞାତ ହେଲେ ଦୋଷୀ ହେବ।
et si tetigerit quidquam de immunditia hominis iuxta omnem impuritatem, qua pollui solet, oblitaque cognoverit postea, subiacebit delicto.
4 ଅଥବା କେହି ଯଦି ମନ୍ଦ କରିବାକୁ କି ଭଲ କରିବାକୁ ବିଚାରହୀନତା ପୂର୍ବକ ଶପଥ କରେ, ମନୁଷ୍ୟ ଯେକୌଣସି ବିଷୟରେ ଶପଥପୂର୍ବକ ବିଚାରହୀନତା କରେ, ପୁଣି ତାହା ତାହାଠାରୁ ଗୁପ୍ତ ଥାଏ; ତେବେ ସେ ତାହା ଜ୍ଞାତ ହେଲେ, ଉକ୍ତ କୌଣସି ଏକ ବିଷୟରେ ଦୋଷୀ ହେବ।
Anima, quae iuraverit, et protulerit labiis suis ut vel male quid faceret, vel bene, et idipsum iuramento et sermone firmaverit, oblitaque postea intellexerit delictum suum,
5 ପୁଣି ଉକ୍ତ କୌଣସି ଏକ ବିଷୟରେ ସେ ଦୋଷୀ ହେଲେ, ଆପଣାର ସେହି କୃତ ପାପ ସ୍ୱୀକାର କରିବା ତାହାର କର୍ତ୍ତବ୍ୟ।
agat poenitentiam pro peccato,
6 ତହୁଁ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ପାପାର୍ଥକ ବଳିଦାନ ରୂପେ ପଲରୁ ମେଷବତ୍ସା କି ଛାଗବତ୍ସା ନେଇ ସଦାପ୍ରଭୁଙ୍କ ସମ୍ମୁଖକୁ ଦୋଷାର୍ଥକ ବଳି ଆଣିବ; ପୁଣି ଯାଜକ ତାହାର ପାପ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
et offerat de gregibus agnam sive capram, orabitque pro ea sacerdos et pro peccato eius:
7 ଆଉ, ଯଦି ସେ ମେଷବତ୍ସା ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଦୋଷାର୍ଥକ ବଳି ରୂପେ ଦୁଇ କପୋତ ବା ଦୁଇ ପାରାଛୁଆ ଆଣି ତହିଁରୁ ଗୋଟିଏକୁ ପାପ ନିମନ୍ତେ ଓ ଅନ୍ୟଟିକୁ ହୋମ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
sin autem non potuerit offerre pecus, offerat duos turtures, vel duos pullos columbarum Domino, unum pro peccato, et alterum in holocaustum,
8 ପୁଣି ସେ ଯାଜକ ନିକଟକୁ ସେମାନଙ୍କୁ ଆଣିବ, ତହୁଁ ଯାଜକ ପ୍ରଥମେ ପାପାର୍ଥକ ବଳି ଉତ୍ସର୍ଗ କରି ତାହାର ବେକରୁ ମୁଣ୍ଡ ମୋଡ଼ିବ, ମାତ୍ର ଦୁଇ ଖଣ୍ଡ କରିବ ନାହିଁ।
dabitque eos sacerdoti: qui primum offerens pro peccato, retorquebit caput eius ad pennulas, ita ut collo adhaereat, et non penitus abrumpatur.
9 ତହୁଁ ସେ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ବେଦି ପାର୍ଶ୍ୱରେ ଛିଞ୍ଚିବ, ପୁଣି ଅବଶିଷ୍ଟ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ; ତାହା ପାପାର୍ଥକ ବଳିଦାନ।
Et asperget de sanguine eius parietem altaris. quidquid autem reliquum fuerit, faciet distillare ad fundamentum eius, quia pro peccato est.
10 ତହିଁ ଉତ୍ତାରେ ସେ ବିଧି ଅନୁସାରେ ଅନ୍ୟଟିକୁ ହୋମାର୍ଥକ ବଳି ଉତ୍ସର୍ଗ କରିବ; ଏହିରୂପେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ କ୍ଷମାପ୍ରାପ୍ତ ହେବ।
Alterum vero adolebit in holocaustum, ut fieri solet: rogabitque pro eo sacerdos et pro peccato eius, et dimittetur ei.
11 ମାତ୍ର ସେ ଯଦି ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଆପଣା କୃତ ପାପ ନିମନ୍ତେ ଆପଣାର ଉପହାର ରୂପେ ପାପାର୍ଥକ ନୈବେଦ୍ୟ ପାଇଁ ଐଫାର ଦଶମାଂଶ ସରୁ ମଇଦା ଆଣିବ; ସେ ତହିଁ ଉପରେ ତୈଳ ଦେବ ନାହିଁ, କି କୁନ୍ଦୁରୁ ରଖିବ ନାହିଁ; କାରଣ ତାହା ପାପାର୍ଥକ ନୈବେଦ୍ୟ।
Quod si non quiverit manus eius duos offerre turtures, aut duos pullos columbarum, offeret pro peccato suo similae partem ephi decimam. non mittet in eam oleum, nec turis aliquid imponet, quia pro peccato est.
12 ତହୁଁ ସେ ତାହା ଯାଜକ ନିକଟକୁ ଆଣିଲେ, ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ ତହିଁରୁ ଏକ ମୁଷ୍ଟି ନେଇ ବେଦିରେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଉପରେ ତାହା ଦଗ୍ଧ କରିବ; ଏହା ପାପାର୍ଥକ ନୈବେଦ୍ୟ।
tradetque eam sacerdoti: qui plenum ex ea pugillum hauriens, cremabit super altare in monimentum eius qui obtulerit,
13 ଏହିରୂପେ ଉକ୍ତ କୌଣସି ବିଷୟରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶୁ ତାହା ନିମନ୍ତେ ଯାଜକ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ; ଆଉ, ଅବଶିଷ୍ଟ ଦ୍ରବ୍ୟ ଭକ୍ଷ୍ୟ ନୈବେଦ୍ୟ ତୁଲ୍ୟ ଯାଜକର ହେବ।”
rogans pro illo et expians, reliquam vero partem ipse habebit in munere.
14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Locutusque est Dominus ad Moysen, dicens:
15 “କେହି ଯଦି ସତ୍ୟ-ଲଙ୍ଘନ କରି ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ବିଷୟରେ ଭୁଲବଶତଃ ପାପ କରେ, ତେବେ ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମ୍ଭର ନିରୂପିତ ପରିମାଣର ରୂପା ଦେଇ ପଲରୁ ଏକ ନିଖୁନ୍ତ ମେଷ ଆଣି ଦୋଷାର୍ଥକ ବଳି ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।
Anima si praevaricans ceremonias, per errorem in his, quae Domino sunt sanctificata, peccaverit, offeret pro delicto suo arietem immaculatum de gregibus, qui emi potest duobus siclis, iuxta pondus Sanctuarii:
16 ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେଉଁ ତ୍ରୁଟି କରିଅଛି, ତହିଁର ପରିଶୋଧ କରିବ, ତାହା ବ୍ୟତୀତ ପଞ୍ଚମାଂଶର ଏକାଂଶ ମଧ୍ୟ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ମେଷବଳି ଦ୍ୱାରା ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
ipsumque quod intulit damni restituet, et quintam partem ponet supra, tradens sacerdoti, qui rogabit pro eo offerens arietem, et dimittetur ei.
17 ଆଉ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ଯଦି କୌଣସି ବ୍ୟକ୍ତି ତହିଁ ମଧ୍ୟରୁ କୌଣସି କର୍ମ କରି ପାପ କରେ; ଯଦ୍ୟପି ସେ ତାହା ଜାଣି ନ ଥାଏ, ତଥାପି ସେ ଦୋଷୀ ଅଟେ, ପୁଣି ଆପଣାର ଅପରାଧ ବୋହିବ।
Anima si peccaverit per ignorantiam, feceritque unum ex his quae Domini lege prohibentur, et peccati rea intellexerit iniquitatem suam,
18 ସେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପଲରୁ ଏକ ନିଖୁନ୍ତ ମେଷ ଦୋଷାର୍ଥକ ବଳି ରୂପେ ଯାଜକ ନିକଟକୁ ଆଣିବ; ପୁଣି ଯେଉଁ ବିଷୟରେ ସେ ଭୁଲବଶତଃ ପାପ କଲା ଓ ତାହା ଜାଣିଲା ନାହିଁ, ଯାଜକ ତହିଁ ସକାଶୁ ତାହା ପାଇଁ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।
offeret arietem immaculatum de gregibus sacerdoti, iuxta mensuram, aestimationemque peccati: qui orabit pro eo, quia nesciens fecerit: et dimittetur ei,
19 ତାହା ଦୋଷାର୍ଥକ ବଳି, ସେ ସଦାପ୍ରଭୁଙ୍କ ଛାମୁରେ ନିତାନ୍ତ ଦୋଷୀ।”
quia per errorem deliquit in Dominum.