< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé.
2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ମାନତ ପୂର୍ଣ୍ଣ କରିବାକୁ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପ୍ରାଣୀସକଳ ସଦାପ୍ରଭୁଙ୍କର ହେବେ।
“Sọ fún àwọn ọmọ Israẹli pé, ‘Bí ẹnìkan bá jẹ́ ẹ̀jẹ́ pàtàkì láti ya ènìyàn kan sọ́tọ̀ fún Olúwa nípa sísan iye tí ó tó,
3 ପୁରୁଷ ହେଲେ, କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ବୟସ ପର୍ଯ୍ୟନ୍ତ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଚାଶ ଶେକଲ ରୂପା ହେବ।
kí iye owó ọkùnrin láti ọmọ ogún ọdún sí ọgọ́ta ọdún jẹ́ àádọ́ta òsùwọ̀n ṣékélì fàdákà, gẹ́gẹ́ bí òsùwọ̀n ṣékélì ti ibi mímọ́ Olúwa.
4 ପୁଣି ସ୍ତ୍ରୀ ହେଲେ, ତୁମ୍ଭ ନିରୂପିତ ମୂଲ୍ୟ ତିରିଶ ଶେକଲ ରୂପା ହେବ।
Bí ẹni náà bá jẹ obìnrin, kí iye owó rẹ̀ jẹ́ ọgbọ̀n òsùwọ̀n ṣékélì.
5 ଆଉ ପାଞ୍ଚ ବର୍ଷଠାରୁ କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ କୋଡ଼ିଏ ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ।
Bí ẹni náà bá jẹ́ ọmọ ọdún márùn-ún sí ogún ọdún, kí iye owó rẹ̀ jẹ́ ogún ṣékélì fún ọkùnrin àti òsùwọ̀n ṣékélì mẹ́wàá fún obìnrin.
6 ଆଉ ଏକ ମାସଠାରୁ ପାଞ୍ଚ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ହେବ ଓ ସ୍ତ୍ରୀ ନିମନ୍ତେ ତୁମ୍ଭର ନିରୂପିତ ମୂଲ୍ୟ ତିନି ଶେକଲ ରୂପା ହେବ।
Bí ẹni náà bá jẹ́ ọmọ oṣù kan sí ọdún márùn-ún, kí iye owó rẹ̀ jẹ́ òsùwọ̀n ṣékélì fàdákà márùn-ún fún ọkùnrin àti òsùwọ̀n ṣékélì fàdákà mẹ́ta fún obìnrin.
7 ପୁଣି ଷାଠିଏ ବର୍ଷଠାରୁ ଅଧିକ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପନ୍ଦର ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ହେବ।
Bí ẹni náà bá jẹ́ ọmọ ọgọ́ta ọdún àti jù bẹ́ẹ̀ lọ, kí iye owó rẹ̀ jẹ́ òsùwọ̀n ṣékélì mẹ́ẹ̀ẹ́dógún fún ọkùnrin àti òsùwọ̀n ṣékélì mẹ́wàá fún obìnrin.
8 ମାତ୍ର ସେ ତୁମ୍ଭର ନିରୂପିତ ମୂଲ୍ୟ ଅପେକ୍ଷା ଦରିଦ୍ର ହେଲେ, ଯାଜକ ସମ୍ମୁଖକୁ ଅଣାଯିବ, ତହୁଁ ଯାଜକ ତାହାର ମୂଲ୍ୟ ନିରୂପଣ କରିବ; ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ।
Bí ẹnìkan tí ó jẹ́ ẹ̀jẹ́ bá tálákà púpọ̀ dé bi pé kò lè san iye owó náà, kí a mú ẹni náà wá síwájú àlùfáà, àlùfáà yóò sì dá iye owó tí ó lè san lé e gẹ́gẹ́ bí agbára ẹni náà tí ó jẹ́ ẹ̀jẹ́.
9 ଆଉ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରନ୍ତି, ତାହା ପଶୁ ହେଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ସେହି ସବୁ ପଶୁ ପବିତ୍ର ହେବ।
“‘Bí ẹ̀jẹ́ tí ó jẹ́ bá jẹ́ ẹranko èyí tí ó jẹ́ ìtẹ́wọ́gbà gẹ́gẹ́ bí ọrẹ fún Olúwa, irú ẹran bẹ́ẹ̀ tí a bá fi fún Olúwa di mímọ́.
10 ସେ ତାହା ଅନ୍ୟଥା କି ପରିବର୍ତ୍ତନ କରିବ ନାହିଁ; ମନ୍ଦ ପାଲଟେ ଭଲ, କି ଭଲ ପାଲଟେ ମନ୍ଦ ଦେବ ନାହିଁ; ଯଦି ସେ କୌଣସିମତେ ପଶୁର ପାଲଟେ ପଶୁ ଦେବ, ତେବେ ତାହା ଓ ତହିଁ ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ।
Ẹni tí ó jẹ́ ẹ̀jẹ́ náà kò gbọdọ̀ pàrọ̀ ẹran mìíràn, yálà kí ó pàrọ̀ èyí tí ó dára sí èyí tí kò dára tàbí èyí tí kò dára sí èyí tí ó dára. Bí ó bá ṣe bẹ́ẹ̀ ti Olúwa ni ẹranko méjèèjì.
11 ଆଉ ଯାହା ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରାଯାଏ ନାହିଁ, ଏପରି କୌଣସି ଅଶୁଚି ପଶୁ ଯଦି ଦିଆଯାଏ, ତେବେ ସେ ସେହି ପଶୁକୁ ଯାଜକ ସମ୍ମୁଖରେ ଉପସ୍ଥିତ କରିବ।
Ṣùgbọ́n bí ó bá jẹ́ ẹ̀jẹ́ ní ti ẹranko àìmọ́ tí a fi tọrẹ: èyí tí kò jẹ́ ìtẹ́wọ́gbà bí i ọrẹ fún Olúwa. Kí ọkùnrin náà mú ọrẹ náà lọ fún àlùfáà.
12 ପୁଣି ସେହି ପଶୁ ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ତୁମ୍ଭର, ଅର୍ଥାତ୍‍, ଯାଜକର ନିରୂପଣ ଅନୁସାରେ ତହିଁର ମୂଲ୍ୟ ହେବ।
Kí àlùfáà díye lé e, gẹ́gẹ́ bí ó ti dára tàbí bí ó ti bàjẹ́ sí. Iye owó náà ni kí ó jẹ́.
13 ମାତ୍ର, ଯଦି ସେ କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
Bí ẹni náà bá fẹ́ rà á padà, ó gbọdọ̀ san iye owó rẹ̀ àti ìdá ogún iye owó náà láfikún.
14 ଆଉ, ଯଦି କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ଆପଣା ଗୃହ ପ୍ରତିଷ୍ଠା କରେ, ତେବେ ତାହା ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ଯାଜକ ତହିଁର ଯେଉଁ ମୂଲ୍ୟ ନିରୂପଣ କରିବ, ତାହା ସ୍ଥିର ହେବ।
“‘Bí ẹnikẹ́ni bá ya ilẹ̀ rẹ̀ sí mímọ́ fún Olúwa: kí àlùfáà kó sọ iye tí yóò san gẹ́gẹ́ bí ilẹ̀ náà ti dára tàbí bàjẹ́ sí, iye owó náà ni kí ó jẹ́.
15 ଆଉ, ଯଦି ଗୃହ ପ୍ରତିଷ୍ଠାକାରୀ ଆପଣା ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
Bí ẹni tí ó yá ilé náà sí mímọ́ bá fẹ́ rà á padà. Jẹ́ kí ó fi ìdámárùn-ún owó ìdíyelé rẹ̀ kún ún, yóò si jẹ́ tirẹ̀.
16 ଆଉ, ଯଦି କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କୌଣସି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ, ତେବେ ତୁମ୍ଭର ମୂଲ୍ୟ ନିରୂପଣ ସେହି କ୍ଷେତ୍ରରେ ବୁଣିବା ନିମନ୍ତେ ଆବଶ୍ୟକୀୟ ପରିମାଣର ବିହନ ଅନୁସାରେ ହେବ; ଏକ ହୋମର ପରିମିତ ଯବ ବିହନର ମୂଲ୍ୟ ପଚାଶ ଶେକଲ ରୂପା ହେବ।
“‘Bí ẹnìkan bá sì ya ara ilẹ̀ ìdílé rẹ̀ sí mímọ́ fún Olúwa. Iye tí ó bá jẹ́ ni kí wọ́n ṣètò gẹ́gẹ́ bí iye èso tí a ó fi gbìn ín. Àádọ́ta ṣékélì fàdákà fún òsùwọ̀n homeri irúgbìn barle.
17 ଯଦି ସେ ଯୋବେଲ ବର୍ଷଠାରୁ ଆପଣା କ୍ଷେତ୍ର ଶୁଚି କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ।
Bí ó ba ṣe pé ní ọdún ìdásílẹ̀ ni ó ya ilẹ̀ náà sí mímọ́. Iye owó tí wọn sọtẹ́lẹ̀ náà ni kí o san.
18 ମାତ୍ର, ଯଦି ସେ ଯୋବେଲ ଉତ୍ତାରେ ଆପଣା କ୍ଷେତ୍ର ଶୁଚି କରେ, ତେବେ ଯାଜକ ଯୋବେଲ ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟାନୁସାରେ ତାହା ସହିତ ମୂଲ୍ୟର ଗଣନା କରିବ, ପୁଣି ତଦନୁସାରେ ତୁମ୍ଭ ନିରୂପିତ ମୂଲ୍ୟରୁ ଊଣା କରାଯିବ।
Bí ó bá ya ilẹ̀ náà sí mímọ́ lẹ́yìn ọdún ìdásílẹ̀ kí àlùfáà sọ iye owó tí yóò san fún ọdún tókù kí ọdún ìdásílẹ̀ mìíràn tó pé iye owó tí ó gbọdọ̀ jẹ yóò dínkù.
19 ଆଉ ସେହି କ୍ଷେତ୍ର ଶୁଚିକାରୀ ଲୋକ ଯଦି କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ରୂପାର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ।
Bí ẹni tí ó ya ilẹ̀ sí mímọ́ bá fẹ́ rà á padà, kí ó san iye owó náà pẹ̀lú àfikún ìdámárùn-ún. Ilẹ̀ náà yóò sì di tirẹ̀.
20 ମାତ୍ର ଯଦି ସେ ଆପଣା କ୍ଷେତ୍ର ମୁକ୍ତ ନ କରେ, କିଅବା ଯଦି ସେ ସେହି କ୍ଷେତ୍ର ଅନ୍ୟକୁ ବିକ୍ରୟ କରେ, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ।
Bí kò bá ra ilẹ̀ náà padà tàbí bí ó bá tà á fún ẹlòmíràn kò le è ri rà padà mọ́.
21 ମାତ୍ର ସେହି କ୍ଷେତ୍ର ଯୋବେଲ ସମୟରେ ମୁକ୍ତ ହେଲେ, ତାହା ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗିତ କ୍ଷେତ୍ର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁରେ ସେହି କ୍ଷେତ୍ର ଯାଜକର ଅଧିକାର ହେବ।
Bí a bá fi ilẹ̀ náà sílẹ̀ ní ọdún ìdásílẹ̀ yóò di mímọ́ gẹ́gẹ́ bí ilẹ̀ tí a fi fún Olúwa. Yóò sì di ohun ìní àlùfáà.
22 ଆଉ ଯେଉଁ କ୍ଷେତ୍ର ଆପଣାର ସମ୍ପତ୍ତି ନୁହେଁ, ତାହା କେହି ଯଦି କ୍ରୟ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶୁଚି କରେ;
“‘Bí ẹnikẹ́ni bá ya ilẹ̀ tí ó ti rà tí kì í ṣe ilẹ̀ ìdílé rẹ̀ sí mímọ́ fún Olúwa.
23 ତେବେ ଯାଜକ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ଯୋବେଲ ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ; ପୁଣି ସେ ସେହି ଦିନ ତୁମ୍ଭର ନିରୂପିତ ମୂଲ୍ୟ ଦେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବସ୍ତୁ ତୁଲ୍ୟ।
Kí àlùfáà sọ iye tí ó tọ títí di ọdún ìdásílẹ̀. Kí ọkùnrin náà sì san iye owó náà ní ọjọ́ náà gẹ́gẹ́ bí ohun mímọ́ sí Olúwa.
24 ଯାହାଠାରୁ ସେହି କ୍ଷେତ୍ର କ୍ରୟ କରାଗଲା, ଅର୍ଥାତ୍‍, ଭୂମି ଯାହାର ସମ୍ପତ୍ତି ଅଟେ, ତାହା ଯୋବେଲ ବର୍ଷରେ ତାହାକୁ ଫେରାଇ ଦିଆଯିବ।
Ní ọdún ìdásílẹ̀ ilẹ̀ náà yóò padà di ti ẹni tí ó ni í, lọ́wọ́ ẹni tí a ti rà á.
25 ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ; କୋଡ଼ିଏ ଗେରାରେ ଏକ ଶେକଲ ହୁଏ।
Gbogbo iye owó wọ̀nyí gbọdọ̀ wà ní ìbámu pẹ̀lú ṣékélì ibi mímọ́, ogún gera.
26 ପଶୁମାନଙ୍କ ମଧ୍ୟରେ କେବଳ ପ୍ରଥମଜାତ ପଶୁ, ଯାହା ସଦାପ୍ରଭୁଙ୍କର ପ୍ରଥମଜାତ ହୁଏ, ତାହା କୌଣସି ମନୁଷ୍ୟ ଶୁଚି କରିବ ନାହିଁ; ଗୋରୁ କି ମେଷ ହେଉ, ତାହା ସଦାପ୍ରଭୁଙ୍କର ଅଟେ।
“‘Kò sí ẹni tí ó gbọdọ̀ ya gbogbo àkọ́bí ẹran sọ́tọ̀. Èyí jẹ́ ti Olúwa nípasẹ̀ òfin àkọ́bí: yálà akọ màlúù ni tàbí àgùntàn, ti Olúwa ni.
27 ପୁଣି ଯଦି ତାହା ଅଶୁଚି ପଶୁ ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ, ପୁଣି ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ; ମୁକ୍ତ କରା ନ ଗଲେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ବିକ୍ରୀତ ହେବ।
Bí ó bá jẹ́ ọ̀kan nínú àwọn ẹran tí kò mọ́, nígbà náà ni kí ó rà á padà gẹ́gẹ́ bí ìdíyelé rẹ̀, kí ó sì fi ìdámárùn-ún lé e, tàbí bí a kò bá rà á padà kí ẹ tà á gẹ́gẹ́ bí ìdíyelé rẹ̀.
28 ଆଉ କୌଣସି ମନୁଷ୍ୟ ଆପଣା ସର୍ବସ୍ୱରୁ, ଅର୍ଥାତ୍‍, ମନୁଷ୍ୟ କି ପଶୁ କି ଅଧିକୃତ କ୍ଷେତ୍ରରୁ ଯାହା କିଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରେ, ଏପରି କୌଣସି ଉତ୍ସର୍ଗିତ ବସ୍ତୁ ବିକ୍ରୀତ ବା ମୁକ୍ତ ହେବ ନାହିଁ; ପ୍ରତ୍ୟେକ ଉତ୍ସର୍ଗିତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ।
“‘Ohun tí a bá yà sí mímọ́ pátápátá láti ọwọ́ ẹnikẹ́ni sí Olúwa tàbí ẹranko tàbí ilẹ̀ tí ó jogún, òun kò gbọdọ̀ tà á kí ó rà á padà. Gbogbo ohun ìyàsọ́tọ̀ bẹ́ẹ̀ di mímọ́ jùlọ fún Olúwa.
29 ମନୁଷ୍ୟମାନଙ୍କ ମଧ୍ୟରେ ଯେ ଦଣ୍ଡିତ ହେବା ନିମନ୍ତେ ଉତ୍ସର୍ଗିତ ହେବ, ଏପରି ଉତ୍ସର୍ଗିତ କେହି ମୁକ୍ତ କରାଯିବ ନାହିଁ; ସେ ନିତାନ୍ତ ହତ ହେବ।
“‘Ẹni tí ẹ bá ti yà sọ́tọ̀ fún pípa, ẹnikẹ́ni kò gbọdọ̀ rà á padà, pípa ni kí ẹ pa á.
30 ପୁଣି ଭୂମିର ଶସ୍ୟ କି ବୃକ୍ଷର ଫଳ ହେଉ, ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର।
“‘Gbogbo ìdámẹ́wàá ilẹ̀ náà yálà tí èso ilẹ̀ ni, tàbí tí èso igi, ti Olúwa ni. Mímọ́ ni fún Olúwa.
31 ଆଉ, ଯଦି କେହି ଆପଣା ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ।
Bí ẹnikẹ́ni bá fẹ́ ra ìdámẹ́wàá nǹkan rẹ̀ padà, o gbọdọ̀ fi márùn-ún kún un.
32 ପୁଣି ଗୋମେଷାଦି ପଲର ଦଶମାଂଶ, ଅର୍ଥାତ୍‍, ପାଞ୍ଚଣ ତଳ ଦେଇ ଗମନକାରୀ ସବୁ ପଶୁ ମଧ୍ୟରେ ପ୍ରତ୍ୟେକ ଦଶମ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ।
Gbogbo ìdámẹ́wàá àgbò àti ẹran ọ̀sìn, àní ìdámẹ́wàá ẹran tó bá kọjá lábẹ́ ọ̀pá darandaran kí ó jẹ́ mímọ́ fún Olúwa.
33 ତାହା ଭଲ କି ମନ୍ଦ, ଏଥିର ସେ ଅନୁସନ୍ଧାନ କରିବ ନାହିଁ, କିଅବା ତହିଁର ବଦଳ କରିବ ନାହିଁ; ପୁଣି ଯଦି ସେ କୌଣସିମତେ ବଦଳ କରେ, ତେବେ ତାହା ଓ ତାହା ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ, ତାହା ମୁକ୍ତ କରାଯିବ ନାହିଁ।”
Ènìyàn kò gbọdọ̀ wádìí bóyá ó dára tàbí kò dára, kò sì gbọdọ̀ pààrọ̀ rẹ̀. Bí ó bá pààrọ̀ rẹ̀: àti èyí tí ó pààrọ̀ àti èyí tí ó fi pààrọ̀ ni kí ó jẹ́ mímọ́. Wọn kò gbọdọ̀ rà á padà.’”
34 ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ସେହି ସକଳ ଆଜ୍ଞା ଏହି।
Àwọn àṣẹ wọ̀nyí ni Olúwa pa fún Mose fún àwọn ọmọ Israẹli ní orí òkè Sinai.

< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 27 >