< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14 >

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
וידבר יהוה אל משה לאמר׃
2 “କୁଷ୍ଠରୋଗୀର ଶୁଚି ହେବା ଦିନରେ ତାହାର ଏହି ବ୍ୟବସ୍ଥା; ସେ ଯାଜକ ନିକଟକୁ ଅଣାଯିବ;
זאת תהיה תורת המצרע ביום טהרתו והובא אל הכהן׃
3 ତହୁଁ ଯାଜକ ଛାଉଣିର ବାହାରକୁ ଯିବ; ପୁଣି ଯାଜକ ଦେଖିବ, ଆଉ, ଯଦି କୁଷ୍ଠୀର କୁଷ୍ଠରୋଗର ଘାʼ ସୁସ୍ଥ ହୋଇଥାଏ,
ויצא הכהן אל מחוץ למחנה וראה הכהן והנה נרפא נגע הצרעת מן הצרוע׃
4 ତେବେ ଯେଉଁ ଲୋକ ଶୁଚି ହେବାକୁ ଅଛି, ଯାଜକ ସେହି ଲୋକ ନିମନ୍ତେ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେବା ପାଇଁ ଆଜ୍ଞା ଦେବ।
וצוה הכהן ולקח למטהר שתי צפרים חיות טהרות ועץ ארז ושני תולעת ואזב׃
5 ପୁଣି ଯାଜକ ମୃତ୍ତିକା ପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକୁ ବଧ କରିବାକୁ ଆଜ୍ଞା ଦେବ।
וצוה הכהן ושחט את הצפור האחת אל כלי חרש על מים חיים׃
6 ତହିଁ ଉତ୍ତାରେ ସେ ସେହି ଜୀଅନ୍ତା ପକ୍ଷୀକୁ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେଇ ସେହି ସ୍ରୋତଜଳ ଉପରେ ହତ ପକ୍ଷୀର ରକ୍ତରେ ଜୀଅନ୍ତା ପକ୍ଷୀକୁ ଓ ସେହି ସବୁ ଡୁବାଇବ;
את הצפר החיה יקח אתה ואת עץ הארז ואת שני התולעת ואת האזב וטבל אותם ואת הצפר החיה בדם הצפר השחטה על המים החיים׃
7 ପୁଣି ସେ କୁଷ୍ଠରୋଗରୁ ଶୁଚିଯୋଗ୍ୟ ଲୋକ ଉପରେ ସାତ ଥର ତାହା ଛିଞ୍ଚି; ସେ ଶୁଚି ବୋଲି ପ୍ରକାଶ କରିବ, ଆଉ ସେହି ଜୀଅନ୍ତା ପକ୍ଷୀକୁ କ୍ଷେତ୍ର ଆଡ଼େ ଛାଡ଼ିଦେବ।
והזה על המטהר מן הצרעת שבע פעמים וטהרו ושלח את הצפר החיה על פני השדה׃
8 ତହୁଁ ସେହି ଶୁଚିଯୋଗ୍ୟ ଲୋକ ଆପଣା ବସ୍ତ୍ର ଧୋଇ ଓ ସମସ୍ତ କେଶ କ୍ଷୌର କରି ଜଳରେ ସ୍ନାନ କରିବ, ତହିଁରେ ସେ ଶୁଚି ହେବ; ତହିଁ ଉତ୍ତାରେ ସେ ଛାଉଣି ଭିତରକୁ ଆସିବ, ମାତ୍ର ସେ ସାତ ଦିନ ଆପଣା ତମ୍ବୁର ବାହାରେ ରହିବ।
וכבס המטהר את בגדיו וגלח את כל שערו ורחץ במים וטהר ואחר יבוא אל המחנה וישב מחוץ לאהלו שבעת ימים׃
9 ଆଉ, ସପ୍ତମ ଦିନରେ ସେ ଆପଣାର ସମସ୍ତ କେଶ, ଅର୍ଥାତ୍‍, ମସ୍ତକ, ଦାଢ଼ି ଓ ଭ୍ରୂଲତାର ସମସ୍ତ କେଶ କ୍ଷୌର କରିବ, ପୁଣି ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରି ଶୁଚି ହେବ।
והיה ביום השביעי יגלח את כל שערו את ראשו ואת זקנו ואת גבת עיניו ואת כל שערו יגלח וכבס את בגדיו ורחץ את בשרו במים וטהר׃
10 ପୁଣି, ଅଷ୍ଟମ ଦିନରେ ଦୁଇ ନିଖୁନ୍ତ ମେଷବତ୍ସ, ଏକବର୍ଷୀୟା ଏକ ନିଖୁନ୍ତ ମେଷବତ୍ସା ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍‍ ତୈଳ ନେବ।
וביום השמיני יקח שני כבשים תמימים וכבשה אחת בת שנתה תמימה ושלשה עשרנים סלת מנחה בלולה בשמן ולג אחד שמן׃
11 ତହୁଁ ଶୁଚିକାରୀ ଯାଜକ ସେହି ଶୁଚିଯୋଗ୍ୟ ଲୋକକୁ ଓ ସେହି ସବୁ ଦ୍ରବ୍ୟ ନେଇ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ସ୍ଥାପନ କରିବ;
והעמיד הכהן המטהר את האיש המטהר ואתם לפני יהוה פתח אהל מועד׃
12 ପୁଣି ଯାଜକ ସେହି ଦୁଇ ମେଷବତ୍ସ ମଧ୍ୟରୁ ଗୋଟିଏ ଓ ସେହି ଏକ ଲୋଗ୍‍ ତୈଳ ନେଇ ଦୋଷାର୍ଥକ ବଳି ରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀୟ ନୈବେଦ୍ୟ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ।
ולקח הכהן את הכבש האחד והקריב אתו לאשם ואת לג השמן והניף אתם תנופה לפני יהוה׃
13 ଆଉ, ଯେଉଁ ସ୍ଥାନରେ ପାପାର୍ଥକ ଓ ହୋମାର୍ଥକ ବଳି ବଧ କରାଯାଏ, ସେହି ପବିତ୍ର ସ୍ଥାନରେ ସେହି ମେଷବତ୍ସ ବଧ କରିବ; କାରଣ ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି ଯାଜକର ଅଟଇ; ତାହା ମହାପବିତ୍ର ଅଟେ।
ושחט את הכבש במקום אשר ישחט את החטאת ואת העלה במקום הקדש כי כחטאת האשם הוא לכהן קדש קדשים הוא׃
14 ଏଥିଉତ୍ତାରେ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେବ; ପୁଣି, ଯାଜକ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ତାହା ଲଗାଇବ;
ולקח הכהן מדם האשם ונתן הכהן על תנוך אזן המטהר הימנית ועל בהן ידו הימנית ועל בהן רגלו הימנית׃
15 ଆଉ, ଯାଜକ ସେହି ଏକ ଲୋଗ୍‍ ତୈଳରୁ କିଛି ନେଇ ଆପଣା ବାମ ହସ୍ତର ପାପୁଲିରେ ଢାଳିବ;
ולקח הכהן מלג השמן ויצק על כף הכהן השמאלית׃
16 ତହୁଁ ଯାଜକ ସେହି ବାମ ହସ୍ତର ପାପୁଲିସ୍ଥିତ ତୈଳରେ ଆପଣା ଡାହାଣ ଅଙ୍ଗୁଳି ଡୁବାଇ ଅଙ୍ଗୁଳି ଦ୍ୱାରା ସେହି ତୈଳରୁ କିଛି ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ସାତ ଥର ଛିଞ୍ଚିବ;
וטבל הכהן את אצבעו הימנית מן השמן אשר על כפו השמאלית והזה מן השמן באצבעו שבע פעמים לפני יהוה׃
17 ପୁଣି, ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ନେଇ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲାଗିଥିବା ଦୋଷାର୍ଥକ ବଳିର ରକ୍ତ ଉପରେ ଲଗାଇବ;
ומיתר השמן אשר על כפו יתן הכהן על תנוך אזן המטהר הימנית ועל בהן ידו הימנית ועל בהן רגלו הימנית על דם האשם׃
18 ଏଥିଉତ୍ତାରେ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସେହି ଶୁଚିଯୋଗ୍ୟ ଲୋକର ମସ୍ତକରେ ଲଗାଇବ; ପୁଣି ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ପାଇଁ ପ୍ରାୟଶ୍ଚିତ୍ତ କରିବ।
והנותר בשמן אשר על כף הכהן יתן על ראש המטהר וכפר עליו הכהן לפני יהוה׃
19 ଆଉ ଯାଜକ ପାପାର୍ଥକ ବଳି ଉତ୍ସର୍ଗ କରିବ ଓ ସେହି ଶୁଚିଯୋଗ୍ୟ ଲୋକର ଅଶୁଚିତା ହେତୁ ପ୍ରାୟଶ୍ଚିତ୍ତ କରିବ; ଏଥିଉତ୍ତାରେ ସେ ହୋମାର୍ଥକ ବଳି ବଧ କରିବ।
ועשה הכהן את החטאת וכפר על המטהר מטמאתו ואחר ישחט את העלה׃
20 ଆଉ, ଯାଜକ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଆଣି ବେଦିରେ ଉତ୍ସର୍ଗ କରିବ, ତହୁଁ ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ ସେ ଶୁଚି ହେବ।
והעלה הכהן את העלה ואת המנחה המזבחה וכפר עליו הכהן וטהר׃
21 ଆଉ, ଯଦି ସେ ଦରିଦ୍ର ଓ ସେହି ସମସ୍ତ ବଳିଦାନ ଆଣି ନ ପାରେ, ତେବେ ସେ ଆପଣା ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଦୋଳନୀୟ ନୈବେଦ୍ୟ ରୂପେ ଦୋଷାର୍ଥକ ବଳି ପାଇଁ ଗୋଟିଏ ମେଷବତ୍ସ ଓ ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍‍ ତୈଳ;
ואם דל הוא ואין ידו משגת ולקח כבש אחד אשם לתנופה לכפר עליו ועשרון סלת אחד בלול בשמן למנחה ולג שמן׃
22 ପୁଣି, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଦୁଇ କପୋତ ଅବା ଦୁଇ ପାରାଛୁଆ ଆଣିବ; ଆଉ, ଏଥିରୁ ଗୋଟିଏ ପାପାର୍ଥକ ବଳି ଓ ଅନ୍ୟଟି ହୋମବଳି ହେବ।
ושתי תרים או שני בני יונה אשר תשיג ידו והיה אחד חטאת והאחד עלה׃
23 ଆଉ, ଅଷ୍ଟମ ଦିନରେ ସେ ଆପଣାର ଶୁଚିକାର୍ଯ୍ୟ ନିମନ୍ତେ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଯାଜକ ନିକଟକୁ ସେମାନଙ୍କୁ ଆଣିବ।
והביא אתם ביום השמיני לטהרתו אל הכהן אל פתח אהל מועד לפני יהוה׃
24 ତହୁଁ ଯାଜକ ଦୋଷାର୍ଥକ ବଳିର ମେଷବତ୍ସ ଓ ସେହି ଏକ ଲୋଗ୍‍ ତୈଳ ନେବ; ପୁଣି, ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ତାହା ଦୋଳାଇବ।
ולקח הכהן את כבש האשם ואת לג השמן והניף אתם הכהן תנופה לפני יהוה׃
25 ପୁଣି, ସେ ସେହି ଦୋଷାର୍ଥକ ବଳିର ମେଷବତ୍ସ ବଧ କରିବ; ଆଉ ଯାଜକ ସେହି ଦୋଷାର୍ଥକ ବଳିର କିଛି ରକ୍ତ ନେଇ ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲଗାଇବ;
ושחט את כבש האשם ולקח הכהן מדם האשם ונתן על תנוך אזן המטהר הימנית ועל בהן ידו הימנית ועל בהן רגלו הימנית׃
26 ତହିଁ ଉତ୍ତାରେ ଯାଜକ ସେହି ତୈଳରୁ କିଛି ନେଇ ଆପଣା ବାମ ହସ୍ତ ପାପୁଲିରେ ଢାଳିବ;
ומן השמן יצק הכהן על כף הכהן השמאלית׃
27 ଆଉ, ଯାଜକ ଆପଣା ଡାହାଣ ଅଙ୍ଗୁଳି ଦ୍ୱାରା ସେହି ବାମ ହସ୍ତସ୍ଥିତ ତୈଳରୁ କିଛି କିଛି ନେଇ ସଦାପ୍ରଭୁଙ୍କ ଛାମୁରେ ସାତ ଥର ଛିଞ୍ଚିବ;
והזה הכהן באצבעו הימנית מן השמן אשר על כפו השמאלית שבע פעמים לפני יהוה׃
28 ତହୁଁ ଯାଜକ ଆପଣା ହସ୍ତସ୍ଥିତ ତୈଳ ନେଇ ସେହି ଶୁଚିଯୋଗ୍ୟ ଲୋକର ଡାହାଣ କର୍ଣ୍ଣପ୍ରାନ୍ତରେ, ତାହାର ଡାହାଣ ହସ୍ତର ବୃଦ୍ଧାଙ୍ଗୁଳିରେ ଓ ଡାହାଣ ପାଦର ବୃଦ୍ଧାଙ୍ଗୁଳିରେ ଲାଗିଥିବା ଦୋଷାର୍ଥକ ବଳିର ରକ୍ତ ସ୍ଥାନରେ ଲଗାଇବ।
ונתן הכהן מן השמן אשר על כפו על תנוך אזן המטהר הימנית ועל בהן ידו הימנית ועל בהן רגלו הימנית על מקום דם האשם׃
29 ପୁଣି ଯାଜକ ଶୁଚିଯୋଗ୍ୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ପାଇଁ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ତାହାର ମସ୍ତକରେ ଲଗାଇବ।
והנותר מן השמן אשר על כף הכהן יתן על ראש המטהר לכפר עליו לפני יהוה׃
30 ପୁଣି, ସେ ତାହାର ପ୍ରାପ୍ତିର ସାଧ୍ୟାନୁସାରେ ସେହି ଦୁଇ କପୋତ ଅବା ଦୁଇ ପାରାଛୁଆ ମଧ୍ୟରୁ ଗୋଟିଏ ଉତ୍ସର୍ଗ କରିବ;
ועשה את האחד מן התרים או מן בני היונה מאשר תשיג ידו׃
31 ଅର୍ଥାତ୍‍, ତାହାର ପ୍ରାପ୍ତିର ସାଧ୍ୟାନୁସାରେ ଭକ୍ଷ୍ୟ ନୈବେଦ୍ୟ ସହିତ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମବଳି ରୂପେ ଉତ୍ସର୍ଗ କରିବ; ପୁଣି, ଯାଜକ ଶୁଚିଯୋଗ୍ୟ ଲୋକ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ୍ତ କରିବ।
את אשר תשיג ידו את האחד חטאת ואת האחד עלה על המנחה וכפר הכהן על המטהר לפני יהוה׃
32 ଯେଉଁ କୁଷ୍ଠରୋଗର ଘାʼଯୁକ୍ତ ଲୋକ ଆପଣାର ଶୁଚିକାର୍ଯ୍ୟ ସମ୍ବନ୍ଧୀୟ ଦ୍ରବ୍ୟ ପାଇବାକୁ ଅସମର୍ଥ, ତାହା ପାଇଁ ଏହି ବ୍ୟବସ୍ଥା।”
זאת תורת אשר בו נגע צרעת אשר לא תשיג ידו בטהרתו׃
33 ଏଥିଉତ୍ତାରେ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ,
וידבר יהוה אל משה ואל אהרן לאמר׃
34 “ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କ ଅଧିକାର ନିମନ୍ତେ ଦେବା, ସେହି କିଣାନ ଦେଶରେ ତୁମ୍ଭେମାନେ ପ୍ରବେଶ କଲେ, ଯେବେ ଆମ୍ଭେ ତୁମ୍ଭମାନଙ୍କ ଅଧିକୃତ ଦେଶର କୌଣସି ଗୃହରେ କୁଷ୍ଠରୋଗର ଦାଗ ଉତ୍ପନ୍ନ କରୁ;
כי תבאו אל ארץ כנען אשר אני נתן לכם לאחזה ונתתי נגע צרעת בבית ארץ אחזתכם׃
35 ତେବେ ସେହି ଗୃହସ୍ୱାମୀ ଯାଜକ ନିକଟକୁ ଆସି କହିବ, ଯଥା, ‘ମୋʼ ଗୃହରେ ଦାଗ ଥିଲା ପରି ମୋତେ ଦେଖାଯାଉଅଛି;’
ובא אשר לו הבית והגיד לכהן לאמר כנגע נראה לי בבית׃
36 ତହୁଁ ଗୃହର ସମସ୍ତ ଦ୍ରବ୍ୟ ଯେପରି ଅଶୁଚି ନ ହୁଏ, ଏଥିପାଇଁ ଯାଜକ ଦାଗ ଦେଖିବାକୁ ପ୍ରବେଶ କରିବା ପୂର୍ବେ ଗୃହ ଶୂନ୍ୟ କରିବାକୁ ଯାଜକ ଆଜ୍ଞା ଦେବ; ତହିଁ ଉତ୍ତାରେ ଯାଜକ ଗୃହ ଦେଖିବାକୁ ପ୍ରବେଶ କରିବ।
וצוה הכהן ופנו את הבית בטרם יבא הכהן לראות את הנגע ולא יטמא כל אשר בבית ואחר כן יבא הכהן לראות את הבית׃
37 ପୁଣି, ସେ ସେହି ଦାଗ ଦେଖିବ, ପୁଣି ପ୍ରକୃତରେ, ଯଦି ସେହି ଦାଗ ଗୃହର କାନ୍ଥରେ ଟୋଲାପୋଲା ହୋଇ ବସିଯାଇ ଅଳ୍ପ ଶାଗୁଆ ବର୍ଣ୍ଣ ବା ରକ୍ତବର୍ଣ୍ଣ ହୋଇଥାଏ, ପୁଣି ତାହା କାନ୍ଥର ନୀଚସ୍ଥ ଦେଖାଯାଏ,
וראה את הנגע והנה הנגע בקירת הבית שקערורת ירקרקת או אדמדמת ומראיהן שפל מן הקיר׃
38 ତେବେ ଯାଜକ ଗୃହରୁ ବାହାର ହୋଇ ଦ୍ୱାର ନିକଟକୁ ଯିବ ଓ ସେହି ଗୃହକୁ ସାତ ଦିନ ବନ୍ଦ କରି ରଖିବ।
ויצא הכהן מן הבית אל פתח הבית והסגיר את הבית שבעת ימים׃
39 ପୁଣି, ଯାଜକ ସପ୍ତମ ଦିନରେ ପୁନର୍ବାର ଆସି ଦେଖିବ; ପୁଣି ପ୍ରକୃତରେ, ଯଦି ଗୃହର କାନ୍ଥରେ ସେହି ଦାଗ ବଢ଼ିଥାଏ,
ושב הכהן ביום השביעי וראה והנה פשה הנגע בקירת הבית׃
40 ତେବେ ଯାଜକ ଦାଗଯୁକ୍ତ ପ୍ରସ୍ତରସବୁ ବାହାର କରି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବାକୁ ଲୋକମାନଙ୍କୁ ଆଜ୍ଞା ଦେବ।
וצוה הכהן וחלצו את האבנים אשר בהן הנגע והשליכו אתהן אל מחוץ לעיר אל מקום טמא׃
41 ପୁଣି, ସେ ସେହି ଗୃହର ଭିତର ଚାରିଆଡ଼େ ଚଞ୍ଛାଇବ ଓ ସେହି ଚଞ୍ଛା ଧୂଳି ନଗରର ବାହାରେ ଅଶୁଚି ସ୍ଥାନରେ ପକାଇ ଦେବ।
ואת הבית יקצע מבית סביב ושפכו את העפר אשר הקצו אל מחוץ לעיר אל מקום טמא׃
42 ଆଉ, ସେମାନେ ଅନ୍ୟ ପ୍ରସ୍ତର ନେଇ ସେହି ପ୍ରସ୍ତର ସ୍ଥାନରେ ବସାଇବେ ଓ ଅନ୍ୟ ଲେପ ନେଇ ଗୃହ ଲେପନ କରିବେ।
ולקחו אבנים אחרות והביאו אל תחת האבנים ועפר אחר יקח וטח את הבית׃
43 ଆଉ, ସେହି ପ୍ରସ୍ତର ବଦଳ କଲା ଉତ୍ତାରେ ଓ ଗୃହ ଚାଞ୍ଛିଲା ଉତ୍ତାରେ ଓ ଲେପନ କଲା ଉତ୍ତାରେ ଯେବେ ସେହି ଦାଗ ପୁନର୍ବାର ଗୃହରେ ଫୁଟି ବାହାରେ,
ואם ישוב הנגע ופרח בבית אחר חלץ את האבנים ואחרי הקצות את הבית ואחרי הטוח׃
44 ତେବେ ଯାଜକ ଆସି ଦେଖିବ, ପୁଣି ପ୍ରକୃତରେ, ଯଦି ସେହି ଦାଗ ଗୃହରେ ବୃଦ୍ଧି ପାଇଥାଏ, ତେବେ ସେହି ଗୃହରେ କ୍ଷୟ କୁଷ୍ଠରୋଗ ଅଛି; ତାହା ଅଶୁଚି ଅଟେ।
ובא הכהן וראה והנה פשה הנגע בבית צרעת ממארת הוא בבית טמא הוא׃
45 ତହିଁରେ ସେ ସେହି ଗୃହ ଭାଙ୍ଗି ପକାଇବ, ତହିଁର ପ୍ରସ୍ତର ଓ କାଷ୍ଠ ଓ ଧୂଳିସବୁ ନଗରର ବାହାରେ ଅଶୁଚି ସ୍ଥାନକୁ ବୋହି ନେଇଯିବ।
ונתץ את הבית את אבניו ואת עציו ואת כל עפר הבית והוציא אל מחוץ לעיר אל מקום טמא׃
46 ଆହୁରି, ସେହି ଗୃହ ବନ୍ଦ ହୋଇଥିବା ସମୟରେ ଯେକେହି ତହିଁ ଭିତରକୁ ଯାଏ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହୋଇ ରହିବ।
והבא אל הבית כל ימי הסגיר אתו יטמא עד הערב׃
47 ପୁଣି, ଯେ ସେହି ଗୃହରେ ଶୟନ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ସେହି ଘରେ ଯେ ଭୋଜନ କରେ, ସେ ଆପଣା ବସ୍ତ୍ର ଧୋଇବ।
והשכב בבית יכבס את בגדיו והאכל בבית יכבס את בגדיו׃
48 ଆଉ, ଯାଜକ ଆସି ଦେଖନ୍ତେ, ଯଦି, ସେହି ଗୃହ ଲେପନ କଲା ଉତ୍ତାରେ ଦାଗ ସେହି ଗୃହରେ ବଢ଼ି ନାହିଁ, ତେବେ ଯାଜକ ସେହି ଗୃହକୁ ଶୁଚି ବୋଲି ପ୍ରକାଶ କରିବ, କାରଣ ଦାଗ ଅଦୃଶ୍ୟ ହୋଇଅଛି।
ואם בא יבא הכהן וראה והנה לא פשה הנגע בבית אחרי הטח את הבית וטהר הכהן את הבית כי נרפא הנגע׃
49 ତହୁଁ ସେ ସେହି ଗୃହକୁ ଶୁଚି କରିବା ପାଇଁ ଦୁଇ ପକ୍ଷୀ, ଏରସ କାଠ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଏସୋବ ନେବ;
ולקח לחטא את הבית שתי צפרים ועץ ארז ושני תולעת ואזב׃
50 ପୁଣି, ମୃତ୍ତିକା ପାତ୍ରସ୍ଥିତ ସ୍ରୋତଜଳ ଉପରେ ଏକ ପକ୍ଷୀକୁ ବଧ କରିବ;
ושחט את הצפר האחת אל כלי חרש על מים חיים׃
51 ତହୁଁ ସେ ସେହି ଏରସ କାଠ, ଏସୋବ, ସିନ୍ଦୂର ବର୍ଣ୍ଣ (ଲୋମ) ଓ ଜୀଅନ୍ତା ପକ୍ଷୀକୁ ନେଇ ହତ ପକ୍ଷୀର ରକ୍ତରେ ଓ ସେହି ସ୍ରୋତଜଳରେ ଡୁବାଇବ ଓ ସେହି ଗୃହରେ ସାତ ଥର ଛିଞ୍ଚିବ।
ולקח את עץ הארז ואת האזב ואת שני התולעת ואת הצפר החיה וטבל אתם בדם הצפר השחוטה ובמים החיים והזה אל הבית שבע פעמים׃
52 ଏହି ପ୍ରକାରେ ପକ୍ଷୀର ରକ୍ତ ଦ୍ୱାରା, ସ୍ରୋତଜଳ ଦ୍ୱାରା, ଜୀଅନ୍ତା ପକ୍ଷୀ ଦ୍ୱାରା, ଏରସ କାଠ ଦ୍ୱାରା, ଏସୋବ ଦ୍ୱାରା ଓ ସିନ୍ଦୂର ବର୍ଣ୍ଣ (ଲୋମ) ଦ୍ୱାରା ସେହି ଗୃହକୁ ଶୁଚି କରିବ।
וחטא את הבית בדם הצפור ובמים החיים ובצפר החיה ובעץ הארז ובאזב ובשני התולעת׃
53 ମାତ୍ର ସେ ଜୀଅନ୍ତା ପକ୍ଷୀକୁ ନଗରର ବାହାରସ୍ଥ କ୍ଷେତ୍ର ଆଡ଼େ ଛାଡ଼ିଦେବ; ଏହିରୂପେ ସେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ; ତହିଁରେ ତାହା ଶୁଚି ହେବ।”
ושלח את הצפר החיה אל מחוץ לעיר אל פני השדה וכפר על הבית וטהר׃
54 କୁଷ୍ଠରୋଗର ସର୍ବପ୍ରକାର ଘାଆ ଓ ଛଉର ଏହି ବ୍ୟବସ୍ଥା;
זאת התורה לכל נגע הצרעת ולנתק׃
55 ପୁଣି, ବସ୍ତ୍ରସ୍ଥିତ ଓ ଗୃହସ୍ଥିତ କୁଷ୍ଠରୋଗ;
ולצרעת הבגד ולבית׃
56 ଆଉ, ଫୁଲା ଓ ପାମା ଓ ଚିକ୍କଣ ଚିହ୍ନ,
ולשאת ולספחת ולבהרת׃
57 ଏହିସବୁ କେଉଁ ସମୟରେ ଶୁଚି ଓ କେଉଁ ସମୟରେ ଅଶୁଚି, ଏହା ଜଣାଇବା ନିମନ୍ତେ କୁଷ୍ଠରୋଗର ଏହି ବ୍ୟବସ୍ଥା।
להורת ביום הטמא וביום הטהר זאת תורת הצרעת׃

< ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 14 >