< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 24 >
1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Bwana akamwambia Mose,
2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି ଆଜ୍ଞା ଦିଅ, ନିତ୍ୟ ନିତ୍ୟ ପ୍ରଦୀପ ଜ୍ୱଳାଇବା ନିମନ୍ତେ ସେମାନେ ତୁମ୍ଭ ନିକଟକୁ ନିର୍ମଳ ପେଷା ଜୀତ ତୈଳ ଆଣିବେ।
“Waagize Waisraeli wakuletee mafuta safi ya zeituni yaliyokamuliwa kwa ajili ya mwanga ili taa ziwe zinawaka daima.
3 ହାରୋଣ ସମାଗମ-ତମ୍ବୁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକର ବିଚ୍ଛେଦ ବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।
Nje ya pazia la Ushuhuda ndani ya Hema la Kukutania, Aroni ataziwasha taa mbele za Bwana kuanzia jioni hadi asubuhi bila kuzima. Hili litakuwa agizo la kudumu kwa vizazi vijavyo.
4 ସେ ନିର୍ମଳ ଦୀପବୃକ୍ଷ ଉପରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ସେହି ପ୍ରଦୀପସକଳ ସ୍ଥାପନ କରିବ।
Taa zilizo juu ya kinara cha dhahabu safi mbele za Bwana lazima zihudumiwe daima.
5 ଆଉ, ତୁମ୍ଭେ ସରୁ ମଇଦା ନେଇ ତହିଁରେ ବାରଗୋଟି ପିଠା ପ୍ରସ୍ତୁତ କରିବ; ପ୍ରତ୍ୟେକ ପିଠା ଏକ ଐଫାର ଦୁଇ ଦଶମାଂଶ ହେବ।
“Chukua unga laini, uoke mikate kumi na miwili, ukitumia sehemu mbili za kumi za efa za unga kwa kila mkate.
6 ପୁଣି, ତୁମ୍ଭେ ଏକ ଏକ ଧାଡ଼ିରେ ଛଅ ଛଅ, ଏପରି ଦୁଇ ଧାଡ଼ି କରି ସଦାପ୍ରଭୁଙ୍କ ସମ୍ମୁଖରେ ନିର୍ମଳ ମେଜ ଉପରେ ତାହାସବୁ ରଖିବ।
Iweke katika mistari miwili, kila mstari mikate sita, uiweke mbele za Bwana juu ya meza iliyotengenezwa kwa dhahabu safi.
7 ଆଉ, ପ୍ରତ୍ୟେକ ଧାଡ଼ି ଉପରେ ନିର୍ମଳ କୁନ୍ଦୁରୁ ଦେବ, ତାହା ସେହି ରୁଟିର ସ୍ମରଣାର୍ଥକ ଅଂଶ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
Kando ya kila mstari, weka uvumba safi kama sehemu ya kumbukumbu ili kuwakilisha mikate kuwa sadaka iliyotolewa kwa Bwana kwa kuteketezwa kwa moto.
8 ପୁଣି, ଯାଜକ ପ୍ରତ୍ୟେକ ବିଶ୍ରାମବାର ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିତ୍ୟ ନିତ୍ୟ ସ୍ଥାପନ କରିବ; ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଏହା ଅନନ୍ତକାଳୀନ ନିୟମ।
Mikate hii itawekwa mbele za Bwana kila wakati, Sabato baada ya Sabato, kwa niaba ya Waisraeli, kuwa Agano la kudumu.
9 ପୁଣି, ତାହା ହାରୋଣ ଓ ତାହାର ପୁତ୍ରଗଣଙ୍କର ହେବ; ଆଉ, ସେମାନେ କୌଣସି ଏକ ପବିତ୍ର ସ୍ଥାନରେ ତାହା ଭୋଜନ କରିବେ, କାରଣ ତାହା ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ମଧ୍ୟରେ ତାହା ପ୍ରତି ମହାପବିତ୍ର ଅଟେ; ଏହା ଅନନ୍ତକାଳୀନ ବିଧି।”
Hii ni mali ya Aroni na wanawe, watakaoila katika mahali patakatifu, kwa sababu ni sehemu takatifu sana ya fungu lao la kawaida la sadaka iliyotolewa kwa Bwana kwa kuteketezwa kwa moto.”
10 ଏଥିଉତ୍ତାରେ ମିସରୀୟ ପୁରୁଷର ଔରସରେ ଇସ୍ରାଏଲ ବଂଶୀୟା ସ୍ତ୍ରୀଠାରୁ ଜାତ ଏକ ପୁତ୍ର ବାହାର ହୋଇ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଲା; ପୁଣି ଛାଉଣି ମଧ୍ୟରେ ସେହି ଇସ୍ରାଏଲୀୟା ସ୍ତ୍ରୀର ପୁତ୍ର ଓ ଇସ୍ରାଏଲୀୟ କୌଣସି ପୁରୁଷ ମଧ୍ୟରେ ବିବାଦ ହେଲା।
Basi mwana wa mama Mwisraeli na baba Mmisri alikwenda miongoni mwa Waisraeli, nayo mapigano yakatokea ndani ya kambi kati yake na Mwisraeli.
11 ତହିଁରେ ସେହି ଇସ୍ରାଏଲୀୟା ସ୍ତ୍ରୀର ପୁତ୍ର (ସଦାପ୍ରଭୁଙ୍କ) ନାମକୁ ନିନ୍ଦା କରି ଅଭିଶାପ ଦେଲା; ତହୁଁ ଲୋକମାନେ ତାହାକୁ ମୋଶାଙ୍କ ନିକଟକୁ ଆଣିଲେ; ତାହାର ମାତାର ନାମ ଶଲୋମୀତ୍, ସେ ଦାନ୍ ବଂଶୀୟ ଦିବ୍ରିର କନ୍ୟା ଥିଲା।
Huyu mwana wa mwanamke Mwisraeli akalikufuru Jina la Bwana kwa kulaani; kwa hiyo wakamleta kwa Mose. (Jina la mama yake aliitwa Shelomithi binti wa Dibri, wa kabila la Dani.)
12 ପୁଣି ଲୋକମାନେ ସଦାପ୍ରଭୁଙ୍କ ମୁଖରୁ ଆଦେଶ ପାଇବା ଅପେକ୍ଷାରେ ତାହାକୁ ରୁଦ୍ଧ କରି ରଖିଲେ।
Nao wakamweka mahabusu mpaka mapenzi ya Bwana yawe wazi kwao.
13 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
Ndipo Bwana akamwambia Mose:
14 “ଯେଉଁ ଲୋକ ଅଭିଶାପ ଦେଇଅଛି, ତାହାକୁ ଛାଉଣି ବାହାରକୁ ଆଣ; ପୁଣି ଯେଉଁମାନେ ତାହାର କଥା ଶୁଣିଅଛନ୍ତି, ସେମାନେ ସମସ୍ତେ ତାହାର ମସ୍ତକରେ ହସ୍ତ ଦିଅନ୍ତୁ, ପୁଣି ସମୁଦାୟ ମଣ୍ଡଳୀ ପଥର ମାରି ତାହାକୁ ବଧ କରନ୍ତୁ।
“Mchukue huyo aliyekufuru nje ya kambi. Wale wote waliomsikia akikufuru wataweka mikono juu ya kichwa chake, kisha kusanyiko lote litampiga mawe.
15 ଆଉ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯେକେହି ଆପଣା ପରମେଶ୍ୱରଙ୍କୁ ଅଭିଶାପ ଦିଏ, ସେ ଆପଣା ଅପରାଧ ବୋହିବ।
Waambie Waisraeli: ‘Ikiwa mtu yeyote atamlaani Mungu wake, atakuwa na hatia kwa uovu wake;
16 ପୁଣି, ଯେକେହି ଆପଣା ସଦାପ୍ରଭୁଙ୍କ ନାମର ନିନ୍ଦା କରେ, ସେ ଅବଶ୍ୟ ହତ ହେବ; ସମସ୍ତ ମଣ୍ଡଳୀ ତାହାକୁ ନିଶ୍ଚୟ ପଥର ମାରି ବଧ କରିବେ; ବିଦେଶୀ ହେଉ ବା ସ୍ୱଦେଶୀ ହେଉ, ସଦାପ୍ରଭୁଙ୍କ ନାମର ନିନ୍ଦା କଲେ ହତ ହେବ।
yeyote atakayekufuru Jina la Bwana ni lazima auawe. Kusanyiko lote litampiga kwa mawe. Iwe ni mgeni au mzawa, atakapolikufuru Jina la Bwana, ni lazima auawe.
17 ଆଉ, ଯେକେହି କୌଣସି ମନୁଷ୍ୟକୁ ପ୍ରାଣାନ୍ତକ ଆଘାତ କରେ, ସେ ନିଶ୍ଚୟ ହତ ହେବ।
“‘Kama mtu yeyote atamuua mtu mwingine, ni lazima auawe.
18 ପୁଣି, ଯେକେହି କୌଣସି ପଶୁକୁ ପ୍ରାଣାନ୍ତକ ଆଘାତ କରେ, ସେ ତହିଁର ପରିଶୋଧ ଦେବ; ପ୍ରାଣ ପରିଶୋଧରେ ପ୍ରାଣ।
Mtu yeyote auaye mnyama wa mtu mwingine lazima afidie, uhai kwa uhai.
19 ଆଉ, କୌଣସି ମନୁଷ୍ୟ ଯଦି ଆପଣା ପ୍ରତିବାସୀର ଶରୀରରେ ଖୁଣ କରେ, ତେବେ ସେ ଯେପରି କରିଅଛି, ସେହିପରି ତାହା ପ୍ରତି କରାଯିବ।
Ikiwa mtu yeyote atamjeruhi jirani yake, chochote alichomtenda naye atatendewa:
20 କ୍ଷତ ପରିଶୋଧରେ କ୍ଷତ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ; ମନୁଷ୍ୟର ଦେହରେ ଯେ ଯେପରି ଖୁଣ କରିଅଛି, ତାହା ପ୍ରତି ସେହି ପ୍ରକାର କରାଯିବ।
iwapo amemvunja mfupa atavunjwa mfupa, jicho kwa jicho, jino kwa jino. Kama alivyomjeruhi mwenzake, vivyo hivyo ndivyo atakavyojeruhiwa.
21 ଯେଉଁ ଜନ ପଶୁ ବଧ କରେ, ସେ ତହିଁର ପରିଶୋଧ ଦେବ; ପୁଣି ଯେଉଁ ଜନ ନରହତ୍ୟା କରେ, ସେ ହତ ହେବ।
Yeyote auaye mnyama wa mtu lazima alipe fidia, lakini yeyote auaye mtu, lazima auawe.
22 ବିଦେଶୀ ହେଉ କି ସ୍ୱଦେଶୀ ହେଉ, ସେମାନଙ୍କ ନିମନ୍ତେ ତୁମ୍ଭମାନଙ୍କର ଏକ-ପ୍ରକାର ବ୍ୟବସ୍ଥା ହେବ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।”
Mtakuwa na sheria iyo hiyo kwa mgeni na kwa mzawa. Mimi ndimi Bwana Mungu wenu.’”
23 ତହୁଁ ମୋଶା ଇସ୍ରାଏଲ-ସନ୍ତାନଗଣକୁ କହନ୍ତେ, ଯେଉଁ ଲୋକ ଅଭିଶାପ ଦେଇଥିଲା, ତାହାକୁ ସେମାନେ ଛାଉଣିର ବାହାରକୁ ଆଣି ପଥର ମାରି ବଧ କଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ-ସନ୍ତାନଗଣ କର୍ମ କଲେ।
Kisha Mose akasema na Waisraeli, nao wakamchukua yule aliyekufuru nje ya kambi na kumpiga mawe. Waisraeli wakafanya kama Bwana alivyomwagiza Mose.