< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 22 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
2 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ କୁହ, ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣର ପବିତ୍ରୀକୃତ ଦ୍ରବ୍ୟ ବିଷୟରେ ସାବଧାନ ହୁଅ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଯାହା ପବିତ୍ର କରନ୍ତି, ତଦ୍ଦ୍ୱାରା ଆମ୍ଭର ପବିତ୍ର ନାମକୁ ଅପବିତ୍ର କରିବେ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
“Sọ fún Aaroni àti àwọn ọmọ rẹ̀ kí wọ́n fi ọ̀wọ̀ fún ọrẹ mímọ́ tí àwọn ọmọ Israẹli yà sọ́tọ̀ fún mi, kí wọ́n má ba à ba orúkọ mímọ́ mi jẹ́. Èmi ni Olúwa.
3 ତୁମ୍ଭେ ସେମାନଙ୍କୁ କୁହ, ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ବଂଶ ମଧ୍ୟରେ ଯେକେହି ଅଶୁଚି ହୋଇ ଇସ୍ରାଏଲ-ସନ୍ତାନଗଣ ଦ୍ୱାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ରୀକୃତ ଦ୍ରବ୍ୟ ନିକଟକୁ ଯିବ, ସେ ପ୍ରାଣୀ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ ହେବ; ଆମ୍ଭେ ସଦାପ୍ରଭୁ ଅଟୁ।
“Sọ fún wọn pé, ‘Fún àwọn ìran tí ń bọ̀. Bí ẹnikẹ́ni nínú àwọn ọmọ yín tí kò mọ́ bá wá sí ibi ọrẹ mímọ́ tí àwọn ara Israẹli ti yà sọ́tọ̀ fún Olúwa, kí ẹ yọ ẹni náà kúrò nínú iṣẹ́ àlùfáà ní iwájú mi. Èmi ni Olúwa.
4 ପୁଣି, ହାରୋଣ-ବଂଶର ଯେକେହି କୁଷ୍ଠୀ ଅବା ପ୍ରମେହୀ ହୁଏ, ସେ ଶୁଚି ନ ହେବା ପର୍ଯ୍ୟନ୍ତ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ। ଯେକେହି ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଦ୍ରବ୍ୟକୁ, ଅବା ଯାହାର ବୀର୍ଯ୍ୟପାତ ହେଉଥାଏ, ଏପରି କୌଣସି ମନୁଷ୍ୟକୁ ଛୁଇଁବ;
“‘Bí ọ̀kan nínú àwọn ọmọ Aaroni bá ní ààrùn ara tí ń ran ni, tàbí ìtújáde nínú ara. Ó lè má jẹ ọrẹ mímọ́ náà títí di ìgbà tí a ó fi wẹ̀ ẹ́ mọ́. Òun tún lè di aláìmọ́ bí ó bá fọwọ́ kan ohunkóhun tí òkú nǹkan bá sọ di àìmọ́ tàbí bí ó bá farakan ẹnikẹ́ni tí ó ní ìtújáde.
5 ଅଥବା ଯାହା ଦ୍ୱାରା ସେ ଅଶୁଚି ହୋଇପାରେ, ଏପରି କୌଣସି ଉରୋଗାମୀ ଜନ୍ତୁକୁ, କି କୌଣସି ପ୍ରକାର ଅଶୁଚି ମନୁଷ୍ୟକୁ ଛୁଇଁବ,
Tàbí bí ó bá fọwọ́ kan èyíkéyìí nínú ohun tí ń rákò, tí ó sọ ọ́ di aláìmọ́, tàbí ẹnikẹ́ni tí ó sọ ọ́ di àìmọ́, ohunkóhun yówù kí àìmọ́ náà jẹ́.
6 ସେହି ସ୍ପର୍ଶକାରୀ ବ୍ୟକ୍ତି ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ଆଉ, ସେ ଜଳରେ ଆପଣା ଶରୀର ନ ଧୋଇଲେ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ।
Ẹni náà tí ó fọwọ́ kan irú nǹkan bẹ́ẹ̀ yóò di aláìmọ́ títí ìrọ̀lẹ́. Kò gbọdọ̀ jẹ èyíkéyìí nínú ọrẹ mímọ́ àyàfi bí ó bá wẹ ara rẹ̀.
7 ତହିଁ ଉତ୍ତାରେ ସୂର୍ଯ୍ୟ ଅସ୍ତ ହେଲେ, ସେ ଶୁଚି ହୋଇ ପବିତ୍ର ଦ୍ରବ୍ୟ ଭୋଜନ କରିବ, କାରଣ ତାହା ତାହାର ଖାଦ୍ୟ ଅଟେ।
Bí oòrùn bá wọ̀, ẹni náà di mímọ́, lẹ́yìn náà ni ó tó le jẹ ọrẹ mímọ́, torí pé wọ́n jẹ́ oúnjẹ rẹ̀.
8 ସେ ଆପଣାକୁ ଅଶୁଚି କରିବା ନିମନ୍ତେ ସ୍ୱୟଂମୃତ ବା ପଶୁ ଦ୍ୱାରା ବିଦୀର୍ଣ୍ଣ ଜନ୍ତୁର ମାଂସ ଭୋଜନ କରିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
Kò gbọdọ̀ jẹ ohunkóhun tí ó bá ti kú sílẹ̀, tàbí tí ẹranko fàya, kí ó sì tipa bẹ́ẹ̀ di aláìmọ́. Èmi ni Olúwa.
9 ଏହେତୁ ସେମାନେ ଆମ୍ଭର ବିଧି ମାନ୍ୟ କରି ପାଳନ କରିବେ; ନୋହିଲେ, ଯେବେ ସେମାନେ ତାହା ଅପବିତ୍ର କରନ୍ତି, ତେବେ ତହିଁ ସକାଶୁ ଆପଣା ଆପଣା ଅପରାଧ ବୋହିବ ଓ ତହିଁରେ ମରିବେ; ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ।
“‘Kí àwọn àlùfáà pa ìlànà mi mọ́, kí wọn má ba à jẹ̀bi, kí wọn sì kú nítorí pé wọ́n ṣe ọrẹ wọ̀nyí pẹ̀lú fífojútẹ́ńbẹ́lú wọn. Èmi ni Olúwa tí ó sọ wọ́n di mímọ́.
10 ଆଉ, ଭିନ୍ନ ବଂଶୀୟ କୌଣସି ଲୋକ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ; ଯାଜକର ଗୃହରେ ପ୍ରବାସୀ ଅବା ବେତନଜୀବୀ ଦାସ ପବିତ୍ର ଦ୍ରବ୍ୟ ଭୋଜନ କରିବ ନାହିଁ।
“‘Kò sí ẹnikẹ́ni lẹ́yìn ìdílé àlùfáà tí ó le jẹ ọrẹ mímọ́ náà, bẹ́ẹ̀ ni, àlejò àlùfáà tàbí alágbàṣe rẹ̀ kò le jẹ ẹ́.
11 ମାତ୍ର ଯାଜକ ଯଦି କୌଣସି ପ୍ରାଣୀକୁ କ୍ରୟ କରେ, ତେବେ ତାହାର ରୂପାରେ କ୍ରୟ କରାଯାଇଥିବା ସେହି ଲୋକ ତାହା ଭୋଜନ କରିବ; ପୁଣି, ତାହାର ଗୃହରେ ଜନ୍ମ ହୋଇଥିବା ଲୋକମାନେ ତାହାର ଅନ୍ନ ଭୋଜନ କରିବେ।
Ṣùgbọ́n bí àlùfáà bá ra ẹrú, pẹ̀lú owó, tàbí tí a bí ẹrú kan nínú ìdílé rẹ̀, ẹrú náà lè jẹ oúnjẹ rẹ̀.
12 ଆଉ ଯାଜକର କନ୍ୟା ଯଦି କୌଣସି ଭିନ୍ନ ବଂଶୀୟ ଲୋକ ସହିତ ବିବାହିତା ହୁଏ, ତେବେ ସେ ପବିତ୍ର ଦ୍ରବ୍ୟାଦି ମଧ୍ୟରୁ ଉତ୍ତୋଳନୀୟ ନୈବେଦ୍ୟ ଭୋଜନ କରିବ ନାହିଁ।
Bí ọmọbìnrin àlùfáà bá fẹ́ ẹni tí kì í ṣe àlùfáà, kò gbọdọ̀ jẹ nínú èyíkéyìí nínú ohun ọrẹ mímọ́.
13 ମାତ୍ର ଯାଜକର କନ୍ୟା ଯଦି ବିଧବା କି ତ୍ୟକ୍ତା ହୋଇ ନିଃସନ୍ତାନ ହୋଇଥାଏ ଓ ପୁନର୍ବାର ଆସି ବାଲ୍ୟାବସ୍ଥା ତୁଲ୍ୟ ପିତୃଗୃହରେ ବାସ କରେ, ତେବେ ସେ ଆପଣା ପିତାର ଅନ୍ନ ଭୋଜନ କରିବ; ମାତ୍ର ଭିନ୍ନ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ।
Ṣùgbọ́n bí ọmọbìnrin àlùfáà bá jẹ́ opó tàbí tí a ti kọ ọ́ sílẹ̀, ṣùgbọ́n tí kò lọ́mọ tí ó sì padà sínú ilé baba rẹ̀ láti máa gbé bẹ̀, gẹ́gẹ́ bí ìgbà èwe rẹ̀, ó le jẹ oúnjẹ baba rẹ̀. Bí ó ti wù kí ó rí, àlejò tí kò lẹ́tọ̀ọ́ kò gbọdọ̀ jẹ èyíkéyìí nínú oúnjẹ náà.
14 ଆଉ, ଯଦି କେହି ଅଜ୍ଞାତସାରରେ ପବିତ୍ର ଦ୍ରବ୍ୟ ଭୋଜନ କରେ, ତେବେ ସେ ତହିଁର ପଞ୍ଚମାଂଶ ଅଧିକା କରି ଯାଜକକୁ ପବିତ୍ର ଦ୍ରବ୍ୟ ଦେବ।
“‘Bí ẹnikẹ́ni bá ṣèèṣì jẹ ọrẹ mímọ́ kan, ó gbọdọ̀ ṣe àtúnṣe lórí ẹbọ náà fún àlùfáà, kí ó sì fi ìdámárùn-ún ohun tí ọrẹ náà jẹ́ kún un.
15 ଏହିରୂପେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଯେଉଁ ପବିତ୍ର ଦ୍ରବ୍ୟ ଉତ୍ସର୍ଗ କରନ୍ତି, ସେମାନେ ତାହାସବୁ ଅପବିତ୍ର କରିବେ ନାହିଁ।
Àwọn àlùfáà kò gbọdọ̀ sọ ọrẹ mímọ́ tí àwọn ọmọ Israẹli mú wá síwájú Olúwa di àìmọ́.
16 ପୁଣି, ସେମାନେ ଆପଣାମାନଙ୍କର ପବିତ୍ର ଦ୍ରବ୍ୟ ଭୋଜନ କରି ଦୋଷଜନକ ଅପରାଧ ବହନ କରିବେ ନାହିଁ; କାରଣ ଯେ ସେମାନଙ୍କୁ ପବିତ୍ର କରନ୍ତି, ସେହି ସଦାପ୍ରଭୁ ଆମ୍ଭେ ଅଟୁ।”
Nípa fífi ààyè fún wọn láti jẹ ọrẹ mímọ́ náà, kí wọ́n sì tipa bẹ́ẹ̀ mú ẹ̀bi tí wọn yóò san nǹkan fún wá sórí wọn. Èmi ni Olúwa, tí ó sọ wọ́n di mímọ́.’”
17 ଆହୁରି ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
18 “ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ‘ଇସ୍ରାଏଲ ବଂଶ କିଅବା ଇସ୍ରାଏଲ ମଧ୍ୟରେ ବିଦେଶୀମାନଙ୍କ ମଧ୍ୟରୁ ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ମାନତପୂର୍ବକ ବା ସ୍ଵେଚ୍ଛାପୂର୍ବକ କୌଣସି ଉପହାର ଆଣନ୍ତି,
“Sọ fún Aaroni, àwọn ọmọ rẹ̀ àti fún gbogbo Israẹli kí o sì wí fún wọn pé, ‘Bí ẹnikẹ́ni nínú yín yálà ọmọ Israẹli ni tàbí àlejò tí ń gbé ní Israẹli bá mú ẹ̀bùn wá fún ọrẹ ẹbọ sísun sí Olúwa, yálà láti san ẹ̀jẹ́ tàbí ọrẹ àtinúwá.
19 ସେମାନେ ଗ୍ରାହ୍ୟ ହେବା ନିମନ୍ତେ ଗୋରୁ କି ମେଷ କି ଛାଗ ମଧ୍ୟରୁ ନିଖୁନ୍ତ ପୁଂପଶୁ ଉତ୍ସର୍ଗ କରିବେ।
Ẹ gbọdọ̀ mú akọ láìní àbùkù láti ara màlúù, àgùntàn tàbí ewúrẹ́, kí ó ba à lè jẹ́ ìtẹ́wọ́gbà fún yín.
20 ମାତ୍ର ଯାହାର ଖୁଣ ଥାଏ, ତାକୁ ତୁମ୍ଭେମାନେ ଉତ୍ସର୍ଗ କରିବ ନାହିଁ; କାରଣ ତାହା ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବ ନାହିଁ।
Ẹ má ṣe mú ohunkóhun tí ó ní àbùkù wá, torí pé kò ní jẹ́ ìtẹ́wọ́gbà fún yín.
21 ଆଉ, କୌଣସି ଲୋକ ଯଦି ମାନତ ସିଦ୍ଧି ନିମନ୍ତେ ଅବା ସ୍ଵେଚ୍ଛାଦତ୍ତ ଉପହାର ନିମନ୍ତେ ଗୋଠରୁ (ଗାଈଗୋରୁ ପଲ) ଅବା ପଲରୁ (ମେଷ, ଛାଗପଲ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରେ, ତେବେ ତାହା ଗ୍ରାହ୍ୟ ହେବା ନିମନ୍ତେ ନିଖୁନ୍ତ ହେବ; ତାହାଠାରେ କୌଣସି ଖୁଣ ନ ଥିବ।
Bí ẹnikẹ́ni bá mú ọrẹ àlàáfíà wá láti inú agbo màlúù tàbí ti àgùntàn, fún Olúwa láti san ẹ̀jẹ́ pàtàkì tàbí fún ọrẹ àtinúwá. Ó gbọdọ̀ jẹ́ ìtẹ́wọ́gbà láìní àbùkù.
22 ଅନ୍ଧ, ଭଗ୍ନ, ଛୋଟା, ଆବୁଆ, ଜାଦୁଆ କି ଖାରସ୍ତିଆ, ଏମାନଙ୍କୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ, କିଅବା ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ବେଦି ଉପରେ ଉତ୍ସର୍ଗ କରିବ ନାହିଁ।
Ẹ má ṣe fi ẹranko tí ó fọ́jú, tí ó fi ara pa, tí ó yarọ, tí ó ní kókó, tí ó ní èkúkú, èépá àti egbò kíkẹ̀ rú ẹbọ sí Olúwa. Ẹ kò gbọdọ̀ gbé èyíkéyìí nínú wọn sórí pẹpẹ gẹ́gẹ́ bi ọrẹ tí a fi iná ṣe sí Olúwa.
23 ତୁମ୍ଭେ ଅଧିକ ଅଙ୍ଗ କି ହୀନାଙ୍ଗ ଗୋରୁ କି ମେଷ ସ୍ଵେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିପାର; ମାତ୍ର ମାନତ ନିମନ୍ତେ ତାହା ଗ୍ରାହ୍ୟ ହେବ ନାହିଁ।
Ẹ le mú màlúù tàbí àgùntàn tí ó ní àbùkù tàbí tí ó yọ iké wá fún ọrẹ àtinúwá, ṣùgbọ́n kò jẹ́ ìtẹ́wọ́gbà fún ọrẹ ẹ̀jẹ́.
24 ଆଉ, ଯାହାର କୋଷ ମଳା, ଛେଚା, ଭଙ୍ଗା, କଟା, ଏପରି (ପଶୁ) ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ ନାହିଁ; କିଅବା ତୁମ୍ଭେମାନେ ଆପଣା ଦେଶରେ ଏପରି ବଳି ଉତ୍ସର୍ଗ କରିବ ନାହିଁ।
Ẹ má ṣe fi ẹranko tí kóró ẹpọ̀n rẹ̀ fọ́ tàbí tí a tẹ̀, tàbí tí a yà tàbí tí a là rú ẹbọ sí Olúwa. Ẹ kò gbọdọ̀ ṣe èyí ní ilẹ̀ yín.
25 କିଅବା ବିଦେଶୀର ହସ୍ତରୁ ଏହିସବୁରୁ କିଛି ଆପଣାମାନଙ୍କ ପରମେଶ୍ୱରଙ୍କର ଭକ୍ଷ୍ୟ ରୂପେ ଉତ୍ସର୍ଗ କରିବ ନାହିଁ; କାରଣ ସେମାନଙ୍କର ନଷ୍ଟତା ସେମାନଙ୍କଠାରେ ଅଛି, ସେମାନଙ୍କଠାରେ ଖୁଣ ଅଛି; ସେମାନେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବେ ନାହିଁ।’”
Ẹ kò gbọdọ̀ gba irú ẹranko bẹ́ẹ̀ lọ́wọ́ àlejò kankan láti fi rú ẹbọ gẹ́gẹ́ bí oúnjẹ sí Ọlọ́run yín. A kò nígbà wọ́n fún yín nítorí pé wọ́n ní àbùkù, wọ́n sì díbàjẹ́.’”
26 ଆଉ, ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
27 “ଗୋରୁ କି ମେଷ କି ଛାଗ ଜନ୍ମିଲା ଉତ୍ତାରେ ସାତ ଦିନ ପର୍ଯ୍ୟନ୍ତ ମାତା ସହିତ ରହିବ; ପୁଣି, ଅଷ୍ଟମ ଦିନଠାରୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ଗ୍ରାହ୍ୟ ହେବ।
“Nígbà tí màlúù bá bímọ, tí àgùntàn bímọ, tí ewúrẹ́ sì bímọ, ọmọ náà gbọdọ̀ wà pẹ̀lú ìyá rẹ̀ fún ọjọ́ méje. Láti ọjọ́ kẹjọ ni ó ti di ìtẹ́wọ́gbà fún ọrẹ àfinásun sí Olúwa.
28 ଆଉ, ଗୋରୁ କି ମେଷୀ ହେଉ, ତାହାକୁ ଓ ତାହାର ଛୁଆକୁ ଏକାଦିନେ ଦୁହିଁଙ୍କୁ ବଧ କରିବ ନାହିଁ।
Ẹ má ṣe pa màlúù àti ọmọ rẹ̀ tàbí àgùntàn àti ọmọ rẹ̀ ní ọjọ́ kan náà.
29 ତୁମ୍ଭେମାନେ ଯେଉଁ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କରିବ, ସେହି ସମୟରେ ତୁମ୍ଭେମାନେ ଗ୍ରାହ୍ୟ ହେବା ନିମନ୍ତେ ତାହା କରିବ।
“Nígbà tí ẹ bá rú ẹbọ ọpẹ́ sí Olúwa, ẹ rú u ní ọ̀nà tí yóò fi jẹ́ ìtẹ́wọ́gbà fún yín.
30 ସେହି ଦିନ ତାହା ଭୋଜନ କରାଯିବ; ତୁମ୍ଭେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରଖିବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
Ẹ gbọdọ̀ jẹ ẹ́ ní ọjọ́ náà gan an, ẹ má ṣe ṣẹ́ ọ̀kankan kù di àárọ̀. Èmi ni Olúwa.
31 ଏଥିନିମନ୍ତେ ତୁମ୍ଭେମାନେ ଆମ୍ଭର ଆଜ୍ଞା ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
“Ẹ pa òfin mi mọ́, kí ẹ sì máa ṣe wọ́n. Èmi ni Olúwa.
32 ଆଉ, ତୁମ୍ଭେମାନେ ଆମ୍ଭର ପବିତ୍ର ନାମ ଅପବିତ୍ର କରିବ ନାହିଁ; ମାତ୍ର ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେବା।
Ẹ má ṣe ba orúkọ mímọ́ mi jẹ́. Àwọn ọmọ Israẹli gbọdọ̀ mọ̀ mí ní mímọ́. Èmi ni Olúwa tí ó sọ yín di mímọ́.
33 ଯେ ତୁମ୍ଭମାନଙ୍କୁ ପବିତ୍ର କରନ୍ତି, ଯେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନିମନ୍ତେ ତୁମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ସଦାପ୍ରଭୁ ଆମ୍ଭେ; ଆମ୍ଭେ ସଦାପ୍ରଭୁ ଅଟୁ।”
Tí ó sì mú yín jáde láti Ejibiti wá láti jẹ́ Ọlọ́run yín. Èmi ni Olúwa.”

< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 22 >