< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 15 >
1 ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
Bwana akawaambia Mose na Aroni,
2 “ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ଯଦି ପୁରୁଷର ଶରୀରରେ ପ୍ରମେହ ରୋଗ ହୁଏ, ସେ ଆପଣାର ସେହି ପ୍ରମେହ ସକାଶୁ ଅଶୁଚି ହେବ।
“Semeni na Waisraeli mwaambie: ‘Wakati mtu yeyote anapotokwa na usaha mwilini, usaha huo ni najisi.
3 ପୁଣି ପ୍ରମେହ ସକାଶୁ ତାହାର ଅଶୁଚିତାର ବିଧି ଏହି; ତାହାର ଶରୀରରୁ ପ୍ରମେହ ଝରୁ ଥାଉ ଅବା ଶରୀରରେ ବନ୍ଦ ଥାଉ, ତାହା ତାହାର ଅଶୁଚିତା ଅଟେ।
Iwe unaendelea kutiririka kutoka mwilini mwake au umeziba, utamfanya kuwa najisi. Hivi ndivyo usaha wake utakavyomletea unajisi:
4 ପ୍ରମେହୀ ଲୋକ ଯେଉଁ ପ୍ରତ୍ୟେକ ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ ଓ ଯେଉଁ ପ୍ରତ୍ୟେକ ପଦାର୍ଥ ଉପରେ ସେ ବସେ, ତାହା ଅଶୁଚି ହେବ।
“‘Kitanda chochote atakacholalia mtu mwenye kutokwa na usaha kitakuwa najisi, na chochote atakachokalia kitakuwa najisi.
5 ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
Yeyote atakayegusa kitanda chake ni lazima afue nguo zake na aoge kwa maji, naye atakuwa najisi mpaka jioni.
6 ଆଉ, ଯେକୌଣସି ପଦାର୍ଥ ଉପରେ ପ୍ରମେହୀ ବସେ, ତହିଁ ଉପରେ ଯଦି କେହି ବସେ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
Yeyote atakayeketi juu ya kitu chochote alichokalia mwenye kutokwa na usaha, ni lazima afue nguo zake, na aoge kwa maji, naye atakuwa najisi mpaka jioni.
7 ପୁଣି, ଯେକେହି ପ୍ରମେହୀର ଶରୀର ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
“‘Yeyote atakayemgusa mtu mwenye kutokwa na usaha, ni lazima afue nguo zake na aoge kwa maji, naye atakuwa najisi mpaka jioni.
8 ଆଉ, ପ୍ରମେହୀ ଯଦି ଶୁଚି ଲୋକର ଦେହରେ ଛେପ ପକାଏ, ତେବେ ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
“‘Ikiwa mtu mwenye kutokwa na usaha atamtemea mate mtu yeyote ambaye ni safi, mtu huyo ni lazima afue nguo zake na aoge kwa maji, naye atakuwa najisi mpaka jioni.
9 ପୁଣି, ପ୍ରମେହୀ ଯେଉଁ ବାହନ ଉପରେ ଚଢ଼େ, ତାହା ଅଶୁଚି ହେବ।
“‘Kila tandiko ambalo mtu huyo atalikalia wakati wa kupanda mnyama litakuwa najisi,
10 ଆଉ, ଯେକେହି ତାହାର ତଳସ୍ଥ କୌଣସି ବସ୍ତୁ ଛୁଇଁବ, ତେବେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ପୁଣି ଯେକେହି ତାହା ବୋହିବ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
na yeyote atakayegusa kitu chochote alichokuwa amekalia atakuwa najisi mpaka jioni. Yeyote atakayeinua vitu hivyo ni lazima afue nguo zake na aoge kwa maji, naye atakuwa najisi mpaka jioni.
11 ପୁଣି, ପ୍ରମେହୀ ଆପଣା ହସ୍ତ ଜଳରେ ନ ଧୋଇ ଯାହାକୁ ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
“‘Yeyote atakayeguswa na mtu anayetokwa na usaha bila kunawa mikono yake kwa maji, ni lazima afue nguo zake na aoge kwa maji, naye atakuwa najisi mpaka jioni.
12 ପୁଣି, ପ୍ରମେହୀ ଯେଉଁ ମୃତ୍ତିକା ପାତ୍ର ଛୁଇଁବ, ତାହା ଭଙ୍ଗାଯିବ ଓ ସମସ୍ତ କାଷ୍ଠ ପାତ୍ର ଜଳରେ ଧୁଆଯିବ।
“‘Chungu cha udongo kitakachoguswa na mtu huyo ni lazima kivunjwe, na kifaa chochote cha mbao kitaoshwa kwa maji.
13 ଆଉ, ପ୍ରମେହୀ ଯେତେବେଳେ ଆପଣା ପ୍ରମେହରୁ ଶୁଚି ହୁଏ, ସେତେବେଳେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସାତ ଦିନ ଗଣନା କରିବ ଓ ଆପଣା ବସ୍ତ୍ର ଧୋଇବ ଓ ସ୍ରୋତଜଳରେ ସ୍ନାନ କରିବ; ତହୁଁ ସେ ଶୁଚି ହେବ।
“‘Wakati mtu atakapotakasika kutoka usaha wake, anapaswa kuhesabu siku saba kwa utakaso wake. Ni lazima afue nguo zake na aoge kwa maji safi, naye atatakasika.
14 ପୁଣି, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁର ଦ୍ୱାର ନିକଟକୁ ଆସି ଯାଜକର ହସ୍ତରେ ସେମାନଙ୍କୁ ସମର୍ପଣ କରିବ।
Siku ya nane, atachukua hua wawili au makinda mawili ya njiwa, aje mbele za Bwana kwenye ingilio la Hema la Kukutania, na kumpa kuhani.
15 ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ତାହାର ପ୍ରମେହ ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
Kuhani atavitoa dhabihu, mmoja kwa ajili ya sadaka ya dhambi na huyo mwingine kwa ajili ya sadaka ya kuteketezwa. Kwa njia hii atafanya upatanisho mbele za Bwana kwa ajili ya huyo mtu kwa sababu ya kutokwa usaha kwake.
16 ଆଉ, ଯଦି କୌଣସି ପୁରୁଷର ବୀର୍ଯ୍ୟପାତ ହୁଏ, ତେବେ ସେ ଆପଣା ସମସ୍ତ ଶରୀର ଜଳରେ ଧୌତ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
“‘Wakati mtu akitokwa na shahawa, ni lazima aoge mwili mzima kwa maji, na atakuwa najisi mpaka jioni.
17 ଆଉ, ଯେଉଁ ପ୍ରତ୍ୟେକ ବସ୍ତ୍ରରେ କି ଚର୍ମରେ ବୀର୍ଯ୍ୟପାତ ହୁଏ, ତାହା ଜଳରେ ଧୋଇବ ଓ ତାହା ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
Vazi lolote ama ngozi yoyote yenye shahawa juu yake ni lazima ioshwe kwa maji, na itakuwa najisi mpaka jioni.
18 ମଧ୍ୟ ସେ ସ୍ତ୍ରୀ, ଯାହା ସଙ୍ଗେ ସ୍ଖଳିତ ବୀର୍ଯ୍ୟ ପୁରୁଷ ଶୟନ କରିବ, ସେ ଦୁହେଁ ଜଳରେ ସ୍ନାନ କରିବେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବେ।
Ikiwa mtu atalala na mwanamke, na kukawa na kutoka kwa shahawa, ni lazima wote waoge kwa maji, nao watakuwa najisi mpaka jioni.
19 ଆଉ, ଯଦି ସ୍ତ୍ରୀ ରଜସ୍ୱଳା ହୁଏ ଓ ତାହାର ଦେହରୁ ରକ୍ତ ଝରେ, ତେବେ ସେ ସାତ ଦିନ ଆପଣା ଅଶୁଚିତାରେ ରହିବ; ପୁଣି, ଯେକେହି ତାହାକୁ ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
“‘Ikiwa mwanamke atatokwa na damu ya kawaida ya mwezi, atakuwa najisi kwa siku saba, na yeyote atakayemgusa atakuwa najisi mpaka jioni.
20 ଆଉ ସେ ଆପଣା ସ୍ତ୍ରୀଧର୍ମ ସମୟରେ ଯେକୌଣସି ଶଯ୍ୟାରେ ଶୟନ କରିବ, ତାହା ଅଶୁଚି ହେବ ଓ ଯହିଁ ଉପରେ ସେ ବସିବ, ତାହା ଅଶୁଚି ହେବ।
“‘Chochote atakacholalia wakati wake wa hedhi kitakuwa najisi, na chochote atakachokikalia kitakuwa najisi.
21 ପୁଣି, ଯେକେହି ତାହାର ଶଯ୍ୟା ଛୁଇଁବ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
Yeyote atakayegusa kitanda chake ni lazima afue nguo zake na aoge kwa maji, naye atakuwa najisi mpaka jioni.
22 ପୁଣି, ଯେକେହି ତାହାର ବସିବାର କୌଣସି ଆସନ ଉପରେ ବସେ, ସେ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
Yeyote atakayegusa chochote atakachokalia ni lazima afue nguo zake na aoge kwa maji, naye atakuwa najisi mpaka jioni.
23 ଆଉ, ତାହାର ଶଯ୍ୟା କି ଆସନ ଉପରେ କିଛି ଥିଲେ, ଯେକେହି ତାହା ଛୁଇଁବ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
Kiwe ni kitanda ama chochote alichokuwa amekikalia, ikiwa mtu yeyote atakigusa, atakuwa najisi mpaka jioni.
24 ଆଉ, ଯେଉଁ ପୁରୁଷ ତାହା ସଙ୍ଗେ ଶୟନ କରେ ଓ ତାହାର ରଜ ତାହାଠାରେ ଲାଗେ, ସେ ସାତ ଦିନ ଅଶୁଚି ରହିବ; ପୁଣି ସେ ଯେକୌଣସି ଶଯ୍ୟାରେ ଶୟନ କରେ, ତାହା ଅଶୁଚି ହେବ।
“‘Ikiwa mwanaume atalala naye na ile damu ya mwezi ikamgusa, atakuwa najisi kwa siku saba; kitanda chochote atakachokilalia huyo mwanaume kitakuwa najisi.
25 ଆଉ, ସ୍ତ୍ରୀର ରଜଧର୍ମ ସମୟ ଛଡ଼ା ଯେବେ କୌଣସି ସ୍ତ୍ରୀର ବହୁ ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ, କିଅବା ସ୍ତ୍ରୀର ରଜଧର୍ମ ସମୟ ଉତ୍ତାରେ ଯେବେ ରକ୍ତସ୍ରାବ ହୁଏ; ତେବେ ଯେପରି ସ୍ତ୍ରୀର ରଜଧର୍ମ ସମୟରେ, ସେପରି ଅଶୁଚି ରକ୍ତସ୍ରାବର ସକଳ ଦିନ ହେବ, ସେ ଅଶୁଚି ଅଟେ।
“‘Ikiwa mwanamke atatokwa na damu kwa siku nyingi zaidi ya siku zake za mwezi, au amekuwa na damu inayoendelea zaidi ya kipindi chake, atakuwa najisi kwa kipindi chote cha shida hiyo, kama ilivyokuwa katika siku za hedhi yake.
26 ସେହି ରକ୍ତସ୍ରାବର ସକଳ ଦିନ ଯେକୌଣସି ଶଯ୍ୟାରେ ସେ ଶୟନ କରେ, ତାହା ସ୍ତ୍ରୀଧର୍ମ ସମୟର ଶଯ୍ୟା ସଦୃଶ ଅଶୁଚି ହେବ, ଆଉ ସେ ଯେକୌଣସି ଆସନରେ ବସେ, ତାହା ସ୍ତ୍ରୀର ରଜଧର୍ମ ସମୟର ଅଶୁଚିତା ସଦୃଶ ଅଶୁଚି ହେବ।
Kitanda chochote atakachokilalia huyo mwanamke wakati anaendelea kutokwa na damu kitakuwa najisi, kama kilivyokuwa kitanda chake wakati wa siku zake za hedhi, na chochote atakachokalia kitakuwa najisi, kama wakati wake wa hedhi.
27 ପୁଣି, ଯେକେହି ସେହି ସମସ୍ତ ଛୁଇଁବ, ସେ ଅଶୁଚି ହେବ ଓ ଆପଣା ବସ୍ତ୍ର ଧୋଇବ ଓ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।
Yeyote agusaye vitu hivyo atakuwa najisi; ni lazima afue nguo zake na kuoga kwa maji, naye atakuwa najisi mpaka jioni.
28 ମାତ୍ର ସେହି ସ୍ତ୍ରୀର ରକ୍ତସ୍ରାବ ବନ୍ଦ ହେଲେ, ସେ ଆପଣା ନିମନ୍ତେ ସାତ ଦିନ ଗଣନା କରିବ, ତହିଁ ଉତ୍ତାରେ ସେ ଶୁଚି ହେବ।
“‘Wakati atakapotakasika kutoka hedhi yake, ni lazima ahesabu siku saba, na baada ya hapo atakuwa safi kwa kawaida ya ibada.
29 ପୁଣି, ଅଷ୍ଟମ ଦିନରେ ସେ ଆପଣା ନିମନ୍ତେ ଦୁଇ କପୋତ ଅବା ଦୁଇ ପାରାଛୁଆ ନେଇ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣିବ।
Siku ya nane ni lazima achukue hua wawili au makinda mawili ya njiwa, na kumletea kuhani kwenye mlango wa Hema la Kukutania.
30 ତହିଁରେ ଯାଜକ ସେଥିରୁ ଗୋଟିଏକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ; ଆଉ, ଯାଜକ ତାହାର ରକ୍ତସ୍ରାବର ଅଶୁଚିତା ହେତୁ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।
Kuhani atatoa dhabihu, mmoja kwa ajili ya sadaka ya dhambi, na huyo mwingine kwa ajili ya sadaka ya kuteketezwa. Kwa njia hii, atafanya upatanisho kwa ajili yake mbele za Bwana kwa sababu ya unajisi wa kutokwa damu kwake.
31 ଏହିରୂପେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କର ମଧ୍ୟବର୍ତ୍ତୀ ଆମ୍ଭର ଆବାସ ଅଶୁଚି କଲେ, ଯେପରି ସେମାନେ ଆପଣାମାନଙ୍କ ଅଶୁଚିତାରେ ନ ମରନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କ ଅଶୁଚିତାରୁ ପୃଥକ କରିବ।”
“‘Ni lazima uwatenge Waisraeli kutokana na vitu ambavyo vinawafanya najisi, ili wasife katika unajisi wao kwa kunajisi makao yangu, ambayo yapo katikati yao.’”
32 ପ୍ରମେହ ରୋଗୀର ଓ ବୀର୍ଯ୍ୟପାତରେ ଅଶୁଚି ଲୋକର,
Haya ni masharti kwa ajili ya mtu mwenye kutokwa na usaha, kwa ajili ya yeyote atakayetokwa na shahawa,
33 ପୁଣି ରଜସ୍ୱଳା ସ୍ତ୍ରୀର ଓ ପ୍ରମେହୀ ପୁରୁଷ ଓ ସ୍ତ୍ରୀର, ଆଉ, ସ୍ତ୍ରୀର ଅଶୁଚିତା ସମୟରେ ତାହା ସହିତ ଶୟନକାରୀ ପୁରୁଷର, ଏହି ବ୍ୟବସ୍ଥା।
kwa ajili ya mwanamke katika siku zake za hedhi, kwa ajili ya mwanaume au mwanamke atokwaye na usaha, na kwa ajili ya mwanaume alalaye na mwanamke ambaye ni najisi kwa kawaida ya ibada.