< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 19 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
Olúwa sọ fún Mose pé,
2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ କୁହ, ତୁମ୍ଭେମାନେ ପବିତ୍ର ହେବ, କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ।
“Bá gbogbo àpéjọpọ̀ àwọn ọmọ Israẹli sọ̀rọ̀, sì wí fún wọn pé, ‘Ẹ jẹ́ mímọ́ nítorí Èmi Olúwa Ọlọ́run yín jẹ́ mímọ́.
3 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ମାତାକୁ ଓ ଆପଣା ଆପଣା ପିତାକୁ ଭୟ କରିବ; ପୁଣି, ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
“‘Ẹnìkọ̀ọ̀kan yín gbọdọ̀ bọ̀wọ̀ fún ìyá àti baba rẹ̀, kí ẹ sì ya ọjọ́ ìsinmi mi sí mímọ́. Èmi ni Olúwa Ọlọ́run yín.
4 ଆଉ, ତୁମ୍ଭେମାନେ ପ୍ରତିମାଗଣର ପଶ୍ଚାଦ୍‍ଗାମୀ ହୁଅ ନାହିଁ ଓ ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦେବତା ନିର୍ମାଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
“‘Ẹ má ṣe yípadà tọ ère òrìṣà lẹ́yìn, bẹ́ẹ̀ ni ẹ kò gbọdọ̀ rọ ère òrìṣà idẹ fún ara yín. Èmi ni Olúwa Ọlọ́run yín.
5 ପୁଣି, ଯଦି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ କର, ତେବେ ଗ୍ରାହ୍ୟ ହେବା ନିମନ୍ତେ ତାହା ବଳିଦାନ କରିବ।
“‘Nígbà tí ẹ̀yin bá sì rú ẹbọ àlàáfíà sí Olúwa, kí ẹ̀yin kí ó ṣe é ní ọ̀nà tí yóò fi jẹ́ ìtẹ́wọ́gbà dípò yín.
6 ବଳିଦାନ ଦିନ ଓ ତହିଁ ଆରଦିନ ତାହା ଭୋଜନ କରାଯିବ; ପୁଣି, ତୃତୀୟ ଦିନ ପର୍ଯ୍ୟନ୍ତ ତହିଁରୁ କିଛି ଅବଶିଷ୍ଟ ରହିଲେ, ତାହା ଦଗ୍ଧ କରାଯିବ।
Ní ọjọ́ tí ẹ bá rú u náà ni ẹ gbọdọ̀ jẹ ẹ́ tàbí ní ọjọ́ kejì; èyí tí ó bá ṣẹ́kù di ọjọ́ kẹta ni kí ẹ fi iná sun.
7 ଯଦି ତୃତୀୟ ଦିନ ତହିଁରୁ କିଛି ଭୋଜନ କରାଯିବ, ତେବେ ତାହା ଘୃଣାଯୋଗ୍ୟ ଓ ଅଗ୍ରାହ୍ୟ ହେବ।
Bí ẹ bá jẹ nínú èyí tí ó ṣẹ́kù di ọjọ́ kẹta, àìmọ́ ni èyí jẹ́, kò ní jẹ́ ìtẹ́wọ́gbà.
8 ଆଉ, ତହିଁର ଭୋଜନକାରୀ ନିଜ ଅପରାଧ ବୋହିବ; କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କରିଅଛି; ଏଣୁକରି ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
Nítorí náà ẹnikẹ́ni tí ó bá jẹ ẹ́ ni a ó di ẹ̀bi rẹ̀ rù, nítorí pé ó ti ba ohun mímọ́ Olúwa jẹ́, irú ẹni bẹ́ẹ̀ ni kí ẹ gé kúrò láàrín àwọn ènìyàn rẹ̀.
9 ଆଉ, ତୁମ୍ଭେମାନେ ଆପଣା ଆପଣା ଭୂମିର ଶସ୍ୟ କାଟିବା ବେଳେ ତୁମ୍ଭେ ନିଜ କ୍ଷେତ୍ରର କୋଣ ସମ୍ପୂର୍ଣ୍ଣ ରୂପେ କାଟିବ ନାହିଁ, କିଅବା ତୁମ୍ଭେ ଆପଣା କ୍ଷେତ୍ରରେ ଛାଡ଼ିଥିବା ଶସ୍ୟ ସାଉଣ୍ଟିବ ନାହିଁ।
“‘Nígbà tí ẹ̀yin bá kórè nǹkan oko yín, kí ẹ̀yin kí ó fi díẹ̀ sílẹ̀ láìkórè ní àwọn igun oko yín, ẹ̀yin kò sì gbọdọ̀ ṣa ẹ̀ṣẹ́ (nǹkan oko tí ẹ ti gbàgbé tàbí tí ó bọ́ sílẹ̀).
10 ପୁଣି, ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ର ସମ୍ପୂର୍ଣ୍ଣ ଖୁଣ୍ଟି ତୋଳିବ ନାହିଁ, କିଅବା ତୁମ୍ଭେ ଆପଣା ଦ୍ରାକ୍ଷାକ୍ଷେତ୍ରର ପଡ଼ିଲା ଫଳ ସାଉଣ୍ଟିବ ନାହିଁ; ତୁମ୍ଭେ ତାହା ଦରିଦ୍ର ଓ ବିଦେଶୀମାନଙ୍କ ନିମନ୍ତେ ଛାଡ଼ିଦେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
Ẹ̀yin kò gbọdọ̀ kórè oko yín tan pátápátá, bẹ́ẹ̀ ni ẹ̀yin kò gbọdọ̀ ṣa èso tí ó rẹ̀ bọ́ sílẹ̀ nínú ọgbà àjàrà yín. Ẹ fi wọ́n sílẹ̀ fún àwọn aláìní àti fún àwọn àlejò. Èmi ni Olúwa Ọlọ́run yín.
11 ତୁମ୍ଭେମାନେ ଚୋରି କରିବ ନାହିଁ, କିଅବା ପ୍ରବଞ୍ଚନା କରିବ ନାହିଁ, କି ପରସ୍ପର ମିଥ୍ୟା କହିବ ନାହିଁ।
“‘Ìwọ kò gbọdọ̀ jalè. “‘Ìwọ kò gbọdọ̀ parọ́. “‘Ẹ kò gbọdọ̀ tan ara yín jẹ.
12 ଆଉ, ତୁମ୍ଭେମାନେ ଆମ୍ଭ ନାମ ନେଇ ମିଥ୍ୟା ଶପଥ କରିବ ନାହିଁ, ତାହା କଲେ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ନାମ ଅପବିତ୍ର କରିବ; ଆମ୍ଭେ ସଦାପ୍ରଭୁ।
“‘Ìwọ kò gbọdọ̀ fi orúkọ mi búra èké, kí o sì tipa bẹ́ẹ̀ ba orúkọ Ọlọ́run rẹ jẹ́. Èmi ni Olúwa.
13 ତୁମ୍ଭେ ଆପଣା ପ୍ରତିବାସୀ ପ୍ରତି ଅନ୍ୟାୟ କରିବ ନାହିଁ ଓ ଅପହରଣ କରିବ ନାହିଁ; ପୁଣି, ବେତନଜୀବୀର ବେତନ ରାତ୍ରିଠାରୁ ସକାଳ ଯାଏ ତୁମ୍ଭ ପାଖରେ ରହିବ ନାହିଁ।
“‘Ìwọ kò gbọdọ̀ rẹ́ aládùúgbò rẹ jẹ bẹ́ẹ̀ ni ìwọ kò gbọdọ̀ jà á lólè. “‘Ìwọ kò gbọdọ̀ dá owó iṣẹ́ alágbàṣe dúró di ọjọ́ kejì.
14 ତୁମ୍ଭେ ବଧିରକୁ ଅଭିଶାପ ଦେବ ନାହିଁ ଓ ଅନ୍ଧ ଆଗରେ ଝୁଣ୍ଟିବାର ଦ୍ରବ୍ୟ ରଖିବ ନାହିଁ, ମାତ୍ର ତୁମ୍ଭେ ଆପଣା ପରମେଶ୍ୱରଙ୍କୁ ଭୟ କରିବ; ଆମ୍ଭେ ସଦାପ୍ରଭୁ।
“‘Ìwọ kò gbọdọ̀ ṣépè lé adití, bẹ́ẹ̀ ni o kò gbọdọ̀ fi ohun ìdìgbòlù sí iwájú afọ́jú, ṣùgbọ́n bẹ̀rù Ọlọ́run rẹ. Èmi ni Olúwa.
15 ତୁମ୍ଭେମାନେ ବିଚାରରେ ଅଧର୍ମ କରିବ ନାହିଁ; ତୁମ୍ଭେ ଦରିଦ୍ରର ମୁଖାପେକ୍ଷା କରିବ ନାହିଁ, କିଅବା ଧନୀର ସମ୍ଭ୍ରମ କରିବ ନାହିଁ, ମାତ୍ର ତୁମ୍ଭେ ଧର୍ମରେ ଆପଣା ପ୍ରତିବାସୀର ବିଚାର କରିବ।
“‘Ìwọ kò gbọdọ̀ yí ìdájọ́ po, má ṣe ojúsàájú sí ẹjọ́ tálákà, bẹ́ẹ̀ ni o kò gbọdọ̀ gbé ti ọlọ́lá lẹ́yìn, ṣùgbọ́n fi òdodo ṣe ìdájọ́, àwọn aládùúgbò rẹ.
16 ତୁମ୍ଭେ ଖଚୁଆ ହୋଇ ଆପଣା ଲୋକମାନଙ୍କ ମଧ୍ୟରେ ଏଣେତେଣେ ବୁଲିବ ନାହିଁ; କିଅବା ତୁମ୍ଭ ପ୍ରତିବାସୀର ରକ୍ତ ବିରୁଦ୍ଧରେ ଠିଆ ହେବ ନାହିଁ; ଆମ୍ଭେ ସଦାପ୍ରଭୁ।
“‘Ìwọ kò gbọdọ̀ máa ṣèyíṣọ̀hún bí olóòfófó láàrín àwọn ènìyàn rẹ. “‘Ìwọ kò gbọdọ̀ ṣe ohunkóhun tí yóò fi ẹ̀mí aládùúgbò rẹ wéwu. Èmi ni Olúwa.
17 ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ।
“‘Ìwọ kò gbọdọ̀ kórìíra arákùnrin rẹ lọ́kàn rẹ, bá aládùúgbò rẹ wí, kí o má ba à jẹ́ alábápín nínú ẹ̀bi rẹ̀.
18 ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣକୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ, ବରଞ୍ଚ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ; ଆମ୍ଭେ ସଦାପ୍ରଭୁ।
“‘Ìwọ kò gbọdọ̀ gbẹ̀san: má sì ṣe bínú sí èyíkéyìí nínú àwọn ènìyàn rẹ. Ṣùgbọ́n, kí ìwọ kí ó fẹ́ ẹnìkejì rẹ bí ara rẹ. Èmi ni Olúwa.
19 ତୁମ୍ଭେମାନେ ଆମ୍ଭର ସକଳ ବିଧି ପାଳନ କରିବ; ତୁମ୍ଭେ ଭିନ୍ନଜାତୀୟ ପଶୁ ସହିତ ଆପଣା ପଶୁମାନଙ୍କୁ ସଙ୍ଗମ କରିବାକୁ ଦେବ ନାହିଁ; ତୁମ୍ଭେ ଆପଣା କ୍ଷେତ୍ରରେ ମିଶ୍ରିତ ବୀଜ ବୁଣିବ ନାହିଁ; କିଅବା ଦୁଇ ପ୍ରକାର ସୂତ୍ରମିଶ୍ରିତ ବସ୍ତ୍ର ଦେହରେ ଦେବ ନାହିଁ।
“‘Máa pa àṣẹ mi mọ́. “‘Ìwọ kò gbọdọ̀ jẹ́ kí ohun ọ̀sìn rẹ máa gùn pẹ̀lú ẹ̀yà mìíràn. “‘Ìwọ kò gbọdọ̀ gbin dàrúdàpọ̀ oríṣìí irúgbìn méjì sínú oko kan. “‘Ìwọ kò gbọdọ̀ wọ aṣọ èyí tí a fi oríṣìí ohun èlò ìhunṣọ méjì ṣe.
20 ପୁଣି, ମୂଲ୍ୟ ଦ୍ୱାରା ଅବା ଅନ୍ୟ ରୂପେ ମୁକ୍ତ ନୁହେଁ, ଏପରି ଯେ ସ୍ୱାମୀ ପ୍ରତି ବାଗ୍‍ଦତ୍ତା ଦାସୀ, ତାହା ସହିତ ଯଦି କେହି ଶୟନ କରେ, ତେବେ ସେମାନେ ଦଣ୍ଡନୀୟ ହେବେ; ସେମାନଙ୍କର ପ୍ରାଣଦଣ୍ଡ ହେବ ନାହିଁ, କାରଣ ସେ ମୁକ୍ତ ନୁହେଁ।
“‘Bí ọkùnrin kan bá bá obìnrin tí ó jẹ́ ẹrú lòpọ̀, ẹni tí a ti mọ̀ pọ̀ pẹ̀lú ọkùnrin mìíràn tí a kò sì tí ì rà á padà tàbí sọ ọ́ di òmìnira. Ẹ gbọdọ̀ ṣe ìwádìí kí ẹ sì jẹ wọ́n ní ìyà tó tọ́ ṣùgbọ́n ẹ kò gbọdọ̀ pa wọ́n, torí pé kò ì tí ì di òmìnira.
21 ପୁଣି, ସେ ପୁରୁଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆପଣାର ଦୋଷାର୍ଥକ ବଳି, ଅର୍ଥାତ୍‍, ଦୋଷାର୍ଥକ ମେଷ ଆଣିବ।
Kí ọkùnrin náà mú àgbò kan wá sí ẹnu-ọ̀nà àgọ́ ìpàdé bí i ẹbọ ẹ̀bi sí Olúwa.
22 ଆଉ, ଯାଜକ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଦୋଷାର୍ଥକ ମେଷ ଦ୍ୱାରା, ସେ ଯେଉଁ ପାପ କରିଅଛି, ତାହାର ସେହି ପାପ ସକାଶେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ସେ ଯେଉଁ ପାପ କରିଅଛି, ତାହାର ସେହି ପାପ କ୍ଷମା ହେବ।
Àlùfáà yóò sì ṣe ètùtù fún un, pẹ̀lú àgbò ẹbọ ẹ̀bi náà níwájú Olúwa fún ìdáríjì ẹ̀ṣẹ̀ tí ó ti ṣẹ̀. A ó sì dárí ẹ̀ṣẹ̀ náà jì í.
23 ଆଉ, ତୁମ୍ଭେମାନେ ଦେଶରେ ପ୍ରବେଶ କରି ଭୋଜନାର୍ଥେ ନାନା ପ୍ରକାର ବୃକ୍ଷ ରୋପଣ କଲେ, ତହିଁର ଫଳକୁ ଅସୁନ୍ନତ ବୋଲି ଜ୍ଞାନ କରିବ, ତାହାସବୁ ତିନି ବର୍ଷ ପର୍ଯ୍ୟନ୍ତ ତୁମ୍ଭମାନଙ୍କ ପ୍ରତି ଅସୁନ୍ନତ ସ୍ୱରୂପ ହେବ; ତାହା ଭୋଜନ କରାଯିବ ନାହିଁ।
“‘Nígbà tí ẹ bá dé ilẹ̀ náà tí ẹ sì gbin igi eléso, kí ẹ ká èso wọn sí ohun èèwọ̀. Fún ọdún mẹ́ta ni kí ẹ kà á sí èèwọ̀, ẹ kò gbọdọ̀ jẹ ẹ́.
24 ମାତ୍ର ଚତୁର୍ଥ ବର୍ଷରେ ତହିଁର ସମସ୍ତ ଫଳ ସଦାପ୍ରଭୁଙ୍କ ପ୍ରଶଂସାର୍ଥକ ଉପହାର ରୂପେ ପବିତ୍ର ହେବ।
Ṣùgbọ́n ní ọdún kẹrin, gbogbo èso wọ̀nyí yóò jẹ́ mímọ́, ọrẹ fún ìyìn Olúwa.
25 ପୁଣି, ପଞ୍ଚମ ବର୍ଷରେ ତୁମ୍ଭେମାନେ ତହିଁର ଫଳ ଭୋଜନ କରିବ, ତହିଁରେ ତୁମ୍ଭମାନଙ୍କ ନିମନ୍ତେ ପ୍ରଚୁର ଫଳ ଫଳିବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
Ní ọdún karùn-ún ni ẹ̀yin tó lè jẹ nínú èso igi náà, kí èso wọn ba à le máa pọ̀ sí i. Èmi ni Olúwa Ọlọ́run yín.
26 ତୁମ୍ଭେମାନେ ରକ୍ତ ସହିତ କୌଣସି ଦ୍ରବ୍ୟ ଭୋଜନ କରିବ ନାହିଁ; ତୁମ୍ଭେମାନେ ଗଣକତା ବା ଶୁଭାଶୁଭ କହିବାର ବିଦ୍ୟା ବ୍ୟବହାର କରିବ ନାହିଁ।
“‘Ẹ má ṣe jẹ ẹrankẹ́ran pẹ̀lú ẹ̀jẹ̀ rẹ̀. “‘Ẹ kò gbọdọ̀ lọ sí ọ̀dọ̀ yẹ̀míwò tàbí oṣó.
27 ତୁମ୍ଭେମାନେ ଆପଣା ଆପଣା ମସ୍ତକର କୋଣସବୁ ଗୋଲାକାର କରିବ ନାହିଁ, କିଅବା ଆପଣା ଆପଣା ଦାଢ଼ିର କୋଣ ମୁଣ୍ଡନ କରିବ ନାହିଁ।
“‘Ẹ má ṣe dá òṣù sí àárín orí yín (fífá irun ẹ̀gbẹ́ orí, tí a ó sì dá irun àárín orí sí) tàbí kí ẹ ré orí irùngbọ̀n yín bí àwọn aláìkọlà ti ń ṣe.
28 ପୁଣି, ତୁମ୍ଭେମାନେ ମୃତ ଲୋକ ନିମନ୍ତେ ଆପଣା ଆପଣା ଶରୀରରେ ଅସ୍ତ୍ରାଘାତ କରିବ ନାହିଁ, ଅବା ଦେହରେ ଚିତା କୁଟାଇବ ନାହିଁ; ଆମ୍ଭେ ସଦାପ୍ରଭୁ ଅଟୁ।
“‘Ẹ má ṣe tìtorí òkú, gé ibi kankan nínú ẹ̀yà ara yín, ẹ kò sì gbọdọ̀ sín gbẹ́rẹ́ kankan. Èmi ni Olúwa.
29 ତୁମ୍ଭେ ଆପଣା କନ୍ୟାକୁ ବେଶ୍ୟା କରି ଅପବିତ୍ର କର ନାହିଁ; କଲେ, ଦେଶ ବେଶ୍ୟାବୃତ୍ତିରେ ପତିତ ହେବ ଓ ଦେଶ ଦୁଷ୍ଟତାରେ ପରିପୂର୍ଣ୍ଣ ହେବ।
“‘Ẹ má ṣe ba ọmọbìnrin yín jẹ́ láti sọ ọ́ di panṣágà, kí ilẹ̀ yín má ba à di ti àgbèrè, kí ó sì kún fún ìwà búburú.
30 ତୁମ୍ଭେମାନେ ଆମ୍ଭର ବିଶ୍ରାମ ଦିନ ପାଳନ କରିବ ଓ ଆମ୍ଭର ପବିତ୍ର ସ୍ଥାନକୁ ସମାଦର କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
“‘Ẹ gbọdọ̀ máa pa ìsinmi mi mọ́ kí ẹ sì fi ọ̀wọ̀ fún ibi mímọ́ mi. Èmi ni Olúwa.
31 ତୁମ୍ଭେମାନେ ଭୂତୁଡ଼ିଆ କି ଗୁଣିଆମାନଙ୍କର ଅନୁସରଣ କର ନାହିଁ; ସେମାନଙ୍କ ଦ୍ୱାରା ଅପବିତ୍ର ହେବା ନିମନ୍ତେ ସେମାନଙ୍କର ଅନ୍ୱେଷଣ କର ନାହିଁ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।
“‘Ẹ má ṣe tọ abókùúsọ̀rọ̀ tàbí àwọn àjẹ́ lọ, ẹ kò gbọdọ̀ tọ̀ wọ́n lẹ́yìn láti jẹ́ kí wọ́n sọ yín di aláìmọ́. Èmi ni Olúwa Ọlọ́run yín.
32 ତୁମ୍ଭେ ପକ୍ୱକେଶ ପ୍ରାଚୀନଙ୍କ ସମ୍ମୁଖରେ ଉଠି ଠିଆ ହେବ ଓ ବୃଦ୍ଧ ଲୋକକୁ ସମାଦର କରିବ; ପୁଣି, ଆପଣା ପରମେଶ୍ୱରଙ୍କୁ ଭୟ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।
“‘Fi ọ̀wọ̀ fún ọjọ́ orí arúgbó, ẹ sì bu ọlá fún àwọn àgbàlagbà kí ẹ sì bẹ̀rù Ọlọ́run yín. Èmi ni Olúwa.
33 ଆଉ, ଯଦି କୌଣସି ବିଦେଶୀ ତୁମ୍ଭମାନଙ୍କ ଦେଶରେ ତୁମ୍ଭ ସହିତ ବାସ କରେ, ତେବେ ତୁମ୍ଭେମାନେ ତାହା ପ୍ରତି ଉପଦ୍ରବ କରିବ ନାହିଁ।
“‘Nígbà tí àjèjì kan bá ń gbé pẹ̀lú yín ní ilẹ̀ yín, ẹ má ṣe ṣe é ní ibi
34 ଯେପରି ତୁମ୍ଭମାନଙ୍କର ସ୍ୱଦେଶୀୟ ଲୋକ ସେପରି ତୁମ୍ଭମାନଙ୍କ ସହବାସୀ ବିଦେଶୀୟ ଲୋକ ତୁମ୍ଭମାନଙ୍କ ପ୍ରତି ହେବ, ପୁଣି ତୁମ୍ଭେ ତାହାକୁ ଆତ୍ମତୁଲ୍ୟ ପ୍ରେମ କରିବ; କାରଣ ମିସର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
kí àjèjì tí ń gbé pẹ̀lú yín dàbí onílé láàrín yín kí ẹ sì fẹ́ràn rẹ̀ bí i ara yín, torí pé ẹ̀yin ti jẹ́ àjèjì ní ilẹ̀ Ejibiti rí. Èmi ni Olúwa Ọlọ́run yín.
35 ତୁମ୍ଭେମାନେ ବିଚାର ଅବା ମାପ ଅବା ତୌଲ କିଅବା ପରିମାଣ ବିଷୟରେ ଅଧର୍ମ କରିବ ନାହିଁ।
“‘Ẹ má ṣe lo òsùwọ̀n èké, nígbà tí ẹ bá ń díwọ̀n yálà nípa òsùwọ̀n ọ̀pá, òsùwọ̀n ìwúwo tàbí òsùwọ̀n onínú.
36 ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫା ଓ ଯଥାର୍ଥ ହିନ୍‍, ତୁମ୍ଭମାନଙ୍କର ହେବ; ଯେ ମିସର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ, ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
Ẹ jẹ́ olódodo pẹ̀lú àwọn òsùwọ̀n yín òsùwọ̀n ìtẹ̀wọ̀n, òsùwọ̀n wíwúwo, òsùwọ̀n ìyẹ̀fun àti òsùwọ̀n nǹkan olómi yín ní láti jẹ́ èyí tí kò ní èrú nínú. Èmi ni Olúwa Ọlọ́run yín tí ó mú yín jáde láti ilẹ̀ Ejibiti.
37 ଏହେତୁ ତୁମ୍ଭେମାନେ ଆମ୍ଭର ସମସ୍ତ ବିଧି ଓ ଆମ୍ଭର ସମସ୍ତ ଶାସନ ମାନ୍ୟ କରି ପାଳନ କରିବ; ଆମ୍ଭେ ସଦାପ୍ରଭୁ ଅଟୁ।”
“‘Ẹ ó sì máa pa gbogbo àṣẹ àti òfin mi mọ́, ẹ ó sì máa ṣe wọ́n. Èmi ni Olúwa.’”

< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 19 >